ସମ୍ବଲପୁର

ଉଦ୍‌ଘାଟନର ମାସେ ଉତାରୁ ଶୌଚାଲୟ ବଁଦ୍‌

ଉଦ୍‌ଘାଟନର ମାସେ ଉତାରୁ ଶୌଚାଲୟ ବଁଦ୍‌

ଗୁଡଭେଲା,୨୬ା୧୦(ଡି.ଏନ.ଏ)-  ତୁଷୁରା ସହରରେ ଥିବାର ଗୁଟେନ ଶୌଚାଲୟ ଗଲା ୪ମାସ୍‌ ହେଲା ବଁଦ୍‌ ହେଇ ପଡିଛେ। ଯେନ୍‌ଥିରଲାଗି ବଡ଼ଭାଗି ମହିଲାମାନେ ବଡା ଅସ୍‌ବିଧାର ସାମ୍‌ନା କରୁଥିବାର ଅଭିଯୋଗ୍‌ ହେଉଛେ।

ବିଜୁ ଛାତ୍ର ଜନତା ଦଳର ଛାତ୍ର ସମାବେଶ, କର୍ମଶାଳା

ବିଜୁ ଛାତ୍ର ଜନତା ଦଳର ଛାତ୍ର ସମାବେଶ, କର୍ମଶାଳା

ଭବାନୀପାଟଣା,୨୫।୧୦(ଡି.ଏନ.ଏ.)କଳାହାଣ୍ଡି ଜିଲା ନର୍ଲା ବ୍ଲକସ୍ଥିତ ଗିଗିନା ପଞ୍ଚାୟତଠାରେ ଗୁରୁବାର ବିଜୁ ଛାତ୍ର ଜନତା ଦଳର ଏକ ଗ୍ରାମପଞ୍ଚାୟତସ୍ତରୀୟ ଛାତ୍ର ସମାବେଶ ଓ ହ୍ବାର୍ଟସେଫ୍‌ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଛି ।

କର୍ଲାମୁଣ୍ଡା ବ୍ଲକ ଅମଳ ସମୟରେ ଚକଡା, ଗୁଣ୍ଡି ପୋକ ରୋଗ

କର୍ଲାମୁଣ୍ଡା ବ୍ଲକ ଅମଳ ସମୟରେ ଚକଡା, ଗୁଣ୍ଡି ପୋକ ରୋଗ

କର୍ଲାମୁଣ୍ଡା,୨୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଧାନ ଅମଳ ସମୟରେ ଏବେ ଚକଡା, ଗୁଣ୍ଡି ପୋକ ରୋଗ ଦେଖିବାକୁ ମିଳିଛି। ବିଶେଷ ଭାବେ ବ୍ଲକର ସର୍ଗୁଲ ମାଲପଡାରେ ପ୍ରାୟ ୨୦୦ ଏକର ଧାନ ଚାଷରେ ମାଟିଆ ଗୁଣ୍ଡିପୋକ ଓ ଚକଡା ରୋଗ ପାଇଁ ଧାନ ଫସଲ ଉଜୁଡିବାକୁ ବସିଲାଣି।

କୋକସରାରେ ଚାଷୀଙ୍କ ଆତ୍ମହତ୍ୟା

କୋକସରାରେ ଚାଷୀଙ୍କ ଆତ୍ମହତ୍ୟା

କୋକସରା, ୨୫।୧୦(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ଗାଁରେ ଜଣେ ଚାଷୀ ପରମାନନ୍ଦ ଲହଜଲ ଆତ୍ମହତ୍ୟା କରିଛନ୍ତି। ଋଣ ଚିନ୍ତା ଓ ଫସଲ ନଷ୍ଟ ଯୋଗୁ ବୁଧବାର ରାତିରେ ସେ ବିଷ ପିଇଥିଲେ। ଗୁରୁବାର ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ମରୁଡ଼ି ଘୋଷଣା ଦାବିରେ ତାଲା ମାରିଲେ ଚାଷୀ

ମରୁଡ଼ି ଘୋଷଣା ଦାବିରେ ତାଲା ମାରିଲେ ଚାଷୀ

କୁଚିଣ୍ଡା, ୨୫।୧୦-ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଚାଷୀମାନେ ଗୁରୁବାର ତାତିଛନ୍ତି। ସେମାନେ ବ୍ଲକ, କୃଷି, ତହସିଲ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ଭାଜପା ବିଧାୟକଙ୍କ ନେତୃତ୍ୱରେ ଚାଷୀମାନେ ଏହି ଆନ୍ଦୋଳନ କରିଥିଲେ।

 ମା’ ମାଣିକେଶ୍ୱରୀଙ୍କ କଣ୍ଟାବାଡ ଫିଟା ପର୍ବ

ମା’ ମାଣିକେଶ୍ୱରୀଙ୍କ କଣ୍ଟାବାଡ ଫିଟା ପର୍ବ

ଭବାନୀପାଟଣା, ୨୫।୧୦ (ଡି.ଏନ.ଏ) -କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ୱରୀଙ୍କ  କଣ୍ଟାବାଡ ଫିଟା ପର୍ବ କୁମାର ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି। ମା’ ମାଣିକେଶ୍ୱରୀଙ୍କ ପାଖରେ ସନ୍ଧ୍ୟା ଆରତୀ ପରେ ମାଣିକେଶ୍ୱରୀଙ୍କ ଠାରେ ଓ ବୁଢାରଜାଙ୍କ ଠାରେ ବୋଦା ବଳି ଦିଆଯିବା ପରେ ମୂଳାଷ୍ଠମୀ ଠାରୁ ମାଁ ଙ୍କ ନିକଟରେ ସ୍ଥାପନ କରାଯାଇଥିବା କଳସକୁ ବାହୁକ ସେବାୟତ ବାହାରକୁ ବାହାରକରି ଶ୍ରଦ୍ଧାଳୁମାନଙ୍କ ଉପରକୁ କଳସରେ ଥିବା ମୁଦ୍ରା, କଉଡି ଓ ଧାନ ଖଇ ଫିଙ୍ଗି ଥିଲେ । ଭାଗ୍ୟରେ ଥିଲେ

ଭାଇଚାରା ଓ ଏକତାର ମହାମିଳନ: ପେଟୁପାଲି ଗଜଲକ୍ଷ୍ମୀ ପୂଜା

ଭାଇଚାରା ଓ ଏକତାର ମହାମିଳନ: ପେଟୁପାଲି ଗଜଲକ୍ଷ୍ମୀ ପୂଜା

ଘେଁସ,୨୫।୧୦(ଡି.ଏନ.ଏ)-ବରଗଡ ଜିଲା ପେଟୁପାଲି ଠାରେ ଆଜକୁ ୨୭ ବର୍ଷ ହେଲା ପୂଜା ପାଇ ଆସୁଛନ୍ତି ଧନଧାନ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ଗଜଲକ୍ଷ୍ମୀ। ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ନ ରଖି ପରସ୍ପର ପରସ୍ପରକୁ ସହଯୋଗର ହାତ ବଢାଇ ଭାତୃଭାବ ଏବଂ ଏକତାର ବାର୍ତ୍ତା ପ୍ରଚାର କରିଆସୁଛନ୍ତି ପେଟୁପାଲିବାସୀ। ଏଠାରେ ଯେ କେବଳ ପୂଜା ଭଲ ହୁଏ ତାହା ନୁହେଁ, ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଛି। କୁମାର ପୂର୍ଣ୍ଣମୀ ତିଥି ଠାରୁ ମା’ଙ୍କ ପୂଜା ଆରମ୍ଭ

କାର୍ତ୍ତିକେଶ୍ୱର ଓ ଗଜଲକ୍ଷ୍ମୀଙ୍କ ପୂଜା: ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ

କାର୍ତ୍ତିକେଶ୍ୱର ଓ ଗଜଲକ୍ଷ୍ମୀଙ୍କ ପୂଜା: ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ

ରିଷିଡା, ୨୫।୧୦ (ଡି.ଏନ.ଏ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡା ଓ ତେରେସିଂହାରେ ୨ଟି ପୂଜାମଣ୍ଡପ ଆଲୋକମାଳାରେ ଝଲସୁଛି। ରିଷିଡା ସଲଣ୍ଡିଆ ମୁଣ୍ଡା ସ୍ଥିତ ମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ପ୍ରତ୍ୟେକ ରାତ୍ରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଦଣ୍ଡନୃତ୍ୟ, ଡ୍ୟାନ୍ସ ଡ୍ୟାନ୍ସ ପ୍ରଭୃତି ଅନୁଷ୍ଠିତ ହେଉଛି। ପୂଜା କମିଟିର ସଭାପତି ବାବୁଲି ଚରଣ ପରିଡା ଓ ସମ୍ପାଦକ ନରୋତ୍ତମ ସେଲମା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ସେହିପରି ତେରେସିଂହାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ 

ରେଢ଼ାଖୋଲରେ ଓଲିକୁ ସ୍ବାଗତ

ରେଢ଼ାଖୋଲରେ ଓଲିକୁ ସ୍ବାଗତ

ରେଢ଼ାଖୋଲ,୨୫।୧୦(ଡି.ଏନ.ଏ.)
ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ ହକି ଟୁର୍ନାମେଣ୍ଟ ପରିପ୍ରେକ୍ଷୀରେ  ଆୟୋଜକ କମିଟି ପକ୍ଷରୁ ପ୍ରସ୍ତୁତ ହକି ଲୋଗ ‘ଓଲି’କୁ ରେଢ଼ାଖୋଲରେ ସ୍ବାଗତ କରାଯାଇଛି। ଓଡ଼ିିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ହକି ଖେଳର ପ୍ରଚାର ପ୍ରସାର ସହ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ‘ଓଲି’କୁ ସାରା ଓଡ଼ିଶା ପରିଭ୍ରମଣ କରାଯାଉଛି। ଏହି କ୍ରମରେ ବୁଧବାର ଅପରାହ୍ନରେ ରେଢ଼ାଖୋଲରେ ‘ଓଲି’ ପହଞ୍ଚିଥିଲା। ସ୍ଥାନୀୟ ବ୍ୟାଙ୍କ ଛକଠାରେ ରେଢ଼ାଖୋଲର କ୍ରୀଡ଼ାପ୍ରେମୀ, 

ରେଢ଼ାଖୋଲରେ ଗଜଲକ୍ଷ୍ମୀ ପୂଜା ଜମୁଛି ; ୧୩ରୁ ଊର୍ଦ୍ଧ୍ୱ ମଣ୍ଡପରେ ପୂଜା

ରେଢ଼ାଖୋଲରେ ଗଜଲକ୍ଷ୍ମୀ ପୂଜା ଜମୁଛି ; ୧୩ରୁ ଊର୍ଦ୍ଧ୍ୱ ମଣ୍ଡପରେ ପୂଜା

ରେଢ଼ାଖୋଲ,୨୫।୧୦(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲରେ ଗଜଲକ୍ଷ୍ମୀ ପୂଜାର ବିରାଟ ଆୟୋଜନ ହୋଇଛି। ସହରର ପ୍ରାୟ ୧୩ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା କରାଯାଇଛି। ଗୁରୁବାର ସକାଳଠାରୁ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହିଛି। ସହରରେ ବିଭିନ୍ନ ମଣ୍ଡପରେ ପୂଜା ଜମୁଛି। ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ପୂଜା କମିଟି ପକ୍ଷରୁ ବୁଧବାର କଳସ ବରଣ ଶୋଭାଯାତ୍ରା  କରାଯାଇ ମା’ଲକ୍ଷ୍ମୀଙ୍କ ଯଥାବିଧି ପୂଜା ହୋଇଛି। ସହରର ଖନ୍ଦାଢିପ,

ସମଲେଇଙ୍କ ରାଜରାଜେଶ୍ୱରୀ ବେଶ

ସମଲେଇଙ୍କ ରାଜରାଜେଶ୍ୱରୀ ବେଶ

ସମ୍ବଲପୁର,୨୫।୧୦(ବ୍ୟୁରୋ) 
କୁମାର ପୂର୍ଣ୍ଣିମା ତିଥିରେ ସମଲେଇ ଗୁଡିରେ ନୂତନ ଧ୍ୱଜାରୋହଣ ବୁଧବାର ରାତିରେ ସମ୍ପନ୍ନ ହୋଇଛି । ରୀତିନୀତି ଓ ପରମ୍ପରାରେ  ଅପରାହ୍ନ ସାଢେ ୨ଟାରେ ଦେବୀଙ୍କୁ ସିନ୍ଦୁର ଲାଗି ନୀତି, ୩ଟାରେ ରାଜରାଜେଶ୍ୱରୀ ବେଶ ହୋଇଥିଲା। ଅପରାହ୍ନ ୪ଟାରେ ଭକ୍ତମାନେ ଦେବୀଙ୍କୁ ଦର୍ଶନ କରିଥିଲେ। ରାତି  ୮ଟାରେ  ପୂଜକମାନେ ଗମ୍ଭିରାରେ ପ୍ରବେଶ କରି ଧ୍ୱଜା ପୂଜାର୍ଚ୍ଚନା କରିଥିଲେ । ଏହାପରେ ମହାଦୀପ ମନ୍ଦିର ଚୂଡାକୁ ନିଆଯାଇଥିଲା ା ମହାଆଳତି ପରେ ପୂଜକମାନେ ଦୀପ ଧରି ମନ୍ଦିର ବେଢା 

ସୁନାଦେଈ ଯାତ୍ରାରେ ଶତାଧିକ ବଳିପଡ଼ିଲା: ରକ୍ତରଞ୍ଜିତ ହେଲା ସୁନାବେଡ଼ା

ସୁନାଦେଈ ଯାତ୍ରାରେ ଶତାଧିକ ବଳିପଡ଼ିଲା: ରକ୍ତରଞ୍ଜିତ ହେଲା ସୁନାବେଡ଼ା

ନୂଆପଡା ଅଫିସ,୨୫।୧୦
ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଈଙ୍କ ଯାତ୍ରା ସମ୍ପନ୍ନ ହୋଇଛି।  ବିଭିନ୍ନସ୍ତରରେ ପଶୁପକ୍ଷୀ ବଳିକୁ ନିରୁତ୍ସାହିତ ରାଯାଉଥିବାବେଳେ ସୁନାଦେଈଙ୍କ ପ୍ରତି ଥିବା ଭକ୍ତିଜାଗାରେ ସବୁ ନୀତିନିୟମ ହାର ମାନିଥିବା ଦେଖିବାକୁ ମିଳିଛି। ଅଭୟାରଣ୍ୟ ରକ୍ତରଞ୍ଜିତ ହୋଇପଡିଥିଲା । ଦେବୀ ପୀଠ ସମେତ ବସ୍ତିଯାକ ଶତାଧିକ ପଶୁପକ୍ଷୀ ବଳି ଦିଆଯାଇଥିଲା। ଜିଲା ସମେତ ଆଖପାଖ ଜିଲା ଏବଂ ପଡୋଶୀ ଛତିଶଗଡ ଅଞ୍ଚଳର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରୁଣ୍ଡ 

ଡିୟୁ, ଜେଏନ୍‌ୟୁର ଇତିହାସ ବିଭାଗ ଛାତ୍ରୀଛାତ୍ରଙ୍କ ଗବେଷଣା: ଜୁନାଗଡରେ ରହିଛି ପ୍ରାଚୀନ କୀର୍ତ୍ତିରାଜି

ଡିୟୁ, ଜେଏନ୍‌ୟୁର ଇତିହାସ ବିଭାଗ ଛାତ୍ରୀଛାତ୍ରଙ୍କ ଗବେଷଣା: ଜୁନାଗଡରେ ରହିଛି ପ୍ରାଚୀନ କୀର୍ତ୍ତିରାଜି

ଜୁନାଗଡ,୨୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲାର ଜୁନାଗଡ ହେଉଛି ପ୍ରାଚୀନ ସହର। ପୂର୍ବରୁ ଏହା କଳାହାଣ୍ଡିର  ରାଜଧାନୀ ଥିବାବେଳେ ହଜାରେ ବର୍ଷର ସହର ଭାବେ ମଧ୍ୟ ପରିଚିତ। ଏହି ପ୍ରାଚୀନ ସହରର ମାଟି ତଳେ ବିଭିନ୍ନ ସ୍ଥାନରେ ୫ ଶହରୁ ହଜାରେ ବର୍ଷର ବିଭିନ୍ନ ପ୍ରାଚୀନ, ଐତିହାସିକ କୀର୍ତ୍ତିରାଜି  ଲୁଚି ରହିଛି। ଏହାକୁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଗବେଷଣା କରାଯାଇ ଉଦ୍ଧାର କରାଯିବାର ଆବଶ୍ୟକତା ରହିଛି। ଏହା ଉଦ୍ଧାର ହେଲେ ବହୁ ଐତିହାସିକ ଘଟଣାବଳୀ ଜଣାପଡିବ। ଆବଶ୍ୟକ ଗବେଷଣା ଅଭାବରୁ ଜୁନାଗଡ ସହର

ହାତୀପଲର ଉପଦ୍ରବ: ବ୍ୟାପକ ଧାନ ଫସଲ ନଷ୍ଟ

ହାତୀପଲର ଉପଦ୍ରବ: ବ୍ୟାପକ ଧାନ ଫସଲ ନଷ୍ଟ

ରିଆମାଳ, ୨୫।୧୦ (ଡି.ଏନ.ଏ.) - ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଚିରିଗୁଣିକୁଦର, କୋଲବସା, ଅର୍ଜୁନଝରି, ଡେଙ୍ଗସର୍ଗୀ, ଟିଙ୍କବୀର ଗ୍ରାମରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ହାତୀମାନେ ଏକର ଏକର ଧାନ ଫସଲ ଜମି ନଷ୍ଟ କରିଥିବାବେଳେ ସନ୍ଧ୍ୟା ହେଲେ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଭାବେ ରହୁଛନ୍ତି। ମଙ୍ଗଳବାର ରାତିରେ ହାତୀପଲ ବୁଡ଼ିଦୋ ପାହାଡ଼ରେ ରହିଥିବାବେଳେ ବାଇକ ଆରୋହୀମାନେ ୫୩ନଂ. ରାଜପଥରେ ଯାତାୟାତ ପାଇଁ ଭୟ କରୁଥିଲେ। ପ୍ରକାଶ ଥାଉ

ପୋଖରୀରେ ବୁଡ଼ିଗଲେ ୨ ଛାତ୍ରୀ

ପୋଖରୀରେ ବୁଡ଼ିଗଲେ ୨ ଛାତ୍ରୀ

ଦେଓଗାଁ,୨୫।୧୦(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତ ଖଗସିକନାରେ ବୁଧବାର ପୋଖରୀରେ ବୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।  ଖଗସିକନାର ପ୍ରହଲ୍ଲାଦ ପୁଟାଙ୍କ ଝିଅ ମେଘା (୮), ଲକ୍ଷ୍ମଣ ଭୋଇଙ୍କ ଝିଅ ଝିଲି (୭) ପୂର୍ବାହ୍ନ ୧୦ଟାରେ ଧରୁଆପଡ଼ା ନିକଟ ଖଲିଆବନ୍ଧ (ପୋଖରୀ)କୁ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତାବଶତଃ ଉଭୟ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ତୁଷୁରା 

କପାଚାଷରେ ପତ୍ରଡିଅଁ ।ରୋଗ: ଶହ ଶହ ଏକର ଚାଷ ନଷ୍ଟ

କପାଚାଷରେ ପତ୍ରଡିଅଁ ।ରୋଗ: ଶହ ଶହ ଏକର ଚାଷ ନଷ୍ଟ

ଭବାନୀପାଟଣା,୨୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲାରେ ଚଳିତବର୍ଷ କପା ଚାଷ ଭଲ ହୋଇଥିଲେ ମଧ୍ୟ ବିଭିନ୍ନ ପ୍ରକାର ରୋଗ ଲାଗି ବହୁ ସ୍ଥାନରେ କପା କଢ଼ ନଷ୍ଟ ହୋଇଗଲାଣି। ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଚାଷକୁ ବିଭିନ୍ନ ଯୋଜନା କରି ଚାଷୀଙ୍କୁ ସବୁ ସହାୟତା ଯୋଗାଇ ଦିଆଯିବ ବୋଲି କହୁଥିବା ବେଳେ ଏବେ ଧାନ ପରେ କପାରେ ପତ୍ରଡିଅଁା ରୋଗ ବା ଦହିଆ ରୋଗରେ ଲାଗି ଚାଷ ନଷ୍ଟ ହେଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ୫୭,୭୧୧ ହେକ୍ଟର ଚାଷ

ରାଜଗାଙ୍ଗପୁର ସହର ଉପକଣ୍ଠରେ ହାତୀପଲ: ଲୋକେ ଆତଙ୍କିତ

ରାଜଗାଙ୍ଗପୁର ସହର ଉପକଣ୍ଠରେ ହାତୀପଲ: ଲୋକେ ଆତଙ୍କିତ

ରାଜଗାଙ୍ଗପୁର, ୨୫।୧୦ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ବର୍ଷସାରା ହାତୀଙ୍କ ଆତଙ୍କ ଲାଗି ରହିଥାଏ। ହେଲେ ଏବର୍ଷ ବୁଧବାର ସକାଳ ୬ଟାରେ ୧୦ରୁ ଊର୍ଦ୍ଧ୍ୱ ହାତୀପଲ ରାଜଗାଙ୍ଗପୁର ସହର ଭିତରକୁ ପସିଆସିଥିଲେ। ଫଳରେ ସହରବାସୀ ଆତଙ୍କିତ ହୋଇ ପଡିଥିଲେ। ରାଜଗାଙ୍ଗପୁର ବନବିଭାଗ ଦ୍ୱାରା ହାତୀଙ୍କୁ ଘଉଡା ଯାଇଥିଲେ ମଧ୍ୟ ହାତୀ ପଲ ସହରକୁ ଲାଗି ରହିଥିବା ଡୁଡୁ ଜଙ୍ଗଲରେ ରହିଛନ୍ତି। ଫଳରେ  ସହରବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି। 

ସୋସିଆଲ ମିଡ଼ିଆରେ ଦେବୀ ଦୁର୍ଗାଙ୍କ ନାମରେ ଆଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କୋର୍ଟ ଚାଲାଣ

ସୋସିଆଲ ମିଡ଼ିଆରେ ଦେବୀ ଦୁର୍ଗାଙ୍କ ନାମରେ ଆଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କୋର୍ଟ ଚାଲାଣ

ସୁନ୍ଦରଗଡ଼, ୨୫।୧୦ (ଡି.ଏନ୍‌.ଏ.) -ଦେବୀ ଦୁର୍ଗା ଓ ହିନ୍ଦୁ ଦେବାଦେବୀଙ୍କ ନାମରେ ସୋସିଆଲ ମିଡିଆ ହ୍ବାଟସ ଆପ୍‌ ମାଧ୍ୟମରେ ଆଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ସୁନ୍ଦରଗଡ ଟାଉନ୍‌ ଥାନା ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ସ୍ଥାନୀୟ ଫିଟିଙ୍ଗପଡାର ଜନ୍‌ ଲାକଡା। ସମ୍ପୃକ୍ତ ଯୁବକ ଜଣକ ଏଭଳି ବାର୍ତ୍ତା ପ୍ରେରଣ କରିବାକୁ ନେଇ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି କେତେଜଣ ଯୁବକ ତାଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିଲେ।

କଣ୍ଢଳ ଗଜଲକ୍ଷ୍ମୀ ପୂଜା: ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି

କଣ୍ଢଳ ଗଜଲକ୍ଷ୍ମୀ ପୂଜା: ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି

ବାରକୋଟ, ୨୫।୧୦ (ଡି.ଏନ.ଏ)- ଦେବଗଡ ଜିଲା ବାରକୋଟ ବ୍ଲକ  କଣ୍ଢଳ ଲକ୍ଷ୍ମୀପୂଜା ପଡିଆରେ ଗଜଲକ୍ଷ୍ମୀ ପୂଜା ଗୁରୁବାର ଧୁମ୍‌ଧାମ୍‌ରେ ଚାଲିଛି। ସକାଳଠାରୁ ଦର୍ଶକ, ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ବୁଧବାରଠାରୁ ଏଠାରେ ପୂଜା ଆରମ୍ଭ ହୋଇଛ। ସ୍ଥାନୀୟ ଅଗ୍ରଗତି ସଂଘ ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଗଜଲକ୍ଷ୍ମୀ ଚାଲିଛି। ବୁଧବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କମିଟିର ସଦସ୍ୟମାନେ ଜଳଲାଗି କଳସୀ ଧରି ଶୋଭାଯାତ୍ରାରେ ପୂଜା ମଣ୍ଡପଠାରେ ପହଞ୍ଚିଥିଲେ। ଦିନ ୧୨ଟାରୁ ପୂଜକ 

ଡେବ୍ରିଗଡ଼ରେ ମାଓବାଦୀ ପ୍ରଚାରପତ୍ର: ଅଭୟାରଣ୍ୟ ଘୋଷଣା, ବିସ୍ଥାପନକୁ ବିରୋଧ

ଡେବ୍ରିଗଡ଼ରେ ମାଓବାଦୀ ପ୍ରଚାରପତ୍ର: ଅଭୟାରଣ୍ୟ ଘୋଷଣା, ବିସ୍ଥାପନକୁ ବିରୋଧ

ଅମ୍ବାଭୋନା,୨୫।୧୦(ଡି.ଏନ୍‌.ଏ.)
ଦୀର୍ଘଦିନର ନୀରବତା ପରେ ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଧୀନ ବାରପାହାଡ଼ ଜଙ୍ଗଲ ପରିବେଷ୍ଟିତ ମୁଣ୍ଡାବାହାଲ, ଡେବ୍ରିଗଡ଼, ଝଗଡ଼ା ବେହେରା, ଅଲେଖପୁର ଆଦି ଗ୍ରାମରେ ପୁଣି ମାଓବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଛି। ମାଓବାଦୀମାନେ ଏହିସବୁ ଅଞ୍ଚଳରେ ପ୍ରଚାରପତ୍ର ବଣ୍ଟନ କରିଥିବା ଜଣାପଡ଼ିଛି। ସିପିଆଇ ମାଓବାଦୀ ମହାସମୁନ୍ଦ ଏରିଆ କମିଟି ପକ୍ଷରୁ ସଚିବ ଦୀନେଶଙ୍କ ନାମ ଉଲ୍ଲେଖ ଥାଇ ଏହି ପ୍ରଚାରପତ୍ର ବଣ୍ଟାଯାଇଛି। ବାରପାହାଡ଼ ଡେବ୍ରିଗଡ଼କୁ ଅଭୟାରଣ୍ୟ ଘୋଷଣାକୁ ବିରୋଧ ଓ

ମାତିଛନ୍‌ ଚକଡ଼ା ପୋକ୍‌: ଚିନ୍‌ତାରେ ଚାଷୀ

ମାତିଛନ୍‌ ଚକଡ଼ା ପୋକ୍‌: ଚିନ୍‌ତାରେ ଚାଷୀ

ଦେଓଗାଁ,୨୫।୧୦(ଡି.ଏନ.ଏ): 
ବଲାଙ୍ଗୀର ଜିଲା ଦେଓଗଁା ବ୍ଲକ୍‌ ସାଲେପାଲିରେ ଧାନ୍‌ଚାଷ୍‌ରେ ଚକଡା ପୋକ୍‌ ଲାଗି ପାଖାପାଖି ୧୫ ଏକର ଧାନ୍‌ ଖରାପ୍‌ ହେଇଥିବାର ଅଭିଯୋଗ୍‌ ହେଇଛେ। ସାଲେପାଲି ପାସର ଗୁଞ୍ଜିପଦରରେ ପଞ୍ଚାନନ ସାମଲକଁର କେତେ ଜମିକେ ଭାଗ୍‌ଚାଷୀ ହିସାବେ ନେଇ ଚାଷୀ ଚୌଧୁରୀ କୁଅଁର ଧାନ୍‌ଚାଷ କରିଛନ୍‌। ଧାର ଉଧାର କରି ବଡ଼ା କଷ୍‌ଟେ ସେ ଚାଷ୍‌ କରିଛନ୍‌। ଏହେଦେ ଧାନ୍‌ଗଛ୍‌ ଲପ୍‌ଲପେଇ ବଢ଼ବାର ସଂଗେ ଧାନ୍‌ କ୍ଷୀର ଖାଏଲା ଅବସ୍‌ତାରେ ଅଛେ। ହେଲେ ଇ ସମିଆରେ  ଫସଲରେ 

ନାଳରେ ବୁଡ଼ି ଭଉଣୀଭାଇ ମୃତ

ନାଳରେ ବୁଡ଼ି ଭଉଣୀଭାଇ ମୃତ

ବାମରା, ୨୫।୧୦ (ସ୍ବ.ପ୍ର.)-ସମ୍ବଲପୁର ଜିଲା ବାମରା ବ୍ଲକ ତଥା ଗୋବିନ୍ଦପୁର ଥାନା ରଙ୍ଗିଆଟିକ୍ରା ପଞ୍ଚାୟତ କହପାଣି ଗାଁର ନାଳରେ ବୁଡ଼ି ଭଉଣୀଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଗାଁର ରାଜେଶ ଲାକ୍ରାଙ୍କ ପୁଅ ଆୟୁଷ (୭) ଓ ତାଙ୍କ ଭାଣିଜୀ ଲିପ୍ସାପ୍ରିୟା ପୂର୍ତ୍ତି (୯)। ଆୟୁଷ ଓ ଲିପ୍ସାପ୍ରିୟା ବୁଧବାର ଅପରାହ୍ନରେ ଗାଧୋଇବାକୁ ଗାଁ ପାଖ ନାଳକୁ ଯାଇଥିଲେ। ଗ୍ରାମବାସୀ ଚାଷ କାର୍ଯ୍ୟ ପାଇଁ ସେଠାରେ ପାଣି ବାନ୍ଧିଥିଲେ। ଅଧିକ ପାଣି ଥିବାରୁ ଭଉଣୀ ଭାଇ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। 

ମରୁଡି ପରିସ୍ଥିତି ନେଇ ସବୁଜ କୃଷକ ସଙ୍ଗଠନର ଉଦ୍‌ବେଗ

ମରୁଡି ପରିସ୍ଥିତି ନେଇ ସବୁଜ କୃଷକ ସଙ୍ଗଠନର ଉଦ୍‌ବେଗ

ସୁନ୍ଦରଗଡ଼,୨୫।୧୦ (ଡି.ଏନ୍‌.ଏ) -ଚଳିତ ଖରିଫ ଋତୁରେ ବର୍ଷାର ଅନିୟମିତତା ଯୋଗୁ ସୁନ୍ଦରଗଡ ଜିଲାର ଅଧିକାଂଶ ବ୍ଲକରେ ଫସଲହାନୀ ହୋଇ  ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ସୁନ୍ଦରଗଡ଼ ସବୁଜ କୃଷକ ସଙ୍ଗଠନ ପକ୍ଷରୁ ବରିଷ୍ଠ ନାଗରିକ ସଂଘ ସଭାଗୃହଠାରେ ଅନୁଷ୍ଠିତ ବୈଠକରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇଛି। 

ଶୁଖିଲାଣି ଇବ୍‌ ନଦୀର ଜଳଧାର : ବ୍ୟାରେଜ ନିର୍ମାଣ ନେଇ ଜିଲାପାଳଙ୍କୁ ଦାବିପତ୍ର

ଶୁଖିଲାଣି ଇବ୍‌ ନଦୀର ଜଳଧାର : ବ୍ୟାରେଜ ନିର୍ମାଣ ନେଇ ଜିଲାପାଳଙ୍କୁ ଦାବିପତ୍ର

ସୁନ୍ଦରଗଡ଼, ୨୫।୧୦ (ଡି.ଏନ୍‌.ଏ)-ସୁନ୍ଦରଗଡବାସୀଙ୍କ ଜୀବନରେଖା କୁହାଯାଉଥିବା ଇବ୍‌ ନଦୀର ଜଳଧାର ଶୁଖିବାକୁ ବସିଲାଣି। ଏଥିଯୋଗୁ ନଦୀଜଳ ଉପରେ ଗାଧୁଅପାଧୁଆ ତ ଦୂରେ ଥାଉ ଏଠାରୁ ସହରବାସୀଙ୍କୁ ହେଉଥିବା ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ଆଗାମୀ ଦିନରେ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହେଲାଣି।