ସମ୍ବଲପୁର

ଲଖନପୁର ପଞ୍ଚାୟତ ସମିତି ବୈଠକ: ପଞ୍ଚାୟତ ରାସ୍ତାକୁ ପିଏମ୍‌ଜିଏସ୍‌ଓ୍ବାଇରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ

ଲଖନପୁର ପଞ୍ଚାୟତ ସମିତି ବୈଠକ: ପଞ୍ଚାୟତ ରାସ୍ତାକୁ ପିଏମ୍‌ଜିଏସ୍‌ଓ୍ବାଇରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ

ଲଖନପୁର,୭।୧୦(ଡି.ଏନ୍‌.ଏ.)
ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କତରବଗା ପଞ୍ଚାୟତ ରାଜୀବ ଭବନରେ ଶନିବାର ବ୍ଲକ ଅଧ୍ୟକ୍ଷା ଶାନ୍ତି ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଗୋବିନ୍ଦ ଦଣ୍ଡସେନା, ଜିଲା ପରିଷଦ ଉପାଧ୍ୟକ୍ଷା ପଙ୍କଜିନୀ ପ୍ରଧାନ, ସଭ୍ୟା ରଞ୍ଜୁ ମଲ୍ଲିକ, ସହକାରୀ ନିର୍ବାହୀଯନ୍ତ୍ରୀ ହରିବନ୍ଧୁ ସାହୁ, ଜିପିଇଓ ଗିରେନ୍ଦ୍ର ପଟେଲ, ଆର୍‌ଡି ସହକାରୀ ଯନ୍ତ୍ରୀ ଅମିର ସେଠୀ, କନିଷ୍ଠଯନ୍ତ୍ରୀ ଦୋଳଗୋବିନ୍ଦ ଭୋଇ, ଦେବାନନ୍ଦ ମହନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ 

ଛାତ୍ରୀଙ୍କୁ ଅସଦାଚରଣ କରିଥିବା ପ୍ରଧାନ ଶିକ୍ଷକଙ୍କୁ ବହିସ୍କାର ଦାବି କଲା ଡମ୍ବ ସମାଜ

ଛାତ୍ରୀଙ୍କୁ ଅସଦାଚରଣ କରିଥିବା ପ୍ରଧାନ ଶିକ୍ଷକଙ୍କୁ ବହିସ୍କାର ଦାବି କଲା ଡମ୍ବ ସମାଜ

ଜୁନାଗଡ,୭।୧୦(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମଥୁରା ରାଧାକୃଷ୍ଣ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଶୁକ୍ରବାର ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ଅସଦାଚରଣ କରିଥିବା ଜୁନାଗଡ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାକୁ ନିନ୍ଦା କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ବହିସ୍କାର କରିବା ଦାବି ନେଇ ଶନିବାର ଡମ୍ବ ସମାଜର ସଦସ୍ୟମାନେ ଜୁନାଗଡ ବ୍ଲକ ଶିକ୍ଷାଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ବ୍ଲକ ଶିକ୍ଷାଧିକାରୀ 

କାରଖାନା କର୍ତ୍ତୃପକ୍ଷଙ୍କୁ ପ୍ରଶାସନର ଅନୁକମ୍ପା: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷଙ୍କ ଚଞ୍ଚକତା ବରଦାସ୍ତ କରାଯିବନି

କାରଖାନା କର୍ତ୍ତୃପକ୍ଷଙ୍କୁ ପ୍ରଶାସନର ଅନୁକମ୍ପା: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷଙ୍କ ଚଞ୍ଚକତା ବରଦାସ୍ତ କରାଯିବନି

ରାଉରକେଲା ଅଫିସ,୭।୧୦
ଓସିଏଲ୍‌ ଇଣ୍ଡିଆ ଜନଶୁଣାଣି ନେଇ ଶନିବାର ଆଦିବାସୀ ପ୍ରତିନିଧିମାନେ ସେକ୍ଟର-୫ସ୍ଥିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଘେରିବା ସହ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ କୁହାଯାଇଛି ଯେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲାବାସୀଙ୍କ ହର୍ତ୍ତାକର୍ତ୍ତା ହେଉଛନ୍ତି ରାଜ୍ୟପାଳ। ତାଙ୍କ ସହମତି ବିନା ଜିଲା ପ୍ରଶାସନ ଏଠି ମେରି ରାୟ ଶାସନ ଚଳାଇଛି ବୋଲି ଅଭିଯୋଗ ହୋଇଛି। ରାଜଗାଙ୍ଗପୁରଠାରେ ଥିବା ଓସିଏଲ୍‌ କାରଖାନା କର୍ତ୍ତୃପକ୍ଷଙ୍କ ହାତବାରିଶୀ ସାଜିଛନ୍ତି ସରକାରୀ ଅଧିକାରୀ। 

ସାର୍ବଜନୀନ ଦୁର୍ଗା ପୂଜା, ଜିଲା ପ୍ରଶାସନ ପକ୍ଷରୁ ସମନ୍ବୟ ବୈଠକ: ଶୃଙ୍ଖଳା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ସାର୍ବଜନୀନ ଦୁର୍ଗା ପୂଜା, ଜିଲା ପ୍ରଶାସନ ପକ୍ଷରୁ ସମନ୍ବୟ ବୈଠକ: ଶୃଙ୍ଖଳା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ରାଉରକେଲା ଅଫିସ, ୭।୧୦
କେନ୍ଦ୍ରୀୟ ପୂଜା କମିଟି ସଭାପତି ତଥା ରାଉରକେଲା ଅତିରିକ୍ତ ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଶନିବାର ଉଦିତନଗର ଆଇଟିଡିଏ କନଫରେନ୍ସ ହଲରେ ସାର୍ବଜନୀନ ଦୁର୍ଗୋତ୍ସବ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏସ୍‌ପି ଡ. ଉମାଶଙ୍କର ଦାଶ, ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର, ବରିଷ୍ଠ ପୋଲିସ ଅଧିକାରୀ ଏସ୍‌.କେ. ପାଠୀ, ପି.କେ. ମହାପାତ୍ର, ପଦ୍ମିନୀ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ, ସମସ୍ତ ଥାନା ଅଧିକାରୀଙ୍କ ସମେତ 

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

କଲମପୁର, ୭।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଚୁରାଗାଁରେ ଶନିବାର ରାତିରେ ବିଦ୍ୟୁତ ତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲାରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି: ପାଣି ନାହିଁ, ଚାଷଜମି ଫାଟି ଆଁ କଲାଣି

ଝାରସୁଗୁଡ଼ା ଜିଲାରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି: ପାଣି ନାହିଁ, ଚାଷଜମି ଫାଟି ଆଁ କଲାଣି

ଝାରସୁଗୁଡ଼ା ଅଫିସ,୭।୧୦
ଅପେକ୍ଷାକୃତ କମ୍‌ ବର୍ଷା ଯୋଗୁ ଝାରସୁଗୁଡ଼ା ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ୫ଟି ବ୍ଲକରେ ଏହି ପରିସ୍ଥିତି ଚାଷୀଙ୍କୁ ଚିନ୍ତାରେ ପକାଇଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ବର୍ଷା ଉଭାନ୍‌ ହୋଇ ଯାଇଥିବା ବେଳେ ଚାଷଜମି ଫାଟି ଆଁ କଲାଣି। ଝାରସୁଗୁଡ଼ା ବ୍ଲକର ଅନେକ ଅଞ୍ଚଳରେ ଆସନ୍ନ ମରୁଡ଼ି ପରିସ୍ଥିତି ବୋଲି ଚାଷୀ ଅଭିଯୋଗ କଲେଣି। ଏହାକୁ ଦୃଷ୍ଟିରେ ରଖି ଜିଲା କୃଷି ବିଭାଗ ପରିସ୍ଥିତିର ସମୀକ୍ଷା କରିବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରିଛି। କୃଷି ବିଭାଗ ତରଫରୁ ଜମିର ଆଦର୍‌ରତା 

ଝାରସୁଗୁଡ଼ା ଷ୍ଟେଶନରେ ସାନିଟାରି ନାପ୍‌କିନ ଭେଣ୍ଡିଂ ମେଶିନ

ଝାରସୁଗୁଡ଼ା ଷ୍ଟେଶନରେ ସାନିଟାରି ନାପ୍‌କିନ ଭେଣ୍ଡିଂ ମେଶିନ

ଝାରସୁଗୁଡ଼ା ଅଫିସ,୭।୧୦
ମହିଳା ସଶକ୍ତୀକରଣ କ୍ଷେତ୍ରରେ କାମ କରୁଥିବା ‘ସଙ୍ଗିନୀ’ ଅନୁଷ୍ଠାନ ପକ୍ଷରୁ ଅକ୍ଟୋବର ୨ ତାରିଖରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିସରରେ ସାନିଟାରି ନାପ୍‌କିନର ଭେଣ୍ଡିଂ ମେଶିନ ସ୍ଥାପନ କରାଯାଇଥିବା ବେଳେ ଶନିବାର ଝାରସୁଗୁଡ଼ା ରେଲୱେ ଷ୍ଟେଶନରେ ଏହି ମେଶିନ ସ୍ଥାପନ କରାଯାଇଛି। ଏହାକୁ ଦକ୍ଷିଣ-ପୂର୍ବ ରେଳପଥ କୋଲକାତା ଡିଭିଜନ ଜେନେରାଲ ମ୍ୟାନେଜରଙ୍କ ସ୍ତ୍ରୀ ରଶ୍ମିରେଖା ମିଶ୍ର ଉଦ୍‌ଘାଟନ କରିଛନ୍ତି। ୫ଟଙ୍କିଆ କଏନ ବ୍ୟବହାର କରି ଏହି ଭେଣ୍ଡିଂ ମେଶିନରୁ 

ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତାରଣା, ବିବାହିତ ବ୍ୟକ୍ତି ଗିରଫ: ଜିଲା ଆଦିବାସୀ ସଂଘର ହସ୍ତକ୍ଷେପରେ ମାମଲା ରୁଜୁ

ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତାରଣା, ବିବାହିତ ବ୍ୟକ୍ତି ଗିରଫ: ଜିଲା ଆଦିବାସୀ ସଂଘର ହସ୍ତକ୍ଷେପରେ ମାମଲା ରୁଜୁ

ଦେଓଗାଁ,୭।୧୦(ଡି.ଏନ.ଏ)-ବଲାଙ୍ଗୀର ଜିଲା ଦେଓଗାଁ ଫାଣ୍ଡି ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ବରକାନୀର  ଜଣେ ବିବାହିତ ବ୍ୟକ୍ତିଙ୍କ ଅନୈତିକ ସମ୍ପର୍କ ଥିଲା । ସେ ତାଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ସ୍ଥାପନ କରିଥିଲେ । ଯୁବତୀ ଜଣକ ୭ ମାସର ଗର୍ଭବତୀ ହେଲା ପରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତି ଜଣକ ହେଲେ ଜରାସିଂହା ପଞ୍ଚାୟତ ବରକାନୀ ଗାଁର ଧନପତି 

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା: ଜେଲ ଗଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା: ଜେଲ ଗଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ

ଜୁନାଗଡ,୭।୧୦(ଡି.ଏନ୍‌.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅଞ୍ଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଶୁକ୍ରବାର ଅପରାହ୍ନରେ ଜୁନାଗଡ ଥାନାରେ ଅଭିଯୋଗ ହୋଇଥିଲା। ଜୁନାଗଡ ପୋଲିସ ସମ୍ପୃକ୍ତ ଶିକ୍ଷକ ସଞ୍ଜୀବ ପଣ୍ଡାଙ୍କୁ ଗିରଫ କରିଛି।  ପଣ୍ଡାଙ୍କ ବୟାନ ରେକର୍ଡ କରାଯାଇଛି। ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ଓ ମୁଁ ନିର୍ଦ୍ଦୋଷ ବୋଲି ସେ ସଫେଇ ଦେଇଛନ୍ତି। ଛାତ୍ରୀଙ୍କ ବୟାନ ଓ ତାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି  ଜୁନାଗଡ ଥାନାରେ 

ମହିଳାଙ୍କ ମୃତଦେହ ଠେଲା ରିକ୍ସାରେ ଶ୍ମଶାନକୁ ଗଲା

ମହିଳାଙ୍କ ମୃତଦେହ ଠେଲା ରିକ୍ସାରେ ଶ୍ମଶାନକୁ ଗଲା

ବୀରମହାରାଜପୁର,୭।୧୦(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବସ୍ତିରେ ରହୁଥିବା ଜଣେ ମହିଳାଙ୍କ ମୃତଦେହ ଠେଲା ରିକ୍ସାରେ ବୁହାହୋଇ ଶ୍ମଶାନକୁ ଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ମହିଳା ହେଲେ ସୁମିତ୍ରା ମହାପାତ୍ର (୬୫)। ସେ କୁମାରକେଲି ଗ୍ରାମର ମୂଳ ବାସିନ୍ଦା ଅଚ୍ୟୁତ ମହାପାତ୍ରଙ୍କର ସ୍ତ୍ରୀ । ଗତ କିଛି ବର୍ଷ ହେଲା ଅଚ୍ୟୁତଙ୍କ ପରିବାର ସ୍ଥାନୀୟ କଲେଜ ନିକଟରେ ଘର କରି ରହୁଥିଲେ। ଏପରି କି ବୀରମହାରାଜପୁର ବସ୍ତିରେ ଠେଲା ରିକ୍ସାରେ ଛୋଟ ବ୍ୟବସାୟ 

ରିହାତି ଆଳରେ ଭେଳିକି: ଚାହିଦା ମୁତାବକ ଚାଷୀଙ୍କୁ ମିଳୁନି କୀଟନାଶକ

ରିହାତି ଆଳରେ ଭେଳିକି: ଚାହିଦା ମୁତାବକ ଚାଷୀଙ୍କୁ ମିଳୁନି କୀଟନାଶକ

ବରଗଡ଼ ଅଫିସ,୭।୧୦
ବରଗଡ଼ ଜିଲାରେ ଖରିଫ ଧାନ ଫସଲରେ ଚକଡ଼ା ରୋଗପୋକ ଉପଦ୍ରବ ଦେଖାଦେଇଛି । ଚକଡ଼ା ଦମନ ପାଇଁ ୫୦ ପ୍ରତିଶତ ରିହାତିରେ କୀଟନାଶକ ଯୋଗାଣ ବ୍ୟବସ୍ଥା କରାଯାଇଛି ବୋଲି କୃଷିବିଭାଗ ଲିଫ୍‌ଲେଟ୍‌, ବ୍ୟାନର ମାଧ୍ୟମରେ ପ୍ରଚାର କରୁଛି । ମାତ୍ର ସେହି ରିହାତି ଚାଷୀଙ୍କ ପାଇଁ ଭେଳିକିରେ ପରିଣତ ହୋଇଛି । ଚାହିଦା ମୁତାବକ କୀଟନାଶକ ଦିଆଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କୀଟନାଶକରେ ୫୦ ପ୍ରତିଶତ ରିହାତି ନୁହେଁ, ଜଣେ ଚାଷୀଙ୍କୁ କେବଳ ସର୍ବାଧିକ ୫୦୦ ଟଙ୍କା 

ଆୟୁଷ୍ମାନ ଭାରତ ଯୋଜନାର ସଚେତନତା କାର୍ଯ୍ୟକ୍ରମ

ଆୟୁଷ୍ମାନ ଭାରତ ଯୋଜନାର ସଚେତନତା କାର୍ଯ୍ୟକ୍ରମ

ଦେବଗଡ, ୭।୧୦ (ସ୍ବ.ପ୍ର) ଜିଲାର ୩ଟି ଯାକ ବ୍ଲକରେ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାର ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ତିଲେଇବଣି ବ୍ଲକ ଅଧୀନ ଲଇମୁରା ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କୁ ଭାଜପାର ପୂର୍ବତନ ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଯୋଗଦେଇ ଭାରତ ସରକାରଙ୍କ ମାଗଣା ସ୍ବାସ୍ଥ୍ୟ ସେବା ଆୟୁଷ୍ମାନ ଯୋଜନାର ସୁବିଧା କିପରି ପାଇପାରିବେ ସଚେତନତା ସୃଷ୍ଟି କରିଥିଲେ । ସେହିପରି 

ରାଜ୍ୟପାଳଙ୍କ ସୁନ୍ଦରଗଡ଼ ଗସ୍ତ ମଙ୍ଗଳବାର

ରାଜ୍ୟପାଳଙ୍କ ସୁନ୍ଦରଗଡ଼ ଗସ୍ତ ମଙ୍ଗଳବାର

ସୁନ୍ଦରଗଡ଼ , ୭।୧୦ (ଡି.ଏନ୍‌.ଏ.)
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଆସୁଥିବା ଜଣାଯାଇଛି। ସେ ଏଠାରେ ବିଭିନ୍ନ ସରକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପୂର୍ବାହ୍ନରେ ଡିଆରଡିଏର ପ୍ରଗତି ମଣ୍ଡପଠାରେ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ପରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ କିରେଇ ପଞ୍ଚାୟତ ଯାଇ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ବୟଂସହାୟିକା ଗୋଷ୍ଠୀ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।

ଦେବଗଡ କଲେଜରେ ଛାତ୍ର ଅଶାନ୍ତି ଘଟଣା ସରଗରମ୍‌ : ‘ସମସ୍ତ ଦିଗକୁ ବିଚାର କରି  ନିର୍ବାଚନ ବାତିଲ କରାଯାଇଛି’

ଦେବଗଡ କଲେଜରେ ଛାତ୍ର ଅଶାନ୍ତି ଘଟଣା ସରଗରମ୍‌ : ‘ସମସ୍ତ ଦିଗକୁ ବିଚାର କରି ନିର୍ବାଚନ ବାତିଲ କରାଯାଇଛି’

ଦେବଗଡ, ୭।୧୦ (ସ୍ବ.ପ୍ର) ଦେବଗଡ କଲେଜ ଛାତ୍ର ଆନ୍ଦୋଳନ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ ଶୁକ୍ରବାର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ନିଜ ମତ ରଖିଥିବା ସୂଚନା ଦେଇଛନ୍ତି। ଅଧ୍ୟକ୍ଷା ଜଣାଇଛନ୍ତି ଯେ, ଗତ ଅକ୍ଟୋବର ୧ ତାରିଖ ଅପରାହ୍ନ ସାଢେ ୧ ଟାରେ ସମସ୍ତ ଉପସ୍ଥାନ ଖାତା ସଂଗ୍ରହ କଲାବେଳକୁ ୨ଟି ଉଦ୍ଭିଦ ବିଜ୍ଞାନ ବିଭାଗ ଖାତା ଚୋରି ହୋଇଥିବାନେଇ ବିଭାଗୀୟ ମୁଖ୍ୟ  ଅମୂଲ୍ୟ ନାୟକ ଜଣାଇଥିଲେ ା ଏ ସମ୍ପର୍କରେ କଲେଜର ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ମେହେର

ଦେବଗଡ଼ କଲେଜ ଛାତ୍ରଙ୍କ ଆମରଣ ଅନଶନ ୪ର୍ଥ ଦିନରେ : ଜିଦରେ ଛାତ୍ରୀଛାତ୍ର ଅଟଳ

ଦେବଗଡ଼ କଲେଜ ଛାତ୍ରଙ୍କ ଆମରଣ ଅନଶନ ୪ର୍ଥ ଦିନରେ : ଜିଦରେ ଛାତ୍ରୀଛାତ୍ର ଅଟଳ

ଦେବଗଡ଼,୭।୧୦(ସ୍ବ.ପ୍ର)- ଦେବଗଡ କଲେଜର ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ କଲେଜ କର୍ତ୍ତୃପକ୍ଷ ବିନା କୌଣସି ଯୁକ୍ତିଯୁକ୍ତ କାରଣ ଦର୍ଶାଇ ସାଇନ-ଏ-ଡାଇ ଘୋଷଣା କରିଥିବାରୁ ସୃଷ୍ଟି ହୋଇଥିବା ଛାତ୍ର ଅଶାନ୍ତି ରବିବାର ମଧ୍ୟ ଥମି ନାହିଁ।  କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ, କଲେଜ ପରିଚାଳନା ସଭାପତି ସୁଧୀର କପରଦାର, ଊଦ୍ଦିଦ ବିଜ୍ଞାନ ମୁଖ୍ୟ ଅମୂଲ୍ୟ ନାୟକଙ୍କ ବହିଷ୍କାର ଦାବିରେ ଛାତ୍ରମାନେ ଗୁରୁବାରଠାରୁ ଆମରଣ ଅନଶନରେ ବସିଥିବାବେଳେ ରବିବାର ୪ର୍ଥ ଦିନରେ 

ଜିଲାସ୍ତରୀୟ ବିଶ୍ୱ ବଧୀର ଦିବସ ପାଳିତ

ଜିଲାସ୍ତରୀୟ ବିଶ୍ୱ ବଧୀର ଦିବସ ପାଳିତ

ସୁନ୍ଦରଗଡ, ୭।୧୦ (ଡି.ଏନ୍‌.ଏ) ଜିଲା ପ୍ରଶାସନ ,ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଶନିବାର ସ୍ଥାନୀୟ ବିକାଶ ଭବନଠାରେ ଜିଲାସ୍ତରୀୟ ବିଶ୍ୱ ବଧୀର ଦିବସ ପାଳିତ ହୋଇଯାଇଛି । ଓଡିଶା ସରକାରଙ୍କ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିତିନ୍‌ ଚନ୍ଦ୍ରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ସମାରୋହକୁ ଉଦଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଶ୍ରବଣବାଧିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଚା ସହିତ ସୁନିଶ୍ଚିତ କରାଇବାକୁ ପ୍ରେରଣା 

ବିଜେଡି ମହିଳା ସମାବେଶ: କର୍ମୀ ମହଲରେ ଅଶାନ୍ତି

ବିଜେଡି ମହିଳା ସମାବେଶ: କର୍ମୀ ମହଲରେ ଅଶାନ୍ତି

ଲେଫ୍ରିପଡା,୭।୧୦(ଡି.ଏନ.ଏ) -ରାଜ୍ୟରେ  ଆଗକୁ ନିର୍ବାଚନ ରହିଥିବାରୁ ରାଜନୈତିକ ଦଳ ମଧ୍ୟରେ ଜନସାଧାରଣଙ୍କ ନିକଟତର ହେବାକୁ ପ୍ରୟାସ କରାଯାଉଛି। ବିଜେଡି ପକ୍ଷରୁ ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ଛୋଟବଙ୍ଗାଠାରେ ଶନିବାର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ଜିଲା ସଭାପତି ମଙ୍ଗଳା କିଷାନ, ରାଜମାତା ପଦ୍ମିନୀ ଶେଖର ଦେଓ, ମହିଳା ନେତ୍ରୀ ମୀନତୀ ଦେବତା, ସୁନ୍ଦରଗଡ ଜିଲା ସ୍ବତନ୍ତ୍ର କମିଟି ଉପାଧ୍ୟକ୍ଷା କୁସୁମ ଟେଟେ ପ୍ରମୁଖ ନେତୃମଣ୍ଡଳୀ 

ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ସୁନ୍ଦରଗଡ଼ , ୭।୧୦ (ଡି.ଏନ୍‌.ଏ.) -ସାନପତ୍ରାପାଲି ୟୁଥ କ୍ଲବ ଆନୁକୂଲ୍ୟରେ ତ୍ରିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଜିଲା ବିଜେଡିର ବରିଷ୍ଠ ନେତା ଜନ୍ମେଜୟ ମହାପାତ୍ର, ସୁନ୍ଦରଗଡ଼ ନଗରପାଳ ବେଣୁଧର ତାଣ୍ଡିଆ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଟୁର୍ନାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଜିଲା କୃଷକ ବିଜେଡିର ସାଧାରଣ ସମ୍ପାଦକ ସୁନୀଲ  କୁମାର ମହାପାତ୍ର, ଅନ୍ୟତମ ସମ୍ମାନିତ 

ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ  ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୨ ଗିରଫ, ଟଙ୍କା ଜବତ

ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୨ ଗିରଫ, ଟଙ୍କା ଜବତ

ସୁନ୍ଦରଗଡ଼/ବିଶ୍ରା, ୭।୧୦ (ଡି.ଏନ୍‌.ଏ.) ଗତ ୨୪ ତାରିଖ ସନ୍ଧ୍ୟା ୬ଟାରେ ସୁନ୍ଦରଗଡ ଜିଲା ବିଶ୍ରା ନୟାବସ୍ତିର ଜଣେ ମହିଳା ଏଜେଣ୍ଟଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବିଶ୍ରା ପୋଲିସ ଶନିବାର ସକାଳେ ଏହି ଲୁଟ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ନୟାବସ୍ତିର ଲାଲୁ ଓରଫ ଅବୁଜାର ଗଫାରୀ ଓ ବାବୁ ଓରଫ ଆକବର ଅଲ୍ଲୀ। ସେମାନଙ୍କ ନିକଟରୁ ଲୁଟ୍‌ ହୋଇଥିବା ଟଙ୍କା ମଧ୍ୟରୁ ମୋଟ ୧ଲକ୍ଷ ୨୩ହଜାର ୯ଶହ ଟଙ୍କା, ଲୁଟ ଟାବଲେଟ ମୋବାଇଲ, ପାଓ୍ବାର ବ୍ୟାଗ ଆଦି ଜବତ କରିଛି। 

ଜିଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବୀରମିତ୍ରପୁର ପୌରପାଳିକା ପରିଦର୍ଶନ: ସହରୀକରଣ ଯୋଜନାର ସମୀକ୍ଷା

ଜିଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବୀରମିତ୍ରପୁର ପୌରପାଳିକା ପରିଦର୍ଶନ: ସହରୀକରଣ ଯୋଜନାର ସମୀକ୍ଷା

କୁଆଁରମୁଣ୍ଡା,୭।୧୦(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ନଗର ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ମାର୍ସେଲ ଏକ୍କା ଶନିବାର ବୀରମିତ୍ରପୁର ପୌରପାଳିକା ପରିଦର୍ଶନ କରିଛନ୍ତି। ଏହି ଅବସରରେ ପୌରପାଳିକାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ସହରୀକରଣ ଯୋଜନାଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଅନୁଷ୍ଠିତ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ମାର୍ସେଲ ଏକ୍କା ସଭାପତିତ୍ୱ କରିଥିଲେ। ଉନ୍ନତି ଯୋଜନାରେ ପୌରପାଳିକାର ୱାର୍ଡ ପିଛା ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ, ଆହାର କେନ୍ଦ୍ରର କାର୍ଯ୍ୟକାରିତା ସମୀକ୍ଷା, ପ୍ରତ୍ୟେକ ୱାର୍ଡକୁ ସ୍ଲମ ମୁକ୍ତ ପାଇଁ ଭୂମିହୀନମାନଙ୍କୁ ଜମିପଟ୍ଟାର ସୁବନ୍ଦୋବସ୍ତ ସହ ପକ୍କା ଘର ନିର୍ମାଣ ପାଇଁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା, ସ୍ବଚ୍ଛ ଭାରତ ମିଶନ ଜରିଆରେ ବ୍ୟକ୍ତିଗତ ଶୌଚାଳୟଠାରୁ ଆରମ୍ଭ କରି ଗୋଷ୍ଠୀ ଶୌଚାଳୟ ନିର୍ମାଣ, ଜୀବିକା ମିଶନ ଜରିଆରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବ୍ୟାଙ୍କ ମାଧ୍ୟମରେ ସ୍ବଳ୍ପ ସୁଧରେ ଋଣ ପ୍ରଦାନ ଇତ୍ୟାଦି ବିଷୟରେ ସମୀକ୍ଷା କରିଥିଲେ। 

ପାଣିଘେରରେ ମାଠିଆ ପଦର ଗ୍ରାମବାସୀ

ପାଣିଘେରରେ ମାଠିଆ ପଦର ଗ୍ରାମବାସୀ

ନୂଆପଡା ଅଫିସ,୭ା୧୦:ନୂଅପଡ଼ା ଜିଲାରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନାମରେ ସର୍ବବୃହତ ପ୍ରକଳ୍ପ ନିର୍ମାଣ ହେବ ା ଏଥିରେ ସମସ୍ତଙ୍କୁ ପାଣିର ସୁବିଧା ହେବ ା ବିସ୍ଥାପିତ ପରିବାର ଲୋକଙ୍କୁ ଉଚିତ ଥଇଥାନ ହେବ, ରୋଜଗାର ମିଳିବ ବୋଲି କେତେ ସ୍ବପ୍ନ ଦେଖିଥିଲେ ନୂଆପଡା ଜିଲା ରଜନା ଗ୍ରାମପଞ୍ଚାୟତର ମାଠିଆ ପଦର ଗ୍ରାମବାସୀ ା ହେଲେ ବର୍ତ୍ତମାନ ସେମାନେ ଦୁର୍ଦ୍ଦିନରେ କାଳ କାଟୁଥିବା ନଜରକୁ ଆସୁଛି ା ଗାଁର ତିନିପଟେ ପାଣି ଏବଂ ଗୋଟିଏ ପଟେ ଘଞ୍ଚ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ହମ୍ବାରଡି ା ଏଭଳି ସ୍ଥିତିରେ ଗ୍ରାମବାସୀଙ୍କ ଆଖିରୁ ନିଦ ହଜି ଯାଇଛି ା ଦିନରାତି ଭାଳେଣିରେ ଲୋକେ ଜୀର୍ଣ୍ଣଶୀର୍ଣ୍ଣ ା ସବୁବେଳେ ଗାଁ ଦାଣ୍ଡରେ ମେଳି ବାନ୍ଧୁଛନ୍ତି ା  କାହାକୁ ଗୁହାରୀ କରିବେ ବୋଲି ଯୋଜନା କରୁଛନ୍ତି  ା 

ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ

ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ

ନୂଆପଡା ଅଫିସ,୭ା୧୦:ଆମ ଚାରି ପଟେ ପରିବେଷ୍ଟନୀ ଘେରି ରହିଛି ା ବହୁପ୍ରାଚୀନ କାଳରୁ ମଣିଷ ଏବଂ ବନ୍ୟପ୍ରାଣୀଙ୍କର ସମ୍ପର୍କ ରହି ଆସିଛି ା ଏହା ଫଳରେ ଏକ ସନ୍ତୁଳନ ରହି ଆସିଛି ା ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଥିବାରୁ ବନ୍ୟପ୍ରାଣୀମାନେ ଆମଠାରୁ ଦୂରେଇ ଯାଉଥିବା ଦେଖାଯାଉଛି ା ସେମାନେ ଆମର ଚୀର ସହଚର ା ସେମାନଙ୍କର ସୁରକ୍ଷା କରିବା ଏବଂ ସୁରକ୍ଷିତ ଜାଗାରେ ରଖିବା ଆମର ପରମ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଛି ା ୬୪ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବକ୍ତାମାନେ ଯୋଗଦେଇ ଏହି ମତ ରଖିଛନ୍ତି ା 

ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ବଣ୍ଟନ

ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ବଣ୍ଟନ

ବାରକୋଟ, ୭।୧୦ (ଡି.ଏନ.ଏ)- ଦେବଗଡ ଜିଲା ବାରକୋଟ ବ୍ଲକଠାରେ ଓଡିଶା ସରକାରଙ୍କର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ହସ୍ତତନ୍ତ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭା ପରିଚାଳନା ଡିଆଇପିଆଇଓ ବିଜୟ କୁମାର ମିଶ୍ର କରାଇଥିବା ବେଳେ ପିଡିଆରଡିଏ ଭୀମସେଣ୍ଟ ପୁନମକାନ୍ତ ଏକ୍କା, ବିଡିଓ ଟୁଟୁ ମେହେର, ସିଏସଓ ଏସକେ ପାଢ଼ୀ, ବ୍ଲକ ଅଧ୍ୟକ୍ଷା ସୁବାସିନୀ ସାହୁ, ଉପାଧ୍ୟକ୍ଷ ହରମୋହନ ପାଣି, ଜିଲାପରିଷଦ ଉପାଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ଏମଏଲଏ ନମିନି ଅରୁଣ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ଏହି ଯୋଜନାକୁ ପ୍ରଶଂସା କରିଥିଲେ। 

ମୁକ୍ତିକାନ୍ତ, ଗୋପାଳଙ୍କ ଅନଶନକୁ ସମର୍ଥନରେ କ୍ୟାଣ୍ଡେଲ ଶୋଭାଯାତ୍ରା

ମୁକ୍ତିକାନ୍ତ, ଗୋପାଳଙ୍କ ଅନଶନକୁ ସମର୍ଥନରେ କ୍ୟାଣ୍ଡେଲ ଶୋଭାଯାତ୍ରା

ରାଉରକେଲା ଅଫିସ,୬।୧୦: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ର ପୂର୍ବ ସ୍ଥିତି ଫେରାଇ ଆଣିବା ସହ ଏଠାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନେଇ ଅନଶନ ଆରମ୍ଭ କରିିଥିବା ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ଓ ଯୁବ ଜାଗୃତି ମଞ୍ଚ ଆବାହକ ଗୋପାଳ ଜେନାଙ୍କ ଅନଶନକୁ ସମର୍ଥନ ଜଣାଇ ଶନିବାର ପ୍ରଫୁଲ୍ଲ କଂସାରୀଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।