ସମ୍ବଲପୁର

ଉଦନ୍ତୀ ନଦୀରେ ପ୍ରଥମ ବନ୍ୟା: ଟାପୁରେ ଫସିଲେ ୫୦ରୁ ଊର୍ଦ୍ଧ୍ୱ

ଉଦନ୍ତୀ ନଦୀରେ ପ୍ରଥମ ବନ୍ୟା: ଟାପୁରେ ଫସିଲେ ୫୦ରୁ ଊର୍ଦ୍ଧ୍ୱ

ସିନାପାଲି,୧୭।୭(ଡି.ଏନ.ଏ.)- ଲଗାଣ ବର୍ଷା ଯୋଗୁ ଉଦନ୍ତୀ ନଦୀରେ ବନ୍ୟା ପରସ୍ଥିତି ଦେଖାଦେଇଛି । ବନ୍ୟା ଯୋଗୁ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଗାଈଗୋରୁ ପାଣି ସୁଅ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଦନ୍ତୀ ନଦୀରେ ହଠାତ୍‌ ବନ୍ୟା ଜଳ ମାଡି ଆସିଥିଲା। ଏହା ପୂର୍ବରୁ ସିନାପାଲି ବ୍ଲକ୍‌ ଚଲନା ଗ୍ରାମଠାରେ ନଦୀ ଗର୍ଭସ୍ଥ ଉଚୁକୁଭଟା ଟାପୁକୁ ଚରିବାକୁ ଯାଇଥିବା ୫୦ରୁ ଊର୍ଦ୍ଧ୍ୱ ଗୋରୁ ଦୀର୍ଘ ସମୟ ଧରି ଫସି ରହିଥିଲେ। ପରେ ଗ୍ରାମବାସୀ ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଗୋରୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଆବଶ୍ୟକ ଉଦ୍ଧାର ସାମଗ୍ରୀ ନ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ପରିଲକ୍ଷିତ ହୋଇଥିଲା। ପରବର୍ତ୍ତୀ ସମୟରେ ଉଦନ୍ତୀ ନଦୀର ଶାଖା ନାଳ ଦେଇ ବନ୍ୟା ଜଳ କମିବା ପରେ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା

ବଜ୍ରଘାତରେ ଚାଷୀଙ୍କ ମୃତ୍ୟୁ

ବଜ୍ରଘାତରେ ଚାଷୀଙ୍କ ମୃତ୍ୟୁ

ହୀରାକୁଦ,୧୭।୭(ଡି.ଏନ.ଏ)- ବଜ୍ରପାତ ଘଟି ସମ୍ବଲପୁର ମହାନଗର ଅଧୀନ ୧୩ ନମ୍ବର ୱାର୍ଡର ସାପଲହରା ଗ୍ରାମର ରବି ମିର୍ଦ୍ଧା ନାମକ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରବି ବିଲକୁ ଯାଇଥିବା ବେଳେ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ହୀରାକୁଦ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ହୀରାକୁଦ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଜନଅଭିଯୋଗ ଶୁଣାଣି ଶିବିର: ୧୫୨ ଅଭିଯୋଗ ଦାଖଲ

ଜନଅଭିଯୋଗ ଶୁଣାଣି ଶିବିର: ୧୫୨ ଅଭିଯୋଗ ଦାଖଲ

ନାକଟିଦେଉଳ,୧୭।୭(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟ ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ଜିଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୧୫୨ଟି ଅଭିଯୋଗ ଦାଖଲ ହୋଇଥିଲା। ୧୩୮ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୪ଟି ଗୋଷ୍ଠୀଗତ ଅଭିଯୋଗ ଦାଖଲ ହୋଇଥିଲା। ଏଥିରେ ବିଜୁ ପକ୍କାଘର ବଣ୍ଟନରେ ଅନିୟମିତତା ହିତାଧିକାରୀଙ୍କ ଆଧାର ପରିଚୟପତ୍ରରେ ଭୁଲ ଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବାରେ ବଞ୍ଚିତ ହେଉଥିବା, ବୟସ ହୋଇଥିଲେ ସୁଦ୍ଧା ଶିମିଳିପାଳ ପଞ୍ଚାୟତରେ ଆବେଦନକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା, ରାଶନକାର୍ଡ ନ ଥିବାରୁ ଗରିବ ଜନସାଧାରଣ ଚାଉଳ ପାଇବାରୁ ବଞ୍ଚତ୍ତ ହେଉଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା।

ଧନକଉଡା ବିଇଓ ଅଫିସରରେ ସମ୍ବର୍ଦ୍ଧନା ସଭା

ଧନକଉଡା ବିଇଓ ଅଫିସରରେ ସମ୍ବର୍ଦ୍ଧନା ସଭା

ସମ୍ବଲପୁର, ୧୭।୭ (ବ୍ୟୁରୋ)- ସମ୍ବଲପୁର ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ସଭା ସୋମବାର ଧନକଉଡା ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଯୋଗଦେଇଥିବା ବିଇଓ ମୁରଲୀଧର ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହିପରି ସୁଧାଂଶୁ ଶେଖର ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

କତରବଗା ଚାଷୀ ଜିଲାପାଳଙ୍କ ଦ୍ୱାରସ୍ଥ

କତରବଗା ଚାଷୀ ଜିଲାପାଳଙ୍କ ଦ୍ୱାରସ୍ଥ

ସମ୍ବଲପୁର, ୧୭।୭ (ବ୍ୟୁରୋ)- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ କରିବାକୁ ସମ୍ବଲପୁର ଜିଲା କତରବଗା ଚାଷୀମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଜିଲାପାଳ ସମର୍ଥ ବର୍ମାଙ୍କୁ ୮ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ୨୦୧୭-୧୮ ବର୍ଷ ଖରିଫ ଋତୁରେ କତରବଗା ଚାଷୀମାନେ ଧାନ ଫସଲ କରିଥିଲେ । ଚାଷ ଲାଗି ଆବଶ୍ୟକ ଖର୍ଚ୍ଚ ତୁଳାଇବାକୁ ସମବାୟ ଓ ଅନ୍ୟାନ୍ୟ ସଂସ୍ଥାରୁ ଧାରକରଜ କରିଥିଲେ । ଚକଡା ପୋକ ଯୋଗୁ ଧାନ ଫସଲ ନଷ୍ଟ ହୋଇଛି । ଯଦ୍ଦ୍ବାରା ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି ।

ପ୍ରଧାନମନ୍ତ୍ରୀ ଶସ୍ୟବୀମା ଯୋଜନାରେ ଅନିୟମିତତା

ପ୍ରଧାନମନ୍ତ୍ରୀ ଶସ୍ୟବୀମା ଯୋଜନାରେ ଅନିୟମିତତା

ସମ୍ବଲପୁର,୧୭।୭(ବ୍ୟୁରୋ)- ପ୍ରଧାନମନ୍ତ୍ରୀ ଶସ୍ୟବୀମା ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ବତେମୁରା ଓ ତବଲା, ରେଙ୍ଗାଲି ବ୍ଲକର ଜମଲା, କତରବଗା, ରେଙ୍ଗଲୋଇ, ନିଶାନଭଙ୍ଗା, ଠେଲକୋଲଇ, ଝାଙ୍କରପାଲି, ଲଇଡା, ଧନକଉଡା ବ୍ଳକର ବିଶାଲଖିଣ୍ଡା ଓ କିଲାସମା ପଞ୍ଚାୟତବାସୀ ଗତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଶସ୍ୟବୀମା କରିଥିଲେ। କିନ୍ତୁ ସମ୍ବଲପୁର ଜିଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ୧୧ଟି ପଞ୍ଚାୟତ ବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ମା’କୋଳକୁ ଫେରିଲେ ନିଖୋଜ ସ୍କୁଲ ଛାତ୍ର

ମା’କୋଳକୁ ଫେରିଲେ ନିଖୋଜ ସ୍କୁଲ ଛାତ୍ର

ରେଢ଼ାଖୋଲ,୧୭।୭(ଡି.ଏନ୍‌.ଏ.)- ନିଖୋଜ ଥିବା ରେଢ଼ାଖୋଲ ସହର ନୂଆସାହିର ସ୍କୁଲ ଛାତ୍ର ରାକେଶ ମା’ କୋଳକୁ ଫେରିଛନ୍ତି। ସମ୍ବଲପୁର ଜିଲା ଶିଶୁ କଲ୍ୟାଣ ସମିତି ବରିଷ୍ଠ ସଭ୍ୟ ଯୋଗେନ୍ଦ୍ର ପାଟଯୋଶୀ ରାକେଶଙ୍କୁ ମା’ପାର୍ବତୀ ଅମାତଙ୍କ ନିକଟରେ ହସ୍ତାନ୍ତର କରିଛନ୍ତି। ସ୍ଥାନୀୟ ହରିଜନପଡ଼ା ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିବା ରାକେଶ ଅମାତ(୮) ଶୁକ୍ରବାର ସ୍କୁଲରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ସନ୍ଧ୍ୟାରେ କାମ ସାରି ଘରକୁ ଫେରିଥିବା ବେଳେ ରାକେଶ ସ୍କୁଲରୁ ଘରକୁ ଫେରି ନ ଥିବା ଜାଣିବାକୁ ପାଇଥିଲେ।

ଜିଲା ପ୍ରଶାସନର ଯୁଗ୍ମ ଜନଶୁଣାଣି ଶିବିର

ଜିଲା ପ୍ରଶାସନର ଯୁଗ୍ମ ଜନଶୁଣାଣି ଶିବିର

ବୀରମହାରାଜପୁର, ୧୭।୭(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ପ୍ରଶାସନର ଯୁଗ୍ମ ଜନଶୁଣାଣି ଶିବିର ବୀରମହାରାଜପୁରଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି।

ସମ୍ବଲପୁରରେ ପ୍ରବଳ ବର୍ଷା

ସମ୍ବଲପୁରରେ ପ୍ରବଳ ବର୍ଷା

ସମ୍ବଲପୁର, ୧୭।୭ (ବ୍ୟୁରୋ) ଗତ ୩୬ ଘଣ୍ଟା ମଧ୍ୟରେ ଐତିହାସିକ ସମ୍ବଲପୁର ସହରରେ ୧୧୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ସମ୍ବଲପୁର ସହର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି।

ପିଲାସଂଖ୍ୟା ହ୍ରାସ: ନୂଆପଡା ଜିଲାର ୫୩ ସ୍କୁଲରେ ତାଲା

ପିଲାସଂଖ୍ୟା ହ୍ରାସ: ନୂଆପଡା ଜିଲାର ୫୩ ସ୍କୁଲରେ ତାଲା

ନୂଆପଡା ଅଫିସ,୧୭ା୭- ସରକାର ପ୍ରତ୍ୟକ ଗାଁରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବାକୁ ବିଦ୍ୟାଳୟଗୁଡିକ ସ୍ଥାପନ କଲେ। ହେଲେ ବହୁ ଚେଷ୍ଟା ସତ୍ତ୍ୱେ ବିଦ୍ୟାଳୟଗୁଡିକରେ ପିଲା ସଂଖ୍ୟା ହ୍ରାସ ପାଇବାରେ ଲାଗିଲା।

ସ୍କୁଲ ଜଳବନ୍ଦୀ, ପାଠପଢା ବ୍ୟାହତ

ସ୍କୁଲ ଜଳବନ୍ଦୀ, ପାଠପଢା ବ୍ୟାହତ

ପଦ୍ମପୁର, ୧୭।୭ (ଡି.ଏନ.ଏ) ଲଘୁଚାପ ଯୋଗୁ ଗତ ୨ଦିନ ଧରି ହୋଇଥିବା ବୃଷ୍ଟିପାତରେ ପଦ୍ମପୁର ସହରର ଅଧିକାଂଶ ସ୍ଥାନରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ବର୍ଷାରେ ଲାଲବାହାଦୁର ଶାସ୍ତ୍ରୀ ଉପ୍ରା ବିଦ୍ୟାଳୟରେ ମଧ୍ୟ ଆଣ୍ଠୁଏ ପାଣି ପଶିିଥିଲା ।

ରୁକୁଡା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ

ରୁକୁଡା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ

ଦେବଗଡ଼,୧୭।୭(ସ୍ବ.ପ୍ର.): ଦୀର୍ଘଦିନର ନୀରବତା ପରେ ଦେବଗଡ ଜିଲାରେ ମାଓବାଦୀଙ୍କ ଗତିବିଧି ପୁନଃ ପରିଲକ୍ଷିତ ହୋଇଛି। ଗତ ୧୪ତାରିଖରୁ ଦୁଇଦିନ ଧରି ପୋଲିସ୍‌ର ଡିଭିଏଫ୍‌ ଏବଂ ଏସ୍‌ଓଜି ଟିମ୍‌ ଜିଲାର ତିଲେଇବଣି ବ୍ଲକ ଅଧୀନ ଲଇମୁରା ସଂରକ୍ଷିତ ଜଙ୍ଗଲ ଓ ପାରପୋଷି ପଞ୍ଚାୟତର ରୁକୁଡା ଗ୍ରାମରେ ଛାନଭିନ୍‌ ଚଳାଇଥିଲେ।

ପାଣି ଘେରରେ ସ୍କୁଲ, ପାଠପଢା ବ୍ୟାହତ

ପାଣି ଘେରରେ ସ୍କୁଲ, ପାଠପଢା ବ୍ୟାହତ

ପଦ୍ମପୁର, ୧୬।୭ (ଡି.ଏନ.ଏ): ଲଘୁଚାପ ଯୋଗୁ ିଗତ ୨ଦିନ ଧରି ହୋଇଥିବା ବୃଷ୍ଟିପାତରେ ପଦ୍ମପୁର ସହରର ଅଧିକାଂଶ ସ୍ଥାନରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଝସକେତନଙ୍କ ପାଇଁ ଯୋଜନେ ଦୂରରେ ଆବାସ ଯୋଜନା

ଝସକେତନଙ୍କ ପାଇଁ ଯୋଜନେ ଦୂରରେ ଆବାସ ଯୋଜନା

ଖପ୍ରାଖୋଲ, ୧୬ା୭(ଡି.ଏନ.ଏ.): ସରକାର ଅସହାୟ ଗରିବ, ଗୃହହୀନ ପରିବାରକୁ ଘର ଯୋଗାଇଦେବା ପାଇଁ ଇନ୍ଦିରା ଆବାସ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

ନାମକୁ ମାତ୍ର ଜିଲାପାଳ, ଏସପିଙ୍କ ଜନଶୁଣାଣି

ନାମକୁ ମାତ୍ର ଜିଲାପାଳ, ଏସପିଙ୍କ ଜନଶୁଣାଣି

ପାଟଣାଗଡ,୧୬।୭ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ପାଟଣାଗଡଠାରେ ମାସର ତୃତୀୟ ସୋମବାର ଜିଲାପାଳ ଏବଂ ଏସପିଙ୍କ ଯୁଗ୍ମ ଜନଶୁଣାଣୀ ହୋଇଥାଏ। ହେଲେ ଜନଶୁଣାଣୀରେ ଜିଲାପାଳ କିମ୍ବା ଏସ୍‌ପି ନିଜେ ନ ଆସି ତାଙ୍କ ପ୍ରତିନିଧି ମାନଙ୍କୁ ପଠାଇ ଦେଉଥିବାରୁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଯାଇଛି।

ବ୍ଲକସ୍ତରୀୟ ଜିଲାପାଳଙ୍କ ଜନଶୁଣାଣି

ବ୍ଲକସ୍ତରୀୟ ଜିଲାପାଳଙ୍କ ଜନଶୁଣାଣି

କେସିଙ୍ଗା,୧୬।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ସୋମବାର ବ୍ଲକସ୍ତରୀୟ ଜିଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ହାତୀ ନଦୀରେ ପ୍ରଥମ ବନ୍ୟା: ଚାଷ ଜମିରେ ପାଣି ମାଡି ଧାନ ଫସଲ ନଷ୍ଟ

ହାତୀ ନଦୀରେ ପ୍ରଥମ ବନ୍ୟା: ଚାଷ ଜମିରେ ପାଣି ମାଡି ଧାନ ଫସଲ ନଷ୍ଟ

ଜୁନାଗଡ,୧୬।୭(ଡି.ଏନ.ଏ.)- କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀ ନଦୀରେ ସୋମବାର ସକାଳେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି। ମଙ୍ଗଳପୁର ବ୍ୟାରେଜରୁ ପାଣି ଛଡା ଯାଇ ନ ଥିଲେ ମଧ୍ୟ ଶନିବାରଠାରୁ ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ଉପୁଜୁଛି। ବନ୍ୟାରେ ନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।

ଦେଓଗାଁ ରେଳ ଷ୍ଟେଶନ ପରିଦର୍ଶନ କଲେ ଏମ୍‌ପି: ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଦେଓଗାଁ ରେଳ ଷ୍ଟେଶନ ପରିଦର୍ଶନ କଲେ ଏମ୍‌ପି: ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଦେଓଗାଁ,୧୬।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ରେଳ ଷ୍ଟେଶନକୁ ସୋମବାର ଏମ୍‌ପି କଳିକେଶ ନାରାୟଣ ସିଂଦେଓ ଅଚାନକ ପରିଦର୍ଶନ କରିଛନ୍ତି। ଷ୍ଟେଶନ ଆଧୁନିକୀକରଣ କାର୍ଯ୍ୟ ନିମ୍ନମାନକୁ ନେଇ ୧୧ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା।

ମାଉସୀ ମନ୍ଦିରକୁ ବିଜେ ହେଲେ ମହାପ୍ରଭୁ

ମାଉସୀ ମନ୍ଦିରକୁ ବିଜେ ହେଲେ ମହାପ୍ରଭୁ

କୋଲାବିରା,୧୬।୭(ଡି.ଏନ.ଏ.) କୋଲାବିରା ବ୍ଲକ ସମାସିଂହାଠାରେ ଭକ୍ତିମୟ ପରିବେଶରେ ରଥଯାତ୍ରା ପାଳିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟୁଷରୁ ମଙ୍ଗଳ ଆଲତୀ ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା। ଭକ୍ତଙ୍କ ବାହୁଦୋଳିରେ ଝୁଲିଝୁଲି ଠାକୁର ରଥାରୁଢ଼ ହୋଇଥିଲେ। ଗୌନ୍ତିଆ ବଳରାମ ପଟେଲ ଛେରାପହରା କରିଥିଲେ। କ୍ଷୀରୋଦ ପୂଝାରୀ, ଆଶୀଷ ପୂଝାରୀ ରଥ ପୂଜା କାର୍ଯ୍ୟ ତୁଲାଇଥିଲେ।

 ଦନ୍ତା ଉପଦ୍ରବ : ଭାଙ୍ଗିଲା ଘର, ଖାଇଲା ଧାନ

ଦନ୍ତା ଉପଦ୍ରବ : ଭାଙ୍ଗିଲା ଘର, ଖାଇଲା ଧାନ

କୋଲାବିରା,୧୬।୭(ଡିଏନଏ) କୋଲାବିରା ରେଞ୍ଜ୍‌ ଅନ୍ତର୍ଗତ ଦଣ୍ଡାବୁଡ଼ା ଗ୍ରାମରେ ଏକ ଦନ୍ତା ହାତୀ ଉପଦ୍ରବ କରି ଘରୁ ଧାନ, ଚାଉଲ ଖାଇବା ସହ ଘର କାନ୍ଥ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗୋଠଖଣ୍ଡିଆ ହୋଇ ଏଣେତେଣେ ବୁଲୁଥିବା ଦନ୍ତାଟି ରବିବାର ବିଳମ୍ବିତ ରାତିରେ ଦଣ୍ଡାବୁଡା ଗ୍ରାମକୁ ପଶି ଆସିଥିଲା। ପ୍ରଥମେ ରୂପଧର ପଟେଲଙ୍କ ଘର କାନ୍ଥ ଭାଙ୍ଗି ଘରୁ ଧାନ ଚାଉଲ ଖାଇଥିଲା। ମାଛଚାଷ କରାଯାଇଥିବା ପୋଖରୀରେ ଦେବାକୁ ଥିବା ଦାନାକୁ ମଧ୍ୟ ଖାଇଦେଇଥିଲା। ପରେ ଅନ୍ୟ ଘର ଆଡ଼କୁ ମୁହଁ।ଇଥିଲା।

ଶ୍ରୀଜୀଉଙ୍କ ମତ୍ସ୍ୟ ଅବତାର

ଶ୍ରୀଜୀଉଙ୍କ ମତ୍ସ୍ୟ ଅବତାର

କୋଲାବିରା,୧୬।୭(ଡି.ଏନ.ଏ.) ରବିବାର କୋଲାବିରାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଶ୍ରୀଜୀଉ ମତ୍ସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ବେଶ ଦେଖିବା ପାଇଁ ସନ୍ଧ୍ୟାରେ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ସାନ୍ଧ୍ୟ ଆଳତୀ ସମୟରେ ଗିନି, ମୃଦଙ୍ଗ ତଥା ଶଙ୍ଖବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା।

୭ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ ଦାବି, ଆନ୍ଦୋଳନ ଚେତାବନୀ

୭ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ ଦାବି, ଆନ୍ଦୋଳନ ଚେତାବନୀ

ଖଡ଼ିଆଳ,୧୬।୭ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ପଦବୀ ଖାଲି ପଡ଼ିଛି। ବିଭିନ୍ନ ବିଭାଗରେ ବିଶେଷଜ୍ଞ ନ ଥିବାରୁ ଜରୁରୀକାଳୀନ ଚିକିତ୍ସା ଓ ଅସ୍ତ୍ରୋପଚାରରେ ସମସ୍ୟା ଦେଖାଦେଇଛି। ରୋଗୀମାନେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚତ୍ତ ହୋଇଚାଲିଛନ୍ତି। ଡାକ୍ତରଙ୍କ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ସ୍ବାସ୍ଥ୍ୟକେନ୍ଦ୍ର ଗତି କରୁଛି। ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ପକ୍ଷରୁ ଡାକ୍ତର ନିଯୁକ୍ତି ନେଇ ବାରମ୍ବାର ଦାବି ଓ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ

ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ

କେସିଙ୍ଗା,୧୬।୭(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ବୋରିଆ ଗ୍ରାମ ମାଝିପଡ଼ା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁଯାୟୀ ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ କରାଯାଇଛି। ଜିଲାପାଳ ଅଞ୍ଜନ କୁମାର ମାଣିକ ୩ରୁ ୬ ବର୍ଷର ପ୍ରାକ୍‌ ବିଦ୍ୟାଳୟର କୁନି କୁନି ଶିଶୁ, ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୧୬।୭(ବ୍ୟୁରୋ) ହଜରତ୍‌ ଖ୍ବାଜା ଗରୀବ ନୱାଜ୍‌ କମିଟି ପକ୍ଷରୁ ରବିବାର ସମ୍ବର୍ଦ୍ଧନା ଉତ୍ସବ ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ୨୨ ହଜ୍‌ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉତ୍ସବରେ ପୂର୍ବରୁ ହଜ୍‌ ଯାତ୍ରା କରିଥିବା ଓ କମିଟିର ପ୍ରାୟ ୩ଶହ କର୍ମକର୍ତ୍ତା ଉପସ୍ଥିତ ଥିଲେ ।