ସମ୍ବଲପୁର

ସ୍ବାମୀ ନିଖୋଜର ରହସ୍ୟ ଫିଟୁନି, ସ୍ତ୍ରୀ ପ୍ରଶାସନର ଦ୍ୱାରସ୍ଥ

ସ୍ବାମୀ ନିଖୋଜର ରହସ୍ୟ ଫିଟୁନି, ସ୍ତ୍ରୀ ପ୍ରଶାସନର ଦ୍ୱାରସ୍ଥ

ଖଡିଆଳ, ୨୬।୯ (ଡି.ଏନ.ଏ)- ନୂଆପଡା ଜିଲା ବୋଡେନ ଥାନା ଭଇଁଷାଦାନୀ ଗାଁର ଆଦିମ ଜନଜାତି ସମ୍ପ୍ରଦାୟର ପ୍ରଥମ ଶିକ୍ଷିତ ଯୁବକ ତଥା ସ୍ବାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ସୁକଲସାଏ ପହରିଆ ଗତ ଏପ୍ରିଲ୧୯ରେ ପୋଲିସ ଡାକୁଛି କହି ଘରୁ ବାହାରିଥିଲେ । ସେହି ଦିନ ଠାରୁ ନିଖୋଜ ହୋଇଯାଇଥିବା ବେଳେ ଘରୁ ବାହାରିବାର ୫୨ ଦିନ ପରେ ଅର୍ଥାତ ଜୁନ ୯ରେ ଗାଁ ନିକଟସ୍ଥ ରାନୀଝୋଲା ଜଙ୍ଗଲରୁ ଏକ କଙ୍କାଳ ମିଳିଥିଲା ।

ସକାଳୁ ସକାଳୁ କେସିଙ୍ଗା ସହର ପରିଦର୍ଶନ କଲେ ଭବାନୀପାଟଣା ବିଧାୟକ

ସକାଳୁ ସକାଳୁ କେସିଙ୍ଗା ସହର ପରିଦର୍ଶନ କଲେ ଭବାନୀପାଟଣା ବିଧାୟକ

କେସିଙ୍ଗା, ୨୬।୯ (ଡି.ଏନ.ଏ)-କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୦ ଓ ୧୧ ନଂ. ୱାର୍ଡରେ ବୁଧବାର ସକାଳୁ ସକାଳୁ ଭବାନୀପାଟଣା ବିଧାୟକ ଅନାମ ନାଏକ ପହଞ୍ଚି ପରିଦର୍ଶନ କରଛନ୍ତି। ଏହି ଦୁଇଟି ୱାର୍ଡ ଡେଙ୍ଗୁ ପ୍ରବଣ ଅଞ୍ଚଳ ହୋଇଥିବାରୁ ୨୦୧୧ ମସିହାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ।

ପାମରା ଫୁଟବଲ ଟୁର୍ନାମେଣ୍ଟ: ଡାଏନିଡିହି ଚାମ୍ପିୟନ

ପାମରା ଫୁଟବଲ ଟୁର୍ନାମେଣ୍ଟ: ଡାଏନିଡିହି ଚାମ୍ପିୟନ

ବଡ଼ଗାଁ, ୨୬ା୯(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ପାମରା ଗ୍ରାମରେ ସ୍ଥାନୀୟ ଜୟଜଗନ୍ନାଥ ୟୁଥ କ୍ଲବ ଦ୍ୱାରା ୧୯ ତାରିଖଠାରୁ ଆରମ୍ଭ ହୋଇଥିବା ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଛି। ୬୦ଟି ଟିମ ଅଂଶଗ୍ରହଣ କରିଥିବା ଉକ୍ତ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ସବଡେଗା ବ୍ଲକର ଡାଏନିଡିହି ଦଳ ବଡ଼ଗାଁ ବ୍ଲକର  ଯାଜପୁର ଦଳକୁ ୨-୧ ଗୋଲରେ ହରାଇ ଚାମ୍ପିୟନ ହୋଇଥିଲାବେଳେ ଗଙ୍ଗାଜଳ ଦଳ ତୃତୀୟ ଓ ଲିଟିବେଡା ଦଳ ଚତୁର୍ଥ ସ୍ଥାନ ପାଇ ପୁରସ୍କୃତ ହୋଇଥିଲେ । ଟୁର୍ନାମେଣ୍ଟରେ ଡାଏନିଡିହି ଦଳର ବୁନ୍ଦେ କିଷାନ ମ୍ୟାନ ଅଫ ଦି ମ୍ୟାଚ , କୈଳାଶ ପ୍ରଧାନ ବେଷ୍ଟ ସ୍କୋରର, ପିଲୁ ସୋରେଙ୍ଗ ବେଷ୍ଟ ଗୋଲକିପର, ଯାଜପୁର ଟିମର ଅରକ୍ଷିତ ବାଗ ବେଷ୍ଟ ପ୍ଲେୟାର ଓ ଜନ୍ମ ଡୁଙ୍ଗଡୁଙ୍ଗ ବେଷ୍ଟ ଡିଫେନଡର ଭାବେ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା।

ପୁରୁଣାପାଣିଠାରେ ନୂଆଁଖାଇ ଭେଟଘାଟ୍‌ : ସଂସ୍କୃତି, ପରମ୍ପରା, ଭାଇଚାରାକୁ ଉଜ୍ଜୀବିତ ରଖିଛି ନୂଆଁଖାଇ

ପୁରୁଣାପାଣିଠାରେ ନୂଆଁଖାଇ ଭେଟଘାଟ୍‌ : ସଂସ୍କୃତି, ପରମ୍ପରା, ଭାଇଚାରାକୁ ଉଜ୍ଜୀବିତ ରଖିଛି ନୂଆଁଖାଇ

ନୂଆଗାଁ, ୨୬।୯(ଡି.ଏନ.ଏ.)-ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ନୂଆଁଧାନକୁ ନୂଆଁସପନ ନେଇ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ପାଳନ ହୁଏ ଏହି ପର୍ବ। ପଶ୍ଚିମଓଡିଶାର ଏହି ମହାନ କୃଷି ଭିତ୍ତିକ ବର୍ଷ ଆମ୍ଭ ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ଉଜ୍ଜୀବିତ କରି ରଖିବା ସହ ପରସ୍ପର ମଧ୍ୟରେ ଆପଣାର ଭାବାବେଗ ସୃଷ୍ଟି କରିଥାଏ। ଏହାକୁ ଦୃଷ୍ଟିରେ ରଖି ନୂଆଁଖାଇ ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ୍‌ର କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ କରାଯାଇଥାଏ।

ଏୟାର ଓଡ଼ିଶାର ଉଡାନ୍‌ ବାତିଲ୍‌: ଗୋଟିଏ ଦିନ ଚାଲିଲା, ତା’ ପରେ ବନ୍ଦ

ଏୟାର ଓଡ଼ିଶାର ଉଡାନ୍‌ ବାତିଲ୍‌: ଗୋଟିଏ ଦିନ ଚାଲିଲା, ତା’ ପରେ ବନ୍ଦ

ଝାରସୁଗୁଡ଼ା ଅଫିସ,୨୬।୯-ଉଡାନ୍‌ ଯୋଜନାରେ ସୋମବାର ବିମାନ ସେବା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ବନ୍ଦ ହୋଇଯାଇଛି। ମେଣ୍ଟେନାନ୍ସ କାରଣରୁ ମଙ୍ଗଳବାର ବିମାନ ଚଳାଚଳ ବନ୍ଦ ରଖାଯାଇଥିବା ନେଇ ଏୟାର ଓଡ଼ିଶାଠାରୁ ସୂଚନା ପାଇଥିବା କହିଛନ୍ତି ଭିଏସ୍‌ଏସ୍‌ ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌.କେ. ଚୌହାନ। ତେବେ କେବେ ସୁଦ୍ଧା ବିମାନ ଚଳାଚଳ ପୁନଶ୍ଚ ଆରମ୍ଭ ହେବ ସେ ସମ୍ପର୍କରେ ଏୟାର ଓଡ଼ିଶା ପକ୍ଷରୁ କୌଣସି ନିଶ୍ଚିତ କରାଯାଇ ନ ଥିବା ନିର୍ଦ୍ଦେଶକ ଚୌହାନ କହିଛନ୍ତି।

ବଲାଙ୍ଗୀରରେ ଚକଡ଼ା ପୋକ ପ୍ରାଦୁର୍ଭାବ:କୁଡାସିଂହା, ସାହାଜବାହାଲ ଅଞ୍ଚଳ ଚାଷୀ ଆତଙ୍କିତ

ବଲାଙ୍ଗୀରରେ ଚକଡ଼ା ପୋକ ପ୍ରାଦୁର୍ଭାବ:କୁଡାସିଂହା, ସାହାଜବାହାଲ ଅଞ୍ଚଳ ଚାଷୀ ଆତଙ୍କିତ

ବଲାଙ୍ଗୀର ଅଫିସ,୨୬।୯- ବଲାଙ୍ଗୀର ସଦର ବ୍ଲକ ଅଧୀନ କୁଡ଼ାସିଂହା, ସାହାଜବାହାଲ ଅଞ୍ଚଳରେ ଧାନ କ୍ଷେତରେ ଚକଡ଼ା ପୋକ ପ୍ରାଦୁର୍ଭାବ ଦେଖାଦେଇଛି। ପ୍ରାୟ ୭୦ ଏକର ଜମିରେ ଚକଡ଼ା ପୋକ ପ୍ରାଦୁର୍ଭାବକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଗତବର୍ଷ ଚକଡ଼ା ପୋକ ବ୍ୟାପକ କ୍ଷତି ଘଟାଇଥିଲେ। ରୋଗପୋକ ଅଣାୟତ୍ତ ହେବାରୁ କେତେକ ସ୍ଥାନରେ ଚାଷୀ ନିଜ ଜମିରେ ନିଅଁା ଲଗାଇବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା। ଚଳିତବର୍ଷ ବିଳମ୍ବ ବର୍ଷା ଯୋଗୁ ଜିଲାର ବିଭିନ୍ନ ବ୍ଲକରେ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲା। ଅନେକ ସ୍ଥାନରେ ବର୍ଷାଭାବ ଯୋଗୁ ଚାଷୀମାନେ ଚାଷ କରି ନ ଥିଲେ। ତେବେ ପରବର୍ତ୍ତୀ ସମୟରେ ଭଲ ବର୍ଷା ହେବାରୁ ଚାଷୀମାନେ ବିଳମ୍ବରେ ଧାନ ଚାଷ ଆରମ୍ଭ କରିଥିଲେ। ଏବେ ଅନେକ ସ୍ଥାନରେ ଭଲ ଫସଲ ହେବ ବୋଲି ଆଶା କରାଯାଉଥିବା ବେଳେ ଚକଡ଼ା ପୋକ ପ୍ରାଦୁର୍ଭାବ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଓ ସାହାଜବାହାଲ ଅଞ୍ଚଳରେ ୭୦ରୁ ଉର୍ଦ୍ଧ୍ୱ ଏକର ଧାନ ଫସଲରେ ଚକଡ଼ା ପୋକ ଲାଗିଥିବା ଅଭିଯୋଗ ହୋଇଛି। ଚକଡ଼ା ପୋକ ପ୍ରାଦୁର୍ଭାବ ଆରମ୍ଭ ହେବା ପରେ ଏନେଇ ଚାଷୀମାନେ କୃଷି ବିଭାଗକୁ ଜଣାଇ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଚକଡ଼ା ପୋକ ପାଇଁ କୀଟନାଶକ ଆବଶ୍ୟକ ଥିବା ବେଳେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ କୌଣସି ସହାୟତା ଦିଆଯାଇ ପାରି ନ ଥିଲା

ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବ୍ରଏଲ ଫାର୍ମସ୍କୁଲ ତାଲିମ ଶିବିର

ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବ୍ରଏଲ ଫାର୍ମସ୍କୁଲ ତାଲିମ ଶିବିର

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଭବାନୀପାଟଣା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୃଷି ବୈଷୟିକ ସହାୟତା କମିଟି ସହାୟତାରେ ଗତ ୨୪ ତାରିଖଠାରୁ ଭବାନୀପାଟଣା ସଦର ବ୍ଲକ ମାଲଗାଁ ପଞ୍ଚାୟତର ସାହୁ ବ୍ରଏଲଫାର୍ମଠାରେ ବ୍ରଏଲର ଫାର୍ମ ସ୍କୁଲର ତାଲିମ ଶିବିର ଆୟୋଜନ କରାଯାଇଛି । ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତାଲିମ ଶିବିରରେ ଭବାନୀପାଟଣା ସଦର ବ୍ଲକ ୩୦ ଜଣ ଆଗ୍ରହୀ କୁକୁଡା ଚାଷୀ ତାଲିମ ଗ୍ରହଣ କରୁଛନ୍ତି । ଭବାନୀପାଟଣା ପ୍ରାଣୀ ଚିକିତ୍ସା ବିଭାଗ ଭି.ଏ.ଏସ୍‌ ଡା. କେଦାରନାଥ ଖମାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରକୁ ଭବାନୀପାଟଣା ଉପଖଣ୍ଡ ପ୍ରାଣୀଚିକିତ୍ସା 

କାଠ କାରିଗର ଆତ୍ମହତ୍ୟା ଘଟଣା, ୩ ଯୁବକ ଗିରଫ

କାଠ କାରିଗର ଆତ୍ମହତ୍ୟା ଘଟଣା, ୩ ଯୁବକ ଗିରଫ

ସୋହେଲା,୨୫।୯(ଡି.ଏନ.ଏ.)
ବରଗଡ ଜିଲା ସୋହେଲାଠାରେ ଜଣେ କାଠ କାରିଗର ମୀନକେତନ ପଧାନ(୩୬)ଙ୍କ  ମୃତ୍ୟୁ ମାମଲାରେ ଘଟଣାରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଦାମପାଲି ଗ୍ରାମର ସୁବଳ ଖମାରୀ(୨୯), ଛତିଶଗଡ ରାଜ୍ୟ ଡୁମେରପାଲି ଗ୍ରାମର ଇନ୍ଦ୍ରଜିତ ନାଏକ(୨୪) ଏବଂ ଛୋଟୁ ଓରଫ ଜିତେନ୍ଦ୍ର ଠାକୁର(୩୦) । ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସିର ଧାରା ୩୪୧/୩୨୩/୨୯୪/୩୦୬/୩୪ରେ ଏକ ମାମଲା (ନଂ.୧୫୭/୧୮) ରୁଜୁ କରିଛି । ଏହି ଘଟଣାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ହେବା ପରେ 

ନିର୍ବାଚନୀ କାମ ବେଳେ ନିୟମ ଉଲ୍ଲଂଘନ: ଦୁଇ ବରିଷ୍ଠ କିରାଣି ନିଲମ୍ବିତ

ନିର୍ବାଚନୀ କାମ ବେଳେ ନିୟମ ଉଲ୍ଲଂଘନ: ଦୁଇ ବରିଷ୍ଠ କିରାଣି ନିଲମ୍ବିତ

ଝାରସୁଗୁଡ଼ା ଅଫିସ,୨୫।୯- ନିର୍ବାଚନୀ କାମରେ ନିୟୋଜିତ ଥିବା ସମୟରେ ନିୟମ ଉଲ୍ଲଂଘନ କରି ସୋସିଆଲ ମିଡିଆ ବ୍ୟବହାର କରିବା ଅଭିଯୋଗରେ ମଙ୍ଗଳବାର ଦୁଇ ବରିଷ୍ଠ କିରାଣିଙ୍କୁ ନିଲମ୍ବନ କରାଯାଇଛି। ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ କିରାଣି ବଳଦେବ ପଟେଲ ଏବଂ ବ୍ରଜମୋହନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି।
ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ଇଭିଏମ୍‌ ଯାଞ୍ଚ କାମ ଚାଲିଛି। ଏହି ଯାଞ୍ଚ ପ୍ରକ୍ରିୟା ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧ 

ଗଣେଶ ଭସାଣି ବେଳେ ହତ୍ୟା ଘଟଣା: ୫ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଗଣେଶ ଭସାଣି ବେଳେ ହତ୍ୟା ଘଟଣା: ୫ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଟିଟିଲାଗଡ଼,୨୫।୯(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ଆଦିବାସୀପଡ଼ାରେ ଗତ ଶନିବାର ଗଣେଶ ଭସାଣି ବେଳେ ଗଣ୍ଡଗୋଳ ଘଟିଥିଲା। ଏଥିରେ ବଳରାମ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ରୋହିତ ବଗର୍ତ୍ତୀ ଗୁରୁତର ଆହତ ହୋଇଥିଲେ। ମଙ୍ଗଳବାର ଟିଟିଲାଗଡ଼ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହାଦେବ ମଲିକ, ଅଫଜଲ ଆନାସାରୀ, ଦୀପକ ତଟର୍ଜୀ, ବବଲୁ ଠାକୁର ଏବଂ ଅନ୍ୟ ଜଣେ ନାବାଳକ। ଏ ନେଇ ମଙ୍ଗଳବାର ଟିଟିଲାଗଡ଼ ଥାନାରେ ଆୟୋଜିତ 

ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ସିଡିଏମଓଙ୍କୁ ଦାବିପତ୍ର

ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ସିଡିଏମଓଙ୍କୁ ଦାବିପତ୍ର

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଏନ୍‌ଏଚ୍‌ଏମ୍‌ ଅଧୀନରେ ଅସ୍ଥାୟୀ ଭାବେ କାମ କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ଥାୟୀ ଚାକିରି, ପେନସନ, ସମସ୍ତ ସରକାରୀ ସୁବିଧା ଦାବିରେ କଳାହାଣ୍ଡି ଜିଲା ଏନଏଚଏମ ମହିଳା ସ୍ବାସ୍ଥ୍ୟ କର୍ମୀ ସଂଘ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଡିଏମଓ ଡାକ୍ତର ସରୋଜ ତିହାଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ମହିଳା ସ୍ବାସ୍ଥ୍ୟକର୍ମୀମାନେ ଚାକିରିରେ ଯୋଗଦେବାର ୧୩ ବର୍ଷ ପରେ ମଧ୍ୟ କୌଣସି ସୁବିଧା ପାଇପାରି ନାହାନ୍ତି । ଏମାନେ ଅସ୍ଥାୟୀ ଭାବେ କାମ କରୁଛନ୍ତି । କମ୍‌ ଦରମା ପାଉ ଥିବାରୁ ପରିବାର 

ପୁରୀରୁ ଫେରୁଥିବା ଭାଜପା ମହିଳା ମୋର୍ଚ୍ଚା ଭ୍ୟାନ ଦୁର୍ଘଟଣା: ୨୫ ଗୁରୁତର

ପୁରୀରୁ ଫେରୁଥିବା ଭାଜପା ମହିଳା ମୋର୍ଚ୍ଚା ଭ୍ୟାନ ଦୁର୍ଘଟଣା: ୨୫ ଗୁରୁତର

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କଳାହାଣ୍ଡି ଜିଲା ସଦର ବ୍ଲକ ଛେଲିଆମାଲ ଗ୍ରାମର ୨୫ ଜଣ ଗୁରୁତର ଆହତ ହୋଇଛନ୍ତ। ପ୍ରଥମେ ସେମାନଙ୍କୁ ଭବାନୀପାଟଣା ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ଓ କଟକ ପଠାଯାଇଛି। ସୋମବାର ପୁରୀରେ ଅନୁଷ୍ଠିତ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ କଳାହାଣ୍ଡି ଭାଜପା ମହିଳା ମୋର୍ଚ୍ଚା ସଦସ୍ୟାମାନେ 

ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ, ୫ ହଜାର ଟଙ୍କା ଜରିମାନା

ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ, ୫ ହଜାର ଟଙ୍କା ଜରିମାନା

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଜଣେ ନାବାଳିକାଙ୍କୁ ୫ ବର୍ଷ ପୂର୍ବେ ବଳାତ୍କାର କରିବା ଘଟଣାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। କଳାହାଣ୍ଡି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ରଶ୍ମିତା ଦଳେଇ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାର ପ୍ରକାଶ ଯେ, କେସିଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ଶୌଚ ହେବା ପାଇଁ ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ନାଳକୁ ଯାଇଥିଲାବେଳେ କଶୃପଡା ଗ୍ରାମର ଅରୁଣ ମାଝି (୩୫) ଜୋର କରି ସାଇକେଲରେ ବସାଇ ଏକ ପଥର କ୍ରଶର ନିକଟକୁ ଉଠାଇ ନେଇ ବଳାତ୍କାର କରିଥିଲେ। ଏ

ସ୍ବଚ୍ଛତା ଦ୍ୱାରା ହିଁ ସୁସ୍ଥ ପରିବେଶ ସମ୍ଭବ

ସ୍ବଚ୍ଛତା ଦ୍ୱାରା ହିଁ ସୁସ୍ଥ ପରିବେଶ ସମ୍ଭବ

ଖଡିଆଳ,୨୫।୯(ଡି.ଏନ.ଏ.): ସ୍ଥାନେ ସ୍ଥାନେ ଅଳିଆ ଆବର୍ଜନା ପଡି ରହିବା ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଏହାର ପ୍ରଭାବ ଜଳବାୟୁ ଉପରେ ପଡୁଛି । ଫଳରେ ଝାଡାବାନ୍ତି, ମ୍ୟାଲେରିଆ ଜ୍ୱର, ଡେଙ୍ଗୁ ଆଦି ମାରତ୍ମକ ଜ୍ୱର ହୋଇ ଲୋକେ ମୃତ୍ୟୁ ବରଣ କରୁଛନ୍ତି । 

ଜୈବିକ କୃଷିପ୍ରଶିକ୍ଷଣ, କ୍ଷେତ ପ୍ରଦର୍ଶନ କାର୍ଯ୍ୟକ୍ରମ

ଜୈବିକ କୃଷିପ୍ରଶିକ୍ଷଣ, କ୍ଷେତ ପ୍ରଦର୍ଶନ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୨୫।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ସଦରସ୍ଥିତ ଇସକନ୍‌ ମନ୍ଦିର ନିକଟରେ ଏକ ଦିବସୀୟ ଜୈବିକ କୃଷି ପ୍ରଶିକ୍ଷଣ ଓ କ୍ଷେତ ପ୍ରଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଆଞ୍ଚଳିକ ଜୈବିକ କୃଷି ପରିଚାଳନା କେନ୍ଦ୍ର ଭୁବନେଶ୍ୱରଙ୍କ ଆୟୋଜନ କ୍ରମେ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ୫୦ ଜଣ ଚାଷୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 

ଝାରବନ୍ଦରେ ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ

ଝାରବନ୍ଦରେ ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ

ଜୁନାଗଡ,୨୫।୯(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଙ୍ଗୁଡିସର ପଞ୍ଚାୟତର ଝାରବନ୍ଧ ଠାରେ ମଙ୍ଗଳବାର ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଏହି ବଜାର ଦ୍ୱାରା ଅଞ୍ଚଳର ଅନେକ ବ୍ୟବସାୟୀ ଓ  ଗ୍ରାହକ  ଉପକୃତ ହୋଇ ପାଇପାରିବେ ବୋଲି ବିଧାୟକ ମିଶ୍ର କହିଥିଲେ। ପରେ ବିଧାୟକ ମିଶ୍ର ବଜାରରେ ବସିଥିବା ସାମଗ୍ରୀ ଗୁଡିକୁ ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜୁନାଗଡ ଏନଏସି ଅଧ୍ୟକ୍ଷ ମହେଶ

ଟ୍ରକ୍‌-ବାଇକ ଧକ୍କା: ୧ମୃତ, ଜଣେ ଆହତ

ଟ୍ରକ୍‌-ବାଇକ ଧକ୍କା: ୧ମୃତ, ଜଣେ ଆହତ

ଅତାବିରା/ବୁର୍ଲା, ୨୫।୯(ଡି.ଏନ.ଏ.)- ବରଗଡ- ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ଗୋଶାଳା ଫାଣ୍ଡି ଗୋଶାଳା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।  ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ କାଦୋବାହାଲ ଗ୍ରାମର ରଘୁବୀର ସିଂ ଓରଫ ବୁଛି ଓ କର୍ଣ୍ଣା ମେହେର ଏକ ବାଇକରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ରଘୁବୀରଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ 

ଦଧିବାମନ ଡ଼ିଗ୍ରୀ ମହାବିଦ୍ୟାଳୟରେ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ

ଦଧିବାମନ ଡ଼ିଗ୍ରୀ ମହାବିଦ୍ୟାଳୟରେ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ

ଭଟଲି, ୨୫।୯(ଡି.ଏନ.ଏ.)-ବରଗଡ଼ ଜିଲା ଭଟଲି ଦଧିବାମନ ଡ଼ିଗ୍ରୀ ମହାବିଦ୍ୟାଳୟରେ ଭୋଟର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଟଲି ବିଡ଼ିଓ ଧୀରେନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିପିଇଓ ରଞ୍ଜିତ କୁମାର ଜେନା, ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟସେନ ଭୋଇ, ଅଧ୍ୟାପକ ରାଜୀବ ସାହୁ ଅତିଥି ଭାବେ ମଞ୍ଚାସୀନ ଥିଲେ। ୧୮ବର୍ଷ ପୂରଣ କରିଥିବା ଛାତ୍ରୀଛାତ୍ରଙ୍କୁ ଦେଶର ନାଗରିକ ହେବା ପାଇଁ ସଚେତନ କରାଯିବା ସହିତ ନାମ ପଞ୍ଜିକରଣ କରାଯାଇଥିଲା।

 ଦିବ୍ୟାଙ୍ଗ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଦିବ୍ୟାଙ୍ଗ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼ ଅଫିସ୍‌,୨୫।୯-ବରଗଡ଼ ବ୍ଲକ କଲୋନୀ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ କେ. ଶାରଦା ପାତ୍ର(୪୮)ଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ରହୁଥିବା ସରକାରୀ କ୍ବାର୍ଟର ଛାତରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ । ସ୍ବର୍ଗତା ପାତ୍ରଙ୍କ ସ୍ବାମୀ ଲଡ଼ୁ କିଶୋର ବେହେରା ସ୍ଥାନୀୟ ଭିନ୍ନକ୍ଷମ ସ୍କୁଲରେ ଶିକ୍ଷକତା କରୁଛନ୍ତି। ଉଭୟେ ଦୃଷ୍ଟିହୀନ ଏବଂ ଏହି ଦିବ୍ୟାଙ୍ଗ ଦମ୍ପତି ଦୀର୍ଘବର୍ଷ ହେଲା ଏଠାରେ ରହି ଶିକ୍ଷକତା କରୁଥିଲେ। ଗତ ୨୦୧୩ ଜାନୁୟାରୀ 

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

ବରଗଡ଼ ଅଫିସ୍‌,୨୫।୯-
ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି  ଜୋର ଧରି ବସିଛି।  ଏହି କ୍ରମରେ ଗତ ୧୮ତାରିଖରୁ ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖି ଥିବାବେଳେ ମଙ୍ଗଳବାରରୁ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି। ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଏବଂ ଏହି ଧାରଣା ଜାରି ରହିବ। ସେହିପରି ଗତ ୨୦ତାରିଖ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ ନୀରବ ଶୋଭାଯାତ୍ରାରେ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।  ଜିଲା ଓକିଲ ସଂଘର ସଭାପତି 

ସ୍ଥାୟୀ ଡାକ୍ତର, ନର୍ସ  ନିଯୁକ୍ତି ଦାବିରେ ଜହ୍ନାପଙ୍କରେ ରାସ୍ତାରୋକୋ

ସ୍ଥାୟୀ ଡାକ୍ତର, ନର୍ସ ନିଯୁକ୍ତି ଦାବିରେ ଜହ୍ନାପଙ୍କରେ ରାସ୍ତାରୋକୋ

ବୌଦ୍ଧ, ୨୫।୯(ଡି.ଏନ.ଏ.)-ବୌଦ୍ଧ ଜିଲା ସଦରବ୍ଲକ ଜହ୍ନାପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର, ନର୍ସ ଓ ସୁଇପର ନିଯୁକ୍ତି ଦାବିରେ  ମଙ୍ଗଳବାର ଅଞ୍ଚଳର ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସକାଳ ୮ଟାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଜହ୍ନାପଙ୍କଠାରେ  ରାସ୍ତାରୋକୋ କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା। ଜିଲାମୁଖ୍ୟ ଚିକିତ୍ସାଧୀକାରୀ (ସିଡ଼ିଏମଓ), ଅତିରିକ୍ତ ଜିଲାମୁଖ୍ୟ ଚିକିତ୍ସାଧୀକାରୀ (ଏଡ଼ିଏମଓ) ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ତୁରନ୍ତ ସମସ୍ୟାର ସମାଧାନ କରିବାକୁ

ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା

ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା

ଲୋଇସିଂହା, ୨୫।୯(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ସାକ୍ଷାତ କରିବାକୁ ଡ଼ାକି ବ୍ଲେଡ଼ରେ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଯୁବକ ଜଣଙ୍କ  ଗୁରୁତର ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କନ୍ଦାଜୁରୀ ଗ୍ରାମର ପାଇକଲାଲ ଶିକ୍କାଙ୍କ ପୁଅ ରଶ୍ମିରଞ୍ଜନ ବସ୍ତିର ଜଣେ ସମ୍ପର୍କୀୟ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପରିବାର ଏକଥା ଜାଣିଥିଲେ। 

ଜଲଦା ଶିଶୁ ପଞ୍ଚାୟତ ପକ୍ଷରୁ ଅଭିଯୋଗ: ପାନୀୟ ଜଳ, ବିଦ୍ୟୁତ୍‌ ସମସ୍ୟା ଲାଗି ରହିଛି

ଜଲଦା ଶିଶୁ ପଞ୍ଚାୟତ ପକ୍ଷରୁ ଅଭିଯୋଗ: ପାନୀୟ ଜଳ, ବିଦ୍ୟୁତ୍‌ ସମସ୍ୟା ଲାଗି ରହିଛି

ରାଉରକେଲା ଅଫିସ,୨୫। ୯-ଜଲଦା ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଶିଶୁ ପଞ୍ଚାୟତ ସଦସ୍ୟ(ସି ବ୍ଲକ) ଅଭିଯୋଗ କରିଛନ୍ତି। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି, ଜଲଦା ଅଞ୍ଚଳର ବହୁ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବାରୁ ବର୍ଷାରେ ଆମେ ନାନା ସମସ୍ୟାର ସମ୍ମୁଖୀନ ହେଉଛୁ। ଏଥିସହ ରାସ୍ତାଘାଟ, ପାନୀୟ ଜଳ ଓ ବିଜୁଳି ସମସ୍ୟା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଗଁା ପରିମଳ ଅବସ୍ଥା ଠିକ୍‌ ନାହିଁ। ବାରମ୍ବାର ବିଦ୍ୟୁତ ସରବରାହ ବ୍ୟାହତ ହେଉଥିବାରୁ ପିଲାମାନେ ଭଲ ଭାବେ 

ଆଶ୍ରା ପକ୍ଷରୁ ନୂଆଁଖାଇ ଭେଟଘାଟ: ସୁଖ,ଶାନ୍ତି,ଏକତାର ବାର୍ତ୍ତା ବହନ କରେ ନୂଆଁଖାଇ

ଆଶ୍ରା ପକ୍ଷରୁ ନୂଆଁଖାଇ ଭେଟଘାଟ: ସୁଖ,ଶାନ୍ତି,ଏକତାର ବାର୍ତ୍ତା ବହନ କରେ ନୂଆଁଖାଇ

ରାଉରକେଲା ଅଫିସ,୨୫। ୯-ସାମାଜିକ ଅନୁଷ୍ଠାନ ଆଶ୍ରା ପକ୍ଷରୁ ନୂଆଁଖାଇ ଭେଟଘାଟ ଧୂମଧାମରେ ପାଳିତ ହୋଇଯାଇଛି। ଗତ ରବିବାର ରେଲୱେ କଲୋନୀରେ ଆୟୋଜିତ  ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ତଥା ସମାଜିକ କର୍ମୀ ମିନତୀ ଦେବତା କହିଥିଲେ, ଗଣ ପର୍ବ ନୂଆଁଖାଇ ଏକ କୃଷି ଭିତ୍ତିକ ପର୍ବ। ଏଥିରେ ପଶ୍ଚିମ ଓଡିଶାର ପୁରପଲ୍ଲୀ ବାସିନ୍ଦା ଏକତ୍ରିତ ହୋଇଥାନ୍ତି। ଏଭଳି ଭେଟଘାଟ ଖୁବ ନିଆରା ହୋଇଥିବା ବେଳେ ଏହା ସୁଖ ଶାନ୍ତି ଓ ଏକତାର ବାର୍ତ୍ତା ବହନ କରିଥାଏ ବୋଲି ଦେବତା କହିଥିଲେ। ଏଥିରେ ପଶ୍ଚିମ ଓଡିଶାର ଅନେକ ଭାଇ