ସମ୍ବଲପୁର

ନିଖୋଜ ଯୁବକଙ୍କ ମୃତଦେହ କୂଅରୁ ଉଦ୍ଧାର

ନିଖୋଜ ଯୁବକଙ୍କ ମୃତଦେହ କୂଅରୁ ଉଦ୍ଧାର

ନୂଆଗାଁ, ୧୬।୩ (ଡି.ଏନ.ଏ): ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ସଦର ମହକୁମା ଅଞ୍ଚଳରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଶନିବାର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଛି। 

ଖାଉଟି ସୁରକ୍ଷା ଆଇନ ସଚେତନତା ଉପରେ ଗୁରୁତ୍ୱ

ଖାଉଟି ସୁରକ୍ଷା ଆଇନ ସଚେତନତା ଉପରେ ଗୁରୁତ୍ୱ

ସୋନପୁର,୧୬।୩(ନି.ପ୍ର): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସୁବର୍ଣ୍ଣପୁର ଜିଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆରର ମିଳିତ ଆନୁକୂଲ୍ୟରେ ଲଛିପୁରଠାରେ ବିଶ୍ୱ ଖାଉଟି ଅଧିକାର ଦିବସ  ପାଳିତ ହୋଇଯାଇଛି।

ଜନବସତିରୁ ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ବିରୋଧ

ଜନବସତିରୁ ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ବିରୋଧ

ବଙ୍ଗୋମୁଣ୍ଡା, ୧୬ା୩(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର ନବଗଠିତ ଭୁର୍ଷାଗୁଡା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ  ନିର୍ମାଣ ଜନବସତିରୁ ବହୁ ଦୂରରେ କରାଯାଉଥିବା ଅଭିଯୋଗ ହୋଇଛି। 

ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଟ୍ରକରେ ଲାଗିଲା ନିଆଁ

ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଟ୍ରକରେ ଲାଗିଲା ନିଆଁ

କେସିଙ୍ଗା,୧୬।୩(ଡି.ଏନ୍‌.ଏ): କେସିଙ୍ଗାସ୍ଥିତ ନେଚୁରାଲ ଅର୍ଗାନାଇଜ କପା ଫ୍ୟାକ୍ଟୋରୀରୁ ଏକ ଖାଲିବସ୍ତା ବୋଝେଇ ଟ୍ରକ ନଂ ଓଆର ୦୮ ବି ୯୩୬୧ ଯୋଗେ ଦୁର୍ଗାମଣ୍ଡପ ଗୋଦାମକୁ ଯାଉଥିଲା। 

ବିଭିନ୍ନ ସମସ୍ୟାନେଇ ଛାତ୍ରୀଛାତ୍ରଙ୍କ ଖୋର୍ଦ୍ଧା-ବଲାଙ୍ଗୀର ମୁଖ୍ୟ ରାସ୍ତା ଅବରୋଧ

ବିଭିନ୍ନ ସମସ୍ୟାନେଇ ଛାତ୍ରୀଛାତ୍ରଙ୍କ ଖୋର୍ଦ୍ଧା-ବଲାଙ୍ଗୀର ମୁଖ୍ୟ ରାସ୍ତା ଅବରୋଧ

ବୌଦ୍ଧ,୧୬।୩(ସ୍ବ.ପ୍ର.): ବୌଦ୍ଧ ଜିଲା ବାମୁଣ୍ଡାନିକଟସ୍ଥ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିଭିନ୍ନ  ସମସ୍ୟା ନେଇ ଛାତ୍ରୀଛାତ୍ର ଶନିବାର ବିକ୍ଷୋଭ କରିବା ସହ ଖୋର୍ଦ୍ଧା-ବଲାଙ୍ଗୀର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। 

ସୁନ୍ଦରଗଡ଼ରେ ପୁଣି ହାତୀ ଆତଙ୍କ, ମହିଳା ଆହତ

ସୁନ୍ଦରଗଡ଼ରେ ପୁଣି ହାତୀ ଆତଙ୍କ, ମହିଳା ଆହତ

ସୁନ୍ଦରଗଡ଼, ୧୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ଶନିବାର ସକାଳେ ସହର ଉପକଣ୍ଠରେ ଥିବା ରାଣୀବଗିଚା, ଭୋଜପୂର, ଇବ ନଦୀକୂଳରେ ଏକ ଦନ୍ତା ହାତୀ ଦେଖିବାକୁ ମିଳିଛି। ତେବେ ଏହି ଦନ୍ତା ଆକ୍ରମଣରେ ସାନପତରାପାଲି ଗ୍ରାମର ଜଣେ ମହିଳା ଆହତ ହୋଇଥିବା ଜଣାପଡ଼ିଛି। 

ପ୍ରଶାନ୍ତର ଦୁତିଅ ଅସ୍ତ୍ରୋପଚାର ଲାଗି ଟଁକା ଅଭାବ

ପ୍ରଶାନ୍ତର ଦୁତିଅ ଅସ୍ତ୍ରୋପଚାର ଲାଗି ଟଁକା ଅଭାବ

ବିନିକା,୧୬ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରୁପାଲି ବ୍ଲକର ମାୟାବର୍ହା ଗଁାର ନାରାୟଣ ତାଣ୍ଡି(୪୫)। ପରିବାର କହେଲେ ମାଏକିନା ରାଜେଶ୍ୱରୀ(୪୦) ଆର ପୁଓ ପ୍ରଶାନ୍ତ(୧୩)କେ ନେଇ ତାକର ସୁଖର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଦୁଇ ମାଏଝି ମୁନୁଷ କୁଲି ମଜୁରି କରି ପରିବାର ଚଲାବାର ସଂଗେ ପୁଓକେ ପାଠ୍‌ ପଢ଼ଉଛନ୍‌। ହେଲେ ଇ ଗରିବ୍‌ ମା’ବାପ୍‌ ଗଲା ବଛ୍‌ରେ ହେଲା ପୁଓର ଦିହିପାକେ ନେଇ ଚିନ୍‌ତାରେ ପଡ଼ିଛନ୍‌। 

ରାଜନୈତିକ ଆକ୍ରୋଶରୁ ଆଦିବାସୀ ନେତା ମହେନ୍ଦ୍ର ନାଏକଙ୍କୁ ଆକ୍ରମଣ

ରାଜନୈତିକ ଆକ୍ରୋଶରୁ ଆଦିବାସୀ ନେତା ମହେନ୍ଦ୍ର ନାଏକଙ୍କୁ ଆକ୍ରମଣ

ଝାରସୁଗୁଡା ଅଫିସ,୧୬।୩- ଆଦିବାସୀ ନେତା ତଥା ଗୋଣ୍ଡୱାନା ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ ହୋଇଛି। ୫ରୁ ୬ ଜଣ ଦୁର୍ବୃତ୍ତ ମହେନ୍ଦ୍ରଙ୍କୁ ପିଛା କରି ଆକ୍ରମଣ କରିବା ସହ ତାଙ୍କଠାରୁ ସୁନାଚେନ୍‌ ଛଡାଇ ନେଇଛନ୍ତି। ଆକ୍ରମଣକାରୀଙ୍କ ମଧ୍ୟରୁ ମହେନ୍ଦ୍ର ଜଣକୁ କାବୁ କରି ବିଟିଏମ୍‌ ଫାଣ୍ଡିର ଜିମା ଦେଇଛନ୍ତି। ଏ ବାବଦରେ ଆଦିବାସୀ ନେତା ନାଏକ ବିଟିଏମ୍‌ ଫାଣ୍ଡିରେ ଲିଖିତ ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ରାଜନୈତିକ ଆକ୍ରୋସ ରଖି ଏହି ଆକ୍ରମଣ କରାଯାଇଛି ବୋଲି ତାଙ୍କ ସହଯୋଗୀମାନେ କହିଛନ୍ତି। 

ଝାରସୁଗୁଡାରେ ଆଜି ପ୍ରଥମ ପର୍ଯ୍ୟାୟ ଇଭିଏମ୍‌, ଭିଭିପିଏଟି ଯାଞ୍ଚ

ଝାରସୁଗୁଡାରେ ଆଜି ପ୍ରଥମ ପର୍ଯ୍ୟାୟ ଇଭିଏମ୍‌, ଭିଭିପିଏଟି ଯାଞ୍ଚ

ଝାରସୁଗୁଡା ଅଫିସ,୧୬।୩ଭାରତୀୟ ନିର୍ବାଚନ ଆୟୋଗ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରି ସାରିଛନ୍ତି। ଏହି ଘୋଷଣା ପରେ ସରକାରୀ ସ୍ତରରେ ତପତ୍ରତା ଆରମ୍ଭ ହୋଇଯାଇଛି। ଶନିବାରଠାରୁ ଇଲେକଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଏବଂ ଭୋଟର ଭେରିଫେବୁଲ ପେପର ଅଡିଟ ଟ୍ରେଲ (ଭିଭିପିଏଟି)ର ପ୍ରଥମ ପର୍ଯ୍ୟାୟ  ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପଳ ବିଭୂତି ଭୂଷଣ ଦାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ଉପସ୍ଥିତିରେ ଏହି ଯାଞ୍ଚ ହେବ। ଏହାପରେ ଇଭିଏମ୍‌ ଓ ଭିଭିପିଏଟିଟ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯିବ।

ଫୁଙ୍କନଳାରେ ପିଟି ସ୍ତ୍ରୀଙ୍କୁ ହତ୍ୟା

ଫୁଙ୍କନଳାରେ ପିଟି ସ୍ତ୍ରୀଙ୍କୁ ହତ୍ୟା

ଲଖନପୁର,୧୬।୩(ଡି.ଏନ୍‌.ଏ.)ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଧୀନ ଲିମଡିହି ଗ୍ରାମରେ ଶୁକ୍ରବାର ପାରିବାରିକ କଳହକୁ କେନ୍ଦ୍ରକରି ଏକ ଅଭାବନୀୟ କାଣ୍ଡ ଘଟିଛି । ଜଣେ ବ୍ୟକ୍ତି ଫୁଙ୍କନଳାରେ ପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ପାଞ୍ଚ ମଲ୍ଲିକ (୪୮) । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସନାତନ ମଲ୍ଲିକ (୫୦)ଙ୍କୁ ଗିରଫ କରିଛି ା ହତ୍ୟାକାଣ୍ଡରେ ବ୍ୟବହୃତ ଫୁଙ୍କନଳାକୁ ପୋଲିସ ଜବତ କରିଛି। ମୃତ ମହିଳାଙ୍କ ବଡପୁଅ ରାଜ କୁମାରଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ରେଙ୍ଗାଲି ଥାନାରେ ଏକ ମାମଲା (ନଂ.୩୬/୧୯) ରୁଜୁ କରି ତଦନ୍ତ ଚଳାଇଛି । 

୫ ମାସ ହେଲା ନଲ୍‌ଚୁଅଁ। ଅଚଲ : ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ ଗଁ।ବାସୀ

୫ ମାସ ହେଲା ନଲ୍‌ଚୁଅଁ। ଅଚଲ : ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ ଗଁ।ବାସୀ

ମନମୁଣ୍ଡା, ୧୬।୩ (ଡି.ଏନ.ଏ): ଆଗ୍‌କେ ଖରାଦିନ ମାଡ଼ି ଆସୁଛେ। ଭିନେ ଭିନେ ଜାଗାରେ ଥାନୀୟ ପରଶାସନ ଖରାର ମୁକାବିଲା ଲାଗି ସଜାଗ ହେଉଛେ। ଗଁାମାନ୍‌କେ ଅଚଲ ନଲ୍‌ଚୁଅଁାକେ ସଚଲ କରାଯାଉଛେ। ହେଲେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଭିନେ ଭିନେ ଗଁାରେ ନଲ୍‌ଚୁଅଁାମାନ ମାସ ମାସ ଅଚଲ ହେଇ ପଡ଼ିରହିଛେ। ଇ ଦିଗେ ଯେତେ ଅଭିଯୋଗ କଲେ ବି କେହି ନାଇଁ ଶୁନୁଥିବାର ଅଭିଯୋଗ ହେଉଛେ। 

ବାଟ ଛାଡ଼ିଲେ ବିପ୍ଳବ ଆସିବ

ବାଟ ଛାଡ଼ିଲେ ବିପ୍ଳବ ଆସିବ

ବଲାଙ୍ଗୀର ଅଫିସ, ୧୬ା୩ଭାରତୀୟ ଯୁବତୀ, ଯୁବକଙ୍କ ଭିତରେ ବିପ୍ଳବ ଆଣିବାର ଅଫୁରନ୍ତ ଶକ୍ତି ନିହିତ ଅଛି ା ସେମାନଙ୍କୁ ଅଭିଜ୍ଞତା ସମ୍ପନ୍ନ କରିବାକୁ ହେଲେ ନୂଆ ଦାୟିତ୍ୱ ଦେଇ ବାଟ ଛାଡିବାକୁ ହେବ ା ବୟସ୍କ ଲୋକମାନେ ନିଜର ପଦବୀ ଛାଡି ଯୁବବର୍ଗଙ୍କୁ ଦାୟିତ୍ୱ ନ୍ୟସ୍ତ କରି ତାଙ୍କ ପଛରେ ପରାମର୍ଶଦାତାଭାବେ ଛିଡାହେଲେ ସାମାଜିକ ନେତୃତ୍ୱ ସୃଷ୍ଟି ହେବା ସହ ଏକ ବିକଶିତ ସମାଜ ସୃଷ୍ଟି ହୋଇପାରିବ। 

ଚାଷୀ, ଚାଷ ସମସ୍ୟା ଉପରେ ଆଲୋଚନା

ଚାଷୀ, ଚାଷ ସମସ୍ୟା ଉପରେ ଆଲୋଚନା

ଜାମଟିକ୍ରା, ୧୫।୩ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ଏନଏସି ଅନ୍ତର୍ଗତ ଲାଦରପାଲି ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଓଡିଶା ରାଜ୍ୟ କୃଷକ ସଙ୍ଗଠନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଜୈବିକ କୃଷିରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଗୁରୁତ୍ୱ

ଜୈବିକ କୃଷିରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଗୁରୁତ୍ୱ

ଚିପିଲିମା, ୧୫।୩ (ଡି.ଏନ.ଏ.): ଭୁବନେଶ୍ୱର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଚିପିଲିମାସ୍ଥିତ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ପଞ୍ଚଦଶ କୃଷି ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବିବାହ ଭୋଜି ବେଳେ ବଜ୍ରପାତ: ଜଣେ ମୃତ, ୭ ଆହତ

ବିବାହ ଭୋଜି ବେଳେ ବଜ୍ରପାତ: ଜଣେ ମୃତ, ୭ ଆହତ

ଲହୁଣୀପଡ଼ା,୧୫।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ପଞ୍ଚାୟତ ସାଲେଇପାଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଏକ ବିବାହ ଭୋଜି ଚାଲିଥିବାବେଳେ ଝଡ଼ତୋଫାନ ହୋଇଥିଲା।

ବିଜେଡି ମହିଳା ମୋର୍ଚ୍ଚାର କର୍ମୀ ସମ୍ମିଳନୀ, ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ଗୁରୁତ୍ୱ

ବିଜେଡି ମହିଳା ମୋର୍ଚ୍ଚାର କର୍ମୀ ସମ୍ମିଳନୀ, ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ଗୁରୁତ୍ୱ

ଉଲୁଣ୍ଡା, ୧୫।୩ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ପୁଢଟିକିରାଠାରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ମହିଳା ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ହେବ: ରାହୁଲ

ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ହେବ: ରାହୁଲ

ବରଗଡ଼ ଅଫିସ୍‌,୧୫।୩: ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଖଣି ଦୁର୍ନୀତି କରି ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଟଙ୍କା ତାଙ୍କ ବନ୍ଧୁମାନଙ୍କୁ ଦେଇଛନ୍ତି। ସାରାରାଜ୍ୟ ଜାଣିଛି, ଚିଟଫଣ୍ଡ ଦୁର୍ନୀତିରେ ୫ହଜାର କୋଟି ଟଙ୍କା ଚୋରି ହୋଇଛି। ଦିଲ୍ଲୀ ହେଉ କିମ୍ବା ଓଡ଼ିଶା, କଂଗ୍ରେସ ସରକାର ଆସିବା ମାତ୍ରେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ ବୋଲି କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବରଗଡ଼ ସହର ଉପକଣ୍ଠ ନୂଆ ସରସରା ପଡ଼ିଆରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ରେଳଧାରଣାରୁ ନବଜାତ ଶିଶୁ ମୃତଦେହ ଉଦ୍ଧାର: ବଳି ସନ୍ଦେହ

ରେଳଧାରଣାରୁ ନବଜାତ ଶିଶୁ ମୃତଦେହ ଉଦ୍ଧାର: ବଳି ସନ୍ଦେହ

ଟିଟିଲାଗଡ଼,୧୫।୩(ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ଟିଟିଲାଗଡ଼ ସହର ବହିଦାରପଡ଼ା ରେଳଧାରଣ ନିକଟରୁ ଗୁରୁବାର ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। 

ଗଡ଼  ବଞ୍ଚାଇବାକୁ  ଉଦ୍ୟମ

ଗଡ଼ ବଞ୍ଚାଇବାକୁ ଉଦ୍ୟମ

ବୌଦ୍ଧ,୧୫ା୩(ସ୍ବ.ପ୍ର.)(ଅଜିତ୍‌ କୁମାର ବାରିକ):  ୨୦୦୯ ମସିହା ସୀମା ନିର୍ଦ୍ଧାରଣ ପରେ ବୌଦ୍ଧ ନିର୍ବାଚନମଣ୍ଡଳୀ ହରଭଙ୍ଗା ବ୍ଲକର ୨୨ ପଞ୍ଚାୟତ, ବୌଦ୍ଧ ବ୍ଲକର ୧୧ ପଞ୍ଚାୟତ ଓ ବୌଦ୍ଧ ଏନ୍‌ଏସିକୁ ଗଠିତ ହୋଇଛି । 

ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ଆଶାୟୀ

ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ଆଶାୟୀ

କୁଆଁରମୁଣ୍ଡା, ୧୫।୩(ମହେନ୍ଦ୍ର କୁମାର ସାହୁ) : ଭୌଗୋଳିକ ଦୃଷ୍ଟିକୋଣରୁ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ସୁନ୍ଦରଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟକୁ ଲାଗିଛି। ଏହି ନିର୍ବାଚନମଣ୍ଡଳୀ ବୀରମିତ୍ରପୁର ପୌରପାଳିକା ସମେତ କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକକୁ ନେଇ ଗଠିତ। ରାଉରକେଲା ଓ ରଘୁନାଥପାଲୀ ନିର୍ବାଚନମଣ୍ଡଳୀକୁ ଲାଗିଥିବାରୁ ଏହି ଆସନ ପାଇଁ ରାଉରକେଲା ନେତାଙ୍କ ହସ୍ତକ୍ଷେପ ରହିଛି।

ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ମତଦାନ ଉପରେ ଜିଲାପାଳଙ୍କ ଗୁରୁତ୍ୱାରୋପ

ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ମତଦାନ ଉପରେ ଜିଲାପାଳଙ୍କ ଗୁରୁତ୍ୱାରୋପ

ସୁନ୍ଦରଗଡ , ୧୫।୩ (ଡି.ଏନ୍‌.ଏ) -ସୁନ୍ଦରଗଡ ଲୋକସଭା ଆସନ ସହ ଜିଲାର ସମସ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆସନ୍ତା ଏପ୍ରିଲ ୧୮ରେ ଭୋଟ ଗ୍ରହଣ ହେବ। ଏହି ସାଧାରଣ ନିର୍ବାଚନକୁ  ସମ୍ପୂର୍ଣ୍ଣ ସ୍ବଚ୍ଛ, ଅବାଧ, ନିରପେକ୍ଷ ତଥା ଶାନ୍ତପୂର୍ଣ୍ଣ  ଭାବେ ପରିଚାଳନା କରିବା ପାଇଁ  ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ସହ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ରଶ୍ମିତା ପଣ୍ଡା ଗୁରୁବାର ଅପରାହ୍ନରେ ସ୍ଥାନୀୟ ପ୍ରଗତି ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶିକ୍ଷକଙ୍କ ମାଡ଼ରେ ୮ମ ଶ୍ରେଣୀ ଛାତ୍ର ଗୁରୁତର: ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି 

ଶିକ୍ଷକଙ୍କ ମାଡ଼ରେ ୮ମ ଶ୍ରେଣୀ ଛାତ୍ର ଗୁରୁତର: ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି 

ସୁନ୍ଦରଗଡ଼, ୧୫।୩ (ଡି.ଏନ୍‌.ଏ.)-ସରକାର କୋମଳମତି ଛାତ୍ରୀଛାତ୍ରଙ୍କୁ ଦଣ୍ଡମୁକ୍ତ ଶିକ୍ଷା ପ୍ରଦାନ ଦିଗରେ ଗୁରୁତ୍ୱ ଦେଇଛନ୍ତି|  ପ୍ରତି ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। 

ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସଫଳତା ଆଣିଦିଏ 

ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସଫଳତା ଆଣିଦିଏ 

ସୋନପୁର,୧୫ା୩(ନି.ପ୍ର.)- ସୋନପୁର ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ  ପାଳିତ ହୋଇଯାଇଛି। ରୟାଲ ପଡିଆଠାରେ ଆୟୋଜିତ ଏହି ଉତ୍ସବରେ ଜିଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସଫଳତା ଆଣିଦିଏ।

ବିନା ଅନୁମତିରେ ପ୍ରଚାର ବେଳେ ହଟହଟ୍ଟା

ବିନା ଅନୁମତିରେ ପ୍ରଚାର ବେଳେ ହଟହଟ୍ଟା

ସମ୍ବଲପୁର,୧୫ା୩ (ବ୍ୟୁରୋ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପରିସ୍ଥିତି ସରଗରମ ହୋଇ ପଡିଛି । ଦଳୀୟ ପ୍ରଚାରରେ ନେତାମାନେ ଦିନ ରାତି ଏକ କରି ଦେଉଛନ୍ତି । ହେଲେ ପ୍ରଚାର କରିବା ପାଇଁ ନିର୍ବାଚନରେ ଆଦର୍ଶ ଆଚରଣ ବିଧିକୁ ମଧ୍ୟ ଭୁଲି ଯାଇ ହଟହଟା ହେବାକୁ ପଡିଛି ।