ସମ୍ବଲପୁର

ପରୀକ୍ଷା ଘୁଞ୍ଚାଇବାକୁ ଦାବି: କୁଳପତିଙ୍କୁ ଲେଖିଲେ, ବିଧାୟକଙ୍କୁ ଭେଟିଲେ

ପରୀକ୍ଷା ଘୁଞ୍ଚାଇବାକୁ ଦାବି: କୁଳପତିଙ୍କୁ ଲେଖିଲେ, ବିଧାୟକଙ୍କୁ ଭେଟିଲେ

ବରଗଡ଼ ଅଫିସ,୧୩।୯-ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଆଗକୁ ଘୁଞ୍ଚାଇବା ପାଇଁ ବିଜୁ ଛାତ୍ର ଜନତା ଦାବି କରିଛି। ଏହି କ୍ରମରେ ବିଜୁ ଛାତ୍ର ଜନତାର ବରଗଡ଼ ଜିଲା ସଭାପତି କରନ ସିକନ୍ଦର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛନ୍ତି।

ବୃକ୍ଷରୋପଣ କରି ନୂଆଁଖାଇକୁ ସ୍ବାଗତ

ବୃକ୍ଷରୋପଣ କରି ନୂଆଁଖାଇକୁ ସ୍ବାଗତ

ଭେଡ଼େନ,୧୩।୯(ଡି.ଏନ୍‌.ଏ.)- ଭେଡ଼େନ ବ୍ଲକ ଅଧୀନ କୁବେଡ଼େଗା ପଞ୍ଚାୟତର ଖଗସି ପାଲିର ଯୁବଗୋଷ୍ଠୀ ଏକ ନିଆରା ଢ଼ଙ୍ଗରେ ନୂଆଁଖାଇକୁ ସ୍ବାଗତ କରିଛନ୍ତି । ପ୍ରକୃତି ଉପାସନାର ପର୍ବ ନୂଆଖାଇକୁ ସବୁଜ ସୁନ୍ଦର କରିବାକୁ ଶପଥ ନେଇ ବୃକ୍ଷରୋପଣ କରି ସ୍ବାଗତ କରିଛନ୍ତି ଗ୍ରାମର ଯୁବକମାନେ ।  

ଝାରସୁଗୁଡ଼ାରେ ନୂଆ ରେଳ ଡିଭିଜନ୍‌ ଖୋଲାଯାଉ

ଝାରସୁଗୁଡ଼ାରେ ନୂଆ ରେଳ ଡିଭିଜନ୍‌ ଖୋଲାଯାଉ

ଝାରସୁଗୁଡ଼ା ଅଫିସ,୧୩।୯-  ଝାରସୁଗୁଡା ଠାରେ ରେଲୱେ ଡିଭିଜନ ସ୍ଥାପନ କରିବାକୁ ଝାରସୁଗୁଡ଼ା ଜିଲାପାଳଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଝାରସୁଗୁଡ଼ା ରେଳ ଷ୍ଟେଶନ ରାଜ୍ୟର ଅନ୍ୟତମ ସର୍ବପୁରାତନ ଷ୍ଟେଶନ ହୋଇଥିବା ବେଳେ ଏହି ରାସ୍ତାଦେଇ ନେହେରୁ, ଗାନ୍ଧୀ, ସର୍ଦ୍ଦାର ପଟେଲଙ୍କ ଭଳି ସ୍ବାଧୀନତା ସଂଗ୍ରାମୀ ଏବଂ ନେତା ଯାଇଛନ୍ତି। ବର୍ତ୍ତମାନ ଏହି ଷ୍ଟେଶନ ଉପରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଜିଲାବାସୀ ନିର୍ଭରଶୀଳ। ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ଲୋକଙ୍କୁ ତ୍ୱରିତ ସେବା ଆବଶ୍ୟକ।

ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ବିପର୍ଯ୍ୟସ୍ତ

ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ବିପର୍ଯ୍ୟସ୍ତ

ନୂଆଗାଁ,୧୩।୯(ଡି.ଏନ୍‌.ଏ.) ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ସମୟ ହେବ ଲ୍ୟାବ୍‌ ଟେକ୍ନିସିଆନ ନାହାନ୍ତି। ଫଳରେ ଲୋକେ ରକ୍ତ ଓ କଫ ପରୀକ୍ଷା କରି ନ ପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ଜିଲା ସ୍ବାସ୍ଥ୍ୟ ଅଧିକାରୀ କିମ୍ବା ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି।

ରାସ୍ତାରେ ଧୂଳି: ପ୍ରତିବାଦରେ ରାସ୍ତାରୋକୋ

ରାସ୍ତାରେ ଧୂଳି: ପ୍ରତିବାଦରେ ରାସ୍ତାରୋକୋ

ଲହୁଣିପଡା, ୧୩।୯ (ଡି.ଏନ.ଏ) ସୁନ୍ଦରଗଡ ଜିଲା ଲହୁଣିପଡା ବ୍ଲକ ଅନ୍ତର୍ଗତ ଗୁଢ଼ିଆଳିଠାରେ ବୁଧବାର ସନ୍ଧ୍ୟାରେ ଧୂଳି ଉଡିବା ପ୍ରତିବାଦରେ ସ୍ଥାନୀୟ ଲୋକମାନେ ରାସ୍ତାରୋକୋ କରିଥିବା ବେଳେ ପାଣି ପକାଇବା ପ୍ରତିଶ୍ରୁତି ପାଇଲା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଛି ।

କୋଶଲୀ ଦଶାବତାର ମଞ୍ଚସ୍ଥ

କୋଶଲୀ ଦଶାବତାର ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୧୩।୯ ସମଗ୍ର କୋଶଲାଞ୍ଚଳରେ ବସବାସ କରୁଥିବା ଭାରତର ମୂଳ ଆଦିବାସୀମାନଙ୍କ କଳା, ସଂସ୍କୃତି, ଲୋକନୃତ୍ୟ, ଲୋକଗୀତ ଓ ଲୋକଚେନତାର ମହାନ ପରମ୍ପରାକୁ ଏକ ଭିନ୍ନ କଳାତ୍ମକ କୌଶଳରେ କୋଶଲୀ ଦଶବତାର ନାମରେ ବୁଧବାର ସ୍ଥାନୀୟ ଟାଉନ୍‌ ହଲରେ ପରିବେଷଣ କରାଯାଇଥିଲା । 

ରାସ୍ତାକଡରେ କୁଢ଼କୁଢ଼ ଅବଧି ଶେଷ ଓଷଧ

ରାସ୍ତାକଡରେ କୁଢ଼କୁଢ଼ ଅବଧି ଶେଷ ଓଷଧ

ବଲାଙ୍ଗୀର ଅଫିସ, ୧୩।୯ ବଲାଙ୍ଗୀର ପୁଇଁତଲା-ବିଷ୍ଣୁମୁଣ୍ଡା ରାସ୍ତା କଡରେ  କୁଢ଼କୁଢ଼ ଅବଧି ଶେଷ ଓଷଧ ପିଙ୍ଗା ଯାଇଛି । ଏହି ଓଷଧଗୁଡିକ ସରକାରୀ ଯୋଗାଣ କରାଯାଇଥିବା ଉଲ୍ଲେଖ ରହିଛି । ଏଥ୍‌ରେ ଆଇରନ୍‌ ଟାବ୍‌ଲେଟ୍‌ ଓ ଭିଟାମିନ୍‌ ରହିଛି । କିଏ ଏଠାରେ ଏଗୁଡିକ ଫିଙ୍ଗିଛି ତାହା ଜଣାପଡି ନାହିଁ।

ଦାଦନ ବଇନା ଦେବାକୁ ଦଲାଲ ସକ୍ରିୟ

ଦାଦନ ବଇନା ଦେବାକୁ ଦଲାଲ ସକ୍ରିୟ

ଖପ୍ରାଖୋଲ,୧୩।୯(ଡି.ଏନ.ଏ.) ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ। ଗାଁରୁ ସହର ସବୁଠି ନୁଆଁଖାଇ ପାଳିବା ପାଇଁ ପ୍ରାକ୍‌ ପ୍ରସ୍ତୁତି। ଦେଶ ଦେଶାନ୍ତରରୁ ନୂଆଁଖାଇବାକୁ ଆସୁଥିବା ପ୍ରବାସୀମାନଙ୍କର ଘର ଲେଉଟାଣି ବେଳ। ଗାଁଠୁଁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଦୋକାନ ବଜାର ଭିଡ।

ଚାଷ ଉପଯୋଗୀ ବର୍ଷାନାହିଁ, ପଡିଆ ପଡିଛି ଜମି

ଚାଷ ଉପଯୋଗୀ ବର୍ଷାନାହିଁ, ପଡିଆ ପଡିଛି ଜମି

ବେଲପଡା, ୧୩ା୯(ଡି.ଏନ.ଏ.) ମରୁଡି ବଲାଙ୍ଗୀର ଜିଲା ବେଲପଡା ବ୍ଲକ ପିଛା ଛାଡୁନାହିଁ। ୨୦୧୫ରୁ ଲଗାତର ମରୁଡି ଦେଖି ଆସିଥିବା ବ୍ଲକ ଅଞ୍ଚଳର ଚାଷୀ ଚଳିତ ବର୍ଷ ମଧ୍ୟ ଆଉ ଏକ ମରୁଡିର ସାମନା କରିବାକୁ  ଯାଉଛନ୍ତି। ଚାଷ ଉପଯୋଗୀ ବର୍ଷା ନ ହେବାରୁ ବ୍ଳକ ଅଧୀନ ଭରୁଆପାଲି, ବାହାବଲ,

୨୩ରୁ ବିଜେପୁର ଅନନ୍ତବ୍ରତ ମହୋତ୍ସବ: ପୋଲିସ ପ୍ରଶାସନର ଶାନ୍ତି ବୈଠକ

୨୩ରୁ ବିଜେପୁର ଅନନ୍ତବ୍ରତ ମହୋତ୍ସବ: ପୋଲିସ ପ୍ରଶାସନର ଶାନ୍ତି ବୈଠକ

ବିଜେପୁର, ୧୨।୯ (ଡି.ଏନ.ଏ.)-ବରଗଡ ଜିଲା ବିଜେପୁରର ପ୍ରସିଦ୍ଧ ଅନନ୍ତବ୍ରତ ମହୋତ୍ସବ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବୁଧବାର ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ରାଜେନ୍ଦ୍ର ଶିଆଳଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ବିଡିଓ ପଦ୍ମନାଭ ସାମନ୍ତରାୟ, ତହସିଲଦାର ପ୍ରଦୀପ୍ତ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଆଗାମୀ ୨୩ରୁ ୨୭ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ରହିଥିବା ପ୍ରସିଦ୍ଧ ଅନନ୍ତବ୍ରତ ମହୋତ୍ସବକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବାକୁ ଆଲୋଚନା ହୋଇଥିଲା । 

ରାତି ପାହିଲେ ଗଣେଷ ପୂଜା: ଶେଷ ସ୍ପର୍ଶ ଦେବାରେ ନିମଗ୍ନ ମୂର୍ତ୍ତି କାରିଗର

ରାତି ପାହିଲେ ଗଣେଷ ପୂଜା: ଶେଷ ସ୍ପର୍ଶ ଦେବାରେ ନିମଗ୍ନ ମୂର୍ତ୍ତି କାରିଗର

ବୀରମହାରାଜପୁର, ୧୨।୯ (ଡି.ଏନ.ଏ)-ଗୁରୁବାର ଗଣେଷ ପୂଜା ଥିବାରୁ ଅଗ୍ରପୂଜ୍ୟ ଶ୍ରୀଗଜାନନଙ୍କ ପୂଜନୋତ୍ସବ ପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ପୁରପଲ୍ଲୀ ଚଳଚଞ୍ଚଳ। ବିଦ୍ୟାଦାତା ଗଣେଷଙ୍କ ପୂଜା ନିମନ୍ତେ କେବଳ ବିଦ୍ୟାର୍ଥୀ ନୁହନ୍ତି, ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଖୁବ୍‌ ପ୍ରସ୍ତୁତି ଚଳାଇଛନ୍ତି। ଗାଁଗାଁରେ ଦେଖିତ୍ବାକୁ ମିଳୁଛି ଛୋଟ ବଡ ପୂଜାମଣ୍ଡପ ଓ ତୋରଣର ସାଜସଜ୍ଜା। ବୀରମହାରାଜପୁର ଉପଖଣ୍ଡର ପ୍ରାୟ ସମସ୍ତ ଗ୍ରାମମାନଙ୍କରେ ପୂଜନୋତ୍ସବର ସଜବାଜ ଦୃଶ୍ୟ ସାମନାକୁ ଆସୁଛି। ଏଭଳି ସ୍ଥିତିରେ ଶ୍ରୀ ଗଣେଷଙ୍କ ମୂର୍ତ୍ତିର ବିଶେଷ ଚାହିଦା ଥିବାରୁ ସ୍ଥାନୀୟ ଶିଳ୍ପୀମାନେ ଯଥା ସମୟରେ କାମ ସାରିବାକୁ ଦିନରାତି ଏକ କରି ଦେଇଛନ୍ତି। 

ଫୋନ୍‌ରେ ମା’ ଗାଳି ଦେଲେ ବୋଲି ୨ ମହଲା ଛାତରୁ ଡେଇଁ ପଡ଼ିଲେ ୮ମ ଶ୍ରେଣୀ ଛାତ୍ରୀ

ଫୋନ୍‌ରେ ମା’ ଗାଳି ଦେଲେ ବୋଲି ୨ ମହଲା ଛାତରୁ ଡେଇଁ ପଡ଼ିଲେ ୮ମ ଶ୍ରେଣୀ ଛାତ୍ରୀ

ଟିଟିଲାଗଡ଼,୧୨।୯(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ଥିବା ସେଣ୍ଟ ଆନି ସ୍କୁଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲର ୨ ମହଲା ଛାତରୁ ଦିନ ୧୨ଟାରେ ଜଣେ ୮ମ ଶ୍ରେଣୀର ଛାତ୍ରୀ ତଳକୁ ଡେଇଁ ପଡି ଗୁରୁତର ହୋଇଛନ୍ତି।  

କବରସ୍ତାନ ଜମିରେ ଜବରଦଖଲକୁ ନେଇ ଉତ୍ତେଜନା

କବରସ୍ତାନ ଜମିରେ ଜବରଦଖଲକୁ ନେଇ ଉତ୍ତେଜନା

ସୁନ୍ଦରଗଡ,୧୨।୯(ଡି.ଏନ୍‌.ଏ.)-ସୁନ୍ଦରଗଡ ସହରର ମିଶନ ରୋଡ୍‌ ନିକଟରେ ଥିବା କବରସ୍ତାନ ଜମିରେ କେତେକ ଲୋକ ଜବରଦଖଲ କରି ରହିଆସୁଛନ୍ତି। ଏଥିରୁ ୪ଟି ପରିବାରର ଘରକୁ ମଙ୍ଗଳବାର ସନ୍ଧ୍ୟାରେ କେତେକ ବ୍ୟକ୍ତି ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଟାଉନ ଥାନା ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। 

ଦୁବାଇ ନୂଆଖାଇ ଭେଟଘାଟରେ ସମ୍ବର୍ଦ୍ଧିତ ହେବେ ଓଡିଆ ନାଟ୍ୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ଭୋଳ

ଦୁବାଇ ନୂଆଖାଇ ଭେଟଘାଟରେ ସମ୍ବର୍ଦ୍ଧିତ ହେବେ ଓଡିଆ ନାଟ୍ୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ଭୋଳ

ସୁୁନ୍ଦରଗଡ, ୧୨।୯ (ଡି.ଏନ୍‌.ଏ.)-ପ୍ରଖ୍ୟାତ ନାଟ୍ୟ ଓ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ଭୋଳ ଦୁବାଇରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟଘାଟରେ ସମ୍ବର୍ଦ୍ଧିତ ହେବେ । ୟୁନାଇଟେଡ ଆରବ ଏମିରେଟସ୍‌ (ୟୁଏଇ) ପଶ୍ଚିମ ଓଡିଶା ପରିବାର ସଂଗଠନ ପକ୍ଷରୁ ଦୁବାଇର କନସୁଲେଟ ଅଡିଟୋରିୟମରେ ଏହି ନୂଆଁଖାଇ ଭେଟଘାଟ ପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ୟୁଏଇ ଓଡିଆ ସମାଜ ଆନୁକୂଲ୍ୟରେ ଚଳିତ ବର୍ଷ ପଞ୍ଚମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳନ ପାଇଁ ନିଷ୍ପତ୍ତି ହୋଇଛି । ଏହି ଭେଟଘାଟ ଉତ୍ସବକୁ ଭାରତୀୟ କନସଲ ଜେନେରାଲ ଉଦ୍‌ଘାଟନ କରିବେ। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟଗୀତ ସହ ପଶ୍ଚିମ ଓଡିଶାର କଳାସଂସ୍କୃତି ମଞ୍ଚସ୍ଥ କରାଯିବ। 

 ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ  ବୋଇଂ-୭୩୭ର ପରୀକ୍ଷାମୂଳକ ଅବତରଣ ସଫଳ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବୋଇଂ-୭୩୭ର ପରୀକ୍ଷାମୂଳକ ଅବତରଣ ସଫଳ

ଝାରସୁଗୁଡ଼ାଅଫିସ,୧୨।୯ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଏବଂ ପ୍ରଶାସନିକସ୍ତରରେ ତପତ୍ରତା ଓ ଉତ୍କଣ୍ଠା ପ୍ରକାଶ ପାଇଛି। ମୋଦିଙ୍କ ଗସ୍ତ କାର୍ଯ୍ୟସୂଚୀ ମୁତାବକ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଜୋର୍‌ଦାର୍‌ ହୋଇଛି।  ଭାରତୀୟ ବାୟୁ ସେନାର ବୋଇଂ-୭୩୭ ବିମାନ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡା ବିମାନବନ୍ଦରରେ ଅବତରଣ କରିବେ।

କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କୁଆଁରମୁଣ୍ଡା,୧୨।୯(ଡି.ଏନ.ଏ.)

ସୁନ୍ଦରଗଡ଼ ଜିଲା ୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିୟମିତ ଭାବେ ସଫେଇ ହେଉନାହିଁ। ଏପରିକି ଅନ୍ତର୍ବାସ କକ୍ଷ ସମ୍ମୁଖ ବାରଣ୍ଡାରେ ବୁଲା ଗୋରୁ ପଶି ମଳତ୍ୟାଗ କରୁଛନ୍ତି। ଗୋବରଗୁଡିକ ଚାରିଆଡେ ଛିଟିକି ଗୋରୁ ଗୁହାଳ ଭଳି ଅବସ୍ଥା ସୃଷ୍ଟି ହୋଇଥିଲେ ମଧ୍ୟ ଏ ନେଇ କେହି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଡାକ୍ତରଖାନା ପରିସର ସ୍ବଚ୍ଛ, ସୁନ୍ଦର ରହିବା ପରିବର୍ତ୍ତେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। କିନ୍ତୁ ଆଦିବାସୀ ଅଧ୍ୟୁଷିତ ଏହି ବ୍ଲକ ଅଞ୍ଚଳର ଗରିବ ଶ୍ରେଣୀ ଲୋକେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲେ ବାଧ୍ୟ ହୋଇ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାଆନ୍ତି। ଦୈନନ୍ଦିନ ରୋଗୀଙ୍କ ଲମ୍ବା ଧାଡି ଲାଗିଥାଏ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ମାତ୍ର ସ୍ବଚ୍ଛତାକୁ ନେଇ ସରକାରୀ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହି ଡାକ୍ତରଖାନାର ସ୍ବଚ୍ଛତାକୁ ଯଦି ଉଦାହରଣଭାବେ ନିଆଯାଏ ତେବେ ସ୍ବଛ ଭାରତ ଅଭିଯାନର ବାସ୍ତବତା ପ୍ରତି ଯେ ଅଙ୍ଗୁଳି ନିର୍ଦ୍ଦେଶ କରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏପରିସ୍ଥଳେ ଏହି ଡାକ୍ତରଖାନର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ତଦାରଖ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

 ହକି ଛକରୁ ବେଦବ୍ୟାସ ରାସ୍ତା ବେହାଲ: ଧୂଳିରେ ଅତିଷ୍ଠ ପଥଚାରୀ

ହକି ଛକରୁ ବେଦବ୍ୟାସ ରାସ୍ତା ବେହାଲ: ଧୂଳିରେ ଅତିଷ୍ଠ ପଥଚାରୀ

୪୩ନଂ ଜାତୀୟ ରାଜପଥ ପାନପୋଷ ହକି ଛକରୁ ନେଇ ବେଦବ୍ୟାସ ପର୍ଯ୍ୟନ୍ତ ରାସ୍ତା ବେହାଲ ହୋଇପଡ଼ିଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧୂଳି ଧୂଅଁ।ରେ ପଥଚାରୀ ଓ ସ୍ଥାନୀୟ ବ୍ୟବସାୟୀ ନାକେଦମ ହେଉଛନ୍ତି। ଏପରି ସାଂଘାତିକ ଅବସ୍ଥାରେ ବି ଭାରିଯାନ ଚଳାଚଳ ଜାରି ରହିଥିବାରୁ ପରିସ୍ଥିତି ଉଦ୍‌ବେଗଜନକ ହୋଇଛି। ଦୀର୍ଘ ୧ କିମି ବ୍ୟାପୀ ମୋଟା ଧୂଳିର ବଳୟରେ ଘନ କୁହୁଡ଼ିର ଆସ୍ତରଣ ଯାତାୟତକୁ ଯନ୍ତ୍ରଣାଦାୟକ କରିଛି। 

ବେଆଇନ ବ୍ଲାଷ୍ଟିଂ, ଲୋକେ ଆତଙ୍କିତ

ବେଆଇନ ବ୍ଲାଷ୍ଟିଂ, ଲୋକେ ଆତଙ୍କିତ

ଲୋଇସିଂହା,୧୨।୯(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ କୁଶମେଲ ଗ୍ରାମର ଲୋୟର ସୁକତେଲ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲାଗିଥିବା ଏକ ଛୋଟ ପାହାଡରୁ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଛି। ଡିନାମାଇଟ ବିସ୍ଫୋରଣରେ ଅଞ୍ଚଳର କୁଶମେଲ, ଫଟାବାହଲ ଗ୍ରାମ ଥରି ଉଠୁଛି। ଲୋୟର ସୁକତେଲ କାର୍ଯ୍ୟାଳୟରେ କାର୍ଯ୍ୟରତ ୧୩ଜଣ କର୍ମଚାରୀ ଜୀବନକୁ ପାଣି ଛଡାଇ ରହୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ମଙ୍ଗଳବାର ଲୋଇସିଂହା ତହସିଲଦାର କର୍ଣ୍ଣ ମଲ୍ଲିକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ବେଆଇନ ପଥର ଉତ୍ତୋଳନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ପ୍ଲାଷ୍ଟିକ ଫ୍ରି ଓଡିଶା ଅଭିଯାନରେ ସାମିଲ ହେଲା ମ୍ୟୁନିସିପାଲ ଗଲର୍‌ସ ହାଇସ୍କୁଲ

ପ୍ଲାଷ୍ଟିକ ଫ୍ରି ଓଡିଶା ଅଭିଯାନରେ ସାମିଲ ହେଲା ମ୍ୟୁନିସିପାଲ ଗଲର୍‌ସ ହାଇସ୍କୁଲ

ସମ୍ବଲପୁର,୧୨।୯ (ବ୍ୟୁରୋ)- ଧରିତ୍ରୀ ଏବଂ ଓଡିଶା ପୋଷ୍ଟ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନରେ ସମ୍ବଲପୁର ମ୍ୟୁନିସିପାଲ ଗଲର୍‌ସ ହାଇସ୍କୁଲ ସାମିଲ ହୋଇଛି । ଏ ନେଇ ସଚେତନତା ରାଲିରେ ଛାତ୍ରୀ, ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ । ସେମାନେ ତଅଁଳାପଡା ଅଞ୍ଚଳ ପରିକ୍ରମା କରିବା ସହ ପ୍ଲାଷ୍ଟିକ ଫ୍ରି ଓଡିଶା ସ୍ଲୋଗାନ ଦେଇଥିଲେ ।

ବୁଢ଼ାରଜା ସ୍କୁଲ: ବର୍ଷା ପାଣିରେ ବୁଡୁଛି ଛାତ୍ରୀଛାତ୍ରଙ୍କ ସାଇକେଲ

ବୁଢ଼ାରଜା ସ୍କୁଲ: ବର୍ଷା ପାଣିରେ ବୁଡୁଛି ଛାତ୍ରୀଛାତ୍ରଙ୍କ ସାଇକେଲ

ସମ୍ବଲପୁର,୧୨।୯ (ବ୍ୟୁରୋ)-ବୁଢ଼ାରଜା ନୋଡାଲ ହାଇସ୍କୁଲ ପରିସରରେ ବର୍ଷା ପାଣି ଜମି ରହିଛି । ଫଳରେ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ରୀଛାତ୍ରଙ୍କ ସାଇକେଲ ମଧ୍ୟ ବୁଡି ଯାଉଛି।

ପ୍ରଥମ ରେଜଲ୍ଟ ଶୂନ, ରିଚେକିଂ ପରେ ୭୬

ପ୍ରଥମ ରେଜଲ୍ଟ ଶୂନ, ରିଚେକିଂ ପରେ ୭୬

ଜମନକିରା, ୧୨। ୯ (ଡି.ଏନ୍‌.ଏ.): ଜମନକିରାର ମିତ୍ରଭାନୁ ସାହୁଙ୍କ ପୁଅ କୈବଲ୍ୟ ସାହୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ ରାଜଗାଙ୍ଗପୁର ଡାଲମିଅଁା ମହାବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ ୩ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ରଭାବେ ପରୀକ୍ଷା ଦେଇଥିଲେ। ସେ ଜଣେ ମେଧାବୀ ଛାତ୍ର। ଛୋଟ ବେଳୁ ହିଁ ପ୍ରଥମ ଶ୍ରେଣୀରେ ସଦାବେଳେ ପାସ୍‌  କରି ଆସୁଥିଲେ। ୨୦୧୬ ମସିହାରେ ଉଚ୍ଚ ଶିକ୍ଷା ପାଇଁ ଡାଲମିଅଁା କଲେଜରେ ନାମ ଲେଖାଇଥିଲେ। ହେଲେ ଚଳିତ ବର୍ଷ ସ୍ନାତକ ଶେଷ ବର୍ଷ ପରୀକ୍ଷାରେ ଗଣିତ ବିଷୟକୁ ଛାଡ଼ି ଅନ୍ୟ ସମସ୍ତ ବିଷୟରେ ଭଲ ନମ୍ବର ରଖିଥିଲେ। 

ସିଙ୍ଗାପୁର ମିସେସ୍‌ ରିପବ୍ଲିକ୍‌ ଇଣ୍ଟନ୍ୟାସନାଲରେ ଭାଗ ନେବେ ପ୍ରିୟଦର୍ଶନୀ

ସିଙ୍ଗାପୁର ମିସେସ୍‌ ରିପବ୍ଲିକ୍‌ ଇଣ୍ଟନ୍ୟାସନାଲରେ ଭାଗ ନେବେ ପ୍ରିୟଦର୍ଶନୀ

ସମ୍ବଲପୁର,୧୨।୯ (ବ୍ୟୁରୋ)- ମିସେସ୍‌ ରିପବ୍ଲିକ ଇଣ୍ଟନ୍ୟାସନାଲ-୨୦୧୮ ଅକ୍ଟୋବର ୨୭ରୁ ନଭେମ୍ବର ୩ ପର୍ଯ୍ୟନ୍ତ ସିଙ୍ଗାପୁରର ସନ୍ତୋଷା ଆଇଲାଣ୍ଡଠାରେ ଅନୁଷ୍ଠିତ ହେବ । ଏଥିରେ ସମ୍ବଲପୁରର ପ୍ରିୟଦର୍ଶନୀ ପଣ୍ଡା ଭାଗ ନେବେ। ସେ ଅକ୍ଟୋବର ୨୬ ତାରିଖ ସିଙ୍ଗାପୁର ଯାଇ ଦେଶର ପ୍ରତିନିଧିତ୍ୱ କରିବେ। 

ସମ୍ବଲପୁର ଜିଲାପ୍ରଶାସନ ଶହୀଦ ଚମ୍ପେଶ୍ୱରଙ୍କୁ ଅସମ୍ମାନ କରିଛି

ସମ୍ବଲପୁର ଜିଲାପ୍ରଶାସନ ଶହୀଦ ଚମ୍ପେଶ୍ୱରଙ୍କୁ ଅସମ୍ମାନ କରିଛି

ସମ୍ବଲପୁର,୧୨।୯ (ବ୍ୟୁରୋ)-ରେଢ଼ାଖୋଲ ବ୍ଲକ କଦଳୀଗଡ  ପଞ୍ଚାୟତ ଧଉଁରାଖମନ ଗାଁର ଶହୀଦ ଚମ୍ପେଶ୍ୱର ମହାକୁଡଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସୋମବାର ଶେଷ ହୋଇଛି । ୩ଦିନ ପୂର୍ବରୁ ଖବର ପାଇଥିବା ସତ୍ତ୍ବେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କ ଅନ୍ତିମ ସଂସ୍କାର ପାଇଁ କୌଣସି ପ୍ରକାର ତତ୍ପରତା କରାଯାଇ ନ ଥିଲା । 

ବୁର୍ଲା ମେଡିକାଲରେ ଖଟିଆ ମିଳୁନି, ତଳେ ଗଡୁଛନ୍ତି ରୋଗୀ

ବୁର୍ଲା ମେଡିକାଲରେ ଖଟିଆ ମିଳୁନି, ତଳେ ଗଡୁଛନ୍ତି ରୋଗୀ


ସମ୍ବଲପୁର,୧୨।୯ (ବ୍ୟୁରୋ)-ବୁର୍ଲା ମେଡିକାଲ କଲେଜ (ଭିମ୍‌ସାର)ରେ ରୋଗୀ ତଳେ ପଡି କଲବଲ ହେଉଛନ୍ତି। ଶଯ୍ୟା ଅଭାବରୁ ଏହି ସମସ୍ୟା ଉପୁଜିଛି। ତଳେ ପଡି ରହୁଥିବାରୁ ରୋଗୀଙ୍କଠାରେ ସଂକ୍ରମଣ ବା ଇନଫେକସନ ଆଶଙ୍କା ରହୁଛି। ଡାକ୍ତରମାନେ ମଧ୍ୟ ଠିକ୍‌ରେ ଚିକିତ୍ସା କରିବାରେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।