ଉପକୂଳ ଓଡିଶା

ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ତାଗିଦ

କାଳିଆପାଣି, ୧୯।୭(ଡି.ଏନ୍‌.ଏ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ସୁକିନ୍ଦା ବ୍ଲକ ରଁାସୋଳ ପଞ୍ଚାୟତରେ ବହୁ ହିତାଧିକାରୀ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରି ନ ଥିବା ଜଣାପଡିଛି ।

କ୍ୟାମ୍ପସରେ ମେଡିକାଲ ଷ୍ଟୋର ଖୋଲି ଚାଲିଛି ବେପାର

ଯାଜପୁର ଅଫିସ,୧୯।୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଏକ ପ୍ରକାର ନର୍ସିଂହୋମରେ ପରିଣତ ହୋଇଛି। ସମସ୍ତଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ଯୁଗ୍ମସଚିବ ୨୭।୨।୨୦୧୫ ତାରିଖରେ ପତ୍ରସଂଖ୍ୟା ୪,୫୩୮ରେ କ୍ୟାମ୍ପସ ମେଡିକାଲ ଷ୍ଟୋରକୁ ବାରଣ କରିଥିଲେ।

ଅଙ୍ଗନଓ୍ବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ

କୋରେଇ,୧୯।୭(ସ୍ବ:ପ୍ର): କୋରେଇ ବ୍ଲକ ପଚ୍ଛିକୋଟ ପଞ୍ଚାୟତ ହୁମୁଡେଇ ଗ୍ରାମର ୨ନଂ ୱାର୍ଡ ଅନ୍ତର୍ଗତ ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ହୁମୁଡେଇ ଗ୍ରାମର ୨ନଂ ୱାର୍ଡ ଅଙ୍ଗନବାଡି କେନ୍ଦ୍ର ପାଇଁ କର୍ମୀ ନିଯୁକ୍ତି ନିମନ୍ତେ କୋରେଇ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା।

ପରିବାରର ଯୌତୁକ ଦାବିରେ ସ୍ବାମୀଙ୍କ ଆମତ୍ହତ୍ୟା

ବିରଜାକ୍ଷେତ୍ର,୧୯।୭(ଡି.ଏନ୍‌.ଏ): ପାରିବାରିକ ନିର୍ଯାତନା ସହ୍ୟ କରି ନ ପାରି ସ୍ବାମୀ ଆମତ୍ହତ୍ୟା କରିଥିବା ନେଇ ସ୍ତ୍ରୀ ସୁମିତ୍ରା ବୁଧବାର ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଦୁର୍ବୃତ୍ତଙ୍କ ଢେଲାମାଡରେ ବସ୍‌ କାଚ ଭାଙ୍ଗିଲା

ରସୁଲପୁର,୧୯।୭(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ନଦୀ ପୋଲ ନିକଟସ୍ଥ ଓଡଙ୍ଗ ଗାଁ ନିକଟରେ ବୁଧବାର ସକାଳେ ଜନୈକ ଦୁର୍ବୃତ୍ତଙ୍କ ଢ଼େଲା ମାଡ଼ରେ କଳଟକରୁ କରଞ୍ଜିଆ ଅଭିମୂଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ର ଆଗକାଚ ଭାଙ୍ଗି ଯାଇଛି।

ଶିବ ମନ୍ଦିରରୁ ପୂଜା ଉପକରଣ ଚୋରି

ରସୁଲପୁର,୧୯।୭(ଡିଏନଏ): ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ମଠସାହି-ନାଉପାଳ ଗ୍ରାମର ଶିବ ମନ୍ଦିରରୁ ମଙ୍ଗଳବାର ରାତିରେ ପୂଜା ଉପକରଣ ଚୋରି ହୋଇଯାଇଛି। ଏନେଇ ବୁଧବାର ମନ୍ଦିର ପରିଚାଳନା କମିଟିର ସଭାପତି ସଦାନନ୍ଦ ପାତ୍ର କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବ୍ୟାଙ୍କରେ ପୋଲିସର ମକ୍‌ଡ୍ରିଲକୁ ନେଇ ଭ୍ରମ

କୋରେଇ,୧୯।୭(ସ୍ବ:ପ୍ର): ସମୟ ଅପରାହ୍ନ ପ୍ରାୟ ୨ଟା। ପାଣିକୋଇଲିସ୍ଥିତ ଷ୍ଟେଟ ବ୍ୟାଙ୍କ ଭିତରେ ବୁଧବାର ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ଗ୍ରାହକ ଉପସ୍ଥିତ ଥିଲେ। ହଠାତ୍‌ ଜଣେ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ହାତରେ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କଲେ। ଲୋକେ କିଛି ବୁଝିବା ପୂର୍ବରୁ ବ୍ୟାଙ୍କର ସିକ୍ୟୁରିଟୀ ଓ ଗନମ୍ୟାନଙ୍କ ମୁଣ୍ଡରେ ସେ ବନ୍ଧୁକ ଲଗାଇ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ଶାଖା ପରିଚାଳକଙ୍କ କକ୍ଷ ଭିତରେ ପୁରାଇ ବାହାର ପଟୁ କବାଟ ଦେଇଦେଲେ।

ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ବିରଜାକ୍ଷେତ୍ର,୧୯।୭(ଡି.ଏନ୍‌.ଏ): ପୁଣି ଥରେ ମଧ୍ୟାହ୍ନଭୋଜନକୁ ନେଇ ଚର୍ଚ୍ଚା। ଯାଜପୁର ଥାନା ଅନ୍ତର୍ଗତ ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତ ପାଇକସାହି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଅଣ୍ଡା ଖାଇବା ପରେ ୧୪ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟ ପରିସରରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ।

ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାମ ଆରମ୍ଭ

ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାମ ଆରମ୍ଭ

ଆଳି, ୧୯।୭ (ଡି.ଏନ.ଏ): ଆଳି ବ୍ଲକ ଧୋୟାଞ୍ଚଳରେ ବସବାସ କରୁଥିବା ୧୦ ପଞ୍ଚାୟତବାସୀଙ୍କ ଯାତାୟାତ ପାଇଁ ଥିବା ଏକମାତ୍ର ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ମଧୁବନଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ଏ ନେଇ ଅଞ୍ଚଳବାସୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସାପ କୁକୁର ଲଢେଇ: କୁକୁର ମୃତ, ସାପ ଗୁରୁତର

ମାର୍ଶାଘାଇ, ୧୯।୭ (ଡି.ଏନ୍‌.ଏ.): ସାପ ଏବଂ କୁକୁର ମଧ୍ୟରେ ଲଢେଇ ଘଟି କୁକୁରର ମୃତ୍ୟୁ ଘଟିଥିବା ବେଳେ ସାପଟି ଗୁରୁତର ହୋଇଛି। ଏହି ଘଟଣା ଘଟିଛି ମାର୍ଶାଘାଇ ବଜାର ନିକଟସ୍ଥ ବାରିକସାହିଠାରେ। ବୁଧବାର ଭୋରରୁ ବାରିକ ସାହିର ଅକ୍ଷୟ ମହାପାତ୍ରଙ୍କ ଘର ନିକଟରେ ଏକ ବିରାଟ ସାପ ଓ ଦୁଇଟି କୁକୁର ମଧ୍ୟରେ ଲଢ଼େଇ ଲାଗିଥିଲା।

ଏଆରଏସଏସ କ୍ୟାମ୍ପ ସାଇଟ୍‌ରେ: ତାଲା ପକାଇଲେ ଠିକାଦାର

ମାର୍ଶାଘାଇ, ୧୯।୭ (ଡି.ଏନ୍‌.ଏ.): ପାରାଦୀପ-ହରିଦାସପୁର ରେଳ ପଥ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଆରଏସ୍‌ଏସ୍‌ର ମାର୍ଶାଘାଇ ଥାନା ଜୟଚନ୍ଦ୍ରପୁରସ୍ଥିତ କ୍ୟାମ୍ପ ସାଇଟ୍‌ରେ ବୁଧବାର ଠିକାଦାରମାନେ ତାଲା ପକାଇ ଦେଇଛନ୍ତି।

ପ୍ରୟାସର ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାର୍ଶାଘାଇ,୧୯।୭ (ଡିଏନଏ): ଚଳିତବର୍ଷର ପ୍ରଥମ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ବେଚ୍ଛାସେବୀ ସଂଗଠନ ପ୍ରୟାସ ତରଫରୁ ନିକଟରେ ଆରମ୍ଭ ହୋଇଛି। ମାର୍ଶାଘାଇ ଥାନା ପାଟଳିପଙ୍କ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ନାଥ ନାୟକ ପ୍ରଥମେ ଏକ ଓସ୍ତ ଗଛ ମହାନଦୀ ପୋଲ ନିକଟସ୍ଥ ନୀଳାଚଳ ବଜାର ନିକଟରେ ରୋପଣ କରିଥିଲେ।

ପଦନୀପାଳ-ନମତରା ରାସ୍ତା କାଟି ଦେଲେ ଦୁର୍ବୃତ୍ତ

ପଦନୀପାଳ-ନମତରା ରାସ୍ତା କାଟି ଦେଲେ ଦୁର୍ବୃତ୍ତ

ଆଳି, ୧୯।୭ (ଡି.ଏନ.ଏ.): ଆଳି ବ୍ଲକ ପଦନୀପାଳ ପଞ୍ଚାୟତକୁ ଅଦ୍ୟାବଧି ବାହ୍ୟଜଗତ ସହ ସିଧାସଳଖ ସଂଯୋଗ ପଥ ନିର୍ମାଣ କରାଯାଇ ନାହିଁ। ତେବେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ଗତ ଏପ୍ରିଲରେ ନଦୀ କଡ଼ରେ ଏକ ଫେୟାର ଓ୍ବେଦର ରୋଡ୍‌ ନିର୍ମାଣ କରାଯାଇଥିଲା।

ଟିଟୋଙ୍କ ୪ ସହଯୋଗୀ ଜେଲ ଗଲେ

ରାଜନଗର,୧୯।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କ ୪ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ବୁଧବାର ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଇଥିଲା। ସେମାନେ ହେଲେ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ସେକ୍‌ ଅବଦୁଲ୍ଲା ଓରଫ ରାଜେଶ୍‌ , ଜାହାଙ୍ଗୀର ଖାନ୍‌, ଇମ୍‌ତିଆଜ୍‌ ଖାଁ ଓରଫ ବାବୁ ଓରଫ କାଲୁ, ଲାଲବାଗ ଥାନା ଅଞ୍ଚଳର ଗୋଲଡେନ ପପୁ ଓରଫ ମହମ୍ମଦ ଅବଦୁଲା ଆସିଫ।

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଜିଲାପାଳ

ନୂଆଗାଁ ୧୯।୭ (ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ନୂଆଗାଁ ହାଇସ୍କୁଲ ପରିସର ମଧ୍ୟରେ ମୋ ସ୍କୁଲ କାର୍ଯ୍ୟକ୍ରମ ଓ ଆଲୁମନି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ ଜିଲାପାଳ ଡ.ଏନ.ତିରୁମାଲା ନାୟକ ଯୋଗଦେଇ ସ୍କୁଲ ପରିଚାଳନା କମିଟି ଓ ଆଲୁମନି କମିଟି ଚାହିଁଲେ ନିଶ୍ଚିତ ଭାବେ ସ୍କୁଲର ଉନ୍ନତି ହେବା ସହିତ ଛାତ୍ରୀଛାତ୍ରମାନଙ୍କ ଚରିତ୍ର ଗଠନ ହୋଇ ପାରିବ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ।

ରାଣୀପଡ଼ାରେ ପୁଣି କଙ୍ଗାରୁ କୋର୍ଟ: ସରପଞ୍ଚଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱଙ୍କ ନାମରେ ଖଣ୍ଡପଡା ଥାନାରେ ମାମଲା

ଖଣ୍ଡପଡା,୧୯।୭(ସ୍ବପ୍ର)-ଖଣ୍ଡପଡା ଥାନା ଅନ୍ତର୍ଗତ ରାଣୀପଡା ଗ୍ରାମରେ କଙ୍ଗାରୁ କୋର୍ଟକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହି ଗାଁରେ କଙ୍ଗାରୁ କୋର୍ଟ ବସାଇ ଏକ ଚୋରି ଅଭିଯୋଗରେ ରାଣୀପଡା ପଞ୍ଚାୟତ କାର୍ଯ୍ୟାଳୟର ପିଅନ ଛାଟକିଶୋର ଦାସଙ୍କୁ ଜେଲ ପଠାଇଥିଲେ।

ମହାନଦୀରେ ଭରପୁର ପାଣି,ଜାଳକାଠ ସଂଗ୍ରହ

ମହାନଦୀରେ ଭରପୁର ପାଣି,ଜାଳକାଠ ସଂଗ୍ରହ

ଖଣ୍ଡପଡା,୧୯।୭(ସ୍ବ.ପ୍ର.)-ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଏବଂ ଉପର ମୁଣ୍ଡରେ ବର୍ଷା ଫଳରେ ମହାନଦୀ ପାଣିରେ ଭରପୁର ହୋଇଛି। କଣ୍ଟିଲୋଠାରେ ମହାନଦୀର ବିପଦ ସଂକେତ ୫.୮ ମିଟର ଥିବା ବେଳେ ବର୍ତ୍ତମାନ ଏହାର ଜଳ ପତ୍ତନ ୨.୪୦ ମିଟର ରହିଛି।

ବାଟବଣା ହୋଇଛି ସର୍ବଶିକ୍ଷା ଅଭିଯାନ: ପିଲା ପଢ଼ୁଛନ୍ତି ବାରଣ୍ଡାରେ, ଖାଉଛନ୍ତି ରାସ୍ତାକଡ଼ରେ

ବାଟବଣା ହୋଇଛି ସର୍ବଶିକ୍ଷା ଅଭିଯାନ: ପିଲା ପଢ଼ୁଛନ୍ତି ବାରଣ୍ଡାରେ, ଖାଉଛନ୍ତି ରାସ୍ତାକଡ଼ରେ

ନୟାଗଡ଼ ଅଫିସ,୧୯।୭-ସର୍ବଶିକ୍ଷା ଅଭିଯାନରେ ୬ରୁ ୧୪ ବର୍ଷ ଯାଏ ସମସ୍ତ ପିଲାଙ୍କ ପାଇଁ ସରକାର ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଛି। ହେଲେ ଭିତ୍ତି ଭୂମି ପ୍ରତି ସରକାର ଗୁରୁତ୍ୱ ଦେଉ ନଥିବା ଜଣାପଡିଛି।

ସର୍ବଶିକ୍ଷା ଯୋଜନାର ଅଧୋଗତି: ହ୍ରାସ ପାଉଛି ଛାତ୍ରୀଛାତ୍ରଙ୍କ ଉପସ୍ଥାନ

ପାରାଦୀପ,୧୯।୭(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳରେ ଥିବା ୧୨ ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ଫଳରେ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମୁଛି। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀଶିକ୍ଷକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି। ଯାହାର ଫାଇଦା ଘରୋଇ ସ୍କୁଲ ନେଉଛନ୍ତି।

ଜିଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ: ଗୁଣାତ୍ମକ ଶିକ୍ଷାଦାନ ହେଲେ ବିଦ୍ୟାଳୟ ହସିବ

ଜିଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ: ଗୁଣାତ୍ମକ ଶିକ୍ଷାଦାନ ହେଲେ ବିଦ୍ୟାଳୟ ହସିବ

ଜଗତ୍‌ସିଂହପୁର ଅଫିସ, ୧୯।୭- ପାଠଶାଳା ଓ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ଏଥିରେ ପିଲାମାନଙ୍କୁ ଉତ୍ତମ ଶିକ୍ଷାଦାନ ସହ ଚରିତ୍ରବାନ ହେବାର ଶିକ୍ଷା ଦିଆଯାଏ। ମୋଟାମୋଟି କହିବାକୁ ଗଲେ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ସାଙ୍ଗକୁ ଦେଶର ଭଲ ନାଗରିକ ହେବାର ଶିକ୍ଷା ସେମାନଙ୍କ ପରିବାର ଓ ଦେଶ ସମୃଦ୍ଧିରେ ସହାୟକ ହୋଇଥାଏ।

ମାନସିକ ରୋଗୀଙ୍କ ହାତଗୋଡ଼ ଭାଙ୍ଗିଦେଲେ: କେହି ଚାହିଁଲେନି, ଛିଡ଼ା ହେଲେ ୫ ଯୁବକ

ମାନସିକ ରୋଗୀଙ୍କ ହାତଗୋଡ଼ ଭାଙ୍ଗିଦେଲେ: କେହି ଚାହିଁଲେନି, ଛିଡ଼ା ହେଲେ ୫ ଯୁବକ

ଜଗତ୍‌ସିଂହପୁର ଅଫିସ, ୧୯।୭- ଜୀବଜଗତରେ ମଣିଷ ଶ୍ରେଷ୍ଠ ପ୍ରାଣୀ। କାରଣ ମଣିଷ ପାଖରେ ବୁଦ୍ଧି, ବିବେକ, ବିଦ୍ୟା, ଦୟା, କ୍ଷମା, ତ୍ୟାଗ, ସହାନୁଭୁତି ଆଦି ସବୁ କିଛି ରହିଛି। କିନ୍ତୁ ମଣିଷ ଯେତେବେଳେ ନିଷ୍ଠୁର, ଅତ୍ୟାଚାରୀ, ହିଂସ୍ର ହୋଇଯାଏ, ତା ପାଖରେ ସାମାନ୍ୟତମ ମଣିଷ ପଣିଆ ନ ଥାଏ, ସେତେବେଳେ ସବୁକିଛି ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ।

ଆଗକୁ ନିର୍ବାଚନ, ସରକାର ଦୋ ଦୋ ପାଞ୍ଚ: ଶିଥିଳ ହେଲାଣି ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା

ଜଗତ୍‌ସିଂହପୁର ଅଫିସ,୧୯।୭: ଉପସ୍ଥାନ ଅଭାବରୁ ରାଜ୍ୟରେ ଶହସ୍ରାଧିକ ବିଦ୍ୟାଳୟ ବନ୍ଦ ହୋଇଯିବ। ଏସବୁ ବିଦ୍ୟାଳୟର ଛାତ୍ରୀଛାତ୍ର ନିକଟସ୍ଥ ବିଦ୍ୟାଳୟକୁ ଚାଲିଯିବେ। ସେହିପରି ୧୦୦ ମିଟର ଦୂରତା ଭିତରେ ଏକାଧିକ ବିଦ୍ୟାଳୟ ଥିଲେ ସେଗୁଡିକୁ ବନ୍ଦ କରାଯିବ। ସରକାର ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ପାଖାପାଖି ୪,୨୬୫ ବିଦ୍ୟାଳୟକୁ ଅନ୍ୟ ସରକାରୀ ଶିକ୍ଷାନୁଷ୍ଠାନ ସହ ମିଶାଇଦେବାକୁ ଚିନ୍ତା କରୁଛନ୍ତି।

ପୋସ୍କୋ ଫେରିଯିବା ପରେ ପ୍ରତିଶୋଧ ନେଉଛି ପ୍ରଶାସନ: ବିକାଶରୁ ବଞ୍ଚିତ ହେଉଛି ଢିଙ୍କିଆ ପଞ୍ଚାୟତ

ପୋସ୍କୋ ଫେରିଯିବା ପରେ ପ୍ରତିଶୋଧ ନେଉଛି ପ୍ରଶାସନ: ବିକାଶରୁ ବଞ୍ଚିତ ହେଉଛି ଢିଙ୍କିଆ ପଞ୍ଚାୟତ

କୁଜଙ୍ଗ,୧୯।୭ (ସ୍ବ.ପ୍ର.): ଏକଦା ପୋସ୍କୋ ଆନ୍ଦୋଳନ ଯୋଗୁ କେବଳ ରାଜ୍ୟରେ ନୁହେଁ ସମଗ୍ର ଭାରତ ବର୍ଷରେ ଜଗତ୍‌ସିଂହପୁର ଜିଲାର ପାରାଦୀପ ସଂଲଗ୍ନ ଢିଙ୍କିଆ ପଞ୍ଚାୟତ ବେଶ୍‌ ଚର୍ଚ୍ଚାରେ ଥିଲା। ଢିଙ୍କିଆରେ ଦକ୍ଷିଣ କୋରିଆ ବିଦେଶୀ ନାଗରିକ ଅଟକ ହେବା, ପୋଲିସ ଘେରାବନ୍ଦୀରେ ରହିବା, ବୋମା ଓ ଗୁଳିକାଣ୍ଡରେ ୫ ଲୋକଙ୍କ ଜୀବନହାନୀ ଘଟିବା ସହିତ ପୋଲିସ-ପବ୍ଲିକ ଖୁଲମ୍‌ ଖୁଲା ଲଢ଼େଇ ଯୋଗୁ ଢିଙ୍କିଆ ସ୍ପର୍ଶକାତର ଗାଁର ମାନ୍ୟତା ପାଇଥିଲା।

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।