ସମ୍ବଲପୁର

ଟ୍ରକ ଚାପାରେ ଯୁବକ ମୃତ

ଟ୍ରକ ଚାପାରେ ଯୁବକ ମୃତ

ନୂଆପଡ଼ା ଅଫିସ/ ଖରିଆର ରୋଡ,୨୨।୯- ସ୍ଥାନୀୟ ଖରିଆରରୋଡ ସହରସ୍ଥିତ ଡାଗା ଚୌକରେ ଶନିବାର ମଧ୍ୟାହ୍ନ ଗୋଟାଏବେଳେ ନୂଆପଡାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ଚାପାରେ ଭୋଲା ଖର୍ସେଲ (୨୬) ନାମକ ଜନୈକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସହରରେ ହେମାଲି କାମ କରୁଥିବା ଭୋଲା କୌଣସି କାମରେ ଡାଗା ଚୌକରେ ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଏକ ଟ୍ରକ ଆସି ତାଙ୍କ ଉପରକୁ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ 

ଅନ୍‌ ଲାଇନ ଔଷଧ ବ୍ୟବସାୟକୁ ବିରୋଧ : ୨୮ରେ ଦୋକାନ ବନ୍ଦ ଡାକରା

ଅନ୍‌ ଲାଇନ ଔଷଧ ବ୍ୟବସାୟକୁ ବିରୋଧ : ୨୮ରେ ଦୋକାନ ବନ୍ଦ ଡାକରା

ରାଉରକେଲା ଅଫିସ, ୨୨।୯- ଇ ଫାର୍ମାସୀ ଜରିଆରେ ଅନ୍‌ଲାଇନ ଔଷଧ ବ୍ୟବସାୟ ବ୍ୟବସ୍ଥାକୁ ବିରୋଧ କରି ସୁନ୍ଦରଗଡ଼ ଜିଲା ଔଷଧ ବ୍ୟବସାୟୀଙ୍କ ପକ୍ଷରୁ ଆସନ୍ତା ୨୮ତାରିଖରେ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଏନେଇ ସୁନ୍ଦରଗଡ଼ ଜିଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏଶନ ପକ୍ଷରୁ ନିସ୍ପତି ନିଆଯାଇଛି। ସଭାପତି ରଞ୍ଜିତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ପାଦକ ସରସୀମୋହନ ପାତ୍ର ଓ ଅନ୍ୟାମାନେ ଉପସ୍ଥିତ ଥିଲେ। ଏଥିରେ ଇ ଫାମାର୍ସୀ ଓ ଅନ୍‌ଲାଇନ ଔଷଧ ବ୍ୟବସାୟ 

ସାଥି ପକ୍ଷରୁ ପ୍ଲାଷ୍ଟିକ ଫ୍ରି ଅଭିଯାନ

ସାଥି ପକ୍ଷରୁ ପ୍ଲାଷ୍ଟିକ ଫ୍ରି ଅଭିଯାନ

ରାଉରକେଲା ଅଫିସ,୨୨। ୯- ଆସନ୍ତା ୨ ଅକ୍ଟୋବର ଗାନ୍ଧ ଜୟନ୍ତୀରୁ ସହରରେ ପ୍ଲାଷ୍ଟିକ ବର୍ଜନ ନେଇ ସଚେତନତା ଜାରି ରହିଥିବା ବେଳେ ଶୁକ୍ରବାର ସାମାଜିକ ସଂଗଠନ ସାଥି ପକ୍ଷରୁ ସଭାପତି ତଥା ଆଇନଜୀବୀ ସଦାନନ୍ଦ ସାହୁଙ୍କ ନେତୃତ୍ୱରେ ଟ୍ରାଫିକ ଗେଟ ନିକଟ ବଜାରରେ ପ୍ଳାଷ୍ଟିକ ଫ୍ରି ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଫଳ ମାର୍କେଟ, ପରିବା ମାର୍କେଟ ଓ ଫୁଟ୍‌ପାଥ ବିକ୍ରେତା ଉପସ୍ଥିତ ଥିଲେ। ଏହି ଅବସରରେ ସଭାପତି ସାହୁ ଓ ସଂଗଠନର ଅନ୍ୟ 

ଆନ୍ତଃ ଏକାଡେମି ହକି ପ୍ରତିଯୋଗିତା ଉଦ୍‌ଘାଟିତ

ଆନ୍ତଃ ଏକାଡେମି ହକି ପ୍ରତିଯୋଗିତା ଉଦ୍‌ଘାଟିତ

ରାଉରକେଲା ଅଫିସ,୨୨।୯-ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଶୁକ୍ରବାର ଆନ୍ତଃ ଏକାଡେମି ହକି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସମାରୋହରେ ପାନପୋଷ ସହକାରୀ ଉପଜିଲାପାଳ ସୁଶାନ୍ତ ବେହେରା, ଜାତୀୟ ହକି ପ୍ରଶିକ୍ଷକ ହରମୋହନ ଲାକ୍ରା, ଦୋଣାଚାର୍ଯ୍ୟ ପୁରସ୍କାର ବିଜେତା ନରେନ୍ଦ୍ର ସିଂ ସାଇନି, ସ୍ମାର୍ଟ ସିଟି ଲିଃ କନସଲଟାନ୍ସି ମହାପ୍ରବନ୍ଧକ ବିଜେନ୍ଦ୍ର ସିଂ ପ୍ରମୁଖ ଅତିଥି ଭବେ ଯୋଗ ଦେଇଥିଲେ। ପାନପୋଷ କ୍ରୀଡ଼ା ସଂଗଠନ ପକ୍ଷରୁ ଆୟୋଜିତ 

ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ, ସାଂସ୍କୃତିକ କାର୍ଯ୍ୟକ୍ରମ

ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ, ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା ଅଫିସ, ୨୨। ୯- ସୁଶୀଳାବତୀ ମହିଳା ମହାବିଦ୍ୟାଳୟ ଓ ରାଉରକେଲା କଲେଜ ଅନୁସୂଚୀତ ଜାତି ଓ ଜନାଜାତି ସଂଗଠନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଭଞ୍ଜଭବନ ପରିସରରେ ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ ଏକ ସାଂସ୍କୃତିକ ବିଚ୍ଚିତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଶୃଙ୍ଖଳିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ସେ କହିଥିଲେ, ପ୍ରତ୍ୟକ ସମ୍ପ୍ରଦାୟ 

ତୃଣମୂଳସ୍ତରରୁ କଂଗ୍ରେସକୁ ସୁଦୃଢ କରାଯିବ

ତୃଣମୂଳସ୍ତରରୁ କଂଗ୍ରେସକୁ ସୁଦୃଢ କରାଯିବ

ରାଉରକେଲା ଅଫିସ. ୨୨। ୯- ବିଧାୟକ ଜର୍ଜ ତିର୍କୀ ନୂଆଦିଲ୍ଲୀରୁ ଗୁରୁବାର ସନ୍ଧ୍ୟାରେ ରାଉରକେଲା ଫେରିବା ପରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଜିଲା କଂଗ୍ରେସ ସଭାପତି ରବି ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତର୍କୀ କହିଥିଲେ, ସମସ୍ତଙ୍କୁ ସାଙ୍ଗରେ ନେଇ ଦଳକୁ ସୁଦୃଢ କରିବାକୁ ପଡିବ। କଂଗ୍ରେସ ଏକ ସର୍ବ ପୁରାତନ ଜାତୀୟ ଦଳ। ଏହାର ଗୌରବ ଇତିହାସକୁ ଆଜି ବି ଅନେକ ଭଲ ପାଆନ୍ତି। ଜିଲାର 

ମୋ’ ରାଉରକେଲା :ମାନବୀୟ ମୂଲ୍ୟବୋଧର ସାଇତା ସହର

ମୋ’ ରାଉରକେଲା :ମାନବୀୟ ମୂଲ୍ୟବୋଧର ସାଇତା ସହର

ରାଉରକେଲା ଅଫିସ,୨୨। ୯ -ଗୋଟିଏ ଅନିର୍ବାଚନୀୟ ସୁଷମା। ପାହାଡ, ପର୍ବତ ଘଞ୍ଚ ସବୁଜ ଅରଣ୍ୟର ଅପରୂପ ଶୋଭାରାଜି ସାଙ୍ଗକୁ ଭୟଙ୍କର ଗର୍ଜୁଥିବା ଯନ୍ତ୍ର ଦାନବର ସବୁଜିମା ସହର। ବହୁ ଭାଷା, ସଂସ୍କୃତି, ପରମ୍ପରାର ସାମଞ୍ଜସ୍ୟ ଓ ଐକ୍ୟ ସମତା ଏ ସହରକୁ ରୁଦ୍ଧିମନ୍ତ କରିଛି। ଏଠୁ ଅନେକ କିଛି ପାଇଥିବାର ତୃପ୍ତି ମୋତେ ଆତ୍ମ ସନ୍ତୋଷରେ ଭରି ଦେଇଛି। ଗତ ଷାଠିଏ ଦଶକ ପ୍ରଥମ ପାଦର ରାଉରକେଲା ଆଜି ମୋ ସ୍ମୃତି ପଟରେ ଉଙ୍କି ମାରେ। ଜହ୍ନଠୁ ଆହୁରି ତୋରା। ଆଜି ବଢିଛି କଳେବର। 

୨୧ତମ ଦୁର୍ଗାପୂଜା ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ

୨୧ତମ ଦୁର୍ଗାପୂଜା ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ

ବୀରମହାରାଜପୁର, ୨୨।୯ (ଡି.ଏନ.ଏ):
ବୀରମହାରାଜପୁରର ତ୍ରିବେଣୀ ଛକ ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ୨୧ବର୍ଷରେ ପହଞ୍ଚତ୍ଥିବା ଏଠାକାର ପୂଜନୋତ୍ସବ ପାଇଁ ଶୁକ୍ରବାର ଶୁଭଲଗ୍ନରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସମାରୋହରେ ପୂଜାକମିଟି ସଭାପତି ଖଗେଶ୍ୱର ମେହେର ଓ ସମ୍ପାଦକ ତ୍ରିନାଥ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୂଜାକର୍ମରେ ମନୋରଞ୍ଜନ ଦାଶ ପୂଜକ ଥିବାବେଳେ କମିଟି ତରଫରୁ କୃଷ୍ଣଚନ୍ଦ୍ର ଦାସ କର୍ତ୍ତା ଦାୟୀତ୍ୱ ନିର୍ବାହ 

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର,  ସମ୍ପର୍କୀୟ ଗିରଫ

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ସମ୍ପର୍କୀୟ ଗିରଫ

ବୀରମହାରାଜପୁର, ୨୨।୯(ଡି.ଏନ.ଏ.):
ବୀରମହାରାଜପୁର ବସ୍ତି ଚମ୍ପାପୁର ଅଞ୍ଚଳର ଜନୈକା ୧୪ ବର୍ଷିୟା ସ୍କୁଲ ଛାତ୍ରୀ ଅପହୃତା ହେବାର ଦିନକ ପରେ ଏହି ଥାନା ଅଞ୍ଚଳରେ ଘଟିଛି ପୁଣି ସେଭଳି ଏକ ଘଟଣା। ଉଭୟ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ପ୍ରଥମ ଘଟଣାଟି ୧୮ତାରିଖରେ ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଥିବା ବେଳେ ୧୯ରେ ୨ୟ ଘଟଣାର ଏତଲା ଦାଏର ହୋଇଛି। ଉଲୁଣ୍ଡା ବ୍ଲକ ଭଜବଳପୁର ଗାଁର ଜନୈକା ନାବାଳିକା(୧୪) ଗତ ୧୫ତାରିଖ ଅପହୃତା ହୋଇଥିଲେ। ବୌଦ୍ଧ ଜିଲା ମନମୁଣ୍ଡା ଥାନା 

ସିନାପାଲିରେ ମୁଁ ହିରୋ କାର୍ଯ୍ୟକ୍ରମ

ସିନାପାଲିରେ ମୁଁ ହିରୋ କାର୍ଯ୍ୟକ୍ରମ

ସିନାପାଲି, ୨୨।୯ -  ନୂଆପଡା ଜିଲା ସିନାପାଲି ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ବ୍ଲକ ସ୍ତରୀୟ ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରୁ ଆସିଥିବା ମୁଁ ହିରୋ ରଥକୁ ସ୍ବାଗତ ସମ୍ବର୍ଦ୍ଧନା କରିବା ପରେ ଅନୁଷ୍ଠିତ ସଭା କାର୍ଯ୍ୟରେ ବ୍ଲକ ବିଜେଡି ସଭାପତି ତଥା ଜିଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ବିନୀ ମାଝି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦର 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ

ଝାରସୁଗୁଡ଼ା ଅଫିସ, ୨୨।୯-ବହୁ ପ୍ରତୀକ୍ଷାର ଅନ୍ତଘଟିଛି। ଶନିବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଝାରସୁଗୁଡା ବିମାନବନ୍ଦର ଲୋକାର୍ପିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଗୁଜୁରାଟର କଛ ଜିଲାରେ ୫ଟି ବିମାନବନ୍ଦର ଥିବାବେଳେ ଓଡ଼ିଶାରେ ଗୋଟିଏ ମାତ୍ର ଥିଲା। ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶାରେ ଦ୍ୱିତୀୟ ବିମାନବନ୍ଦର ହୋଇପାରିଛି। ଏହା ଦ୍ୱାରା ଓଡ଼ିଶା ସମେତ ଛତିଶଗଡ଼ର କେତେକ ଅଞ୍ଚଳର ଲୋକ ଉପକୃତ ହୋଇପାରିବେ। ପୂର୍ବାଞ୍ଚଳର ଆର୍ଥିକ,

ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ବପ୍ନ ପୂରଣ ହେଲା: ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ବପ୍ନ ପୂରଣ ହେଲା: ମୁଖ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ୍‌, ୨୨।୯: ବହୁ ପ୍ରତିକ୍ଷୀତ ଝାରସୁଗଡା ବିମାନବନ୍ଦର ଲୋକାର୍ପିତ ହୋଇଛି। ରାଜ୍ୟର ଦ୍ୱିତୀୟ ବିମାନବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଝାରସୁଗୁଡ଼ା ବିମାନବନ୍ଦରର ଉଦ୍‌ଘାଟନ ଓ ତାଳଚେର ସାରକାରଖାନାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଆଜି

ଝାରସୁଗୁଡ଼ା ବିମାନବନ୍ଦରର ଉଦ୍‌ଘାଟନ ଓ ତାଳଚେର ସାରକାରଖାନାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଆଜି

ଝାରସୁଗୁଡ଼ା ଅଫିସ/ତାଳଚେର,
(ନି.ପ୍ର.)/,୨୨।୯
ଶନିବାର ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଆସି ପହଞ୍ଚିଛନ୍ତି। ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ଝାରସୁଗୁଡ଼ା ବିମାନବନ୍ଦରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ଅନୁଗୋଳ ଜିଲା ତାଳଚେର ସାରକାରଖାନାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦୦୨ରୁ ବନ୍ଦ ପଡ଼ିଥିବା ତାଳଚେର ସାର କାରଖାନା (ବର୍ତ୍ତମାନର ନୂତନ ନାମ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌)ର ପୁନରୁଦ୍ଧାର ପାଇଁ 

ଏବେ ବି ବଞ୍ଚିଛି ମାନବିକତା: ବାଟବଣା ବୃଦ୍ଧାଙ୍କୁ ଘରେ ପହଞ୍ଚାଇଲେ ସିଟିଜେନ୍‌ ଫୋରମ୍‌ ସଦସ୍ୟ

ଏବେ ବି ବଞ୍ଚିଛି ମାନବିକତା: ବାଟବଣା ବୃଦ୍ଧାଙ୍କୁ ଘରେ ପହଞ୍ଚାଇଲେ ସିଟିଜେନ୍‌ ଫୋରମ୍‌ ସଦସ୍ୟ

କୁଆଁରମୁଣ୍ଡା,୨୨।୯(ଡି.ଏନ.ଏ.)-ଏବେ ବି ବଞ୍ଚିଛି ମାନବିକତା। ସମ୍ପ୍ରତି ବ୍ୟସ୍ତବହୁଳ ସମାଜରେ ମଧ୍ୟ କେତେକ ବ୍ୟକ୍ତି ତଥା ସଙ୍ଗଠନର ସଦସ୍ୟମାନେ ନିଜ ବ୍ୟକ୍ତିଗତ କାର୍ଯ୍ୟ ସହ ପରୋପକାର କରିବା ପାଇଁ ଆଗେଇ ଆସିଥାଆନ୍ତି। 

ସରପଞ୍ଚ ଓ ଗ୍ରାମ ରୋଜଗାର ସେବକଙ୍କ ମନମୁଖୀ କାର୍ଯ୍ୟ: ନାଏବ ସରପଞ୍ଚ, ୱାର୍ଡ ମେମ୍ବର ପଞ୍ଚାୟତକୁ ତାଲା ପକାଇଲେ

ସରପଞ୍ଚ ଓ ଗ୍ରାମ ରୋଜଗାର ସେବକଙ୍କ ମନମୁଖୀ କାର୍ଯ୍ୟ: ନାଏବ ସରପଞ୍ଚ, ୱାର୍ଡ ମେମ୍ବର ପଞ୍ଚାୟତକୁ ତାଲା ପକାଇଲେ

ବାଲିଶଙ୍କରା, ୨୨।୯ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ବନ୍ଧବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ତରଣୀସେନ ଦଣ୍ଡସେନା ଓ ଗ୍ରାମ୍ୟ ରୋଜଗାର ସେବକ ସୁଜିତ କୁମାର ଦାଶ ମନମୁଖୀ କାର୍ଯ୍ୟ କରି ଚାଲିଛନ୍ତି। 

ଝାରସୁଗୁଡ଼ା ବିମାନବନ୍ଦର ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମାରକୀ : ସ୍ବାଧୀନତା ପରେ ଅବତରଣ କରିଛନ୍ତି ଅନେକ ନେତା

ଝାରସୁଗୁଡ଼ା ବିମାନବନ୍ଦର ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମାରକୀ : ସ୍ବାଧୀନତା ପରେ ଅବତରଣ କରିଛନ୍ତି ଅନେକ ନେତା

ଝାରସୁଗୁଡା ଅଫିସ,୨୨।୯- ଐତିହାସିକ ଝାରସୁଗୁଡ଼ା ବିମାନବନ୍ଦର ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମାରକୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମିତ୍ରଗୋଷ୍ଠୀ ଦେଶସମୂହ ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କ ମୁକାବିଲା ପାଇଁ ଏହି ବିମାନବନ୍ଦର ସ୍ଥାପନ କରି ବ୍ୟବହାର କରୁଥିଲେ। 

ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପଣ: ପ୍ରସ୍ତୁତି ଶେଷ, ସୁରକ୍ଷା ବ୍ୟବସ୍ଥା କଡାକଡି

ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପଣ: ପ୍ରସ୍ତୁତି ଶେଷ, ସୁରକ୍ଷା ବ୍ୟବସ୍ଥା କଡାକଡି

ଝାରସୁଗୁଡ଼ା ଅଫିସ,୨୨ା୯- ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ଶନିବାର ଝାରସୁଗୁଡ଼ା ବିମାନବନ୍ଦରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ା ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ା ଉଦ୍‌ଘାଟିତ ହେବା ପାଇଁ ଅପେକ୍ଷା କରିଛି ଝାରସୁଗୁଡ଼ା ବିମାନ ବନ୍ଦର ା 

କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ

କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ

କୋଲାବିରା,୨୨।୯(ଡି.ଏନ.ଏ.)-ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକର ସମାସିଂହା ସ୍ଥିତ କ୍ଷିରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମେଧବୃତ୍ତି-ଭାଷାବୃତ୍ତିରେ କୃତୀ ଛାତ୍ରୀ ସମ୍ବର୍ଦ୍ଧନା ଉସତ୍ବ ଓ ମିଶନ ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭାଷାପ୍ରିତି , ସ୍ନେହ ଏବଂ ଅନୁରାଗକୁ ନେଇ ସରକାରଙ୍କ ଭାଷାପ୍ରେମ ଯୋଜନା ପ୍ରଣୟନ ହୋଇଥିଲା। 

ରୋଗୀଙ୍କୁ ରକ୍ତ ଦେଲେ ଡାକ୍ତର

ରୋଗୀଙ୍କୁ ରକ୍ତ ଦେଲେ ଡାକ୍ତର

କଣ୍ଟାବାଞ୍ଜି, ୨୨ା୯(ଡି.ଏନ.ଏ.)
ବହୁ ସମୟରେ ଡାକ୍ତରଙ୍କ ରୋଗୀସେବାରେ ଅବହେଳା ନେଇ ଅଭିଯୋଗ ହୋଇଥାଏ। ହେଲେ ଏପରି ବହୁ ଡାକ୍ତର ଅଛନ୍ତି ଯେଉଁମାନଙ୍କ କାର୍ଯ୍ୟ ଅନ୍ୟ ପାଇଁ ଉଦାହରଣ ସାଜେ। ସେମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ରୋଗୀଙ୍କୁ ବଞ୍ଚତ୍ବାର ନୂତନ ଆଶା ଦେଖାଏ। 

ବର୍ଷାରେ ଉପୁଡି ରାସ୍ତାରେ ପଡିଲା ଗଛ

ବର୍ଷାରେ ଉପୁଡି ରାସ୍ତାରେ ପଡିଲା ଗଛ

ଖପ୍ରାଖୋଲ, ୨୨ା୯(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ-ହରିଶଙ୍କର ରାସ୍ତାର ମହରାପଦର  ନିକଟରେ ବର୍ଷା ଯୋଗୁଁ ଏକ ଗଛ ଉପୁଡି ରାସ୍ତା ଉପରେ ପଡିବାରୁ ଦୀର୍ଘ  ୯ ଘଣ୍ଟା ଧରି ହରିଶଙ୍କରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ପିଆର ହାଇସ୍କୁଲ ସେଣ୍ଟିନାରୀ ସ୍କଲାରଶିପ୍‌ ଟ୍ରଷ୍ଟ ଗଠିତ

ପିଆର ହାଇସ୍କୁଲ ସେଣ୍ଟିନାରୀ ସ୍କଲାରଶିପ୍‌ ଟ୍ରଷ୍ଟ ଗଠିତ


 ବଲାଙ୍ଗୀର ଅଫିସ,୨୨ା୯
ବଲାଙ୍ଗୀର ପୃଥ୍ବୀରାଜ (ପିଆର) ହାଇସ୍କୁଲ ସେଣ୍ଟିନାରୀ ସ୍କଲାରଶିପ୍‌ ଟ୍ରଷ୍ଟ ଗଠନ କରାଯାଇଛି ା ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଅର୍ଥ ଅଭାବରୁ ଏହି ହାଇସ୍କୁଲର ଯେଉଁ ମେଧାବୀ ଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି ସେହିମାନଙ୍କୁ ଶିକ୍ଷା ସହାୟତା ଯୋଗାଇବା ଏହି ଟ୍ରଷ୍ଟର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି ା

ଟଙ୍କା ଦେଉନି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର, ଧାରଣାରେ ବସିଲେ ୨୦ ସବ୍‌ କଣ୍ଟ୍ରାକ୍ଟର

ଟଙ୍କା ଦେଉନି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର, ଧାରଣାରେ ବସିଲେ ୨୦ ସବ୍‌ କଣ୍ଟ୍ରାକ୍ଟର

ସମ୍ବଲପୁର,୨୧।୯(ବ୍ୟୁରୋ)-ସମ୍ବଲପୁର-ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ହେଉଛି। ରାସ୍ତା ନିର୍ମାଣ କରୁଛି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର। ଏହି ସଂସ୍ଥା କିନ୍ତୁ ବିବାଦର ଜାଲରେ ଏମିତି ଗୁଡେଇ ହୋଇ ରହିଛି ଯେ, ସେଥିରୁ ମୁକୁଳି ପାରୁନି। 

ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ସେରଗଡ଼,୨୧।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଘୋଡ଼ାବନ୍ଧ ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବିଡିଓଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ବିଡିଓଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

କେସିଙ୍ଗା,୨୧।୯(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ଏ ନେଇ ସ୍ଥାନୀୟ ବିଡିଓଙ୍କ ନିକଟରେ କେସିଙ୍ଗା ଯୁବ ଗୋଷ୍ଠୀମାନେ ଅଭିଯୋଗ କରିଥିଲେ ।