ସମ୍ବଲପୁର

ଠିକାଦାରପଡ଼ା ପୋଲ ପାଖରୁ ଜବରଦଖଲ ହଟିଲା

ଠିକାଦାରପଡ଼ା ପୋଲ ପାଖରୁ ଜବରଦଖଲ ହଟିଲା

ବଲାଙ୍ଗୀର ଅଫିସ,୩୧।୭- ବଲାଙ୍ଗୀର ସହରର ଠିକାଦାରପଡ଼ା ଲକ୍ଷ୍ମୀଯୋର ଉପରେ ନିର୍ମାଣାଧୀନ ପୋଲ ପାଖରୁ ସୋମବାର ଜବରଦଖଲ ଉଚ୍ଛେଦ କରାଯାଇଛି।

ବିଭାଗର ଚେତା ପଶିଲା: ପଡିଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ ସଜଡ଼ାଗଲା

ବିଭାଗର ଚେତା ପଶିଲା: ପଡିଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ ସଜଡ଼ାଗଲା

ଜୁନାଗଡ,୩୧।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଭର ଗ୍ରାମରେ ବିଦ୍ୟୁତ୍‌ ଯୋଗାଣ ହେଉଥିବା ଖୁଣ୍ଟ ଗତ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ପଡିଯାଇଥିଲା।

ଜଙ୍ଗୁଲା ବସ୍ତିବାସିନ୍ଦାଙ୍କ ବିରୋଧ

ଜଙ୍ଗୁଲା ବସ୍ତିବାସିନ୍ଦାଙ୍କ ବିରୋଧ

ନୂଆପଡା ଅଫିସ,୩୧।୭- ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଖରିଆରରୋଡ ବସ୍ତିରେ ଯାଯାବର ଜୀବନ ଯାପନ କରିଆସୁଥିବା ଦେବାର ସମ୍ପ୍ରଦାୟ ସମ୍ପର୍କରେ ସ୍ବେଚ୍ଛାସେବୀ ସଂସ୍ଥା ପ୍ରତୀକ୍ଷାର ଉଦ୍ୟମ ଏବଂ ଧରିତ୍ରୀର ଲଗାତର ସ୍ବତନ୍ତ୍ର ଉପସ୍ଥାପନା ପରେ ପ୍ରଶାସନ ସ୍ଥାୟୀ ଭାବେ ସଂସ୍ଥାପନ କରିବାକୁ ଉଦ୍ୟମ କରିଥିବା ବେଳେ ସୋମବାର ସେମାନଙ୍କୁ ଶକ୍ତ ଧକ୍କା ମିଳିଛି ।

ଜୀବନ କୌଶଳ ଶିକ୍ଷା ସମ୍ପର୍କିତ ତାଲିମ

ଜୀବନ କୌଶଳ ଶିକ୍ଷା ସମ୍ପର୍କିତ ତାଲିମ

ସୋନପୁର,୩୧।୭(ନି.ପ୍ର.)- ସୋନପୁର ବ୍ଲକ ମଲିକମୁଣ୍ଡାସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଜୀବନ କୌଶଳ ଶିକ୍ଷା ଓ କୈଶୋର ସ୍ବାସ୍ଥ୍ୟର ଯତ୍ନ ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଜଲ୍‌ ସମାଧି ନେବାକେ ଯାଉଛେ ବୋଟ୍‌ ଆମ୍ବୁଲାନ୍ସ

ଜଲ୍‌ ସମାଧି ନେବାକେ ଯାଉଛେ ବୋଟ୍‌ ଆମ୍ବୁଲାନ୍ସ

ଭବାନୀପାଟଣା,୩୧।୭(ଡି.ଏନ.ଏ.)- ଗଲା ୨୦୧୬ରେ ସମ୍‌ବେଦନ୍‌ଶୀଲ ଇଲାକାମାନ୍‌କେ ଗରଭ୍‌ବତି ମା’ମାନେ ପିଲାତି ହେବାର ସମିଆରେ ତାହାକୁ ଚିକିସତ୍ା ସୁବିଧା ଯୁଗେଇ ଦେବାର ଲାଗି ଗୁଟେ ଅତିଆଧୁନିକ୍‌ ବୋଟ୍‌ ଆମ୍ବୁଲାନ୍ସ ଆସିଥିଲା। ହେଲେ ବୋଟ୍‌ ଆମ୍ବୁଲାନ୍ସ କାମେ ଲାଗ୍‌ବାର ଆଗ୍‌ରୁ ଜଲ୍‌ଭଁଡାରରେ ଉଲ୍‌ଟି ପଡ଼ିଥିଲା।

ଆଧୁନିକ୍‌ ଗିଅଁ।ନ୍‌ କଉଶଲ୍‌ ପାଏବାରୁ ବଁଚିତ୍‌ ଚାଷୀ

ଆଧୁନିକ୍‌ ଗିଅଁ।ନ୍‌ କଉଶଲ୍‌ ପାଏବାରୁ ବଁଚିତ୍‌ ଚାଷୀ

ବିଜେପୁର, ୩୧।୭ (ଡି.ଏନ.ଏ)- ଚାଷ୍‌ ଆର୍‌ ଚାଷୀର ବଡତି ଲାଗି ସରକାର୍‌ ଭିନେ ଭିନେ ଯୋଜ୍‌ନା କରୁଛନ୍‌।

ମାଏଝିମୁନୁଷ୍‌ ଅକାମିକା: ଲଲାଗୁଲା ହେଉଛେ ୫ ବଛର୍‌ର ପୁଓ

ମାଏଝିମୁନୁଷ୍‌ ଅକାମିକା: ଲଲାଗୁଲା ହେଉଛେ ୫ ବଛର୍‌ର ପୁଓ

ଲୋଇସିଂହା,୩୧।୭(ଡି.ଏନ୍‌.ଏ.)- ଭାଏଗ୍‌ରେ କାଣା ଅଛେ ଆମେ କେହି ନାଇଁ ଜାନି। ହେଲେ ଆମର ସମ୍‌କର ଗୁଟେ ବିଶୁଆସ ଯେ ଭାଏଗ୍‌ବଲି ଗୁଟେ କାଣା ଅଛେ। ଯେନ୍‌ଟା କି ମୁନୁଷ୍‌କେ ଛୋଟ୍‌ବଡ଼, ଧନୀଗରିବ୍‌ କର୍‌ବାର ସଂଗେ ସୁଖ୍‌ଦୁଖ୍‌ ସବୁ ସମିଆ ହିସାବେ ଦେଉଛେ।

ଭବିଷତ୍‌ ଚିନ୍‌ତାରେ ଛେଉଁଡ୍‌ ଭହେନ୍‌ଭାଇ

ଭବିଷତ୍‌ ଚିନ୍‌ତାରେ ଛେଉଁଡ୍‌ ଭହେନ୍‌ଭାଇ

ଲୋଇସିଂହା,୩୧।୭(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍‌ ପଣ୍ଡକିଟାଲ ଗଁ।ର ମହୁଲପାଲି ବସ୍‌ତିର ସୀତାରାମ ଧରୁଆ(୨୨), ବହେନ୍‌ ବବିତା ଧରୁଆ(୧୮)। ଏଭେ ତାକର ମା’ ମରିଯାଇଥିଲା ବେଲେ ଆଗ୍‌ରୁ ବଡ଼ ଭାଇ ଆର୍‌ ବାପା ମରିଯାଇଛନ୍‌।

ବେସାହାର ହୋଇଗଲେ ଶ୍ରୀପତିଙ୍କ ପରିବାର

ବେସାହାର ହୋଇଗଲେ ଶ୍ରୀପତିଙ୍କ ପରିବାର

ରେଢ଼ାଖୋଲ,୩୦।୭(ଡି.ଏନ.ଏ.)-ଗତ ୨୨ ତାରିଖ ରାତିରେ ଦନ୍ତାହାତୀ ଆକ୍ରମଣରେ ବଡମାଳ ରେଞ୍ଜ ତୁଟାମୁଣ୍ଡା ଗ୍ରାମର ଶ୍ରୀପତି ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ବେସାହାରା ହୋଇପଡିଛନ୍ତି। ଭୂମିହୀନ ଶ୍ରୀପତି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ତାଙ୍କ ଅନ୍ତେ ଚଳିବାରେ ବାଧା ଉପୁଜୁଛି। ପିଲାଙ୍କ ପାଠ ପଢାରେ ଡୋରି ବାନ୍ଧିବା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ପରିବାର ବର୍ଗ ଚିନ୍ତିତ ହୋଇ ପଡିଛନ୍ତି।

ମୋର୍‌ ବୁଆକେ ହାତୀ ମାଏଲା, ଆମ୍‌କେ କିଏ ପୁସ୍‌ବା

ମୋର୍‌ ବୁଆକେ ହାତୀ ମାଏଲା, ଆମ୍‌କେ କିଏ ପୁସ୍‌ବା

ରେଢ଼ାଖୋଲ,୩୦।୭(ଡି.ଏନ.ଏ.)-‘ମୋର୍‌ ବୁଆକେ ହାତି ମାଏଲା ଆମକେ କିଏ ପୁସବା। ହାତୀ ମାଏଲେ ୪ ଲକ୍ଷ ଦେଉଛୁଁ ବଲୁଛ କାଣା ହେବା ହେଟା। ହାତୀକେ ତୁମେ ମାରବ କି ଆମେ ମାରମୁ। ତୁମେ ଦରମା ପାଉଛ। ହାତୀର କାମ୍‌ କିଏ କର୍‌ବା। ହାତୀର ବ୍ୟବସ୍ଥା ତୁମେ କରବ କି ଆମେ କରମୁ।’

୧୯୩ କେଜି  ଗଞ୍ଜେଇ ଜବତ: ୨  ଗିରଫ

୧୯୩ କେଜି ଗଞ୍ଜେଇ ଜବତ: ୨ ଗିରଫ

ବୈପାରୀଗୁଡା,୩୦।୭(ଡି.ଏନ୍‌.ଏ.): ମାଓବାଦୀଙ୍କ ଶହିଦ ସପ୍ତାହକୁ ନଜରରେ ରଖି ସୋମବାର ପୋଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କରାଯାଉଥିଲା।

କୋଏଲ ବ୍ୟାରେଜ ନିର୍ମାଣ ଦାବି ଉଠାଇଲା ଭାଜପା: ଆରମ୍ଭ ହେଲା ତ୍ରିରଙ୍ଗା ଯାତ୍ରା

କୋଏଲ ବ୍ୟାରେଜ ନିର୍ମାଣ ଦାବି ଉଠାଇଲା ଭାଜପା: ଆରମ୍ଭ ହେଲା ତ୍ରିରଙ୍ଗା ଯାତ୍ରା

ରାଉରକେଲା ଅଫିସ,୩୦ା ୭- ମୁକ୍ତିକାନ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ଭୁବନେଶ୍ୱର ପଦଯାତ୍ରା ଆରମ୍ଭ ପରେ ଚିହିଁକି ଉଠିଛି ଭାଜପା। ରାଜଧାନୀ ଯାଇ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେଶିଆଲିଟି ହସ୍‌ପିଟାଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବା ମୋର ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁକ୍ତିକାନ୍ତ।

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବିରୋଧ: ରାସ୍ତାକୁ ଓହ୍ଲାଇଲା ବିଏମ୍‌ଏସ୍‌

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବିରୋଧ: ରାସ୍ତାକୁ ଓହ୍ଲାଇଲା ବିଏମ୍‌ଏସ୍‌

ରାଉରକେଲା ଅଫିସ,୩୦ା୭-ସର୍ବଭାରତୀୟ ଷ୍ଟିଲ ଫେଡେରେଶନର ନିଷ୍ପତ୍ତି କ୍ରମେ ସୋମବାର ସେଲ କର୍ମଚାରିଙ୍କ ୧୦ମ ବେତନ ଚୁକ୍ତିନାମା ଓ ପେନସନ ଯୋଜନା ତୁରନ୍ତ କାର୍ଯ୍ୟକାରୀ ଦାବିରେ ବିର୍ସା ଛକରେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଭଲ ମଣିଷ ହେବା ପାଇଁ ଲକ୍ଷ ନେଇ ପାଠ ପଢ

ଭଲ ମଣିଷ ହେବା ପାଇଁ ଲକ୍ଷ ନେଇ ପାଠ ପଢ

ପାଇକମାଳ,୩୦।୭(ଡି.ଏନ.ଏ): ପାଇକମାଳ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଧ୍ୟାଳୟ (ଯୁକ୍ତ ଦୁଇ) ପରିସରରେ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ପାଇଁ ଏକ ସଭା ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଥିଲା ।

ବୋଲବମ୍‌ ଗାଡି ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବୋଲବମ୍‌ ଗାଡି ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲଡୁଗାଁ,୩୦।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା ସିଉନୀ ଗାଁ ଶିବ ମନ୍ଦିର ବୁଲାଣିରେ ଏକ ବୋଲବମ୍‌ ଗାଡି ଧକ୍କାରେ ସୋମବାର ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆମପାଣି ଥାନା ଅନ୍ତର୍ଗତ ସିଉନୀ ଗାଁ ସାଗରପଡାର ସତ୍ୟବାନ ନାଏକ (ବୁଲୁ) ୩୫ ।

ଦାବି ଜଣାଇବାକୁ ବୁର୍ଲାରୁ ସମ୍ବଲପୁର

ଦାବି ଜଣାଇବାକୁ ବୁର୍ଲାରୁ ସମ୍ବଲପୁର

ସମ୍ବଲପୁର, ୩୦।୭ (ବ୍ୟୁରୋ)- ବୁର୍ଲା ଭିମ୍‌ସାର ସମ୍ମୁଖରେ ଡିଏମ୍‌ଏଲ୍‌ଟି ଓ ଡିଏମ୍‌ଆର୍‌ଟି ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ୧୬ ଦିନରେ ପହଞ୍ଚତ୍ଛି। ସେମାନଙ୍କ ୫ ଦଫା ଦାବି ପ୍ରତି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ତେଣୁ ସେମାନେ ସୋମବାର ପୂର୍ବାହ୍ନ ସାଢ଼େ ୧୦ଟାରୁ ସମ୍ବଳପୁରସ୍ଥିତ ଆରଡିସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିରେ ପ୍ରାୟ ଶତାଧିକ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଆରଡିସିଙ୍କ ସଚିବ ବିଭୂତିଭୂଷଣ ବେହେରାଙ୍କୁ ଏକ ଦାବିପତ୍ର ଏହି ଅବସରରେ ପ୍ରଦାନ କରାଯାଇଛି।

ଜୁନାଗଡ ବିଧାୟକଙ୍କ ଗିରଫ ଦାବିରେ କୁଶ ପୂତ୍ତଳିକାଦାହ

ଜୁନାଗଡ ବିଧାୟକଙ୍କ ଗିରଫ ଦାବିରେ କୁଶ ପୂତ୍ତଳିକାଦାହ

କଲମପୁର,୩୦।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଜିଲା ଯାଦବ ମହାସଭା ପକ୍ଷରୁ ସୋମବାର କଲମପୁରରେ ଏକ ଶୋଭାଯାତ୍ରା, କୁଶ ପୂତ୍ତଳିକା ଦାହ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବର୍ଷା ପାଣିରେ ଧୋଇ ହୋଇଯାଇଥିବା କେନାଲ : ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ

ବର୍ଷା ପାଣିରେ ଧୋଇ ହୋଇଯାଇଥିବା କେନାଲ : ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ

ସମ୍ବଲପୁର,୩୦।୭(ବ୍ୟୁରୋ) ସମ୍ବଲପୁର ଜିଲା ଜୁଲାଇ ୨୧ ତାରିଖରୁ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଘରଦ୍ୱାର, ରାସ୍ତାଘାଟ, ବନ୍ଧ, ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶାସନ କେନାଲ ଲୋୟର ହୁମା ଟେଲରେ ୨ ଘାଇ ସୃଷ୍ଟି ହୋଇଥିଲା। ସୁର୍ଡା ଗ୍ରାମ ନିକଟରେ ପ୍ରାୟ ୫ ମିଟରର ଘାଇକୁ ନେଇ ମରାମତି କାମ ଶେଷ କରାଯାଇଛି। ତେବେ ବାଉସେନମୁରା ଗ୍ରାମ ନିକଟରେ ୩୦ ମିଟର ଘାଇରେ ନିକଟ କେନାଲରୁ ମାଟି ଧୋଇ ହୋଇଯାଇଥିଲା। ୧୨ ଫୁଟ ଗହିରା ଗାତକୁ ଦୃଷ୍ଟିରେ ରଖି ବୁଧବାର ବର୍ଷା କମିଯିବା ପରେ ହୁମା ଟେଲ ଡିଷ୍ଟ୍ରିବ୍ୟୁଟାରୀ ବିଭାଗୀୟ ଅଧିକାରୀମାନେ ମରାମତି କାମ ଆରମ୍ଭ କରିଥିଲେ। ଦୀର୍ଘ ୪ ଦନ ହେବ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି।

ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଲେଖକ, ଗବେଷକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର

ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଲେଖକ, ଗବେଷକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର

ସମ୍ବଲପୁର, ୩୦।୭ (ବ୍ୟୁରୋ) ସମର୍ପଣ ପକ୍ଷରୁ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଲେଖକ, ଗବେଷକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର ରବିବାର ସମ୍ବଲପୁର ସାର୍ବଜନୀନ ଗ୍ରାନ୍ଥାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମର୍ପଣ ସଭାପତି ହେମନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ହୋଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ସମଲେଇଙ୍କ ପ୍ରତିଛବିରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀ ମୁଖ୍ୟବକ୍ତା, ପ୍ରଫେସର ମୀନକେତନ ପୁରୋହିତ, ଶିକ୍ଷାବିତ୍‌ ଅରବିନ୍ଦ ମହାପାତ୍ର, ଆଇନଜୀବୀ ତ୍ରିଲୋଚନ ପଟ୍ଟନାୟକ, ଲଜପତ ରାୟ ଆଇନ କଲେଜ ଅଧ୍ୟକ୍ଷ ପ୍ରଫେସର ବିଜୟାନନ୍ଦ ବେହେରା ସମ୍ମାନତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଡ. ଶ୍ୟାମ ସୁନ୍ଦର ଧର ସମ୍ମାନିତ ବକ୍ତା ଥିଲେ । ସଭା ପ୍ରାରମ୍ଭରେ ସମର୍ପଣ ସମ୍ପାଦକ ଭଜରାମ ମହାପାତ୍ର ସମାବେଶ ଓ ଆଲୋଚନା ଚକ୍ର ଆୟୋଜନର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ।

ଶ୍ରାବଣ ପହିଲି ସୋମବାରରେ ଚଳଚଞ୍ଚଳ ବେଲଖଣ୍ଡି ଶୈବପୀଠ

ଶ୍ରାବଣ ପହିଲି ସୋମବାରରେ ଚଳଚଞ୍ଚଳ ବେଲଖଣ୍ଡି ଶୈବପୀଠ

ତୁଣ୍ଡଲା (ଡି.ଏନ.ଏ) ୩୦।୭ ଆଜି ଶ୍ରାବଣ ମାସର ପହିଲି ସୋମବାର। ଏଥିପାଇଁ ରାଜ୍ୟର ଅନେକ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। କଳାହାଣ୍ଡି ଜିଲାର ଐତିହାସିକ ବେଲଖଣ୍ଡିସ୍ଥିତ ସପ୍ତମାତୃକା ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି।

ପୁଣି ଦନ୍ତା ଭାଙ୍ଗିଲା ଘର : ଭୟରେ ଘର ଛାଡିଲେ ପରିବାର

ପୁଣି ଦନ୍ତା ଭାଙ୍ଗିଲା ଘର : ଭୟରେ ଘର ଛାଡିଲେ ପରିବାର

ରେଢ଼ାଖୋଲ,୩୦।୭(ଡି.ଏନ.ଏ.) ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ୍‌ ବାନ୍ଧଣତଇଳା ଗ୍ରାମରେ ଶନିବାର ରାତିରେ ପୁଣି ଦନ୍ତା ହାତୀ ଉପଦ୍ରବ କରିଛି। ଗ୍ରାମର ନାରାୟଣ ବେହେରାଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛି। ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଦନ୍ତା ଘରକୁ ଭାଙ୍ଗିଥିଲା। ପରିବାର ଲୋକେ କୌଣସି ମତେ ଜୀବନ ବଞ୍ଚାଇ ଘରୁ ଖସି ପଳାଇ ଆସିଥିଲେ। ପୁନର୍ବାର ଦନ୍ତା ଆକ୍ରମଣ ଭୟରେ ସେମାନେ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଜଣାଯାଇଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘଦିନ ହେବ ଦନ୍ତା ଉପଦ୍ରବ ଚଳାଇ ଆସୁଥିଲେ ମଧ୍ୟ ବନ ବିଭାଗ ଘଉଡ଼ାଇବାରେ ବିଫଳ ହୋଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରଥମ ଅମାନତ୍‌ ସ୍ମାରକୀ ଫୁଟବଲ : ଚାରଭାଟି ଚାମ୍ପିୟନ

ପ୍ରଥମ ଅମାନତ୍‌ ସ୍ମାରକୀ ଫୁଟବଲ : ଚାରଭାଟି ଚାମ୍ପିୟନ

ସମ୍ବଲପୁର,୩୦।୭(ବ୍ୟୁରୋ) ହିନ୍ଦ କ୍ଲବ ଆୟୋଜିତ ପ୍ରଥମ ଅମାନତ୍‌ ସ୍ମାରକୀ ଦୁଇଦିନିଆ ଫୁଟବଲ ଟୁର୍ନାମେଣ୍ଟ ରବିବାର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଚାରଭାଟି ଚାମ୍ପିୟନ ଓ ସମଲେଶ୍ୱରୀ କ୍ଲବ ରନର୍ସ ଅଫ୍‌ ଟ୍ରଫି ହାସଲ କରିଛି। ଫାଇନାଲ ମ୍ୟାଚ ସମ୍ବଲପୁର ସମଲେଶ୍ୱରୀ କ୍ଲବ ବନାମ ଚାରଭାଟି ନେତାଜୀ ଯୁବକ ସଂଘ ମଧ୍ୟରେ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶେଷରେ ଚାରଭାଟି ୪-୨ ଗୋଲରେ ବିଜୟୀ ହୋଇଥିଲା।

ଜଙ୍ଗୁଲା ଗଁ। ରେ ଲଙ୍କାକାଣ୍ଡ

ଜଙ୍ଗୁଲା ଗଁ। ରେ ଲଙ୍କାକାଣ୍ଡ

ନୂଆପଡ଼ା ଅଫିସ,୩୦। ୭ ନୂଆପଡ଼ା ଜିଲା ସଦର ବ୍ଲକ୍‌ ଜଙ୍ଗୁଲା ଗ୍ରାମରେ ଦେବାର ସମ୍ପ୍ରଦାୟର ଲୋକମାନଙ୍କୁ ଥଇଥାନ କରିବାକୁ ପ୍ରୟାସ କରାଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ବିରୋଧ କରିଛନ୍ତି।

ମରଣଯନ୍ତା ବେହେରାମାଲ-ବିଛୁଆବାହାଲ ରାସ୍ତା

ମରଣଯନ୍ତା ବେହେରାମାଲ-ବିଛୁଆବାହାଲ ରାସ୍ତା

ସୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.) ସ୍ବାଧୀନତା ଦୀର୍ଘବର୍ଷ ପରେ ମଧ୍ୟ ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ବେହେରାମାଲ ଛକ ଠାରୁ ବିଛୁଆବାହାଲ ଗ୍ରାମକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି॥ ବର୍ଷା ଦିନରେ ଏହି ରାସ୍ତା ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ବିଭିନ୍ନ ଲୋକପ୍ରତିନଧି ନିର୍ବାଚନ ସମୟରେ ଏହି ରାସ୍ତାର ଉନ୍ନତୀକରଣ ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଭୁଲି ଯାଇଥାଆନ୍ତି। ଏହି ରାସ୍ତାର ଉନ୍ନତି ଦିଗରେ ଅଞ୍ଚଳବାସୀଙ୍କ ତରଫରୁ ବିଧାୟକ ସାଂସଦ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଆସୁଥିବା ବେଳେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।