ସମ୍ବଲପୁର

ସ୍ଥାନୀୟ ପିଲାଙ୍କୁ ନାମଲେଖାରେ ଅଗ୍ରାଧିକାର ଦାବିରେ ଖଡ଼ିଆଳ କଲେଜରେ ଛାତ୍ର ଆନ୍ଦୋଳନ, ରାସ୍ତାଅବରୋଧ କରି ଧାରଣା

ସ୍ଥାନୀୟ ପିଲାଙ୍କୁ ନାମଲେଖାରେ ଅଗ୍ରାଧିକାର ଦାବିରେ ଖଡ଼ିଆଳ କଲେଜରେ ଛାତ୍ର ଆନ୍ଦୋଳନ, ରାସ୍ତାଅବରୋଧ କରି ଧାରଣା

ଖଡ଼ିଆଳ, ୧୨।୭(ଡି.ଏନ.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ କଲେଜରେ ସ୍ଥାନୀୟ ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ଯୁକ୍ତ ୩ରେ ନାମ ଲେଖା ସୁଯୋଗ ଦାବିରେ ଗୁରୁବାର ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜର ମୁଖ୍ୟ ଗେଟ ସମ୍ମୁଖରେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ଛାତ୍ରୀଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଚଳିତବର୍ଷ ଯୁକ୍ତ ୩ କଳା ପାଇଁ ୨୫୬ ସିଟ୍‌, ବାଣିଜ୍ୟ ପାଇଁ ୧୨୮ ବୃଦ୍ଧିକରି ୧୯୨ ଓ ବାଣିଜ୍ୟରେ ୬୪ସିଟ୍‌ ଅଛି।

କୃତୀ ନାଭାଲ ୱିଙ୍ଗ କ୍ୟାଡେଟ୍‌ଙ୍କୁ ଶୁଭେଚ୍ଛା

କୃତୀ ନାଭାଲ ୱିଙ୍ଗ କ୍ୟାଡେଟ୍‌ଙ୍କୁ ଶୁଭେଚ୍ଛା

ଝାରସୁଗୁଡା ଅଫିସ, ୧୨।୭- ଚତୁର୍ଥ ଓଡ଼ିଶା ନାଭାଲ ୟୁନିଟ୍‌ ଭବାନୀପାଟଣାଠାରେ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଏଲ୍‌.ଏନ୍‌. କଲେଜର ସିନିୟର ବର୍ଗର ନେଭାଲ ୱିଙ୍ଗ କ୍ୟାଡେଟ୍‌ମାନେ ଅଂଶଗ୍ରହଣ କରିଥିଲେ। ଏହି ଶିବିରରେ ହୋଇଥିବା ଡ୍ରିଲ୍‌ ପ୍ରତିଯୋଗିତାରେ ଏଲ୍‌.ଏନ୍‌. କଲେଜ ଛତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଇଣ୍ଟିଗ୍ରେଟେଡ୍‌ ହାଉସିଂ ସ୍ଲମ୍‌ ଡେଭେଲପମେଣ୍ଟ ପ୍ରୋଜେକ୍ଟ:ଅଭିଶାପ୍‌ ପାଲ୍‌ଟିଛେ ସରକାରୀ ଯୋଜ୍‌ନା

ଇଣ୍ଟିଗ୍ରେଟେଡ୍‌ ହାଉସିଂ ସ୍ଲମ୍‌ ଡେଭେଲପମେଣ୍ଟ ପ୍ରୋଜେକ୍ଟ:ଅଭିଶାପ୍‌ ପାଲ୍‌ଟିଛେ ସରକାରୀ ଯୋଜ୍‌ନା

ଭବାନୀପାଟଣା,୧୨।୭ (ଡି.ଏନ.ଏ.) ସରକାର ଗରିବ୍‌ ପରିବାରମାନ୍‌କେ ପକାଘର୍‌ ଯୁଗେଇ ଦେବାର ଲାଗି ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡିଆ ଲେଖେନ୍‌ ଯୋଜ୍‌ନା କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ବିଭାଗୀୟ ଅଧ୍‌କାରୀ ଆର୍‌ ଠିକାଦାରମାନ୍‌କର ମିଲିଭଗତ୍‌ ଲାଗି ଯୋଜ୍‌ନା ସବୁ ପର୍‌କୁତ୍‌ ହିତାଧିକାରୀ ପାସେ ପୁହୁଁଚି ନାଇଁ ପାରୁଥିଲା ବେଲେ ବହୁତ୍‌ଟେ ହିତାଧିକାରୀକଁର ଘର୍‌ ଅଧାପନ୍‌ତରିଆ ହେଇ ପଡ଼ିରହିଛେ।

ପିଲାଙ୍କ ପାଠପଢ଼ା କଥା ବୁଝିଲେ ବିଇଓ

ପିଲାଙ୍କ ପାଠପଢ଼ା କଥା ବୁଝିଲେ ବିଇଓ

ନୂଆପଡା ଅଫିସ,୧୨।୭ ନୂଆପଡା ଜିଲାରେ ଦିନକୁ ଦିନ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡିପଡୁଥିବା ବେଳେ ଛତିଶଗଡ ସୀମାନ୍ତ ଅଞ୍ଚଳରେ ଛତିଶଗଡି ଭାଷାଭାଷି ଅଞ୍ଚଳ ରହୁଥିବାରୁ ଏଠାରେ ଓଡିଆ ଭାଷା ସଂସ୍କୃତି ପ୍ରଭାବିତ ହେଉଛି। ପୁଣି ଶିକ୍ଷା ବିଭାଗରେ ଆବଶ୍ୟକ ଅନୁସାରେ କର୍ମଚାରୀ, ଅଧିକାରୀଙ୍କ ଅଭାବ ଏହାକୁ ଆହୁରି ସଙ୍କଟ ଆଡକୁ ଟାଣି ନେଇଥାଏ ।

ଭାଲୁପତ୍ରା କାର୍ଟୁନ ବୋମା ବିସ୍ଫୋରଣ ଘଟଣା: ଏଯାଏ ଧରାପଡ଼ିନାହାନ୍ତି ଅଭିଯୁକ୍ତ

ସରଣ୍ଡା,୧୨।୭(ଡି.ଏନ.ଏ.) ଅତାବିରା ଥାନା ଭାଲୁପତ୍ରା ଗ୍ରାମରେ ସଂଘଟିତ କାର୍ଟୁନ ବୋମା ବିସ୍ଫୋରଣ ଘଟଣାକୁ ଗୁରୁବାର ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ୍‌ ପାଇନାହିଁ। ପୋଲିସ ବିଭାଗର ଉଚ୍ଚକର୍ତ୍ତୃପକ୍ଷ ଉକ୍ତ ଗ୍ରାମକୁ ଯାଇ ତୁହାକୁ ତୁହାକୁ ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତ ଧରା ପଡ଼ୁ ନ ଥିବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି।

ମହିଳା ସରପଞ୍ଚଙ୍କୁ ଭାଜପା ନେତାଙ୍କ ହତ୍ୟା ଧମକ

ମହିଳା ସରପଞ୍ଚଙ୍କୁ ଭାଜପା ନେତାଙ୍କ ହତ୍ୟା ଧମକ

ବଲାଙ୍ଗୀର ଅଫିସ, ୧୨।୭ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ୍‌ ଡୁମ୍ବେରପିଟା ପଞ୍ଚାୟତର ଆଦିବାସୀ ମହିଳା ସରପଞ୍ଚ ରୀନା ବରିହାଙ୍କୁ ଜଣେ ଭାଜପା ନେତା ଓ ତାଙ୍କ ସମର୍ଥକମାନେ ଧମକ ଦେଇ ନିଜ ଗାଁ ସତୀଘାଟକୁ ଯିବାକୁ ଦେଉ ନ ଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ରୀନା ବୁଧବାର ବଲାଙ୍ଗୀର ଏସ୍‌ପି ଏବଂ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ଦେବା ସହ ସୁରକ୍ଷା ଲୋଡିଛନ୍ତି।

ପ୍ରଶାସନ, ବିଧାୟକ ଦୃଷ୍ଟି ଦେଲେନି: ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ପ୍ରଶାସନ, ବିଧାୟକ ଦୃଷ୍ଟି ଦେଲେନି: ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ପୁରୁଣାକଟକ, ୧୨।୭(ଡି.ଏନ୍‌.ଏ) ଦୀର୍ଘ ୧୦ ବର୍ଷ ହେଲା ଗାଁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଜଣାଇବା ପରେ ମଧ୍ୟ ପ୍ରଶାସନ କିମ୍ବା ନିର୍ବାଚିତ ଜନପ୍ରତିନିଧି ଏ ଦିଗରେ ଆଦୌ ଦୃଷ୍ଟି ଦେଇ ନ ଥିଲେ। ଗତ ଦୁଇ ଦିନ ହେଲା ଲାଗି ରହିଥିବା ବର୍ଷା ଯୋଗୁ କାଦୁଅ ହୋଇ ଗାଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇପଡିଥିଲା । ଫଳରେ ଗ୍ରାମବାସୀ ଶ୍ରମଦାନ କରି ରାସ୍ତା ନିର୍ମାଣ କରିବାକୁ ଆଗେଇ ଆସିଥିଲେ।

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ: ୧୩ରେ ବିଜେଡିରେ ଯୋଗ ଦେବେ

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ: ୧୩ରେ ବିଜେଡିରେ ଯୋଗ ଦେବେ

ଭବାନୀପାଟଣା,୧୨।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ କଂଗ୍ରେସ ଛାଡିଛନ୍ତି। ସେ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୧୩ ତାରିଖରେ ସେ ନିଜ ନିର୍ବାଚନ ମଣ୍ଡଳୀର ୧୦ ହଜାର ସମର୍ଥକଙ୍କ ସହ ଭୁବନେଶ୍ୱର ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗଦେବେ।

ସର୍ଲାକାନୀ ଛକକୁ ସୁବାଷ ଚନ୍ଦ୍ର ବୋଷ ନାମରେ ନାମିତ ଦାବି

ସର୍ଲାକାନୀ ଛକକୁ ସୁବାଷ ଚନ୍ଦ୍ର ବୋଷ ନାମରେ ନାମିତ ଦାବି

ସମ୍ବଲପୁର,୧୨।୭(ବ୍ୟୁରୋ) ସମ୍ବଲପୁର ଜିଲା ୫୫ ନମ୍ବର ଜାତୀୟ ରାଜପଥର ସର୍ଲାକାନୀ ଛକକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ନାମରେ ନାମିତ କରାଯିବାକୁ ଦାବି ହେଉଛି। ଏ ନେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ ଛାତ୍ରସଂଘର ଏକ ପ୍ରତିନିଧି ଜିଲପାଲ ସମର୍ଥ ବର୍ମାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ଏସଡିଏର ୩୪ତମ ବୈଠକରେ ତତ୍‌କାଳୀନ ଜିଲାପାଳ ବଳବନ୍ତ ସିଂଙ୍କ ସମୟରେ ନାମକରଣ ଉପରେ ପ୍ରସ୍ତାବ ଗୃହୀତ ହୋଇଥିଲା।

ଗଛ ଲଗାଇ ଜନ୍ମଦିନ ପାଳିଲେ ବାଳକୃଷ୍ଣ

ଗଛ ଲଗାଇ ଜନ୍ମଦିନ ପାଳିଲେ ବାଳକୃଷ୍ଣ

ବୁର୍ଲା,୧୨।୭(ଡି.ଏନ.ଏ.)- ଆଜିକାଲି କେକ୍‌ କଟାଯାଇ ଜନ୍ମଦିନକୁ ଉତ୍ସବମୁଖର କରାଯାଉଛି। ପରିବାର ଲୋକେ ପିଲାମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥାନ୍ତି। ହେଲେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକ କଲାମାଟି ପଞ୍ଚାୟତ ସାନଟିକ୍ରା ଗ୍ରାମର ବାସିନ୍ଦା ବାଳକୃଷ୍ଣ ସାହୁ ବୁଧବାର ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ନିକଟସ୍ଥ ଚଣ୍ଡିମନ୍ଦୀରରେ ପୂଜାର୍ଚ୍ଚନା ପରେ କଦମ୍ବ, ଶାଳ, ଆମ୍ବ, ପଣସ ଆଦି ଗଛ ଲଗାଇ ସେ ତାଙ୍କ ଜନ୍ମଦିନରେ ଅନ୍ୟମାନଙ୍କୁ ସବୁଜ ପରିବେଶର ବାର୍ତ୍ତା ଦେଇଛନ୍ତି।

ସାପ କାମୁଡାରେ ୨ ମୃତ

ସାପ କାମୁଡାରେ ୨ ମୃତ

ରାଉରକେଲା ଅଫିସ/ ବେଦବ୍ୟାସ(ଡି.ଏନ.ଏ.),୧୨।୭ ସାପ କାମୁଡାରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସାନ ନୂଆଗାଁ ଓ କିଲିଙ୍ଗା ଅଞ୍ଚଳର ବୁଧବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏମାନେ ହେଉଛନ୍ତି ରନେତ୍ଶ୍ୱର ଗୌଡ(୫୦) ଓ ଜେନାମଣି ବାର୍ଲା(୫୧)। ଉଭୟ ରାତିରେ ଶୋଇଥିବାବେଳେ ବିଷଧର ସାପ କାମୁଡିବା ଯୋଗୁ ମୃତ୍ୟୁବରଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ପୁରୀ ରଥଯାତ୍ରା ଲାଗି ରାଉରକେଲାକୁ ମିଳିଲାନି ଆବଶ୍ୟକୀୟ ଟ୍ରେନ

ପୁରୀ ରଥଯାତ୍ରା ଲାଗି ରାଉରକେଲାକୁ ମିଳିଲାନି ଆବଶ୍ୟକୀୟ ଟ୍ରେନ

ରାଉରକେଲା ଅଫିସ,୧୨। ୭ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଦେଖିବାକୁ ଯିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକୀୟ ଟ୍ରେନ ବ୍ୟବସ୍ଥା କରାଯାଇ ନ ଥିବାରୁ ରେଳ ଓ ସଡକ ଉପଯୋଗକାରୀ ସଂଘ ରାଉରକେଲା ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏ ନେଇ ରେଳବାଇ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭତ୍ତୃହରି ମହତାବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଗଠନ ସଭାପତି ଡିଏନ ପତି ଓ ସାଧାରଣ ସମ୍ପାଦକ ଅମୂଲ୍ୟ ବରାଳ କହିଛନ୍ତି ଯେ, ଆସନ୍ତା ୧୪ ତାରିଖରୁ ନେଇ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରେଳ ବିଭାଗ ପକ୍ଷରୁ ୧୮୨ଟି ଟ୍ରେନ ଚଳାଚଳ ନେଇ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଛନ୍ତି।

ଜବରଦଖଲ ଉଚ୍ଛେଦ ଦାବି : ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜବରଦଖଲ ଉଚ୍ଛେଦ ଦାବି : ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବୀରମହାରାଜପୁର,୧୨।୭(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ମହଦା ପଞ୍ଚାୟତ ଅଧୀନ ପାର୍ବତୀପୁର ଗ୍ରାମରେ ଏକ ପରିତ୍ୟକ୍ତ କୋଠା ଦଖଲକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜନୈକ ବ୍ୟକ୍ତି ଜୋରଜବରଦସ୍ତ ଏହାକୁ ଅକ୍ତିଆର କରିଥିବା ଅଭିଯୋଗ ଆଣି ଗ୍ରାମବାସୀ ବୁଧବାର ବୀରମହାରାଜପୁର ଉପଜିଲାପାଳଙ୍କ ନିକଟରେ ଫେରାଦ ହେବା ସହ ଜବରଦଖଲ ମୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି ।

 ବିଶ୍ୱ ଜନସଂଖ୍ୟା ଦିବସ: ସଚେତନତାରେ ହିଁ ସ୍ଥିରତା ସମ୍ଭବ

ବିଶ୍ୱ ଜନସଂଖ୍ୟା ଦିବସ: ସଚେତନତାରେ ହିଁ ସ୍ଥିରତା ସମ୍ଭବ

ସୋନପୁର,୧୨।୭(ନି.ପ୍ର.)- ଜିଲା ସ୍ବାସ୍ଥ୍ୟ ସମିତି ସୁବର୍ଣ୍ଣପୁର ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାରେ ମହିଳା ସ୍ବାସ୍ଥ୍ୟକେନ୍ଦ୍ର ତାଲିମ କେନ୍ଦ୍ରର ଛାତ୍ରୀ ଓ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଅଂଶଗ୍ରହଣ କରି ସହର ପରିକ୍ରମା କରିଥିଲେ। ଜିଲାପାଳ ଦାଶରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ।

ପିଏମ୍‌ଏଫ୍‌ବିୱାଇ କାର୍ଯ୍ୟକାରିତା ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପିଏମ୍‌ଏଫ୍‌ବିୱାଇ କାର୍ଯ୍ୟକାରିତା ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସୋନପୁର,୧୨।୭(ନି.ପ୍ର.)- ପ୍ରଧାନମନ୍ତ୍ରୀ ଫସଲ ବୀମାଯୋଜନା(ପିଏମ୍‌ଏଫବିୱାଇ)ର ସଠିକ୍‌ କାର୍ଯ୍ୟକାରିତା ପାଇଁ ସୁବର୍ଣ୍ଣପୁର ଜିଲାସ୍ତରୀୟ ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲାପାଳ ଦାଶରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ଧାରରୁ ମୁକୁଳିଲେ ଆମ୍ବଘାଟଧରୁଆ ପଡ଼ାବାସୀ

ଅନ୍ଧାରରୁ ମୁକୁଳିଲେ ଆମ୍ବଘାଟଧରୁଆ ପଡ଼ାବାସୀ

ଦେଓଗାଁ,୧୨।୭(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଙ୍ଗାମୁଣ୍ଡା ପଞ୍ଚାୟତ ଆମ୍ବଘାଟ ଧରୁଆପଡ଼ାରେ ସ୍ବାଧିନତାର ୭୨ ବର୍ଷ ପରେ ଆଲୋକ ଦେଖିବାକୁ ମିଳିଛି। ବିଭାଗୀୟ କର୍ମଚାରୀମାନେ ପଡାକୁ ଆସି ନୂତନ ବିଦ୍ୟୁତ୍‌ ଟ୍ରାନ୍ସଫରମ୍‌ରେ ବିଦ୍ୟୁତ୍‌ ସଂଯୋଗ କରିଥିଲେ। ପଡାବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ କୌଣସୀ ଅଧିକାରୀ କିମ୍ବା ଜନପ୍ରତିନିଧି ପାଦଦେବାତ ଦୂରର କଥା କୌଣସି ଆବେଦନ ଉପରେ ମଧ୍ୟ ଦୃଷ୍ଟି ଦେଉ ନ ଥିଲେ।

ସମବାୟ ସେବା ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଦେବଗଡ଼,୧୨।୭(ସ୍ବ.ପ୍ର.)-ଜିଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳୀ ଗ୍ରାମରେ ବୁଧବାର ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ଝାଙ୍କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୃଷକ ନେତା ପ୍ରସନ୍ନ ପଟେଲ, ସମ୍ମାନିତ ଅତିଥି ଭାବେ ତିଲେଇବଣି ବ୍ଲକ ଅଧ୍ୟକ୍ଷ ଭୂପେନ୍ଦ୍ର ପ୍ରସାଦ ନାୟକ, ପ୍ରଭାତୀ ପ୍ରଧାନ, ଗାୟତ୍ରୀ ସାହୁ, ଭଦ୍ର ଚରଣ କିଷାନ, କ୍ଷୀରୋଦ ଚନ୍ଦ୍ର ସାହୁ, କାହ୍ନୁ ଚରଣ ପ୍ରଧାନ, ପ୍ରହ୍ଲାଦ ବଣିଚୁଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସମିତିର ସେବାମୂଳକ ସହାୟତା ତଥା ସମବାୟର ଆଦର୍ଶ, ବିଚାରଧାରା, ଋଣ ଆଦାନ ପ୍ରଦାନ, ବିହନ, ସାର ସୁବିଧା, ଫସଲ ବୀମା ସମ୍ପର୍କରେ ଆଲୋକପାତ କରିଥିଲେ।

ଜିଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଜିଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଦେବଗଡ଼,୧୨।୭(ସ୍ବ.ପ୍ର.)-ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପରିସର ଟ୍ରେନିଂ ହଲ୍‌ରେ ବୁଧବାର ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଛି। ସକାଳେ ଚିକିତ୍ସାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରାକୁ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଟ୍ରେନିଂ ହଲରେ ଏକ ସଭା ଆୟୋଜନ କରାଯାଇଥିଲା।

ମେଘ ଦିଶୁଛି, ବର୍ଷାନାହିଁ :ଜିଲାରେ ୫୨ ପ୍ରତିଶତ କମ୍‌ ବର୍ଷା ଯୋଗୁ ମରୁଡି ଆଶଙ୍କା

ମେଘ ଦିଶୁଛି, ବର୍ଷାନାହିଁ :ଜିଲାରେ ୫୨ ପ୍ରତିଶତ କମ୍‌ ବର୍ଷା ଯୋଗୁ ମରୁଡି ଆଶଙ୍କା

ବଲାଙ୍ଗୀର ଅଫିସ, ୧୨। ୭- ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥର ଭଲ ବର୍ଷା ହେଲେ ଭଲ ଚାଷ ହେବ ବୋଲି ଚାଷୀମାନେ ଆଶା କରିଥିଲେ। ତେବେ ଚିରମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲାରେ ଚଳିତ ବର୍ଷ ବର୍ଷା ହାବଭାବକୁ ନେଇ ଜିଲାର ଚାଷୀକୂଳ ଚିନ୍ତାରେ ପଡିଛନ୍ତି।

ବନ୍ଧୁକ ମୁନରେ ୧୧ଭରି ସୁନା ଲୁଟ୍‌

ବନ୍ଧୁକ ମୁନରେ ୧୧ଭରି ସୁନା ଲୁଟ୍‌

ରାଉରକେଲା ଅଫିସ,୧୨।୭ ଝିରପାଣି ଥାନା ଅନ୍ତର୍ଗତ ଜଗଦା ରେଡିଓ ଷ୍ଟେଶନ ନିକଟରୁ ବୁଧବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍‌ ହୋଇଛି। ପରିବାର ଲୋକଙ୍କ କହିବାନୁସାରେ ୭ରୁ ୮ଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍‌ ଘରେ ପଶି ବନ୍ଧୁକ ମୁନରେ ୧୧ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଚଳାଇଛି।

ଚପଲ ଗୋଦାମରେ ଅଗ୍ନିକାଣ୍ଡ

ବଲାଙ୍ଗୀର ଅଫିସ, ୧୨।୭- ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ନରେଶ ଫୁଟୱେର ଦୋକାନ ଉପରେ ଥିବା ଚପଲ ଗୋଦାମରେ ବୁଧବାର ସନ୍ଧ୍ୟାରେ ସଟ୍‌ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ଦୋକାନ ମାଳିକଙ୍କ ସହ କର୍ମଚାରୀମାନେ ତତ୍‌କ୍ଷଣାତ୍‌ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ନିଆଁ ଲିଭାଇ ଦେଇଥିବାରୁ ଏକ ବଡଧରଣର ବିପଦ ଟଳିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ବାଳିକା ହାଇସ୍କୁଲରେ ବୃକ୍ଷ ଚାରାରୋପଣ

ବାଳିକା ହାଇସ୍କୁଲରେ ବୃକ୍ଷ ଚାରାରୋପଣ

ବଡଗାଁ, ୧୨।୭ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଭୋଇପାଲି ସରବତୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ବନ ବିଭାଗ ଅଧିନରେ କାର୍ଯ୍ୟକରୁଥିବା ଏଫଏମୟୁର ସଂଯୋଜକ ସବିତା ସ୍ବାଇଁ, ଦୀପକ ପଟେଲ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁ ପ୍ରଧାନ ଛାତ୍ରୀମାନଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ।

ଜିଲାରେ ଭୋଟ କେନ୍ଦ୍ର ପୁନର୍ଗଠନ ପାଇଁ ସମୀକ୍ଷା ବୈଠକ

ଜିଲାରେ ଭୋଟ କେନ୍ଦ୍ର ପୁନର୍ଗଠନ ପାଇଁ ସମୀକ୍ଷା ବୈଠକ

ସୁନ୍ଦରଗଡ଼, ୧୨।୭(ଡି.ଏନ୍‌.ଏ) -ଜିଲାରେ ନୂତନ ଭୋଟ କେନ୍ଦ୍ର ସ୍ଥାପନ ଓ ସ୍ଥାୟୀ ଭୋଟ କେନ୍ଦ୍ରଗୁଡିକରେ ନାମ ଓ ସ୍ଥାନ ପରିବର୍ତ୍ତନ ପାଇଁ ବୁଧବାର ଜିଲାର ସମସ୍ତ ରାଜନୈତିକ ଦଳମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ଉପଜିଲାପାଳମାନେ ୨୨୫ଟି ନୂତନ ଭାବେ ଭୋଟ କେନ୍ଦ୍ର ସ୍ଥାପନ ଓ ୧୬୦ଟି ସ୍ଥାୟୀ ଭୋଟ କେନ୍ଦ୍ରଗୁଡିକର ନାମ ଓ ସ୍ଥାନ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ବିଧାୟକଙ୍କ ଦ୍ୱାରା  ୩ କୋଟିର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ, ଉଦ୍‌ଘାଟନ

ବିଧାୟକଙ୍କ ଦ୍ୱାରା ୩ କୋଟିର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ, ଉଦ୍‌ଘାଟନ

ହେମଗିର, ୧୨।୭ (ଡି.ଏନ.ଏ)- ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ କୁମାର ସିଂଙ୍କ ଦ୍ୱାରା ପ୍ରାୟ ତିନି କୋଟି ଟଙ୍କାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଛି। ବିଧାୟକ ସିଂ ହେମଗିର ବ୍ଲକର କନିକା ପହଞ୍ଚିଲା ପରେ ଜୁଲୁମବାହାଲକୁ ଏକ ରାସ୍ତାକାମର ଶିଳାନ୍ୟାସ କରିଥିଲେ।