ସମ୍ବଲପୁର

ଆଇନ ସମ୍ପର୍କିତ ଅଜ୍ଞତା ଯୋଗୁଁ ଅପରାଧ ମାତ୍ରା ବଢୁଛି

ଆଇନ ସମ୍ପର୍କିତ ଅଜ୍ଞତା ଯୋଗୁଁ ଅପରାଧ ମାତ୍ରା ବଢୁଛି

ବୀରମହାରାଜପୁର, ୨୮।୯(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥରସ୍ଥିତ ସତ୍ୟବାଦୀ ଜୁନିୟର କଲେଜରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ବୀରମହାରାଜପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ସମ୍ପାଦିତ ହୋଇଥିଲା। ସଚେତନତା ସଭାରେ ଅଧ୍ୟକ୍ଷତା କରିଥିଲେ ସମିତି ଅଧ୍ୟକ୍ଷ ତଥା ବୀରମହାରାଜପୁର ବରିଷ୍ଠ ଦେୱାନୀ ଜଜ୍‌ ମାନସ ରଞ୍ଜନ ରଥ। ପ୍ରସଙ୍ଗ ଥିଲା ଏସିଡ ଆକ୍ରମଣ ଓ ପୀଡିତାଙ୍କୁ କ୍ଷତିପୂରଣ। 

ଜୀବନ୍‌କେ ପାଏନ୍‌ ଛଡେଇ ରହୁଛନ୍‌ ବୁଢ଼ାବୁଢ଼ୀ

ଜୀବନ୍‌କେ ପାଏନ୍‌ ଛଡେଇ ରହୁଛନ୍‌ ବୁଢ଼ାବୁଢ଼ୀ

ସମ୍ବଲପୁର,୨୮।୯(ବ୍ୟୁରୋ) :ରାଏଜ୍‌ ଆର୍‌ କେନ୍ଦ୍ର ସରକାର ଭିନେ ଭିନେ ଜନହିତ୍‌କର ଯୋଜ୍‌ନା କାଯ୍‌କାରି କରୁଛନ୍‌। ହେଲେ ଯୋଜ୍‌ନାମାନ୍‌କର କାମ୍‌କାଯ୍‌ ଉପ୍‌ରେ କେହି ଧିଆନ୍‌ ନାଇଁ ଦେବାର। ଯେନ୍‌ଥିର୍‌ଲାଗି ଇ ଜନହିତ୍‌କର ଯୋଜ୍‌ନାମାନ ବହୁତ୍‌ ଜାଗାରେ ବାଟ୍‌ବନା ହେଉଥିବାର ନଜିର ଅଛେ। ବହୁତ୍‌ଟେ ଜାଗାରେ ପର୍‌କୁତ ହିତାଧିକାରୀ ଯୋଜ୍‌ନାର ସୁଫଲ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟ୍‌ନା ସମ୍ବଲପୁର ମହାନଗର ନିଗମ ଅଧିନ୍‌ ହୀରାକୁଦ ପାସର ବୁଡାକଟା ଗଁା ଘାଟିପଡାରେ ଦେଖ୍‌ବାକେ ମିଲିଛେ। ଇ ପଡାରେ ଚମୁ ମୁଣ୍ଡା(୭୫) ଆର୍‌ ତାକର ମାଏଝି ସୀତା ମୁଣ୍ଡା(୭୦) ସଂଗେ ଗୁଟେ ଭଂଗା ଦଦ୍‌ରା କୁରିଆରେ ବାସ୍‌ କରୁଛନ୍‌। ଦୁଇ ମାଏଝି ମୁନୁଷ୍‌କେ ୬୦ ବଛର୍‌ରୁ ଅଧ୍‌କା ହେଇଥିଲେ ବି ସରକାରକଁର ତର୍‌ଫୁ ୧୦ କେ.ଜି. ଚାଉଲ ମିଲୁଛେ। 

ଅସୁରକ୍ଷିତ୍‌ ଅବସ୍‌ତାରେ ସେବାଶ୍ରମ ସ୍କୁଲ ଛାତ୍ରୀଛାତ୍ର

ଅସୁରକ୍ଷିତ୍‌ ଅବସ୍‌ତାରେ ସେବାଶ୍ରମ ସ୍କୁଲ ଛାତ୍ରୀଛାତ୍ର

ନୂଆପଡା ଅଫିସ,୨୮ା୯: ଅନୁସୂଚିତ ଜାତି ଆର୍‌ ଜନଜାତି ବର୍‌ଗର ପିଲାକୁ ରାଏଜ୍‌ ସରକାର ସୁରକ୍ଷିତ୍‌ ଆର୍‌ ବେବସ୍‌ଥିତ୍‌ ଢ଼ଁଗେ ପ୍ରାଥମିକ ଆର୍‌ ଉଚ୍ଚ ଶିକ୍ଷା ଦେବାର ବେବସ୍‌ତା କରୁଛନ୍‌। ଇ ବାବ୍‌ଦେ କୋଟି କୋଟି ଟକଁା ଖରଚ୍‌ ବି କରୁଛନ୍‌। ହେଲେ ଇ ଯୋଜ୍‌ନାକେ ଠିକ୍‌ନା ଜାଗାରେ ଠିକ୍‌ ହିସାବେ କାଯ୍‌କାରୀ କର୍‌ବାରେ ପର୍‌ଶାସନ ବିଫଲ ହେଉଛେ। ଜିଲାର କୋମନା ବ୍ଲକ୍‌ ଅଧିନ୍‌ ସୁନାବେଡା ଅଭୟାରଣ୍ୟ ଭିତ୍‌ରେ ରହିଥିବାର ସେବାଶ୍ରମ ସ୍କୁଲର ଅବସ୍‌ତା ଦେଖ୍‌ଲେ ଯୋଜ୍‌ନାର ସଫଲ୍‌ତା ସଫା ସଫା ବୁଝା ପଡ଼ୁଛେ। 

ପଲିଥିନ ବର୍ଜନ, ସ୍ବଚ୍ଛତାକୁ  ଗୁରୁତ୍ୱ

ପଲିଥିନ ବର୍ଜନ, ସ୍ବଚ୍ଛତାକୁ ଗୁରୁତ୍ୱ

ଖପ୍ରାଖୋଲ, ୨୮ା୯(ଡି.ଏନ.ଏ.) :ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ପାପନାଶିନୀ ଝରଣା କୂଳରେ ବିଶ୍ୱ ପର୍ଯ୍ୟଟନ ଦିବସ  ପାଳିତ ହୋଇଯାଇଛି।  ଜିଲା ପର୍ଯ୍ୟଟନ ବିଭାଗ, ସିଆରପିଏଫ, ଗନ୍ଧମାର୍ଦ୍ଦନ ଫାଉଣ୍ଡେଶନ ଟ୍ରଷ୍ଟ, ନେହେରୁ ଯୁବକେନ୍ଦ୍ର,  ଘସିଏନ ମହାବିଦ୍ୟାଳୟ, ବେଲପଡା ମହାବିଦ୍ୟାଳୟ, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ,  ବିଭିନ୍ନ ଯୁବକ ସଂଘ  ମିଳିତଭାବେ ଏହି କାର୍ଯ୍ୟକ୍ରମକୁ ପାଳନ କରିଥିଲେ। ଆୟୋଜିତ ସଚେତନତା ସଭାରେ  ଇଂ. ହିତେଶ ସାହୁ ଅଧ୍ୟକ୍ଷତା  କରିଥିଲେ। ମୁଖ୍ୟ ଅତିଥି ସିଆରପିଏଫ ୧୮୯ ବାଟାଲିଅନ କମାଣ୍ଡାଣ୍ଟ ଯୋଗେନ୍ଦ୍ର ସିଂ ମୌର୍ଯ୍ୟ ଓ  ମୁଖ୍ୟବକ୍ତାଭାବେ ସାମାଜିକ କର୍ମୀ ତୁଷାର ମହାପାତ୍ର ଯୋଗଦେଇଥିଲେ।

ବିବିଧତାଭରା ସମାଜରେ ସତ୍ୟ, ଅହିଂସା ପରିଦୃଶ୍ୟମାନ

ବିବିଧତାଭରା ସମାଜରେ ସତ୍ୟ, ଅହିଂସା ପରିଦୃଶ୍ୟମାନ

ବଲାଙ୍ଗୀର ଅଫିସ, ୨୮ା୯:ସମଗ୍ର ବିଶ୍ୱ ଏବେ ଗ୍ଳୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଜ୍ୱାଳାରେ ପୀଡିତ ା ଏଥିସହିତ ସର୍ବତ୍ର ହିଂସା ଓ ଅଶାନ୍ତି ବିରାଜମାନ କରୁଛି ା ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସତ୍ୟ ଓ ଅହିଂସାଭରା ଏକ ସମାଜ ପାଇଁ  ବିଶ୍ୱବାସୀ ଆଜି ଆକାଂକ୍ଷିତ ା ତେବେ ଯେଉଁ ସମାଜଟି ବିବିଧତାପୂର୍ଣ୍ଣ ସେଠାରେ ହିଁ ସତ୍ୟ, ଅହିଂସା ଓ ସହାବସ୍ଥାନ ପରିଦୃଶ୍ୟମାନ ହେଉଥିବା ଗବେଷଣାରୁ ଜଣାପଡିଛି ା ସାରା ବିଶ୍ୱର ଗବେଷକ, ବିଶ୍ଲେଷକମାନେ ଏହି ସିଦ୍ଧାନ୍ତରେ ଉପନୀତ ଯେ ଜାତି, ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ, ରୁଚି, ପ୍ରଥା, ପରମ୍ପରାକୁ ନେଇ ବିବିଧିତାଭରା ସମାଜରେ ମାନବୀୟ ମୂଲ୍ୟବୋଧ ଓ ଶାନ୍ତି ଉପଲବ୍ଧ ା 

ଗ୍ରାମବାସୀ ଧରିଲେ ଚୋରାକାଠ

ଗ୍ରାମବାସୀ ଧରିଲେ ଚୋରାକାଠ

ବଲାଙ୍ଗୀର ଅଫିସ, ୨୮ା୯:ବଲାଙ୍ଗୀର ବନଖଣ୍ଡ ଡିଭିଜନର ଲୋଇସିଂହା ରେଞ୍ଜ ଅନ୍ତର୍ଗତ ବନଛୋରପାଲି ଗ୍ରାମବାସୀଙ୍କ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଫଳରେ ବୁଧବାର ରାତିରେ ଏକ ଚୋରାକାଠ ବୋଝେଇ ପିକ୍‌ଅପ ଭ୍ୟାନ୍‌(ଓଆର୧୯ସି ୯୫୪୨)କୁ ବନବିଭାଗ ଜବତ କରିଛି ା ଏହି ଭ୍ୟାନ ସହ ୩୮ଟି ଶାଳଗଣ୍ଡି ଜବତ ହୋଇଛି ା ଜବତ କାଠର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ା  ବନ୍‌ଛୋରପାଲି ଗଁା ନିକଟ ପତ୍ର ଜଙ୍ଗଲରୁ ଶାଳଗଣ୍ଡି କାଟି କାଠଚୋରମାନେ ଏକ ପିକଅପ୍‌ ଭ୍ୟାନ୍‌ରେ ନେଉଥିବାବେଳେ ବନ୍‌ଛୋରପାଲି ଗଁା ଛକରେ କେତେକ ଲୋକ ଗାଡିକୁ ଅଟକାଇ ଥିଲେ ା ଲୋକଙ୍କୁ ଦେଖି  ଡ୍ରାଇଭର ଓ ଗାଡିରେ ଥିବା ଅନ୍ୟମାନେ ସେଠାରୁ ଖସି ପଳାଇ ଯାଇଥିଲେ ା ଲୋକେ ଗାଡିକୁ ଅଟକାଇ ବନବିଭାଗକୁ ଖବର ଦେଇଥିଲେ ା  

କଲେଜ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ୪ ଅଭିଯୁକ୍ତ ଗିରଫ

କଲେଜ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ୪ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ୍‌,୨୭।୯-ବରଗଡ଼ ସହରର ଏକ ଘରୋଇ ଛାତ୍ରୀ ନିବାସର ପରିଚାଳକ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ବେଳର ଭିଡ଼ିଓ ଭାଇରାଲ ଘଟଣାରେ ଗୁରୁବାର ସ୍ଥାନୀୟ ଟାଉନ ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ସହର ନିବାସୀ ରବି ନାରାୟଣ ଛତର, ସୁବୋଧ ମେହେର, ଜଗନ୍ନାଥ ଛତର ଏବଂ ବିମ୍ବାଧର ମଲ୍ଲିକ । ସେମାନଙ୍କ ବିରୋଧରେ  ଟାଉନ ଥାନା ପୋଲିସ ଦଫା ୨୯୨, ୬୭ ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରିଛି । ଶୁକ୍ରବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବରଗଡ଼ ଟାଉନ ଥାନା ଆଇଆଇସି ବିଭୂତି ଭୂଷଣ ଭୋଇ କହିଛନ୍ତି । 

ପଞ୍ଚାୟତ କଲେଜରେ ହିନ୍ଦୀ ଦିବସ

ପଞ୍ଚାୟତ କଲେଜରେ ହିନ୍ଦୀ ଦିବସ

ବରଗଡ଼ ଅଫିସ୍‌,୨୭।୯-
ବରଗଡ଼ ପଞ୍ଚାୟତ କଲେଜରେ ଗୁରୁବାର ହିନ୍ଦୀ ଦିବସ ପାଳିତ ହୋଇଛି । ଏଥିଲେ କଲେଜ ଅଧ୍ୟକ୍ଷା ଡଃ କମଳପ୍ରଭା କପାନୀ ଅଧ୍ୟକ୍ଷତା କରିଥିଲେ । ମାରୱାଡ଼ି ମହିଳା ମଞ୍ଚର ପ୍ରାନ୍ତୀୟ ଉପାଧ୍ୟକ୍ଷା ସୁନୀତା ବଲୋଦିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ, ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । 

ସିଆରପିଏଫ ଡି/୧୨ ବାଟାଲିୟନର ସ୍ବଚ୍ଛତା ଅଭିଯାନ

ସିଆରପିଏଫ ଡି/୧୨ ବାଟାଲିୟନର ସ୍ବଚ୍ଛତା ଅଭିଯାନ

ନାକଟିଦେଉଳ,୨୭।୯(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳରୁ ୧୫ କିମି ଦୂର ଟୁହିଲାମାଳସ୍ଥିତ ସିଆରପିଏଫ୍‌ ଡି/୧୨ ବାଟାଲିୟନ ପକ୍ଷରୁ ଗୁରୁବାର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରାବଣ ଦରବାରର ମଜା ଉଠାଇଲେ ଦର୍ଶକ

ରାବଣ ଦରବାରର ମଜା ଉଠାଇଲେ ଦର୍ଶକ

ପୁଇଁନ୍ତଲା,୨୬ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ପୁଇଁନ୍ତଲା ବ୍ଲକ ମଳମଣ୍ଡା ବୀଣାପାଣି ଯୁବକ ସଂଘ ତରଫରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁୁ  ରାଜ୍ୟ ଯୁବ ବିଜେଡି ସମ୍ପାଦକ ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଓ ଲୋଇସିଂହା ବିଧାୟକଙ୍କ ପ୍ରତିନିଧି ଶିବଦତ୍ତ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

ସମଲେଇ ପୀଠରେ ଶାରଦୀୟ ଦଶହରା ପୂଜା କାର୍ଯ୍ୟସୂଚୀ

ସମଲେଇ ପୀଠରେ ଶାରଦୀୟ ଦଶହରା ପୂଜା କାର୍ଯ୍ୟସୂଚୀ

ସମ୍ବଲପୁର,୨୭।୯(ବ୍ୟୁରୋ): ଶ୍ରୀଶ୍ରୀ ସମଲେଶ୍ୱରୀ ପୀଠରେ ଶାରଦୀୟ ଦଶହରା ପୂଜା-୧୮ କାର୍ଯ୍ୟସୂଚୀ ଗୁରୁବାର ସ୍ଥିର ହୋଇଛି। ଶ୍ରୀଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପୂଜକମାନେ ନିର୍ଘଣ୍ଟ ସ୍ଥିର କରିଛନ୍ତି। ଅକ୍ଟୋବର ୨ରେ ମୂଳାଷ୍ଟମୀ, ପୁଅଜିଉଁନ୍ତିଆ, ଦୁତିବାହନ ପୂଜା, ଷୋଡ଼ଶ ଦିବସୀୟ ପୂଜା ଆରମ୍ଭ ହେବ। 

ଶିଶୁ ମହୋତ୍ସବ ସୁରଭିରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ଶିଶୁ ମହୋତ୍ସବ ସୁରଭିରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ତୁଣ୍ଡଲା, ୨୭।୯ (ଡି.ଏନ.ଏ)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଘାସିରାମ ଦୋରା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ (ସୁରଭି) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି। 

ରୋଗପୋକରୁ ଫସଲ ରକ୍ଷା ପାଇଁ କୃଷି ସଚେତନତା ଶିବିର

ରୋଗପୋକରୁ ଫସଲ ରକ୍ଷା ପାଇଁ କୃଷି ସଚେତନତା ଶିବିର

ଜାମଟିକ୍ରା,୨୭।୯(ଡି.ଏନ.ଏ)-ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗୁବଗା ପଞ୍ଚାୟତର ଜାମଟିକ୍ରା ଗ୍ରାମରେ ଗୁରୁବାର ଏକ କୃଷି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । 

ନୂଆଖାଇ ଭେଟଘାଟରେ ସମ୍ବର୍ଦ୍ଧନା ଉତ୍ସବ

ନୂଆଖାଇ ଭେଟଘାଟରେ ସମ୍ବର୍ଦ୍ଧନା ଉତ୍ସବ

କଣ୍ଟାବାଞ୍ଜି,୨୭।୯(ଡି.ଏନ.ଏ.)-ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏନଏସି ଓ ତୁରେକେଲା ବ୍ଲକ ବିଜେଡି ଶାଖାଦ୍ୱାରା ନୂଆଖାଇ ଭେଟଘାଟ ଗୁରୁବାର ସ୍ଥାନୀୟ ରେଳବାଇ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। 

ବିଭିନ୍ନ ପ୍ରକଳ୍ପକୁ ଉଦ୍‌ଘାଟନ କଲେ ବିଧାୟକ

ବିଭିନ୍ନ ପ୍ରକଳ୍ପକୁ ଉଦ୍‌ଘାଟନ କଲେ ବିଧାୟକ

କେସିଙ୍ଗା,୨୭।୮(ସ୍ବ.ପ୍ର.)-କଳାହାଣ୍ଡି ଜିଲା କେସିଙ୍ଗା ଏନଏସିର ବିଭିନ୍ନ ଓ୍ବାର୍ଡରେ ବିଭିନ୍ନ ପ୍ରକଳ୍ପକୁ ବିଧାୟକ ଅନାମ ନାୟକ ଗୁରୁବାର ଉଦ୍‌ଘାଟନ କରିଛନ୍ତି। ୩ ନମ୍ବର ଓ୍ବାର୍ଡରେ ନିର୍ମିତ ଅମୃତ ଧାରା, ୫ ନଂ  ଓ୍ବାଡରେ ଗୋଷ୍ଠୀ କେନ୍ଦ୍ର, ୬ ନଂ. ଓ୍ବାଡରେ ମାର୍କେଟ କମ୍ପ୍ଲେକ୍ସ, ୧୦ ନଂ ଓ୍ବାର୍ଡରେ ନିର୍ମିତ ଶୌଚାଳୟକୁ ବିଧାୟକ ଉଦ୍‌ଘାଟନ କରିଛନ୍ତି। 

ପିଆଇ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଉଦ୍‌ଘାଟିତ

ପିଆଇ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଉଦ୍‌ଘାଟିତ

ଜୁନାଗଡ,୨୭।୮(ସ୍ବ.ପ୍ର.)-ଜୁନାଗଡସ୍ଥିତ ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଗୁରବାର ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଯୁକ୍ତ ଦୁଇ କଲେଜ ପରିସରରେ ଯୁକ୍ତ ତିନି ବିଜ୍ଞାନ ବିଭାଗ ପାଇଁ ଦୁଇଟି ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ପୂର୍ବତନ ଏମ୍‌ପି ଭକ୍ତ ଚରଣ ଦାସଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା, ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୫ଲକ୍ଷ ଟଙ୍କା ଓ କଲେଜର ନିଜସ୍ବ ପାଣ୍ଠିରୁ ୫ଲକ୍ଷ ଟଙ୍କାକୁ ମିଶାଇ ମୋଟ ୨୦ ଲକ୍ଷ ଟଙ୍କାର ଏହି ବିଲଡିଂକୁ ବିଧାୟକ ଉଦ୍‌ଘାଟନ କରିଛନ୍ତି। 

ପିଆଇ କଲେଜର ୧୫୦ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ନେଲେ

ପିଆଇ କଲେଜର ୧୫୦ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ନେଲେ

 ଜୁନାଗଡ,୨୭।୮(ସ୍ବ.ପ୍ର.)-ସ୍ଥାନୀୟ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଅତ୍ମ ସୁରକ୍ଷା ଶିବିର ଗୁରବାର ଉଦ୍‌ଯାପିତ ହୋଇଛି।

ଧର୍ମଗଡରେ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

ଧର୍ମଗଡରେ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

ଧର୍ମଗଡ,୨୭।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା ଧର୍ମଗଡରେ ଆର୍ଟ ଅଫ୍‌ ଲିଭିଂ ଏବଂ ଭାରତ ସରକାରଙ୍କ କୌଶଳ ବିକାଶ ମନ୍ତ୍ରାଳୟର ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଗୁରୁବାର ଉଦ୍‌ଘାଟି ହୋଇଛି। ଆଧ୍ୟାତ୍ମିକ ଗୁରୁ ରବିଶଙ୍କ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।

ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ସରପଞ୍ଚ

ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ସରପଞ୍ଚ

ବଡଗାଁ, ୨୭।୯ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବଡଗାଁ ବ୍ଲକ୍‌ର ବିଭିନ୍ନ ଗାଁରେ ଥିବା ୪ଟି ସ୍କୁଲକୁ ସ୍ଥାନୀୟ ସରପଞ୍ଚ ବିକ୍ରମ ଟପୋ ପରିଦର୍ଶନ କରିଛନ୍ତି। ଝଣ୍ଟେଲବୁଡ, ଲିଟାପଡା, ବୁଚାପଡା ଓ ସାହାଜବାହାଲ ଗୌଡପଡା ପ୍ରାଥମିକ ସ୍କୁଲ ପରିଦର୍ଶନ କରି ସେଠାରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଏହି ଅବସରରେ ଶିକ୍ଷକ ଓ ଭିତ୍ତିଭୂମି ସମସ୍ୟା ନେଇ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

୨୯ରେ ବିଶ୍ୱ ହାର୍ଟ ଦିବସ ପଦଯାତ୍ରା:ସାମିଲ ହେବେ ୧ ହଜାର ଲୋକ

୨୯ରେ ବିଶ୍ୱ ହାର୍ଟ ଦିବସ ପଦଯାତ୍ରା:ସାମିଲ ହେବେ ୧ ହଜାର ଲୋକ

ସମ୍ବଲପୁର, ୨୭।୯ (ବ୍ୟୁରୋ)- ବିଶ୍ୱ ହାର୍ଟ ଦିବସ ପଦଯାତ୍ରା ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୧ହଜାରରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, ମହିଳା, ପୁରୁଷ, ସାମାଜିକ କର୍ମୀ ସାମିଲ ହେବେ । ସକାଳ ୬ଟାରେ ଜିଲା ସ୍କୁଲ ଛକରୁ ପଦଯାତ୍ରା ବାହାରି ବୀରସୁରେନ୍ଦ୍ର ସାଏ ମାର୍ଗ, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର ଛକ, ପୀରବାବା ଛକ, ମ୍ୟୁନିସିପାଲଟି ଛକ, ହୀରାକୁଦ କଲୋନୀ ଅଞ୍ଚଳ ପରିକ୍ରମା କରି ରୋଟାରୀ କ୍ଲବ ଅଫ୍‌ ସମ୍ବଲପୁର ଗ୍ରେଟର୍‌ଠାରେ ପହଞ୍ଚତ୍ବ । ସେଠାରେ ସମସ୍ତଙ୍କ ନିଶୁଳ୍କ ହାର୍ଟ ପରୀକ୍ଷା କରାଯିବା  । ପଦଯାତ୍ରାକୁ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, ଭୀମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ କୁମାର ପୂଜାହାରୀ, ଜିଲାପାଳ ସମର୍ଥ ବର୍ମା, ଏସପି ସଞ୍ଜିବ ଆରୋରା, ସମ୍ବଲପୁର ଏମପି ନଗେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିବେ । 

ସରକାରୀ ଯୋଜନା ଫେଲ୍‌, ଭଙ୍ଗା କୁଡିଆରେ ବୃଦ୍ଧ ଦମ୍ପତି

ସରକାରୀ ଯୋଜନା ଫେଲ୍‌, ଭଙ୍ଗା କୁଡିଆରେ ବୃଦ୍ଧ ଦମ୍ପତି

ସମ୍ବଲପୁର,୨୭।୯(ବ୍ୟୁରୋ)-ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନହିତକର ଯୋଜନା ଶୁଭାରମ୍ଭ କରୁଛନ୍ତି । କିନ୍ତୁ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ କେହି ଦୃଷ୍ଟି ଦେଉନାହାନ୍ତି । ଫଳରେ ଜନହିତକର ଯୋଜନା ଗୁଡିକ ଅନେକାଂଶରେ ଫେଲ ମାରିଥିବା ନଜିର ରହିଛି । ପ୍ରକୃତ ହିତାଧିକାରୀମାନେ ସୁଯୋଗ ପାଇବାରୁ ବଞ୍ଚତ୍ତ ହେଉଛନ୍ତି । ଏପରି ଏକ ଘଟଣା ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ବୁଡାକଟା ଗ୍ରାମ ଘାଟିପଡାରେ ଦେଖିବାକୁ ମିଳିଛି । ଏହି ପଡାରେ ଚମୁ ମୁଣ୍ଡା (୭୫) ତାଙ୍କ ସ୍ତ୍ରୀ ସିତା ମୁଣ୍ଡା (୭୦)ଙ୍କ ସହ ଏକ କୁଡିଆ ଘରେ ବସବାସ କରୁଛନ୍ତି ।

ସମଲେଇ ପୀଠରେ ଶାରଦୀୟ ଦଶହରା ପୂଜା କାର୍ଯ୍ୟସୂଚୀ ସ୍ଥିର

ସମଲେଇ ପୀଠରେ ଶାରଦୀୟ ଦଶହରା ପୂଜା କାର୍ଯ୍ୟସୂଚୀ ସ୍ଥିର

ସମ୍ବଲପୁର, ୨୭।୯ (ବ୍ୟୁରୋ)- ଶ୍ରୀ ଶ୍ରୀ ସମଲେଶ୍ୱରୀ ପୀଠରେ ଶାରଦୀୟ ଦଶହରା ପୂଜା- ୨୦୧୮ କାର୍ଯ୍ୟସୂଚୀ ଗୁରୁବାର ସ୍ଥିର ହୋଇଛି । ଶ୍ରୀଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପୂଜକମାନେ ନିର୍ଘଣ୍ଟ ସ୍ଥିର କରିଛନ୍ତି । ଅକ୍ଟୋବର ୨ରେ ମୂଳାଷ୍ଟମୀ, ପୁଅଜିଉଁନ୍ତିଆ, ଦୁତିବାହନ ପୂଜା, ଷୋଡଶ ଦିବସୀୟ ପୂଜା ଆରମ୍ଭ ହେବ । 

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ହତ୍ୟାକାଣ୍ଡ ଘଟଣା: ଧରା ପଡିଲେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣେ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ହତ୍ୟାକାଣ୍ଡ ଘଟଣା: ଧରା ପଡିଲେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣେ

ଟିଟିଲାଗଡ଼,(ଡି.ଏନ.ଏ)୨୭।୯- ବଲାଙ୍ଗୀର ଜିଲା ଟିଟିଲାଗଡ ଆଦିବାସୀ ପଡାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗତ ୨୨ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ନେଇ ପୋଲିସ ପକ୍ଷରୁ ଆହୁରି ୨ ଜଣଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏ ଦୁହେଁ ହେଉଛନ୍ତି ଶିଶୁପାଲ ହାତୀ ଏବଂ ନିକୁ ମାଝି।

ଟିଟିଲାଗଡ଼ ସହରର ବିଭିନ୍ନ ସମସ୍ୟା ସମାଧାନ ଆମର ଦାବି

ଟିଟିଲାଗଡ଼ ସହରର ବିଭିନ୍ନ ସମସ୍ୟା ସମାଧାନ ଆମର ଦାବି

ଟିଟିଲାଗଡ଼ ସହରର ବିଭିନ୍ନ ସମସ୍ୟା ସମାଧାନ ଆମର ଦାବି
ଟିଟିଲାଗଡ଼,(ଡି.ଏନ.ଏ)୨୭।୯-ବଲାଙ୍ଗୀର ଜିଲା ଟିଟିଲାଗଡ ସହରର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ଗୁରୁବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ଏହା ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି। ପରେ ନାଗରିକଙ୍କ ପକ୍ଷୁର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗଙ୍କୁ ୧୧ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।