ଉପକୂଳ ଓଡିଶା

ମା’ବାପା ସଚେତନ ହେଲେ ପରୀମାନେ ସୁରକ୍ଷିତ ରହିପାରିବେ

ମା’ବାପା ସଚେତନ ହେଲେ ପରୀମାନେ ସୁରକ୍ଷିତ ରହିପାରିବେ

ଖଣ୍ଡପଡ଼ା, ୮ା୬(ସ୍ବ.ପ୍ର.)- ଶିଶୁମାନଙ୍କ ପ୍ରତି ଯୌନ ନିର୍ଯାତନା ଦିନକୁ ଦିନ ବଢ଼ିଚାଲିଛି। ଏହା ଏକ ବଡ଼ ସାମାଜିକ ସମସ୍ୟା ହୋଇ ମୁଣ୍ଡ ଟେକିଛି ା ପ୍ରାୟ ୮୦ ଭାଗ କ୍ଷେତ୍ରରେ ଯୌନ ନିର୍ଯାତନା ଦେଉଥିବା ବ୍ୟକ୍ତିଟି ଶିଶୁର ସମ୍ପର୍କୀୟ, ପଡୋଶୀ କିମ୍ବା ପରିଚିତ ବ୍ୟକ୍ତି ହୋଇଥାଏ ା ଶିଶୁକୁ ଗୋଟିଏ ସୁସ୍ଥ ଏବଂ ସୁରକ୍ଷିତ ସମାଜରେ ବଞ୍ଚତ୍ବା ପାଇଁ ହେଲେ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ ା ଶିଶୁଟିର ସୁରକ୍ଷା ଦୃଷ୍ଟିରୁ ସମାଜରେ ପ୍ରତ୍ୟେକ ମାତାପିତା ତଥା ସମ୍ପର୍କୀୟମାନେ ଏ ଦିଗରେ ଯନତ୍ବାନ ଓ ସଚେତନ ହେଲେ ନହ୍ନିପରୀମାନଙ୍କ ଉପରେ ଘଟିଯାଉଥିବା ନିର୍ଯାତନା ଓ ଅତ୍ୟାଚାର ନିଶ୍ଚୟ ହ୍ରାସ ପାଇ ପାରିବ ବୋଲି ଗୁରୁବାର ୟୁନିସେଫ୍‌ ଓ ଖଣ୍ଡପଡା ପୋଲିସ ପକ୍ଷରୁ ଖଣ୍ଡପଡା ଏବଂ କଣ୍ଟିଲୋଠାରେ ଆୟୋଜିତ ‘ପରୀ ପାଇଁ କଥାଟିଏ’ ସମାବେଶରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ା

ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ନୟାଗଡ଼ ଅଫିସ,୮ା୬- ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର ହେବାଭଳି ଘଟଣା ଗୁରୁବାର ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଖରୁଡ଼ାସାହିରେ ଜମିବାଡ଼ି ଘଟଣାକୁ କେନ୍ଦ୍ର କରି ଘଟିଛି ଏଭଳି ଘଟଣା। ମିଳିଥିବା ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ଗ୍ରାମର ପ୍ରଫୁଲ୍ଲ କୁମାର ସେନାପତିଙ୍କ ସ୍ତ୍ରୀ ସରୋଜିନୀ ବାରଣ୍ଡାରେ ରୋଷେଇ କରୁଥିଲେ। ଏହି ସମୟରେ ବଡଭାଇ ସୁରେନ୍ଦ୍ର ଆସି କାହିଁକି ମୋ ଜାଗାରେ ରୋଷେଇ କରୁଛ କହି ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

କଲେଜ ଅଧ୍ୟକ୍ଷାଙ୍କୁ ତାଲା ପକାଇଲେ ଛାତ୍ର

କଲେଜ ଅଧ୍ୟକ୍ଷାଙ୍କୁ ତାଲା ପକାଇଲେ ଛାତ୍ର

ନୟାଗଡ଼ ଅଫିସ,୮ା୬- ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ପରିଡ଼ାଙ୍କୁ ଗୁରୁବାର ଦୁଇ ଘଣ୍ଟା ଧରି ଛାତ୍ରମାନେ ତାଲା ପକାଇ ରଖିଥିଲେ। ଚଳିତ ବର୍ଷ ସ୍ନାତକ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିବା କମ୍ପ୍ୟୁଟର ସାଇନ୍ସ ଓ ଆଇଟିଏମ୍‌ ଛାତ୍ରମାନେ ଏହିଭଳି କରିଥିଲେ। ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ ଏମାନେ ଚଳିତବର୍ଷ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ହେଲେ କଲେଜ ତରଫରୁ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଉଥିବା ବେଳେ ରେଜିଷ୍ଟ୍ରେଶନ୍‌୍‌ ନମ୍ବର ଦିଆଯାଉନାହିଁ। ଫଳରେ ସେମାନେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଆବେଦନ କରି ପାରୁନାହାନ୍ତି।

ନାରୀ ମାନସିକତା ରହିଲେ ଝିଅମାନେ ପରୀହୋଇ ରହିବେ

ନାରୀ ମାନସିକତା ରହିଲେ ଝିଅମାନେ ପରୀହୋଇ ରହିବେ

ନୟାଗଡ଼ ଅଫିସ,୮ା୬- ୟୁନିସେଫ୍‌ ଓ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ଶିଶୁ ଯୌନ ନିର୍ଯାତନା ବିରାଧରେ ରାଜ୍ୟରେ ବୁଲୁଥିବା ପରୀ ପାଇଁ କଥାଟିଏ ରଥ ଗୁରୁବାର ନୟାଗଡ଼ ସହରରେ ପହଞ୍ଚତ୍ବା ପରେ ଏହାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ନୟାଗଡ଼ ଜିଲା ପୋଲିସ ପକ୍ଷରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏଏସ୍‌ପି ଦିଲୀପ ସାହାଣୀ ଏଥିରେ ସଭାପତିତ୍ୱ କରିଥିଲେ। ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ପୁରୁଷର ମାନସିକତା ଯଦି ନାରୀର ମାନସିକତାରେ ପରିପୂର୍ଣ୍ଣ ହେବ ତେବେ ଝିଅମାନେ ପରୀ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ଏସ୍‌ପି ଆଶିଷ କୁମାର ସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଯଦି ଜିଲାର କୌଣସି ସ୍ଥାନରେ ଏଭଳି ଘଟଣା ଘଟୁଛି ତେବେ ପରିବାର ଲୋକେ ନିକଟସ୍ଥ ଥାନାରେ ଅଭିଯୋଗ କରିବା ଆବଶ୍ୟକ।

ନିର୍ବନ୍ଧ ସରିଥିବା ଯୁବତୀଯୁବକଙ୍କୁ ହଇରାଣ କରି ଜଣେ ଗିରଫ

ନିର୍ବନ୍ଧ ସରିଥିବା ଯୁବତୀଯୁବକଙ୍କୁ ହଇରାଣ କରି ଜଣେ ଗିରଫ

ଓଡ଼ଗଁା, ୮ା୬(ସ୍ବ.ପ୍ର.)-ନିର୍ବନ୍ଧ ସରିଥିବା ଯୁବତୀଯୁବକଙ୍କୁ ନିଛାଟିଆ ସ୍ଥାନରେ ପାଇ ହଇରାଣ କରିବା ସହିତ ମୋବାଇଲ ଛଡାଇନେବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ଘଟଣା ଘଟିଛି ଓଡ଼ଗାଁ ଥାନା ଅନ୍ତର୍ଗତ ଜାମୁପାଟଣାର ବାବା ଦୂତୀକେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ। ପୋଲିସ ଏହି ମାମଲାରେ ମନ୍ଦିର ନିକଟ ଢୋଲମସ୍କା ଗ୍ରାମର ପଦ୍ମଲୋଚନ ଚୌଧୁରୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ହାତୀ ଉପଦ୍ରବ: ଲୋକେ ଆତଙ୍କିତ

ଦଶପଲ୍ଲା,୮ା୬(ଡି.ଏନ୍‌.ଏ.)- ଦଶପଲ୍ଲା ବ୍ଲକ ତେଣ୍ଡାବାଡି ପଞ୍ଚାୟତର ଆଦିବାସୀ ବହୁଳ ପାଟେଣୀ, ମଶାବାରୀ ପ୍ରଭୃତି ଅଞ୍ଚଳରେ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ହାତୀ ପଲ ଦିନ ସମୟରେ ନିକଟ ଜଙ୍ଗଲରେ ରହୁଥିବାବେଳେ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ଅଭିମୁଖେ ଆସୁଛନ୍ତି। ସେମାନେ ଲୋକଙ୍କ ବାରିରେ ପ୍ରବେଶ କରି ଆମ୍ବ, ପଣସ ଓ ଅନ୍ୟାନ ଫସଲ ଖାଇ ନଷ୍ଟ କରୁଛନ୍ତି। ଏହି ଦଳରେ ୧୫ ହାତୀ ଥିବାବେଳେ ୪ ଛୁଆହାତୀ ଥିବା ଜଣାପଡିଛି ା ହାତୀ ଭୟରେ ଗ୍ରାମର ଲୋକମାନେ ଭୟଭୀତ ହୋଇ ରାତିସାରା ଉଜାଗର ରହୁଛନ୍ତି। ହାତୀମାନେ ନିକଟସ୍ଥ ମହୀପୁର ବନାଞ୍ଚଳରୁ ଚାଲିଆସିଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ବନ କର୍ମଚାରୀମାନେ ବାଣ ଫୁଟାଇ ହାତୀ ଘଉଡାଇବାପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ୧.୨ ଲକ୍ଷ ଲୁଟ୍‌ :୩ ଲୁଟେରାଙ୍କୁ ଧରି ପୋଲିସରେ ଦେଲେ ଗ୍ରାମବାସୀ

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ୧.୨ ଲକ୍ଷ ଲୁଟ୍‌ :୩ ଲୁଟେରାଙ୍କୁ ଧରି ପୋଲିସରେ ଦେଲେ ଗ୍ରାମବାସୀ

ଭାପୁର,୮ା୬(ଡି.ଏନ୍‌.ଏ.)- ଗ୍ରାମାଞ୍ଚଳର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଲଗାଣ କରୁଥିବା ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଗୁରୁବାର ଆକ୍ରମଣ କରି ଲୁଟେରାମାନେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଇଥିଲେ। ଖବରପାଇ ଆଖପାଖ ଗ୍ରାମର ଲୋକମାନେ ମିଳିତ ହୋଇ ସମ୍ପୃକ୍ତ ଲୁଟେରାଙ୍କୁ କାବୁକରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଫତେଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭାରତ ଫାଇନାନ୍ସ କମ୍ପାନୀ ଭାପୁର ବ୍ଲକର ବିଭିନ୍ନ ଗାଁରେ ମହିଳା ଗୋଷ୍ଠୀମାନଙ୍କୁ ଅର୍ଥ ଲଗାଣ କରିଛି। ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ଏହି କମ୍ପାନୀର କର୍ମଚାରୀ ବିଚିତ୍ର ବିଶୋଇ ଜଗନ୍ନାଥପୁର, ମର୍ଦ୍ଦରାଜପୁର, ମର୍ଦ୍ଦାବାଡ଼ି, କଳଟାଙ୍ଗୀ ଓ ମଙ୍ଗଳପୁର ଗ୍ରାମରୁ ମାସିକିଆ କିସ୍ତି ଆଦାୟ କରି ଫେରୁଥିଲେ।

ରାଷ୍ଟ୍ରୀୟ ଗ୍ରାମୀଣ ସ୍ବରାଜ ଅଭିଯାନରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ

ନୟାଗଡ଼ ଅଫିସ,୮ା୬- ଚଳିତମାସ ୪ ଓ ୫ ତାରିଖରେ ହାଇଦ୍ରାବ୍ରାଦସ୍ଥିତ ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ ଅଫ ରୁରାଲ ଡ଼େଭଲପମେଣ୍ଟ ଆଣ୍ଡ ପଞ୍ଚାୟତିରାଜ କ୍ୟାମ୍ପସରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଗ୍ରାମୀଣ ସ୍ବରାଜ ସମ୍ପର୍କୀୟ ଏହି କର୍ମଶାଳାରେ ଦେଶର ବିଭିନ୍ନ ରାଜ୍ୟରୁ ୧୩ ଜଣ ସରପଞ୍ଚ ଯୋଗଦେଇଥିଲେ। ଓଡ଼ିଶାର ଏକମାତ୍ର ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ସେ ନିଜ ବକ୍ତବ୍ୟରେ କେଉଁ କେଉଁ ପଦକ୍ଷେପ ନେଲେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହୋଇପାରିବ ସେ ଦିଗରେ ଆଲୋଚନା କରିଥିଲେ। ସେହିଭଳି ପଞ୍ଚାୟତରେ ବିଭିନ୍ନ ବିଭାଗ ମଧ୍ୟରେ ଉଚିତ ସମନ୍ବୟ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ।

ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼ ଅଫିସ,୮ା୬- ନୟାଗଡ଼ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ୍‌ ତରଫରୁ ଗୁରୁବାର ଡ଼ିଆରଡ଼ିଏସ୍ଥିତ ସୃଜନ ସମ୍ମିଳନୀ କକ୍ଷରେ ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାପାଳ ଡ. ଏନ୍‌. ତିରୁମାଲା ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ଜୁନ୍‌ ୧ ତାରିଖରୁ ଆରମ୍ଭ ହୋଇଥିବାବେଳେ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଥିଲେ। ଏହି ସମୟ ମଧ୍ୟରେ ଜିଲାରେ ଥିବା ୧୪୨ଟି ପାକ୍ସ (ପ୍ରାଥମିକ ସେବା ସମବାୟ ସମିତି) ଚାଷୀମାନଙ୍କ ଦ୍ୱାରକୁ ଯାଇ ଯୋଜନା ବିଷୟରେ ବୁଝାଇବେ।

ତଦନ୍ତ ପରେ ବି ମାନୁନାହାନ୍ତି ଠିକାଦାର

ବରୀ,୮ା୬(ସ୍ବ.ପ୍ର):ବରୀ ଅଞ୍ଚଳରେ ନଦୀ ନାଳର ସୁରକ୍ଷା ଓ ବନ୍ୟା ନିୟନ୍ତ୍ରଣ ଯୋଜନାରେ ବନ୍ଧବାଡ ନିର୍ମାଣ ଚାଲିଛି। ମଙ୍ଗଳବାର ଅପରାହ୍ନରେ ଦୀର୍ଘ ଦୁଇ ଘଣ୍ଟା ଧରି ବର୍ଷା ଲାଗି ରହିବାରୁ ବାଲିରେ ନିର୍ମାଣ ହେଉଥିବା ନଦୀ ବନ୍ଧ ଧୋଇଯାଇଛି। ମାଟି ପରିବର୍ତ୍ତେ ବାଲିରେ ବନ୍ଧ ନିର୍ମାଣ ହେଉଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ବରୀ ଓ ବିଞ୍ଝାରପୁର ଜଳ ସମ୍ପଦ ସବ୍‌ଡିଭିଜନ ଅଧୀନରେ ରତଳାଙ୍ଗ, ଉଦୟନାଥପୁର, ରାଉଳା ନିକଟରେ ନଦୀବନ୍ଧ ନିର୍ମାଣ ଚାଲିଛି। ଏ ସବୁ ନଦୀବନ୍ଧ ମାଟି ବଦଳରେ ବାଲିରେ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଭିଜିଲାନ୍ସ ବିଭାଗ ଦ୍ୱାରା କେତେକ ନଦୀ ବନ୍ଧ ତଦନ୍ତ କରାଯାଇଥିବା ଜଣାପଡିଛି।

ଚାଉଳ ପରିବହନ ପାଇଁ ହୋଇନି ଟେଣ୍ଡର

ବିରଜାକ୍ଷେତ୍ର,୮ା୬(ଡି.ଏନ୍‌.ଏ):ପାଠପଢାରେ ପିଲାଙ୍କ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି। ଏପରିକି ସ୍କୁଲମାନଙ୍କରେ ପୋଷାକ, ଛତା, ସାଇକେଲ, ବହି ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି। ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲରେ ଠିକ୍‌ ସମୟରେ ଚାଉଳ ପହଞ୍ଚିବାକୁ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତ କରୁଛନ୍ତି। ପ୍ରତିବର୍ଷ ଟେଣ୍ଡର ମାଧ୍ୟମରେ ଚାଉଳ ପରିବହନ ପାଇଁ ଠିକାଦାର ଚୟନ କରାଯାଇଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ରହିଛି। ରାଜ୍ୟ ସରକାର ଚାଉଳ ପରିବହନ କରିବା ପାଇଁ ପ୍ରତି କୁଇଣ୍ଟାଲ ପିଛା ନିର୍ଦ୍ଧିଷ୍ଟ ଦର ଧାର୍ଯ୍ୟ କରିଥାନ୍ତି। ଠିକାଦାର ନିର୍ଦ୍ଦିଷ୍ଟ ଦର କିମ୍ବା ସର୍ବନିମ୍ନ ଦରରେ ଟେଣ୍ଡର ପକାଇ ବର୍ଷକ ନିମନ୍ତେ ସ୍କୁଲମାନଙ୍କୁ ଚାଉଳ ପରିବହନ ପାଇଁ ଠିକାଦାରୀ ନେଇଥାନ୍ତି।

ଶେଷ ହେବାକୁ ବସିଲାଣି ସିନେମା ହଲ୍‌ ଯୁଗ

ଶେଷ ହେବାକୁ ବସିଲାଣି ସିନେମା ହଲ୍‌ ଯୁଗ

ଯାଜପୁର ଅଫିସ,୮ା୬:ଓଡ଼ିଆ ସିନେମା ଜଗତର ସବୁ ବଡ଼ ଅଭିନେତା ରାଜନେତା ପାଲଟିଲେଣି। ହେଲେ ସିନେମା ଶିଳ୍ପ ଉପରେ କାହାରି ନଜର ନାହିଁ। ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଅଭିନେତାରୁ ନେତା ହୋଇଥିବା କଳାକାରମାନେ ନିଶ୍ଚିତ ଭାବେ ଆଗ ଧାଡିର। ଏପରିକି କିଏ ମୁଖପାତ୍ର ତ କିଏ ସାଂସଦ, ବିଧାୟକ ପୁଣି ନିଗମ ଅଧ୍ୟକ୍ଷ। ହେଲେ ରାଜ୍ୟରେ ରହିଥିବା ଶତାଧିକ ସିନେମା ହଲ ବନ୍ଦ ହେବାକୁ ବସିଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ଥିବା ୧୧ଟି ସିନେମା ହଲ ମଧ୍ୟରୁ ୩ଟି ବନ୍ଦ ପଡିଥିବାବେଳେ ଅନ୍ୟ ୮ଟି ଯେନତେନ ପ୍ରକାରେ ଚାଲିଛି। ଅଭିନୟ କରି ଲୋକପ୍ରିୟତା ପାଇଥିବା କଳାକାରମାନେ ରାଜନୀତିକୁ ଆସି ସଫଳ ହୋଇଛନ୍ତି। ହେଲେ ସିନେମା ଶିଳ୍ପକୁ ବଞ୍ଚାଇବାକୁ କେହି ବି ସକ୍ଷମ ହେଉଥିବା ପରି ମନେ ହେଉନାହିଁ।

କର୍ତ୍ତୃତ୍ୱ ଜାହିର ପାଇଁ କସରତ ଆରମ୍ଭ

ଯାଜପୁର ଅଫିସ/ ବିରଜାକ୍ଷେତ୍ର(ଡିଏନଏ),୮ା୬:ଯାଜପୁର ଜିଲା ପରିଷଦ ୩୦ ନମ୍ବର ଜୋନର ସଭ୍ୟ ପଦ ପାଇଁ ହେବାକୁ ଥିବା ଉପନିର୍ବାଚନର ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ବିଜେଡି, ଭାଜପା ଓ କଂଗ୍ରେସର ୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ଜୁଲାଇ ୭ରେ ଦଳୀୟ ଭିତ୍ତିରେ ହେବାକୁ ଥିବା ଏହି ଉପନିର୍ବାଚନ ଜିଲା ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ଓଭରଲୋଡିଂ ପରିବହନ ଉପରେ ଲାଗୁନି ଲଗାମ

କାଳିଆପାଣି,୮ା୬(ଡିଏନଏ):ଆବଶ୍ୟକତାଠାରୁ ଅଧିକ ମାଲ ବୋଝେଇ ବା ଓଭରଲୋଡ଼ିଂ ପରିବହନ ଉପରେ କଟକଣା ଜାରି କରାଯାଇଥିବା ବେଳେ କାଳିଆପାଣି ଅଞ୍ଚଳରେ ଏହି ନିୟମର ଖୋଲା ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ବିଭାଗର କଟକଣାକୁ ଉଲ୍ଲଂଘନ କରି ପରିବହନ ବିଭାଗ ଓ ପୋଲିସଙ୍କ କାର୍ଯ୍ୟାଳୟ ରାସ୍ତା ଦେଇ ପ୍ରତିଦିନ ଶହଶହ ହାଇୱା, ଭଲବୋ ପରି ଗାଡ଼ି ଓଭରଲୋଡିଂ କରି କମ୍ପାନୀମାନଙ୍କୁ ବାଲି, ଚିପ୍ସ, ମେଟାଲ ଯୋଗାଣ କରୁଛନ୍ତି ା ହେଲେ ଏହି ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି।

ଦେଶୀ ମଦ ଜବତ, ୨ ଗିରଫ

ଦେଶୀ ମଦ ଜବତ, ୨ ଗିରଫ

ରଣପୁର,୭।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ସୁନାଖଳା ରାସ୍ତାର ହାଟସାହି ନିକଟ ପଟ୍ରୋଲ ପମ୍ପ ଠାରେ ଗୁରୁବାର ରଣପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨୦ପ୍ୟାକେଟ ଦେଶି ମଦ ସହିତ ଗୋଟିଏ ବାଇକ୍‌ ଜବତ କରାଯାଇଛି।

ଜନସାଧାରଣକୁ ସଚେତନ କରାଇଲେ ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ

ଜନସାଧାରଣକୁ ସଚେତନ କରାଇଲେ ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ

ରଣପୁର,୭।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ସରକାରୀ ଡାକ୍ତରଖାନାରେ ବୁଧବାର ସ୍ନେକ୍‌ ହେଲପ୍‌ ଲାଇନ୍‌ର ସଦସ୍ୟ ଅଜୟ କୁମାର ଦାସ ଏବଂ ତାଙ୍କ ସହକର୍ମୀ ସୁବାସ ଚନ୍ଦ୍ର ସେଠୀ ଉପସ୍ଥିତ ଜନସାଧାରଣଙ୍କୁ ସାପ କାମୁଡା ସମ୍ପର୍କରେ ସଚେତନ କରାଇଥିଲେ।

ସମବାୟ ସଚିବଙ୍କ ସମୀକ୍ଷା ବୈଠକ

ସମବାୟ ସଚିବଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା ଅଫିସ, ୭।୬-ରାଜ୍ୟ ସରକାରଙ୍କ ସମବାୟ ସଚିବ ରଞ୍ଜନା ଚୋପ୍ରାଙ୍କ ଦୁଇଦିନିଆ କେନ୍ଦ୍ରାପଡା ଜିଲା ଗସ୍ତ ଶେଷ ହୋଇଛି।ଏହା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ସମୀକ୍ଷା ବୈଠକ ବୁଧବାର ଆୟୋଜିତ ହୋଇଥିଲା।

ପରୀ ପାଇଁ କଥାଟିଏ, ଜନସଚେତନତା ସୃଷ୍ଟି ପାଇଁ ସଫଳ ପ୍ରୟାସ

ପରୀ ପାଇଁ କଥାଟିଏ, ଜନସଚେତନତା ସୃଷ୍ଟି ପାଇଁ ସଫଳ ପ୍ରୟାସ

କେନ୍ଦ୍ରାପଡା ଅଫିସ, ୭।୬-ଜିଲା ପୋଲିସ ମାଧ୍ୟମରେ ସପ୍ତାହ ବ୍ୟାପି ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ା ଏହି ପରିପ୍ରେକ୍ଷୀରେ ସହରର ଦୁଇଟି ସ୍ଥାନରେ ପରୀ ରଥ ପହଞ୍ଚିବା ସହ ଶିଶୁ ଯୌନ ନିର୍ଯାତନା ବନ୍ଦ ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

ବିଳମ୍ବରେ ଆସି  ଅଧାରୁ ଛାଡ଼ି ପଳାଇଲେ କର୍ମଚାରୀ, ମଣ୍ଡିରେ ବିକ୍ରି ନ ହୋଇ ପଡି ରହିଛି ୨୦୦ କୁଇଣ୍ଟାଲ ମୁଗ

ବିଳମ୍ବରେ ଆସି ଅଧାରୁ ଛାଡ଼ି ପଳାଇଲେ କର୍ମଚାରୀ, ମଣ୍ଡିରେ ବିକ୍ରି ନ ହୋଇ ପଡି ରହିଛି ୨୦୦ କୁଇଣ୍ଟାଲ ମୁଗ

ମାର୍ଶାଘାଇ,୭।୬(ଡିଏନ୍‌ଏ)-ବୁଧବାର ମାର୍ଶାଘାଇ ପ୍ରାଥମିକ କୃଷି ସମବାୟ ସମିତିରେ ବହୁ ଚାଷୀ ମୁଗ ବିକ୍ରି କରି ନ ପାରି ହଟହଟା ହୋଇ ଫେରିଛନ୍ତି।ମୁଗ ଚିହ୍ନଟ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ବିଳମ୍ବରେ ସମିତିକୁ ଆସି ଅଳ୍ପ ସମୟ ମୁଗ କିଣାଯିବା ପରେ ଚାଲିଯିବାରୁ ଏପରି ସମସ୍ୟା ଉପୁଜି ଥିଲା ା ଫଳରେ ଚାଷୀମାନେ ବିକ୍ରି ପାଇଁ ଆଣିଥିବା ପ୍ରାୟ ୨୦୦ କୁଇଣ୍ଟାଲ ମୁଗ ବିକ୍ରି ନ ହୋଇ ପଡି ରହିଛି ା

କୁଜଙ୍ଗ କୋର୍ଟରେ ହାଜିର ହେବେ ଲୁଟେରା

କୁଜଙ୍ଗ,୭।୬(ସ୍ବ.ପ୍ର.)-ଏରସମା ବ୍ଲକ ପଦ୍ମପୁରଠାରେ ୨ ଜଣ ଲୁଟେରା ବୁଧବାର ଗୁଳିକାଣ୍ଡ ଘଟାଇ ଲୁଟ୍‌ ଉଦ୍ୟମ କରିବା ବେଳେ ପୋଲିସ ହାତରେ ଧରାପଡିଥିଲେ। ଗୁରୁବାର ସେମାନଙ୍କୁ କୁଜଙ୍ଗ କୋର୍ଟରେ ହାଜର କରାଯିବ।

ମାଟି ଉଠାଣ ବନ୍ଦ କଲା ରାଜସ୍ବ ବିଭାଗ

କୁଜଙ୍ଗ,୭।୬(ସ୍ବ.ପ୍ର.)- ବୁଧବାର ବିଳମ୍ବିତ ରାତିରେ କୁଜଙ୍ଗଠାରେ ସ୍ଥାନୀୟ ନଦୀକୂଳ ଚାଷ ଜମିରୁ ବେଆଇନ ଭାବେ ମାଟି ଉଠାଣ ଚାଲିଥିଲା। ପ୍ରାୟ ୧୦ଟି ଟ୍ରାକ୍ଟରରେ ମାଟି ଉଠାଣ ଚାଲିଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ରାତି ଅଧିଆ ଚଢ଼ାଉ କରାଯାଇଥିଲା।

ଉଦୟପୁରଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ସମାବେଶ

ପଟ୍ଟାମୁଣ୍ଡାଇ,୭।୬(ସ୍ବ.ପ୍ର)-ଓଡିଶା ନବ ନିର୍ମାଣ କୃଷକ ସଂଗଠନ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ଏହି ବ୍ଳକ ଅଧୀନ ଶ୍ରୀରାମପୁର ପଞ୍ଚାୟତ ଉଦୟପୁର ଠାରେ ସୋମବାର ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା।

କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ସଚେତନତା କାର୍ଯ୍ୟକ୍ରମ

ମାର୍ଶାଘାଇ,୭।୬(ଡିଏନ୍‌ଏ)-କନ୍ୟା ସନ୍ତାନମାନଙ୍କୁ ନିର୍ଯାତନା ଦିଆଯିବା ବିରୋଧରେ ଚଳିତ ମାସ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସଚେତନତା କାର୍ଯ୍ୟକ୍ରମ କିସ୍‌ ଦ୍ୱାରା କରାଯାଉଛି। ଏହି ଅବସରରେ ବୁଧବାର ମାର୍ଶାଘାଇ ବ୍ଲକର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ମିଲତନଗରରେ ଇଫତାର ପାର୍ଟି

ଆଳି,୭।୬(ଡି.ଏନ.ଏ)-ରମଜାନ୍‌ ଅବସରରେ ଆଳି ମେଣ୍ଢପୁର ପଞ୍ଚାୟତ ମିଲତନଗର ଗ୍ରାମବାସୀଙ୍କ ପକ୍ଷରୁ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି ।