ଉପକୂଳ ଓଡିଶା

ବିନା ଡାକ୍ତରରେ ଚାଲିଛି ୧୨ ପିଏଚ୍‌ସି

ଯାଜପୁର ଅଫିସ,୬ା୬:ଯାଜପୁର ଜିଲାର ବିକାଶ ହେଉଛି। ଏଠାକାର ଲୋକମାନେ ସବୁପ୍ରକାର ମୌଳିକ ସେବା ପାଇପାରୁଛନ୍ତି ବୋଲି ରାଜନୈତିକ ନେତୃମଣ୍ଡଳୀ ବିଭିନ୍ନସ୍ତରରେ କହି ଚାଲିଛନ୍ତି। ମାତ୍ର ଜିଲାର ସ୍ବାସ୍ଥ୍ୟ ସେବାକୁ ଲକ୍ଷ୍ୟ କଲେ ଏହା କେବଳ ବାହୁସ୍ଫୋଟ ଛଡ଼ା ଆଉ କିଛି ନୁହେଁ ବୋଲି ଅନୁଭବ ହେଉଛି। ଜିଲାରେ ମୋଟ ୧୩୩ ଡାକ୍ତର ପଦବୀ ରହିଥିବାବେଳେ ୯୬ପଦବୀ ଖାଲି ପଡ଼ିଛି। ପୁଣି ଗତ ୯ବର୍ଷ ହେଲା ଆଇସିୟୁ ଅଚଳ ହୋଇପଡିଛି। ଏଭଳି ଭାବରେ ଜିଲା ସଦର ଡାକ୍ତରଖାନା ସମେତ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାକୁ ଅବଲୋକନ କଲେ ଜିଲାର ବିକାଶ କେତେ ତାହା ସ୍ପଷ୍ଟ ମନେ ହୋଇଯାଉଛି।ଯାଜପୁର ସହରର ରାସ୍ତାଘାଟ ଚଉଡ଼ା ହେଉଛି ଓ କୁସୁମା ପୋଖରୀ ସୌନ୍ଦର୍ଯ୍ୟର ଗାଥା କୁହାଯାଉଛି। ହେଲେ ବିଡମ୍ବନା ଯେ, ଯାଜପୁର ସହରରେ ଥିବା ଜିଲା ମୁଖ୍ୟ ଚିକିସତ୍ାଳୟରେ ୬୩ ଡାକ୍ତର ପଦବୀରୁ ମାତ୍ର ୧୧ଜଣ ଡାକ୍ତର ଥିବା ଜଣାପଡିଛି। ତେବେ ଜିଲା ବାହାରୁ ୭ଜଣ ଓ ଜିଲାର ବିଭିନ୍ନ ଚିକିତ୍ସାଳୟରୁ ଆଉ ୪ଜଣ ଡାକ୍ତର ପର୍ଯ୍ୟାୟକ୍ରମେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ରୋଗୀମାନଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଜିଲାର ୧୨ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଆଦୌ ଡାକ୍ତର ନ ଥିବା ସରକାରୀ ତଥ୍ୟରୁ ଜାଣିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଜିଲାର ହଳଦୀଢିଅ, ବରୀ ଶହୀଦ ପୀଠ, ବାରଖାଇ, ଡୁବୁରି, ଉତ୍ତଙ୍ଗରା, ହାତିବାରି, ଅହିୟାସ, କୟାଁଗୋଲା, ଅରାବଳ, ଗଡ଼ମଧୁପୁର, ରାମଚନ୍ଦ୍ରପୁର ଓ ଆଦମପୁର ପ୍ରାଥମିକ ଚିକିସତ୍ାକେନ୍ଦ୍ର(ପିଏଚ୍‌ସି)ରେ କେହି ଡାକ୍ତର ନାହାନ୍ତି।

ଖଣି ଅଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା

ଖଣି ଅଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା

କାଳିଆପାଣି,୬ା୬(ଡି.ଏନ୍‌.ଏ):ଓଡ଼ିଶା ଖଣି ନିଗମ ଦ୍ୱାରା ପରିଚାଳିତ ଦକ୍ଷିଣ କାଳିଆପାଣି ଖଣିରେ କୌଣସି ସୁବିଧା ନ ଥିବାରୁ କ୍ରୋମାଇଟ ଲୋଡ଼ିଂ କରିବାକୁ ଆସୁଥିବା ଡ୍ରାଇଭର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଖଣି ଅଞ୍ଚଳରେ ଥିବା ଶ୍ରମିକ ଆବଶ୍ୟକତାଠାରୁ ଅଧିକ କ୍ରେମାଇଟ ଲୋଡିଂ କରିଦେଇଥିଲେ। ଫଳରେ ଡ୍ରାଇଭର ଜଣକ କଣ୍ଟାରେ ଓଜନ କରି ପୁନଶ୍ଚ ଅନଲୋଡ଼ କରିବାକୁ ଆସିଥିଲେ। କେହି ହେଲପର୍‌ ନ ଥିବାରୁ ଡ୍ରାଇଭର ଏକା ଅନଲୋଡ଼ କରିଥିଲେ। ଫଳରେ ଅଧିକ ଗୁଳଗୁଳି ଯୋଗୁ ବେହୋସ ହୋଇ ଡ୍ରାଇଭର ଟ୍ରକ୍‌ ଡାଲାରୁ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଟ୍ରକ୍‌ ଡ୍ରାଇଭର ତାଙ୍କୁ ଟାଟା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ନେଇ ଟ୍ରକ୍‌ ଡ୍ରାଇଭରମାନେ ୩ ଘଣ୍ଟା ଖଣିରୁ କ୍ରେମାଇଟ୍‌ ପରିବହନ ଠପ କରିଦେବା ସହ ମୁଖ୍ୟ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଖଣି ଭିତରକୁ କ୍ରୋମାଇଟ ଲୋଡିଂ କରିବାକୁ ଯାଉଥିବା ଡ୍ରାଇଭରଙ୍କୁ ଖଣି ନିଗମ ପକ୍ଷରୁ ପାନୀୟ ଜଳ, ବିଶ୍ରାମାଗାର, କ୍ୟାଣ୍ଟିନ ଆଦି ସୁବିଧା ଯୋଗାଇ ଦିଆଯାଉ ନାହଁି।

ବେଧଡ଼କ ଚାଲିଛି ଓଭରଲୋଡିଂ ମାଲ ପରିବହନ

ଚଣ୍ଡିଖୋଲ,୬ା୬(ଡି.ଏନ.ଏ):୧୬ନଂ, ୫୩ ନଂ, ୫ନଂ (କ) ଭଳି ୩ ଜାତୀୟ ରାଜପଥର ସଙ୍ଗମସ୍ଥଳ ଚଣ୍ଡିଖୋଲ ଛକ। ଏହି ରାଜପଥରେ ଠିକର କମ୍ପାନୀ ଗାଡ଼ିଗୁଡ଼ିକ ମାଲ ପରିବହନ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁି। ସରକାରୀ ନିୟମ ଅନୁଯାୟୀ, ୧୦ଚକିଆ ହାଇଓ୍ବାରେ ୧୬ଟନ ୫୦୦ଓଜନର ମାଲ ପରିବହନ କରିବାର ନିୟମ ରହିଛି। କିନ୍ତୁ ବଡ଼ ବଡ଼ ଠିକା କମ୍ପାନୀ ଗାଡ଼ିଗୁଡ଼ିକ ଏହି ନିୟମକୁ ଉଲ୍ଲଂଘନ କରି ୨୦ରୁ ୨୮ଟନ ମାଲ ପରିବହନ କରୁଛନ୍ତି। ଏପରିକି ଜାତୀୟ ରାଜପଥ ତନଖି ସମୟରେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏହି ଗାଡ଼ିଗୁଡ଼ିକୁ ଧରିବାକୁ ସାହସ କରୁନାହାନ୍ତି ବୋଲି କେତେକ ଟ୍ରକ ମାଲିକ ଅଭିଯୋଗ କରିଛନ୍ତି। ମାଲ ପରିବହନ ସମୟରେ ସମ୍ପୂର୍ଣ୍ଣ ପାଲ ଘୋଡାଇ ରାସ୍ତାରେ ନେବାର ନିୟମ ଥିବାବେଳେ ଏହାକୁ ମଧ୍ୟ ଅଣଦେଖା କରାଯାଉଛି। ହେଲେ ଯିଏ ଗୋଟିଏ କିମ୍ବା ଦୁଇଟି ଟ୍ରକ୍‌ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି, ବିଭାଗ ପକ୍ଷରୁ ସେମାନଙ୍କ ଉପରେ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉଛି।

ଜଳ ଯୋଗାଣ କର୍ମଚାରୀ ସଂଘର ଗଣଧାରଣା

ଜଳ ଯୋଗାଣ କର୍ମଚାରୀ ସଂଘର ଗଣଧାରଣା

କେନ୍ଦ୍ରାପଡା ଅଫିସ,୫।୬-ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ କେନ୍ଦ୍ରାପଡା ଜିଲା ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯାଇଥିଲା।

ଶ୍ରୀଜୀଉଙ୍କ ମନ୍ଦିର ହୁଣ୍ଡିରୁ ୩ ଲକ୍ଷ ଟଙ୍କା ଆୟ

କେନ୍ଦ୍ରାପଡା ଅଫିସ,୫୬-ଇଚ୍ଛାପୁରସ୍ଥ ଶ୍ରୀ ବଳଦେବଜୀଉ ମନ୍ଦିରର ଜଗମୋହନ ହୁଣ୍ଡି ଗତ ୧ ତାରିଖରେ ଖୋଲାଯାଇଛି ।

ବୁଦାମୁଳରୁ ଉଦ୍ଧାର ହେଲା ପୁଣି ଏକ ସଦ୍ୟଜାତ ଶିଶୁ କନ୍ୟା

ଧର୍ମଶାଳା, ୫।୬(ଡି.ଏନ୍‌.ଏ)- ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାଲେପୁର ଗ୍ରାମର ଏକ ବାଉଁଶ ବୁଦାମୂଳରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗତ ବର୍ଷ ଧର୍ମଶାଳା ବ୍ଳକର ଜେନାପୁର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରୁ ଏକ ସଦ୍ୟଜାତ କନ୍ୟାକୁ ନିକଟସ୍ଥ ଏକ ଖତ ଗଦାରୁ ଉଦ୍ଧାର କରାଯାଇଥିଲା।

ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ରଣପୁର,୫।୬(ସ୍ବ.ପ୍ର.)- ନାବାଳିକା ଓ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ, ହିଂସାକାଣ୍ଡକୁ ପ୍ରତିହିତ କରିବା ପାଇଁ ପୋଲିସ ବିଭାଗ ତରଫରୁ ବୁଲାଯାଉଛି ପରୀ ରଥ। ହେଲେ ଏଥିରେ ଲୋକଙ୍କ ମାନସିକତାର କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ନୟାଗଡ଼ ଜିଲା ଚାନ୍ଦପୁର ଅଞ୍ଚଳରେ ସୋମବାର ଜଣେ ବାଳିକାଙ୍କୁ ବଳାକତ୍।ର କରାଯାଇଥିବାବେଳେ

ବିଶ୍ୱ ପରିବେଶ ଦିବସ

ନୟାଗଡ଼ ଅଫିସ,୫ା୬- ନୟାଗଡର ବିଭିନ୍ନ ଅନୁଷ୍ଠାନ ତରଫରୁ ମଙ୍ଗଳବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଶେଷ କରି ପ୍ଲାଷ୍ଟିକ୍‌ ଜିନିଷକୁ ବର୍ଜନ କରିବା ସହିତ ପ୍ରତିବର୍ଷ ଜଣେ ବ୍ୟକ୍ତି ଗୋଟିଏ ଗଛ ଲଗାଇବା ଦରକାର ବୋଲି ବିଭିନ୍ନ ସ୍ଥାନରେ ଯୋଗ ଦେଇଥିବା ଅତିଥିମାନେ ମତ ଦେଇଥିଲେ।

ବିଦ୍ୟୁତ୍‌ ଆଘାତରେ ଜଣେ ମୃତ

ବିଦ୍ୟୁତ୍‌ ଆଘାତରେ ଜଣେ ମୃତ

ନୂଆଗାଁ, ୫।୬(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ବାରଘରିଆ ଗ୍ରାମରେ ମଙ୍ଗଳବାର ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶ୍ୟାମ ସୁନ୍ଦର ନାୟକ(୫୦)।

ଡାକସେବକଙ୍କ ଧର୍ମଘଟ ଯୋଗୁ ପୋଷ୍ଟାଲରେ ଗଦା ହେଉଛି ଚିଠିପତ୍ର

ରାଜନଗର,୫।୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ୭ମ ବେତନ କମିଶନର ଲାଗୁ ନେଇ ସାରା ଭାରତରେ ଡାକସେବକଙ୍କ ପକ୍ଷରୁ ଦୀର୍ଘ ଦିନ ହେବ ଧର୍ମଘଟ ଚାଲିଛି। ଫଳରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୧୦ଟି ଡାକଘର ଓ ଗୋଟିଏ ଉପଡାକଘରେ ତାଲା ଝୁଲୁଛି।

ମୁଳିସିଂ ଏଟିଏମ୍‌ ଲୁଟ୍‌ ମାମଲା: ୪ ଆନ୍ତରାଜ୍ୟ ଲୁଟେରା ଗିରଫ, ୨.୫ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ମୁଳିସିଂ ଏଟିଏମ୍‌ ଲୁଟ୍‌ ମାମଲା: ୪ ଆନ୍ତରାଜ୍ୟ ଲୁଟେରା ଗିରଫ, ୨.୫ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଜଗତସିଂହପୁର ଅଫିସ, ୫ା୬: ମେ’ ୧୨ ତାରିଖରେ ତିର୍ତ୍ତୋଲ ଥାନା ମୁଳିସିଂସ୍ଥିତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ ଘଟଣାରେ ପୋଲିସ ପର୍ଦ୍ଦାଫାଶ କରିଛି। ତିର୍ତ୍ତୋଲ ଥାନା ଛପଡ଼ାର ସିଲୁ ଓରଫ ଅସିତ କାଣ୍ଡି(୨୩)ଙ୍କୁ ଅସ୍ତ୍ର କରି ପୋଲିସ ଲୁଟ୍‌ ଘଟଣାର ପର୍ଦ୍ଦା ଫାସ୍‌ କରିଛି।

ଡୁବୁରୀ ଛକରେ ଜୁଏଲେରୀ ଦୋକାନୀଙ୍କୁ ମରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଡୁବୁରୀ ଛକରେ ଜୁଏଲେରୀ ଦୋକାନୀଙ୍କୁ ମରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଡୁବୁରୀ,୫ା୬(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଛକରେ ଜଣେ ଜୁଏଲାରୀ ବ୍ୟବସାୟୀଙ୍କ ଉପରେ ସୋମବାର ବିଳମ୍ବିତ ରାତିରେ ମାରଣାନ୍ତକ ଆକ୍ରମଣ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ରାତି ୧୧ଟାରେ ୩ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ମାଲିକ ହାତିରାମ ରାଣାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ।

ଗଛ ଲଗାଇଲେ, ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ

ଗଛ ଲଗାଇଲେ, ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ

ରାଜନଗର,୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ମାଟିଆ ମଙ୍ଗଳା ପୀଠରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଯୁବ ଛାତ୍ରୀଛାତ୍ର ଓ ବରିଷ୍ଠ ନାଗରିକମାନେ ନିଆରା ଢଙ୍ଗରେ ଏହାକୁ ପାଳନ କରିଛନ୍ତି।

ଗଞ୍ଜେଇ ବୋଝେଇ କାର୍‌ ଦୁର୍ଘଟଣାଗ୍ରସ୍ତ

ଗଞ୍ଜେଇ ବୋଝେଇ କାର୍‌ ଦୁର୍ଘଟଣାଗ୍ରସ୍ତ

ଯାଜପୁର ଅଫିସ,୫।୬: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବିଲିପଦା ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କୁଆଖିଆ ପୋଲିସ ଗଞ୍ଜେଇ ସହ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି।

କନ୍ୟା କିରଣ କାର୍ଯ୍ୟକ୍ରମ ଆରମ୍ଭ

ଦଶପଲ୍ଲା,୫ା୬(ଡି.ଏନ୍‌.ଏ.)- ରାଜ୍ୟ ସଭା ସଦସ୍ୟ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରବିବାର ଦଶପଲ୍ଲାଠାରେ କନ୍ୟା କିରଣ ସଚେତନତା କର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ବ୍ଲକ ସଭାଗୃହରେ ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଡିଓ ଦେବୀପ୍ରସାଦ ମହାନ୍ତିଙ୍କ ଉପସ୍ଥିତିରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା  ନାହିଁ ଆବଶ୍ୟକ ଅନୁସାରେ ପଙ୍ଖା

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନାହିଁ ଆବଶ୍ୟକ ଅନୁସାରେ ପଙ୍ଖା

ନୟାଗଡ଼ ଅଫିସ,୫ା୬- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସମ୍ପ୍ରତି ଗ୍ରୀଷ୍ମ ସମୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଆବଶ୍ୟକ ଅନୁସାରେ ପଙ୍ଖା ନାହିଁ। ଫଳରେ ରୋଗୀଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ରୋଗୀମାନେ ଗରମ ଓ ଗୁଳୁଗୁଳିରେ ଶିଝୁଥିବା ଦେଖିବାକୁ ମିଳୁଛି। କେବଳ ଯେ ୱାର୍ଡ଼ରେ ଏହି ଅବ୍ୟବସ୍ଥା ତା’ ନୁହେଁ। କ୍ୟାବିନ୍‌ରେ ମଧ୍ୟ ସମାନ ଅବସ୍ଥା।

ସିମେଣ୍ଟ ରଡ ଦୋକାନୀଙ୍କ ଠାରୁ ଠକେଇ ଠକଙ୍କ ସିସିଟିଭି ଫଟୋ ଜାରିକଲା ପୋଲିସ

ସିମେଣ୍ଟ ରଡ ଦୋକାନୀଙ୍କ ଠାରୁ ଠକେଇ ଠକଙ୍କ ସିସିଟିଭି ଫଟୋ ଜାରିକଲା ପୋଲିସ

ରଣପୁର,୫।୬(ସ୍ବ.ପ୍ର.)-ବିଭିନ୍ନ ସମୟରେ ରଣପୁର ତଥା ଅନ୍ୟ ଅଞ୍ଚଳରେ ଥିବା ସିମେଣ୍ଟ ରଡ ଦୋକାନ ମାନଙ୍କରୁ ଅଭିନବ ଉପାୟରେ ଠକେଇ କରାଯାଉଛି। ଦୋକାନ ମାଲିକଙ୍କୁ ଅପରିଚିତ ବ୍ୟକ୍ତି ତଥା ଠକ ମାନେ ମଧୁର କଥାରେ ବିଶ୍ୱାସ ଜନ୍ମାଇ ନିର୍ଦ୍ଦିଷ୍ଟ ଠିକଣାରେ ସିମେଣ୍ଟ, ରଡ ଲୋଡ କରିବାକୁ କହି ଟଙ୍କା ନ ଦେଇ ଛୁ ମାରୁଛନ୍ତି।

ପ୍ରାଣୀଧନ ଚିକିତ୍ସକଙ୍କ ଘରୋଇ ଚିକିତ୍ସାପ୍ରୀତି

ରାଜକନିକା, ୫।୬ (ଡି.ଏନ୍‌.ଏ.) ପ୍ରାଣୀ ଧନ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଗ୍ରାମଗୁଡିକରେ ଏସବୁ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ। ପ୍ରାଣୀ ଚିକିତ୍ସାକେନ୍ଦ୍ରଗୁଡିକର ମନମୁଖି କାର୍ଯ୍ୟ ଓ ଅଧିକାରୀମାନଙ୍କ ଅବହେଳା ଯୋଗୁ ଗୋଚାଷୀମାନେ ଏସବୁ ଯୋଜନାର ଲାଭ ଉଠାଇ ପାରୁ ନ ଥିବା ଅଭିଯୋଗ ହୋଇଛି।

ଭାଜପାର ପ୍ରତୀକ ଧାରଣା ସ୍ଥଗିତ

ଭାଜପାର ପ୍ରତୀକ ଧାରଣା ସ୍ଥଗିତ

ପଟ୍ଟାମୁଣ୍ଡାଇ, ୫।୬(ସ୍ବ.ପ୍ର.) ପଟ୍ଟାମୁଣ୍ଡାଇଠାରେ ରାଜସ୍ବ ସବ୍‌ ଡିଭିଜନ୍‌ ପ୍ରତିଷ୍ଠା ଦାବିରେ ଭାଜପା ପକ୍ଷରୁ ତହସିଲ ଆଗରେ ଶୁକ୍ରବାରଠାରୁ ଚାଲିଥିବା ୭ଦିନିଆ ପ୍ରତୀକ ଧାରଣା ସୋମବାର ସ୍ଥଗିତ ରଖାଯାଇଛି। ନିକଟ ଭବିଷ୍ୟତରେ ଓଡ଼ିଶାରେ ନୂତନ ସବୁ ଡିଭିଜନ୍‌ ପ୍ରତିଷ୍ଠା କରାଯିବାର କୌଣସି କାର୍ଯ୍ୟକ୍ରମ ନାହିଁ।

ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ

ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ, ୫।୬ ବିବିଧ ସମ୍ପଦରେ ଭରପୂର ଭିତରକନିକା। କେବଳ ରଙ୍ଗବେରଙ୍ଗ ପକ୍ଷୀ, ବିରଳ ସାମୁଦ୍ରିକ କଇଁଛ କି ବଉଳା କୁମ୍ଭୀର ନୁହେଁ, ପର୍ଯ୍ୟଟକ ଓ ଗବେଷକଙ୍କୁ ଏହା ମଧ୍ୟରେ ଥିବା ଔଷଧୀୟ ଗୁଳ୍ମଠାରୁ ଆରମ୍ଭ କରି ଲୁଣା ଜଙ୍ଗଲ ସର୍ବଦା ଆକୃଷ୍ଟ କରିଆସିଛି।

ମୁକୁନ୍ଦପୁର ସୁସ୍ଥ ପଞ୍ଚାୟତ

ମୁକୁନ୍ଦପୁର ସୁସ୍ଥ ପଞ୍ଚାୟତ

ଡେରାବିଶ, ୫।୬ (ସ୍ବ.ପ୍ର.) ଡେରାବିଶ ବ୍ଲକ ମୁକୁନ୍ଦପୁର ପଞ୍ଚାୟତକୁ ଜିଲାର ଉତ୍ତମ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଛି। ଏ ନେଇ ରବିବାର ସ୍ଥାନୀୟ ସରପଞ୍ଚ ଯୋଗାନନ୍ଦ ମହାନ୍ତିଙ୍କୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପୁରସ୍କୃତ କରିଛନ୍ତି।

ଶୀତତାପ ନିୟନ୍ତ୍ରିତ କୋଠରିରେ କାର୍ଯ୍ୟକ୍ରମକୁ ବିରୋଧ

ଶୀତତାପ ନିୟନ୍ତ୍ରିତ କୋଠରିରେ କାର୍ଯ୍ୟକ୍ରମକୁ ବିରୋଧ

ରାଜନଗର, ୫।୬(ଡି.ଏନ୍‌.ଏ.) ଆଜି ବିଶ୍ୱ ପରିବେଶ ଦିବସ। ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳନ କରିବା ଲାଗି ପ୍ରସ୍ତୁତି ଚାଲିଛି। ଭିତରକନିକା ଜାତୀୟ ଉଦ୍ୟାନର ସୁରକ୍ଷା ଦାୟିତ୍ୱରେ ଥିବା ରାଜନଗର ବନବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବନ୍ଦ ହେଲା କାମ, ଜବତ ହେଲାନି ମେଶିନ

ରସୁଲପୁର,୫ା୬(ଡିଏନଏ)ଏହି ବ୍ଲକ ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ସୁଆଁସାହି ଗ୍ରାମର ଏକ ମୂଲ୍ୟବାନ ମଠ ଜମି ଉପରେ ଜଳ ବିଭାଜିକା ବିଭାଗ ପକ୍ଷରୁ ପୋଖରୀ ଖନନ କରାଯାଉଛି। ଏଠାରେ ପୋଖରୀ ଖୋଳି ଜଳ ବିଭାଜିକା ବିଭାଗ ପୁଣି ଚର୍ଚ୍ଚାକୁ ଆସିଛି।

୭ ନଳକୂପ ପ୍ରକଳ୍ପ ସ୍ଥାନାନ୍ତର ନେଇ ଅସନ୍ତୋଷ

ଯାଜପୁର ଅଫିସ,୫ା୬ ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଲଘୁ ଖଣିଜ ଦ୍ରବ୍ୟ ଲୁଟ ପାଇଁ ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ପ୍ରାକୃତିକ ସମ୍ପଦରେ ଭରପୁର କଳାପଥର ଓ ବାଲି ଖାଦାନରୁ ବାର୍ଷିକ କୋଟି କୋଟି ଟଙ୍କା ଆଦାୟ କରାଯାଉଛି। ସେଥିରୁ ପ୍ରାୟ ୨୦ ଭାଗ ଅର୍ଥ ନିର୍ବାଚନରେ ଖର୍ଚ୍ଚ ହେଉଛି। ଅନ୍ୟପକ୍ଷରେ ଏହି ଅଞ୍ଚଳର ମୁଖ୍ୟତଃ ପାନୀୟ ସମସ୍ୟା ଦୂର କରିବାରେ ଲୋକ ପ୍ରତିନିଧି ବିଫଳ ହୋଇଛନ୍ତି।