ସମ୍ବଲପୁର

ସନ୍ଧ୍ୟା ଆଳତିରେ ସାମିଲ ହେଲେ ବୈଜୟନ୍ତ

ସନ୍ଧ୍ୟା ଆଳତିରେ ସାମିଲ ହେଲେ ବୈଜୟନ୍ତ

ଦେବଗଡ଼,୨୧।୯(ସ୍ବ.ପ୍ର.): ପ୍ରସିଦ୍ଧ  ଦେବଗଡ଼ ଗଣେଶ ପୂଜା ଉସତ୍ବର ଗୁରୁବାର ଥିଲା ଅଷ୍ଟମ ଦିନ। ପୂର୍ବତନ କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଏହି ଉତ୍ସବରେ ଉପସ୍ଥିତ ରହି ସନ୍ଧ୍ୟା ଆଳତୀ କରିଥିଲେ । 

ଅଜଣା ରୋଗରେ ଧାନ ଫସଲ ନଷ୍ଟ

ଅଜଣା ରୋଗରେ ଧାନ ଫସଲ ନଷ୍ଟ

ଜମନକିରା,୨୧।୯ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ମାଲ ପଞ୍ଚାୟତ ଧାନ କ୍ଷେତରେ ଅଜଣା ରୋଗ ବ୍ୟାପିଛି। ଧାନ କେଣ୍ଡାଗୁଡ଼ିକ କଳା ଓ ପତ୍ରଗୁଡ଼ିକ ହଳଦିଆ ଦେଖାଯାଉଛି।

ଅବ୍ୟବସ୍ଥା ଘେରରେ ସଲଙ୍ଗାବାହାଲ ହାଟ

ଅବ୍ୟବସ୍ଥା ଘେରରେ ସଲଙ୍ଗାବାହାଲ ହାଟ

କୁଆଁରମୁଣ୍ଡା,୨୧।୯ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସଲଙ୍ଗାବାହାଲ ପଞ୍ଚାୟତର ସଲଙ୍ଗାବାହାଲ ହାଟ ସପ୍ତାହରେ ୨ ଥର ବସିଥାଏ। 

କଡ଼ା ସୁରକ୍ଷାରେ ଆସିବେ ପ୍ରଧାନମନ୍ତ୍ରୀ: ଏଡିଜି ଖୁରାନିଆ ନେବେ ନେତୃତ୍ୱ

କଡ଼ା ସୁରକ୍ଷାରେ ଆସିବେ ପ୍ରଧାନମନ୍ତ୍ରୀ: ଏଡିଜି ଖୁରାନିଆ ନେବେ ନେତୃତ୍ୱ

ଝାରସୁଗୁଡ଼ା ଅଫିସ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡ଼ା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 

ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟରେ ଅମଲିପାଲି

ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟରେ ଅମଲିପାଲି

ଝାରସୁଗୁଡ଼ା ଅଫିସ,୨୧।୯: ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଅବସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇଛି। ଏହି ସଭାରେ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେବେ। 

ବଡ଼ଗାଁ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗ: ଗ୍ରାମବାସୀ, ଅଭିଭାବକଙ୍କ ବିରୋଧ

ବଡ଼ଗାଁ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗ: ଗ୍ରାମବାସୀ, ଅଭିଭାବକଙ୍କ ବିରୋଧ

ବଡଗାଁ, ୨୧।୯ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ବଡଗାଁ ବ୍ଲକ ଅଞ୍ଚଳର ୮ଟି ସ୍କୁଲକୁ ନିକଟବର୍ତ୍ତ ସ୍କୁଲରେ ମିଶ୍ରଣ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୨୫ ତାରିଖ ନିର୍ଦ୍ଦେଶ ଜାରି କରାଯାଇଥିଲା । 

ସମୂହ ଛୁଟିରେ ୧୦୦ ଡିପ୍ଲୋମା ଇଞ୍ଜିନିୟର

ସମୂହ ଛୁଟିରେ ୧୦୦ ଡିପ୍ଲୋମା ଇଞ୍ଜିନିୟର

ସୋନପୁର,୨୧।୯(ନି.ପ୍ର.): ରାଜ୍ୟରେ କାଯର୍‌ୟରତ ୮୫୦୦ ଡିପ୍ଲୋମା ଇଞ୍ଜିନିୟର ଦୀର୍ଘ ୬ବର୍ଷ ଧରି ବିଭିନ୍ନ ସମସ୍ୟା ନେଇ ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। 

କେନାଲରେ ପାଣି ଆସୁନି, ଚାଷ ପ୍ରଭାବିତ

କେନାଲରେ ପାଣି ଆସୁନି, ଚାଷ ପ୍ରଭାବିତ

ବୌଦ୍ଧ,୨୧।୯(ସ୍ବ.ପ୍ର): ବୌଦ୍ଧ ଜିଲାରେ ଚାଷ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ କେନାଲରେ ପାଣି ଆସୁନାହିଁ ।  ଫଳରେ ଚାଷ ପ୍ରଭାବିତ ହେବା ଆଶଙ୍କା କରି ଗିରାସିଙ୍ଗା ଗ୍ରାମର ଚାଷୀମାନେ ଗୁରୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । 

ଆଜିଠୁ ରାଜ୍ୟସ୍ତରୀୟ କବାଡ଼ି

ଆଜିଠୁ ରାଜ୍ୟସ୍ତରୀୟ କବାଡ଼ି

ବରଗଡ଼ ଅଫିସ୍‌,୨୧।୯: ବରଗଡ଼ ଜର୍ଜ ହାଇସ୍କୁଲ ପରିସରରେ ଶୁକ୍ରବାରଠାରୁ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ ବାଳିକା, ବାଳକ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେବ।

ପାଇକମାଳ ପିଏଚ୍‌ସିକୁ ସିଏଚ୍‌ସି ପାଇଁ ଦାବି

ପାଇକମାଳ ପିଏଚ୍‌ସିକୁ ସିଏଚ୍‌ସି ପାଇଁ ଦାବି

ପାଇକମାଳ, ୨୧।୯(ଡି.ଏନ.ଏ.): ପାଇକମାଳ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏଡି ବ୍ଲକ ଅନ୍ତର୍ଗତ ୧୨ଟି ପଞ୍ଚାୟତର ପ୍ରାୟ ୭୦ହଜାର ଲୋକ ନିର୍ଭର କରନ୍ତି। ଏଠାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।  

ଫସଲ ନଷ୍ଟ କଲେ ହାତୀପଲ

ଫସଲ ନଷ୍ଟ କଲେ ହାତୀପଲ

ଅମରପାଲି, ୨୧।୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୋନପୁର ବନାଞ୍ଚଳ ଅଧିନ ବୀରମହାରାଜପୁର ରେଞ୍ଜର ହାତିଲିମୁଣ୍ଡା ବନଖଣ୍ଡ ଅଞ୍ଚଳରେ ଏବେଠୁ ହାତୀପଲର ଉତ୍ପାତ ଦେଖିବାକୁ ମିଳିଛି।

ଘୋଷନାରେ ଅଟ୍‌କିଛେ ଉତ୍‌କେଲା ‘ଉଡାନ୍‌’ ଯୋଜ୍‌ନା

ଘୋଷନାରେ ଅଟ୍‌କିଛେ ଉତ୍‌କେଲା ‘ଉଡାନ୍‌’ ଯୋଜ୍‌ନା

ଭବାନୀପାଟଣା,୨୧।୯(ଡି.ଏନ.ଏ.) : କଳାହାଣ୍ଡି ଜିଲାରେ ସରକାରୀ ମେଡିକାଲ କଲେଜ ଜିଲାବାସୀକର ଲାଗି ସପନ୍‌ ହେଇ ରହିଥିଲା ବେଲେ ଏହେଦେ ଉତ୍‌କେଲା ବିମାନ ବନ୍ଦରର ଉଦଘାଟନ୍‌କେ ନେଇ ବି ସଁଧେ ସୁରୁଷ୍‌ଟି ହେଇଛେ। ବଲାଙ୍ଗୀର ସରକାରୀ ମେଡିକାଲ କଲେଜର ଉଦ୍‌ଘାଟନ ସରିଥିଲା

ପୂର୍ବତନ ମନ୍ତ୍ରୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ପୂର୍ବତନ ମନ୍ତ୍ରୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବୌଦ୍ଧ,୨୧।୯(ସ୍ବ.ପ୍ର.): ବୌଦ୍ଧ ଜିଲା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଟରାଜ ପ୍ରଧାନଙ୍କ ୩୫ତମ ଶ୍ରାଦ୍ଧବାର୍ଷିକ ଶୁକ୍ରବାର ପାଳିତ ହୋଇଯାଇଛି। 

ଘୁମୁରା, ଘୁଡକା ନୃତ୍ୟରେ ଦୁଲୁକିଲା ମଞ୍ଚ

ଘୁମୁରା, ଘୁଡକା ନୃତ୍ୟରେ ଦୁଲୁକିଲା ମଞ୍ଚ

ଜୁନାଗଡ,୨୧।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିସର ଗ୍ରାମର ବିବେକାନନ୍ଦ ଯୁବ ସଙ୍ଗଠନ ପକ୍ଷରୁ ଚଳିତ ବର୍ଷ ତୃତୀୟ ଥର ପାଇଁ ନୂଅଁାଖାଇ ଭେଟ ‘ତିହାର’ ଧୁମଧାମରେ ପାଳିତ ହୋଇଯାଇଛି। 

ଏଥର ଜୁନାଗଡ଼ିଆ ବ୍ୟାନରକୁ ନେଇ ଚର୍ଚ୍ଚା

ଏଥର ଜୁନାଗଡ଼ିଆ ବ୍ୟାନରକୁ ନେଇ ଚର୍ଚ୍ଚା

ଜୁନାଗଡ,୨୧।୯(ଡି.ଏନ.ଏ.): ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏବେଠୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ତପତ୍ରତା ଦେଖିବାକୁ ମିଳୁଛି। 

ତଦନ୍ତ କରି ଫେରିଲା ପୋଲିସ, ବ୍ଲକ ଶିକ୍ଷା ବିଭାଗ

ତଦନ୍ତ କରି ଫେରିଲା ପୋଲିସ, ବ୍ଲକ ଶିକ୍ଷା ବିଭାଗ

ନୂଆପଡା ଅଫିସ,୨୧।୯: ଶିକ୍ଷକଙ୍କ କାକୁଡି ପ୍ରୀତି ନିଷ୍କାମ ଛାତ୍ରଙ୍କ ଜୀବନ ନେଲା । ସାପ କାମୁଡାରେ ଛାତ୍ର ମୃତ୍ୟୁ ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗାଁରେ ଗୁରୁବାର ପୋଲିସ ଏବଂ ବ୍ଲକ ଶିକ୍ଷା ବିଭାଗ ପହଞ୍ଚତ୍ ଟିକିନିଖି ତଦନ୍ତ କରି ଫେରିଛନ୍ତି ।

କ୍ୱାରିରୁ ବେଆଇନ ପଥର ଚାଲାଣ

କ୍ୱାରିରୁ ବେଆଇନ ପଥର ଚାଲାଣ

ଲୋଇସିଂହା,୨୧।୯ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ କୁଶମେଲ ଗ୍ରାମର ଲୋୟର ସୁକତେଲ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲାଗିଥିବା ଏକ ଛୋଟ ପାହାଡରୁ ବେଆଇନ ଭାବେ ପଥର ବ୍ଲାଷ୍ଟି କରି ଏକ କ୍ରଶରକୁ ପଥର ଚୋରାଚାଲାଣ କରାଯାଉଛି ।

ବ୍ୟାପୁଛି ଫାଟୁଆ ରୋଗ

ବ୍ୟାପୁଛି ଫାଟୁଆ ରୋଗ

ଲୋଇସିଂହା,୨୧।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ  ଗୁର୍ଜିଭଟା, ଛେଳବାହଲ, ଅଗଲାପାଲି ପ୍ରଭୃତି ଅଞ୍ଚଳରେ  ଗୋରୁଙ୍କଠାରେ ଫାଟୁଆ ରୋଗ ବ୍ୟାପୁଛି ।

ଜିଲାପାଳଙ୍କ ସମୀକ୍ଷା, ପ୍ରକଳ୍ପ ପରିଦର୍ଶନ

ଜିଲାପାଳଙ୍କ ସମୀକ୍ଷା, ପ୍ରକଳ୍ପ ପରିଦର୍ଶନ

ଦେଓଗାଁ,୨୧।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକକୁ ଗୁରୁବାର ଜିଲାପାଳ ଅରିନ୍ଦମ ଡାକୁଆ ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ଏଥିସହ ଜରାସିଂହା ଓ ଦେଓଗାଁରେ ନବନିର୍ମିତ ହଷ୍ଟେଲ କୋଠାକୁ ପରିଦର୍ଶନ କରିଛନ୍ତି ।

ଚୋରା ମଦ କାରବାର ବନ୍ଦ ପାଇଁ ଦାବିପତ୍ର

ଚୋରା ମଦ କାରବାର ବନ୍ଦ ପାଇଁ ଦାବିପତ୍ର

ରାଉରକେଲା ଅଫିସ,୨୧।୯:ରାୁରକେଲା ସେକ୍ଟର-୧୮ ଉତ୍କଳ ବସ୍ତିରେ ବେଆଇନ ଦେଶୀ, ବିଦେଶୀ ମଦ କାରବାର ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସାମାଜିକ କର୍ମୀ ମିନତୀ ଦେବତାଙ୍କ ନେତୃତ୍ୱରେ ଗୁରୁବାର ଏକ ପ୍ରତିନିଧି ମଣ୍ଡଳୀ ଜିଲା ଅବକାରୀ ଅଧିକାରୀଙ୍କୁ ଭେଟି ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ବସ୍ତିରେ ଦୀର୍ଘଦିନ ହେବ ଏଭଳି ବେଆଇନ ମଦ କାରବାର ଯୋଗୁ ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି। ଦିନ ମଜୁରିଆ ଶ୍ରେଣୀର ଲୋକେ ମଦ ପିଇ ସର୍ବସ୍ବାନ୍ତ ହେବା ସହ ସେମାନଙ୍କ ପରିବାର ଉଜୁଡ଼ି ଯାଉଛି।

ଟୋପି ପିନ୍ଧାଇ ଫଟୋ ଉଠାଇଲେ ସ୍ବଚ୍ଛତା ଆସିବନି

ଟୋପି ପିନ୍ଧାଇ ଫଟୋ ଉଠାଇଲେ ସ୍ବଚ୍ଛତା ଆସିବନି

ରାଉରକେଲା ଅଫିସ,୨୧।୯:ସୁନ୍ଦରଗଡ ଏମ୍‌ପି ତଥା କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ କେତେଜଣ ଭାଜପା ନେତା ଗତ ୧୬ ତାରିଖରେ ଆର୍‌ଏମ୍‌ସି ସମ୍ମୁଖ ଶୀତଳପଡ଼ା ବସ୍ତିକୁ ଆସିଥିଲେ। ସ୍ବଚ୍ଛ ଭାରତ ନଁାରେ ସ୍ଥାନୀୟ ମନ୍ଦିର ପରିସରରେ ଝାଡୁ ମାରିଥିଲେ। ଏବେ ବସ୍ତିରେ କୁଢ଼ କୁଢ଼ ଆବର୍ଜନା ପାହାଡ଼ ପରି ଗଦା ହୋଇ ରହିଛି। ଆଣ୍ଠୁଏ ଉଚ୍ଚର ଆବର୍ଜନା ପାଣି ଘେରରେ ରହିଥିବା ନଳକୂପରୁ ଲୋକେ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ବସ୍ତି ସାରା ଦୁର୍ଗନ୍ଧ। ସ୍ଥାୟୀ ପ୍ରତିକାର ନାହିଁ। ଲୋକଙ୍କୁ ଟୋପି ପିନ୍ଧାଇ ଫଟୋ ଉଠାଇଲେ ବସ୍ତିରେ ସ୍ବଚ୍ଛତା ଆସିବ ନାହିଁ। ଆମ ସମସ୍ୟା ଦୂର କରାଯାଉ ବୋଲି ଦାବି କରିଛନ୍ତି ଶୀତଳପଡ଼ା ବସ୍ତି ବାସିନ୍ଦା। ପ୍ରଥମେ ଆମକୁ ୧୯୯୫ରେ ରାଉରକେଲା ପୌରାଞ୍ଚଳରୁ ବାଦ୍‌ ଦିଆଗଲା। ଚଞ୍ଚକତା କରି ଶିଳ୍ପ ସହରକୁ ଠେଲି ଦିଆଗଲା। ମୌଳିକ ସୁବିଧାରୁ ଆମେ ବଞ୍ଚିତ ହେଲୁ। ଆର୍‌ଏସ୍‌ପି ପାଚେରି ଘେର ଭିତରେ ରହିବା ଯେମିତି ଆମ ପାଇଁ ଏବେ ଅଭିଶାପ ପାଲଟିଛି। ଆମେ ସେମିତି ଅଛୁଅଁା ହୋଇ ପଡ଼ିଛୁ। 

ଏକଦିବସୀୟ ଫୁଟବଲ: କୁଟେନମାଲ ଚାମ୍ପିୟନ

ଏକଦିବସୀୟ ଫୁଟବଲ: କୁଟେନମାଲ ଚାମ୍ପିୟନ

ଟିକ୍ରାପଡା,୨୧ା୯(ଡି.ଏନ.ଏ.):ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଳକ ଟିକ୍ରାପଡାସ୍ଥିତ ହାଇସ୍କୁଲ ପଡିଆରେ ଲାନ୍ତେଶ୍ୱର ଫୁଟବଲ ଆଶୋସିଏଶନ ଆନୁକୂଲ୍ୟରେ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ ା ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟିକ୍ରାପଡାକୁ ୧-୦ ଗୋଲରେ ହରାଇ କୁଟେନମାଲ ଚାମ୍ପିୟନ ହୋଇଥିଲା ା ଭକ୍ତବନ୍ଧୁ ପସାୟତ, ରାକେଶ ପସାୟତ, ନବୀନ ବୁଡେକ ଖେଳ ପରିଚାଳନା କରିଥିଲେ ା ସୁରଜ କାଲସାଏ ଅଧ୍ୟକ୍ଷତା ଓ ମେଘାମ୍ବର ରାଜପଲିଆଙ୍କ ସଂଯୋଜନାରେ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା ା

କୃଷିଜିବୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

କୃଷିଜିବୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ଜୁନାଗଡ,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ କୃଷିଜିବୀ କଲ୍ୟାଣ ସଂଘ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର, କୁଇଜ ପ୍ରତିଯୋଗିତା

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର, କୁଇଜ ପ୍ରତିଯୋଗିତା

ଖଡିଆଳ,୨୦।୯(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ବ୍ଲକ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କୁଇଜ ପ୍ରତିଯୋଗତିତା ଅନୁଷ୍ଠିତ ହୋଇଯାଇଛି ।