ସମ୍ବଲପୁର

ତହସିଲଦାରଙ୍କ ମରୁଡି ଅଞ୍ଚଳ ପରିଦର୍ଶନ: କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ଦେବେ ରିପୋର୍ଟ

ତହସିଲଦାରଙ୍କ ମରୁଡି ଅଞ୍ଚଳ ପରିଦର୍ଶନ: କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ଦେବେ ରିପୋର୍ଟ

ଲଖନପୁର,୧୦।୧୧(ଡି.ଏନ୍‌.ଏ.)

ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଝାରସୁଗୁଡା ଜିଲାରେ ଦେଖାଦେଇଛି ମରୁଡି ପରିସ୍ଥିତି। ଏଥିରେ ବିଶେଷଭାବେ ଲଖନପୁର ବ୍ଲକ୍‌ କ୍ଷତିଗ୍ରସ୍ତ ହୋଇଛି। ଫଳରେ କ୍ଷତିଗ୍ରସ୍ତ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। କ୍ଷତିପୂରଣ ଯୋଗାଇଦେବା ପାଇଁ ସରକାରଙ୍କ ନିକଟରେ ଚାଷୀ ଦାବି ଜଣାଇଛନ୍ତି। ଏନେଇ ସରକାର ଝାରସୁଗୁଡା ଜିଲାକୁ ମରୁଡି ଷୋଷଣା କରିଛନ୍ତି। କ୍ଷୟକ୍ଷତିର ଆକଳନ ପାଇଁ ସରକାର ରାଜସ୍ବ ଓ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସରକାରୀ ନିର୍ଦ୍ଦେଶ ବଳରେ ଏବେ 

ଛାତ୍ରୀଛାତ୍ରଙ୍କ ପୋଷାକ ବଣ୍ଟନରେ ଅନିୟମିତତା: ଅର୍ଥ ମଞ୍ଜୁର ନ ହୋଇ ପୋଷାକ ବଣ୍ଟନ ହେଲାଣି

ଛାତ୍ରୀଛାତ୍ରଙ୍କ ପୋଷାକ ବଣ୍ଟନରେ ଅନିୟମିତତା: ଅର୍ଥ ମଞ୍ଜୁର ନ ହୋଇ ପୋଷାକ ବଣ୍ଟନ ହେଲାଣି

ଲଖନପୁର, ୧୦।୧୧(ଡି.ଏନ୍‌.ଏ)-ସରକାର ଛାତ୍ରୀଛାତ୍ରଙ୍କୁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ, ମଧ୍ୟାହ୍ନଭୋଜନ ଆଦି ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷାବିଭାଗର କେତେକ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି। ଏସବୁ ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହେଉଛି କି ନାହିଁ, ଛାତ୍ରୀଛାତ୍ର ଏହାର ସୁଫଳ ପାଉଛନ୍ତି କି ନାହିଁ ଏସବୁ ତଦାରଖ କରିବା ଦାୟୀତ୍ୱ ଶିକ୍ଷାବିଭାଗ ହାତରେ ନ୍ୟସ୍ତ କରାଯାଇଛି। ଏହାକୁ କେତେକ ବିଭାଗୀୟ ଅଧିକାରୀ 

ରାଜ୍ୟସ୍ତରୀୟ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା: ବେଲପାହାଡ଼ ଜୁନିୟର କଲେଜ ଚାମ୍ପିୟନ

ରାଜ୍ୟସ୍ତରୀୟ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା: ବେଲପାହାଡ଼ ଜୁନିୟର କଲେଜ ଚାମ୍ପିୟନ

ବେଲପାହାଡ଼,୧୦।୧୧(ଡ଼ି.ଏନ୍‌.ଏ)

ଆନ୍ତ କଲେଜ ଫୁଟବଲ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲାସ୍ଥିତ ବେଲପାହାଡ଼ ଜୁନିୟର କଲେଜ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ଟ୍ରଫି ହାସଲ କରିବାରେ ସଫଳତା ପାଇଛି। ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ଖୋର୍ଦ୍ଧା ଜିଲାର ବେଗୁନିଆଠାରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବେଲପାହାଡ଼ ଜୁନିୟର କଲେଜ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳି କେନ୍ଦ୍ରାପଡ଼ା ଦଳକୁ ୨-୦ ଗୋଲରେ ପରାସ୍ତ 

ଜିଲାସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

ଜିଲାସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

ଝାରସୁଗୁଡ଼ା ଅଫିସ,୧୦।୧୧

ଝାରସୁଗୁଡ଼ା ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ଶୁକ୍ରବାର ଜିଲାସ୍ତରୀୟ ଯୁବ ମହୋତ୍ସବ ସଂସ୍କୃତି ଭବନଠାରେ ଉଦ୍‌ଘାଟିତ ହୋଇଛି। ଜିଲା କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ୱାବଧାନରେ ମୁଖ୍ୟଅତିଥି ଜିଲା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ, ସମ୍ମାନିତ ଅତିଥି ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଶାରୀରିକ ଶିକ୍ଷା ନିରୀକ୍ଷକ ଡମ୍ବରୁଧର ପୂଜାରୀ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ଦିବସରେ ଦଳଗତ ଲୋକନୃତ୍ୟ, ଏକକ ଅଭିନୟ, ଶାସ୍ତ୍ରୀୟ ସଙ୍ଗୀତ, କଣ୍ଠ ସଙ୍ଗୀତ ପ୍ରତିଯୋଗିତା

ଫର୍ଟିଲାଇଜର ଟାଉନଶିପ ପୁଷ୍ପା ପାର୍କ: ରକ୍ଷଣାବେକ୍ଷଣ କରୁଛନ୍ତି ସ୍ଥାନୀୟ ବାସିନ୍ଦା

ଫର୍ଟିଲାଇଜର ଟାଉନଶିପ ପୁଷ୍ପା ପାର୍କ: ରକ୍ଷଣାବେକ୍ଷଣ କରୁଛନ୍ତି ସ୍ଥାନୀୟ ବାସିନ୍ଦା

ରାଉରକେଲା ଅଫିସ,୧୦।୧୧

ଫର୍ଟିଲାଇଜର ଟାଉନଶିପ ଅଞ୍ଚଳବାସୀଙ୍କ ଅବସର ବିନୋଦନ ନିମନ୍ତେ ଉଦ୍ଦିଷ୍ଟ ଏକମାତ୍ର ପୁଷ୍ପା ପାର୍କର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉନି। ଲୋକେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଅନୁଦାନ ବା ସହଯୋଗକୁ ଅପେକ୍ଷା ନ କରି ଏହାର ସୌନ୍ଦର୍ଯ୍ୟକରଣ ନେଇ ନିଜ ପକେଟରୁ ଅର୍ଥ ବ୍ୟୟ କରୁଛନ୍ତି। ଫଳରେ ଆଜି ଫୁଲରେ ହସି ଉଠୁଛି ଏହି ଛୋଟ ଉଦ୍ୟାନଟି। ଏଠାରେ ବିଭିନ୍ନ କିସମର ଫୁଲଗଛ ଲଗାଯାଇଛି। ସବୁଜିମରେ ଭରପୁର ଏହି ପାର୍କ ଉପରେ ସ୍ଥାନୀୟ ଅବସରପ୍ରାପ୍ତ ବରିଷ୍ଠ 

ଯୁବତୀଙ୍କ ଆତ୍ମହତ୍ୟା ଘଟଣା: ପ୍ରେମିକ ଗିରଫ

ଯୁବତୀଙ୍କ ଆତ୍ମହତ୍ୟା ଘଟଣା: ପ୍ରେମିକ ଗିରଫ

ସୁନ୍ଦରଗଡ଼/ବିଶ୍ରା,୧୦।୧୧(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ଏର୍ଲା ଗ୍ରାମର ଜନୈକା ଯୁବତୀ (୧୮) କୌଣସି ବିଷାକ୍ତ ଜିନିଷ ଖାଇ ଗୁରୁବାର ଆତ୍ମହତ୍ୟା କରିଥିଲେ। ବିଶ୍ରା ପୋଲିସ ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଏହି ଆତ୍ମହତ୍ୟା ଘଟଣାରେ ପୋଲିସ ଯୁବତୀଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ପ୍ରେମିକ ସହ ଫୋନରେ କଥା ହେବାବେଳେ 

ଚାଏର୍‌ଖଁଦ୍‌ ପାଏବାରୁ ବଁଚିତ୍‌ ହେଲେ ମହିଲା

ଚାଏର୍‌ଖଁଦ୍‌ ପାଏବାରୁ ବଁଚିତ୍‌ ହେଲେ ମହିଲା

ବାମରା, ୧୦।୧୧(ସ୍ବ.ପ୍ର.)

ସମ୍ବଲପୁର ଜିଲା ବାମରା ବ୍ଲକ୍‌ ପିଣ୍ଡାପଥର ପଁନ୍‌ଚେତ ମହୁଲଛାପଳ ଗଁାରେ ଗଲା ବୁଧୁବାର ବରର୍‌ କାଠ୍‌ଫାଲିଆ ମାଡ୍‌ରେ ମାଏଝିର ମୁର୍‌ତୁ ହେଇଥିଲା। ଇ ପରିବାରଟା ସାମାଜିକ୍‌ ବାସଁଦ୍‌ ହେଇଥିବାର ଲାଗି ଗଁ।ବାସୀ ଶବ ସତ୍‌କାର କରବାକେ ମନା କରିଦେଇଥିଲେ। ପଛେ ପୁଲିସ୍‌ ପର୍‌ଶାସନ ମାମ୍‌ଲାରେ ଦଖଲ୍‌ ଦେଲାରୁ ଶବ ସତ୍‌କାର କରାଯାଇଥିଲା। ଇ ଆଧୁନିକ୍‌ ଯୁଗେ ବି ମୁନୁଷ୍‌ ଅଁଧ୍‌ବିଶୁଆସ, କୁସଁସ୍‌କାର, ଗୁନିଗାରେଡି, ଫୁକାଝଡା ଲେଖେଁ ମାନ୍‌ସିକତାକେ ଛାଡି 

ଭୀମପାହାଡ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ବିହୁ, ଘୁଡୁକା ନୃତ୍ୟ ମନ ମୋହିଲା

ଭୀମପାହାଡ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ବିହୁ, ଘୁଡୁକା ନୃତ୍ୟ ମନ ମୋହିଲା

ଦେଓଗାଁ, ୧୦।୧୧ (ଡି.ଏନ.ଏ.)

ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମ ଡୁଙ୍ଗୁରୀସ୍ଥିତ ପର୍ଯ୍ୟଟନସ୍ଥଳ ଭୀମପାହାଡ ପାଦଦେଶରେ ଅନୁଷ୍ଠିତ ଗିରି ଗୋବର୍ଦ୍ଧନପୂଜା ଅବସରରେ  ଚାଲିଥିବା ଭୀମପାହାଡ ମହୋସତ୍ବର ଶୁକ୍ରବାର ଥିଲା ଦ୍ୱିତୀୟ ସନ୍ଧ୍ୟା । ମଧୂସୁଦନ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ପୂର୍ବାଞ୍ଚଳ ସଂସ୍କୃତି କେନ୍ଦ୍ର କୋଲକାତା ଓ ସଂସ୍କୃତି ମନ୍ତ୍ରଣାଳୟ ଭାରତସରକାରଙ୍କ ଦ୍ୱାରା ପ୍ରାୟୋଜିତ ପଞ୍ଜାବର ଭାଙ୍ଗଡା ନୃତ୍ୟ, ଆସାମର ବିହୁ , ଝାଡ଼ଖଣ୍ଡର 

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା,୧୦।୧୧(ଡି.ଏନ.ଏ.)-କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କୁସୁର୍ଲା ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି । ଜିଲା ଓ ଦୌରା ଜଜ୍‌ ଶିଶିର କୁମାର ରଥ ଏହି ମାମଲାର ବିଚାର କରି କୁସୁର୍ଲା ଗ୍ରାମର ବୈବ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ା ଦଫା ୩୦୨ରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । 

ସକାରାତ୍ମକ ଚିନ୍ତା ପାଇଁ ସୁଶିକ୍ଷା ଆବଶ୍ୟକ

ସକାରାତ୍ମକ ଚିନ୍ତା ପାଇଁ ସୁଶିକ୍ଷା ଆବଶ୍ୟକ

ସୋନପୁର, ୧୦।୧୧(ନି.ପ୍ର.)ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନ ସୁବର୍ଣ୍ଣପୁର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲାସ୍ତରୀୟ ତର୍କ ପ୍ରତିଯୋଗିତା ଓ ଶିକ୍ଷାର ସକାରାତ୍ମକ ଚିନ୍ତାଧାରା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। 

ସମସ୍ତଙ୍କୁ ଆଇନ ସେବା ମିଳିବା ସାମ୍ବିଧାନିକ ଅଧିକାର

ସମସ୍ତଙ୍କୁ ଆଇନ ସେବା ମିଳିବା ସାମ୍ବିଧାନିକ ଅଧିକାର

ସୋନପୁର,୧୦।୧୧(ନି.ପ୍ର.)ସୁବର୍ଣ୍ଣପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଇନଗତ ସହାୟତା ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। 

ସଫଳତା ଭିତରେ ଲୁଚି ରହିଛି କଠିନ     ପରିଶ୍ରମ, ଅଧ୍ୟବସାୟ

ସଫଳତା ଭିତରେ ଲୁଚି ରହିଛି କଠିନ ପରିଶ୍ରମ, ଅଧ୍ୟବସାୟ

ବୀରମହାରାଜପୁର, ୧୦ା୧୧(ଡି.ଏନ୍‌.ଏ.)ସୁବର୍ଣ୍ଣପୁର ଜିଲା ସ୍କୁଲ ସମୂହର ସପ୍ତମ ଜିଲାସ୍ତରୀୟ ଖେଲକୁଦ ପ୍ରତିଯୋଗିତା ବୀରମହାରାଜପୁରସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି। 

ଦାଦନ ସମସ୍ୟା, ଇନ୍‌ପୁଟ୍‌ ସବ୍‌ସିଡି ଉପରେ ଆଲୋଚନା

ଦାଦନ ସମସ୍ୟା, ଇନ୍‌ପୁଟ୍‌ ସବ୍‌ସିଡି ଉପରେ ଆଲୋଚନା

କଣ୍ଟାବାଞ୍ଜି, ୧୦ା୧୧ (ଡି.ଏନ.ଏ.)ବଲାଙ୍ଗୀର ଜିଲା ଉନ୍ନୟନ ସମନ୍ବୟ ଏବଂ ପର୍ଯ୍ୟବେକ୍ଷଣ କମିଟି (ଦିଶା) ବୈଠକ କଣ୍ଟାବାଞ୍ଜି ଏନ୍‌ଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। 

ସୋସିଆଲ ମିଡିଆରେ ଯୁବତୀଙ୍କୁ ବଦନାମ କରି ଯୁବକ ଗିରଫ

ସୋସିଆଲ ମିଡିଆରେ ଯୁବତୀଙ୍କୁ ବଦନାମ କରି ଯୁବକ ଗିରଫ

ରାଉରକେଲା ଅଫିସ,୯।୧୧- ଜଣେ ଯୁବତୀଙ୍କୁ ଗତ ମାସାଧିକ ସମୟ ହେବ ସୋସିଆଲ ମିଡିଆରେ ବଦନାମ କରୁଥିବା ଯୁବକଙ୍କୁ ରାଉରକେଲା ସାଇବର ଥାନା ପୋଲିସ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନାଁ ପ୍ରଦୀପ ତିର୍କୀ (୨୮)। ସେ କିଞ୍ଜିରିକେଲା ଥାନା ଅନ୍ତର୍ଗତ ଖମାରିମୁଣ୍ଡା ବାସିନ୍ଦା ବୋଲି ଜଣାଯାଇଛି। ଏ ନେଇ ପୋଲିସ ଦଫା ୩୫୪ (ଡି)/୪୪୬/୪୬୯/୫୦୦ ଆଇପିସି, ଆର୍‌/ଡବ୍ଲୁ ୬୬ (ସି)/୬୭ ଆଇଟି ଆକ୍ଟ ୨୦୦୮ରେ ଏକ ମାମଲା (ନଂ-୮/୨୦୧୮) ରୁଜୁ କରିଛି। ଅଇଆଇସି 

ଧାନ ଫସଲରେ ବାରହାଙ୍କ ଉପଦ୍ରବ

ଧାନ ଫସଲରେ ବାରହାଙ୍କ ଉପଦ୍ରବ

ଅମରପାଲି, ୯।୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ କୋଟସମଲାଇ ଓ କାଦୋଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷ ଜମିରେ ବାରହ ଉପଦ୍ରବ ଦେଖିବାକୁ ମିଳୁଛି । ବାରହାମାନେ ଧାନ ଫସଲ ଖାଇ ଦେବା ସହିତ ଦଳି ଚକଟି ନଷ୍ଟ କରି ଦେଉଥିବା ଚାଷୀମାନେ  ଅଭିଯୋଗ କରିଛନ୍ତି।

କଳିଙ୍ଗ ମାଟି ଅଶୋକଙ୍କୁ ଦେଇଥିଲା ଅହିଂସା ମହାମନ୍ତ୍ର

କଳିଙ୍ଗ ମାଟି ଅଶୋକଙ୍କୁ ଦେଇଥିଲା ଅହିଂସା ମହାମନ୍ତ୍ର

ବୀରମହାରାଜପୁର, ୯।୧୧(ଡି.ଏନ.ଏ.): ଭାରତ ଇତିହାସର ଏକ ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ ହେଉଛି କଳିଙ୍ଗ ଯୁଦ୍ଧ। ଏହି ଯୁଦ୍ଧ ଇତିହାସର ଗତିପଥକୁ ନିର୍ଣ୍ଣୟକ ମୋଡରେ ପହଞ୍ଚାଇଥିଲା। ଏଥିରେ ଓଡିଆ ପୁଅ ହାରିଯାଇଥିଲେ ସୁଦ୍ଧା ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ନିକଟରେ ମଥାନତି କରି ନ ଥିଲେ। 

ସଚେତନ ରହିଲେ ଆଇନସେବା ଅପହଞ୍ଚ ନୁହେଁ

ସଚେତନ ରହିଲେ ଆଇନସେବା ଅପହଞ୍ଚ ନୁହେଁ

ବୀରମହାରାଜପୁର, ୯।୧୧ (ଡି.ଏନ.ଏ.): ତଫସିଲଭୁକ୍ତ ଜାତି, ଉପଜାତି, ମହିଳା, ଶିଶୁ, ଦିବ୍ୟାଙ୍ଗ, ଦଙ୍ଗା ପ୍ରପୀଡିତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ମାଗଣାରେ ଆଇନଗତ ସେବା ପହଞ୍ଚାଇବା ପାଇଁ ପ୍ରାବଧାନ ଥିଲେ ସୁଦ୍ଧା ସଚେତନତା ଅଭାବରୁ ଯୋଗ୍ୟବ୍ୟକ୍ତି ତାହାର ସୁଯୋଗ ନେଇ ପାରୁନାହାନ୍ତି । 

 ଧର୍ମଗଡରେ ବିଶାଳ ଚାଷୀ ସମାବେଶ : ବିକ୍ଷୋଭ

ଧର୍ମଗଡରେ ବିଶାଳ ଚାଷୀ ସମାବେଶ : ବିକ୍ଷୋଭ

ଧର୍ମଗଡ,୯।୧୧(ଡିଏନଏ)- କଳାହାଣ୍ଡି ଜିଲା ଧର୍ମଗଡଠାରେ ଶୁକ୍ରବାର କୋକସରା କୃଷକ ସଚେତନ ମଞ୍ଚ ତରଫରୁ ଏକ ବିଶାଳ ଚାଷୀ ସମାବେଶ ଆୟୋଜନ କରାଯାଇଥିଲା। ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଧର୍ମଗଡ ସହର ପରିକ୍ରମା ପରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବିକ୍ଷୋଭ ସଭା କରାଯାଇଥିଲା। ଏହି ସମାବେଶରେ ୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ। କୋକସରା ବ୍ଲକ ଏକ ଆଦିବାସୀ, ହରିଜନ 

ବିମୁଦ୍ରୀକରଣ ବିଫଳତାକୁ ନେଇ କଂଗ୍ରେସ ପକ୍ଷରୁ ଗଣଧାରଣା

ବିମୁଦ୍ରୀକରଣ ବିଫଳତାକୁ ନେଇ କଂଗ୍ରେସ ପକ୍ଷରୁ ଗଣଧାରଣା

ଦେବଗଡ଼, ୯।୧୧(ସ୍ବ.ପ୍ର.)-ଦେବଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ ବିମୁଦ୍ରୀକରଣର ବିଫଳତାକୁ ନେଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଦିଆଯାଇଥିଲା। ଏହି ଗଣଧାରଣାରେ ଜିଲା କଂଗ୍ରେସ କମିଟିର ସଭାପତି ଉମାଶଙ୍କର ସାହୁ, ଓଡ଼ିଶା ପ୍ରଦେଶ କମିଟିର ରାଜ୍ୟ ସମ୍ପାଦକ ସେମ୍‌ ହେମରମ, ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ୱର ଗୁରୁ, ବରିଷ୍ଠ କଂଗ୍ରେସ କର୍ମୀ ଧରଣୀଧର ଗଡ଼ନାୟକ, ସଭାନେତ୍ରୀ ମଞ୍ଜୁଲତା ନାୟକ, ପ୍ରକାଶ ଦେବତା, ମଞ୍ଜୁଳ ନାଏକ, କ୍ଷିତିଶ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ଥିଲେ। 

ଜାତୀୟ ଆଇନ ସେବା ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

ଜାତୀୟ ଆଇନ ସେବା ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

ରେଢ଼ାଖୋଲ,୯।୧୧(ଡି.ଏନ.ଏ)-ସମ୍ବଲପୁର ଜିଲା ରେଢ଼ାଖୋଲ ଆଇନସେବା ପ୍ରାଧୀକରଣ ସମିତି ପକ୍ଷରୁ ଶୁକ୍ରବାର ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ସମାଜର ସବୁବର୍ଗର ଲୋକେ ବିଭିନ୍ନ କ୍ଷେତ୍ରରେ ସଚେତନ ହେବା ସହ ଆଇନ ସେବା ଦିଗରେ ମଧ୍ୟ ସଚେତନ ହେବା ଆବଶ୍ୟକତା ରହିଛି। ଏବାର୍ତ୍ତା ନେଇ ଆଇନସେବା ପ୍ରାଧୀକରଣ ସମିତି ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଗୌରଚନ୍ଦ୍ର ହାଇସ୍କୁଲର 

ବରଗଡ଼ ସବ୍‌ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ

ବରଗଡ଼ ସବ୍‌ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ

ବରଗଡ଼ ଅଫିସ, ୯।୧୧-ବରଗଡ଼ ସବ୍‌ଜେଲ ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ବିଚାରାଧୀନ ବନ୍ଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ଜଣେ ଆହତ ହୋଇଛନ୍ତି। ଆହତ ଜଣକ ବରଗଡ଼ ପଠାନପଡ଼ାର ଏମ୍‌ଡ଼ି ଅଲତାଫ ବୋଲି ଜଣାପଡ଼ିଛି। ସେ ଏକ ଆକ୍ରମଣ ଘଟଣାରେ ଗତ କିଛି ଦିନ ତଳେ ଗିରଫ ହେବା ପରେ ବରଗଡ଼ ସବ୍‌ ଜେଲରେ ଅଛନ୍ତି। ଶୁକ୍ରବାର ଆକ୍ରମଣରେ ଆହତ ହେବା ପରେ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ବୌଦ୍ଧ,୯।୧୧(ସ୍ବ.ପ୍ର)

ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ଗୌରିମାଳି ମହାରଣା  ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁସାରେ, ଗତ ତା୧୪।୧।୧୪ ରିଖରେ କଣ୍ଟାମାଳ ଥାନା ଖମନମୁଣ୍ଡା ଗ୍ରାମର ଇଶ୍ୱର ନାଗ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ନିକଟସ୍ଥ  ଜଙ୍ଗଲ ଲଙ୍କାଡୁଙ୍ଗୁରୀକୁ ଟେକି ନେଇ ବଳାତ୍କାର କରିଥିଲେ । କୁଳମଣି ଗହିର ଏସବୁ

ନିସାହା ଜୀବନ୍‌ ବିତଉଛନ୍‌ ସେରିଆ

ନିସାହା ଜୀବନ୍‌ ବିତଉଛନ୍‌ ସେରିଆ

ଅତାବିରା, ୯।୧୧ (ଡି.ଏନ.ଏ)

ଆପ୍‌ନେ ଆରପାରକେ ଚାଲିଯାଇଛନ୍‌। ଗୁଟେବଲି ଝି ବିହାଚୁରା ହେଇ ଶାଶ୍‌ଘରେ ଖଟୁଛନ୍‌। ସଁପତି କହେଲେ ଭଂଗା ଦଦ୍‌ରା ଘରଖଁଡେକେ ଛାଡିଦେଲେ ଜମିବାଡି ବଲି କହିଛି ନଁାଇଁ। ସୁବିଧା ଅସ୍‌ବିଧା ବୁଝ୍‌ବାକେ ପାସେ କେହି ନଁାଇଁ। ଏନ୍‌ତାଥି ନିସାହା ବୁର୍‌ଧା ଝନ୍‌କ ଭାଏଗ୍‌କେ ଆଦ୍‌ରି ଏକ୍‌ଲା ଜୀବନ୍‌ ବିତଉଛନ୍‌। ଇଏ ହେଉଛନ୍‌ ବରଗଡ ଜିଲା ଭେଡ଼େନ ବ୍ଲକ୍‌ ଦେଶଭଟିଲି ଗଁାର ନିସାହା ବିଧବା ବୁର୍‌ଧା ସେରିଆ ଲୁହା(୭୦)। ସରକାରୀ ଯୋଜ୍‌ନାରେ ସେ ମାସିକ୍‌ ୩ଶହ 

ନାବାଳିକା ବଳାତ୍କାର ମାମଲାରେ ୭ ବର୍ଷ କାରାଦଣ୍ଡାଦେଶ

ନାବାଳିକା ବଳାତ୍କାର ମାମଲାରେ ୭ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ,୯।୧୧(ସ୍ବ.ପ୍ର)

ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ଗୌରିମାଳି ମହାରଣା  ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରିବା ମାମଲାକୁ ବିଚାର କରି ଗୁରୁବା ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ସୂଚନା ଅନୁସାରେ, ବାଉଁଶୁଣୀ ଥାନା ଟିକିରାପଡା ଗ୍ରାମ ଲକ୍ଷ୍ମୀକାନ୍ତ ବେହେରା (୨୪) ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ  ଗତ ୨୦୧୩ ଜୁଲାଇ ୧୪ ତାରିଖରେ ନେଇ ପଳାଇଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଅଲଗା ଜାତି ହୋଇଥିବାରୁ