ଉପକୂଳ ଓଡିଶା

ବିଦ୍ୟୁତ ଆଘାତରେ ମହିଳା ଗୁରୁତର

ବିଦ୍ୟୁତ ଆଘାତରେ ମହିଳା ଗୁରୁତର

ମହାକାଳପଡ଼ା, ୧୩।୧୦(ଡିଏନଏ)- ମହାକାଳପଡ଼ା ବ୍ଲକ ଅଧୀନ ବଉଳକଣୀ ପଞ୍ଚାୟତର ସ୍ଥାନୀୟ ଛପାଲି ଗ୍ରାମର ଜଣେ ମହିଳା ଜମିକୁ ଘାସ କାଟିବାକୁ ଯାଇଥିବା ବେଳେ ବର୍ଷା ଓ ପବନ ଯୋଗୁ ଓହଳି ପଡ଼ିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଜଣାପଡ଼ିଛି। 

ଆଖୁଆପଦାରେ ବିପଦସଂକେତ ଟପିଲା ବନ୍ୟାଜଳ

ଆଖୁଆପଦାରେ ବିପଦସଂକେତ ଟପିଲା ବନ୍ୟାଜଳ

ଯାଜପୁର ଅଫିସ,୧୩।୧୦- ସାମୁଦ୍ରିକ ଝଡ ତିତ୍‌ଲି ପ୍ରଭାବରେ ବୈତରଣୀ ନଦୀର ଆଖୁଆପଦାରେ ବନ୍ୟାଜଳ ବିପଦସଙ୍କେତ ଟପିଛି। ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଜଳ ପତ୍ତନ ୧୮ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଏହାର ବିପଦସଙ୍କେତ ୧୭.୮୩ ମିଟର ରହିଛି।

ହାତୀ ପଲ ଉଜାଡିଲେ ଫସଲ

ନିରାକାରପୁର,୧୩।୧୦(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଟାଙ୍ଗି ଛଣଗିରୀ ପଞ୍ଚାୟତ ଦେଉଳୀ ପାଟଣା ଗ୍ରାମ ଅରାଙ୍ଗ ମୌଜାରେ ଶନିବାର ହାତୀପଲ ପଶି ଧାନ ଫସଲ ନଷ୍ଟ କରିଛନ୍ତି। ହାତୀମାନେ ଧାନ ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରି ଦେଉଥିବା ଗ୍ରାମବାସୀ କହିଛନ୍ତି। 

ଟମାଟୋ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍‌: ଜଣେ ଗୁରୁତର

ଟମାଟୋ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍‌: ଜଣେ ଗୁରୁତର

ଚଣ୍ଡିଖୋଲ, ୧୩।୧୦(ଡି.ଏନ.ଏ): ଯାଜପୁର ଜିଲା ୧୬ ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ କୋରୋଇ ଛକ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍‌ ଡଲଫିନ୍‌ ଏକ ଟମାଟୋ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ରାସ୍ତା ତଳକୁ ଖସି ଯାଇଛି। 

ତିତ୍‌ଲି ପ୍ରଭାବରେ ଚାଷ ଜମି ଜଳମଗ୍ନ, ରାସ୍ତା ଉପରେ ପଡିଲା ଗଛ

ତିତ୍‌ଲି ପ୍ରଭାବରେ ଚାଷ ଜମି ଜଳମଗ୍ନ, ରାସ୍ତା ଉପରେ ପଡିଲା ଗଛ

ଧର୍ମଶାଳା, ୧୩ା୧୦(ଡି.ଏନ୍‌.ଏ.)- ତିତ୍‌ଲି ପ୍ରଭାବରେ  ଲଗାଣ ବର୍ଷା  ଯୋଗୁ  ଧର୍ମଶାଳା ବ୍ଲକର ବହୁ ଚାଷ ଜମିରେ ପାଣି ଜମିରହିଛି।  ଗୁରୁବାର ବ୍ଲକରେ ୧୧୧ ମିମି  ବର୍ଷା ହୋଇଥିବା ବେଳେ ଶୁକ୍ରବାର ସାମାନ୍ୟ କମ୍‌ ଧରଣର  ବର୍ଷା  ହୋଇଥିବା ରେକର୍ଡ କରାଯାଇଛି।  ଲଗାଣ ବର୍ଷା ଯୋଗୁ ଚାଷ ଜମିରେ ପାଣି ଜମି ରହିବା ଫଳରେ ବିରି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବାର ଆଶଙ୍କା  ଦେଖାଦେଇଛି। 

ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ: ରାସ୍ତାକାମକୁ ବନ୍ଦକଲେ ମହିଳା

ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ: ରାସ୍ତାକାମକୁ ବନ୍ଦକଲେ ମହିଳା

କାଳିଆପାଣି, ୧୩ା୧୦(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅଧୀନସ୍ଥ ଦୁଧୁଯୋରୀ ଗ୍ରାମ ପଞ୍ଚାୟତର ମଠ ଛକଠାରୁ ବନ୍ଧଗାଁ ପଞ୍ଚାୟତର  କୌଇଲ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତା କାମ ବିନା ସୂଚନା ଫଳକରେ କରାଯାଉଛି।

ତହସିଲଦାରଙ୍କ ଅନୁକମ୍ପା: ଜଙ୍ଗଲ ଜମିରୁ ବେଆଇନଭାବେ ଚାଲିଛି ମାଟି ଖୋଳା

ତହସିଲଦାରଙ୍କ ଅନୁକମ୍ପା: ଜଙ୍ଗଲ ଜମିରୁ ବେଆଇନଭାବେ ଚାଲିଛି ମାଟି ଖୋଳା

କାଳିଆପାଣି, ୧୩ା୧୦(ଡି.ଏନ୍‌.ଏ.)- ସୁକିନ୍ଦା ତହସିଲ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ମୌଜାରୁ ବେଆଇନଭାବେ ଜଙ୍ଗଲ ଜମିରୁ  ମାଟି ଚାଲାଣ କରାଯାଉଛି। ଫଳରେ ରାଜସ୍ବହାନୀ ହେଉଥିବାବେଳେ ଜଙ୍ଗଲ ଜମି ସହିତ ଜଙ୍ଗଲ ମଧ୍ୟ ନଷ୍ଟ ହେଉଛି ।

ବର୍ଷାରେ ଭାଙ୍ଗିଲା ୩୦ରୁ ଊର୍ଦ୍ଧ୍ୱ ଘର: ରାସ୍ତାରେ ଉପରେ ୩ ଫୁଟର ପାଣି, ୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ବର୍ଷାରେ ଭାଙ୍ଗିଲା ୩୦ରୁ ଊର୍ଦ୍ଧ୍ୱ ଘର: ରାସ୍ତାରେ ଉପରେ ୩ ଫୁଟର ପାଣି, ୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରେଇ,୧୩ା୧୦(ସ୍ବ.ପ୍ର.)- ତିତ୍‌ଲି ପ୍ରଭାବରେ ଲାଗି ରହିଥିବା ବର୍ଷା ଯୋଗୁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ କୋରେଇ ବ୍ଲକରେ ୩୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। 

ଅବ୍ୟବସ୍ଥାରେ ସାହାସପୁର ମହାବିଦ୍ୟାଳୟ: ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ

ଅବ୍ୟବସ୍ଥାରେ ସାହାସପୁର ମହାବିଦ୍ୟାଳୟ: ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ

ବାଲିଚନ୍ଦ୍ରପୁର,୧୩ା୧୦(ସ୍ବ.ପ୍ର.)- ସାହାସପୁର ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିତ୍ବା ବେଳେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ୧୯୭୮ରେ ସ୍ଥାପିତ ହୋଇଥିବା ସାହାସପୁର ମହାବିଦ୍ୟାଳୟ ଯାଜପୁର ଜିଲାର ପୁରାତନ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅନ୍ୟତମ।

ହଜାରୀଙ୍କୁ ମିଳିଲା ସହାୟତା

ହଜାରୀଙ୍କୁ ମିଳିଲା ସହାୟତା

ଦଶପଲ୍ଲା,୧୩ା୧୦( ଡି.ଏନ.ଏ.)- ହଜାରୀ ବେହେରାଙ୍କୁ ଶୁକ୍ରବାର ମିଳିଛି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ନଗଦ ୮ ହଜାର ଟଙ୍କା। ଗତ ୧୧ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ହଜାରୀଙ୍କ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ତହସିଲଦାର ପ୍ରମୋଦ କୁମାର ଦଳବେହେରା ହଜାରୀଙ୍କ ନିକଟରେ ପହଞ୍ଚତ୍ ନଗଦ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୮ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ମରଡପୁର ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଦାବି

ମରଡପୁର ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଦାବି

କେନ୍ଦ୍ରାପଡା ଅଫିସ, ୧୩ା୧୦: କେନ୍ଦ୍ରାପଡା ଜିଲାର କେତେକ ବାତ୍ୟା ଆଶ୍ରୟସ୍ଥଳୀ  ଅସୁରକ୍ଷିତ ହୋଇପଡିଥିବା ବେଳେ ଆଉ କେତେକ  ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। 

ରାଜକନିକାରେ ତିତ୍‌ଲି ପ୍ରଭାବ: ବହୁ ଏକର ଚାଷଜମି ଜଳମଗ୍ନ

ରାଜକନିକାରେ ତିତ୍‌ଲି ପ୍ରଭାବ: ବହୁ ଏକର ଚାଷଜମି ଜଳମଗ୍ନ

ରାଜକନିକା,  ୧୩ା୧୦ ( ଡି.ଏନ୍‌.ଏ.): ରାଜକନିକା ଅଞ୍ଚଳରେ ତିତ୍‌ଲି ପ୍ରଭାବରେ  ୩ ଦିନ ଧରି ଲଗାଣ ବର୍ଷା ହୋଇଛି।  ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।  ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବା ଯୋଗୁ ଲୋକେ ଘରୁ ପଦାକୁ  ବାହାରି ପାରୁନାହାନ୍ତି। ଏଭଳି ଅବସ୍ଥାରେ ବିଜୁଳି କାଟ ଜନସାଧାରଣଙ୍କ ପାଇଁ କାଳ ହୋଇଛି।

ଉଠାଜଳସେଚନ ଅଫିସରେ ଆଣ୍ଠୁଏ ପାଣି

ଉଠାଜଳସେଚନ ଅଫିସରେ ଆଣ୍ଠୁଏ ପାଣି

ପାଟକୁରା, ୧୩ା୧୦ (ଡି.ଏନ୍‌.ଏ.)- ତିତଲି ପ୍ରଭାବରେ ଗରଦପୁର ବ୍ଲକରେ ୨ ଦିନ ହେବ ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ମୂଷଳଧାରରେ ବର୍ଷା ହୋଇଥିଲା।

ବଙ୍ଗୋପସାଗର ସଂଲଗ୍ନ ମହାନଦୀରେ  ଉଚ୍ଚ ଜୁଆର, ନୌକାସେବା ଠପ୍‌

ବଙ୍ଗୋପସାଗର ସଂଲଗ୍ନ ମହାନଦୀରେ ଉଚ୍ଚ ଜୁଆର, ନୌକାସେବା ଠପ୍‌

ମହାକାଳପଡା, ୧୩ା୧୦ (ଡି.ଏନ.ଏ.): ତିତଲି ପ୍ରଭାବରେ ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ଅନ୍ତର୍ଗତ  ବାହାକୁଦଠାରେ ମହାନଦୀ କୂଳ ଲଙ୍ଘିବାକୁ ଆରମ୍ଭ କରିଛି। ଏହା ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରାୟ ୨ମିଟର ଉଚ୍ଚ ଜୁଆର ଉଠୁଛି। ଉଚ୍ଚ ଜୁଆର ଯୋଗୁ ବାହାକୁଦ-ମହାନଦୀ ଫେରିଘାଟରେ ନୌକାସେବା ଠପ୍‌ ହୋଇଯାଇଛି। 

ପ୍ରକୃତି ଦୟାରେ ଚାଲେ ବିଦ୍ୟାଳୟ, ୨୦୦୮ରୁ ଗୋଟିଏ ଦିନ ସମ୍ପୂର୍ଣ୍ଣ ପାଠପଢା ହୋଇନାହିଁ

ପ୍ରକୃତି ଦୟାରେ ଚାଲେ ବିଦ୍ୟାଳୟ, ୨୦୦୮ରୁ ଗୋଟିଏ ଦିନ ସମ୍ପୂର୍ଣ୍ଣ ପାଠପଢା ହୋଇନାହିଁ

ପାରାଦୀପ,୧୩ା୧୦(ସ୍ବ.ପ୍ର.): ଦେଶର ପ୍ରଗତିର ମୁଖଶାଳା କୁହାଯାଉଥିବା ପାରାଦୀପରେ ସର୍ବଶିକ୍ଷା ଯୋଜନା ଅଧୀନରେ ରହିଛି ୧୨ ବିଦ୍ୟାଳୟ। ତେବେ ସେଥିମଧ୍ୟରେ ଏଭଳି ଏକ ବିଦ୍ୟାଳୟ ରହିଛି ଯାହାକି ସମଗ୍ର ବିଶ୍ୱରେ ବିରଳ। ଉକ୍ତ ବିଦ୍ୟାଳୟଟି ହେଉଛି ପାରାଦୀପ ପୌରାଞ୍ଚଳର ୫ନଂ ଓ୍ବାର୍ଡ ବାଲିଝରା ବସ୍ତିରେ ଥିବା ଘୋଲାପଡା ପ୍ରାଥମିକ ବିଦ୍ୟାଳୟ।

୩ ଗଁ।ରେ ୫୩୦ ପରିବାର ଜଳବନ୍ଦୀ

୩ ଗଁ।ରେ ୫୩୦ ପରିବାର ଜଳବନ୍ଦୀ

ଏରସମା,୧୩ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକରେ ତିତ୍‌ଲି ବାତ୍ୟା ଜନିତ ବର୍ଷା ଲୋକଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି। ଏହି ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ୩ ଗଁ। ଜଳବନ୍ଦୀ ହୋଇପଡିଛି। 

ତିତ୍‌ଲି ପରେ ବର୍ଷା ବିତ୍ପାତ, ତଳିଆ ଅଞ୍ଚଳରେ ପାଣି

ତିତ୍‌ଲି ପରେ ବର୍ଷା ବିତ୍ପାତ, ତଳିଆ ଅଞ୍ଚଳରେ ପାଣି

ନାଉଗଁ।,୧୨।୧୦(ସ୍ବ.ପ୍ର.): ତିତଲି ପ୍ରଭାବରେ ବୁଧବାରଠାରୁ ନାଉଗଁ। ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି। ଶୁକ୍ରବାର ଦିନ ତମାମ ବର୍ଷା ଫଳରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡିଥିଲା। ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ହେବା ଦ୍ୱାରା  ଅନେକ କଚ୍ଚା ଘର ଭାଙ୍ଗି ଯାଇଥିବା ଜଣାପଡିଛି। 

ତିତ୍‌ଲି ପ୍ରଭବ: ରାସ୍ତା ଉପରେ ପଡିଲା ଗଛ

ତିତ୍‌ଲି ପ୍ରଭବ: ରାସ୍ତା ଉପରେ ପଡିଲା ଗଛ

ଧର୍ମଶାଳା, ୧୨।୧୦(ଡି.ଏନ୍‌.ଏ.)- ତିତ୍‌ଲି ପ୍ରଭାବରେ  ଲଗାଣ ବର୍ଷା  ଯୋଗୁ  ଧର୍ମଶାଳା ବ୍ଲକର ବହୁ ଚାଷ ଜମିରେ ପାଣି ଜମିରହିଛି । ଗୁରୁବାର ବ୍ଲକରେ ୧୧୧ ମିମି  ବର୍ଷା ହୋଇଥିବା ବେଳେ ଶୁକ୍ରବାର ସାମାନ୍ୟ କମ୍‌ ଧରଣର  ବର୍ଷା  ହୋଇଥିବା ରେକର୍ଡ କରାଯାଇଛି ।

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ବିଞ୍ଝାରପୁର ଗସ୍ତ : ଖରିଫ ଫସଲ କ୍ଷୟକ୍ଷତି ଆକଳନ

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ବିଞ୍ଝାରପୁର ଗସ୍ତ : ଖରିଫ ଫସଲ କ୍ଷୟକ୍ଷତି ଆକଳନ

ବିଞ୍ଝାରପୁର,୧୨।୧୦(ଡି.ଏନ.ଏ)- ରାଜ୍ୟ କୃଷି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ କୃଷି ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଦାସ, ରାଜ୍ୟ ଖାଦ୍ୟ ସରଂକ୍ଷଣ ଅଧିକାରୀ ସଚିଦାନନ୍ଦ ପଣ୍ଡା, ଉପକୃଷି ନିର୍ଦ୍ଦେଶକ ଶରତ ଚନ୍ଦ୍ର ପୃଷ୍ଟି , ଯାଜପୁର କୃଷି ଅଧିକାରୀ ବିମଳ କୁମାର ରପ୍ତାନୀ, ଯାଜପୁର ଖାଦ୍ୟ ସରଂକ୍ଷକ ଶ୍ରୀଧର ଦାସ ପ୍ରମୁଖ ବିଞ୍ଝାରପୁର ଗସ୍ତ କରି ଖରିଫ ଫସଲର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିଥିବା ଜଣାପଡିଛି ।

ଆଶ୍ରମ ସ୍କୁଲ : ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ, ନାହିଁ ପିଇବା ପାଣିର ବ୍ୟବସ୍ଥା

ଆଶ୍ରମ ସ୍କୁଲ : ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ, ନାହିଁ ପିଇବା ପାଣିର ବ୍ୟବସ୍ଥା

ନୂଆଗାଁ,୧୨।୧୦(ଡି.ଏନ.ଏ.)-ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କ ପାଠପଢା ପାଇଁ ସରକାର  ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଛନ୍ତି।  କିନ୍ତୁ ତଦାରଖ ଅଭାବରୁ ଅଧିକାଂଶ ସ୍ଥାନରେ ତାହାର ସୁଫଳ ସମ୍ପୃକ୍ତ ପିଲାମାନଙ୍କୁ ମିଳୁନାହିଁ। 

ବର୍ଷା:ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ବର୍ଷା:ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ଓଡ଼ଗାଁ(ସ୍ବ.ପ୍ର.)/ନୟାଗଡ଼ ଅଫିସ, ୧୨। ୧୦-ଦୁଇଦିନ ଧରି ସାରା ରାଜ୍ୟକୁ ଭୟଭୀତ କରି ରଖିଥିବା ସାମୁଦ୍ରିକ ଝଡ ‘ତିତ୍‌ଲି’ ଦୁର୍ବଳ ହେବାରେ ଲାଗିଛି। ହେଲେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। 

ଧାନ ଫସଲ କ୍ଷତି ହେବା ଆଶଙ୍କାରେ ଚାଷୀ

ଧାନ ଫସଲ କ୍ଷତି ହେବା ଆଶଙ୍କାରେ ଚାଷୀ

ଗଣିଆ,୧୨ା୧୦(ଡି.ଏନ୍‌.ଏ.)- ବାତ୍ୟା ତିତ୍‌ଲି ପ୍ରଭାବରେ  ଗଣିଆ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲ ସବୁ ନଷ୍ଟ ହୋଇଯିବାର ଚାଷୀମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

ଆଶାକର୍ମୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଆଶାକର୍ମୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ମାର୍ଶାଘାଇ,୧୨।୧୦(ଡି.ଏନ.ଏ.)-ବିଭିନ୍ନ ସମସ୍ୟା ମଧ୍ୟରେ ଆଶା କର୍ମୀମାନେ ରହିଛନ୍ତି। ଏ ନେଇ ନିଖିଳ ଉତ୍କଳ ଆଶା କର୍ମୀ ସଂଘ ଶାଖା ମାର୍ଶାଘାଇ ସଂଗଠନ ତରଫରୁ ଶୁକ୍ରବାର ୧୦ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ଜରୀଆରେ ପ୍ରଦାନ କରାଯାଇଛି। 

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରଣପୁର,୧୨।୧୦(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ଲେଖନପୁର ଗ୍ରାମରେ ଶୁକ୍ରବାର ସକାଳେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ଜଗନ୍ନାଥ ନାୟକ(୫୦)।