ସମ୍ବଲପୁର

ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ

ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ

ବଲାଙ୍ଗୀର ଅଫିସ, ୨୯।୧୨: ବଲାଙ୍ଗୀର ସହରର ଶିବ ମନ୍ଦିର ଛକରେ ଶୁକ୍ରବାର ରାତି ପ୍ରାୟ ୧୧ଟା ରେ ଜଣେ ବାଇକ ଆରୋହୀଙ୍କୁ ଏକ ମାଲ ବୋଝେଇ ଟ୍ରକ ଚାପି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଗାନ୍ଧୀ ନଗରପଡାର ଗୋପାଳ ମିଶ୍ର। 

ଅବକାରୀ ଚଢାଉ: ମହୁଲ ପୋଚ, ରନ୍ଧାମଦ ଜବତ

ଅବକାରୀ ଚଢାଉ: ମହୁଲ ପୋଚ, ରନ୍ଧାମଦ ଜବତ

ପାଟଣାଗଡ, ୨୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଓ ପାଟଣାଗଡ ଅବକାରୀ ସ୍କ୍ବାଡ ଗୁରୁବାର ବିଳମ୍ବିତ ରାତିରେ ମିଳିତ ଭାବେ ଚଢାଉ କରି ପାଟଣାଗଡ ବ୍ଲକ ରେଙ୍ଗାଲି ଗ୍ରାମ ଜଙ୍ଗଲ ଏବଂ ଭଗ୍ନ ଅବସ୍ଥାରେ  ଥିବା କେନ୍ଦୁପତ୍ର ପଡି ଉପରେ ଚଢାଉ କରିଥିଲେ। 

ଲୁତୁରପଙ୍କ କ୍ରିକେଟ: ରେଲଓ୍ବେ ରାଞ୍ଚତ୍ ଫାଇନାଲରେ

ଲୁତୁରପଙ୍କ କ୍ରିକେଟ: ରେଲଓ୍ବେ ରାଞ୍ଚତ୍ ଫାଇନାଲରେ

ଅମରପାଲି, ୨୮।୧୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କଠାରେ ଚାଲିଥିବା ୨୩ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍‌ର ଅନ୍ତିମ ସେମିଫାଇଲରେ ଆରଓ୍ବାଇସିସି  ରାଉରକେଲାକୁ ହରାଇ ରେଲଓ୍ବେ ରାଞ୍ଚତ୍ ଫାଇନାଲରେ ପ୍ରବେଶ କରିଛି।

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ସୁବର୍ଣ୍ଣପୁର ଜିଲା ବିରମହାରାଜପୁର ଥାନା ଅନ୍ତର୍ଗତ କେଞ୍ଜରିଆପାଲି ପଞ୍ଚାୟତ ଖଇରମାଳ ଗ୍ରାମରେ ଶୁକ୍ରବାର ୧୦ଟାରେ ହାତୀ ଆକ୍ରମଣରେ ଜନୈଙ୍କ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ ନେପାଳ ବାଙ୍କ(୬୦)।  

ପାତାଳି ଶ୍ରୀକ୍ଷେତ୍ରର ସ୍ଥାନ ନିରୂପଣ ଦାବି

ପାତାଳି ଶ୍ରୀକ୍ଷେତ୍ରର ସ୍ଥାନ ନିରୂପଣ ଦାବି

ସୋନପୁର,୨୮।୧୨(ନି.ପ୍ର.)-ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗୁପ୍ତଲୀଳା ଭୂମି ପାତାଳି ଶ୍ରୀକ୍ଷେତ୍ର ଅବହେଳିତ ଅବସ୍ଥାରେ ରହିଛି । ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହୋଇଥିଲେ ହେଁ କ୍ଷେତ୍ରର ବିକାଶ ଦିଗରେ ଆଦୌ ଧ୍ୟାନ ଦିଆଯାଉନି। ଜଗନ୍ନାଥ ପ୍ରେମୀଙ୍କୁ ଏହା ନିରାଶ କରିଛି।

ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ନବୀକରଣ ଆବଶ୍ୟକ

ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ନବୀକରଣ ଆବଶ୍ୟକ

ବୀରମହାରାଜପୁର, ୨୮।୧୨ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜ ଶିକ୍ଷା ବିଭାଗ ତରଫରୁ ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ନବୀକରଣ (ଇନୋଭେସନ୍‌ ଇନ୍‌ ଏଜୁକେଶନାଲ ଟେକ୍ନୋଲୋଜି) ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। 

ସମ୍ପୂର୍ଣ୍ଣ ହେବ ସୁବର୍ଣ୍ଣପୁର ରିଂ ରୋଡ: ପୂର୍ତ୍ତ ବିଭାଗକୁ ମିଳିଲା ୮.୮କୋଟି

ସମ୍ପୂର୍ଣ୍ଣ ହେବ ସୁବର୍ଣ୍ଣପୁର ରିଂ ରୋଡ: ପୂର୍ତ୍ତ ବିଭାଗକୁ ମିଳିଲା ୮.୮କୋଟି

ସୋନପୁର,୨୮।୧୨(ନି.ପ୍ର.)- ସୁବର୍ଣ୍ଣପୁର ରିଂ ରୋଡ କାର୍ଯ୍ୟ ପୁଣି ଆରମ୍ଭ ହେବ। ଅସମ୍ପୂର୍ଣ୍ଣ ଥିବା କୁମ୍ଭାରପଡାରୁ ଦଶମତିଘାଟ ୩୯୩ ମିଟର ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ହେବ। ନଦୀପାର୍ଶ୍ୱରେ କଂକ୍ରିଟ୍‌ ରେଟିନିଂ ୱାଲ ନିର୍ମାଣ କରାଯିବ। 

ଛାତ୍ରୀଛାତ୍ରଙ୍କୁ ମିଳୁନି, ବହି ଫିଙ୍ଗା ଯାଉଛି

ଛାତ୍ରୀଛାତ୍ରଙ୍କୁ ମିଳୁନି, ବହି ଫିଙ୍ଗା ଯାଉଛି

ଗୁଡଭେଲା,୨୮ା୧୨(ଡି.ଏନ.ଏ.) -ଛାତ୍ରୀଛାତ୍ରଙ୍କୁ ମିଳୁନି, ହେଲେ ଫିଙ୍ଗା ଯାଉଛି ବହି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଶିକ୍ଷା ବିଭାଗରେ।

 ଲୁତୁରପଙ୍କ କ୍ରିକେଟ : ସେମିରେ ରେଲୱେ ରାଞ୍ଚି

ଲୁତୁରପଙ୍କ କ୍ରିକେଟ : ସେମିରେ ରେଲୱେ ରାଞ୍ଚି

ଅମରପାଲି, ୨୭।୧୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କସ୍ଥିତ ହାଇସ୍କୁଲ ପଡିଆରେ ଚାଲିଥିବା ୨୩ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍‌ର ଷଷ୍ଠ ଦିବସରେ ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଟାଟାକୁ ହରାଇ ରେଲୱେ ରାଞ୍ଚତ୍ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି। ମ୍ୟାଚ ଟି-୨୦ ଓ ଟି-୧୦ ଫର୍ମାଟରେ ଖେଳାଯାଇଥିଲା।

ପଲଶାଗୋରା ମଣ୍ଡିରେ ଅଚଳାବସ୍ଥା

ପଲଶାଗୋରା ମଣ୍ଡିରେ ଅଚଳାବସ୍ଥା

କଣ୍ଟାମାଳ,୨୭।୧୨(ଡି.ଏନ.ଏ): ବୌଦ୍ଧ ଜିଲା ରୁଣ୍ଡିମହୁଲ ପ୍ୟାକ୍ସ ପରିଚାଳିତ ପଲଶାଗୋରା ମଣ୍ଡିରେ ଗୁରୁବାର ଅଚଳାବସ୍ଥା ଦେଖା ଦେଇଛି । ଜିଲାର ମିଲର୍ସମାନେ ଧାନ ଉଠାଉ ନ ଥିବାରୁ ୧୦ ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ସେହି ଧାନକୁ ଚାଷୀମାନେ ମଣ୍ଡିରେ ୯ ଦିନ ହେଲା ଜଗି ରହିଛନ୍ତି ।

ପ୍ରତିଷ୍ଠା ଦିବସରେ ବିଜେଡିର ଶକ୍ତି ପ୍ରଦର୍ଶନ

ପ୍ରତିଷ୍ଠା ଦିବସରେ ବିଜେଡିର ଶକ୍ତି ପ୍ରଦର୍ଶନ

ସୁନ୍ଦରଗଡ଼, ୨୭।୧୨ (ଡି.ଏନ୍‌.ଏ) -ସୁନ୍ଦରଗଡ ସଦର ନିର୍ବାଚନମଣ୍ଡଳୀସ୍ତରୀୟ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଡାକ୍ତରଖାନାରେ ରକ୍ତଦାନ ଶିବିର ହୋଇଥିଲା। 

ନିର୍ଦ୍ଦେଶ ପରେ ମିଲ୍‌ର ପ୍ରତିନିଧି ପ୍ୟାକ୍ସରେ ଅନୁପସ୍ଥିତ

ନିର୍ଦ୍ଦେଶ ପରେ ମିଲ୍‌ର ପ୍ରତିନିଧି ପ୍ୟାକ୍ସରେ ଅନୁପସ୍ଥିତ

ଝାରସୁଗୁଡା ଅଫିସ,୨୭ା୧୨: ଖରିଫ୍‌ ଧାନ କିଣା ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବାକୁ ସବୁବେଳେ ପ୍ରାଧାନ୍ୟ ଦିଆଯାଇଛି। ଖରିଫ ଧାନ କିଣାରେ ଚାଷୀ ଯେପରି କ୍ଷତିଗ୍ରସ୍ତ ନ ହୁଏ ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

୧୨ ବଛର ହେଲା ଖଟେ ପଡ଼ିଛନ୍‌ ଅନାଦୀ

୧୨ ବଛର ହେଲା ଖଟେ ପଡ଼ିଛନ୍‌ ଅନାଦୀ

ମନମୁଣ୍ଡା, ୨୭।୧୨ (ଡି.ଏନ.ଏ)-  ସଁସାରେ ସବୁ ମା’ବାପ୍‌ ଚାହେଁସନ ଯେ ନିଜର ବଉଁଶ ଆଗ୍‌କେ ବଢ଼ୁ। ହେଲେ ପୁଓ ହେଉ କି ଝି କାହାର ଭାଏଗ୍‌ରେ କାଣା ଅଛେ କାହାକେ କିଛି ଜନା ନାଇଁଥାଏ। ହେଲେ ବି ମା’ବାପ୍‌ର ଆଶ୍‌ ଯେ ପୁଓଟେ ହେଲେ ବୁଢ଼ାବୁଢ଼ୀ କାଲେ ଆମ୍‌କୁ ଗୁଚିରବା, ଥିରପାଏନ୍‌ ଟିକେ ଦେବା। 

ଅବେବସ୍‌ତା ଘେରରେ ଅଙ୍ଗନଓ୍ବାଡି କେନ୍ଦ୍ର

ଅବେବସ୍‌ତା ଘେରରେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୨୭ା୧୨ (ଡି.ଏନ.ଏ.):  ସରକାର ସମନ୍ବିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଜରିଆରେ ମା’ଛୁଆର ସୁରକ୍ଷା, ବିକାଶ ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେଥିରଲାଗି ଗାଁଗଁଲିରୁ ସହରତକ୍‌ ସବୁନେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। 

ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ: ରାଉରକେଲା ସେମିରେ

ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ: ରାଉରକେଲା ସେମିରେ

ଅମରପାଲି, ୨୬।୧୨ (ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ  ଲୁତୁରପଙ୍କ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୨୩ତମ ସର୍ବଭାରତୀୟ ଜୟଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍‌ର ପୁଲ-‘ବି’ର ପ୍ରଥମ ମ୍ୟାଚରେ ଆରସିସି କଟକକୁ ହରାଇ ଆରୱାଇ ସିସି ରାଉରକେଲା ସେମିଫାଇନାଲରେ ପ୍ରବେଶ କରିଛି।

କର୍ଲାକୋଟରେ ସରପଞ୍ଚ ସଂଘର ବୈଠକ

କର୍ଲାକୋଟରେ ସରପଞ୍ଚ ସଂଘର ବୈଠକ

ଜୁନାଗଡ,୨୬।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ କର୍ଲାକୋଟଠାରେ ବୁଧବାର ଜୁନାଗଡ ବ୍ଲକ ସରପଞ୍ଚ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ପ୍ରତିଷ୍ଠା ଦିବସରେ ସଫଳତା ବଖାଣିଲେ ବିଜେଡି ନେତା

ପ୍ରତିଷ୍ଠା ଦିବସରେ ସଫଳତା ବଖାଣିଲେ ବିଜେଡି ନେତା

ଲୋଇସିଂହା, ୨୬।୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା କଲେଜ ଖେଳପଡିଆରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ା ୨୦୧୯ନିର୍ବାଚନରେ ଲୋଇସିଂହାରେ ବୃହତ ବିଜୟ ହାସଲ କରିବା ପାଇଁ ଏହି ଅବସରରେ ଦଳୀୟ କର୍ମୀମାନେ ସଂକଳ୍ପ ଗ୍ରହଣ କରିଥିଲେ ା

ଆବାସ ଯୋଜ୍‌ନାରୁ ବଁଚିତ ବୁଢ଼ୀପଦରବାସୀ

ଆବାସ ଯୋଜ୍‌ନାରୁ ବଁଚିତ ବୁଢ଼ୀପଦରବାସୀ

କର୍ଲାମୁଣ୍ଡା, ୨୬ା୧୨ (ଡି.ଏନ.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସଦରନୁ ୧୬ କି.ମି. ଦୂରେ ଅଛେ ପୌରକେଲା ପଁଚେତ୍‌ର ବୁଢ଼ୀପଦର ଗଁା। ୨ଟା ଓ୍ବାର୍ଡ ଥିବାର ଇ ଗଁାର ଲୋକ୍‌ ସଂଖ୍ୟା ହେଉଛନ୍‌ ୮୩୨ ଆର ପରିବାର ସଂଖ୍ୟା ୨୦୯। ଇଥ୍‌ରୁ ୧୫୫ଟା ପରିବାର ଆଦିବାସୀ, ୨୧ଟା ପରିବାର ହରିଜନ ଆର ୭୩ଟା ପରିବାର ପଛୁଆ ବର୍‌ଗର ରହିଛନ୍‌। 

ଦୁର୍ଘଟଣାରେ ଭଞ୍ଜ ଫାର୍ମ ମାଲିକ ମୃତ

ଦୁର୍ଘଟଣାରେ ଭଞ୍ଜ ଫାର୍ମ ମାଲିକ ମୃତ

ବୌଦ୍ଧ, ୨୬।୧୨(ସ୍ବ.ପ୍ର): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥର ମଯ୍ୟାଦିପୁରଠାରେ ବୁଧବାର ଏକ ପିକ୍‌ଅପ୍‌ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମଯ୍ୟାଦିପୁର ଗ୍ରାମର ଭଞ୍ଜ ଫାର୍ମ ମାଲିକ ଉପେନ୍ଦ୍ର ଭଞ୍ଜ। 

ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ

ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ

ଲହୁଣୀପଡା, ୨୬।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଲହୁଣୀପଡା ବ୍ଲକ ବରସୁଆଁ ବନାଞ୍ଚଳ ତାଳଡିହିତୁଡା ସଂରକ୍ଷିତ ଜଙ୍ଗଲର ତିର୍କୀ ଟୋଲା ନିକଟରେ ଅଚିହ୍ନା ରୋଗରେ ପଡି ଚିକିତ୍ସିତ ହେଉଥିବା ଜଙ୍ଗଲୀ ହାତୀର ରବିବାର ମୃତ୍ୟୁ ଘଟିଛି। 

ଫିତାକଟାକେ ଟାକିଛେ ଓଭର ହେଡ଼ ପାଏନ୍‌ ଟାଁକି

ଫିତାକଟାକେ ଟାକିଛେ ଓଭର ହେଡ଼ ପାଏନ୍‌ ଟାଁକି

ଅତାବିରା, ୨୬।୧୨ (ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ୍‌ ବୁଗବୁଗା ପଁଚେତ୍‌ର ପାଲିବୁଗବୁଗାରେ ଓଭର ହେଡ଼ ପାଏନ୍‌ ଟଁାକି ତିଆରି ହେବାର ବଛ୍‌ରେ ହେଲାନ। ହେଲେ ଦୁଖର କଥା ଆଏଜ୍‌ ତକ୍‌ ସେଟା କାମେ ନୁହେ ଲାଗେ।

ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ଶ୍ରମିକ୍‌

ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ଶ୍ରମିକ୍‌

ଲାଠୋର,୨୬।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଟଙ୍କପାଣି ଗଁାର କୃଷ୍ଣ ଭୋଇକଁର ବଡ଼ଖା ପୁଓ କେଶିରାମ ଭୋଇ। ସେ ଆଏଜ୍‌ ପାଖାପାଖି ଦେଢ଼ ବଛର ହେଲା ଦୁରଘଟନାର ଶିକାର ହେଇ ଖଟେ ପଡ଼ିରହିଛନ୍‌। କେଶିରାମ ଘରର ରୁଜ୍‌ଗାରିଆ ପିଲା ହେଇଥିଲା ବେଲେ ସେ ପଡ଼ି ରହେଲାରୁ ଘରର ଲୋକ୍‌ ନାନା ପରକାର ସମସିଆର ସାମନା କରୁଛନ୍‌। 

ଟ୍ରକ୍‌ ଧକ୍କାରେ ୩ ବର୍ଷର ଶିଶୁ ମୃତ, ବେତଗଡ ଗ୍ରାମରେ ଉତ୍ତେଜନା

ଟ୍ରକ୍‌ ଧକ୍କାରେ ୩ ବର୍ଷର ଶିଶୁ ମୃତ, ବେତଗଡ ଗ୍ରାମରେ ଉତ୍ତେଜନା

ରେଢ଼ାଖୋଲ,୨୫।୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ବେତଗଡ ଗ୍ରାମ ନିକଟସ୍ଥ ଆମ୍ରବନ ଢାବା ସମ୍ମୁଖ  ୫୫ ନଂ. ଜାତୀୟ ରାଜପଥ  ଉପରେ ମଙ୍ଗଳବାର ଅପରାହ୍ନ ସାଢେ ୪ଟା ବେଳେ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ୍‌ ଧକ୍କାରେ ଜଣେ ୩ ବର୍ଷର  ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଶୁଶୁ ଜଣକ ହେଲେ ସେଠାରେ ଢାବା କରିଥିବା ରତ୍ନାକର ଦେହୁରୀଙ୍କ ପୁଅ। ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯିବା ଯୋଗୁ ଗ୍ରାମବାସୀଙ୍କ  ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। 

ଗୁଞ୍ଜରିତ ହେଲା ମହମ୍ମଦ ରଫିଙ୍କ ଅଭୁଲା ଗୀତ

ଗୁଞ୍ଜରିତ ହେଲା ମହମ୍ମଦ ରଫିଙ୍କ ଅଭୁଲା ଗୀତ

ବାମରା, ୨୫।୧୨ (ସ୍ବ.ପ୍ର.)- ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଦୁର୍ଗା ମଣ୍ଡପ ପଡିଆଠାରେ ସ୍ବର ସମ୍ରାଟ ମହମ୍ମଦ ରଫିଙ୍କ ୯୪ ତମ ଜନ୍ମ ଦିବସ ଉପଲକ୍ଷେ ଏକ ସାମ୍‌ ରଫି କେ ନାମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବର ସନ୍ଧ୍ୟା ଅର୍କେଷ୍ଟ୍ରା ବାମରା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ ଜଗନ୍ନାଥ ପ୍ରସାଦ ଚୌଧୁରୀ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ ।