ସମ୍ବଲପୁର

 ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ଜୁନାଗଡ଼,୨୧।୬(ଡି.ଏନ୍‌.ଏ)ରାଜ୍ୟ ଖାଦ୍ୟ ସଚିବ ତଥା କଳାହାଣ୍ଡି ଜିଲା ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ବୀର ବିକ୍ରୟ ୟାଦବ ଗୁରୁବାର ଜୁନାଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି। ପ୍ରଥମେ ବ୍ଲକର ବଳଦିଆମାଲ ଓ ପରେ ମହିଚଲା ପଞ୍ଚାୟତ ପରିଦର୍ଶନ କରିଥିଲେ।

ଆଶଙ୍କାରେ ଭଟଲି ରଥଯାତ୍ରା

ଆଶଙ୍କାରେ ଭଟଲି ରଥଯାତ୍ରା

ଭଟଲି,୨୧।୬(ଡି.ଏନ.ଏ) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଦଧିବାମନ ପୀଠରେ ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ୬ ଦିନ ବାକି ରହିଛି ।

ଯୋଗ ଦିବସରେ କୃତୀଛାତ୍ରୀ ସମ୍ବର୍ଦ୍ଧିତ

ଯୋଗ ଦିବସରେ କୃତୀଛାତ୍ରୀ ସମ୍ବର୍ଦ୍ଧିତ

ଦେଓଗାଁ,୨୧ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ଡିଗ୍ରୀ କଲେଜରେ ଗୁରୁବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱ ତଥା ଅଧ୍ୟ୍ୟାପିକା ରିଙ୍କି ସେଠଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ପୂର୍ବତନ ପରିଚାଳନା ସଭାପତି ବିଜୟ କୁମାର ସାହୁ ଯୋଗଦେଇଥିଲେ।

ଅରୁନ୍ଧତୀ ହିରୋ ଆମେରିକା, ଅଷ୍ଟ୍ରେଲିଆରେ ସମ୍ମାନିତ

ଅରୁନ୍ଧତୀ ହିରୋ ଆମେରିକା, ଅଷ୍ଟ୍ରେଲିଆରେ ସମ୍ମାନିତ

ବଲାଙ୍ଗୀର ଅଫିସ, ୨୧ା୬ ୨୦୧୭-୧୮ ଆର୍ଥିକବର୍ଷରେ ବ୍ୟବସାୟିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଅରୁନ୍ଧତୀ ହିରୋ ବଲାଙ୍ଗୀର ଓ ଅରୁନ୍ଧତୀ ହିରୋ ଭବାନୀପାଟଣାକୁ ଆମେରିକା ଏବଂ ଅଷ୍ଟ୍ରେଲିଆରେ ସମ୍ମାନିତ କରାଯାଇଛି।

ନାରାୟଣ ଥିଲେ ସମ୍ବେଦନଶୀଳ, ସୁଭଦ୍ର ଚେତନା

ନାରାୟଣ ଥିଲେ ସମ୍ବେଦନଶୀଳ, ସୁଭଦ୍ର ଚେତନା

ବଲାଙ୍ଗୀର ଅଫିସ, ୨୧ା୬ ସମଗ୍ର ପଶ୍ଚିମ ଓଡିଆରେ ସ୍ବର୍ଗତ ପୃଷେଠ୍‌ ଥିଲେ ସର୍ବାଧିକ ଜନପ୍ରିୟ। ସେ ଥିଲେ ସ୍ପର୍ଶକାତର, ସମ୍ବେଦନଶୀଳ ଓ ସୁଭଦ୍ର ଚେତନା ା ଅନ୍ୟକୁ ଶ୍ରଦ୍ଧା ପ୍ରକାଶ କରିବାରେ ସେ କେବେ କାର୍ପଣ୍ୟତା ପ୍ରକାଶ କରୁ ନ ଥିଲେ ା

ସମବାୟ ଆନ୍ଦୋଳନ ବ୍ୟାପକ କରିବାକୁ ଆହ୍ବାନ

ସମବାୟ ଆନ୍ଦୋଳନ ବ୍ୟାପକ କରିବାକୁ ଆହ୍ବାନ

ଟିଟିଲାଗଡ, ୨୧।୬ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗଁାଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସମବାୟ ମୋଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଡେପୁଟେସନ ଡାକ୍ତରଙ୍କ ବଦଳି, ସ୍ବାସ୍ଥ୍ୟସେବା ବ୍ୟାହତ

ଡେପୁଟେସନ ଡାକ୍ତରଙ୍କ ବଦଳି, ସ୍ବାସ୍ଥ୍ୟସେବା ବ୍ୟାହତ

ଦେଓଗାଁ,୨୧ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି ା ସ୍ବାସ୍ଥ୍ୟକେନ୍ଦ୍ରରେ ନିୟମିତଭାବେ କାର୍ଯ୍ୟରତ ଡାକ୍ତର ଆଶିଷ କୁମାର ସାହୁଙ୍କୁ ଚଳିତ ମାସ ୪ତାରିଖରେ ବଲାଙ୍ଗୀର ମୁଖ୍ୟାଳୟ ଡାକ୍ତରଖାନାକୁ ଡେପୁଟେସନରେ ବଦଳି କରିଦେବା ଫଳରେ ଏଠାକାର ସ୍ବାସ୍ଥ୍ୟସେବାରେ ବ୍ୟାଘାତ ଦେଖାଦେଇଛି ା ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବନ୍ଧପଡା ପଞ୍ଚାୟତ ସମେତ ସିଂହାମୁଣ୍ଡା, ଧଣ୍ଡାମାଲ, ଲଣ୍ଡାପଥର, ବ୍ରାହ୍ମଣୀଯୋର ଆଦି ପଞ୍ଚାୟତର ଜନସାଧାରଣ ନିର୍ଭର କରନ୍ତି ା

ବିହନ ଧାନ ଯୋଗାଣରେ ବିଳମ୍ବ ହେତୁ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୪ଘଣ୍ଟା ତାଲାବନ୍ଦ

ବିହନ ଧାନ ଯୋଗାଣରେ ବିଳମ୍ବ ହେତୁ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୪ଘଣ୍ଟା ତାଲାବନ୍ଦ

କେସିଙ୍ଗା, ୨୧।୬ (ଡି.ଏନ.ଏ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଚାଷୀମାନେ ଚାଷ କରିବା ପାଇଁ ବିହନ ଧାନର ଆବଶ୍ୟକତା ଥିବାରୁ କୃଷି ବିଭାଗ ପକ୍ଷରୁ ବିହନ ଧାନ ଯୋଗାଇବାରେ ବିଳମ୍ବ ହୋଇଛି। ଏହାକୁ ନେଇ କେସିଙ୍ଗା କୃଷକ ସମାଜ ଗତ ୧୧ ତାରିଖ ୮ଦଫା ଦାବିପତ୍ର କେସିଙ୍ଗା ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ପ୍ରଦାନ କରିଥିଲେ।

ଆଧାର କାର୍ଡ ତିଆରି ନାଁରେ ଟଙ୍କା ଆଦୟ ଅଭିଯୋଗ

ଆଧାର କାର୍ଡ ତିଆରି ନାଁରେ ଟଙ୍କା ଆଦୟ ଅଭିଯୋଗ

ସିନାପାଲି,୨୧।୬(ଡି.ଏନ.ଏ.)- ଆଧାର ସଫ୍ଟୱାୟାରରେ ସଂଶୋଧନ ହେଉଥିବା ନେଇ ସାରା ଜିଲାରେ ଆଧାର କାର୍ଡ ପ୍ରସ୍ତୁତି କାମ ବନ୍ଦ ପଡିଥିବା ବେଳେ ସିନାପାଲି ବ୍ଲକରେ କେତେକ ସରକାରୀ କର୍ମଚାରୀ ଏହା କରିବା ନାଁରେ ଲୋକଙ୍କଠାରୁ ଟଙ୍କା ଆଦୟ କରୁଥିବା ଅଭିଯୋଗ ହୋଇଛି।

କାଜୁ ବଗିଚାରୁ ମୁଣ୍ଡବିହୀନ ଶବ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତନାଘନା ଜାରି

ଲାଞ୍ଜିଗଡ,୨୧।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର ପଞ୍ଚାୟତ ଯୋଡାବନ୍ଧ ଗାଁରୁ ୧ କି.ମି. ଦୂରରେ ଥିବା କାଜୁ ବଗିଚାରୁ ସକାଳେ ଲାଞ୍ଜିଗଡ ପୋଲିସ ଏକ ମୁଣ୍ଡବିହୀନ ଶବ ଉଦ୍ଧାର କରିଛି । ଯୋଡାବନ୍ଧ ଗ୍ରାମବାସୀ, ପୋଲିସ ଓ ସନ୍ଧାନୀ କୁକୁର ପୋଷାକପତ୍ର ଏବଂ ମୁଣ୍ଡକୁ ଦିନ ତମାମ ଖୋଜିଥିଲେ ମଧ୍ୟ କୌଣସି ସୁରାକ୍‌ ମିଳି ନ ଥିଲା । ମୃତ ବ୍ୟକ୍ତିଙ୍କ ହାତର ପି. ସରସ୍ବତୀ ଲେଖା ଥିବା ପୋଲିସ କହିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟରେ ଚାଲିଛି ପାଠପଢ଼ା

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟରେ ଚାଲିଛି ପାଠପଢ଼ା

ବୁର୍ଲା, ୨୧।୬(ଡି.ଏନ୍‌.ଏ.): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ଜୁନ୍‌ ୨୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସମ୍ବଲପୁର ଜିଲା ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା

ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, ୨୧।୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଧନ୍‌କଉଡ଼ା ବ୍ଲକ କୁଦ ମହଦା ଗ୍ରାମର ଜଣେ ଯୁବକ ଗୁରୁବାର ସକାଳେ ଏକ ଆମ୍ବଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିିଛନ୍ତି। ସେ ହେଲେ ଗ୍ରାମର ଲଳିତା ବେହେରାଙ୍କ ପୁଅ ଧ୍ରୁବ ଚରଣ ବେହେରା(୪୦)।

ବ୍ରାହ୍ମଣୀ ନଦୀରେ ବୁଡ଼ିଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ବ୍ରାହ୍ମଣୀ ନଦୀରେ ବୁଡ଼ିଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ଲହୁଣୀପଡ଼ା, ୨୧।୬(ଡି.ଏନ୍‌.ଏ.) ଗାଧୋଇବାକୁ ଯାଇ ବ୍ରାହ୍ମଣୀନଦୀରେ ବୁଡ଼ିଯାଇଥିବା ୨ ନାବାଳକଙ୍କ ମୃତଦେହ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତଦେହ ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ସମୟରେ ଲହୁଣୀପଡ଼ା ତହସିଲଦାର ଡ଼. ସୌମ୍ୟାରୂପା ରଥ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ମୃତଦେହ ଉଦ୍ଧାର ପରେ ଲହୁଣୀପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଦେବଗଡ଼,୨୧।୬(ସ୍ବ.ପ୍ର.)-ସ୍ଥାନୀୟ ଟାଉନ୍‌ ହଲ୍‌ଠାରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ବୁଧବାର ଜିଲାସ୍ତରୀୟ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଏସ୍‌ଡିସିସି ବ୍ୟାଙ୍କ ଅଧ୍ୟକ୍ଷ ଅମରେନ୍ଦ୍ର ଗଙ୍ଗଦେବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାରପ୍ରାପ୍ତ ଜିଲାପାଳ ତଥା ଏଡିଏମ୍‌ ଧରମ୍‌ ହଁାସଦା ଉଦ୍‌ଘାଟନ କରିଥିଲେ।

ଦରମା ବୃଦ୍ଧି ଦାବିରେ ଜିଏମ୍‌ କାର୍ଯ୍ୟାଳୟ ଘେରିଲା ଡ୍ରାଇଭର ସଂଘ

ଦରମା ବୃଦ୍ଧି ଦାବିରେ ଜିଏମ୍‌ କାର୍ଯ୍ୟାଳୟ ଘେରିଲା ଡ୍ରାଇଭର ସଂଘ

ବ୍ରଜରାଜନଗର,୨୧।୬(ଡି.ଏନ୍‌.ଏ.)- ସ୍ଥାନୀୟ ମହାନଦୀ କୋଇଲା କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଦୁଇ ଘରୋଇ ଠିକା କମ୍ପାନୀ ସିକଲ୍‌ ଓ ରୁଙ୍ଗଟାର ଶତାଧିକ ଡ୍ରାଇଭର ବୁଧବାର ପୂର୍ବାହ୍ନରେ ଇବ୍‌ କ୍ଷେତ୍ର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେମାନଙ୍କୁ ଅନ୍ୟ କମ୍ପାନୀ ଦେଉଥିବା ଦରମା ସହ ତାଙ୍କ ଦରମା ସମାନ କରିବା ପାଇଁ ଦାବି କରିଥିଲେ।

ବେଲପାହାଡ଼ ତାପମାତ୍ରା ୪୦ ଡିଗ୍ରୀ ଉପରେ: ଆର୍ଦ୍ରତା ବଢ଼ୁଛି, ବର୍ଷା ନାହିଁ

ବେଲପାହାଡ଼ ତାପମାତ୍ରା ୪୦ ଡିଗ୍ରୀ ଉପରେ: ଆର୍ଦ୍ରତା ବଢ଼ୁଛି, ବର୍ଷା ନାହିଁ

ବେଲପାହାଡ଼,୨୧।୬(ଡି.ଏନ୍‌.ଏ.)- ଗତ କିଛିଦିନ ଧରି ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରାଞ୍ଚଳରେ ପ୍ରବଳ ଗରମ ସହିତ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମାତ୍ର ବର୍ଷା ହେଉନାହିଁ। ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଣ୍ଡଫଟା ଖରା ହେଉଛି। ଟିଆର୍‌ଏଲ୍‌ କ୍ରୋସାକି ରିଫ୍ରାକ୍ଟୋରିଜ୍‌ ପରିବେଶ ବିଭାଗର ସୂଚନା ଅନୁଯାୟୀ ଏଠିକାର ତାପମାତ୍ରା ପ୍ରାୟତଃ ୪୦ ଡିଗ୍ରୀ ଉପରେ ରହୁଛି। ବାୟୁମଣ୍ଡଳରେ ଆର୍ଦ୍ରତା ମାତ୍ରା ୭୫ ପ୍ରତିଶତ ପାଖାପାଖି ରହୁଛି।

ଗାଧୁଆ ତୁଠ ନିର୍ମାଣରେ ଅନିୟମିତତା

ଗାଧୁଆ ତୁଠ ନିର୍ମାଣରେ ଅନିୟମିତତା

କୋଲାବିରା, ୨୧।୬(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକ ସାମାସିଂହା ପଞ୍ଚାୟତ କୁମ୍ଭାରମାଲ ରାଜସ୍ବ ଗ୍ରାମର ଏକମାତ୍ର ଗାଧୁଆବନ୍ଧର ପାଚେରି ନିର୍ମାଣରେ ବ୍ୟପକ ଅନିୟମିତତା ହେଉଥିବା ଗ୍ରାମବାସୀ ଲିଖିତ ଭାବରେ ବିଡିଓଙ୍କୁ ଅଭିଯୋଗ କରିଛନ୍ତି।

ଡାକ୍ତରଙ୍କ ଅବହେଳା ପାଇଁ ରୋଗୀ ମୃତ୍ୟୁ ଘଟଣା: ପରିବାରକୁ କ୍ଷତିପୂରଣ ଦାବି କଲା ଭାଜପା

ରାଉରକେଲା ଅଫିସ,୨୧।୬-ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌) ଡାକ୍ତରଙ୍କ ଅବହେଳା ଯୋଗୁ ହାତୀବାରି ଅଞ୍ଚଳର ଜଣେ ମହିଳା ରୋଗୀ ପ୍ରାଣ ହରାଇଥିବା ନେଇ ପାନପୋଷ ଜିଲା ଭାଜପା ସଭାପତି ଜଗବନ୍ଧୁ ବେହେରା, ବରିଷ୍ଠ ନେତା ନିହାର ରାୟ ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ମୃତ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି।

ଜାତୀୟ ସନ୍ତରଣ ପ୍ରତିଯୋଗିତା: ସମ୍ବଲପୁର ଦଳର ପୁନେ ଯାତ୍ରା

ଜାତୀୟ ସନ୍ତରଣ ପ୍ରତିଯୋଗିତା: ସମ୍ବଲପୁର ଦଳର ପୁନେ ଯାତ୍ରା

ସମ୍ବଲପୁର,୨୧।୬(ବ୍ୟୁରୋ) ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବାକୁ ସମ୍ବଲପୁର ଦଳ ବୁଧବାର ରାତିରେ ପୁନେ ଯାତ୍ରା କରିଛି। ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁନେଠାରେ ଜାତୀୟ ସବ୍‌ଜୁନିୟର ଓ ଜୁନିୟର ସନ୍ତରଣ ପ୍ରତିଯୋଗିତା ହେବ। ଏଥିରେ ସମ୍ବଲପୁର ଜିଲାର ୧୭ ଜଣିଆ ଟିମ ଭାଗ ନେଇଛନ୍ତି ।

ପଶ୍ଚିମ ଓଡ଼ିଶାରେ ହେବ ପର୍ଯ୍ୟଟନର ବିକାଶ: ଅକ୍ଟୋବରରେ ହୀରାକୁଦ ଜଳ ମହୋତ୍ସବ

ପଶ୍ଚିମ ଓଡ଼ିଶାରେ ହେବ ପର୍ଯ୍ୟଟନର ବିକାଶ: ଅକ୍ଟୋବରରେ ହୀରାକୁଦ ଜଳ ମହୋତ୍ସବ

ସମ୍ବଲପୁର,୨୧।୬(ବ୍ୟୁରୋ) ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ସୁଯୋଗ, ସମ୍ଭାବନା, ଭିତ୍ତିଭୂମି ଏବଂ ହୋଟେଲ ଶିଳ୍ପର ଭବିଷ୍ୟତ ଶୀର୍ଷକ କର୍ମଶାଳା ବୁଧବାର ସମ୍ବଲପୁର ଗ୍ରାଣ୍ଡ ଶିବା ହୋଟେଲ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏଶନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ରାଜସ୍ବ ଡିଭିଜନ, ଜିଲା ପ୍ରଶାସନର ଅଧିକାରୀଙ୍କ ସମେତ ହୋଟେଲ ଉଦ୍ୟୋଗୀମାନେ ସାମିଲ ହୋଇଥିଲେ।

ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ

ରେଢାଖୋଲ,୨୧।୬(ସ୍ବ.ପ୍ର.) ସମ୍ବଲପୁର ଜିଲା ରେଢାଖୋଲ ଥାନା ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ପାଣ୍ଡୁରିଶିଳା ଗ୍ରାମର ବିବାହିତା ମହିଳା ସାବିନା ସୋରେଙ୍ଗ (୩୨)ଙ୍କୁ ଡାକ୍ତର ମୃତ ଘୋଷିତ କରିଛନ୍ତି। ମଙ୍ଗଳବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକଙ୍କ କହିବାନୁଯାୟୀ, ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଘରେ ଶୋଇଥିବା ବେଳେ ତାଙ୍କ ହାତକୁ ଏକ ବିଛା କାମୁଡ଼ି ଦେଇଥିଲା।

ଜିଏସଟି, ପେସା ଆଇନକୁ ବିରୋଧ: ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜିଏସଟି, ପେସା ଆଇନକୁ ବିରୋଧ: ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସମ୍ବଲପୁର,୨୧।୬(ବ୍ୟୁରୋ) କେନ୍ଦ୍ର ସରକାର ପେସା ଆଇନର ଆଳ ଦେଖାଇ ଓଡ଼ିଶାରେ କେନ୍ଦୁପତ୍ର ବ୍ୟବସାୟକୁ ଘରୋଇକରଣ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। କେନ୍ଦୁପତ୍ରରେ ଜିଏସଟି ଲାଗୁ କରିଛନ୍ତି। ଏହାଦ୍ୱାରା ବିଡ଼ି ବ୍ୟବସାୟ ପ୍ରଭାବିତ ହୋଇଛି। ୪୦ ପ୍ରତିଶତ କେନ୍ଦୁପତ୍ର ବିକ୍ରି ହୋଇ ନ ପାରି ଫଡ଼ି ଘରେ ପଡ଼ି ରହିଛି।

ଚୋରା ଗଞ୍ଜେଇ କାରବାର ବଢୁଛି: ଜଣେ ଗିରଫ

ହେମଗିର, ୨୧।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ହେମଗିର ଅଞ୍ଚଳରେ ଦିନକୁ ଦିନ ଚୋରା ଗଞ୍ଜେଇ କାରବାର ବୃଦ୍ଧି ଘଟୁଛି। ସାଧାରଣତଃ ହେମଗିର ବ୍ଲକକୁ ଲାଗି ଛତିଶଗଡ ରାଜ୍ୟର ସୀମା ରହିଛି। ନିକଟ ଅତୀତରେ ଟପରିଆଠାରେ ୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ସହ ଜଣଙ୍କୁ ଗିରଫ କରାଯାଇଥିଲା।

୩୦ ଫୁଟ ତଳକୁ ଖସିଲା କାର୍‌: ଅଳ୍ପକେ ବର୍ତ୍ତିଲେ ଚାଳକ

୩୦ ଫୁଟ ତଳକୁ ଖସିଲା କାର୍‌: ଅଳ୍ପକେ ବର୍ତ୍ତିଲେ ଚାଳକ

ହେମଗିର, ୨୧।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କନକତୁରା ଗଡିଆ ନାଳା ଠାରେ ଏକ କାର ରାସ୍ତା ତଳକୁ ଖସି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ବୁଧବାର ଅପରାହ୍ନ ପ୍ରାୟ ୨ଟାରେ ଗର୍ଜନବାହାଲ ଗ୍ରାମର ଲୋକନାଥ ମାଝୀ ନିଜ ଆର୍ଟିଗା କାର ନଂ. ଓଡି ୧୪ ଏଫ-୮୦୩୮ ନେଇ ନିଜ ଘରୁ ବାହାରି ବନ୍ଦବାହାଲ ଅଭିମୁଖେ ଯାଉଥିଲେ।