ସମ୍ବଲପୁର

ନିର୍ମାଣ ଶ୍ରମିକ ସମସ୍ୟା ନେଇ ଶ୍ରମ ଅଧିକାରୀଙ୍କ ସହ ଆଲୋଚନା

ନିର୍ମାଣ ଶ୍ରମିକ ସମସ୍ୟା ନେଇ ଶ୍ରମ ଅଧିକାରୀଙ୍କ ସହ ଆଲୋଚନା

ରାଉରକେଲା ଅଫିସ, ୧୯।୭-ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ବୁଧବାର ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ ଜିଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପଞ୍ଜିକୃତ ଶ୍ରମିକଙ୍କୁ ସରକାରଙ୍କ ଯୋଜନାରୁ ସୁଫଳ ମିଳିପାରୁନି।

ସେଲ ପେନସନ ସ୍କିମ ଲାଗୁ କରିଯିବା ନେଇ ଚିତ୍ରଅସ୍ପଟ

ରାଉରକେଲା ଅଫିସ, ୧୯।୭-ସେଲ (ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିଃ) ପେନସନ ସ୍କିମ କେବେ ସୁଦ୍ଧା ଲାଗୁ କରାଯିବ ସେନେଇ ଚିତ୍ର ସ୍ପଷ୍ଟ ହେଉ ନ ଥିବାବେଳେ ତୁରନ୍ତ ଏହାର ସମାଧାନ ସହ ମଜୁରି ଚୁକ୍ତିନାମା ନେଇ ଏନଜେସିଏସ ବୈଠକ ଡାକିବାକୁ ରାଉରକେଲା ମଜଦୁର ସଭା ଦାବି କରିଛି।

ତେଲିଙ୍ଗିବାଜାର ୧୬ତମ ସମ୍ମାନ ସମାରୋହ

ତେଲିଙ୍ଗିବାଜାର ୧୬ତମ ସମ୍ମାନ ସମାରୋହ

ରାଉରକେଲା ଅଫିସ, ୧୯।୭-ଆଧୁନିକ ଶିଶୁ ସାହିତ୍ୟର ବର୍ଣ୍ଣବିଭା ବଦଳି ଯାଇଛି ଏବଂ ଲେଖକୀୟ ଅଙ୍ଗିକାରବଦ୍ଧତା ବିନା ଶିଶୁ ସାହିତ୍ୟର ଅସ୍ମିତା ଅସମ୍ଭବ ବୋଲି ତୈୟୋମାସିକ ଶିଶୁ କିଶୋର ପତ୍ରିକା ତେଲିଙ୍ଗିବାଜାର ୧୬ତମ ସମ୍ମାନ ସମାରୋହ ଉତ୍ସବରେ ଯୋଗଦେଇ ବିଶିଷ୍ଟ ଶିଶୁ ସାହିତି୍ୟକମାନେ ଏଭଳି ମତପ୍ରକାଶ କରିଥିଲେ।

୨ ବର୍ଷ ହେବ ନାହାନ୍ତି ସ୍ଥାୟୀ ବିଇଓ

୨ ବର୍ଷ ହେବ ନାହାନ୍ତି ସ୍ଥାୟୀ ବିଇଓ

ନୂଆଗାଁ,୧୯।୭(ଡି.ଏନ.ଏ.) ଶିକ୍ଷାର ଉନ୍ନତି ଓ ବିକାଶ ଦିଗରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବାବେଳେ ଏବେ ଶିକ୍ଷାର ମାନ ବୃଦ୍ଧି ପାଇଁ ଚାଲିଛି ଉଜ୍ଜ୍ୱଳ, ଉତ୍‌ଥାନ ଓ ଉତ୍କର୍ଷ୍କ ଭଳି ଯୋଜନା ।

ଗାଡ଼ି ଚୋରି ର଼୍ୟାକେଟ୍‌ର ୨ ଗିରଫ: ୨ ବୋଲେରୋ, ୨ ବାଇକ୍‌ ଜବତ

ଗାଡ଼ି ଚୋରି ର଼୍ୟାକେଟ୍‌ର ୨ ଗିରଫ: ୨ ବୋଲେରୋ, ୨ ବାଇକ୍‌ ଜବତ

ଝାରସୁଗୁଡ଼ା ଅଫିସ,୧୯।୭- ଗାଡ଼ି ଚୋରି ର଼୍ୟାକେଟ୍‌ରେ ସକ୍ରିୟ ଥିବା ଦୁଇଜଣଙ୍କୁ ବୁଧବାର ବଡ଼ମାଲ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କୁକୁର୍ଜଙ୍ଘାର ରୂପକ ଗୁରୁ (୨୫) ଏବଂ ବ୍ରଜରାଜନଗରର କର୍ତ୍ତିକ ମହାନନ୍ଦିଆ (୨୪)।

ଝାରସୁଗୁଡ଼ା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ନାଇଜେରିଆ :ଐଶ୍ୱର୍ଯ୍ୟାଙ୍କ କୋଳ ଭରିଲା

ଝାରସୁଗୁଡ଼ା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ନାଇଜେରିଆ :ଐଶ୍ୱର୍ଯ୍ୟାଙ୍କ କୋଳ ଭରିଲା

ଝାରସୁଗୁଡ଼ା ଅଫିସ, ୧୯।୭- କେତେବେଳେ କାହା ଭାଗ୍ୟର ସୂର୍ଯ୍ୟ କେଉଁଠି ଉଦୟ ହୁଏ ତାହା କହିବା କଷ୍ଟକର। ସେମିତି ଏକ ଉଦାହରଣ ବୁଧବାର ସାମ୍‌ନାକୁ ଆସିଛି। ଦିନେ ଜଣେ କୁଆଁରୀ ମା’ ଲୋକଲଜ୍ଜା ଭୟରେ ନିଜର ଶିଶୁକନ୍ୟାର ଭାର ବୋହି ପାରି ନ ଥିଲେ।

ଛାତ୍ରଙ୍କ ମୁଣ୍ଡ ଫାଟିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ଛାତ୍ରଙ୍କ ମୁଣ୍ଡ ଫାଟିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ଉଲୁଣ୍ଡା,୧୮।୭ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ମାଟିଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାଡ ମାରି ମୁଣ୍ଡ ଫଟାଇବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏହି ଘଟଣାକୁ କେନ୍ଦ୍ରକରି ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ସୂଚନା ମତେ ମାଟିଖାଇ ଗଁାର ଭକ୍ତରାମ ମେହେରଙ୍କ ପୁଅ କାହ୍ନା ମେହେର(୮) ଉକ୍ତ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି।

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ପାଟଣାଗଡ,୧୮।୭(ଡି.ଏନ.ଏ.)-ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମରୁ ଯୁବତୀ ଚାଲାଣ ଅଭିଯୋଗରେ ଲରମ୍ଭା ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଜଣେ ଯୁବତୀଙ୍କୁ ନିଜ ସମ୍ପର୍କୀୟ କହି କିଛି ଦିନ ହେଲା ଏମାନେ ଘରେ ରଖି ଦେହ ବେପାର ଚଳାଉଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ବଲାଣୀରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବଡ଼ବିଲ, ୧୮।୭(ସ୍ବ.ପ୍ର.): ବଲାଣୀରେ ବଡ଼ବିଲ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି।

ଗୁହାଲର କାଁଥିତରା ଆଶ୍‌ରେ ଥଲ୍‌ ସୁଆଧୀନ୍‌ ରାଏଜର ଦୁଇ ପରାଧୀନ୍‌ ଜୀବନ୍‌

ଗୁହାଲର କାଁଥିତରା ଆଶ୍‌ରେ ଥଲ୍‌ ସୁଆଧୀନ୍‌ ରାଏଜର ଦୁଇ ପରାଧୀନ୍‌ ଜୀବନ୍‌

ତଳଗାଁ, ୧୮।୭ (ଡିଏନ,ଏ)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍‌ରେ ସରକାରୀ ଯୋଜ୍‌ନା ପର୍‌ହସନ୍‌ ପାଲ୍‌ଟିଥିବା ଦେଖ୍‌ବାକେ ମିଲିଛେ। ବ୍ଲକ୍‌ ହେଡକ୍ୱାଟର ପଁନ୍‌ଚେତ୍‌ ବାଣିଭୂଷଣପୁରର ଭଉଁରୀପଥର ଗାଁର ଅରକ୍ଷିତ ପ୍ରଧାନ ସାତ ପରାନି କୁଟୁମ୍‌କେ ନେଇ ଗଛ୍‌ତଲେ ପାଲ୍‌ ଟାନି ଜୀବନ୍‌ ବିତଉଛନ୍‌। ସେନ୍‌ତା ଝାର୍‌ ଜଂଗଲ୍‌, ପାହଡ଼ ପର୍‌ବତ୍‌ ଘେରା ଆଦିବାସୀ ଅଧୁଷିତ ଇ ବ୍ଲକ୍‌ର ନୂତନ୍‌ ପଁନ୍‌ଚେତ୍‌ ମହାଲିକପଡାରେ ଆର୍‌ ଗୁଟେ ଦୁଖର ଘଟ୍‌ନା ଦେଖ୍‌ବାକେ ମିଲିଛେ।

ଜଲ୍‌ଜଲ୍‌ ଦେଖୁଛେ ପର୍‌ଶାସନ୍‌: ରାସ୍‌ତା ତରେ ବେଆଇନ୍‌ ବାଲିଗଦା

ଜଲ୍‌ଜଲ୍‌ ଦେଖୁଛେ ପର୍‌ଶାସନ୍‌: ରାସ୍‌ତା ତରେ ବେଆଇନ୍‌ ବାଲିଗଦା

ଧମା, ୧୮।୭ (ଡି.ଏନ.ଏ)- ସାରା ଦେଶେ ଘର୍‌ ତିଆରି ଚାଲିଛେ। ଇ ପକାଘର୍‌ ତିଆରିବାର ଲାଗି ହେଲେ ଦର୍‌କାର ପଡ୍‌ସି ବାଲି। ହେଲେ ଶହ ଶହ ଟ୍ରକ୍‌ ବାଲି ବାହାର ଜିଲାରୁ ଏକଚାଟିଆ ଭାବେ ଅନାଯାଇ ବେଆଇନ୍‌ ହିସାବେ ରାସ୍‌ତା ତରେ ଗଦେଇ ଦିଆଯାଉଛେ। ମାନେଶ୍ୱର ବ୍ଲକ୍‌ର ସୋନପୁର-ସମ୍ବଲପୁର ୧୫ ନମ୍ବର ରାଜ୍ୟ ରାଜପଥ୍‌ର ସାହାସପୁର ପାସେ ଇ ହିସାବେ ବାଲି ଗଦା ହେଇଛେ। ସେ ବାଲି ଗଦା ଦିନୁ ଦିନ୍‌କେ ବିହିଲି ମୁଖିଆ ରାସ୍‌ତା ଉପୁର୍‌କେ ମାଡିଆସୁଛେ।

ପିସି କାରବାର ଅଭିଯୋଗ: ବିହନ କିଣାରେ ଡିଲ୍‌

ପିସି କାରବାର ଅଭିଯୋଗ: ବିହନ କିଣାରେ ଡିଲ୍‌

ସମ୍ବଲପୁର,୧୮।୭(ବ୍ୟୁରୋ) ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ବିଜିଆରଇଆଇ (ବ୍ରିଙ୍ଗିଙ୍ଗ୍‌ ଗ୍ରୀନ୍‌ ରିଭୋଲୁଶନ ଟୁ ଇଷ୍ଟର୍ଣ୍ଣ ଇଣ୍ଡିଆ) ଜରିଆରେ ଚାଷୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ସହ ଚାଷ ସମ୍ବନ୍ଧୀୟ ତାଲିମ, ମାଗଣାରେ ବିହନ, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ରାଜ୍ୟର ୨୨ଟି ଜିଲାରେ ଏହି ସ୍କିମ୍‌ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ଏହା କାର୍ଯ୍ୟକାରୀ କରାଯାଉଛି।

ସମ୍ବଲପୁରରେ ଫାର୍ମାଲିନ ଭୟ : ମାଛ ବଜାରରେ ଚଢାଉ

ସମ୍ବଲପୁରରେ ଫାର୍ମାଲିନ ଭୟ : ମାଛ ବଜାରରେ ଚଢାଉ

ସମ୍ବଲପୁର,୧୮।୭(ବ୍ୟୁରୋ) ଫାର୍ମାଲିନ କେମିକାଲ ମିଶ୍ରିତ ଆନ୍ଧ୍ରାମାଛ ଉପରେ କଟକଣା ଲଗାଯାଇଛି। ଏ ନେଇ ସମ୍ବଲପୁର ମହାନଗର ନିଗମ ଓ ଜିଲା ମତ୍ସ୍ୟବିଭାଗ ପକ୍ଷରୁ ମାଛ ବଜାର ଉପରେ ଚଢ଼ାଉ କରାଯାଇଛି। ମହାନଗର ନିଗମ ଅତିରିକ୍ତ କମିଶନର ସୁଧାଂଶୁ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ସକାଳେ ଗୋଲବଜାର, ମୋତିଝରଣ, ଅଇଁଠାପାଲି ଛକ, ଚେରୁଆପଡ଼ା, ଅଗ୍ନିଶମ ବିଭାଗ ଅଫିସ ନିକଟ ବୁଢାରଜା ହଟିଲିରେ ବିକ୍ରି ହେଉଥିବା ମାଛଗୁଡ଼ିକୁ ଯାଞ୍ଚ୍‌ କରିଥିଲେ।

ଖରସଲ ଗ୍ରାମରେ ଯୁବଚାଷୀଙ୍କୁ ହତ୍ୟା ଘଟଣା: ପରିବାର ବର୍ଗଙ୍କୁ ଭେଟି ଘଟଣାସ୍ଥଳ ପରିଦର୍ଶନ କଲେ ଏଏସ୍‌ପି

ଖରସଲ ଗ୍ରାମରେ ଯୁବଚାଷୀଙ୍କୁ ହତ୍ୟା ଘଟଣା: ପରିବାର ବର୍ଗଙ୍କୁ ଭେଟି ଘଟଣାସ୍ଥଳ ପରିଦର୍ଶନ କଲେ ଏଏସ୍‌ପି

ଭଟଲି,୧୮।୭(ଡି.ଏନ.ଏ) ବରଗଡ ଜିଲା ଭଟଲି ଥାନା ଡୁମାଲପାଲି ପଞ୍ଚାୟତ ଅନ୍ତର୍ଗତ ଖରସଲ ଗ୍ରାମରେ ସଂଗଠିତ ସୁଧାକର ଖମାରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ମଙ୍ଗଳବାର ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଶୋବନ୍ତ ସେନାପତି ପହଞ୍ଚିଛନ୍ତି। ସେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହାସହିତ ଘଟଣାର ତଦନ୍ତ କରି ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

ପାଇଖାନା ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ

ପାଇଖାନା ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ

ବିଜେପୁର, ୧୮।୭ (ଡି.ଏନ.ଏ)- ବାହ୍ୟ ମଳମୁକ୍ତ ଗ୍ରାମ ପାଇଁ ସ୍ବଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଜନ ସଚେତନତା ମଧ୍ୟ କରାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁ ଏହାର ସୁଫଳ ଲୋକଙ୍କ ପାଇଁ ଅପହଞ୍ଚ ହୋଇପଡୁଛି । ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଚାରପାଲି ପଞ୍ଚାୟତ ଏହାର ଏକ ନିମ୍ନନମୁନା ।

ଭାଲୁପତ୍ରା ବୋମା ବିସ୍ଫୋରଣ ଘଟଣା: ପୋଲିସ ହାତରେ ଲାଗିଲା ଖିଅ

ବରଗଡ଼ ଅଫିସ୍‌,୧୮।୭- ବରଗଡ଼ ଜିଲା ଅତାବିରା ଥାନା ଭାଲୁପତ୍ରା ଗ୍ରାମରେ ସଂଘଟିତ କାର୍ଟୁନ ବୋମା ବିସ୍ଫୋରଣ ଘଟଣାକୁ ବୁଧବାର ୧୧ଦିନ ବିତି ଯାଇଛି। ଘଟଣାର ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି, କିନ୍ତୁ ଏଯାଏ ଘଟଣା ଉପରୁ ପରଦା ହଟାଇ ପାରିନାହିଁ । ଅନ୍ୟପଟେ ବିସ୍ଫୋରଣରେ ଆହତ ଗୃହକର୍ତ୍ତା ସିଏଚ୍‌ ନାଗଭୂଷଣଙ୍କୁ ଇତିମଧ୍ୟରେ ୱାଲଟିୟରରୁ ହାଇଦ୍ରାବାଦର ଅନ୍ୟ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଓଭରହେଡ୍‌ ପାଏନ୍‌ ଟଁାକି: ୨ ବଛର୍‌ ବିତ୍‌ଲା କାମେ ନାଇଁଲାଗ୍‌ଲା

ଓଭରହେଡ୍‌ ପାଏନ୍‌ ଟଁାକି: ୨ ବଛର୍‌ ବିତ୍‌ଲା କାମେ ନାଇଁଲାଗ୍‌ଲା

ବଡ଼ଗାଁ,୧୮।୭ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ବଡ଼ଗଁାରେ ପିଇଲା ପାଏନ୍‌ ସମସିଆର ସମାଧାନ୍‌ ନାଇଁ ହେଇପାର୍‌ବାର। ସରକାରୀ କଲର ଉଦାସୀନ୍‌ତା ଲାଗି ଏନ୍‌ତା ପରିସ୍‌ଥିତି ବନେ ବଛର୍‌ଦୁ ହେଲା ଲାଗିରହିଛେ। ଇତାର ଗୁଟେ ଉଦାହରନ୍‌ ହେଲା, ବଡ଼ଗଁା ବାଳିକା ପ୍ରାଥମିକ ବିଦ୍ୟାଳୟ ପାସେ ଦୁଇ ବଛର୍‌ ଆଗ୍‌ରୁ ୧୨ ଲକ୍ଷ ଟଁକା ଖରଚ୍‌ରେ ତିଆର ହେଇଛେ ଗୁଟେ ଓଭରହେଡ୍‌ ପାଏନ୍‌ ଟଁାକି। ସଫେଇ ନଦୀରୁ ସପ୍ଲାଏ ପାଏନ୍‌ ଓଭରହେଡ ଟଁାକିରେ ଭରି ସେଠାନୁ ବଡ଼ଗଁା ଆର୍‌ ଲଟାପଡାବାସୀକୁ ପାଏନ୍‌ ଯୁଗେଇ ଦେବାର ଲାଗି ଇ ପ୍ରକଳ୍ପ ହେଇଥିଲା। ଇ ପ୍ରକଳ୍ପ ଗଁାବାସୀକର ପିଇଲା ପାଏନ୍‌ ସମସିଆକେ ଅଲ୍‌ପେ ବହୁତ୍‌ ଦୂର୍‌ କର୍‌ବା ବଲି ଲୋକ୍‌ ଆଶ୍‌ କରିଥିଲେ। ହେଲେ ଟଁାକି ତିଆର ହେବାର ୨ ବଛର୍‌ ବିତି ଗଲାନ ହେଲେ ଲୁକ୍‌କର କାମେ ନାଇଁ ଆଏବାର।

ପ୍ରତିଶ୍ରୁତି ପାଲଟିଛି ଆଶ୍ୱାସନା

ପ୍ରତିଶ୍ରୁତି ପାଲଟିଛି ଆଶ୍ୱାସନା

ସୋନପୁର,୧୮।୭(ନି.ପ୍ର.):ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର(ଏମ୍‌ସିଏଚ୍‌)। ୨୦୧୨ମସିହାରୁ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଆସିଛି। ମାତ୍ର ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଛାଶକ୍ତି ଅଭାବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଆରମ୍ଭରୁ ପ୍ରଶାସନ ଜବରଦଖଲ ଉଛେଦ କରି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଜମି ଯୋଗାଇ ପାରିଲାନି। ବହୁ ବିଳମ୍ବ ହେଲା।

ନାଇକେନପାଲିରେ ଗଡିଲା ନୂଆ ୧୦୮ ଆମ୍ବୁଲାନ୍ସ

ନାଇକେନପାଲିରେ ଗଡିଲା ନୂଆ ୧୦୮ ଆମ୍ବୁଲାନ୍ସ

ସୋନପୁର,୧୮।୭(ନି.ପ୍ର.):ସୁବର୍ଣ୍ଣପୁର ଜିଲା ଆମ୍ବୁଲାନ୍ସ ସେବାରେ ମଙ୍ଗଳବାର ଗୋଟିଏ ନୂଆ ଆମ୍ବୁଲାନ୍ସ ସାମିଲ ହୋଇଛି। ଏହି ୧୦୮ ଆମ୍ବୁଲାନ୍ସ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଉପଲବ୍ଧ ହେବ। ମଙ୍ଗଳବାର ନାଇକେନପାଲିଠାରେ ଏକ ଉତ୍ସବରେ ରାଜ୍ୟ ନଗର ଉନ୍ନୟନ ଓ ଜଳସମ୍ପଦ ବିଭାଗର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି । ଜରୁରିକାଳୀନ ସେବାକୁ ଅଧିକ ପ୍ରସାରିତ କରିବା ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଡିରୁ ଏହି ଆମ୍ବୁଲାନ୍ସ କିଣିଛନ୍ତି। ୨୦୧୩ରୁ ୧୦୮ ଆମ୍ବୁଲାନ୍ସ ସେବା ଜିଲାରେ ଆରମ୍ଭ ହୋଇଛି।

ବୀମା ଅର୍ଥ ଆଶାରେ ସାହସପୁର ଚାଷୀ

ବୀମା ଅର୍ଥ ଆଶାରେ ସାହସପୁର ଚାଷୀ

ଝାରସୁଗୁଡା ଅଫିସ,୧୮ା୭:୨୦୧୬-୧୭ରେ ଫସଲବୀମା କରିଥିବା ଚାଷୀ ଏ ଯାଏଁ ବୀମା ଅର୍ଥ ପାଇପାରି ନାହାନ୍ତି। ଝାରସୁଗୁଡା ଜିଲା ଲଇକେରା ବ୍ଲକ କୁଲେମୁରା, ଖୁନ୍ତାମାଲ ଓ ସାହସପୁର ପଞ୍ଚାୟତର ୭୬୭ଜଣ ଚାଷୀ ବୀମା ଅର୍ଥ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାକୁ ନେଇ ବାରମ୍ବାର ବିବାଦ ଦେଖା ଦେଉଥିବାବେଳେ ବୀମା କମ୍ପାନୀ ଚାଷୀଙ୍କ ସହ ଲୁଚକାଳି ଖେଳ ଖେଳୁଛି। ଏହି ସମସ୍ୟାର ସମାଧାନ ଏବଂ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ କରିବା ଦାବିରେ ମଙ୍ଗଳବାର ସ୍ଥାନୀୟ ଚାଷୀଙ୍କୁ ନେଇ ଝାରସୁଗୁଡା ବିଧାୟକ ନବ ଦାସ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ସମବାୟ ଅଧିକାରି ଗାୟତ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଫସଲବୀମା ଅର୍ଥ ପ୍ରଦାନ କରିବାକୁ ଦାବି କରାଯାଇଛି।

ମାଛ ବଜାରରେ ଚଢ଼ାଉ:  ଫର୍ମାଲିନ୍‌ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ମାଛ ବଜାରରେ ଚଢ଼ାଉ: ଫର୍ମାଲିନ୍‌ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ବଲାଙ୍ଗୀର ଅଫିସ, ୧୮ା୭:ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରର ମାଛ ବଜାର ଉପରେ ମଙ୍ଗଳବାର ଚଢ଼ାଉ କରାଯାଇ ମାଛ ନମୁନା ସଂଗ୍ରହ କରାଯାଇଛି। ମାଛରେ ଫର୍ମାଲିନ୍‌ ରହିଛି କି ନାହିଁ ସେନେଇ ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ଚାଟାର୍ଜୀ ନମୁନା ସଂଗ୍ରହ କରିଥିଲେ। ବଲାଙ୍ଗୀର ରୁଗୁଡିପଡା ମାଛ ବଜାରରୁ ବିଭିନ୍ନ ପ୍ରକାରର ମାଛ ନମୁନା ସଂଗ୍ରହ କରାଯାଇଥିଲା ା ମାଛ ବିକ୍ରେତା ପୂର୍ଣ୍ଣିମା ବେହେରା ଓ ଫଗୁନି ନାଏକଙ୍କଠାରୁ ମାଛ କିଣି ଚାଟାର୍ଜୀ ଏହାକୁ ରାଜ୍ୟ ଲାବରୋଟରୀକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ଦେଇଥିଲେ ା

ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ

ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୧୮ା୭:ବଲାଙ୍ଗୀର ମ୍ୟୁନିସିପାଲିଟିର ୧୮ନମ୍ବର ୱାର୍ଡ ଅନ୍ତର୍ଗତ ସାଲେପାଲିଠାରେ ୨୫ଟି ମହିଳା ସ୍ବୟଂ ସହାୟକ ଦଳ ସହ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା ମଙ୍ଗଳବାର ଆଲୋଚନା କରିଥିଲେ। ଆଲୋଚନା କାଳରେ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ୱାର୍ଡ କାଉନସିଲର ଜୟନ୍ତୀ ବରିହାଙ୍କ ସହ ଅଦ୍ରିଜା ମଞ୍ଜରୀ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ ା ବୈଠକରେ ମହିଳା ସଶକ୍ତିକରଣ, ମହିଳାମାନଙ୍କ ଅଧିକାର ଓ ସ୍ବାବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଇଥିଲା ା

ପିଏସି ସବ୍‌କମିଟି ବୈଠକ :ପିଏସି ସବ୍‌ କମିଟି ବୈଠକ: ଅଧ୍ୟାପକ ପଦବୀ ପୂରଣ ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୧୮ା୭:ପବ୍ଳିକ୍‌ ଆକାଉଣ୍ଟସ୍‌ କମିଟି (ପିଏସି)ର ସବ୍‌କମିଟି ବୈଠକ ମଙ୍ଗଳବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି ା ପିଏସି କମିଟି ଅଧ୍ୟକ୍ଷ ତଥା ରାଜ୍ୟ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ସରୋଜ କୁମାର ସାମଲ, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଓପିଏସ୍‌ସି, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିକାରୀ, ଅର୍ଥ ବିଭାଗ ଓ ଅନ୍ୟ ବିଭାଗର ଅଧିକାରୀ ଯୋଗଦାନ କରିଥିଲେ ା ଏହି ବୈଠକରେ ରାଜ୍ୟର କଲେଜମାନଙ୍କରେ ସମ୍ପ୍ରତି ଅଧ୍ୟାପକ ଅଭାବଜନିତ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଛି ା

ସରକାର ବନ୍ଦ କଲେ: ଗ୍ରାମବାସୀ ବିଦ୍ୟାଳୟ ଖୋଲି ନିଜେ ପଢାଇବେ

ସରକାର ବନ୍ଦ କଲେ: ଗ୍ରାମବାସୀ ବିଦ୍ୟାଳୟ ଖୋଲି ନିଜେ ପଢାଇବେ

ନୂଆପଡା ଅଫିସ,୧୮।୭- ସରକାର କମ ଛାତ୍ରୀଛାତ୍ର ଥିବା ସ୍କୁଲ ବନ୍ଦ କରି ପିଲାଙ୍କୁ ସ୍ଥାନୀୟ ବିଦ୍ୟାଳୟକୁ ସ୍ଥାନାନ୍ତର କରୁଥିବା ବେଳେ ଏଥିପାଇଁ ବିଭିନ୍ନ ପ୍ରକାର ପୋତ୍ସାହନ ରାଶିର ମଧ୍ୟ ବ୍ୟବସ୍ଥା ହେଉଛି। ହେଲେ ବିଭିନ୍ନ ଅସୁବିଧା ଯୋଗୁ ବର୍ତ୍ତମାନ ଗ୍ରାମବାସୀଙ୍କ ତରଫରୁ ପ୍ରତିବାଦର ସ୍ବର ଉଠୁଛି । ନୂଆପଡା ଜିଲା ସଦର ବ୍ଲକ କଟିଙ୍ଗପାଣି ପ୍ରାଥମିକ ବିଦ୍ୟାଳୟରେ ସରକାରଙ୍କ ତରଫରୁ ବନ୍ଦ କରି ଦିଆଯାଇଥିବା ବେଳେ ଗ୍ରାମବାସୀ ପିଲାଙ୍କୁ ଅନ୍ୟତ୍ର ପଠାଇବାକୁ ମନା କରି ନିଜେ ନିଜ ସ୍କୁଲରେ ପାଠ ପଢାଇବାର ବ୍ୟବସ୍ଥା କରିବେ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି ।