ସମ୍ବଲପୁର

ମରୁଡି ସହୟତା ଦାବି ନେଇ ଫାସଡରେ ରାସ୍ତାରୋକୋ

ମରୁଡି ସହୟତା ଦାବି ନେଇ ଫାସଡରେ ରାସ୍ତାରୋକୋ

ଲୋଇସିଂହା,୨୬।୯(ଡି.ଏନ.ଏ.)-୨୦୧୭ ଖରିଫ ମରୁଡି ସହାୟତା ଦାବିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଠାରେ ବଲାଙ୍ଗୀର ସଦର ବ୍ଲକ  କଂଗ୍ରେସ ତରଫରୁ ୨୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ା ପୂର୍ବାହ୍ନ ୧୦ଟାରୁ ପ୍ରାୟ ୧ ଘଣ୍ଟା ଧରି ରାସ୍ତାରୋକୋ ଅନୁଷ୍ଠିତ ହୋଇଥିଲା। ଅବରୋଧ ସ୍ଥଳକୁ ଉପଜିଲାପାଳ ବୈରବସିଂ ପଟେଲ, ଲୋଇସିଂହା ତହସିଲଦାର କର୍ଣ୍ଣ ମଲ୍ଲିକ ପହଞ୍ଚତ୍ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଓ ଓ ରାଜ୍ୟ ସରକାରଙ୍କୁ ଅବଗତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। 

ବିଦେଶୀ ହଟାଅ, ଲୋଇସିଂହା ବଞ୍ଚାଅ

ବିଦେଶୀ ହଟାଅ, ଲୋଇସିଂହା ବଞ୍ଚାଅ

ଲୋଇସିଂହା,୨୬।୯(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଦେଶୀ ହଟାଅ,ଲୋଇସିଂହା ବଞ୍ଚାଅ ଅଭିଯାନର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହଦେବ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଲୋଇସିଂହା, ଆଗଲପୁର ଓ ପୁଇଁତଳା ବ୍ଲକର ବହୁ ସଂଖ୍ୟକ କର୍ମୀ ଯୋଗ ଦେଇଥିଲେ।

ଭିଜିଲାନ୍ସ ଜାଲରେ ଅମିନ, ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ

ଭିଜିଲାନ୍ସ ଜାଲରେ ଅମିନ, ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ

ଧର୍ମଗଡ଼, ୨୬।୯ (ଡି.ଏନ.ଏ.)-କଳାହାଣ୍ଡି ଜିଲା କୁସୁମଖୁଣ୍ଟିସ୍ଥିତ ସ୍ବତନ୍ତ୍ର ଭୂ-ଅର୍ଜନ ଅଫିସରେ କାର୍ଯ୍ୟରତ ଅମିନ ତୋଫାନ ମହନ୍ତ ବୁଧବାର ଜଣେ ଚାଷୀଙ୍କଠାରୁ ଜମିର ମୂଲ୍ୟ ବଢାବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି।

କର୍ଲାରେ ଅବାଧ ନିଶା କାରବାର ବନ୍ଦ ଦାବି: ଗାଁ ଲୋକେ ଜିଲା ପ୍ରଶାସନର ଦ୍ୱାରସ୍ଥ

କର୍ଲାରେ ଅବାଧ ନିଶା କାରବାର ବନ୍ଦ ଦାବି: ଗାଁ ଲୋକେ ଜିଲା ପ୍ରଶାସନର ଦ୍ୱାରସ୍ଥ

ସୁନ୍ଦରଗଡ, ୨୬।୯  (ଡି.ଏନ୍‌.ଏ) -ଗ୍ରାମାଞ୍ଚଳ ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଆଦିବାସୀ ବହୁଳ ସୁନ୍ଦରଗଡ ଜିଲାର ଅଧିକାଂଶ ଗ୍ରାମାଞ୍ଚଳରେ ଅବାଧ ନିଶା କାରବାର ଜନସାଧାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶରେ ବାଧକ ସାଜିଛି। ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମପଞ୍ଚାୟତରେ ଅବାଧରେ ମଦ, ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶା କାରବାର ବୃଦ୍ଧି ପାଉଛି। ଏହାକୁ ରୋକିବା ଦିଗରେ ପୋଲିସ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଧରୁଆଡିହି ଥାନା ପୋଲିସ ଓ ଅବକାରୀ ବିଭାଗ ଚୁପ୍‌ ରହିବା ପରେ ସୋମବାର କର୍ଲା ଗ୍ରାମର ଶତାଧିକ ମହିଳା ପୁରୁଷ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। 

ନାଚଗୀତରେ ଜମିଲା ନୂଆଁଖାଇ ଭେଟଘାଟ

ନାଚଗୀତରେ ଜମିଲା ନୂଆଁଖାଇ ଭେଟଘାଟ

ସୁନ୍ଦରଗଡ,୨୬।୯(ଡି.ଏନ୍‌.ଏ)-ସୁନ୍ଦରଗଡ ଲକ୍ଷେଘର ଓ ସମାଜ ସେବା ସମିତି ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି। ସଚ୍ଚିନ୍ଦ୍ର ବୁଖରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଭଗବାନ ତନ୍ତୀ ପ୍ରାରମ୍ଭରେ ସ୍ବାଗତ ଅଭିଭାଷଣ ଓ ବିବରଣୀ ପାଠ କରିଥିଲେ। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରଦୀପ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । 

ସୁନ୍ଦରଗଡ ସରକାରୀ କଲେଜକୁ ମିଳିଲା ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର

ସୁନ୍ଦରଗଡ ସରକାରୀ କଲେଜକୁ ମିଳିଲା ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର

ସୁନ୍ଦରଗଡ, ୨୬।୯ (ଡି.ଏନ୍‌.ଏ.)-ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟକୁ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ମିଳିଛି । ଭବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ନିକଟରୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଡଃ ନିଗମାନନ୍ଦ ଓଝା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସମାରୋହରେ ରାଜ୍ୟ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଲେ ୫୬ ଛାତ୍ରୀଛାତ୍ର

ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଲେ ୫୬ ଛାତ୍ରୀଛାତ୍ର

ରେଢ଼ାଖୋଲ,୨୬।୯(ଡି.ଏନ.ଏ.)-ସମ୍ବଳପୁର ଜିଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ସ୍ଥାନୀୟ ରାଣୀ ଅନ୍ନପୂର୍ଣ୍ଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବ୍ଲକସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

‘ପ୍ଲାଷ୍ଟିକ ଫ୍ରି ଓଡ଼ିଶା’କୁ ସମର୍ଥନ

‘ପ୍ଲାଷ୍ଟିକ ଫ୍ରି ଓଡ଼ିଶା’କୁ ସମର୍ଥନ

କଣ୍ଟାବାଞ୍ଜିି,୨୬।୯(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଚଟୁଅନକା ମାଝିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦୈନିକ ଓଡିଶା ପୋଷ୍ଟ ଓ ଧରିତ୍ରୀ ତରଫରୁ ଚାଲିଥିବା ‘ପ୍ଲାଷ୍ଟିକ ଫ୍ରି ଓଡ଼ିଶା’କୁ ସମର୍ଥନ ମିଳିଛି। ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାସଙ୍କ ନେତୃତ୍ୱରେ କିଶୋର ବରିହା, ଦେବକୀ ତାଣ୍ଡି, ଅଗସ୍ତି ମାଝୀ, ଛିନେ ମାଝି ଓ ଛାତ୍ରୀଛାତ୍ର ଗାଁ ପରିକ୍ରମା କରିଥିଲେ। ଏହି ଅବସରରେ ପରିବେଶକୁ ପଲିଥିନମୁକ୍ତ କରିବାକୁ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଟିଟିଲାଗଡ ଶାଖା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

ଟିଟିଲାଗଡ ଶାଖା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

ଟିଟିଲାଗଡ, ୨୬।୯ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଟିଟିଲାଗଡରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ଟିଟିଲାଗଡ ଶାଖାର ଏକ ବନ୍ଧୁ ମିଳନ ତଥା ନୂଆଁଖାଇ ଭେଟଘାଟ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସକୁନ୍ତଳା ମହାକୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଂଘର ରାଜ୍ୟ ସଭାପତି ସରୋଜ କୁମାର ମହାନ୍ତି ଏବଂ ସମ୍ପାଦକ ସୁବଳ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇଥିଲେ । 

ମେଡିକାଲ ପରିସର ସଫା କଲେ ସିଆରପିଏଫ ଯବାନ

ମେଡିକାଲ ପରିସର ସଫା କଲେ ସିଆରପିଏଫ ଯବାନ

ନାକଟିଦେଉଳ,୨୬।୯(ଡି.ଏନ.ଏ)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ସଦରସ୍ଥିତ ଅବସ୍ଥାପିତ ସି/୧୨ ବାଟିଲିୟନ୍‌ ସିଆରପିଏଫ ପକ୍ଷରୁ ବୁଧବାର ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଜଗଦୀଶ ବିଶିଙ୍କ ନେତୃତ୍ୱରେ ସିଆରପିଏଫ ଯବାନମାନେ ବୁଧବାର ସକାଳୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚାରିପାଖ ସହ ପରିସରକୁ ସଫେଇ କରିଥିଲେ।

ଜଙ୍ଗଲରୁ ଚାଲାଣ ବେଳେ ୨୦୧ ଖଣ୍ଡ କାଠ ସହ ଟ୍ରକ୍‌ ଜବତ

ଜଙ୍ଗଲରୁ ଚାଲାଣ ବେଳେ ୨୦୧ ଖଣ୍ଡ କାଠ ସହ ଟ୍ରକ୍‌ ଜବତ

ନାକଟିଦେଉଳ, ୨୬।୯ (ଡି.ଏନ.ଏ)- ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ପକ୍ଷରୁ ମଙ୍ଗଳବାର ରାତିିରେ ଚଢ଼ାଉ କରାଯାଇ ଚୋରା ଚାଲାଣ କରିବାକୁ ଉଦ୍ୟମ କରାଯାଉଥିବା ବେଳେ ଏକ ଦଶ ଚକିଆ ଟ୍ରକ ସହ ୨୦୧ ଖଣ୍ଡ ଶାଳ କାଠ (ଚୌକାଠ) ଜବତ କରାଯାଇଛି। ଲାଣ୍ଡିମାଳ ରାସ୍ତା ପାର୍ଶ୍ୱସ୍ଥ ଖସଡା ଜଙ୍ଗଲରେ ଶାଳ କାଠ ଚୋରା ଚାଲାଣ ପାଇଁ ଏକ ଟ୍ରକରେ ବୋଝେଇ ହେଉଥିବା ସମ୍ପର୍କରେ ଜଙ୍ଗଲ ବିଭାଗକୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଉଭୟ ନାକଟିଦେଉଳ ଏବଂ ରେଢ଼ାଖୋଲ ଜଙ୍ଗଲ ବିଭାଗର ଅଧିକାରୀମାନେ ସେଠାରେ ଚଢ଼ାଉ କରିଥିଲେ । 

ରୋଜଗାର କରିବାକୁ ବାଙ୍ଗାଲୋର ଯାଇଥିଲେ, ଫେରିଲା ମୃତଦେହ

ରୋଜଗାର କରିବାକୁ ବାଙ୍ଗାଲୋର ଯାଇଥିଲେ, ଫେରିଲା ମୃତଦେହ

କର୍ଲାମୁଣ୍ଡା,୨୬।୯ (ଡି.ଏନ.ଏ.)-କଳାହାଣ୍ଡି ଜିଲାରେ ଥମୁନି ଦାଦନଙ୍କ ଦୁଃଖ। ଦିନକୁ ଦିନ ଅସହ୍ୟ ହେଉଛି ଦାଦନଙ୍କ ସମସ୍ୟା। ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ କେତେବେଳେ କିଏ ହାତ ଗୋଡ ହରାଉଛି ତ କେତେବେଳେ ଫେରୁଛି ଦାଦନର ମୃତଦେହ।

ଦେବଗଡ଼  ଜିଲା ପ୍ରଶାସନର ଦଳୀୟ କାର୍ଯ୍ୟକ୍ରମ ପାଇଁ ଅନୁକମ୍ପା

ଦେବଗଡ଼ ଜିଲା ପ୍ରଶାସନର ଦଳୀୟ କାର୍ଯ୍ୟକ୍ରମ ପାଇଁ ଅନୁକମ୍ପା

ଦେବଗଡ଼,୨୬।୯,(ସ୍ବ.ପ୍ର.)- ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ଼ ଗଣେଶ ପୂଜା ଉତ୍ସବ ଇତିମଧ୍ୟରେ ଶେଷ ହୋଇଛି। ବହୁ ବାଧାବିଘ୍ନ ଭିତରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲା ବାହାରୁ ଆସିଥିବା କଳାକାର ତଥା ସାଂସ୍କୃତିକ ଦଳ, ଟେଣ୍ଟ ନିର୍ମାଣକାରୀ କର୍ମଚାରୀ, ଲାଇଟ କର୍ମଚାରୀ, ଅପେରା କର୍ମଚାରୀ ପ୍ରମୁଖଙ୍କ ରହିବା ପାଇଁ ବିଭିନ୍ନ ସ୍ଥାନ ନିରୂପଣ କରି ରଖାଯାଇଥିଲା। ଏଥିପାଇଁ ପ୍ରତ୍ୟେକ ବର୍ଷ ଜିଲା ପ୍ରଶାସନ ଅନୁମତି ଦେଇଥାଏ। କିନ୍ତୁ ଚଳିତବର୍ଷ ଶେଷ ମୁହୂର୍ତ୍ତରେ ଜିଲା ପ୍ରଶାସନ ବିଭିନ୍ନ ଆଳ ଦେଖାଇ କେତେକ ସ୍ଥାନରେ ଏ ସବୁ ବନ୍ଦୋବସ୍ତ ପାଇଁ ମନା କରିଦେଇଥିଲା ବୋଲି ଗଣେଶ ମେଳା କମିଟି ଅଭିଯୋଗ କରିଛି। 

ବଲାଙ୍ଗୀରରେ ଚକଡ଼ା ପୋକ ପ୍ରାଦୁର୍ଭାବ: କୁଡାସିଂହା, ସାହାଜବାହାଲ ଅଞ୍ଚଳ ଚାଷୀ ଆତଙ୍କିତ

ବଲାଙ୍ଗୀରରେ ଚକଡ଼ା ପୋକ ପ୍ରାଦୁର୍ଭାବ: କୁଡାସିଂହା, ସାହାଜବାହାଲ ଅଞ୍ଚଳ ଚାଷୀ ଆତଙ୍କିତ

ବଲାଙ୍ଗୀର ଅଫିସ,୨୬।୯- ବଲାଙ୍ଗୀର ସଦର ବ୍ଲକ ଅଧୀନ କୁଡ଼ାସିଂହା, ସାହାଜବାହାଲ ଅଞ୍ଚଳରେ ଧାନ କ୍ଷେତରେ ଚକଡ଼ା ପୋକ ପ୍ରାଦୁର୍ଭାବ ଦେଖାଦେଇଛି। ପ୍ରାୟ ୭୦ ଏକର ଜମିରେ ଚକଡ଼ା ପୋକ ପ୍ରାଦୁର୍ଭାବକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଗତବର୍ଷ ଚକଡ଼ା ପୋକ ବ୍ୟାପକ କ୍ଷତି ଘଟାଇଥିଲେ। ରୋଗପୋକ ଅଣାୟତ୍ତ ହେବାରୁ କେତେକ ସ୍ଥାନରେ ଚାଷୀ ନିଜ ଜମିରେ ନିଅଁା ଲଗାଇବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା। ଚଳିତବର୍ଷ ବିଳମ୍ବ ବର୍ଷା ଯୋଗୁ ଜିଲାର ବିଭିନ୍ନ ବ୍ଲକରେ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲା। ଅନେକ ସ୍ଥାନରେ ବର୍ଷାଭାବ ଯୋଗୁ ଚାଷୀମାନେ ଚାଷ କରି ନ ଥିଲେ। ତେବେ ପରବର୍ତ୍ତୀ ସମୟରେ ଭଲ ବର୍ଷା ହେବାରୁ ଚାଷୀମାନେ ବିଳମ୍ବରେ ଧାନ ଚାଷ ଆରମ୍ଭ କରିଥିଲେ। 

ବିଦ୍ୟତ୍‌ ଖୁଣ୍ଟ ଉପାଡି ଦେବା ନେଇ ଉପଜିଲାପାଳଙ୍କୁ ଅଭିଯୋଗ

ବିଦ୍ୟତ୍‌ ଖୁଣ୍ଟ ଉପାଡି ଦେବା ନେଇ ଉପଜିଲାପାଳଙ୍କୁ ଅଭିଯୋଗ

ରେଢ଼ାଖୋଲ,୨୬।୯(ଡି.ଏନ.ଏ.)
ରେଢ଼ାଖୋଲ ଏନଏସିର ୧୦ ନଂ ୱାର୍ଡ ଅଧୀନ ଡିମିରିକୁଦା ଗ୍ରାମକୁ ନିୟମିତ ବିଦ୍ୟୁତ ସଂଯୋଗ ପାଇଁ ୱେସ୍କୋ ପକ୍ଷରୁ ଖୁଣ୍ଟ ପୋତା ଯାଇଥିଲା। ହେଲେ ସୋମବାର ଜଣେ ବ୍ୟକ୍ତି ୨ଟି ଖୁଣ୍ଟକୁ ଉପାଡି ଦେଇଛନ୍ତି। ମଙ୍ଗଳବାର ଡିମିରିକୁଦା ଗ୍ରାମବାସୀ ଏ ନେଇ ଉପଜିଲାପାଳ ବିଶିକେସନ ଦେହୁରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଲୁହାପଙ୍କରୁ ପିଟାନାଳି ଦେଇ ଡିମିରିକୁଦାକୁ ବିଦୁତ ସରବରାହ ହୋଇଛି। 

ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ତେଜନା

ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ତେଜନା

ନାକଟିଦେଉଳ,୨୬।୯(ଡି.ଏନ.ଏ.)-ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକରେ ଆସନ୍ତା ୨୯ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ବ୍ଲକ ସଭାଗୃହରେ ବିଡିଓ ମାଥୋଡିଅସ୍‌ ଲାକ୍ରାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଉକ୍ତ ବୈଠକରେ ଭାଜପା ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ଅଣଦେଖା କରାଯାଇଥିବା ନେଇ ଭାଜପାର ଦୁଇ ଜିଲାପରିଷଦ ସଭ୍ୟ ଓ ନାକଟିଦେଉଳ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରତିବାଦ କରିଥିଲେ। ଏ ସମ୍ପର୍କରେ ଭାଜପାର ଜିଲାପରିଷଦ ସଦସ୍ୟ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ରାଉଳଙ୍କୁ ଭେଟି ବୈଠକକୁ ସେମାନଙ୍କୁ କାହିଁକି ଡକାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହାପରେ ବ୍ଲକ ଅଧ୍ୟକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରିବାରୁ ମୋବାଇଲରେ ହ୍ବାଟସ୍‌ଆପ୍‌ରେ ଚିଠି ଦିଆଯାଇଥିଲା ବୋଲି କହିଥିଲେ। 

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଚଢ଼ାଉ: ୭୫ କେଜି ପଲିଥିନ ଜବତ

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଚଢ଼ାଉ: ୭୫ କେଜି ପଲିଥିନ ଜବତ

ସମ୍ବଲପୁର,୨୬।୯(ବ୍ୟୁରୋ)-ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ପଲିଥିନ ନେଇ ଚଢଉ କରାଯାଇଥିଲା। ହୀରାକୁଦ, ଅଇଁଠାପାଲି ଅଞ୍ଚଳରେ ୭୫ କେଜି ପ୍ଲାଷ୍ଟିକ ଜବତ ସହ ୫୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ ୬ମାସ ମଧ୍ୟରେ ହୋଇଥିବା ଚଢ଼ାଉରେ ୧ଲକ୍ଷ ୮୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। 

ଏମସିଏଲର ନୂଆ ଅଧ୍ୟକ୍ଷ ଭାବେ ରାଜୀବରଞ୍ଜନ ମିଶ୍ରଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ଏମସିଏଲର ନୂଆ ଅଧ୍ୟକ୍ଷ ଭାବେ ରାଜୀବରଞ୍ଜନ ମିଶ୍ରଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ସମ୍ବଲପୁର,୨୫।୯(ବ୍ୟୁରୋ)-ମହାନଦୀ କୋଇଲା କମ୍ପାନୀ(ଏମସିଏଲ)ର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ରାଜୀବ ରଞ୍ଜନ ମିଶ୍ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ୱେଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡରେ କାର୍ମୀକ ନିର୍ଦ୍ଦେଶକ, ସିଏମପିଡିଆଇଏଲରେ କାର୍ମୀକ ଓ ପ୍ରଶାସନ ବିଭାଗର ମୁଖ୍ୟ, ନର୍ଦନ୍‌ କୋଲଫିଲ୍ଡ ଲିମିଟେଡ ଏବଂ କୋଲ ଇଣ୍ଡିଆ ଲିମିଟେଡର ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟ କରି ସେ ସଫଳତା ହାସଲ କରିଛନ୍ତି ।

ଧରିତ୍ରୀ ସରଣ୍ଡା ପ୍ରତିନିଧିଙ୍କ ଅଫିସରେ ପୋଡ଼ାଜଳା

ଧରିତ୍ରୀ ସରଣ୍ଡା ପ୍ରତିନିଧିଙ୍କ ଅଫିସରେ ପୋଡ଼ାଜଳା

ବରଗଡ଼ ଅଫିସ୍‌,୨୬।୯: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡାର ଧରିତ୍ରୀ ପ୍ରତିନିଧି ଯୁଧିଷ୍ଠିର ମହାପାତ୍ରଙ୍କ ଅଫିସରେ କେହି ଦୁର୍ବୃତ୍ତ ପୋଡ଼ାଜଳା କରିଛନ୍ତି । ଏହି ଘଟଣାରେ ମହାପାତ୍ରଙ୍କ ବାଇକ୍‌ ସମେତ ଅଫିସରେ ଥିବା କମ୍ପ୍ୟୁଟର ଓ ୨ଟି ପ୍ରିଣ୍ଟର ପୋଡ଼ି ନଷ୍ଟ ହୋଇଛି । ଏ ନେଇ ସେ ଅତାବିରା ଥାନାରେ ମଙ୍ଗଳବାର ରାତିରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ପୋଲିସ ଏହାର ଅନୁସନ୍ଧାନ ଆରମ୍ଭ କରିଛି ।  ୧୫ତାରିଖରୁ ମହାପାତ୍ର ସପରିବାର ତୀର୍ଥଯାତ୍ରାରେ  ବାହାରକୁ ଯାଇଥିଲେ । ସେ ସୋମବାର ଫେରି ସପରିବାର ଅତାବିରାର ତାଙ୍କ ବଡ଼ ଭଉଣୀଙ୍କ ଘରେ ରହିଥିଲେ । ମଙ୍ଗଳବାର ରାତି ପ୍ରାୟ ୯ଟାରେ ସେ ସରଣ୍ଡାସ୍ଥିତ ନିଜ ଘରକୁ ଫେରି ଅଫିସକୁ ଆସିଥିଲେ ।

ଚାଷୀଙ୍କୁ ଘାରିଲା ଚକଡ଼ା ଭୟ

ଚାଷୀଙ୍କୁ ଘାରିଲା ଚକଡ଼ା ଭୟ

ବରଗଡ଼ ଅଫିସ୍‌,୨୬।୯ (ପ୍ରେମାନନ୍ଦ ଖମାରୀ)-ଖରିଫ ଧାନ ବର୍ତ୍ତମାନ ଗର୍ଭଣୀ ଅବସ୍ଥାରେ ରହିଛି । ଆଉ କିଛିଦିନ ପରେ ତାହା ଅମଳକ୍ଷମ ହେବ । ଚାଷୀ ଧାନ ଅମଳ କରି କିଛି ରୋଜଗାର କରିବ ବୋଲି ଆଶା ରଖିଛି । ମାତ୍ର ଗତ କିଛିଦିନ ହେଲା ପାଗ ପରିବର୍ତ୍ତନ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଶିକ୍ଷକ ବଦଳି ନେଇ ତେଜୁଛି ଆନ୍ଦୋଳନ

ଶିକ୍ଷକ ବଦଳି ନେଇ ତେଜୁଛି ଆନ୍ଦୋଳନ

ଦେଓଗାଁ,୨୬।୯(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ କିଛି ଦିନ ହେଲା ଶିକ୍ଷକ ବଦଳିକୁ ନେଇ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି। ସମସ୍ୟାର କୌଣସି ସମାଧାନ ହୋଇପାରୁ ନ ଥିବାରୁ ବିଭାଗୀୟ ଅପାରଗତ ପଦାରେ ପଡିଛି। ଉପରଝର ପଞ୍ଚାୟତ ନୂଆଁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ନେଇ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଥିବା ବେଳେ ଛାତ୍ରୀଛାତ୍ର ରାସ୍ତାପାର୍ଶ୍ୱର ଗଛମୂଳେ ଅସୁରକ୍ଷିତ ଭାବେ ପାଠ ପଢୁଥିବା ନଜରକୁ ଆସିଛି। ସେହିପରି ଉପରଝର ନୂତନ ସରକାରୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଡେପୁଟେଶନ ଶିକ୍ଷକଙ୍କ ବଦଳି ପରେ ଶିକ୍ଷକ ଦେବା ପାଇଁ ପ୍ରତିଶ୍ରୁତି ପାଳନ ନ ହେବାରୁ ପୁଣି ଅଭିଭାବକ ତଥା ଛାତ୍ରଛାତ୍ରୀ ସୋମବାରଠାରୁ ତାଲାବନ୍ଦ ଆନ୍ଦୋଳନ କରିଛନ୍ତି। 

ଆଶାକର୍ମୀଙ୍କ ଗାଲକୁ ଚାପୁଡା କସିଦେଲେ ନର୍ସ , ସିଡିଏମ୍‌ଓଙ୍କୁ ଅଭିଯୋଗ

ଆଶାକର୍ମୀଙ୍କ ଗାଲକୁ ଚାପୁଡା କସିଦେଲେ ନର୍ସ , ସିଡିଏମ୍‌ଓଙ୍କୁ ଅଭିଯୋଗ

ବଲାଙ୍ଗୀର ଅଫିସ,୨୬।୯- କର୍ତ୍ତବ୍ୟରତ ଜଣେ ଆଶାକର୍ମୀଙ୍କୁ ହସ୍ପିଟାଲ ଭିତରେ ଜଣେ ନର୍ସ ଚାପୁଡ଼ା ମାରି ଗାଳିଗୁଲଜ କରିବା ଘଟଣାକୁ ନେଇ ଆଶାକର୍ମୀମାନେ ସିଡିଏମ୍‌ଓଙ୍କୁ ଭେଟି ଅଭିଯୋଗ କରିବା ସହ ସମ୍ପୃକ୍ତ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତୁରନ୍ତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଶାକର୍ମୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। 

ଘରୋଇ କ୍ଲିନିକ୍‌ରେ ମିଳୁଛି ଡେଙ୍ଗୁ ପ୍ରତିଷେଧକ ବଟିକା

ଘରୋଇ କ୍ଲିନିକ୍‌ରେ ମିଳୁଛି ଡେଙ୍ଗୁ ପ୍ରତିଷେଧକ ବଟିକା

ଜୁନାଗଡ,୨୬।୯(ଡି.ଏନ.ଏ.)
କଳାହାଣ୍ଡି ଜିଲାରେ ଗତ କିଛିଦିନ ତଳେ ଡେଙ୍ଗୁକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ସେତେବେଳେ ଏହି ରୋଗ ପାଇଁ ଲୋକମାନଙ୍କ ମଧ୍ୟରେ ଭୟ ବାତାବରଣ ସୃଷ୍ଟି ହୋଇଥିଲା । ଏହାପରେ ଡେଙ୍ଗୁର ପ୍ରତିଷେଦକ ନାଁରେ ବିଭିନ୍ନ ସ୍ଥାନରେ ବେସରକାରୀ ଭାବେ ବଟିକା ବିକ୍ରି ହୋଇଥିଲା। ଯାହାକି ସାଧାରଣ ଲୋକେ ତରବରିଆ ଭାବେ ଏହାକୁ ଜାଣି ନ ପାରି ଟଙ୍କା ଦେଇ କିଣି ଖାଇଥିଲେ। କିଛି ଲୋକ ଏହାକୁ କିଣି ପୁଣି ଅଧିକ ମୂଲ୍ୟରେ ଗ୍ରାମାଞ୍ଚଳରେ ମଧ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଜୁନାଗଡ ସହରର ଏକ ବେସରକାରୀ କ୍ଲିନିକରେ।

୧୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେରୁଦଣ୍ଡ ପାଲଟିଛନ୍ତି ଫାର୍ମାସିଷ୍ଟ

୧୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେରୁଦଣ୍ଡ ପାଲଟିଛନ୍ତି ଫାର୍ମାସିଷ୍ଟ

ଭବାନୀପାଟଣା,୨୬।୯(ଡି.ଏନ.ଏ.)
କଳାହାଣ୍ଡି ଜିଲାରେ ଫାର୍ମାସିଷ୍ଟଙ୍କ ଭରସାରେ ସ୍ବାସ୍ଥ୍ୟସେବା ଚାଲିଛି । ତାଙ୍କ ଉପରେ ଜିଲାର ଅନେକ ଡାକ୍ତରଖାନା ନିର୍ଭର କରୁଛି। ଜିଲାର ଗୁରୁତ୍ୱପୂର୍ଣ୍ଣ ୧୧ଟି ସ୍ବାସ୍ଥ୍ୟକେନ୍ଦ୍ର କେବଳ ଫାର୍ମାସିଷ୍ଟମାନଙ୍କ ଭରସାରେ ଚାଲିଛି । ହେଲେ ଆଜିଯାଏଁ ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି । ସେମାନଙ୍କ ଦାବିଗୁଡିକ ମଧ୍ୟରେ ଫାର୍ମାସିଷ୍ଟମାନଙ୍କ ଦରମାରେ ଅସଙ୍ଗତି ଦୂର କରିବା, ଗ୍ରେଡ୍‌ ପେ ବୃଦ୍ଧି କରିବା ଓ ଠିକାରେ ନିଯୁକ୍ତ ଫାର୍ମାସିଷ୍ଟମାନଙ୍କ ଚାକିରି ନିୟମିତ କରିବା ଆଦି ଦାବି ନେଇ ରାଜ୍ୟ ଫାର୍ମାସିଷ୍ଟ ସଂଘ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଥିଲେ ମଧ୍ୟ ତାଙ୍କ ଦାବି ପ୍ରତି ସରକାର ଅଣଦେଖା କରି ଚାଲିଛନ୍ତି ।