ସମ୍ବଲପୁର

 କ୍ଷତିପୂରଣ ଦାବିରେ ବିସ୍ଥାପିତଙ୍କ ଧାରଣା

କ୍ଷତିପୂରଣ ଦାବିରେ ବିସ୍ଥାପିତଙ୍କ ଧାରଣା

ନୂଆପଡା ଅଫିସ,୧୦।୭: କୋମନା ବ୍ଲକ ଅନ୍ତର୍ଗତ ସାହଜଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆଜକୁ ଦଶ ବର୍ଷ ହେବ ନିର୍ମାଣ କାମ ଶେଷ ହୋଇଛି। ହେଲେ ଏହି କାମ ସମୟରେ ନିଜର ଜମି ବାଡି ବୁଡି ଯାଇଥିବା ଚାଷୀଙ୍କୁ ଏବେ ଯାଏ ମିଳି ପାରିନି ସମ୍ପୂର୍ଣ୍ଣ କ୍ଷତି ପୂରଣ ରାଶି । ଜମି ବାବଦକୁ ସହାୟତା ମିଳିଥିଲେ ହେଁ ଗଛ ଏବଂ ଘର ବାଡି ବାବଦକୁ ଟଙ୍କା ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ପଡି ରହିଛି । ଏଥିପାଇଁ ଚାଷୀମାନେ ଦୌଡି ଦୌଡି ଗୋଡ ଘସି ହୋଇଯିବା ପରେ ଶେଷରେ ଆନ୍ଦୋଳନର ରାସ୍ତା ଆପଣେଇଛନ୍ତି । ସୋମବାର ପୂର୍ବାହ୍ନରେ ବାଲିପାଟି ଗାଁର ୩ପରିବାର ଲୋକ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏଥିରୁ ଓହରିବେ ନାହିଁ ବୋଲି ଅଡି ବସିଛନ୍ତି ।

 ବିଭାଗୀୟ ଅଧିକାରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକା: ପ୍ରଧାନମନ୍ତ୍ରୀ ସଡକ କାମ ନିମ୍ନମାନର

ବିଭାଗୀୟ ଅଧିକାରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକା: ପ୍ରଧାନମନ୍ତ୍ରୀ ସଡକ କାମ ନିମ୍ନମାନର

ଖଡିଆଳ,୧୦।୭(ଡି.ଏନ.ଏ.): ଗାଁ ରୁ ଗାଁ କୁ ଯୋଡିବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ଅନୁଦାନରେ ଚାଲିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ତେବେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି। ତା ସହିତ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଏକ ପ୍ରଧାନମନ୍ତ୍ରୀ ସଡକ ନଜିରକୁ ଆସିଛି ନୂଆପଡା ଜିଲା ଖଡିଆଳ ବ୍ଲକରେ ।

ଟେନସା-ଭୁବନେଶ୍ୱର ସ୍ବସ୍ତିକ ବସ୍‌ ଦୁର୍ଘଟଣା, ୧ମୃତ

ଟେନସା-ଭୁବନେଶ୍ୱର ସ୍ବସ୍ତିକ ବସ୍‌ ଦୁର୍ଘଟଣା, ୧ମୃତ

ଟେନସା,୧୦।୭ (ଡି.ଏନ.ଏ.): ଟେନସାରୁ ଭୁବନେଶ୍ୱର ଆସୁଥିବା ସ୍ବସ୍ତିକ ବସ ନାମକ ଏକ ଘରୋଇ ବସ୍‌ ସୋମବାର ବିଳମ୍ବିତ ରାତିରେ ଘଟଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ଘଟି ଜଣଙ୍କର ମୃତ୍ୟୁ ଘଟିଛି ।

ମହାନଦୀ କୂଳରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ମହାନଦୀ କୂଳରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ବୀରମହାରାଜପୁର,୧୦।୭ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଧିନସ୍ଥ ଦେଉଳି ଗ୍ରାମ ପାର୍ଶ୍ୱବର୍ତ୍ତି ମହାନଦୀ କୂଳରୁ ମଙ୍ଗଳବାର ଜଣେ ଅପରିଚିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।

କମିରାରେ ମହିଳାଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କମିରାରେ ମହିଳାଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜହ୍ନାପଙ୍କ,୧୦।୭(ଡି.ଏନ.ଏ.): ବୌଦ୍ଧ ଜିଲା ସଦର ବ୍ଲକ କମିରା ସାଲୁଜ୍ଞ ନଦୀ ପୋଲକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ କମିରାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ସୋମବାର ଅପରାହ୍ନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସର୍ବମଙ୍ଗଳା ମହାବିଦ୍ୟାଳୟରେ ବନ ମହୋତ୍ସବ

ସର୍ବମଙ୍ଗଳା ମହାବିଦ୍ୟାଳୟରେ ବନ ମହୋତ୍ସବ

ଗୋଲାମୁଣ୍ଡା,୧୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ଭାରତ ସ୍କାଉଟ ଗାଇଡର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର୬୯ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ।

ତୁଷୁରା ଏନଏସି ଘେରିଲେ ଯୁବ ଗୋଷ୍ଠୀ

ତୁଷୁରା ଏନଏସି ଘେରିଲେ ଯୁବ ଗୋଷ୍ଠୀ

ଗୁଡ଼ଭେଲା,୧୦।୭(ଡ଼ି.ଏନ.ଏ.): ତୁଷୁରା ଏନଏସି ହେବାର ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ଆଖି ଦୃଶିଆ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ନ ଥିବା ପ୍ରତିବାଦରେ ମଙ୍ଗଳବାର ପୁଣି ତୁଷୁରା ଯୁବ ଏକ୍ସନ କମିଟି ପକ୍ଷରୁ ଏନଏସି କାର୍ଯ୍ୟାଳୟ ଘେରାଓ କରିବା ସହ ତୁଷୁରା ମୁଖ୍ୟ ରାଜ ରାସ୍ତାକୁ ପା୍ରୟ ଦୁଇ ଘଣ୍ଟା ଧରି ଅବରୋଧ କରିଥିଲେ ।

ଟ୍ରାକ୍ଟର ଧକ୍କାରେ ଛାତ୍ରଙ୍କ ମୃତ୍ୟ

ଟ୍ରାକ୍ଟର ଧକ୍କାରେ ଛାତ୍ରଙ୍କ ମୃତ୍ୟ

ଗୁଡ଼ଭେଲା,୧୦।୭(ଡ଼ି.ଏନ.ଏ.): ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ଜାମୁଟ ହାଇସ୍କୁଲରେ ପଢ଼ୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ବବଲୁ ଭୋଇ(୧୩) ଏକ ଟ୍ରାକ୍ଟର ଧକ୍କାରେ ମଙ୍ଗଳବାର ମୃତ୍ୟୁ ହୋଇଛି।

ସୋହେଲାରେ ଶିକ୍ଷାର ବିକାଶ ପାଇଁ ସଭା

ସୋହେଲାରେ ଶିକ୍ଷାର ବିକାଶ ପାଇଁ ସଭା

ସୋହେଲା,୧୦।୭(ଡି.ଏନ.ଏ.): ବରଗଡ ଜିଲା ସୋହେଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବିଡିଓ ବିଶ୍ୱ ରଞ୍ଜନ କରଙ୍କ ସଭାପତିତ୍ୱରେ ମଙ୍ଗଳବାର ସୋହେଲାରେ ସାମଗ୍ରିକ ଶିକ୍ଷାର ବିକାଶ ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।

ପୋଖରୀର ପୁନଃ ଉଦ୍ଧାର ଓ ଉନ୍ନତି କରଣ ନେଇ ଦାବିପତ୍ର ପ୍ରଦାନ

ପୋଖରୀର ପୁନଃ ଉଦ୍ଧାର ଓ ଉନ୍ନତି କରଣ ନେଇ ଦାବିପତ୍ର ପ୍ରଦାନ

କଣ୍ଟାବାଞ୍ଜି,୧୦।୭(ଡି.ଏନ.ଏ.): କଣ୍ଟାବାଞ୍ଜି ସହରାଞ୍ଚଳରେ ଥିବା ଶିବ ମନ୍ଦିର ପୋଖରୀର ପୁନଃ ଉଦ୍ଧାର ପାଇଁ ପାଣିକୁ କାଟି ଦିଆଯାଇଛି । ଫଳରେ ଚଳିତ ଗ୍ରୀଷ୍ମ ଋତୁରେ ୱାର୍ଡ ନଂ.୧୧ ଓ ୧୨ ସହିତ ଅନ୍ୟାନ୍ୟ ୱାର୍ଡ ବାସୀମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

୧୯ମାସ ପରେ ନିଖୋଜ ପୁଅ ଘରକୁ ଫେରିଲା

୧୯ମାସ ପରେ ନିଖୋଜ ପୁଅ ଘରକୁ ଫେରିଲା

ପାଇକମାଲ,୧୦।୭(ଡି.ଏନ.ଏ): ବରଗଡ ଜିଲା ପାଇକମାଲ ଥାନା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ମାଝି ପାଲି ଗ୍ରାମର ମନୋରଞ୍ଜନ ଡନସନାଙ୍କ ପୁଅ ଜିତୁ(୧୯) ୨୦୧୬ ଡିସେମ୍ବର୭ ତାରିଖରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ।

ନୂଆଗଁ। ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ

ନୂଆଗଁ। ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ

ନୂଆଗାଁ, ୧୦।୭ (ଡି.ଏନ.ଏ): ୬ମାସରୁ ଊର୍ଦ୍ଧ୍ୱ ହେବ ନୂଆଗାଁ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏନେଇ ଉପଭୋକ୍ତାଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଅବସରପ୍ରାପ୍ତ ଏସ୍‌ଡିଏମଓଙ୍କ ପରଲୋକ

ରେଢାଖୋଲ, ୧୦।୭ (ସ୍ବ.ପ୍ର.)-ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ଅବସରପ୍ରାପ୍ତ ଏସ୍‌ଡିଏମଓ (ସବଡିଭିଜିନାଲ ଡିଷ୍ଟ୍ରିକ୍ଟ ମେଡିକାଲ ଅଫିସର) ଡ. ରବୀନ୍ଦ୍ର ନାଥ ପ୍ରଧାନଙ୍କ ସୋମବାର ସକାଳେ ପରଲୋକ ହୋଇଯାଇଛି।

ପରିସଖ୍ୟାନ ଅଧିକାରୀଙ୍କୁ ଘେରିଲେ ଚାଷୀ

ପରିସଖ୍ୟାନ ଅଧିକାରୀଙ୍କୁ ଘେରିଲେ ଚାଷୀ

ସମ୍ବଲପୁର,୧୦।୭(ବ୍ୟୁରୋ)-ରାଜ୍ୟ ସରକାରଙ୍କୁ ପରିସଂଖ୍ୟାନ ବିଭାଗ ଫସଲ ନଷ୍ଟ ନେଇ ଭୁଲ୍‌ ରିପୋର୍ଟ ପ୍ରଦାନ କରିଛି । ତେଣୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବାଦ ପଡିଛନ୍ତି ଜିଲାର ଅନେକ ପଞ୍ଚାୟତର ଚାଷୀ।

୬-ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର

ରେଢ଼ାଖୋଲ, ୧୦।୭ (ଡି.ଏନ.ଏ)-ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ୫୫ ନମ୍ବର ଜାତୀୟ ରାଜପଥର ବୈଷ୍ଣବଝୋଲି ଗ୍ରାମ ନିକଟରେ ସୋମବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି ।

ମଞ୍ଚସ୍ଥ ହେଲା ଗଙ୍ଗାଧର ମେହେରଙ୍କ ‘ତପସ୍ବିନୀ’

ମଞ୍ଚସ୍ଥ ହେଲା ଗଙ୍ଗାଧର ମେହେରଙ୍କ ‘ତପସ୍ବିନୀ’

ସମ୍ବଲପୁର, ୧୦।୭ (ବ୍ୟୁରୋ)- ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କାଳଜୟୀ କାବ୍ୟ ‘ତପସ୍ବିନୀ’ ନାଟକରେ ମଞ୍ଚସ୍ଥ ହୋଇଛି। ସମ୍ବଲପୁର ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ତପସ୍ବିନୀ କାବ୍ୟର ନାଟ୍ୟ ରୂପାନ୍ତର ସୋମବାର ଝାଡୁଆପଡା ଆରଣ୍ୟକ ମଞ୍ଚର ମଞ୍ଚସ୍ଥ ହୋଇଛି ।

ରାସ୍ତା କାମକୁ ନେଇ ଜେସିବି ଅପରେଟରଙ୍କୁ ମାଡ

ମାନେଶ୍ୱର,୧୦।୭ (ଡି.ଏନ.ଏ)-ସମ୍ବଲପୁର ଜିଲା ଯୁଯୁମୁରା ଥାନା ମୁଣ୍ଡେର ଗ୍ରାମରେ ସୋମବାର ରାସ୍ତା କାମରେ ନିୟୋଜିତ କୁନା ସାହୁ ନାମକ ଜଣେ ଜେସବି ଅପରେଟରଙ୍କୁ ମାଡପିଟ କରାଯାଇଥିବା ଅଭିଯୋଗ ହୋଇଛି ।

ଗୁରୁବାର ବ୍ଲକରେ କାର୍ଯ୍ୟାଳୟରେ ତାଲା ପଡିବ

ମାନେଶ୍ୱର,୧୦।୭ (ଡି.ଏନ.ଏ.)-ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଦାୟିତ୍ୱରେ ଥିବା ବିଡିଓ ମନମୁଖୀ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ଗଡଲୁସିଂ ପଞ୍ଚାୟତ ଗହିରପାଲି ଗ୍ରାମର ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ରେଢାଖୋଲରେ ନୂଆ ଉପ ଜିଲାପାଳ

ରେଢାଖୋଲ, ୧୦।୭ (ସ୍ବ.ପ୍ର.)-ରେଢାଖୋଲରେ ନୂତନ ଉପଜିଲାପାଳ ଭାବରେ ବିଶ୍ୱଭୂଷଣ ଦେହୁରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଏହା ପୂର୍ବରୁ ମୟୂରଭଞ୍ଜ ଜିଲାରେ ଉପଜିଲାପାଳ ଥିଲେ।

ଲରିଆପାଲିକୁ ବଦନାମ କରିବାକୁ ପ୍ରାୟସ

ଲରିଆପାଲିକୁ ବଦନାମ କରିବାକୁ ପ୍ରାୟସ

ବାମରା, ୧୦।୭ (ସ୍ବ.ପ୍ର.)-ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତକୁ ସଂପୂର୍ଣ୍ଣ ମଦମୁକ୍ତ ପଞ୍ଚାୟତ ଭାବେ ରାଷ୍ଟ୍ରପତି ପୁରସ୍କାର ମିଳିଛି। ସମଗ୍ର ଦେଶରେ ଏହା ରେକର୍ଡ କରିଛି।

ସଫେଇ ନାଳ ଉପରେ ନୂଆ

ସଫେଇ ନାଳ ଉପରେ ନୂଆ

ଝାରସୁଗୁଡ଼ା ଅଫିସ,୧୦।୭: ଝାରସୁଗୁଡ଼ା ସଦର ବ୍ଲକ୍‌ ବୃନ୍ଦାମାଲ ଏବଂ ଭାଗିପାଲି ଗାଁ ମଝିରେ ସଫେଇ ନାଳ ରହିଛି। ଏହି ନାଳ ଉପରେ ନିର୍ମାଣ ହୋଇଥିବା ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ସୋମବାର କାତିକେଲା ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଭୋର୍‌ରୁ ଗାଁରେ ଜଗିଲେ ଅଧିକାରୀ

ଭୋର୍‌ରୁ ଗାଁରେ ଜଗିଲେ ଅଧିକାରୀ

ଝାରସୁଗୁଡ଼ା ଅଫିସ,୧୦।୭: ଝାରସୁଗୁଡ଼ାକୁ ଖୋଲା ମଳତ୍ୟାଗମୁକ୍ତ ଜିଲା (ଓଡିଏଫ୍‌) ଘୋଷଣା କଣ୍ଟ ପୂରଣ ହୋଇଯାଇଛି। ପାଇଖାନା ନିର୍ମାଣ ମଧ୍ୟ ପ୍ରାୟ ଶେଷ ହୋଇଛି। ହେଲେ ଏବେ ବି ଲୋକେ ପାଇଖାନା ବ୍ୟବହାର ନ କରି ବାହାରେ ମଳତ୍ୟାଗ କରୁଛନ୍ତି।

ଅକାଟ୍‌ ବଛାକେ ଖଁଦ୍‌ଲା ଉଲା

ଅକାଟ୍‌ ବଛାକେ ଖଁଦ୍‌ଲା ଉଲା

ମୋହନଗିରି,୧୦।୭(ଡି.ଏନ.ଏ.): ପଶ୍ଚିମ ଓଡିଶାର ସବୁଆଡେ ଚାଷି ଭାଇମାନେ ଅକାଟ୍‌ ବଛାକେ ଖନ୍ଦଲା ଉଲାବାରଟା ଆମେ କେନ୍‌ ଯୁଗୁ ଦେଖି ଆସୁଛୁଁ। ଏଁରରା ଦାମୁରକେ ୩ ବଛରନୁ ୪ ବଛର ହେଲେ ତାହାକେ ବଛା କହେସନ।

ବିନା ଜିଓଟେଗିଂରେ ଆରମ୍ଭ ହୋଇ ସମ୍ପନ୍ନ

ବିନା ଜିଓଟେଗିଂରେ ଆରମ୍ଭ ହୋଇ ସମ୍ପନ୍ନ

କୋକସରା,୧୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଏମ୍‌ଜିଏନ୍‌ଆରଇଜିଏସ୍‌ର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି।