ଉପକୂଳ ଓଡିଶା

ନିର୍ମାଣ ଶ୍ରମିକ ସଂଘର ଗଣଧାରଣା

ନିର୍ମାଣ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରାପଡା ଅଫିସ, ୧୪।୧୧-ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ  ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା । 

ଚଉରା ପାଇଁ ଯୁବକଙ୍କୁ ଭୂଜାଲି ମାଡ

ଚଉରା ପାଇଁ ଯୁବକଙ୍କୁ ଭୂଜାଲି ମାଡ

କେନ୍ଦ୍ରାପଡା ଅଫିସ, ୧୪।୧୧-ବୁଧବାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକଙ୍କ ଘରେ ଏକ ଚଉରା ନିର୍ମାଣକୁ ନେଇ  ତାଙ୍କ ପୁଅ ସୁଶାନ୍ତ(୩୧)ଙ୍କୁ ଭୂଜାଲି ମାଡ ହୋଇଛି ।

ଶିଶୁ ଦିବସ ପାଳିତ

ମାର୍ଶାଘାଇ,୧୪।୧୧(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୁଧବାର ଶିଶୁ ଦିବସ ପାଳିତ ହୋଇଯାଇଛି । 

ପଟ୍ଟାମୁଣ୍ଡାଇ ସବ୍‌ ଡିଭିଜନ ଘୋଷଣା ଦାବି ଜୋର ଧରିଲା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବୁଧବାର  ଆବାହକ କ୍ଷୀରୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

ମହାକାଳପଡା,୧୪।୧୧(ଡି.ଏନ.ଏ.)-ସ୍ଥାନୀୟ ବତୀଘର ପଞ୍ଚାୟତର ବତୀଘରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ମହାକାଳପଡା ବନାଞ୍ଚଳ ପକ୍ଷରୁ ବୁଧବାର ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର-୨୦୧୮ ଅନୁଷ୍ଠିତ ହୋଇଯାଇଛି ।

ଆଳିରେ କଂଗ୍ରେସର କର୍ମୀ ସମ୍ମିଳନୀ

ଆଳିରେ କଂଗ୍ରେସର କର୍ମୀ ସମ୍ମିଳନୀ

ଆଳି,୧୪।୧୧(ଡି.ଏନ.ଏ.)-ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗ୍ରାମ ପଞ୍ଚାୟତର ଦହିସାହି ଯଜ୍ଞ ପଡିଆଠାରେ ୩ ନଂ ଜୋନ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକୋତ୍ସବ: ଅବସରପ୍ରାପ୍ତ ୧୩ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ନିଗମ ମଣ୍ଡପଠାରେ ୩୬ ତମ ବାର୍ଷିକୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । 

ସମିତି ସଭ୍ୟଙ୍କ ବିରୋଧରେ ବିଲିକଣା ପଞ୍ଚାୟତବାସୀ ଏକାଠି :  ପଟ୍ଟାମୁଣ୍ଡାଇ ବ୍ଲକ ଆଗରେ ଗଣଧାରଣା

ସମିତି ସଭ୍ୟଙ୍କ ବିରୋଧରେ ବିଲିକଣା ପଞ୍ଚାୟତବାସୀ ଏକାଠି : ପଟ୍ଟାମୁଣ୍ଡାଇ ବ୍ଲକ ଆଗରେ ଗଣଧାରଣା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ପଣ୍ଡାଙ୍କ ମନୋମୁଖି କାର୍ଯ୍ୟକୁ ବିରୋଧ କରି ପଞ୍ଚାୟତବାସୀଙ୍କ ପକ୍ଷରୁ ମଙ୍ଗଳବାର ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।

ଦୀର୍ଘ ୨୦ ଘଣ୍ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ  ଉଠିଲା ମୃତଦେହ: ସ୍ବାମୀଙ୍କ ସତ୍କାର ପାଇଁ ଗାମୁଛା ପାରି ଭିକ୍ଷା ମାଗିଲେ ସ୍ତ୍ରୀ

ଦୀର୍ଘ ୨୦ ଘଣ୍ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ ଉଠିଲା ମୃତଦେହ: ସ୍ବାମୀଙ୍କ ସତ୍କାର ପାଇଁ ଗାମୁଛା ପାରି ଭିକ୍ଷା ମାଗିଲେ ସ୍ତ୍ରୀ

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଙ୍ଗରାଇ ମୁଣ୍ଡା (୫୪) ନାମକ ଜଣେ ଦିନ ମଜୁରିଆଙ୍କ ମୃତଦେହ ଦୀର୍ଘ ୨୦ ଘଣ୍ଟା ପରେ ଉଠାଯାଇଛି ।

ଟ୍ରକକୁ ପଛରୁ ଧକ୍କା ଦେଲା ମିଟି ଟ୍ରକ: ୨ମୃତ, ୧ ଗୁରୁତର

ଟ୍ରକକୁ ପଛରୁ ଧକ୍କା ଦେଲା ମିଟି ଟ୍ରକ: ୨ମୃତ, ୧ ଗୁରୁତର

ରଣପୁର,୧୪।୧୧(ଡି.ଏନ୍‌.ଏ.): ନୟାଗଡ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ  କନ୍ଧ ନୟାଗଡ଼ ଛକରେ ବୁଧବାର ସକାଳେ ଥୁଆ ହୋଇଥିବା ଟ୍ରକ୍‌କୁ ପଛରୁ ଏକ ୪୦୭ ଗାଡ଼ି ଧକ୍କା ଦେଇଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଗୁରୁତର ଆହତ ହୋଇଛନ୍ତି। 

ସଡ଼କ ଦୁର୍ଘଟଣାରେ ୨ ଆହତ

ଓଡ଼ଗାଁ,୧୪ା୧୧(ସ୍ବ.ପ୍ର.)-ଓଡ଼ଗାଁ ଥାନା କାପ୍ତାପଲ୍ଲୀ ପଞ୍ଚାୟତସ୍ଥ ଓଡ଼କପା ଗ୍ରାମ ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।  

ଖଣ୍ଡପଡ଼ା ତହସିଲଦାରଙ୍କ ନୀଳମାଧବ ମନ୍ଦିର ପରିଦର୍ଶନ

ଖଣ୍ଡପଡ଼ା ତହସିଲଦାରଙ୍କ ନୀଳମାଧବ ମନ୍ଦିର ପରିଦର୍ଶନ

ଖଣ୍ଡପଡ଼ା,୧୪ା୧୧(ସ୍ବ.ପ୍ର.)-ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭଶ୍ରୀ ରଥ ମଙ୍ଗଳବାର ଅପରାହ୍ନରେ ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ପୂଜକମାନଙ୍କଠାରୁ ଅବଗତ ହୋଇଥିଲେ। 

ନଦୀକୂଳ ଡମ୍ପିିଂ ପ୍ୟାକିଂ ଖସୁଛି: କଣ୍ଟିଲୋ ପ୍ରତି ବଢ଼ୁଛି ବିପଦ ଆଶଙ୍କା

ନଦୀକୂଳ ଡମ୍ପିିଂ ପ୍ୟାକିଂ ଖସୁଛି: କଣ୍ଟିଲୋ ପ୍ରତି ବଢ଼ୁଛି ବିପଦ ଆଶଙ୍କା

ଖଣ୍ଡପଡ଼ା,୧୪ା୧୧(ସ୍ବ.ପ୍ର.)-ପ୍ରତିବର୍ଷ ବନ୍ୟାର ପ୍ରକୋପରୁ ରକ୍ଷା କରିବା ତଥା ନଦୀକୂଳକୁ ସୁଦୃଢ଼ କରିବାକୁ ବହୁବର୍ଷ ପୂର୍ବେ କଣ୍ଟିଲୋରେ ନିର୍ମାଣ କରାଯାଇଥିଲା ପଥର ପ୍ୟାକିଂ ଓ ଡମ୍ପିଂ। ସମ୍ପ୍ରତି ବନ୍ୟା ସମୟରେ ଏହା ଭୁଶୁଡି ପଡୁଥିବା ଦୃଷ୍ଟିଗୋଚର ହୋଇଛି।

୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା : ଦୁର୍ଘଟଣାରେ ଗଲା ଆଉ ଏକ ଜୀବନ

ଡୁବୁରୀ/କଳିଙ୍ଗନଗର,୧୪|୧୧ା(ଡିଏନଏ)- ଡୁବୁରୀ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ବାଘବାହାଳି ଛକ ନିକଟରେ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଛି। 

ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ୨ୟ ଦିନରେ ଗଣଧାରଣା

ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ୨ୟ ଦିନରେ ଗଣଧାରଣା

କୋରେଇ,୧୪ା୧୧(ସ୍ବ.ପ୍ର.)- ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ମଙ୍ଗଳବାର  ୨ୟ ଦିନରେ ପହଞ୍ଚିିଛି| 

ପୂଜା ମଣ୍ଡପ ବୁଲିଲେ ଜିଲାପାଳ, ଏସ୍‌ପି

ପୂଜା ମଣ୍ଡପ ବୁଲିଲେ ଜିଲାପାଳ, ଏସ୍‌ପି

ଯାଜପୁରରୋଡ,୧୪ା୧୧(ନି.ପ୍ର.)- ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ଏସ୍‌ପି ଚରଣ ସିଂ ମୀନା ମଙ୍ଗଳବାର ଯାଜପୁରରୋଡର ବିଭିନ୍ନ କାଳୀପୂଜା ମଣ୍ଡପ ବୁଲି ଦେଖିଥିଲେ। ଯାଜପୁର ସହରର ଗଣପର୍ବ ହେଉଛି କାଳୀପୂଜା|

ଯାଜପୁର ୟୁଥ ଫୋରମ୍‌ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଯାଜପୁର ୟୁଥ ଫୋରମ୍‌ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

କୋରେଇ,୧୪ା୧୧(ସ୍ବ.ପ୍ର.)- ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଯାଜପୁର ୟୁଥ ଫୋରମ ପକ୍ଷରୁ ମଙ୍ଗଳବାର କୋରେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି| 

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ : ମରାମତି ଅଭାବରୁ ବଢୁଛି ଦୁର୍ଘଟଣା

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ : ମରାମତି ଅଭାବରୁ ବଢୁଛି ଦୁର୍ଘଟଣା

ଚଣ୍ଡିଖୋଲ,୧୪ା୧୧(ଡି.ଏନ.ଏ.)-  ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ମରାମତି ଅଭାବରୁ ଖାଲଖମା ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି। ଗତ ୧୫ ଦିନ ମଧ୍ୟରେ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇ ଚିକିତ୍ସିତ  ହେଉଛନ୍ତି। 

ଏ ଥାନାରେ ଗଣ୍ଡଗୋଳ, ସେ ଥାନାରେ ଅଭିଯୋଗ

ଏ ଥାନାରେ ଗଣ୍ଡଗୋଳ, ସେ ଥାନାରେ ଅଭିଯୋଗ

ପାରାଦୀପ,୧୪ା୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୫ଟି ଥାନା କାର୍ଯ୍ୟ କରୁଛି। ତେବେ ଉକ୍ତ ୫ ଥାନାର ସୀମା ଏବେ ସୁଦ୍ଧା ଠିକ୍‌ ଭାବେ ନିର୍ଦ୍ଧାରଣ କରାଯାଇନାହିଁ। ଏଥିପାଇଁ ଅଧିକାଂଶ ସମୟରେ ବିବାଦ ମୁଣ୍ଡ ଟେକୁଛି। ମଜାଦାର ଘଟଣା ହେଲା ଗୋଟିଏ ଥାନା ପରିସରରେ ଆଉ ଏକ ଥାନା ରହିଛି। ତେଣୁ ଉକ୍ତ ଥାନା ପରିସରରେ ଗଣ୍ଡଗୋଳ ହେଲେ ଅନ୍ୟ ଥାନାରେ ଅଭିଯୋଗ କରିବାକୁ ପଡୁଛି। 

ପାରାଦୀପରେ ବିଜେଡିର ପଦଯାତ୍ରା ସମାବେଶ: ନେତା ଚୟନ ଶେଷ, ଘୋଷଣା ବାକି

ପାରାଦୀପରେ ବିଜେଡିର ପଦଯାତ୍ରା ସମାବେଶ: ନେତା ଚୟନ ଶେଷ, ଘୋଷଣା ବାକି

ପାରାଦୀପ,୧୪ା୧୧(ସ୍ବ.ପ୍ର.): ବିଧାୟକ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ମଙ୍ଗଳବାର ପ୍ରଥମଥର ପାଇଁ ପାରାଦୀପରେ ବିଜେଡିର ଏକ ବିରାଟ ସମାବେଶ କରାଯାଇଛି। ଦାମ ନୂତନ ଦଳ ଗଠନ କରିବା ସମ୍ପର୍କରେ ଘୋଷଣା କରିବାର ୩ ଦିନ ପରେ ବିଜେଡି ତାଙ୍କୁ ପଦଯାତ୍ରା ମହାସମାବେଶ କରି ଜବାବ ଦେଇଛି ବୋଲି କୁହାଯାଉଛି। 

୬ ଜେଲ୍‌ର ଅନ୍ତେବାସୀ ଖାଇଛନ୍ତି ୧୮ଲକ୍ଷ ଟଙ୍କାର ଜଳଖିଆ

୬ ଜେଲ୍‌ର ଅନ୍ତେବାସୀ ଖାଇଛନ୍ତି ୧୮ଲକ୍ଷ ଟଙ୍କାର ଜଳଖିଆ

ଭୁବନେଶ୍ୱର,୧୩ା୧୧ (ବ୍ୟୁରୋ)- ରାଜ୍ୟର ୬ଟି ଜେଲ୍‌ରେ ରହୁଥିବା ଅନ୍ତେବାସୀମାନେ ବର୍ଷକ ଭିତରେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜଳଖିଆ ଖାଇଛନ୍ତି। 

୧.୩୫ କୋଟି ଋଣ ଠକେଇ: ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

୧.୩୫ କୋଟି ଋଣ ଠକେଇ: ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୩ା୧୧ (ବ୍ୟୁରୋ)- ମଦ ଦୋକାନ କରିବା ଆଳରେ ଜାଲ୍‌ କାଗଜପତ୍ର ଦେଇ ଏସ୍‌ବିଆଇରୁ ୧.୩୫ କୋଟି ଋଣ ନେବା ଘଟଣାରେ ଇଓଡବ୍ଲ୍ୟୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର, ୧୩ା୧୧(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୧୬ ତାରିଖ ଯାଏ ଏହି ମହୋତ୍ସବ ଚାଲିବ। ଏହି ଅବସରରେ ବେଟି ବଚାଓ: ବେଟି ପଢ଼ାଓ, ସ୍ବଚ୍ଛ ବିଦ୍ୟାଳୟ, ଗୁଣାତ୍ମକ ଶିକ୍ଷା ପାଇଁ ଉଜ୍ଜ୍ୱଳ, ପରିବେଶ ସୁରକ୍ଷା ଉପରେ ଶ୍ରୁତଲିଖନ ଓ ହସ୍ତାକ୍ଷର, ବକ୍ତୃତା, ରଚନା, ଚିତ୍ରକଳା, ତର୍କ ପ୍ରତିଯୋଗିତା କରାଯିବ।  ଏହି ପରିପ୍ରେକ୍ଷୀରେ ମଣ୍ଡଳ ଓ ଜିଲାସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ରାଜ୍ୟସ୍ତରକୁ ମନୋନୀତ କରାଯାଇଛି।

ଯୁବ ରେଡକ୍ରସ୍‌ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ: ‘ବିପର୍ଯ୍ୟୟ ବେଳେ ସ୍ବେଚ୍ଛାସେବୀ ରହିଥାନ୍ତି ସର୍ବଦା ଆଗରେ’

ଯୁବ ରେଡକ୍ରସ୍‌ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ: ‘ବିପର୍ଯ୍ୟୟ ବେଳେ ସ୍ବେଚ୍ଛାସେବୀ ରହିଥାନ୍ତି ସର୍ବଦା ଆଗରେ’

ନିରାକାରପୁର,୧୩ା୧୧(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା କମାଗୁରୁ ପଞ୍ଚାୟତସ୍ଥ ରାମଚନ୍ଦ୍ର କଳ୍ପନା ମହାବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ଯୁବ ରେଡକ୍ରସ୍‌  ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି।