ସମ୍ବଲପୁର

ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ପଡ଼ିଆବାହାଲ,୧୬।୭(ଡି.ଏନ.ଏ.) ପଡ଼ିଆବାହାଲ ନିଲଡୁଙ୍ଗୁରୀଠାରେ ଟ୍ରକ-ବାଇକ ମଧ୍ୟରେ ଧକ୍କା ଘଟିଛି। ଦୁର୍ଘଟଣାରେ ଜୟନ୍ତପୁର ଗ୍ରାମର ଓ୍ବାର୍ଡମେମ୍ବର ଆଲୋକ ଷଣ୍ଢ ପ୍ରାଣ ହରାଇଛନ୍ତି। ଅନ୍ୟ ୨ ଗୁରୁତର ଜିତେନ୍ଦ୍ର ସାହୁ ଓ ତାଙ୍କ ତାଙ୍କ ୪ ବର୍ଷର ଝିଅ ଶ୍ରୀୟାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ରବିବାର ତିନିହେଁ ଏକ ବାଇକ୍‌ରେ ସନାତନପାଲିକୁ ରଥଯାତ୍ରା ଦେଖିବାକୁ ଯାଇଥିଲେ।

ସମ୍ବଲପୁର ସ୍ବେରେଜ ପ୍ରକଳ୍ପ : ନିମ୍ନମାନର ପାଇପ ବ୍ୟବହାର ଅଭିଯୋଗ

ସମ୍ବଲପୁର ସ୍ବେରେଜ ପ୍ରକଳ୍ପ : ନିମ୍ନମାନର ପାଇପ ବ୍ୟବହାର ଅଭିଯୋଗ

ସମ୍ବଲପୁର,୧୬।୭(ବ୍ୟୁରୋ) ସମ୍ବଲପୁର ସହରରେ ନିର୍ମାଣାଧୀନ ସ୍ବେରେଜ ପ୍ଳାଣ୍ଟ (ଏଟିପି)ପ୍ରକଲ୍ପରେ ନିମ୍ନମାନର ହ୍ୟୁମ୍‌ ପାଇପ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ହ୍ୟୁମ ପାଇପର ଗ୍ରେଡ ଠିକ୍‌ ରହୁନାହିଁ । ବ୍ୟୟ ଅଟକଳ ଅନୁସାରେ ଏନପି-୩ ଗ୍ରେଡ୍‌ର ପାଇପ ବ୍ୟବହାର କରାଯିବା ନିୟମ ଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଘଟୁଛି। ଏପରି କି ପାଇପଗୁଡ଼ିକ ବ୍ୟବହାର ପୂର୍ବରୁ ଭାଙ୍ଗିଯାଉଛି। ପାଇପ ନିର୍ମାଣ ସମୟରେ ଉପଯୁକ୍ତ ସିମେଣ୍ଟ, ବାଲି, ଳୁହା ଓ ଜେଇ ତାର ବ୍ୟବହାର ହେଉ ନ ଥିବାରୁ ପାଇପ୍‌ ଫାଟିଯାଉଥିବା ଅଭିଯୋଗ ହେଉଛି ।

ଫେଲ୍‌ ମାରିଲା ଜଳସେଚନ ଯୋଜନା : ୨୫୦ ହେକ୍ଟର ଚାଷ ଜମି ପଡ଼ିଆ

ସମ୍ବଲପୁର,୧୬।୭(ବ୍ୟୁରୋ) ସମ୍ବଲପୁର ଜିଲା ଜୁଜୁମୁରା ବ୍ଳକ ଦେବଝରନ ଜଳପ୍ରପାତର ପ୍ରବାହିତ ପାଣିକୁ ଡ୍ୟାମ ନିର୍ମାଣ କରି ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ହୋଇଥିଲା ଯୋଜନା। ପ୍ରାୟ ୪୫ ବର୍ଷ ତଳେ ଡ୍ୟାମ ସହ କେନାଲ ନିର୍ମାଣ କରାଯାଇ ଜୁଜୁମୁରା ଅଞ୍ଚଳର ଚାଷୀମାନଙ୍କ ଜମିରେ ପାଣି ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପ୍ରକଳ୍ପ ଆରମ୍ଭରୁ ଲକ୍ଷ୍ୟଧାର୍ଯ୍ୟ ଜମିରେ ଚାଷ ହୋଇପାରିନାହିଁ। ବର୍ଷତମାମ୍‌ ଡ୍ୟାମରେ ପାଣି ଥିବା ବେଳେ କେନାଲଗୁଡ଼ିକ ଶୁଖିଲା ପଡ଼ିଛି। ଫଳରେ ଜୁଜୁମୁରା ଅଞ୍ଚଳରେ ୨୫୦ ହେକ୍ଟର ଜମି ପଡ଼ିଆ ପଡ଼ିଛି। ପ୍ରାୟ ୫୫୦ରୁ ଅଧିକ ଛୋଟବଡ଼ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷୀମାନେ ପ୍ରତିବର୍ଷ ଜଳକର ଦେଉଛନ୍ତି ହେଲେ ଜଳ ତାଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଚାଷ ଜମିରେ ପାଣି ନ ମାଡ଼ିଲେ ମଧ୍ୟ ଜଳକର ଦେଉଥିବାରୁ ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ପଡିଆବାହାଲ,୧୬।୭(ଡି.ଏନ.ଏ.) ଦୁହିତା ଦୁଇ କୂଳକୁ ହିତା। ଏହି ଉକ୍ତିଟି କିନ୍ତୁ ସ୍ବାମୀଙ୍କୁ ହରାଇଥିବା ଜଣେ ଅସହାୟା ମହିଳା ସୁଜାତାଙ୍କ ପକ୍ଷେ ଓଲଟା ହୋଇଛି। ସ୍ବାମୀ ଆରପାରିକୁ ଗଲାପରଠୁ ସେ ଶାଶୁଘର ଓ ବାପଘର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଶାଶୁଘର ଲୋକେ ଦୂର୍‌ଦୂର୍‌ ଭାଗ୍‌ଭାଗ୍‌ କରିବା ପରେ ୩ ପାଠପଢ଼ୁଆ ପିଲାଙ୍କୁ ଧରି ସୁଜାତା ବାପଘର କବରାପାଲି ପଞ୍ଚାୟତ କୁଟୁରାଜୁରୀ ଗଁ।କୁ ଚାଲିଆସିଛନ୍ତି। ସେଠାରେ ବାପା ଦେଇଥିବା ଏକ ମାଟିର କୁଡ଼ିଆ ଘରେ ମୁଣ୍ଡ ଗେଞ୍ଜିଛନ୍ତି। ବିନା କାହାର ସହାୟତାରେ ଏକୁଟିଆ ଜୀବନର ପ୍ରତିଟି ମୁହୂର୍ତ୍ତ ସହ ସଂଗ୍ରାମ ଚଳାଇଛନ୍ତି। ହତଭାଗା ସୁଜାତା ଜୟନ୍ତପୁର ପଞ୍ଚାୟତ ଫଟାବାହାଲ ଗାଁର ବିଦେଶୀ ବଢ଼େଇଙ୍କୁ ବିବାହ କରିଥିଲେ। ବୈବାହିକ ଜୀବନରେ କୌଣସି ସମସ୍ୟା ନଥିଲା। ଦୁଃଖେ କଷ୍ଟେ ଦୁହେଁ ସଂସାର ଡଙ୍ଗା ଚଳାଇଥିଲେ। ତାଙ୍କ ୩ ସନ୍ତାନ ମଧ୍ୟ ସ୍କୁଲ ଯାଉଥିଲେ। ହେଲେ ଜୀବନଯାତ୍ରାର ଝଡ଼ଝଞ୍ଜା ଭିତରେ ଅର୍ଥାଭାବ କଣ୍ଟକ ସାଜିଥିଲା। ମୁଣ୍ଡ ଉପରେ ପରିବାର ବୋଝ ଯୋଗୁ ବିଦେଶୀ ଋଣଗ୍ରସ୍ତ ହେଲେ। ଶେଷରେ ଶୁଝି ନ ପାରି କୀଟନାଶକ ଖାଇ ସୁବଦିନ ପାଇଁ ଆଖି ବୁଜିଦେଲେ। ଆଉ ସୁଜାତା ଶାଶୁଘର ପାଇଁ ଯେପରି ଅଭିଶାପ ପାଲଟିଗଲେ। ସେ ହେଲେ ନିର୍ଯାତିତା।

ଶକ୍ତି ସଂରକ୍ଷଣ ମିଶନ ପ୍ରହସନ: ଦିନରାତି ଷ୍ଟ୍ରିଟ ଲାଇଟ ଜଳୁଛି

ଶକ୍ତି ସଂରକ୍ଷଣ ମିଶନ ପ୍ରହସନ: ଦିନରାତି ଷ୍ଟ୍ରିଟ ଲାଇଟ ଜଳୁଛି

ରାଜଗାଙ୍ଗପୁର, ୧୬।୭ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ସହରରେ ପୌରପରିଷଦ ପକ୍ଷରୁ ଶକ୍ତିସଂରକ୍ଷଣ ପାଇଁ କରାଯାଉଥିବା ମିଶନ ଏଠାରେ ପ୍ରହସନରେ ପରିଣତ ହୋଇଛି। ବିଭିନ୍ନ ସ୍ଥାନରେ ଦିନରାତି ଷ୍ଟ୍ରିଟ ଲାଇଟ ଜଳୁଥିବା, ପାଇପରୁ ପାଣି ଲିକେଜ ହେଉଥିବା ଏହାର ଏକ ଜ୍ୱଳନ୍ତ ଉଦାହରଣ।

ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଦକ୍ଷତା ବୃଦ୍ଧି ଜରୁରୀ

ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଦକ୍ଷତା ବୃଦ୍ଧି ଜରୁରୀ

ସୋନପୁର,୧୬।୭((ଡି.ଏନ.ଏ.) ବିଶ୍ୱ ଯୁବ ଦକ୍ଷତା ଦିବସ ସୋନପୁର ସରକାରୀ ଆଇଟିଆଇ(ଶିଳ୍ପ ତାଲିମ ଅନୁଷ୍ଠାନ) କ୍ୟାମ୍ପସ ପରିସରରେ ରବିବାର ପାଳିତ ହୋଇଯାଇଛି। ଜିଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଏଜୁକେଶନ ଫାଉଣ୍ଡେସନ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଛତୁଆ ବଦଳରେ ଦିଆଯାଉଛି ଜହର

ଗୋଲାମୁଣ୍ଡା,୧୬। ୭(ଡି.ଏନ.ଏ.) ସରକାର ରାଜ୍ୟର କୌଣସି ଶିଶୁ ଅପପୃଷ୍ଟିର ଶିକାର ନ ହେଉ ତେଣୁ ସମସ୍ତ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ବଣ୍ଟନ କରୁଛନ୍ତି ।

ହୋମଗାର୍ଡଙ୍କୁ ଫଲସାରେ ହାଣି ହତ୍ୟା: ଗ୍ରାମଦେବୀଙ୍କ ପୂଜାସ୍ଥଳ ନିକଟରୁ ମୃତଦେହ ଉଦ୍ଧାର

ବାଲିଶଙ୍କରା, ୧୫।୭ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ତଳସରା ଗ୍ରାମରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ତଳସରା ଥାନାର ହୋମଗାର୍ଡ ନବୀନ ଚନ୍ଦ୍ର ମହାକୁଳ (୫୯)ଙ୍କୁ ନିର୍ମମ ଭାବେ ଫଲସାରେ ହାଣି ହତ୍ୟା କରାଯାଇଥିବା ଜଣାପଡିଛି। ତେବେ କିଏ, କାହିଁକି ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଗ୍ରାମଦେବୀ ପୂଜାସ୍ଥଳ ନିକଟରୁ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।

ସ୍ତ୍ରୀ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ସ୍ତ୍ରୀ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ହେମଗିର, ୧୫।୭ (ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ତୁଲିଙ୍ଗା ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏହି ଗ୍ରାମର ଶୁଶାନ୍ତ ଭୋଇ ନାମକ ଯୁବକ ତାଙ୍କ ସ୍ତ୍ରୀ ମଞ୍ଜରୀ ସାହୁ (୨୩)ଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଗତ ୧୨ ଡିସେମ୍ବର, ୨୦୧୫ରେ ଝାରସୁଗୁଡା ଜିଲା ଲଖନପୁର ଥାନା ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମର ସ୍ବର୍ଗତ ଶ୍ରୀରାମ ସାହୁଙ୍କର କନ୍ୟା ମଞ୍ଜରୀ (୨୩)ଙ୍କୁ ଶୁଶାନ୍ତ ବୈଦିକ ରୀତିରେ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ୧୯ ମାସର ଶିଶୁ କନ୍ୟା ରହିଛି।

କାନ୍ଥ ପଡ଼ି ଯୁବକ ମୃତ

କାନ୍ଥ ପଡ଼ି ଯୁବକ ମୃତ

ବରଗଡ଼ ଅଫିସ୍‌,୧୫।୭- ବରଗଡ଼ ଜିଲା ପାଇକମାଳ ଥାନା ମିଠାପାଲି ଗ୍ରାମରେ ରବିବାର ବର୍ଷା ଯୋଗୁ ଘରକାନ୍ଥ ପଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଟେକଧର ବରିହା ।

ଚାଷକୁ ବର୍ଷା ନିଅଣ୍ଟ, ଚାଷୀ ହତାଶ

ଚାଷକୁ ବର୍ଷା ନିଅଣ୍ଟ, ଚାଷୀ ହତାଶ

ବରଗଡ଼ ଅଫିସ୍‌,୧୫।୭ -ଜୁନ୍‌ ପରେ ଜୁଲାଇ ମାସର ଅଧା ସମୟ ବିତିଗଲାଣି । ମାତ୍ର ଆଶାନୁରୂପ ବୃଷ୍ଟିପାତ ହୋଇନାହିଁ । ବରଗଡ଼ ଜିଲା ଚାଷୀଙ୍କୁ ଏବେ ଏଭଳି ସ୍ବଳ୍ପ ବୃଷ୍ଟିପାତ ଚିନ୍ତା ଘାରିଛି।

ତୁଡାଲଗାରେ ଫୁଟବଲ ଟୁର୍ନାମେଣ୍ଟ ୧୦ରୁ ଆରମ୍ଭ

ତୁଡାଲଗାରେ ଫୁଟବଲ ଟୁର୍ନାମେଣ୍ଟ ୧୦ରୁ ଆରମ୍ଭ

ବଡ଼ଗାଁ, ୧୫।୭ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ଗ୍ରାମ ସ୍ଥିତ କନ୍ୟାଶ୍ରମ ପଛପଟ ଗ୍ରୀନ୍‌ ପାର୍କ ଫୁଟବଲ ଫିଲ୍ଡଠାରେ ଆସନ୍ତା ମାସ ୧୦ ତାରିଖଠାରୁ ହେବାକୁ ଥିବା ମିନି ୱାଲ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି । ଟୁର୍ନାମେଣ୍ଟର ଆୟୋଜକ ସ୍ଥାନୀୟ ଜୟଶ୍ରୀରାମ କ୍ଲବର ସଭାପତି କାର୍ତ୍ତିକ ବାଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୂର୍ଣ୍ଣଚନ୍ଦ୍ର ମାଝୀ, ଅମର ମାଝୀ, ଜଗ ମାଝୀ, ରାଜକୁମାର ମାଝୀ, ଅନିଲ କୁଜୁର, କୃଷ୍ଣ ମାଝୀ, ମୁନୁ ନାଏକ, ସୁନିଲ କୁଜୁର, ଅର୍ଜୁନ ବାଗ, ଅଜିତ ମାଝୀ, କପିଲ ଟପ୍ପୋ ପ୍ରମୁଖ କ୍ଲବ ସଦସ୍ୟ ତଥା ଖେଳାଳିମାନେ ଟୁର୍ନାମେଣ୍ଟକୁ କିପରି ପରିଚାଳନା କରାଯିବ ସେନେଇ

ନାଗରାଗଡ଼ ରଥଯାତ୍ରାରେ ହଜିଥିବା ଶିଶୁ ମା’ କୋଳକୁ ଫେରିଲା

କୁଆଁରମୁଣ୍ଡା,୧୫।୭(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲାର ସର୍ବପ୍ରାଚୀନ ନାଗରାଗଡ଼ ରଥଯାତ୍ରା ଶନିବାର ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇ ସନ୍ଧ୍ୟା ୭ଟାରେ ବଜରଙ୍ଗଛକସ୍ଥିତ ମାଉସୀମା’ ମନ୍ଦିରରେ ପହଞ୍ଚିଥିଲା। ପଣ୍ଡିତ ନେତ୍ରାନନ୍ଦ ଦୁବେ, କୈଳାସ ତ୍ରିପାଠୀ ପ୍ରମୁଖ ସମସ୍ତ ପୂଜା କାର୍ଯ୍ୟ ସମ୍ପନ୍ନ କରିବା ପରେ ପ୍ରବୀର ସିଂ ଛେରା ପହଁରା କରିଥିଲେ। ଏହା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲାର ସର୍ବପ୍ରାଚୀନ ଏହି ରଥଯାତ୍ରା ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା।

ଭାଜପାର ପଞ୍ଚାୟତସ୍ତରୀୟ ଗ୍ରାମସଭା

କୁଆଁରମୁଣ୍ଡା,୧୫।୭(ଡି.ଏନ.ଏ.)-ଭାରତୀୟ ଜନତା ପାର୍ଟି (ଭାଜପା)ର ପଞ୍ଚାୟତସ୍ତରୀୟ ଗ୍ରାମସଭା କୁଆଁରମୁଣ୍ଡା ବ୍ଲକର ପଦମପୁର ପଞ୍ଚାୟତ ଚାନ୍ଦିପୋଷ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କୁଆଁରମୁଣ୍ଡା ମଣ୍ଡଳ ‘ଖ’ ଜୋନର ମହିଳା ସଭାନେତ୍ରୀ ସରିତା ବିଶ୍ୱାଳ ଓ ସାଧାରଣ ସମ୍ପାଦିକା ରୀନା ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ମାଓବାଦୀ-ପୋଲିସ ଗୁଳିବିନିମୟ

ମାଓବାଦୀ-ପୋଲିସ ଗୁଳିବିନିମୟ

ଦେବଗଡ଼, ୧୫।୭(ସ୍ବ.ପ୍ର.)-ଦେବଗଡ଼ ଜିଲା ତିଳେଇବଣି ବ୍ଲକର ମାଓବାଦୀ ପ୍ରବଣ ଅଞ୍ଚଳ ଲଇମୁରା ସଂରକ୍ଷିତ ଜଙ୍ଗଲରେ ରବିବାର ସକାଳଠାରୁ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମୃତାହତଙ୍କ ଖବର ମିଳିନାହିଁ। ଅଦ୍ୟାବଧି ଗୁଳିବିନିମୟ ଜାରି ରହିଛି। ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ପୋଲିସକୁ ସୂଚନା ମିଳିବା ପରେ ଦେବଗଡ଼ ଏସ୍‌ପି ଅନୁପମା ଜେମସଙ୍କ ନେତୃତ୍ୱରେ ପୋଲିସ, ଏସ୍‌ଓଜି ଯବାନ ମିଳିତ ଭାବେ କୋମ୍ବିଂ ଅପରେଶନ କରିଥିଲେ। ଲଇମୁରା ସଂରକ୍ଷିତ ଜଙ୍ଗଲର ପାରପୋଶି ଗ୍ରାମପଞ୍ଚାୟତର ରୁକୁଡ଼ା ଗ୍ରାମ ନିକଟରେ ମାଓବାଦୀଙ୍କ ସହିତ ପୋଲିସ ମୁହାଁମୁହିଁ ହେବାରୁ ଗୁଳିବିନିମୟ ହୋଇଥିଲା।

ରଥଯାତ୍ରା ଦେଖିବାକୁ ଯାଇଥିବା ଯୁବକଙ୍କ ମୃତଦେହ ନାଳରୁ ଉଦ୍ଧାର

ରଥଯାତ୍ରା ଦେଖିବାକୁ ଯାଇଥିବା ଯୁବକଙ୍କ ମୃତଦେହ ନାଳରୁ ଉଦ୍ଧାର

ଦେବଗଡ଼, ୧୫।୭(ସ୍ବ.ପ୍ର.)-ଦେବଗଡ଼ ଜିଲା ବାରକୋଟ ବ୍ଲକ କୁଣ୍ଡାପିଠା ପଞ୍ଚାୟତ କୁଣ୍ଡାନାଳି ଗ୍ରାମକୁ ରଥଯାତ୍ରା ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ସକାଳେ ପାଲମ ନାଳରୁ ଉଦ୍ଧାର କରାଯାଇଛି। ଦେବଗଡ଼ ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ମୃତ୍ୟୁ ସନ୍ଦେହଜନକ ହୋଇଥିବାରୁ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ମୃତକଙ୍କ ନାମ ଯୋଗେଶ୍ୱର ଦେହୁରୀ(୩୪)। ତାଙ୍କ ଘର ରିଆମାଳ ବ୍ଲକ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଘୋଡ଼ାପୋଡ଼ା ଗ୍ରାମରେ। ଶନିବାର ସେ ରଥଯାତ୍ରା ଦେଖିବାକୁ କୁଣ୍ଡାପିଠା ପଞ୍ଚାୟତ କୁଣ୍ଡାନାଳି ଗ୍ରାମର ଭଉଣୀ ଘରକୁ ଯାଇଥିଲେ।

କୂଅ ଭିତରୁ ଦନ୍ତାହାତୀ ଉଦ୍ଧାର

କୂଅ ଭିତରୁ ଦନ୍ତାହାତୀ ଉଦ୍ଧାର

ରେଢ଼ାଖୋଲ, ୧୫।୭(ଡି.ଏନ.ଏ.)- ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡର ବଡ଼ବାହାଲ ରେଞ୍ଜ ଅନ୍ତର୍ଗତ ସାନହିନ୍ଦୋଳ ଗ୍ରାମ ନିକଟରେ ଏକ ଅର୍ଦ୍ଧଖୋଳା କୂଅ ଭିତରୁ ରବିବାର ସକାଳେ ଏକ ଦନ୍ତାହାତୀକୁ ଉଦ୍ଧାର କରାଯାଇଛି। ଏହି ହାତୀ ରାତିରେ ବୁଲୁଥିବାବେଳେ ଏହି କୂଅ ଭିତରେ ଖସିପଡ଼ିଥିଲା। ସକାଳେ ଏ ସମ୍ପର୍କରେ ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚିଥିଲେ। ଏକ ଜେସିବି ସାହାର୍ଯ୍ୟରେ କୂଅର ଗୋଟିଏ ପାଖ ଖୋଳାଯାଇ ମାଟି ସମତୁଲ କରାଯିବାରୁ ହାତୀ ଉଠି ଆସି ଜଙ୍ଗଲକୁ ଚାଲିଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ସମୟରେ ଡ଼ିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରେଞ୍ଜର ପ୍ରଦୀପ ସେଠୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ବଳାତ୍କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବଳାତ୍କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଝାରସୁଗୁଡ଼ା ଅଫିସ,୧୫।୭- ବଳାତ୍କାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପିଙ୍କ ନିକଟରେ ଦାବି କରାଯାଇଛି। ଶନିବାର ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନ, ଜିଲା ଭିନ୍ନକ୍ଷମ ସଂଘ, ୟଙ୍ଗଷ୍ଟର ଚାରିଟେବୁଲ ଟ୍ରଷ୍ଟ, ବରିଷ୍ଠ ନାଗରିକ ସଂଘ, ମାରୱାଡି ମହିଳା ସମିତି, ଭୋଇ ମେମୋରିଆଲ ଯୁବକ ସଂଘ, ବଣିକ ସଂଘର କର୍ମକର୍ତ୍ତା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତିଙ୍କୁ ଭେଟି ଏ ନେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବେହେରାମାଲରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଛି।

ବିଦ୍ୟୁତ୍‌ ଆଘାତରେ ଜଣେ ମୃତ

ଝାରସୁଗୁଡ଼ା ଅଫିସ, ୧୫।୭- ଝାରସୁଗୁଡ଼ା ବିଟିଏମ୍‌ ଛକରେ ଶନିବାର ରାତିରେ ବିଦ୍ୟୁତ୍‌ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଜଗବନ୍ଧୁ ରାଉତ (୩୨)। ଜଗବନ୍ଧୁ ଠେଲାଗାଡ଼ି ଧରି ଯିବାବେଳେ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲେ। ବିଦ୍ୟୁତ୍‌ ତାର ଛିଣ୍ଡି ଜଗବନ୍ଧୁଙ୍କ ଉପରେ ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଦିବ୍ୟାଙ୍ଗଙ୍କ ରଙ୍ଗତୂଳୀରେ ଜଗନ୍ନାଥ

ଦିବ୍ୟାଙ୍ଗଙ୍କ ରଙ୍ଗତୂଳୀରେ ଜଗନ୍ନାଥ

ଝାରସୁଗୁଡ଼ା ଅଫିସ,୧୫।୭- ପବିତ୍ର ଘୋଷଯାତ୍ରା ଅବସରରେ ଝାରସୁଗୁଡ଼ା ସହର ଉତ୍ସବମୁଖର ହୋଇ ଉଠିଛି। ଏହି ଉତ୍ସବଠାରୁ ଦୂରରେ ରହିଥିଲେ ମଧ୍ୟ ମିଶନ ଆଶ୍ରାର ମାନସିକ ଦିବ୍ୟାଙ୍ଗ ମହିଳାମାନେ ଭିନ୍ନ ଢଙ୍ଗରେ ପାଳନ କରିଥିଲେ ରଥଯାତ୍ରା। ମିଶନ୍‌ ଆଶ୍ରା ସହାୟିକାଙ୍କ ସହଯୋଗରେ ଶନିବାର ପାଳନ ହୋଇଥିଲା ଜଗନ୍ନାଥ ଚିତ୍ରାଙ୍କନ କାର୍ଯ୍ୟକ୍ରମ। ମାନସିକ ଭାବେ ଅକ୍ଷମ, ପରିବାର ପାଇଁ ଅଲୋଡ଼ା ହୋଇ ନିର୍ବାସିତ ଜୀବନ ବିତାଉଥିବା ଏହି ମହିଳା ଅନ୍ତେବାସୀ ନିଜ ହାତରେ ଆଙ୍କିଥିଲେ ଜଗନ୍ନାଥଙ୍କ ଆକର୍ଷଣୀୟ ଚିତ୍ର।

ବାପାଙ୍କୁ ଛୁରି ଭୁଷି ହତ୍ୟା, ପୁଅ ଅଟକ

ଝାରସୁଗୁଡ଼ା ଅଫିସ,୧୫।୭- ଝାରସୁଗୁଡ଼ା ବଡ଼ମାଲ ଥାନା ବୃନ୍ଦାମାଲ ବିସ୍ଥାପିତ କଲୋନୀରେ ଶନିବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ଏହି କଲୋନୀରେ ରହୁଥିବା ବିଶିକେଶନ ରୋହିଦାସ (୫୦)ଙ୍କୁ ତାଙ୍କ ପୁଅ ଭଗବାନ ରୋହିଦାସ ଅତି ନିର୍ମମ ଭାବେ ଛୁରି ଭୁଷି ହତ୍ୟା କରିଛନ୍ତି। ପୋଲିସ ଭଗବାନଙ୍କୁ ଅଟକ ରଖି ତଦନ୍ତ କରୁଥିବା ବଡ଼ମାଲ ଥାନା ସୂତ୍ରରୁ ସୂଚନା ମିଳିଛି। ବୃନ୍ଦାମାଲ ବିସ୍ଥାପିତ କଲୋନୀରେ ବିଶିକେଶନ ତାଙ୍କ ପରିବାର ସହ ରୁହନ୍ତି। ବିଶିକେଶନଙ୍କ ପୁଅ ଭଗବାନ ବେଦାନ୍ତରେ କାମ କରନ୍ତି। ତେବେ ଗତ ୬ମାସ ହେଲା ଭଗବାନ କାମକୁ ନ ଯାଇ ଘରେ ବସିଛନ୍ତି।

୨୦୧୭ କୃଷିବୀମା କରିଥିବା ବହୁସଂଖ୍ୟକ ଚାଷୀ ବାଦପଡିଲେ

ବଡଗାଁ, ୧୫।୭ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳରେ ୨୦୧୭ ମସିହାରେ ଅନିୟମିତ ବୃଷ୍ଟି ଓ ରୋଗପୋକ ଯୋଗୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ୨୦୧୭ ମସିହା ଖରିଫ ଚାଷ ପୂର୍ବରୁ ବଡଗାଁ ଲ୍ୟାମ୍ପ୍ସ ଅଧିନ ବଡଗାଁ, ଇତମା, ଦାଣ୍ଡଜମରା, ଟିକିଲିପଡା, ଜରଙ୍ଗଲୋଇ, ଭୋଇପାଲି, ଫୁଲବାରୀ ଓ ତୁଡାଲଗା ପଞ୍ଚାୟତର ୧୫୬୩ ଜଣ ଚାଷୀ ବୀମା କରାଇଥିଲେ। ଚୁଳା ମଣ୍ଡଳମ୍‌ ବୀମା କମ୍ପାନୀ ଚାଷୀଙ୍କ ବୀମା କରାଇଥିଲା ।

ରଥଯାତ୍ରା ଉପଲକ୍ଷେ ବାଲୁକା କଳାକୃତି ପ୍ରଦର୍ଶନ

ରଥଯାତ୍ରା ଉପଲକ୍ଷେ ବାଲୁକା କଳାକୃତି ପ୍ରଦର୍ଶନ

ରାଜଗାଙ୍ଗପୁର, ୧୫।୭ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ସହରର ଲିପଲୋଇଠାରେ ରଥଯାତ୍ରା ଉପଲକ୍ଷେ ବାଲୁକା ଶିଳ୍ପୀ ରାଜୁ ସାହୁଙ୍କ ବାଲୁକା କଳାକୃତୀ ପ୍ରଦର୍ଶନ କରାଯାଇଥିଲା। ଏଠାରେ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ରାଜଗାଙ୍ଗପୁର ସହରର ଆଇଟି କଲୋନୀରେ ରାଜୁ ସାହୁ ବସବାସ କରନ୍ତି। ସେ ଜଣେ ଉଚ୍ଚ କୋଟିର ବାଳୁକା ଶିଳ୍ପୀ। ସେ ମୁମ୍ବାଇ, ବାଙ୍ଗାଲୋର, ରାଞ୍ଚତ୍ ଭଳି ବିଭିନ୍ନ ସ୍ଥାନରେ ନିଜ କଳାକୃତୀ ପ୍ରଦର୍ଶନ କରିଥିବା ବେଳେ ପୁରୀବେଳା ଭୂମିରେ ହେଉଥିବା ୨୩ ଦେଶର ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ।

ବାପା ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିବାବେଳେ ପୁଅର ମୃତ୍ୟୁ

ବାପା ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିବାବେଳେ ପୁଅର ମୃତ୍ୟୁ

ବଡ଼ଗାଁ, ୧୫।୭ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଖୁଣ୍ଟମୁଣ୍ଡା ଗ୍ରାମ ନିକଟ ୧୦ନଂ. ରାଜ୍ୟ ରାଜପଥରେ ଶନିବାର ଅପରାହ୍ନ ୩ଟାବେଳେ ଏକ ଦୁର୍ଘଟଣା ଘଟିଛି। କାର ପଛରେ ଟ୍ୟାଙ୍କର ଧକ୍କା ଦେବାରୁ ତୁଡାଲଗା ଗ୍ରାମର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବର୍ଷାତ କୁମାର ରାଉତରାୟ ଓରଫ ବଣ୍ଟି (୨୮) ଓ ସଚିନ ପାଉଲେ (୨୬)। ମୃତ ବଣ୍ଟିଙ୍କ ବାପା ପୋଷ୍ଟମାଷ୍ଟର ଶରତ ଚନ୍ଦ୍ର ରାଉତରାୟ ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିବାବେଳେ ପୁଅର ମୃତ୍ୟୁ ଘଟିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।