ସମ୍ବଲପୁର

୩ଶହ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ

୩ଶହ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା,୩ା୧୦(ଡି.ଏନ୍‌.ଏ.):ଓଡିଶା ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି ା ଏହି ଅବସରରେ ବଙ୍ଗୋମୁଣ୍ଡା ଖେଳପଡିଆଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା। ସହସ୍ରାଧିକ ଯୋଗ୍ୟ ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ  ସମାବେଶରେ ରାଜ୍ୟ  ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କଣ୍ଟାବାଞ୍ଜି  ବିଧାୟକ ହାଜି ମହମ୍ମଦ ଆୟୁବ ଖାନ୍‌, ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ଜିଲାପାଳ ଅରିନ୍ଦମ ଡାକୁଆ, ଡିଆରଡିଏ ପିଡି ଡ. ମହେଶ୍ୱର ସ୍ବାଇଁ, ଜିଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ମୁରିବାହାଲ ବ୍ଳକ ଅଧ୍ୟକ୍ଷ ହଂସରାଜ ଜୈନ, ଦେଓଗଁା ବ୍ଳକ୍‌ ଅଧ୍ୟକ୍ଷା ରୀନା ମେହେର ପ୍ରମୁଖ ଯୋଗଦାନ କରିଥିଲେ ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରୋନ୍ସ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ା ଏହାପରେ ହିତାଧିକାରୀଙ୍କୁ ଖାଉଟୀ କାର୍ଡ ବଣ୍ଟନ କରାଯାଇଥିଲା ା ପ୍ରାରମ୍ଭରେ ଜାତିର ପିତା ମହାତ୍ମା  ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ  ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ା

କପସିପାଲିରେ ଶ୍ରମିକ ସମାବେଶ

କପସିପାଲିରେ ଶ୍ରମିକ ସମାବେଶ

ଖପ୍ରାଖୋଲ,୩ା୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ  ଓଡିଆପାଲି ପଞ୍ଚାୟତ କପସିପାଲି ହାଟପଦାଠାରେ ଶ୍ରମିକ ଅଧିକାର ମଞ୍ଚ ଓ ଜିନ୍ଦାବାଦ ସଂଗଠନର ମିଳିତ  ଆନୁକୂଲ୍ୟରେ ଶ୍ରମିକ ସମାବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ଅଧିକାର ମଞ୍ଚ ସଭାପତି ଲୋଚନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥିଭାବେ ଆଇନଜୀବୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ପାଟଣାଗଡ ବାର ଆସୋସିଏଶନ ସମ୍ପାଦକ କାମାକ୍ଷ ପ୍ରସାଦ ସାହୁ, ପୂର୍ବତନ ତହସିଲଦାର ହିମାଂଶୁ ହୋତା,  ଆଦିବାସୀ ନେତା ଧରମ ସିଂ ଧରୁଆ, ଆଇନଜୀବୀ ତ୍ରିଲୋଚନ ପୁଂଜି, ଗୋଲାପ ନିଆଲ, ସାମାଜିକ କର୍ମୀ ଅଭୟ ତ୍ରିପାଠୀ, ପୂର୍ବତନ ସଭାପତି ଶଙ୍କର ବିଶି, ପୂର୍ଣ୍ଣଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇ ଦାଦନ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ନିଆରା କାର୍ଯ୍ୟକ୍ରମ:ଆମେ ବି ମଣିଷ

ନିଆରା କାର୍ଯ୍ୟକ୍ରମ:ଆମେ ବି ମଣିଷ

ବଲାଙ୍ଗୀର ଅଫିସ,୩ା୧୦:ବ୍ୟସ୍ତବହୁଳ ଜୀବନ ଭିତରେ ଏମିତି କିଛି ମଣିଷ ନଜରକୁ ଆସନ୍ତି ଯେଉଁମାନେ ମାନସିକ ବିକୃତି କାରଣରୁ କି ବିଭିନ୍ନ ରୋଗ କାରଣରୁ ଏକ ତିରସ୍କାରର ଜୀବନ ଜୀଉଥାନ୍ତି ା ଆମେ ସମସ୍ତେ ସେମାନଙ୍କୁ ରାସ୍ତାଘାଟରେ ବୁଲୁଥିବା, ହସପିଟାଲ ଶଯ୍ୟାରେ ଛଟପଟ ହେଉଥିବା ଦେଖୁଁ ା ଇଚ୍ଛାଥିଲେ ବି ସେମାନଙ୍କ ପାଇଁ କିଛି କରିହୁଏ ନାହିଁ ା ଆମ ଅଗୋଚରରେ ସେମାନେ ଭୀଷଣ ଯନ୍ତ୍ରଣା ଭୋଗ କରୁଥାନ୍ତି ା ଏଭଳି କିଛି ମାନସିକ ବିକୃତ ତଥା ରୋଗୀଣା ମଣିଷଙ୍କୁ  ଗାନ୍ଧୀ ଜୟନ୍ତୀ ଅବସରରେ କିଛି ଭଲ ପାଇବା ସାଉଁଟିଥିଲେ ବଲାଙ୍ଗୀରର ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେଶନ୍‌ର ସ୍ବେଚ୍ଛାସେବୀମାନେ ା ବଲାଙ୍ଗୀର ସହରର ବିଭିନ୍ନ ରାସ୍ତାଘାଟରେ ବୁଲୁଥିବା ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ପରିତ୍ୟକ୍ତ ୱାର୍ଡରେ ଭର୍ତ୍ତିହୋଇ ଅତ୍ୟନ୍ତ ଅସହାୟ ଜୀବନ ବିତାଉଥିବା ୪ ମାନସିକ ବିକୃତ ଏବଂ ରୋଗାକ୍ରାନ୍ତଙ୍କୁ  ସେବାଶୁଶ୍ରୁଷା କରାଯାଇଥିଲା ା ସ୍ବେଚ୍ଛାସେବୀମାନେ ୨ ମହିଳା ଏବଂ ୨ ପୁରୁଷ ମାନସିକ ବିକାରଗ୍ରସ୍ତ ରୋଗୀଙ୍କୁ ସଫାସୁତରା କରିବା ସହ ନୂଆ ବସ୍ତ୍ର ପ୍ରଦାନ କରିଥିଲେ। ଦୀର୍ଘଦିନରୁ  ଅବହେଳିତ ହୋଇ ଜରାଜୀର୍ଣ୍ଣ ଓ ଦୁର୍ଗନ୍ଧମୟ ହୋଇଯାଇଥିବା ସେମାନଙ୍କ ଶରୀରକୁ ଡେଟଲ ପାଣିରେ ଧୋଇ ସଫା କରିଥିଲେ ା 

ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ ଅନଶନ: ଆନ୍ଦୋଳନକୁ ସମର୍ଥନ ଜଣାଇଲେ ବିରୋଧି ନେତୃବୃନ୍ଦ

ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ ଅନଶନ: ଆନ୍ଦୋଳନକୁ ସମର୍ଥନ ଜଣାଇଲେ ବିରୋଧି ନେତୃବୃନ୍ଦ

   ସୋନପୁର,୨।୧୦(ନି.ପ୍ର.): ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସୁବର୍ଣ୍ଣପୁର ଜିଲା ଶାଖା ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀରେ ମଙ୍ଗଳବାର ୧୨ ଘଣ୍ଟିଆ ଅନଶନ କରା ଯାଇଥିଲା। ଶିକ୍ଷକ ସମାଜ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଜିଲାର ବ୍ଲକଗ୍ରାଣ୍ଟ କଲେଜ ଓ ବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ, ଶିକ୍ଷୟିତ୍ରୀ ଶିକ୍ଷକ ଏଥିରେ ଅଂଶଗ୍ରହଣ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଆନ୍ଦୋଳନସ୍ଥଳୀରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। 

ଗାନ୍ଧୀଙ୍କ ଆଦର୍ଶ ବିଶ୍ୱ ପାଇଁ ପ୍ରଯୁଜ୍ୟ

ଗାନ୍ଧୀଙ୍କ ଆଦର୍ଶ ବିଶ୍ୱ ପାଇଁ ପ୍ରଯୁଜ୍ୟ

ସୋନପୁର,୨।୧୦(ନି.ପ୍ର.): ଜିଲା ସଦର ମହକୁମା ସୋନପୁରଠାରେ ଜିଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସମାରୋହ ମଙ୍ଗଳବାର ପାଳିତ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏହି ଅବସରରେ ବିଭିନ୍ନ କାଯର୍‌ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ପୂଣ୍ୟ ଜନ୍ମ ତିଥି ଅବସରରେ ପ୍ରତ୍ୟୁଷ ୪ଟାରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯାଇଥିଲା।

ସିରିଜ୍‌ ଚୋରି ଘଟଣାର ପର୍ଦ୍ଦାଫାଶ:  ସୁନା ବିସ୍କୁଟ ସମେତ ୯ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୪ଗିରଫ

ସିରିଜ୍‌ ଚୋରି ଘଟଣାର ପର୍ଦ୍ଦାଫାଶ: ସୁନା ବିସ୍କୁଟ ସମେତ ୯ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୪ଗିରଫ

ସୋନପୁର, ୨।୧୦(ନି.ପ୍ର.)
ସୁବର୍ଣ୍ଣପୁର ସହରର ସିରିଜ୍‌ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଟାଉନ ଥାନା ପୋଲିସ ସୋନପୁର ଓ ବଲାଙ୍ଗୀରରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଓ ଜୁଏଲାରି ମାଲିକଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୧୦୦ଗ୍ରାମ ଓଜନର ସୁନା ବିସ୍କୁଟ ଓ ପ୍ରାୟ ୯ ଲକ୍ଷ ଟଙ୍କାର ସାମଗ୍ରୀ ଉଦ୍ଧାର ହୋଇଛି। ସୋନପୁର ଥାନାରେ ଗତ ୨ମାସ ମଧ୍ୟରେ ରୁଜୁ ହୋଇଥିବା ୪ଟି ମାମଲାର ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର ହୋଇ ପାରିଛି । ମୁଖ୍ୟ ଅଭିଯୁକ୍ତ ସୋନପୁର 

ଜିଲା ରେଡକ୍ରସ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ

ଜିଲା ରେଡକ୍ରସ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ

ସୁନ୍ଦରଗଡ,୨।୧୦  (ଡି.ଏନ୍‌.ଏ ) -ଭାରତୀୟ ରେଡକ୍ରସ ସୋସାଇଟି ସୁନ୍ଦରଗଡ ଜିଲା ଶାଖା ଏବଂ ଜୁନିୟର ରେଡକ୍ରସର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଜିଲାପାଳ କାର୍ଯ୍ୟାଳୟ ପ୍ରାଙ୍ଗଣରୁ  ବାହାରିଥିବା ସଚେତନତା ଶୋଭାଯାତ୍ରାକୁ ଜିଲାପଳ ସୁରେନ୍ଦ୍ର କୁମାର ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଜିଲାପାଳ ତାଙ୍କ ଅଭିଭାଷଣରେ 

ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଓ ସ୍ବଚ୍ଛତା ପାଇଁ ଶପଥ

ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଓ ସ୍ବଚ୍ଛତା ପାଇଁ ଶପଥ

କର୍ଲାମୁଣ୍ଡା,୨।୧୦ (ଡି.ଏନ.ଏ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦର ସ୍ଥିତ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନୋଡାଲ ୟୁପି ସ୍କୁଲ ଛାତ୍ରୀଛାତ୍ର ମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯିବା ସହ ସଭା କାର୍ଯ୍ୟ କରାଯାଇଥିଲା। ଏଥିରେ ଜନସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାସ, ଡାକ୍ତର ଶୀଖିଧ୍ୱଜ ପଟେଲ, ବିପିଏମ ଅଜିତ ସିଂ କୁମାର, ଆମହାଲଚାଲ ପତ୍ରିକାର ମୁଖ୍ୟ ସମ୍ପାଦକ ନରୋତ୍ତମ ସେଲମା, ସାମାଜିକ କର୍ମୀ 

ଉଦ୍ଭିଦ ବିଜ୍ଞାନ ଉପସ୍ଥାନ ଖାତା ଚୋରି:  ଦେବଗଡ କଲେଜ ନିର୍ବାଚନ ବାତିଲ୍‌

ଉଦ୍ଭିଦ ବିଜ୍ଞାନ ଉପସ୍ଥାନ ଖାତା ଚୋରି: ଦେବଗଡ କଲେଜ ନିର୍ବାଚନ ବାତିଲ୍‌

ଦେବଗଡ଼,୨।୧୦(ସ୍ବ.ପ୍ର)- ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଦେବଗଡ କଲେଜର ଛାତ୍ର ସଂସଦ ନିର୍ବାଚନ ଅନିର୍ବାର୍ଯ୍ୟ କାରଣ ଯୋଗୁ ବାତିଲ କରାଯାଇଥିବା ନେଇ ଏକ ପ୍ରେସ ନୋଟ୍‌ ମାଧ୍ୟମରେ ଷ୍ଟାଫ୍‌ କାଉନଶିଲ୍‌ ସମ୍ପାଦକ ତଥା କଲେଜର ଇଂରାଜୀ ପ୍ରଧ୍ୟାପକ ଶରତ ଚନ୍ଦ୍ର ମେହେର ସୂଚନା ଦେଇଛନ୍ତି। ସେ ଜଣାଇଛନ୍ତି ଯେ, ଉଦ୍ଭିଦ ବିଜ୍ଞାନର ଦୁଇଟି ଉପସ୍ଥାନ ଖାତା ସୋମବାର ଦ୍ୱିପ୍ରହରରେ ଚୋରି ହୋଇଯାଇଥିବା ନେଇ ନଜରକୁ ଆସିଥିଲା ା ଫଳରେ ଏକ ଜରୁରୀ ବୈଠକ କଲେଜ ଅଧ୍ୟକ୍ଷା 

ଉପଖଣ୍ଡସ୍ତରୀୟ ଗାନ୍ଧୀ, ଶାସ୍ତ୍ରୀଙ୍କ ଜୟନ୍ତୀ: ୬ ୱାର୍ଡ ବାହ୍ୟ ଶୌଚମୁକ୍ତ ଘୋଷଣା

ଉପଖଣ୍ଡସ୍ତରୀୟ ଗାନ୍ଧୀ, ଶାସ୍ତ୍ରୀଙ୍କ ଜୟନ୍ତୀ: ୬ ୱାର୍ଡ ବାହ୍ୟ ଶୌଚମୁକ୍ତ ଘୋଷଣା

ଟିଟିଲାଗଡ଼, ୨।୧୦(ଡି.ଏନ.ଏ)   -  ବଲାଙ୍ଗିର ଜିଲା ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭଗ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିବୃନ୍ଦ ମହାପୁରୁଷଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ତଥା ମାଲ୍ୟାର୍ପଣ କରିଥିଲେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ରାମଧୂନ ଗାୟନ କରିଥିଲେ। ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ ମୁଖ୍ୟଅତିଥି, 

କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

କୁଆଁରମୁଣ୍ଡା,୨।୧୦(ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଶିକ୍ଷା କାର୍ଯ୍ୟାଳୟ ଅଧିନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି -୨୦୧୮’ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟ, କୁମଝରିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଟୁବାହାଲ, ପାକେରଲଙ୍ଗର, ବିଜାବାହାଲ ଉ.ପ୍ରା ବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ୧ମରୁ ୧୦ମ ଶ୍ରେଣୀ ମଧ୍ୟରେ ଥିବା 

ଦେବଗଡ଼ ଜିଲା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଦେବଗଡ଼ ଜିଲା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଦେବଗଡ଼, ୨।୧୦ (ସ୍ବ.ପ୍ର.)-ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ବାନ କ୍ରମେ ମଙ୍ଗଳବାର ଗାନ୍ଧିଜୟନ୍ତୀ ଅବସରରେ ଦେବଗଡ଼ ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ସରକାରଙ୍କ ବୈମାତୃକ ଓ ଶିକ୍ଷା ବିରୋଧୀ ନୀତି ବିରୋଧରେ ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ୧୨ ଘଣ୍ଟିଆ ଅନଶନ କରାଯାଉଛି। ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ ମଧ୍ୟ ଅନଶନରେ ବସିଛନ୍ତି।

ରକ୍ତ ଦେବା ଜୀବନ ବଞ୍ଚାଇବା: ବିଜୁ  ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ରକ୍ତ ଦେବା ଜୀବନ ବଞ୍ଚାଇବା: ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ଜୁନାଗଡ,୨।୧୦(ଡି.ଏନ.ଏ.)
ବିଜୁ ମହିଳା ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲା ଜୁନାଗଡ ସହର ସଂସ୍କୃତି ଭବନଠାରେ ଜିଲାସ୍ତରୀୟ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲା ସଭାନେତ୍ରୀ କଲ୍ୟାଣୀ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ଉଦଘାଟ୍‌ନ କରିଥିଲେ। ଏହି ଅବସରରେ ୫୫ ଜଣ ମହିଳା ଓ ପୁରୁଷ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଜୁନାଗଡ ବିଧାୟକ ଦିବ୍ୟଶଙ୍କର 

  ଜୁନାଗଡରେ ବିଜେଡି ଅଫିସ ଉଦ୍‌ଘାଟିତ୍‌: ଭାଜପା ଛାଡି ବିଜେଡିର ଯୋଗଦେଲେ ମହିଳା କାଉନସିଲର

ଜୁନାଗଡରେ ବିଜେଡି ଅଫିସ ଉଦ୍‌ଘାଟିତ୍‌: ଭାଜପା ଛାଡି ବିଜେଡିର ଯୋଗଦେଲେ ମହିଳା କାଉନସିଲର

ଜୁନାଗଡ,୨।୧୦ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ସହର ଠାରେ  ମଙ୍ଗଳବାର ଗାନ୍ଧୀଜୟନ୍ତୀରେ ବିଜେଡି (ବିଜୁ ଜନତା ଦଳ)ର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ଆନୁଷ୍ଠାନିକ ଭାବରେ କାର୍ଯ୍ୟାଳୟ (ଅଫିସ) ଉଦ୍‌ଘାଟନ କରିଥିଲେ। ପରେ ଗାନ୍ଧୀଜୀଙ୍କ ଫଟୋରେ ଫୁଲ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ଜୁନାଗଡ ବିଧାୟକ 

ବିଜେଡିର ନୂଆଁଖାଇ ଭେଟଘାଟ: ଗାଇଲେ, ନାଚିଲେ ଜିତେନ୍ଦ୍ର- କ୍ରିଷ୍ଣା

ବିଜେଡିର ନୂଆଁଖାଇ ଭେଟଘାଟ: ଗାଇଲେ, ନାଚିଲେ ଜିତେନ୍ଦ୍ର- କ୍ରିଷ୍ଣା

ବୀରମହାରାଜପୁର, ୨।୧୦ (ଡି.ଏନ.ଏ)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ଡାଠାରେ ପାଳିତ ହୋଇଯାଇଛି ବିଜେଡିର ନିର୍ବାଚନ ମଣ୍ଡଳୀସ୍ତରୀୟ ନୂଆଁଖାଇ ଭେଟଘାଟ। ଏହି ଉପଲକ୍ଷେ ରବିବାର ଆୟୋଜିତ ରଙ୍ଗାରଙ୍ଗ ନାଚଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଲେଜ ପଡିଆ ସ୍ଥିତ ମୁକ୍ତମଞ୍ଚ ଦୁଲୁକାଇ ଦେଇଥିଲା। ସମ୍ବଲପୁରର ରଙ୍ଗ ଫରୁଆ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଢ଼େର କାର୍ଯ୍ୟକ୍ରମ ଭେଟି ଦିଆଯାଇଥିବା ବେଳେ ଏହି ମଞ୍ଚରେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ 

ଧର୍ମଗଡଠାରେ ଜନଜାଗରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଧର୍ମଗଡଠାରେ ଜନଜାଗରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଧର୍ମଗଡ,୨।୧୦(ଡି.ଏନ.ଏ)- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ମଙ୍ଗଳବାର ଭାଜପାର ଜନଜାଗରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଧର୍ମଗଡର ଅଧିଷ୍ଠାଭ୍ରୀ ଦେବୀ ମା ଭଣ୍ଡାର ଘରଣୀଙ୍କ ମନ୍ଦିରରୁ ଏହି ଜନଜାଗରଣ ଯାତ୍ରାର ଶୁଭାରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏହା  ଚାଲୁ ରହିବା ସହ ନିର୍ବାଚନ ମଣ୍ଡଳୀର ୬୧ ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ଗା୍ରମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ଗ୍ରାମସଭା ସାମିଲ

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ଗ୍ରାମସଭା ସାମିଲ

ବଡ଼ଗାଁ, ୨।୧୦(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବଡ଼ଗାଁ ପଞ୍ଚାୟତର ଗ୍ରାମସଭା ( ସ୍ବତନ୍ତ୍ର)ରେ ମଙ୍ଗଳବାର ଯୋଗଦେଇଥିବା ପଞ୍ଚାୟତବାସୀ ଧରିତ୍ରୀ ଓ ଓଡ଼ିଶାପୋଷ୍ଟର ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଅବସରରେ ସରପଞ୍ଚ ଶୁଶିଲା ଡ଼ନସନା, ନାଏବ ସରପଞ୍ଚ କେଶବ କର୍ସେଲ, ବ୍ଲକ  ସାମାଜିକ ସୁରକ୍ଷା ଅଧିକାରୀ ଅମ୍ବିକା ନାଏକ ଉପସ୍ଥିତ ଥିଲେ।

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦର ସଚେତନତା ଶୋଭାଯାତ୍ରା

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦର ସଚେତନତା ଶୋଭାଯାତ୍ରା

ରେଙ୍ଗାଲି, ୨।୧୦ (ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପ୍ଲାଷ୍ଟିକ ମୁକ୍ତ ପରିବେଷ ପାଇଁ ଏକ ସଚେତନତା ଶୋଭାଯାତ୍ରା ବାହାର କରାଯାଇଥିଲା। ମଙ୍ଗଳବାର ପରିଷଦର ସଭାପତି ଡ଼. ତୁଳସୀ ଦାସ ମାହାଣାଙ୍କ ନେତୃତ୍ୱରେ ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ବିନୋଦ ବିହାରୀ ନନ୍ଦ, ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡ଼ିଆ, ସୁମନ ଚାନ୍ଦ, ଦିବ୍ୟ ବେହେରା ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଶୁଣ୍ଢିମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ :ମହତ୍ମାଗାନ୍ଧୀଙ୍କୁ ସ୍ମରଣିଲେ ଛାତ୍ରୀଛାତ୍ର

ଶୁଣ୍ଢିମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ :ମହତ୍ମାଗାନ୍ଧୀଙ୍କୁ ସ୍ମରଣିଲେ ଛାତ୍ରୀଛାତ୍ର

ରେଢାଖୋଲ, ୨।୧୦(ଡି.ଏନ.ଏ)-ସମ୍ବଲପୁର ଜିଲା ରେଢ଼ାଖୋଲ ଶୁଣ୍ଢିମୁଣ୍ଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ସକାଳେ ଛାତ୍ରୀ ଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକ ଏକ ଶୋଭାଯାତ୍ରାରେ ବିଦ୍ୟାଳୟରୁ ବାହାରି ଶୁଣ୍ଢିମୁଣ୍ଡା ଗ୍ରାମ ପରିକ୍ରମା କରିଥିଲେ। ବିଦ୍ୟାଳୟ ପରିସରରେ ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ମହାତ୍ମାଗାନ୍ଧୀଙ୍କ ଫଟୋ 

ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ

ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ

ରେଢ଼ାଖୋଲ,୨।୧୦(ଡି.ଏନ.ଏ.) -ବିଜୁ ଜନତା ଦଳ ନଗର କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ସ୍ଥାନୀୟ  ଟାଉନ କ୍ଲବରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଏନଏସି ଉପାଧ୍ୟକ୍ଷ ସୁନିଲ କୁମାର ପ୍ରଧାନ, ବାସୁଦେବ ପୃଷେଠ, ସାଧୁଚରଣ ପ୍ରଧାନ, ଗୌରଚନ୍ଦ୍ର ପ୍ରଧାନ, ସୁଧାଂଶୁ ଅମାତ, ଦୁତିଆ ରାଉଲ, ବ୍ରିକ ବାହାଦୁର, ଜୟଦେବ ପୃଷେଠ, ମହାବୀର ସିଂଦେଓ, ଖେଳାନିଧି ପ୍ରଧାନ, ଶଶଙ୍କ ଗିରି ପ୍ରମୁଖ ଯୋଗଦେଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ।  ପରେ ଗାନ୍ଧୀ ସ୍ମୃତି 

ସେକ୍ସ ର଼୍ୟାକେଟ ଠାବ:  ୩ ଅଭିଯୁକ୍ତ ଗିରଫ

ସେକ୍ସ ର଼୍ୟାକେଟ ଠାବ: ୩ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ୍‌,୨।୧୦
ବରଗଡ଼ ଟାଉନ ଥାନା ପୋଲିସ ରବିବାର ବିଳମ୍ବିତ ରାତ୍ରିରେ ସହର ଉପକଣ୍ଠ ନଦୀପଡ଼ାରୁ  ସେକ୍ସ ର଼୍ୟାକେଟ ଠାବ କରିଛି । ଏଥିରେ ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବାବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡାଙ୍ଗ ଗ୍ରାମର ରଞ୍ଜନ ସ୍ବାଇଁ, ବାବୁଲୁ ଶତପଥୀ ଏବଂ ନରସିଂହ ଭୋଇ। ଏହି  ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ସୋହେଲା ଥାନା ଜାମପାଲି ଗ୍ରାମର ଜଣେ ଯୁବକ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉଦ୍ଧାର ଯୁବତୀ ଜଣକ ବମ୍ବେର 

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ଗାନ୍ଧୀ ଜୟନ୍ତୀ ଅବସରରେ ଗଁ। ରାସ୍ତା ସଫେଇ କଲେ

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ଗାନ୍ଧୀ ଜୟନ୍ତୀ ଅବସରରେ ଗଁ। ରାସ୍ତା ସଫେଇ କଲେ

ରିଷିଡା, ୨।୧୦ (ଡି.ଏନ.ଏ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିକଟସ୍ଥ ତେରେସିଂହା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ମାନେ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ଗ୍ରାମର ରାସ୍ତା ସଫେଇ କରିଛନ୍ତି । ଗାନ୍ଧି ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟରେ ସ୍ବୟଂ ସହାୟିକ ଗୋଷ୍ଠୀର ସଦସ୍ୟା ମାନେ ସଫେଇ ରେ ଅଂଶ ଗ୍ରହଣ କରିଛନ୍ତି । ସ୍ବଛ ଗ୍ରାମ ଅଭିଯାନ ତରଫରୁ ବିଭିନ୍ନ ଗ୍ରାମରେ ସଫେଇ ଅଭିଯାନ ଚାଲିଛି ।

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ରିଷିଡା, ୨।୧୦ (ଡି.ଏନ.ଏ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଗାନ୍ଧୀ ଜୟନ୍ତୀ  ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିବାବେଳେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେହିପରି ଏହି ବ୍ଲକର ଘୁଂଟୁପଡା ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।

ଥାନାରେ ଭଙ୍ଗାରୁଜା, ପୋଲିସକୁ ଗାଲିଗୁଳଜ ମାମଲାରେ ୨୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷଙ୍କୁ ଘରୁ ଉଠାଇଲା ପୋଲିସ

ଥାନାରେ ଭଙ୍ଗାରୁଜା, ପୋଲିସକୁ ଗାଲିଗୁଳଜ ମାମଲାରେ ୨୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷଙ୍କୁ ଘରୁ ଉଠାଇଲା ପୋଲିସ

ପଦ୍ମପୁର, ୨।୧୦ (ଡି.ଏନ.ଏ)-ବରଗଡ଼ ଜିଲା ପଦ୍ମପୁରରେ ମଙ୍ଗଳବାର ପୋଲିସ ଚଢାଉ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଛାତ୍ର ନିଖୋଜ ଘଟଣା ନେଇ ଥାନାରେ ଭଙ୍ଗାରୁଜା, ପୋଲିସକୁ ଗାଲିଗୁଳଜ ମାମଲାରେ ୨୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷଙ୍କୁ ଘରୁ ଉଠାଇ ନେଇଛି ପୋଲିସ। ଅନ୍ୟ କେତେକ ଭୟରେ ଫେରାର୍‌ ହୋଇଯାଇଛନ୍ତି। ଗତ ୨୭ ତାରିଖ ପଦ୍ମପୁର ଥାନା ମୁରହାପାଲି ଗ୍ରାମର କିର୍ଲି ବାଗଙ୍କ ପୁତ୍ର ବାଳକୃଷ୍ଣ (୧୪) ନିଖୋଜ ହେବା ଘଟଣାରେ ଶନିବାର ଉକ୍ତ ଗ୍ରାମର ଶତାଧିକ