ସମ୍ବଲପୁର

ରାଜ୍ୟସ୍ତରୀୟ କାର୍ଟୁନ ପ୍ରତିଯୋଗିତାରେ ଦେବଗଡ ଚିନ୍ମୟ ବିଦ୍ୟାଳୟର ଛାତ୍ର ପୁରସ୍କୃତ

ରାଜ୍ୟସ୍ତରୀୟ କାର୍ଟୁନ ପ୍ରତିଯୋଗିତାରେ ଦେବଗଡ ଚିନ୍ମୟ ବିଦ୍ୟାଳୟର ଛାତ୍ର ପୁରସ୍କୃତ

ଦେବଗଡ, ୪।୧୧(ସ୍ବ.ପ୍ର.) -ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୧୮ ପାଳନ ଅବସରରେ ରାଜ୍ୟସ୍ତରରେ ଆୟୋଜିତ ଉଚ୍ଚ ବିଦ୍ୟାଳୟସ୍ତରୀୟ କାର୍ଟୁନ-କେପ୍‌ସନ୍‌ ପ୍ରତିଯୋଗିତାରେ ଦେବଗଡ ଚିନ୍ମୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସୁମିତ କୁମାର ପ୍ରସାଦ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

 ରାଜ୍ୟ ବାହାରକୁ ନାବାଳିକା ଚାଲାଣ ଧରାପଡିଲା: ନାବାଳିକା ଉଦ୍ଧାର

ରାଜ୍ୟ ବାହାରକୁ ନାବାଳିକା ଚାଲାଣ ଧରାପଡିଲା: ନାବାଳିକା ଉଦ୍ଧାର

ନୂଆପଡା ଅଫିସ, ୪।୧୧- ଏହି ଜିଲା ଖରିଆରରୋଡ ଥାନା ଅଞ୍ଚଳରୁ ରାଜ୍ୟ ବାହାରକୁ ଅର୍ଥାତ ରାଜସ୍ଥାନକୁ ବିବାହର ପ୍ରଲୋଭନ ଦେଖାଇ ନାବାଳିକା ଚାଲାଣ କରୁଥିବାବେଳେ ଜିଲା ଶିଶୁ ସୁରକ୍ଷା ସେଲ କାବୁ କରିଛି। ଏହି ଅଭିଯୋଗରେ ୪ଜଣ ମହିଳା ପୁରୁଷଙ୍କୁ ପୋଲିସ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି। ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନ ଅଞ୍ଚଳରୁ ଲୋକମାନେ ଆସି ସ୍ଥାନୀୟ ଖରିଆରରୋଡର ଜଣେ ନାବାଳିକାଙ୍କୁ ବିବାହ କରିବେ ବୋଲି ପରିବାରକୁ

 ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି :ସାଂସ୍କୃତିକ କାର୍ଯ୍ୟକ୍ରମରେ ସଚେତନତାର ବାର୍ତ୍ତା

ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି :ସାଂସ୍କୃତିକ କାର୍ଯ୍ୟକ୍ରମରେ ସଚେତନତାର ବାର୍ତ୍ତା

ସୁନ୍ଦରଗଡ଼, ୪।୧୧ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୧୮ ଶନିବାର ଜିଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଏହି ମହୋତ୍ସବକୁ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଏହି ମହୋତ୍ସବରେ ଜିଲାର ୧୭ଟି ବ୍ଲକରୁ ମନୋନୀତ ହୋଇ ଆସିଥିବା ୫୧୦ ଜଣ ପ୍ରତିଯୋଗୀ ହସ୍ତକଳା, ଚିତ୍ର କଳା, ପେଣ୍ଟିଂ, ବିତର୍କ, ନୃତ୍ୟ, ସଙ୍ଗୀତ ଆଦି ୧୭ଟି ବିଷୟରେ

ସେକ୍ସ ର଼୍ୟାକେଟ୍‌ ଠାବ, ଦୁଇ ଦଲାଲ ଓ ଜଣେ ଯୁବକ ଅଟକ

ସେକ୍ସ ର଼୍ୟାକେଟ୍‌ ଠାବ, ଦୁଇ ଦଲାଲ ଓ ଜଣେ ଯୁବକ ଅଟକ

ଭବାନୀପାଟଣା, ୪।୧୧(ଡିଏନ୍‌ଏ): ଗତ ଗୁରୁବାର ଦିନ ପୋଲିସ ସହରରେ ଚାଲିଥିବା ଏକ ସେକ୍ସ ର଼୍ୟାକେଟକୁ ଧରିଥିଲା। ଘଟଣାର ୫ ଦିନ ପରେ ପୋଲିସ ସହରରେ ଆଉ ଏକ ସେକ୍ସ ର଼୍ୟାକେଟର ପର୍ଦ୍ଦାଫାସ କରିଥିବା ଟାଉନଥାନା ଆଇଆଇସି ସତ୍ୟ କୁମାର ନନ୍ଦ ପ୍ରକାଶ କରିଛନ୍ତି।

ବିବାହ କରିପାରିଲେ ନାହିଁ: ବେକରେ ରସି ଲଗାଇ ଝୁଲିପଡ଼ିଲେ ପ୍ରେମୀ ଯୁଗଳ

ବିବାହ କରିପାରିଲେ ନାହିଁ: ବେକରେ ରସି ଲଗାଇ ଝୁଲିପଡ଼ିଲେ ପ୍ରେମୀ ଯୁଗଳ

ନୂଆପଡା ଅଫିସ,୪।୧୧-ପରସ୍ପର ବୈଦିକ ରୀତିରେ ବିବାହ କରିବାକୁ ଚାହୁଁଥିଲେ। ହେଲେ ଯୁବତୀ ଯୁବକଙ୍କ ପରିବାର ଏଥିରେ କୁଆଡେ ରାଜି ନ ଥିଲେ। ବିବାହ କରି ନ ପାରିବା ଦୁଃଖରେ ଶେଷରେ ବେକରେ ରସି ଲଗାଇ ଝୁଲିପଡ଼ିଲେ ପ୍ରେମୀ ଯୁଗଳ। ରବିବାର ନୂଆପଡା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ପାୱାରତଲା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ପାୱାରତଲା ଗାଁର ଶିବ ମାଝି (୨୪)ନାମକ ଜନୈକ ଯୁବକଙ୍କର ସେହି ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ

ଶ୍ରେଷ୍ଠ ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀ ଭାବେ ସତ୍ୟବାନ ମହାନନ୍ଦ ସମ୍ମାନୀତ

ଶ୍ରେଷ୍ଠ ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀ ଭାବେ ସତ୍ୟବାନ ମହାନନ୍ଦ ସମ୍ମାନୀତ

ଭବାନୀପାଟଣା,୪।୧୧(ଡିଏନ୍‌ଏ)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ୨୦୧୭ ବର୍ଷ ପାଇର୍ଁ ରାଜ୍ୟର ଶ୍ରେଷ୍ଠ ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀ ଭାବେ ସମ୍ମାନୀତ ହୋଇଛନ୍ତି।

ପ୍ରଦର୍ଶନୀ ମ୍ୟାଚ ଖେଳିବାକୁ ସୁଯୋଗ ପାଇଲେ ହକି ଅଲିମ୍ପିୟାର୍ଡ

ପ୍ରଦର୍ଶନୀ ମ୍ୟାଚ ଖେଳିବାକୁ ସୁଯୋଗ ପାଇଲେ ହକି ଅଲିମ୍ପିୟାର୍ଡ

ରାଉରକେଲା ଅଫିସ,୪।୧୧ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ପ୍ରଦର୍ଶନୀ ମ୍ୟାଚ ଖେଳିବାରୁ ବଞ୍ଚିତ ଜୁନିୟର ହକି ଅଲମ୍ପିୟାର୍ଡ ସୁଦୀପ ଚିରମାକୋଙ୍କୁ ଶେଷରେ ମ୍ୟାଚ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ଏ ନେଇ ଖବର ପ୍ରଚାରିତ ହେବା ପରେ ପାନପୋଷ ସ୍ପୋର୍ଟର୍ସ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଗତ ୧ ତାରିଖରେ ଧରିତ୍ରୀରେ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କ୍ରୀଡାପ୍ରେମୀ ଏହାକୁ ସୋସିଆଲ

ରାଉରକେଲା ହକି ପ୍ରଦର୍ଶନୀ ମ୍ୟାଚରେ ଯୋଗଦେବେ ମୁଖ୍ୟମନ୍ତ୍ରୀ: ସ୍ଥାନୀୟ ବିଧାୟକ, ଏମ୍‌ପିଙ୍କୁ ଅଣଦେଖା ପ୍ରତିବାଦରେ ଏଡିଏମଙ୍କୁ ଭେଟିଲା ଭାଜପା

ରାଉରକେଲା ହକି ପ୍ରଦର୍ଶନୀ ମ୍ୟାଚରେ ଯୋଗଦେବେ ମୁଖ୍ୟମନ୍ତ୍ରୀ: ସ୍ଥାନୀୟ ବିଧାୟକ, ଏମ୍‌ପିଙ୍କୁ ଅଣଦେଖା ପ୍ରତିବାଦରେ ଏଡିଏମଙ୍କୁ ଭେଟିଲା ଭାଜପା

ରାଉରକେଲା ଅଫିସ,୪।୧୧ ସାଧାରଣ ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। କ୍ଷମତା ପାଇବାକୁ ବିଜେଡି ଅସ୍ଥିର। ହେଲେ କେନ୍ଦ୍ରୀୟ ଅନୁଦାନରେ ନିର୍ମିତ ପ୍ରକଳ୍ପରେ ରାଜ୍ୟ ସରକାର ମୋହର ମାରି ନଁା ନେବାକୁ ଚାହୁଁଛନ୍ତି। ଏହା ଶଠତା ଛଡା ଅନ୍ୟ କିଛି ନୁହେଁ । ଭାଜପା ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି। ମୁଖ୍ୟମନ୍ତ୍ରୀ ରବିବାର ରାଉରକେଲା ଆସୁଛନ୍ତି। ଏହି

ଆସିଲାନି ବିମାନ: ତାରିଖ ବଦଳାଉଛି ଏୟାର ଓଡ଼ିଶା

ଆସିଲାନି ବିମାନ: ତାରିଖ ବଦଳାଉଛି ଏୟାର ଓଡ଼ିଶା

ଝାରସୁଗୁଡ଼ା ଅଫିସ,୪।୧୧ ଲୁଚକାଳି ଖେଳୁଛି କି ମିଛ କହୁଛି ଏୟାର ଓଡ଼ିଶା ଜଣାପଡୁନି। କାରଣ ବନ୍ଦ ଥିବା ଉଡାନ୍‌ ସେବା ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହେବ ବୋଲି ଏୟାର ଓଡ଼ିଶା ସୂଚନା ଦେଇଥିଲା। ପରେ ଏହା ନଭେମ୍ବର ୩ ତାରିଖକୁ ଘୁଞ୍ଚିଥିଲା। ହେଲେ ନଭେମ୍ବର ୩ ତାରିଖରେ ବି ଆସିଲାନି ବିମାନ। ଏବେ ତାହା ନଭେମ୍ବର ୫ ତାରିଖକୁ ଘୁଞ୍ଚିଗଲାଣି। ଏପରି ତାରିଖ ଘୁଞ୍ଚିବାକୁ ନେଇ ଆଶାୟୀ ଯାତ୍ରୀଙ୍କ ମଧ୍ୟରେ ଏୟାର ଓଡ଼ିଶା ପ୍ରତି ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏପରି ପରିସ୍ଥିତି ଲାଗି ରହିଲେ

ବରଗଡ଼ ବାଘ ମୃତ୍ୟୁ ଘଟଣାରେ ଅଟକ ୩ ଅଭିଯୁକ୍ତ ଗିରଫ: ଆଜି ପହଞ୍ଚିବେ ଏନ୍‌ଟିସିଏ ଅଧିକାରୀ

ବରଗଡ଼ ବାଘ ମୃତ୍ୟୁ ଘଟଣାରେ ଅଟକ ୩ ଅଭିଯୁକ୍ତ ଗିରଫ: ଆଜି ପହଞ୍ଚିବେ ଏନ୍‌ଟିସିଏ ଅଧିକାରୀ

ବରଗଡ଼ ଅଫିସ୍‌/ଭୁବନେଶ୍ୱର, ୪।୧୧(ବ୍ୟୁରୋ)- ବରଗଡ଼ ବାଘ ମୃତ୍ୟୁ ଘଟଣାକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଏକ ନୂଆ ତଥ୍ୟ ପଦାକୁ ଆସିଛି। ଭଟଲି ବ୍ଲକ ଖଜୁରିଆ ଗ୍ରାମ ନିକଟ ଦାମୋଦରପଡ଼ା ଜଙ୍ଗଲରୁ ବନ ବିଭାଗ ଶନିବାର ଏକ ବାଘର ପଞ୍ଝା, ନଖ, ୪ଟି ନିଶ ଜବତ କରିଛି। ଏହି ଘଟଣାରେ ଅଟକ ଥିବା ୩ ଜଣଙ୍କୁ ଗିରଫ କରାଯାଇଥିବା ବରଗଡ଼ ବନଖଣ୍ଡ ଅଧିକାରୀ (ଡିଏଫଓ) ଅଭୟ କୁମାର ଦଲେଇ କହିଛନ୍ତି। ଅଭିଯୁକ୍ତମାନେ ହେଲେ ଭଟଲି ଥାନା ଖଜୁରିଆ ଗ୍ରାମର

ଅଚିହ୍ନା ବୃଦ୍ଧଙ୍କୁ ଚାରିକାନ୍ଧ ଦେଲେ ସାମାଜିକ କର୍ମୀ

ଅଚିହ୍ନା ବୃଦ୍ଧଙ୍କୁ ଚାରିକାନ୍ଧ ଦେଲେ ସାମାଜିକ କର୍ମୀ

ବିଜେପୁର, ୪।୧୧ (ଡି.ଏନ.ଏ) ସମ୍ପର୍କୀୟମାନଙ୍କ ଅକଥନୀୟ ନିର୍ଯାତନାରେ ଅଣନିଃଶ୍ୱାସୀ ହୋଇ ନିଜ ଠିକଣା ହଜାଇ ଦେଇଥିଲେ ଦୂତ ବରିହା। ଏଠିସେଠି ଘୁରି ବୁଲିବା ପରେ ଦୁଇ ବର୍ଷ ତଳେ ବରଗଡ ଜିଲା ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୁମୂର୍ଷୁ ଅବସ୍ଥାରେ ଚିକିତ୍ସିତ ହୋଇଥିଲେ। ଏହି ଖବରପାଇ ବିଜେପୁର ବ୍ଲକ ବିଲେଇପାଲି ପାର୍ବତୀଗିରି ବୃଦ୍ଧାଶ୍ରମର କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ବାର୍ଦ୍ଧକ୍ୟଜନିତ ରୋଗରେ ୮୭ବର୍ଷ ବୟସରେ ଦୂତ ବରିହା ଆଖି

ଆଜି ଓଡିଶା ଏକାଦଶ ବନାମ ସାଉଥ ୱେଲ୍ଥ ପ୍ରଦର୍ଶନୀ ମ୍ୟାଚ

ଆଜି ଓଡିଶା ଏକାଦଶ ବନାମ ସାଉଥ ୱେଲ୍ଥ ପ୍ରଦର୍ଶନୀ ମ୍ୟାଚ

ରାଉରକେଲା ଅଫିସ,୪।୧୧ ରବିବାର ଅପରାହ୍ନରେ ଓଡିଶା ଏକାଦଶ ଓ ସାଉଥ ୱେଲ୍ଥ ହକି ଦଳ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ରାଉରକେଲାରେ ହକି ଖେଳ, ଖେଳାଳିଙ୍କୁ ଦେଖିବାକୁ ହକିପ୍ରେମୀଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି। ତପସ୍ବିନୀ ଏକ୍ସପ୍ରେସ ଯୋଗେ ଶନିବାର ସକାଳ ସାଢେ ୭ଟାରେ ରାଉରକେଲା ରେଳ ଷ୍ଟେଶନରେ ପହଞ୍ଚିବା ପରେ ଓଡିଶା ଏକାଦଶ ଓ ସାଉଥ ୱେଲ୍ଥ ହକି ଦଳର ଖେଳାଳିଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏଥିରେ ଆରଏମସ

ଗ୍ରାମାଞ୍ଚଳରୁ ଜନସଚେତନତା ଉପରେ ଗୁରୁତ୍ୱ

ଗ୍ରାମାଞ୍ଚଳରୁ ଜନସଚେତନତା ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୪ା୧୧ ବଲାଙ୍ଗୀର ଜିଲା ଖାଉଟୀ ସୁରକ୍ଷା ପରିଷଦ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଛି ା ଅତିରିକ୍ତ ଜିଲାପାଳ ତଥା ଜିଲା ଖାଉଟି ସୁରକ୍ଷା ସଦସ୍ୟ ସଚିବ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ।

ମାସ୍କଟ୍‌ ଓଲିକୁ ସୁବର୍ଣ୍ଣପୁରରେ ସ୍ବାଗତ

ମାସ୍କଟ୍‌ ଓଲିକୁ ସୁବର୍ଣ୍ଣପୁରରେ ସ୍ବାଗତ

ସୋନପୁର,୩।୧୧(ନି.ପ୍ର.): ନଭେମ୍ବର ୨୮ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ହକି ପୁରୁଷ ବିଶ୍ୱକପ୍‌। ତେଣୁ ଓଡିଶାରେ ହକିକୁ ପ୍ରମୋଟ କରିବା ପାଇଁ ରାଜ୍ୟ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଦୁର୍ନୀତି ହଟିଲେ ଦେଶ ଆଗେଇବ

ଦୁର୍ନୀତି ହଟିଲେ ଦେଶ ଆଗେଇବ

ସୋନପୁର,୩।୧୧(ନି.ପ୍ର.): ସୁବର୍ଣ୍ଣପୁର ସରକାରୀ ଅଇଟିଆଇସ୍ଥିତ ପେସ୍‌ ଅଟୋମେଟିଭ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି।

ବିଭିନ୍ନ ସମସ୍ୟା ନେଇ ଉଲୁଣ୍ଡା ଭାଜପା  ପକ୍ଷରୁ ୮ ଦଫା ଦାବିପତ୍ର ପ୍ରଦାନ

ବିଭିନ୍ନ ସମସ୍ୟା ନେଇ ଉଲୁଣ୍ଡା ଭାଜପା ପକ୍ଷରୁ ୮ ଦଫା ଦାବିପତ୍ର ପ୍ରଦାନ

ଉଲୁଣ୍ଡା,୩।୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଭାଜପା ତରଫରୁ ଶୁକ୍ରବାର ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ପଞ୍ଚାନନ ମେହେରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଜୋର ଧରିଲା ଟିଟିଲାଗଡ଼ ଜିଲା ମାନ୍ୟତା ଦାବି

ଜୋର ଧରିଲା ଟିଟିଲାଗଡ଼ ଜିଲା ମାନ୍ୟତା ଦାବି

ସଇଁତଲା,୩।୧୧(ଡି.ଏନ.ଏ.): ଟିଟିଲାଗଡ ଜିଲା ମାନ୍ୟତା ଦାବିକୁ ସମର୍ଥନ କରି ସଇଁତଲା ଓକିଲ ସଂଘ ଶୁକ୍ରବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସଙ୍ଗେ ସଙ୍ଗେ ତହସିଲ କାର୍ଯ୍ୟାଳୟରେ ପିକେଟିଂ କରି ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା ।

୬୦ପୁରୀ ୭୦ଛୁଇଁଲା ତଥାପି ମିଳିନି ବୃଦ୍ଧାବୃଦ୍ଧଙ୍କୁ ଭତ୍ତା

୬୦ପୁରୀ ୭୦ଛୁଇଁଲା ତଥାପି ମିଳିନି ବୃଦ୍ଧାବୃଦ୍ଧଙ୍କୁ ଭତ୍ତା

ମୋହନଗିରି,୩।୧୧(ଡି.ଏନ.ଏ): ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ସରକାର ସବୁଠି ବୟସ୍କ ବୃଦ୍ଧାବୃଦ୍ଧଙ୍କୁ ୩୦୦ଟଙ୍କାରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରୁଛନ୍ତି। ଯାହାକି ପରିଣତ ବୟସରେ ଏମାନଙ୍କ ସାହାରା ପାଲଟିଛି ।

ଗଦି ଗୋଦାମରେ ବେଆଇନ ବାଣ, ନିଅଁ। ଲାଗି ଜଳିଗଲା ଦୋକାନ

ଗଦି ଗୋଦାମରେ ବେଆଇନ ବାଣ, ନିଅଁ। ଲାଗି ଜଳିଗଲା ଦୋକାନ

ବରଗଡ଼ ଅଫିସ,୩।୧୧: ବରଗଡ଼ ସହରର ଲମ୍ବା ବିଲଡିଙ୍ଗ ଛକରୁ ଭଟଲି ଛକ ରାସ୍ତାର ବ୍ରାହ୍ମଣ ଧର୍ମଶାଳା ସମ୍ମୁଖରେ ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଗ୍ନିକାଣ୍ଡ ଘଟିଛି।

ବଡମାଲ ପଞ୍ଚାୟତରେ ମରୁଡ଼ି ପରିସ୍ଥିତି

ବଡମାଲ ପଞ୍ଚାୟତରେ ମରୁଡ଼ି ପରିସ୍ଥିତି

ରେଢ଼ାଖୋଲ,୩।୧୧(ଡି.ଏନ.ଏ.): ଚଳିତ ଖରିଫ ଋତୁରେ ବର୍ଷାର ଅନିୟମିତତା ଯୋଗୁ ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକର ବଡମାଳ ପଞ୍ଚାୟତରେ ମରୁଡି ପରିସ୍ଥିତ ସୃଷ୍ଟି ହୋଇଛି।

ସମବାୟ ବ୍ୟାଙ୍କ ବନ୍ଦ: ଜମାକାରୀ, ଚାଷୀ ହଇରାଣ

ସମବାୟ ବ୍ୟାଙ୍କ ବନ୍ଦ: ଜମାକାରୀ, ଚାଷୀ ହଇରାଣ

ରେଙ୍ଗାଲି, ୩।୧୧ (ଡି.ଏନ.ଏ): ରେଙ୍ଗାଲିଠାରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଦୀର୍ଘ ୫ଦିନ ହେବ ବନ୍ଦ ଅଛି। ଗତ ୨୯ ତାରିଖ ଦିନ ଫସଲ ବୀମା ଦାବିରେ ଲଇଡା ମାଁ ସମଲେଶ୍ୱରୀ କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ତାଲା ମରାଯାଇଥିଲା ।

ବାଣ ଫୁଟିବ, କିନ୍ତୁ  ସୀମା ଡେଇଁବନି

ବାଣ ଫୁଟିବ, କିନ୍ତୁ ସୀମା ଡେଇଁବନି

ସମ୍ବଲପୁର,୩।୧୧(ବ୍ୟୁରୋ): ସମ୍ବଲପୁର ଏସ୍‌ପିଙ୍କ ଅଫିସ ସମ୍ମିଳନୀ କକ୍ଷରେ ଦୀପାବଳି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସ୍‌ପି ସଞ୍ଜୀବ ଅରୋରାଙ୍କ ସମେତ ସବୁ ଥାନାର ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ,କଲେଜ ଅଧ୍ୟକ୍ଷଙ୍କୁ ଘେରିଲେ ପିଜି ଛାତ୍ରୀଛାତ୍ର

ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ,କଲେଜ ଅଧ୍ୟକ୍ଷଙ୍କୁ ଘେରିଲେ ପିଜି ଛାତ୍ରୀଛାତ୍ର

ସୁନ୍ଦରଗଡ, ୩।୧୧ (ଡି.ଏନ୍‌.ଏ.): ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନର ଦାୟିତ୍ୱ ବିଶ୍ୱବିଦ୍ୟାଳୟର ହୋଇଥିବାବେଳେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶନ କରୁ ନ ଥିବା ନେଇ ଛାତ୍ରୀଛାତ୍ର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଜମିକୁ ମିଳୁନି କେନାଲ ପାଣି, ରାସ୍ତାରେ ବହୁଛି

ଜମିକୁ ମିଳୁନି କେନାଲ ପାଣି, ରାସ୍ତାରେ ବହୁଛି

ପାଇକମାଳ, ୩।୧୧(ଡି.ଏନ.ଏ): ନୂଆଖାଇ ଦିନ ଠାରୁ ପାଇକମାଳ ଅଞ୍ଚଳରେ ବର୍ଷା ନ ହେବାରୁ ଅଧିକାଂଶ ଚାଷ ଜମି ଫାଟି ଆଁ କରିଥିବା ବେଲେ ଧାନଗଛ ମରିଗଲାଣି ।