ସମ୍ବଲପୁର

ବିକାଶ ପାଇଁ ଏକଜୁଟ ହୁଅ

ବିକାଶ ପାଇଁ ଏକଜୁଟ ହୁଅ

ରେଢ଼ାଖୋଲ,୨୬।୧୧(ଡି.ଏନ.ଏ.) 

ସମ୍ବଲପୁର ଜିଲା ରେଢ଼ାଖୋଲ ଭୀମଭୋଇ କଲ୍ୟାଣ ମଣ୍ଡପଠାରେ ରବିବାର ମୈତ୍ରୀ ନିର୍ମାଣ ଶ୍ରମିକ ସଂଘ ଆନୁକୂଲ୍ୟରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିକାଶ ଓ ସ୍ଥାନୀୟ ନେତୃତ୍ୱ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଶ୍ରୀକାନ୍ତ ସାମନ୍ତ ଏହାକୁ ସଂଯୋଜନା କରିଥିଲେ। ସଂଘର ସଭାପତି ରାଜା ପାଲ ସଭାପତିତ୍ୱ କରିଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସ ଓ ରାଜାରାମ ଶତପଥି ଅତିଥି ଭାବେ ଯୋଗଦେଇ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ ଥିବା ଓ ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହେଉଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯିବା ନେଇ ଦଳୀୟ ହାଇକମାଣ୍ଡଙ୍କ ଉପରେ ଚାପ ସୃଷ୍ଟି କରିବାକୁ କହିଥିଲେ। ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ। 

୪୦ ପ୍ରଶିକ୍ଷଣପ୍ରାପ୍ତ ମାର୍ଶଲ ଆର୍ଟ ଛାତ୍ରୀଛାତ୍ର ପୁରସ୍କୃତ

୪୦ ପ୍ରଶିକ୍ଷଣପ୍ରାପ୍ତ ମାର୍ଶଲ ଆର୍ଟ ଛାତ୍ରୀଛାତ୍ର ପୁରସ୍କୃତ

ଲଖନପୁର,୨୬।୧୧(ଡି.ଏନ୍‌.ଏ.)

ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ବନହରପାଲିସ୍ଥିତ ଇବ୍‌ଥର୍ମାଲ ପରିସରରେ ରବିବାର ସ୍ଥାନୀୟ ଫୟମ୍ବୁ ମାର୍ଶଲ ଆର୍ଟ ତରଫରୁ ୨ୟ  ପେଞ୍ଚକ ସିଲଟ୍‌ ସେମିନାର୍‌ ୨୦୧୮ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶିକ୍ଷଣପ୍ରାପ୍ତ ୪୦ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଓଡ଼ିଶା ପେଞ୍ଚକ ସିଲଟ୍‌ ଆସୋସିଏଶନ ସାଧାରଣ ସମ୍ପାଦକ ପ୍ରେମସିଂହ ଥାପା, ଜାତୀୟ ରେଫରୀ ତପସ୍ବିନୀ ନାୟକ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କଳାକୌଶଳ ଶିଖାଇଥିଲେ। ଇଣ୍ଡୋନେସିଆର ଏହି ପେଞ୍ଚକ ସିଲଟ୍‌ ମାର୍ଶଲ୍‌ ଆର୍ଟ ସମ୍ପ୍ରତି ଭାରତରେ ପ୍ରଚାରପ୍ରସାର ଲାଭ କରିଛି। ଏହାକୁ ସରକାରୀ ମାନ୍ୟତା ଦେବାକୁ ପ୍ରୟାସ ଜାରି ରହିଛି।

ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ

ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ

ରିଷିଡା,୨୬।୧୧(ଡି.ଏନ.ଏ.)

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଦୀକ୍ଷାନ୍ତ ସମାରୋହରେ ଛାତ୍ରୀ ସୁଶ୍ରୀ ଇପ୍‌ସିତା ଦେ ସ୍ନାତକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ସ୍ବର୍ଣ୍ଣପଦକ ପାଇଛନ୍ତି। କୃଷି ବିଜ୍ଞାନ ତରଫରୁ ଏହି ପ୍ରଦାନ କରାଯାଇଛି 

ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ରିଷିଡା,୨୬।୧୧(ଡି.ଏନ.ଏ.) 

କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାଠାରେ ବିଜୁ ଯୁବ ବାହିନୀ ତରଫରୁ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ସହ କଲେଜ ଛକ ପର୍ଯ୍ୟନ୍ତ ହକି ଖେଳ ପାଇଁ ଦୌଡ଼ ହୋଇଥିଲା।

ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ହେଉ

ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ହେଉ

ସମ୍ବଲପୁର,୨୬।୧୧(ବ୍ୟୁରୋ)

ସମ୍ବଲପୁର ଜିଲାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ହେଉ। ଏଠାରେ ଭିତ୍ତିଭୂମି ସହ ସମସ୍ତ ସୁବିଧା ରହିଛି। ଏଣୁ ସରକାର ଯଥାଶୀଘ୍ର ସମ୍ଭବ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ରବିବାର ମିଟ୍‌ ଦି’ ପ୍ରେସ କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ସେହିପରି ଭିମ୍‌ସାର୍‌ରେ ଜୁନିୟର ଡାକ୍ତର ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଆଲୋଚନା ଜରିଆରେ ସମାଧାନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା : ଆନ୍ଦୋଳନ ତେଜିଲା, ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା : ଆନ୍ଦୋଳନ ତେଜିଲା, ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

ଲାଠୋର,୨୬।୧୧(ଡି.ଏନ.ଏ.)-

ବଲାଙ୍ଗୀର ଜିଲା ଲାଠୋର ସ୍ବାସ୍ଥ୍ୟକେନ୍ଦ୍ର ଦୀର୍ଘଦିନ ହେବ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରୋଗୀମାନେ ଆବଶ୍ୟକୀୟ ସୁବିଧା ସୁଯୋଗ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କର୍ମଚାରୀଙ୍କ ଅଭାବ, ପାନୀୟ ଜଳର ଅବ୍ୟବସ୍ଥା, ଶୌଚାଳୟ ଦୁରାବସ୍ଥା ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବ୍ୟବସ୍ଥାରେ ସୁଧାର ଆଣିବାକୁ କୌଣସି କାର୍ଯ୍ୟ ହୋଇନଥିବାରୁ ଜନଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ପ୍ରଶାସନିକ ଅବହେଳା ପ୍ରତିବାଦରେ ଲାଠୋର ଗ୍ରାମବାସୀ ଏକଜୁଟ ହୋଇ ରବିବାର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

ବଲାଙ୍ଗୀର ବାଇପାସ୍‌ ରାସ୍ତା ଗୋଲକଧନ୍ଦା: ଜମି ମୂଲ୍ୟ ବୃଦ୍ଧି କେଁ ନା’ ନିର୍ବାଚନୀ ମାଇଲେଜ୍‌ ପେଞ୍ଚ

ବଲାଙ୍ଗୀର ବାଇପାସ୍‌ ରାସ୍ତା ଗୋଲକଧନ୍ଦା: ଜମି ମୂଲ୍ୟ ବୃଦ୍ଧି କେଁ ନା’ ନିର୍ବାଚନୀ ମାଇଲେଜ୍‌ ପେଞ୍ଚ

ବଲାଙ୍ଗୀର ଅଫିସ, ୨୬ା୧୧ : ବଲାଙ୍ଗୀର ସହରରେ ବାଇପାସ୍‌ ରାସ୍ତା ନିର୍ମାଣ ଏକ ଅତ୍ୟନ୍ତ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହୋଇଥିଲେ ମଧ୍ୟ ଏହି ବାଇପାସ୍‌ ରାସ୍ତାର ଅନୁମୋଦନ ଦୀର୍ଘ ବର୍ଷ ହେଲା ଅଟକି ରହିଛି 

ନଦୀରୁ ଶ୍ରୀଜୀଉଙ୍କ ବିଗ୍ରହ ପାଇଲେ କୈବର୍ତ୍ତ

ନଦୀରୁ ଶ୍ରୀଜୀଉଙ୍କ ବିଗ୍ରହ ପାଇଲେ କୈବର୍ତ୍ତ

ସିଂଘିଯୁବା, ୨୫ା୧୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ହୁତୁମା ଗ୍ରାମ ନିକଟରେ ପ୍ରବାହିତ ଜୀରା ନଦୀରୁ ଶନିବାର ରାତିରେ ଉଦ୍ଧାର ହୋଇଛନ୍ତି ତିନି ଠାକୁର। ଜଣେ କୈବର୍ତ୍ତ ନଦୀରେ ମାଛ ଧରିବା ପାଇଁ ଯାଇଥିବାବେଳେ ବାଲିକୁଦରେ ଦେଖିଥିଲେ ଶ୍ରୀଜୀଉମାନଙ୍କର ବିଗ୍ରହ। ପ୍ରଭୁଙ୍କୁ ପାଇ ଖୁସିରେ ଆତ୍ମହରା ହୋଇ ପଡିଥିଲେ ହୁତୁମା ଗ୍ରାମର କୈବର୍ତ୍ତ ଗୁଣନିଧି ଦଣ୍ଡସେନା(୪୮)। 

ଓଡ଼ିଶୀ, ଲୋକ୍‌ନାଚ୍‌ରେ ଦେଖନହାରି ବିଭୋର

ଓଡ଼ିଶୀ, ଲୋକ୍‌ନାଚ୍‌ରେ ଦେଖନହାରି ବିଭୋର

ବିଜେପୁର, ୨୫।୧୧ (ଡି.ଏନ.ଏ): ବରଗଡ ଜିଲା ବିଜେପୁର ବ୍ଲକ୍‌ ଜାରିଂ ଗଁାରେ ହପ୍‌ତେ ଧରି ଚାଲିଥିବାର ରାହାସ ଯାତ୍‌ରା ମହୋଛବ୍‌ ଶନିବାର ଅଧ୍‌ରାତିରେ ଉଦ୍‌ଯାପିତ ହେଇଯାଇଛେ। ପରମ୍ପରା ଅନ୍‌ସାରେ ବିଜେପୁର ଜମିଦାର ବଂଶର ଦାୟାଦ ସନତ କୁମାର ଗଡ଼ତିଆ କର୍‌ତା ଆର୍‌ ଅଚ୍ୟୁତାନନ୍ଦ ପୂଜାରୀ ପୁରୋହିତ କାମ୍‌ ତୁଲେଇଥିଲେ। 

କଣ୍ଟାବାଞ୍ଜି ଜିଲା ପ୍ରସଙ୍ଗରେ ଆନ୍ଦୋଳନ ୯ମ ଦିନରେ

କଣ୍ଟାବାଞ୍ଜି ଜିଲା ପ୍ରସଙ୍ଗରେ ଆନ୍ଦୋଳନ ୯ମ ଦିନରେ

କଣ୍ଟାବାଞ୍ଜି, ୨୫।୧୨(ଡି.ଏନ.ଏ.)- ରବିବାର ସରକାରୀ ଛୁଟି ଥିଲେ ମଧ୍ୟ ଜିଲା ଦାବି କରୁଥିବା ଆନ୍ଦୋଳନକାରୀମାନେ ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ରବିବାର ଧାରଣା ୯ମ ଦିନରେ ପହଞ୍ଚିଛି।  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀଟି ନୂଆପଡା, ଦେବଗଡ, ଝାରସୁଗୁଡା,  ସୁବର୍ଣ୍ଣପୁର ଜିଲାମାନଙ୍କଠାରୁ ସବୁ କ୍ଷେତ୍ରରେ ଆଗୁଆ ରହିଛି। ଏପରିକି ବର୍ତ୍ତମାନର ଟିଟିଲାଗଡ ସବଡିଭିଜନରୁ ବାଦପଡି ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜି ପୌରାଞ୍ଚଳ, ତୁରେକେଲା, ବଙ୍ଗୋମୁଣ୍ଡା ଓ

ରନ୍‌ ଫର୍‌ ହକି କାର୍ଯ୍ୟକ୍ରମ: ଭାଗନେଲେ ୪ହଜାର ପ୍ରତିଯୋଗୀ

ରନ୍‌ ଫର୍‌ ହକି କାର୍ଯ୍ୟକ୍ରମ: ଭାଗନେଲେ ୪ହଜାର ପ୍ରତିଯୋଗୀ

ସମ୍ବଲପୁର, ୨୫।୧୧ (ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ପୁରୁଷ ବିଶ୍ୱ କପ୍‌ ହକି ଟୁର୍ନାମେଣ୍ଟ ହେବ। ତେଣୁ ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ହକି ଖେଳର ପ୍ରଚାରପ୍ରସାର ନିମନ୍ତେ ରବିବାର ରାଜ୍ୟ ସାରା ରନ ଫର୍‌ ହକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ସମ୍ବଲପୁର ଜିଲା ପ୍ରଶାସନ, କ୍ରୀଡା ଓ ଯୁବ ବ୍ୟାପାର ପକ୍ଷରୁ ଗଣଦୌଡ ହୋଇଥିଲା। ଏଥିରେ ସହରର ବିଭିନ୍ନ ଅଞ୍ଚଳରୁ ୧୦ ବର୍ଷରୁ ଉର୍ଦ୍ଧ୍ୱ ୪ହଜାର ବାଳିକା,ବାଳକ, ମହିଳା, ପୁରୁଷ 

ବିଦ୍ୟୁତ୍‌ ତାର ଲାଗି ଶ୍ରମିକ ମୃତ

ବିଦ୍ୟୁତ୍‌ ତାର ଲାଗି ଶ୍ରମିକ ମୃତ

ଭଟଲି, ୨୫।୧୧(ଡି.ଏନ.ଏ.)-ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ମୂଳବାର ଗ୍ରାମରେ ଏକ କୋଟଳ କିଆରିରେ ଜଣେ ଶ୍ରମିକ ରବିବାର ବିଦ୍ୟୁତ୍‌  ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଗୁମଣି ବେହେରା (୫୭)। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ଛତିଶଗଡକୁ ଧାନ ଚୋରା ଚାଲାଣ ବେଳେ ୩ ପିକ୍‌ଅପ୍‌ ଭ୍ୟାନ ଜବତ

ଛତିଶଗଡକୁ ଧାନ ଚୋରା ଚାଲାଣ ବେଳେ ୩ ପିକ୍‌ଅପ୍‌ ଭ୍ୟାନ ଜବତ

ଧର୍ମଗଡ,୨୫।୧୧(ଡି.ଏନ.ଏ)- କଳାହାଣ୍ଡି ଜିଲାରେ ଗତ କିଛି ଦିନ ହେବ ଚୋରା ଧାନ ବେପାରୀ ସକ୍ରିୟ ହୋଇଉଠିଥିବା ବେଳେ ପ୍ରଶାସନର ପିଛା କରିବା ଧାନ ବେପାରୀଙ୍କ ନିଦ ହଜେଇ ଦେଇଛି। ଚଳିତମାସ ୧ରୁ ଜିଲାରେ ମଣ୍ଡି ଖୋଲିବା ଘୋଷଣା ହୋଇଥିଲେ ସୁଦ୍ଧା ଆଜିଯାଏ ତାହା ଖୋଲିପାରିନାହିଁ। ଏହାର ଫାଇଦା ନେଉଛନ୍ତି ଚୋରା ଧାନ ବେପାରୀ। ଚାଷୀମାନଙ୍କଠାରୁ କମ ଦରରେ ଧାନ କିଣି ପଡୋଶୀ ରାଜ୍ୟ ଛତିଶଗଡକୁ ଟ୍ରକ ଟ୍ରକ ଧାନ ଚୋରା ଚାଲଣ କରୁଛନ୍ତି।  ରବିବାର 

ହକି ପାଇଁ ଯୁବ ବାହିନୀଙ୍କ ମାରାଥନ ଦୌଡ

ହକି ପାଇଁ ଯୁବ ବାହିନୀଙ୍କ ମାରାଥନ ଦୌଡ

କେସିଙ୍ଗା, ୨୫।୧୧ (ଡି.ଏନ.ଏ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଓଡିଶା ହକି ମେନସ ୱାଲ୍ଡ କପ୍‌ ଭୁବନେଶ୍ୱର- ୨୦୧୮ ପାଇଁ ବାଲସି ଗ୍ରାମ ପଞ୍ଚାୟତର ଯୁବ ବାହିନୀ ପକ୍ଷରୁ ମାରାଥନ ଦୌଡ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନ ଦୌଡରେ ମୁଖ୍ୟଅତିଥି ଭାବରେ ପୂର୍ବତନ ସରପଞ୍ଚ ଠାକୁର ସାହୁ, ମୁଖ୍ୟବକ୍ତା ଭାବରେ ବାଲସି ଗ୍ରାମ ପଞ୍ଚାୟତର ସରପଞ୍ଚ ଚୁଡାମଣି ମାଝୀ, ସମ୍ମାନିତ ଅତିଥି ଭାବରେ ପିଇଓ ଆନନ୍ଦ ମହାନନ୍ଦ, 

ପୂର୍ବତନ ସୈନିକ ସଂଘର ବିକ୍ଷୋଭ: ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୂର୍ବତନ ସୈନିକ ସଂଘର ବିକ୍ଷୋଭ: ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର, ୨୫।୧୧ (ବ୍ୟୁରୋ)- ଭୀମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାରୀ ଓ ଡାକ୍ତରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ମନାନ୍ତର ମତାନ୍ତର ଲାଗି ରହିଛି। ଶେଷରେ ନିର୍ଦ୍ଦେଶକଙ୍କୁ ବହିଷ୍କାର ଦାବିରେ ଜୁନିୟର ଡାକ୍ତରମାନେ ରୋଗୀସେବା ଛାଡି ଆନ୍ଦୋଳନ ଜାରି ରଖିଛନ୍ତି। ଏହା ଭୀମସାରକୁ କ୍ଷତିରେ ପହଞ୍ଚାଇବ। ସେହିପରି ରୋଗୀମାନେ ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତେଣୁ ଭୀମସାର ନିର୍ଦ୍ଦେଶକଙ୍କ ସପକ୍ଷରେ ହୀରାଖଣ୍ଡ ପଶ୍ଚିମ ଓଡିଶା ପୂର୍ବତନ ସୈନିକ ସଂଘ 

ହାତୀ ଉପଦ୍ରବ ନେଇ ଏମ୍‌ପିଙ୍କୁ ଦାବିପତ୍ର ଦେଲେ ଜନପ୍ରତିନିଧି ଓ କୃଷକ

ହାତୀ ଉପଦ୍ରବ ନେଇ ଏମ୍‌ପିଙ୍କୁ ଦାବିପତ୍ର ଦେଲେ ଜନପ୍ରତିନିଧି ଓ କୃଷକ

ବଡ଼ଗାଁ, ୨୫।୧୧ (ଡି.ଏନ.ଏ)- ବଡଗାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ଅଞ୍ଚଳର ଜନପ୍ରତିନିଧି ଓ କୃଷକମାନେ ଶନିବାର ସୁନ୍ଦରଗଡ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଲିଖିତ ଜଣାଇ ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି। ଜିଲା ପରିଷଦ ସଭ୍ୟା ସ୍ନେହଲତା ବେଜି, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜ, ଫୁଲବାରୀ ସରପଞ୍ଚ ଅହଲ୍ୟା ଲାକ୍ରା, ସାହାଜବାହାଲ ସରପଞ୍ଚ ବିକ୍ରମ ଟପ୍ପୋ, କୃଷକ ପ୍ରଫୁଲ୍ଲ ମେହେର, କେଶବ ମେହେର, ବିକ୍ରମ କୁମାର ନାଏକ, ପ୍ରଦୀପ କିଷାନ, ରତ୍ନାକର ସାହୁ, 

ବେଆଇନ ଶାଗୁଆନ ଗଛକଟା ଅଭିଯୋଗ

ବେଆଇନ ଶାଗୁଆନ ଗଛକଟା ଅଭିଯୋଗ

କୁଆଁରମୁଣ୍ଡା, ୨୫।୧୧(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ପରିସରରେ ଥିବା ଚନ୍ଦ୍ରଚୂଡ଼ ମନ୍ଦିର ସମ୍ମୁଖସ୍ଥ ସରକାରୀ କ୍ୱାର୍ଟର୍ସ ପାଖରେ ଥିବା ଗୋଟିଏ ଶାଗୁଆନ ଗଛକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ କଟାଯାଇଛି। ଏହି ଗଛ କଟାଯିବା ନେଇ ମନ୍ଦିର ଟ୍ରଷ୍ଟର ସମ୍ମତିକ୍ରମେ ପୂଜକ ଜଙ୍ଗଲ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏ ନେଇ ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ଆଦେଶ ନ ପାଇ ଗଛ କଟାଯାଇଥିବା ନେଇ କୁଆଁରମୁଣ୍ଡାର ବୁଦ୍ଧିଜୀବୀଙ୍କ ମଧ୍ୟରେ ଭିନ୍ନ ଆଲୋଚନା ହେଉଛି। ଗଛଗୁଡିକ 

୯ରୁ ଜିଲା ଆଥ୍‌ଲେଟିକ ମିଟ୍‌

୯ରୁ ଜିଲା ଆଥ୍‌ଲେଟିକ ମିଟ୍‌

ସୁନ୍ଦରଗଡ଼, ୨୫।୧୧ (ଡି.ଏନ୍‌.ଏ)- ଜିଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୯ ଓ ୧୦ ତାରିଖ ୨ଦିନ ଧରି ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୧୪, ୧୬, ୧୮ ଓ ସିନିୟର ମହିଳା ଓ ପୁରୁଷ ବର୍ଗର ବିଭିନ୍ନ ପ୍ରତିଯୋଗିତା ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲା କ୍ରୀଡାସଂସଦ କାର୍ଯ୍ୟାଳୟରେ ଆସନ୍ତା ଡିସେମ୍ବର ୫ ତାରିଖ ସୁଦ୍ଧା ନିଜ ନାମ ପଞ୍ଜିକରଣ କରିବା ପାଇଁ ଜିଲା କ୍ରୀଡା ସଂସଦ ତରଫରୁ ଅନୁରୋଧ କରାଯାଇଛି। ନାମ ପଞ୍ଜିକରଣ କରିବା ସମୟରେ ଜନ୍ମ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଉଛି। 

ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ

ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ

ବେଦବ୍ୟାସ, ୨୫।୧୧ (ଡି.ଏନ.ଏ)- ବ୍ରାହ୍ମଣୀତରଙ୍ଗ ଥାନା ସମ୍ମୁଖରେ ଶନିବାର ସାଢ଼େ ୫ଟାରେ ରାଉରକେଲା ପାର୍ଶ୍ୱରୁ ବେଦବ୍ୟାସ ଆଡକୁ ଆସୁଥିବା ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଓଡି ୧୬ ବି- ୫୬୮୨ ନଂ. ହାଇୱା ଆସୁଥିବାବେଳେ ସେହି ପାର୍ଶ୍ୱଠୁ କଲୁଙ୍ଗାସ୍ଥିତ ନିଜ ବାସ ଗୃହକୁ ଓଡି ୧୪ ବି- ୨୦୮୫ନଂ. ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ପଛରେ ଧକ୍କା ଦେଇଥିଲା। ବାଇକରେ ବସିଥିବା  ଉର୍ମିଳା ପ୍ରଧାନ (୪୫) ଓ ସ୍ବାମୀ ବିନୟ ପ୍ରଧାନ ଘଟଣା ସ୍ଥଳରେ ଛିଟିକି ପଡି ଗୁରୁତର 

ଉଦାହରଣ ସୃଷ୍ଟି କଲେ ଲଖନାପଡ଼ା ଗ୍ରାମବାସୀ:ପାହାଡ଼ କାଟି ତିଆରି କଲେ ରାସ୍ତା

ଉଦାହରଣ ସୃଷ୍ଟି କଲେ ଲଖନାପଡ଼ା ଗ୍ରାମବାସୀ:ପାହାଡ଼ କାଟି ତିଆରି କଲେ ରାସ୍ତା

ଜୁନାଗଡ,୨୫।୧୧(ଡି.ଏନ.ଏ.)-ଦୀର୍ଘଦିନର ଦାବି କେବଳ ପ୍ରତିଶ୍ରୁତିରେ ରହିଲା । ଜିଲା ପ୍ରଶାସନ, ରାଜନୈତିକ ନେତୃବୃନ୍ଦ କେହି ଶୁଣିଲେ ନାହିଁ । ବଡ଼ ବଡ଼ ବାବୁମାନେ ଥରେ ଦୁଇ ଥର ଗାଁକୁ ଆସି କେବଳ ପ୍ରତିଶ୍ରୁତି ଦେଇ ଚାଲିଗଲେ । ଶେଷରେ ନିଷ୍ପତ୍ତି ନେଲେ ଗ୍ରାମବାସୀ । ନିଜ ଗାଁ ପାଇଁ ନିଜେ ତିଆରି ଆରମ୍ଭ କଲେ ରାସ୍ତା । କୋଦାଳ, ଶାବଳ ଧରି ପାହାଡ଼ କାଟିଲେ, ମାଟି ପକାଇ ରାସ୍ତା ସମତଳ କଲେ । ଗ୍ରାମବାସୀଙ୍କ  ଏମିତି ଶ୍ରମଦାନରେ ଏବେ ତିଆରି ହୋଇସାରିଛି 

ହାତୀପଲକୁ ନେଇ ଆତଙ୍କ:  ପାଚିଲା ଧାନ ଖାଇଲେ, ଦଳି ନଷ୍ଟକଲେ

ହାତୀପଲକୁ ନେଇ ଆତଙ୍କ: ପାଚିଲା ଧାନ ଖାଇଲେ, ଦଳି ନଷ୍ଟକଲେ

ସୋନପୁର,୨୫।୧୧(ନି.ପ୍ର.)ସୁବର୍ଣ୍ଣପୁର ସହର ଉପକଣ୍ଠ ଦେଇ ଶୁକ୍ରବାର ରାତିରେ ହାତୀପଲ ତେଲନଦୀ ଅତିକ୍ରମ କରିଛନ୍ତି। ଏହି ଦଳରେ ଗୋଟିଏ ଦନ୍ତା ସମେତ ୫ଟି ଛୋଟବଡ ହାତୀ ଅଛନ୍ତି। ହାତୀକୁ ନେଇ ଚାଷୀ ଓ ସହରବାସୀ ଆତଙ୍କିତ ହୋଇ ପଡିଛନ୍ତି। ହାତୀମାନେ ଏବେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକର ରତାଖଣ୍ଡି ଅଞ୍ଚଳରେ ଅଛନ୍ତି। ବନବିଭାଗ ହାତୀର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛନ୍ତି। ଶୁକ୍ରବାର ରାତିରେ ହାତୀପଲ ସୋନପୁର ଥାନା କବାଟତଳିରେ ବ୍ୟାପକ ଧାନଫସଲ ନଷ୍ଟ 

ସୁନ୍ଦରଗଡ଼ ଜିଲାରେ ହାତୀ ଆକ୍ରମଣରେ ୨ ମୃତ

ସୁନ୍ଦରଗଡ଼ ଜିଲାରେ ହାତୀ ଆକ୍ରମଣରେ ୨ ମୃତ

ବଡ଼ଗାଁ/ଟେନ୍‌ସା, ୨୫।୧୧ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲାରେ ଗତକିଛି ଦିନ ଧରି ହାତୀପଲର ଉପଦ୍ରବ ଜାରି ରହିଛି। ହାତୀ  ଆକ୍ରମଣରେ ଜିଲାରେ ଭିନ୍ନଭିନ୍ନ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଛି। ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତର ତଳି ଛାମୁଣ୍ଡା ଗ୍ରାମରେ ଶନିବାର ସନ୍ଧ୍ୟା ୬ଟାବେଳେ ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାମିଆ କିଷାନଙ୍କ ସ୍ତ୍ରୀ ଶୁଲ କିଷାନ (୬୬)। ଶୁଲ ବାଡିପଟ ବାଡ ନିକଟକୁ ଯାଇଥିଲାବେଳେ ହାତୀ ଶୁଣ୍ଢରେ ନେଇ କଚାଡି 

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଭୁବନେଶ୍ୱର ପୁଣି କଂସ ଭୂମିକା ଲାଗି  ମନୋନୀତ

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଭୁବନେଶ୍ୱର ପୁଣି କଂସ ଭୂମିକା ଲାଗି ମନୋନୀତ

ବରଗଡ଼ ଅଫିସ,୨୪।୧୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ବଦଳି ନେଇ ଦେଖାଯାଇଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି । 

ଲାନ୍ଥନଦୀ ପୋଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ତଦନ୍ତ କଲେ ଜିଲାପାଳ

ଲାନ୍ଥନଦୀ ପୋଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ତଦନ୍ତ କଲେ ଜିଲାପାଳ

ସଇଁତଲା, ୨୪ା୧୧(ଡି.ଏନ.ଏ.)ବଲାଙ୍ଗୀର ଜିଲା ସଇଁତଲା ବ୍ଲକର ଲାନ୍ଥନଦୀ କୂଳ ବାଦିପଡ଼ାଠାରେ ନିର୍ମାଣାଧିନ ପୋଲ ଅଧାପନ୍ତରିଆ ହୋଇ ପଡି ରହିଛି। କାମ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା  ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ଶନିବାର ଜିଲାପାଳ ଅରିନ୍ଦମ ଡାକୁଆ କ୍ଷେତ୍ର ପରିଦର୍ଶନ କରିଥିଲେ। କାମରେ ଅବହେଳା ଓ ହେଉଥିବା ଅନିୟମିତତା ପାଇଁ ସେ ଗ୍ରାମ୍ୟ ଉନ୍ନୟନ ବିଭାଗ  ନିର୍ବାହୀ ଯନ୍ତ୍ରୀଙ୍କୁ ତାଗିଦ କରିଛନ୍ତି।