ସମ୍ବଲପୁର

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି: ୬ ଦିନରେ ପହଞ୍ଚିଲା ଓକିଲଙ୍କ ଆନ୍ଦୋଳନ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି: ୬ ଦିନରେ ପହଞ୍ଚିଲା ଓକିଲଙ୍କ ଆନ୍ଦୋଳନ

ସୁନ୍ଦରଗଡ,୨୪।୧୧ (ଡି.ଏନ୍‌.ଏ.)- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତିକୁ ସମର୍ଥନ ଜଣାଇ ସୁନ୍ଦରଗଡ଼ ଜିଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଶନିବାର ୬ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ ଜିଲାରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକୁ ସମର୍ଥନ ଜଣାଇଁ ଶନିବାର ତଳସରା ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝିଙ୍କ ସହ ଜିଲା କଂଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀ, ଅଜୟ ବହିଦାର, ପ୍ରଭାତ ଭୋଳ, ନରେନ୍ଦ୍ର ସିଂ, ଅଜିତ୍‌ ପ୍ରସାଦ, ପର୍ଶୁରାମ ସରାଫ ପ୍ରମୁଖ ଧାରଣାରେ ବସିଥିଲେ। 

ଛାମୁଣ୍ଡା ପ୍ରାଥମିକ ସ୍କୁଲରେ ପଶିଲେ ହାତୀପଲ

ଛାମୁଣ୍ଡା ପ୍ରାଥମିକ ସ୍କୁଲରେ ପଶିଲେ ହାତୀପଲ

ବଡଗାଁ,୨୪।୧୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ବଡଗାଁ ବନଖଣ୍ଡ ଅଧୀନ ମହାବୀର ପାହାଡରେ ରହୁଥିବା ଏକ ହାତୀପଲ ଶୁକ୍ରବାର ରାତି ପ୍ରାୟ ସାଢେ ୨ଟା ବେଳେ ଛାମୁଣ୍ଡା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗେଟ ଭାଙ୍ଗି ସ୍କୁଲରେ ପଶିଥିବା ଜଣାପଡିଛି। ଏପରି କି ହାତୀପଲ ସ୍କୁଲ ପାଚେରୀ ଭାଙ୍ଗି ବାହାରକୁ ଚାଲିଯାଇଛନ୍ତି। 

ବଙ୍ଗୋମୁଣ୍ଡା ଧନୁଯାତ୍ରା ଉଦ୍‌ଯାପିତ

ବଙ୍ଗୋମୁଣ୍ଡା ଧନୁଯାତ୍ରା ଉଦ୍‌ଯାପିତ

ବଙ୍ଗୋମୁଣ୍ଡା,୨୪।୧୧(ଡି.ଏନ୍‌.ଏ.)- ବଙ୍ଗୋମୁଣ୍ଡାଠାରେ ୫ଦିନ ଧରି ଚାଲିଥିବା ୩୨ତମ ଧନୁଯାତ୍ରା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମହାରାଜ କଂସ ଅପରାହ୍ନରେ ସୁସଜ୍ଜିତ ଏକ ହାତୀରେ ବସି ନଗର ପରିକ୍ରମା କରିଥିଲେ। ନଗର ପରିକ୍ରମା ବେଳେ କଂସ ମହାରାଜ ସଫେଇ କାର୍ଯ୍ୟରେ ଅବହେଲା କରୁଥିବା ବ୍ୟକ୍ତି ବିଶେଷଙ୍କୁ ତାଗିତ୍‌ କରିଥିଲେ। ଏପରି କି ବିଭିନ୍ନ ସ୍ଥାନରେ ମହିଳାଙ୍କ ଦ୍ୱାରା ହେଉଥିବା ଝୋଟି ପ୍ରତିଯୋଗୀତା ବୁଲି ଦେଖିଥିଲେ। ଏହି ଅବସରରେ ବିଭିନ୍ନ ଜାଗାରେ ମହାରାଜାଙ୍କୁ ସ୍ବାଗତ କରିଥିଲେ। 

ନାକଟିଦେଉଳରେ କାର୍ତ୍ତିକପୂର୍ଣ୍ଣମୀ ମହୋତ୍ସବ

ନାକଟିଦେଉଳରେ କାର୍ତ୍ତିକପୂର୍ଣ୍ଣମୀ ମହୋତ୍ସବ

ନାକଟିଦେଉଳ,୨୪।୧୧(ଡି.ଏନ.ଏ.)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକର ବିଭିନ୍ନ ଗ୍ରାମରେ ପବିତ୍ର ରାହାସ ପୂର୍ଣ୍ଣିମା ସହ କାର୍ତ୍ତିକେଶ୍ୱରଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମାରୁଆଡିମୁଣ୍ଡା କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ପୂଜା କାର୍ଯ୍ୟ ଆୟୋଜିତ କରାଯାଇଥିଲା। ଏହି ଅବସରରେ ଗ୍ରାମର ଶତାଧିକ ମହିଳା ସ୍ଥାନୀୟ ଟିକିରା ଏବଂ ଚମ୍ପାଳି ନଦୀରୁ କଳସରେ ପାଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ପାରମ୍ପରିକ ରୀତିରେ ପୂଜାକାର୍ଯ୍ୟ ଆରମ୍ଭ ହେବା ସହ ନାମ ସଂକୀର୍ତ୍ତନ ହୋଇଥିଲା। 

ଚଡଚଡିରେ ହାତୀ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

ଚଡଚଡିରେ ହାତୀ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

ନାକଟିଦେଉଳ,୨୪।୧୧(ଡି.ଏନ.ଏ.)- ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହାତୀ ଉପଦ୍ରବ ଜନିତ ଫସଲ କ୍ଷତି ଯୋଗୁ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଗତ କିଛି ଦିନ ତଳେ ଏକ ହାତୀପଲ ସାହେବୀ, ପୋଡ଼ାମାଳ, ହିତସରା, କଇଁଙ୍ଗ ଅଞ୍ଚଳରେ ପଶି ବ୍ୟାପକ ଉପଦ୍ରବ କରି ଧାନ ଫସଲ ନଷ୍ଟ କରି ଦେଇଥିବା ବେଳେ ଶୁକ୍ରବାର ରାତିରେ ଏହି ହାତୀପଲ ବ୍ଲକର ଚଡଚଡି ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ହାତୀପଲରେ ଦନ୍ତା ଏବଂ ଛୁଆ ହାତୀ ସମେତ ୧୬ଟି ହାତୀ ଥିବା ଗ୍ରାମବାସୀ କହିଛନ୍ତି। 

କଣ୍ଟାବାଞ୍ଜି ଜିଲା ପ୍ରସଙ୍ଗ: ଅଷ୍ଟମ ଦିନରେ ଆନ୍ଦୋଳନ

କଣ୍ଟାବାଞ୍ଜି ଜିଲା ପ୍ରସଙ୍ଗ: ଅଷ୍ଟମ ଦିନରେ ଆନ୍ଦୋଳନ

କଣ୍ଟାବାଞ୍ଜି,୨୪।୧୨(ଡି.ଏନ.ଏ.)- କଣ୍ଟାବାଞ୍ଜି ଜିଲା ଗଠନ ଦାବି ନେଇ ଦିନକୁ ଦିନ ବିଭିନ୍ନ ଅନୁଷ୍ଠାନ, କ୍ଲବ, ସଂଘ ସାମିଲ  ହେଉଛନ୍ତି। ଶନିବାର ଧାରଣାରେ ରାଜୀବ ଛକ ନିକଟସ୍ଥ ମୋଟର ସାଇକେଲ ଗ୍ୟାରେଜ ଆସୋସିଏଶନର ସଭ୍ୟମାନେ ସାମିଲ ହୋଇଛନ୍ତି। କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜି ଏନ୍‌ଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଜିଲାର ଅନୁନ୍ନତ ଅଞ୍ଚଳ ହୋଇଥିବାରୁ କଣ୍ଟାବାଞ୍ଜି ଜିଲା ହେଲେ ଉନ୍ନତି ସମ୍ଭବ ବୋଲି କୌଲାଶ ଦିପ ଭାଷଣରେ କହିଛନ୍ତି।

ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଲେ ଲୋକେ

ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଲେ ଲୋକେ

ରାଉରକେଲା ଅଫିସ,୨୪।୧୧- ଶେଷ ହେଲା ପୁଣ୍ୟ ମାସ କାର୍ତ୍ତିକ ଓ ପଞ୍ଚୁକ ବ୍ରତ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମା ସକାଳେ ଡଙ୍ଗା ଭସାଇବା ପାଇଁ ନଦୀ ଓ ପୋଖରୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସୋଲ, କଦଳୀ ବାସୁଙ୍ଗା ଓ କାଗଜ ଡଙ୍ଗାରେ ଦୀପ ରଖି ଆ କା ମା ବୈ ଗୁଆପାନ ଥୋଇ ଉଚ୍ଚାରଣ ସହ ଲୋକେ ଡଙ୍ଗା ଭସାଇଥିଲେ। କୋଏଲ ନଦୀ ସମେତ ଛୋଟ ବଡ଼ ପୋଖରୀରେ ଶହ ଶହ ଡଙ୍ଗା ଭସାଯାଇଥିଲା। 

ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ

ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ

ଲଖନପୁର,୨୪।୧୧(ଡି.ଏନ୍‌.ଏ.)- ବନ୍ଧବାହାଲ ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛ। ସମାଜର ସଭାପତି ବିଷ୍ଣୁଚରଣ ସାହୁଙ୍କ ଅଧ୍ୟକ୍ଷତାରେ ସମାଜର ଦ୍ୱାଦଶ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଅନୁପ ସାଏ, ମୁଖ୍ୟବକ୍ତା ତୈଳିକ ସମାଜ ନିଖିଳ ଉତ୍କଳ ମହାସଭା ଅତିରିକ୍ତ ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ସାହୁ, ସମ୍ମାନିତ ଅତିଥି ମହାସଭା କୋଷାଧ୍ୟକ୍ଷ କୃଷ୍ଣମୋହନ ସାହୁ ଓ ସ୍ଥାନୀୟ ସାଧାରଣ ସମ୍ପାଦକ ଦେବରାଜ ସାହୁ ପ୍ରମୁଖ ଯୋଗଦେଇଥିଲେ।

ଚିକିତ୍ସା ଲାଗି ଟଁକା ବାଧକ୍‌: କ୍ୟାନସର ସଂଗେ ଯୁଝୁଛନ୍‌ ୨ ବଛର୍‌ର କ୍ରିଷ୍ଣା

ଚିକିତ୍ସା ଲାଗି ଟଁକା ବାଧକ୍‌: କ୍ୟାନସର ସଂଗେ ଯୁଝୁଛନ୍‌ ୨ ବଛର୍‌ର କ୍ରିଷ୍ଣା

ଲାଞ୍ଜିଗଡ଼,୨୪।୧୧(ଡି.ଏନ.ଏ.)- ଯେନ୍‌ ବଏସେ ବୁଟ୍‌ବୁଟ୍‌ ଚାଲ୍‌ବାର କଥା, ମା’ବାପା ବଲି ଡାକି ଶିଖ୍‌ବାର କଥା, ଛୁଆର ଧାରେ ମୁଲ୍‌କି ହଁସାଥି ମା’ବାପ୍‌ର ପେଟ୍‌ ପୂରିଯିବାର କଥା, ସେ ବଏସେ ହେଇଛେ ଛୁଆକେ ଅମାନ୍‌ତିଆ ରୋଗ୍‌ କ୍ୟାନସର। ଛୁଆର କଅଁଲି କଥା, ମୁଲ୍‌କି ହଁସା ତେନ୍‌କେ ଥାଉ, କଥାଟା ଯାନ୍‌ଲା ଦିନୁ ଛୁଆର ଦୁଖ୍‌ ଦେଖି ଏହେଦେ ମା’ବାପ୍‌ର ଆଏଁଖ୍‌ଥୁ ଲହ ନାଇଁ ଶୁଖ୍‌ବାର। 

ବଲାଙ୍ଗୀର ବାଇପାସ୍‌ ରାସ୍ତା ଦାବିରେ ବିଜେଡିର ଧାରଣା

ବଲାଙ୍ଗୀର ବାଇପାସ୍‌ ରାସ୍ତା ଦାବିରେ ବିଜେଡିର ଧାରଣା

ବଲାଙ୍ଗୀର ଅଫିସ,୨୪।୧୧- ବଲାଙ୍ଗୀର ବାଇପାସ୍‌ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗୀର ବିଜେଡି ପକ୍ଷରୁ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବିଜେଡିର ମହେନ୍ଦ୍ର ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭା ଓ ଧାରଣାରେ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା, ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଆଡଭୋକେଟ୍‌ ଓଙ୍କାର ନାୟକ, ଜୟରାମ ମିଶ୍ର, ଅଶୋକ ରଥ, କୈଲାସ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ, ଧୀରୁ ବନ୍‌ଛୋରଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ଧାରଣା ଦେଇଛନ୍ତି।

ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା:     କୁନା-ଦୀପକ ଯୋଡି ପ୍ରଥମ

ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା: କୁନା-ଦୀପକ ଯୋଡି ପ୍ରଥମ

 ସୋନପୁର,୨୪।୧୧(ନି.ପ୍ର.)କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ସୁବର୍ଣ୍ଣପୁର ସହରସ୍ଥିତ ମହାନଦୀର ଲଙ୍କେଶ୍ୱର ଗଣ୍ଡ ନିକଟରେ ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। 

ସ୍ବଚ୍ଛ ମହାନଦୀ, ସ୍ବଚ୍ଛ ପରିବେଶ ବାର୍ତ୍ତା

ସ୍ବଚ୍ଛ ମହାନଦୀ, ସ୍ବଚ୍ଛ ପରିବେଶ ବାର୍ତ୍ତା

ସୋନପୁର,୨୪।୧୧(ନି.ପ୍ର.)ଓଡିଶାର ଜୀବନରେଖା କୁହା ଯାଉଥିବା ମହାନଦୀର ଜଳରାଶିକୁ ପ୍ରଦୂଷଣ ମୁକ୍ତ କରିବା ସକାଶେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ସନ୍ଧ୍ୟାରେ ପଞ୍ଚମ ବାର୍ଷିକ ତ୍ରିବେଣୀ ସଙ୍ଗମ ମହାଆରତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। 

ବଲାଙ୍ଗୀର ବାଇପାସ୍‌ ରାସ୍ତା: ଭୁଅଁ।  ବୁଲାଉଛନ୍ତି     ନେତା, ମନ୍ତ୍ରୀ, ଅଫିସର

ବଲାଙ୍ଗୀର ବାଇପାସ୍‌ ରାସ୍ତା: ଭୁଅଁ। ବୁଲାଉଛନ୍ତି ନେତା, ମନ୍ତ୍ରୀ, ଅଫିସର

ବଲାଙ୍ଗୀର ଅଫିସ, ୨୪ା୧୧ବହୁପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ୍‌ ରାସ୍ତା ପ୍ରକଳ୍ପ ଅଛିଣ୍ଡା ଗଣିତରେ ପରିଣତ ହୋଇଛି ।  କିଛିଦିନ ତଳେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ୧୯୦ କୋଟି ଅନୁଦାନକୁ କେନ୍ଦ୍ର ସରକାର ମଞ୍ଜୁର କଲେ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ବିଭାଗର ମନ୍ତ୍ରୀଙ୍କ ଚିଠି ଦିଆଯାଇଥିଲା । 

ନାରୀଶିକ୍ଷା, ଅର୍ଥନୈତିକ ଉନ୍ନତି ଉପରେ ଗୁରୁତ୍ୱ

ନାରୀଶିକ୍ଷା, ଅର୍ଥନୈତିକ ଉନ୍ନତି ଉପରେ ଗୁରୁତ୍ୱ

ଟିକ୍ରାପଡା,୨୩।୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ଟିକ୍ରାପଡା  ଲାନ୍ଥ ନଦୀ ପଠାରେ ଭାଗିରଥୀ ମିର୍ଦ୍ଧା ସମାଜର ସର୍କଲ ସ୍ତରୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । 

ଦିବ୍ୟାଙ୍ଗଙ୍କ ପାଇଁ ବାସଗୃହ ଯୋଜନା ପାଲଟିଛି ସାତସପନ

ଦିବ୍ୟାଙ୍ଗଙ୍କ ପାଇଁ ବାସଗୃହ ଯୋଜନା ପାଲଟିଛି ସାତସପନ

କର୍ଲାମୁଣ୍ଡା,୨୩।୧୧(ଡି.ଏନ.ଏ.): ସରକାର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବାସଗୃହ ଯୋଜନାରେ ଶତକଡା ୩ ଭାଗ ଗୃହ ଯୋଗାଇ ଦେବାକୁ ନିୟମ କରିଥିଲେ ହେଁ ତାହା ଖୋଲାଖୋଲି ଭାବେ ଉଂଲ୍ଲଘନ ହେଉଥିବା ଦେଖିବାକୁ ମିଳିଛି। 

ଶିବତୁଲା ପ୍ୟାକ୍ସରେ ଖୋଲିଲା ମଣ୍ଡି

ଶିବତୁଲା ପ୍ୟାକ୍ସରେ ଖୋଲିଲା ମଣ୍ଡି

ତରଭା,୨୩।୧୧(ଡି.ଏନ.ଏ.): ତରଭା ବ୍ଲକ ଅନ୍ତର୍ଗତ ଶିବତୁଲା ପ୍ୟାକ୍ସରେ ଶୁକ୍ରବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ପ୍ୟାକ୍ସ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋନପୁର ଏସଏଆର ଗିରିଷ ଚନ୍ଦ୍ର ପୁରୋହିତ  ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଧାନ ମଣ୍ଡିକୁ ଉଦ୍‌ଘାଟନ କରି ଏହା ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ।

ଖବରଦାତାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଗଣଧାରଣା

ଖବରଦାତାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଗଣଧାରଣା

କେସିଙ୍ଗା,୨୩।୧୧(ଡି.ଏନ.ଏ.): କ୍ରୀଡା ସଚିବ ବିଶାଲ ଦେବ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଶୁକ୍ରବାର କେସିଙ୍ଗା ସହରରେ କାର୍ଯ୍ୟରତ ଖବରଦାତାମାନେ ଗଣଧାରଣା ଓ ପ୍ରତିବାଦ ସଭା କରିଛନ୍ତି।

କୁଲଡା କୋଇଲା ଖଣିରେ ବିସ୍ଫୋରଣ, ଟିପ୍ପର ଚାଳକ ମୃତ

କୁଲଡା କୋଇଲା ଖଣିରେ ବିସ୍ଫୋରଣ, ଟିପ୍ପର ଚାଳକ ମୃତ

ସୁନ୍ଦରଗଡ,୨୩।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ହେମଗିର ବ୍ଲକରେ ଥିବା ଏମ୍‌ସିଏଲର କୁଲଡା କୋଇଲା ଖଣିରେ ଶୁକ୍ରବାର ଅପରାହ୍ନରେ କୋଇଲା ଖନନ ପାଇଁ ବିସ୍ଫୋରଣ ଚାଲିଥିବା ବେଳେ ହଠାତ୍‌ ଏକ ଟ୍ରକ ପଶି ଆସିବାରୁ ଜଣେ ଟିପ୍ପର ଚାଳକଙ୍କ ମୃତ୍ୟୁ ଘଟିଛି ।

ଦାଦନ ଦୁଃଖ: ୩ବର୍ଷ ହେବ ଖଟିଆରେ କଟୁଛି ଜୀବନ

ଦାଦନ ଦୁଃଖ: ୩ବର୍ଷ ହେବ ଖଟିଆରେ କଟୁଛି ଜୀବନ

ଅତାବିରା,୨୩।୧୧(ଡି.ଏନ.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରଙ୍କ ଜୀବନ ଜିବିକା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ବେଆଇନ ଭାବେ ସରକାରୀ ସାମଗ୍ରୀ ବିକ୍ରି

ବେଆଇନ ଭାବେ ସରକାରୀ ସାମଗ୍ରୀ ବିକ୍ରି

ପାଟଣାଗଡ,୨୩।୧୧(ଡି.ଏନ.ଏ.) : ବଲାଙ୍ଗୀର ଜିଲା ପାଟଣାଗଡ ଡାକ୍ତରଖାନା ଏକ ପ୍ରମୁଖ ଡାକ୍ତରଖାନା ଭାବରେ ପରିଚିତ ଥିବାବେଳେ ପ୍ରତିଦିନ ଶହଶହ ରୋଗୀ ଏଠାରେ ଉତମ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। 

୭ମ ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୭ମ ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି,୨୩।୧୨(ଡି.ଏନ.ଏ.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳନ ଚାରିଆଡେ ଧୁମଧାମରେ ପାଳନ ହେଉଥିବା ବେଳେ ଶୁକ୍ରବାର ମଧ୍ୟ ଜିଲା ଦାବିରୁ ବଞ୍ଚିତ ହୋଇନାହଁ।ନ୍ତି କଣ୍ଟାବାଞ୍ଜି  ଜନସାଧାରଣ । 

କିଡ୍‌ନୀ ରୋଗ୍‌ରେ କଲ୍‌ବଲ ହେଉଛନ୍‌ ରୂପାଲି

କିଡ୍‌ନୀ ରୋଗ୍‌ରେ କଲ୍‌ବଲ ହେଉଛନ୍‌ ରୂପାଲି

ସିଂଘିଯୁବା, ୨୩।୧୧(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ ଚରଦା ଗଁ।ର ରୂପାଲି ସେଠ୍‌(୬)। ସେ ଗଲା ୩ ବଛର ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ୍‌ ଅଛନ୍‌। 

ଖଲିଦନା ଦେଉଛେ ପେଟ୍‌କେ ଦାନା

ଖଲିଦନା ଦେଉଛେ ପେଟ୍‌କେ ଦାନା

ଅତାବିରା, ୨୩।୧୧ (ଡି.ଏନ.ଏ): ନିଜର କୁଟୁମ୍‌ର ପେଟ୍‌କେ ଦାନା ଯୁଗାବାର ସଂଗେ ପିଲାଛୁଆକୁ ଦୁଇଅଖର ପାଠ୍‌ ପଢ଼େଇ ଭଲ୍‌ ମୁନୁଷ୍‌ କରବାର ସମ୍‌କିରି ଇଛା।

ବିକ୍ରି ହୋଇପାରୁନି ଅମଳ ଧାନ

ବିକ୍ରି ହୋଇପାରୁନି ଅମଳ ଧାନ

ବରଗଡ଼ ଅଫିସ୍‌,୨୩।୧୧: ଧାନ ବିକ୍ରି ପାଇଁ ବରଗଡ଼ ଜିଲାରେ ଚାଷୀ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ଚାଷଜମି ବାବଦକୁ ଜଳକର, ମାଲଗୁଜାରୀ ଦେଲେ ଯାଇ ପରିଚୟପତ୍ର ନବୀକରଣ ହେଉଛି ।