ସମ୍ବଲପୁର

ରାଉରକେଲାର କେନ୍ଦ୍ର ଇସ୍ପାତମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ

ରାଉରକେଲାର କେନ୍ଦ୍ର ଇସ୍ପାତମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ

ରାଉରକେଲା ଅଫିସ,୧୧।୬-କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବରେନ୍ଦ୍ର ସିଂ ସୋମବାର ଦିନିକିଆ ଗସ୍ତରେ ଆସି ରାଉରକେଲାରେ ପହଞ୍ଚିଛନ୍ତି। ରାଉରକେଲା ଏୟାରଷ୍ଟ୍ରିପରେ ସେ ସ୍ବତନ୍ତ୍ର ବିମାନରୁ ଓହ୍ଲାଇବା ପରେ ସେଠାରେ ଉପସ୍ଥିତ ଆରଏସପି (ରାଉରକେଲା ଷ୍ଟିଲ ପ୍ଲାଣ୍ଟ)ର ସିଇଓ ଅଶ୍ୱିନୀ କୁମାରଙ୍କ ସମେତ ଆରଏସପିର ଅନ୍ୟାନ୍ୟ ଅଧିକାରୀମାନେ ସ୍ବାଗତ କରିଥିଲେ।

ଭବାନୀପାଟଣା ସହରକୁ ବନ୍ଦୋବସ୍ତ କରାଯାଉ

ଭବାନୀପାଟଣା ସହରକୁ ବନ୍ଦୋବସ୍ତ କରାଯାଉ

ଭବାନୀପାଟଣା,୧୧।୬ (ଡି.ଏନ.ଏ.)-୧୯୫୨ ମସିଆଠାରୁ ଏ ଯାଏ ଭବାନୀପାଟଣା ସହରକୁ ବନ୍ଦୋବସ୍ତ କରାଯାଇନି। ଏଣୁ ସାଧାରଣ ଲୋକେ ମୌଳିକ ଅଧିକାର ବା ସୁବିଧା ପାଇ ପାରୁ ନାହାନ୍ତି।

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା: ଭବାନୀପାଟଣାରେ ଭାଜପାର ବିକ୍ଷୋଭ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା: ଭବାନୀପାଟଣାରେ ଭାଜପାର ବିକ୍ଷୋଭ

ଭବାନୀପାଟଣା,୧୧।୬ (ଡି.ଏନ.ଏ.)-ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଗୃହର ଚାବି ହଜିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହିକ୍ରମରେ ଭାଜପା ପକ୍ଷରୁ ଭବାନୀପାଟଣା ସୋମବାର ଗଣ ବିକ୍ଷୋଭ କରାଯାଇଛି।

ଟିପ୍ପର ସହ ଧକ୍କା ହେଲା ନାଇଟ୍‌ ଏକ୍ସପ୍ରେସ

ଟିପ୍ପର ସହ ଧକ୍କା ହେଲା ନାଇଟ୍‌ ଏକ୍ସପ୍ରେସ

ଭବାନୀପାଟଣା,୧୧।୬ (ଡି.ଏନ.ଏ.)-ଭୁବନେଶ୍ୱରରୁ ଭବାନୀପାଟଣା ଆସୁଥିବା କିଙ୍ଗଫିସର ନାମକ ନାଇଟ୍‌ ଏକ୍ସପ୍ରେସ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟିପ୍ପର ସହ ବସ୍‌ଟି ମୁହାଁମୁହିଁ ଧକ୍କା ହୋଇଛି।

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟପାଳ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟପାଳ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ

ଦେବଗଡ଼,୧୧।୬-ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଗୃହର ଚାବି ହଜିବା ଆଦ ଗ୍ରହଣୀୟ ନୁହେଁ। ଏଥିପାଇଁ ଯେଉଁମାନେ ଦାୟି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନିଜେ ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ।

ଯୁକ୍ତ ଦୁଇ ପରୀକ୍ଷା ଫଳରେ ତ୍ରୁଟି: ହଲ୍‌ରେ ବସି ପରୀକ୍ଷା ଦେଇଛନ୍ତି ମଧୁମିତା, କିନ୍ତୁ ମାର୍କଶିଟ୍‌ରେ ଆବ୍‌ସେଣ୍ଟ

ଯୁକ୍ତ ଦୁଇ ପରୀକ୍ଷା ଫଳରେ ତ୍ରୁଟି: ହଲ୍‌ରେ ବସି ପରୀକ୍ଷା ଦେଇଛନ୍ତି ମଧୁମିତା, କିନ୍ତୁ ମାର୍କଶିଟ୍‌ରେ ଆବ୍‌ସେଣ୍ଟ

ସମ୍ବଲପୁର,୧୧।୬(ବ୍ୟୁରୋ) ସମ୍ବଲପୁର ସରକାରୀ ମହିଳା କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶରେ ତ୍ରୁଟି ଦେଖିବାକୁ ମିଳିଛି। ସେ ଫେଲ୍‌ ବୋଲି ଦର୍ଶା ଯାଇଛି। ସେହିଭଳି ପ୍ରଥମ ଦିନ ଇଂଲିଶ ବିଷୟରେ ଅନୁପସ୍ଥିତ ଦର୍ଶା ଯାଇଛି। ଏଣୁ ସେ ଭାଙ୍ଗି ପଡିଛନ୍ତି। ଏହି ଛାତ୍ରୀ ଜଣକ ହେଲେ ସମ୍ବଲପୁର କଚେରି ଛକ ଷ୍ଟେଟବ୍ୟାଙ୍କ ପଛପଟେ ରହୁଥିବା ମଧୁମିତା ବାଗ। ଚଳିତ ବର୍ଷ ସେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ।

ଯୁବବର୍ଗଙ୍କ ମାର୍ଗଦର୍ଶକ ହୁଅନ୍ତୁ ବରିଷ୍ଠ ନାଗରିକ

ଯୁବବର୍ଗଙ୍କ ମାର୍ଗଦର୍ଶକ ହୁଅନ୍ତୁ ବରିଷ୍ଠ ନାଗରିକ

ସମ୍ବଲପୁର,୧୧।୬ (ବ୍ୟୁରୋ) ବରିଷ୍ଠ ନାଗରିକମାନେ ଯୁବ ବର୍ଗଙ୍କ ମାର୍ଗ ଦର୍ଶକ ହୁଅନ୍ତୁ । ଯୁବ ବର୍ଗକୁ ଉଚିତ ରାସ୍ତା ଦେଖାଇ ତାଙ୍କର ଉନ୍ନତିରେ ସହାୟକ ହୁଅନ୍ତୁ । ସମାଜିକ କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କ ଅଧିକ ଦାୟିତ୍ୱ ରହିଛି। ସେମାନେ ଚାହିଁଲେ ସମାଜରେ ପରିବର୍ତ୍ତନ ହୋଇ ପାରିବ। ତପସ୍ବିନୀ ପ୍ରେକ୍ଷାଳୟରେ ସମ୍ବଲପୁର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ଆୟୋଜିତ ବୁଦ୍ଧିଜୀବୀ ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି।

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ

ସମ୍ବଲପୁର, ୧୧।୬ (ବ୍ୟୁରୋ)- ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉତ୍ସବ ଆୟୋଜିତ ହୋଇଥିଲା।

ଧମାରୁ ୧୮ କୁଇଣ୍ଟାଲ ଆମ୍ବ ଦିଲ୍ଲୀ ରପ୍ତାନୀ

ଧମାରୁ ୧୮ କୁଇଣ୍ଟାଲ ଆମ୍ବ ଦିଲ୍ଲୀ ରପ୍ତାନୀ

ଧମା, ୧୧।୬ (ଡି.ଏନ.ଏ.) ମାନେଶ୍ୱର ବ୍ଲକ ଧମା ଅଞ୍ଚଳର ଲୋକନାଥ ମିଶ୍ର ନିଜ ବଗିଚାରୁ ଉତ୍ପାଦିତ ୧୮ କୁଇଣ୍ଟାଲ ଆମ୍ବ ଦିଲ୍ଲୀ ରପ୍ତାନି କରିଛନ୍ତି।

ଜମନକିରାର ମୁକ୍ତେଶ୍ୱର ବାବାଙ୍କ ପତରପେଁଣ୍ଡି

ଜମନକିରାର ମୁକ୍ତେଶ୍ୱର ବାବାଙ୍କ ପତରପେଁଣ୍ଡି

ଜମନକିରା, ୧୧।୬ (ଡି.ଏନ୍‌.ଏ.) ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବାବା ମୁକ୍ତେଶ୍ୱର ଓ ମା’ ପାର୍ବତୀଙ୍କ ପତରପେଁଣ୍ଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଘରକୁ ଘର ବୁଲିଲେ କଂଗ୍ରେସ ନେତା, କର୍ମୀ

ଘରକୁ ଘର ବୁଲିଲେ କଂଗ୍ରେସ ନେତା, କର୍ମୀ

ମାନେଶ୍ୱର,୧୧।୬ (ଡି.ଏନ.ଏ.)-ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ବଦୁଆପାଲି ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ପିସିସି ସଭ୍ୟ ଆସଫ ଅଲି ଖାନଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏକ ଟିମ୍‌ ଗଁା ଗୁଡିକ ବୁଲିଥିଲା। ଘର ଘର ବୁଲି ଏହି ଟିମ୍‌ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲା।

ପୁରାତନ ଛାତ୍ରୀଛାତ୍ରମାନଙ୍କ ସହଯୋଗରେ ସ୍କୁଲର ଉନ୍ନତି ହୋଇପାରିବ

ପୁରାତନ ଛାତ୍ରୀଛାତ୍ରମାନଙ୍କ ସହଯୋଗରେ ସ୍କୁଲର ଉନ୍ନତି ହୋଇପାରିବ

ରେଢ଼ାଖୋଲ,୧୧।୬(ଡି.ଏନ.ଏ.) ସମ୍ବଲପୁର ଜିଲାର ବିଭିନ୍ନ ହାଇସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି କର୍ମକର୍ତ୍ତା, ଅଭିଭାବକ, ଶିକ୍ଷା ବିଭାଗ ଅଧିକାରୀମାନଙ୍କୁ ନେଇ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ଲାଗି ବୈଠକ ବସୁଛି। ତେବେ ପୁରାତନ ଛାତ୍ରୀଛାତ୍ର ଚାହିଁଲେ ଓ ସେମାନଙ୍କ ସାହାଯ୍ୟ ସହଯୋଗରେ ହିଁ ଗୋଟିଏ ସ୍କୁଲର ବିକାଶ ବା ଉନ୍ନତି ସମ୍ଭବ ବୋଲି ଆଶା କରି ସ୍କୁଲ କର୍ତ୍ତପକ୍ଷ ସେମାନଙ୍କ ସହାୟତା ଲୋଡୁଛନ୍ତି। ଏହିକ୍ରମରେ ରେଢ଼ାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲରେ ରବିବାର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍କୁଲର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ଓ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ବାରବାଙ୍କ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶତୃଘନ ସ୍ବାଇଁ, ସ୍କୁଲ କମିଟିର ଚେୟାରମ୍ୟାନ ପ୍ରଦୀପ କୁମାର ମହାକୁଡ, ସମିତି ସଭ୍ୟ ଧର୍ମେନ୍ଦ୍ର କଅଁର ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲ କମିଟି ସଭ୍ୟ/ସଭ୍ୟା, ଅଭିଭାବକ, ପୁରାତନ ଛାତ୍ରୀଛାତ୍ର, ଗ୍ରାମବାସୀ ଯୋଗଦେଇ ସ୍କୁଲର ଉନ୍ନତି ନିମନ୍ତେ ସମସ୍ତେ ସହଯୋଗ କରିବା ସହିତ ଆର୍ଥିକ ସହାୟତା କରିବାକୁ ମତାମତ ଦେଇଥିଲେ ା ଶିକ୍ଷକ ଦୁଃଖୀଶ୍ୟାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଇସ୍କୁଲ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କୃଷ୍ଣଚନ୍ଦ୍ର ହୋତା, ଡ. ମଧୁସୂଦନ ସାହୁ, ସଚ୍ଚିଦାନନ୍ଦ ପ୍ରଧାନ, ଶରତ କୁମାର ପ୍ରଧାନ, ସଞ୍ଜୟ କୁମାର ମିଶ୍ର, ଖଗେଶ୍ୱର ମେହେର, ମିତ୍ରଭାନୁ ବେହେରା ପ୍ରମୁଖ ଯୋଗଦେଇ ନିଜନିଜର ମତାମତ ପ୍ରଦାନ କରିଥିଲେ।

ନିରାଶ କଲେ ଧର୍ମେନ୍ଦ୍ର

ନିରାଶ କଲେ ଧର୍ମେନ୍ଦ୍ର

ପଡିଆବାହାଲ, ୧୧।୬ (ଡି.ଏନ.ଏ.) ସମ୍ବଲପୁର ଜିଲା ପଡିଆବାହାଲଠାରେ ରବିବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ କରିବା ପାଇଁ ଏକ ସଭାରେ ଲୋକେ ନିରାଶ ହୋଇଛନ୍ତି। ସ୍ଥାନୀୟ ଡଗରପଡା, ଟାମ୍ପରପଡା, ବାହାମ, ନୂଆବରଙ୍ଗାମାଲ, ଘେନୁପାଲି ପ୍ରଭୃତି ପଞ୍ଚାୟତରୁ ବହୁ ମହିଳା ସମେତ ଜନସାଧାରଣ ଦୀର୍ଘ ସମୟ ଧର୍ମେନ୍ଦ୍ରଙ୍କୁ ଅପେକ୍ଷା କରିଥିଲେ ।

ଆଗ ଥଇଥାନ କରି ପରେ ହୀରାକୁଦ ବନ୍ଧ ତୃତୀୟ ସ୍ପିଲୱେର କାମ କରିବାକୁ ଦାବି

ଆଗ ଥଇଥାନ କରି ପରେ ହୀରାକୁଦ ବନ୍ଧ ତୃତୀୟ ସ୍ପିଲୱେର କାମ କରିବାକୁ ଦାବି

ହୀରାକୁଦ, ୧୧।୬ (ଡି.ଏନ.ଏ.)-ଆଗ ଥଇଥାନ କର। ପରେ ଯାଇ ହୀରାକୁଦ ବନ୍ଧର ତୃତୀୟ ସ୍ପିଲୱେର କାମ କର। ଏହା ସହ ଉପଯୁକ୍ତ କ୍ଷତିପୂରଣ ବି ଦିଅ। ନ ହେଲେ କାମକୁ ବିରୋଧ କରାଯିବ। ପ୍ରସ୍ତାବିତ ହୀରାକୁଦ ବନ୍ଧର ୩ୟ ସ୍ପିଲଓ୍ବେ ପାଇଁ ବେଘର ହେବାକୁ ଥିବା ଲୋକେ ଏହି ଦାବି କରି ଚେତାବନୀ ଦେଇଛନ୍ତି। ହୀରାକୁଦ ହାଇସ୍କୁଲ ସାମ୍ନାରେ ଏକ ସାଧାରଣ ସଭାରେ ଏହି ରଣହୁଙ୍କାର ଦିଆଯାଇଛି। ପ୍ରଦୀପ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଏଥିରେ ବ୍ରଜ ମେହେର ସଭାପତି କରିଥିଲେ।

ହରିଣ ମୃତଦେହ ଉଦ୍ଧାର

ହରିଣ ମୃତଦେହ ଉଦ୍ଧାର

ନୂଆପଡା ଅଫିସ,୧୧।୬-ନୂଆପଡା ଜିଲା କୋମନା ବନ ବିଭାଗ ସ୍ଥାନୀୟ ଦୋହେଲପଡା ଗାଁ ନିକଟରୁ ଏକ ମୃତ ହରିଣକୁ ଉଦ୍ଧାର କରିଛି। ସୋମବାର ବଡି ଭୋରରୁ କିଛି ଲୋକ ଶୌଚ ପାଇଁ ଯାଇଥିବାବେଳେ ଏକ ବଡ ହରିଣ ମରିପଡିଥିବା ଦେଖିବାକୁ ପାଇଥିଲେ।

ଖଣ୍ଡାଧାର ଲୋକ ମହୋତ୍ସବ ଉଦ୍‌ଘାଟିତ: ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ଖଣ୍ଡାଧାର ଲୋକ ମହୋତ୍ସବ ଉଦ୍‌ଘାଟିତ: ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ଲହୁଣୀପଡା, ୧୧।୬ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ତାଳବାହାଲି ପଞ୍ଚାୟତର ବୁଢ଼ାଭୂଇଁ ଗ୍ରାମରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଖଣ୍ଡାଧାର ଜଳପ୍ରପାତ ପାଦଦେଶରେ ରବିବାର ଷଷ୍ଠତମ ଖଣ୍ଡାଧାର ଲୋକ ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି।

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ମାଡ

ଲହୁଣୀପଡା, ୧୧।୬ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଶଙ୍ଖପୋଷ ପଞ୍ଚାୟତର ଅର୍ଜୁନ ଚୁଆଁ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ପିଲା ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରି ବ୍ଲକ ଘରେ ପୁରାଇ ରାତିସାରା ରଖିବା ପରେ ପୋଲିସକୁ ଜିମା ଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏଆଇଏଫ୍‌ଏଫ୍‌ ଶିବିରକୁ ଫୁଟବଲ ଖେଳାଳି ନିର୍ମଳ ମନୋନୀତ

ଏଆଇଏଫ୍‌ଏଫ୍‌ ଶିବିରକୁ ଫୁଟବଲ ଖେଳାଳି ନିର୍ମଳ ମନୋନୀତ

ଝାରସୁଗୁଡ଼ା ଅଫିସ,୧୧।୬- ସର୍ବଭାରତୀୟ ଫୁଟବଲ ଫେଡେରେଶନ୍‌ (ଏଆଇଏଫ୍‌ଏଫ୍‌) ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ପାଇଁ ଝାରସୁଗୁଡ଼ା ଜିଲାର ନିର୍ମଳ ମହାନନ୍ଦିଆ ମନୋନୀତ ହୋଇଛନ୍ତି। ନିର୍ମଳଙ୍କ ମନୋନୟନକୁ ନେଇ ଜିଲା କ୍ରୀଡ଼ା ସଂଘ ଉତ୍ସାହିତ ଥିବାବେଳେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅଭିଯୋଗକାରୀଙ୍କୁ ପୋଲିସ ମାଡ଼ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ଝାରସୁଗୁଡ଼ା ଅଫିସ,୧୧।୬- ଜମିଜମା ବିବାଦ ନେଇ ଫାଣ୍ଡିକୁ ଆସିଥିବା ଜଣେ ଅଭିଯୋଗକାରୀଙ୍କୁ ପୋଲିସ ମାଡ଼ ମାରି ଆହତ କରିବା ଘଟଣାରେ ରବିବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ ଓ ଲଇକେରା ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ ରବିବାର ସାହସପୁର ଫାଣ୍ଡି ଏବଂ ଜିଲା ହସ୍ପିଟାଲ ଯାଇ ତଦନ୍ତ କରିଛନ୍ତି।

ଦୁର୍ଘଟଣାରେ ଆହତ ବାଇକ୍‌ ଚାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ

ଦୁର୍ଘଟଣାରେ ଆହତ ବାଇକ୍‌ ଚାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ

ଲଖନପୁର,୧୧।୬(ଡି.ଏନ୍‌.ଏ.)- ଗତ ମାର୍ଚ୍ଚ ୮ ତାରିଖରେ ଭବାନୀ ଠିକାସଂସ୍ଥାର ଏକ ଜାଇଲୋ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିବା ଧୋବାଡେରା ଗ୍ରାମର ବାଇକ୍‌ ଚାଳକ ରଘୁମଣି କଣ୍ଟା (୫୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନ ଗୋଟାଏରେ ମୃତ୍ୟୁ ହୋଇଛି।

ଦୁଇ ଘଣ୍ଟାରେ ୧୩ଥର ବିଦ୍ୟୁତ୍‌କାଟ

ଦୁଇ ଘଣ୍ଟାରେ ୧୩ଥର ବିଦ୍ୟୁତ୍‌କାଟ

ଝାରସୁଗୁଡ଼ା ଅଫିସ,୧୧।୬- ବିଦ୍ୟୁତ ବିଭାଗର ଅପାରଗତା ପାଇଁ ଲୋକେ ହନ୍ତସନ୍ତ। ଠିକ୍‌ ସମୟରେ ଟାନ୍ସଫର୍ମର ମରାମତି କରାଯାଉନି। ବିଦ୍ୟୁତ ତାର ଉପରେ ଲାଗି ରହିଥିବା ଗଛଡାଳ କଟାଯାଉନି। ଯାହାର ପରିଣାମ ସ୍ବରୂପ ଅକାରଣରେ ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି।

ନାବାଳକଙ୍କୁ ଉଦ୍ଧାର କଲା ପୋଲିସ ସହାୟତା ଟିମ୍‌

ରାଉରକେଲା ଅଫିସ,୧୧।୬- ରବିବାର ସକାଳେ ସାଇକେଲରୁ ପଡ଼ି ଆହତ ହୋଇଥିବା ସେକ୍ଟର-୧୮ ଅଞ୍ଚଳର ଜଣେ ନାବାଳକଙ୍କୁ ପୋଲିସ ସହାୟତା ଟିମ୍‌ ଉଦ୍ଧାର କରିଛି। ନାବାଳକ ଜଣକ ଭାରସାମ୍ୟ ହରାଇ ସାଇକେଲରୁ ତଳକୁ ଖସିପଡ଼ିଥିଲେ। ସ୍ଥାନୀୟ ଡେଲି ମାର୍କେଟ ବ୍ୟବସାୟୀ ଏନେଇ ପୋଲିସ କଣ୍ଟ୍ରୋଲରୁମ୍‌କୁ ଖବର ଦେଇଥିଲେ। ପୋଲିସ ସହାୟତା ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରି ପ୍ରଥାମିକ ଚିକିତ୍ସା କରାଇଥିଲେ।

ଶୀତଳପଡ଼ାର ୪ ଯୁବକ ନିଖୋଜ ଘଟଣା: ଉଦ୍ଧାର ହୋଇପାରିଲେନି ୩ ଯୁବକ: ଉଦ୍ଧାର କାର୍ଯ୍ୟ ଜାରି

ଶୀତଳପଡ଼ାର ୪ ଯୁବକ ନିଖୋଜ ଘଟଣା: ଉଦ୍ଧାର ହୋଇପାରିଲେନି ୩ ଯୁବକ: ଉଦ୍ଧାର କାର୍ଯ୍ୟ ଜାରି

ରାଉରକେଲା ଅଫିସ,୧୧।୬- ଆର୍‌ଏସ୍‌ପି ୯ନଂ ଆଉଟ ଫଲ ଟନେଲ ଭିତରେ ଫସି ଗତ ୩ ତାରିଖରୁ ନିଖୋଜ ଥିବା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ଅଞ୍ଚଳର ୪ ଯୁବକଙ୍କ ମଧ୍ୟରୁ ଶନିବାର ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସୋମବାର ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।

ବିଦ୍ୟୁତ୍‌ କାଟ ଓ ରାସ୍ତା ସମସ୍ୟାର ପ୍ରତିବାଦ: ହେମଗିରବାସୀଙ୍କ ରାସ୍ତାରୋକୋ ଆନ୍ଦୋଳନ

ବିଦ୍ୟୁତ୍‌ କାଟ ଓ ରାସ୍ତା ସମସ୍ୟାର ପ୍ରତିବାଦ: ହେମଗିରବାସୀଙ୍କ ରାସ୍ତାରୋକୋ ଆନ୍ଦୋଳନ

ହେମଗିର, ୧୧।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଅଞ୍ଚଳରେ ଘନଘନ ବିଦ୍ୟୁତ୍‌ କାଟ ଲାଗି ରହିଛି। ଏହା ସହ ରାସ୍ତାଘାଟ ସମସ୍ୟା ମଧ୍ୟ ଦେଖାଦେଇଛି। ଫଳରେ ଏହାର ପ୍ରତିବାଦରେ ରବିବାର ହେମଗିରବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ରାସ୍ତାରୋକୋ କରିବା ସହ ଦାବିପତ୍ର ଦେଇଛନ୍ତି।