ସମ୍ବଲପୁର

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଓକିଲଙ୍କ ନୀରବ ଶୋଭାଯାତ୍ରା, ସ୍ମାରକପତ୍ର ପ୍ରଦାନ

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଓକିଲଙ୍କ ନୀରବ ଶୋଭାଯାତ୍ରା, ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ୍‌,୨୦।୯-
ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ପୁଣି ଜୋର ଧରି ବସିଛି। ଏହି କ୍ରମରେ ମଙ୍ଗଳବାରରୁ  ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବାବେଳେ ଗୁରୁବାର ସଂଘ କାର୍ଯ୍ୟାଳୟରୁ ନୀରବ ଶୋଭାଯାତ୍ରାରେ ଜିଲାପାଳଙ୍କ ଅଫିସକୁ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ତପିରାମ ମାଝି ସ୍ମାରକପତ୍ର ଗ୍ରହଣ କରିଥିଲେ। ଜଷ୍ଟିସ ୟଶୱନ୍ତ ସିଂ କମିଶନଙ୍କ 

ଆମେରିକାରେ ପାଳିତ ହେଲା ନୂଆଁଖାଇ

ଆମେରିକାରେ ପାଳିତ ହେଲା ନୂଆଁଖାଇ

ସୁନ୍ଦରଗଡ଼, ୨୦।୯ (ଡି.ଏନ୍‌.ଏ) -ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସୁଦୂର ଆମେରିକାର ସିଆଟେଲଠାରେ ରହୁଥିବା ଓଡ଼ିଆମାନଙ୍କ ଦ୍ୱାରା ଧୁମଧାମ୍‌ରେ ପାଳିତ ହୋଇଯାଇଛି। ସେଦିନ ସିଆଟେଲଠାରେ ବସବାସ କରୁଥିବା ୬୦ରୁ ଊର୍ଦ୍ଧ୍ୱ  ପ୍ରବାସୀ ଓଡ଼ିଆ ପରିବାର ଏକାଠି ହୋଇଥିଲେ। ସର୍ବପ୍ରଥମେ ମା’ ସମଲେଇଙ୍କୁ ସ୍ମରଣ କରି ନବାନ୍ନ ଭକ୍ଷଣ କରିଥିଲେ। ପରେ ପରସ୍ପରକୁ ନୂଆଁଖାଇ ଜୁହାରଭେଟ୍‌ ଆଦାନ ପ୍ରଦାନ ଜରିଆରେ ସବୁ ପରିବାର ପରସ୍ପର ମଧ୍ୟରେ ପରିଚିତ ହୋଇଥିଲେ। 

ଯାତ୍ରୀବାହୀ ବସ୍‌ ଓଲଟିଲା: ୩୦ଆହତ, ୨ଗୁରୁତର

ଯାତ୍ରୀବାହୀ ବସ୍‌ ଓଲଟିଲା: ୩୦ଆହତ, ୨ଗୁରୁତର

ବଣାଇଁ, ୨୦।୯(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ୧୪୩ ନଂ. ଜାତୀୟ ରାଜପଥର ବଲାଣିଘାଟ ଛକରେ ଗୁରୁବାର ଭୋର ଏକ ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ୩୦ରୁ ଅଧିକ ଯାତ୍ରୀ ଅଳ୍ପ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନିଆଯାଇଥିଲା। ପାରାଦୀପରୁ ରାଉରକେଲା ଯାଉଥିବା ଗଙ୍ଗା ନାମକ ବସ୍‌ (ଓଡ଼ି ୦୫ ଏଏ ୫୪୩୫)ର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା 

ଅମାନାରାରେ ନୂଆଁଖାଇ ଭେଟ୍‌ଘାଟ୍‌: ଜିଲାର ବିକାଶ ପାଇଁ ଜନପ୍ରତିନିଧିଙ୍କ ସଂକଳ୍ପ

ଅମାନାରାରେ ନୂଆଁଖାଇ ଭେଟ୍‌ଘାଟ୍‌: ଜିଲାର ବିକାଶ ପାଇଁ ଜନପ୍ରତିନିଧିଙ୍କ ସଂକଳ୍ପ

ନୂଆପଡା ଅଫିସ,୨୦।୯
ଗଣତନ୍ତ୍ରରେ ଲୋକ ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ନୂଆପଡା ଭଳି ଉପାନ୍ତ ଜିଲାରେ ପ୍ରଶାସନିକ ବ୍ୟବସ୍ଥାର ଦୋଷ ଦୁର୍ବଳତା ଯୋଗୁ ଜନପ୍ରତିନିଧିମାନେ ନିଜର ଅଧିକାର ପାଇବାରୁ ବଞ୍ଚତ୍ତ ରହୁଛନ୍ତି । ଏଥିପାଇଁ ଲଢେଇ କରିବାକୁ ପଡିବ । ଜିଲାର ବିକାଶ ନିମନ୍ତେ ଆମକୁ ଅଣ୍ଟାଭିଡିବାକୁ ପଡିବ ବୋଲି ଜନପ୍ରତିନିଧିମାନେ ସଂକଳ୍ପ ନେଇଛନ୍ତି । ସ୍ଥାନୀୟ ଅମାନାରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍‌ କାଯର୍‌ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ।   ବୁଧବାର 

ମାଣିକେଶ୍ୱରୀଠାରେ ନୂଅଁ।ଖାଇ ପାଳିତ

ମାଣିକେଶ୍ୱରୀଠାରେ ନୂଅଁ।ଖାଇ ପାଳିତ

ଭବାନୀପାଟଣା,୨୦।୯ (ଡି.ଏନ.ଏ.)
ପରମ୍ପର ଅନୁଯାୟୀ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରତିବର୍ଷ ଭାଦ୍ରବମାସ ଶୁକ୍ଲ ପକ୍ଷ ଦଶମୀ ତିଥିରେ ନବାନ୍ନ ଭୋଗ ଲାଗି ହୋଇଥାଏ । ମା’ ମାଣିକେଶ୍ୱରୀଙ୍କ ସହ କଲାହାଣ୍ଡି ଗଡଜାତର ରାଜଧାନୀ ଭବାନୀପାଟଣା ସମେତ ପୂରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ, ଜୟପାଟଣା, ଥୁ.ରାମପୁର, ମ.ରାମପୁର, ମହୁଲପାଟଣା, କର୍ଲାପାଟ ଅଞ୍ଚଳରେ ଜନସାଧାରଣ ନବାନ୍ନ ଖାଇଥାନ୍ତି । ଚଳିତ ବର୍ଷ ବୁଧବାର ସକାଳ ୬ଟା.୨୪ ମିରୁ ୮ଟା ୩ମି ମଧ୍ୟରେ ମା’ ମାଣିକେଶ୍ୱରୀଙ୍କଠାରେ

ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କ ଧର୍ମଗଡ ଗସ୍ତ ୨୭ରେ: ଉଦ୍‌ଘାଟନ ହେବ ଓଡ଼ିଶା ପ୍ରଥମ କୌଶଳ କେନ୍ଦ୍ର

ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କ ଧର୍ମଗଡ ଗସ୍ତ ୨୭ରେ: ଉଦ୍‌ଘାଟନ ହେବ ଓଡ଼ିଶା ପ୍ରଥମ କୌଶଳ କେନ୍ଦ୍ର

ଧର୍ମଗଡ,୨୦।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା ଧର୍ମଗଡଠାରେ ଆର୍ଟ ଅଫ୍‌ ଲିଭିଂ ଏବଂ ଭାରତ ସରକାରଙ୍କ କୌଶଳ ବିକାଶ ମନ୍ତ୍ରାଳୟର ମିଳିତ ସହେଯାଗରେ ଓଡିଶାର ପ୍ରଥମ କୌଶଳ କେନ୍ଦ୍ର ଉଦଘାଟିତ ହେବ । ଆସନ୍ତା ୨୭ ତାରିଖ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସହ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି କେନ୍ଦ୍ର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଧର୍ମଗଡସ୍ଥିତ ଏକ ହୋଟେଲରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା 

ମୋ ରାଉରକେଲା: ମାଟି ବଦଳରେ ସୁନା ମିଳେ

ମୋ ରାଉରକେଲା: ମାଟି ବଦଳରେ ସୁନା ମିଳେ

ରାଉରକେଲା ଅଫିସ,୨୦।୯-ଜନଜାତି ବହୁଳ ସୁନ୍ଦରଗଡ ଜିଲାର ରାଉରକେଲା ସହର ହେଉଛି ରାଜ୍ୟର ଏକ ଉଜ୍ୱଳ ଜ୍ୟୋତି ଶିଖା। ଗତ ୧୯୬୪ରେ  ମୁଁ ଜାମସେଦପୁରରୁ ରାଉରକେଲା ଆସିଥିଲି। ଏଠାରେ ମୋର ଦୀର୍ଘ ୫୪ ବର୍ଷର ଅନୁଭୂତି।  କୌଣସି କଥାରେ ଏଠି ମନ ଉଣା ହୋଇନି। ଗତ ୧୯୬୪ ପରେ ଏଠାରେ ସବୁ ସମ୍ପ୍ରଦାୟ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରି ଆସୁଛନ୍ତି। ଭାରତର ପ୍ରତ୍ୟେକ ପ୍ରଦେଶର ଲୋକ ଏଠାରେ ବସବାସ କରନ୍ତି। ଏମାନଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ 

ବଦଳିପାରେ ସୁନ୍ଦରଗଡ଼ ଜିଲାର ରାଜନୈତିକ ସମୀକରଣ

ବଦଳିପାରେ ସୁନ୍ଦରଗଡ଼ ଜିଲାର ରାଜନୈତିକ ସମୀକରଣ

ରାଉରକେଲା ଅଫିସ, ୨୦।୯-ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଶେଷରେ  ବୁଧବାର ସେ ନୂଆଦିଲ୍ଲୀ ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥତିରେ ଏହି ଦଳରେ ସାମିଲ ହୋଇଛନ୍ତି। ଜିଲାରେ ଜଳ, ଜମି ଓ ଜଙ୍ଗଲ ଅଧିକାର ନେଇ ଲଢେଇ କରି ଆସିଛନ୍ତି। ବିଭିନ୍ନ ସମୟରେ ଅନ୍ୟ ଦଳକୁ ପାଦ ଖସାଇବା ସତ୍ତ୍ୱେ ବି ତାଙ୍କ ପତିଆରା ଉଣା ପଡିନି। ପରିବର୍ତ୍ତିତ 

ଅମଲିପାଲି ସଭାସ୍ଥଳ ବୁଲିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଅମଲିପାଲି ସଭାସ୍ଥଳ ବୁଲିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡା ଅଫିସ,୨୦।୯- ଝାରସୁଗୁଡା ବିମାନବନ୍ଦର ଉଦ୍‌ଘାଟନକୁ ଆଉ ଦୁଇଦିନ ବାକି ଥିବାବେଳେ ବୁଧବାର ପୁଣି ଥରେ ଦୁଇ କେନ୍ଦ୍ରମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦର, ସଭାସ୍ଥଳ ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ସମେତ ଭାଜପା କାର୍ଯ୍ୟକର୍ତ୍ତା ଜୋରସୋରରେ ଲାଗିପଡିଛନ୍ତି।  ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପୂର୍ବକ ପ୍ରସ୍ତୁତି ସମୀକ୍ଷା କରିଥିଲେ ଏବଂ ଅମଲିପାଲି ସ୍ଥିତ ସଭାସ୍ଥଳ ବୁଲି ଦେଖିଥିଲେ ଦୁଇ 

ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ଅଂଶ ୩୬୨ କୋଟି, ଭାଜପା ଏକତରଫା ପ୍ରଚାର କରୁଛି: ବିଜେଡି

ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ଅଂଶ ୩୬୨ କୋଟି, ଭାଜପା ଏକତରଫା ପ୍ରଚାର କରୁଛି: ବିଜେଡି

ଝାରସୁଗୁଡା ଅଫିସ,୨୦।୯- ଝାରସୁଗୁଡା ବିମାନବନ୍ଦର ଉଦ୍‌ଘାଟନ ନେଇ ଭାଜପା ଏକତରଫା ପ୍ରଚାରପ୍ରସାର ଚଳାଇଛି ବୋଲି ଜିଲା ବିଜେଡି ଅଭିଯୋଗ କରିଛି। ବିମାନବନ୍ଦର କାର୍ଯ୍ୟକ୍ଷମ ନେଇ ରାଜ୍ୟ ସରକାରଙ୍କ ଅବଦାନ ବିଷୟରେ ଭାଜପା ଲୁଚାଉଥିବା ଅଭିଯୋଗ କରିଛି ଝାରସୁଗୁଡା ଜିଲା ବିଜେଡି। ଏନେଇ ବୁଧବାର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅନୁଦାନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ବିମାନବନ୍ଦର କାର୍ଯ୍ୟକ୍ଷମ 

ତାତିଲେ ମହିଳା:  ନିଶା ନିବାରଣ ସକାଶେ ସଚେତନତା ଶୋଭାଯାତ୍ରା

ତାତିଲେ ମହିଳା: ନିଶା ନିବାରଣ ସକାଶେ ସଚେତନତା ଶୋଭାଯାତ୍ରା

ଲଇକେରା, ୨୦।୯ (ଡି.ଏନ.ଏ)- ନିଶା ମଣିଷକୁ ବିଗାଡି ଦେଉଥିବାବେଳେ ଜୀବନ ବିପଦପୂର୍ଣ୍ଣ କରୁଛି। ନିଶା ଦ୍ୱାରା ଲୋକେ ଖରାପ ରାସ୍ତାରେ ପରିଚାଳିତ ହେଉଥିବାବେଳେ ଅନେକ ଅନୈତିକ କାର୍ଯ୍ୟକଳାପ କରିବାକୁ ପଛାଉ ନ ଥିବା ଏବଂ ଗାଁ ପରିବେଶ କଳୁଷିତ ହେଉଥିବା ସହ ଛୋଟ ପିଲା ଏବଂ ପରିବାର ଉପରେ ଏହାର କୁପ୍ରଭାବ ପଡୁଛି। ଏହା ଅନୁଭବ କରି ବୁଧବାର ଝାରସୁଗୁଡା ଜିଲା ଲଇକେରା ବ୍ଲକ ଜାମମାଲ ଗ୍ରାମ ପଞ୍ଚାୟତର ଜାମମାଲ, ତପଗୁଞ୍ଜା, ନାଏକକର୍ଲା, ଗଞ୍ଜୁଡିହି, 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଏସ୍‌ପିଜି, ପୋଲିସର ମିଳିତ ସୁରକ୍ଷା ସମୀକ୍ଷା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଏସ୍‌ପିଜି, ପୋଲିସର ମିଳିତ ସୁରକ୍ଷା ସମୀକ୍ଷା

ଝାରସୁଗୁଡା ଅଫିସ,୨୦।୯- ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବୁଧବାର ସ୍ବତନ୍ତ୍ର ସୁରକ୍ଷା ବାହିନୀ(ଏସ୍‌ପିଜି) ଆଇଜି ମୁନା ପ୍ରସାଦ ଗୁପ୍ତା ଏବଂ ଅନ୍ୟ ଅଧିକାରୀ ଝାରସୁଗୁଡାରେ ପହଞ୍ଚିଛନ୍ତି। ଆଇଜି ଗୁପ୍ତା ଝାରସୁଗୁଡା ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମୋଦିଙ୍କ କାର୍ଯ୍ୟକ୍ରମ ଅବସରରେ ସୁରକ୍ଷା ବ୍ୟବସ୍ଥା ପାଇଁ ଉତ୍ତରାଞ୍ଚଳ ରେଞ୍ଜ୍‌ ବ୍ୟତୀତ ବାହାରୁ 

କଂଗ୍ରେସରେ ଯୋଗଦେଲେ ଜର୍ଜ ତିର୍କୀ,ସୁଦର୍ଶନ

କଂଗ୍ରେସରେ ଯୋଗଦେଲେ ଜର୍ଜ ତିର୍କୀ,ସୁଦର୍ଶନ

ରାଉରକେଲା ଅଫିସ, ୨୦।୯ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ବୁଧବାର କଂଗ୍ରେସରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି

ଦିବ୍ୟାଙ୍ଗଙ୍କୁ ନେଇ ୩ ଦିନିଆ ପ୍ରଶିକ୍ଷଣ ଶିବିର

ଦିବ୍ୟାଙ୍ଗଙ୍କୁ ନେଇ ୩ ଦିନିଆ ପ୍ରଶିକ୍ଷଣ ଶିବିର

ରାଉରକେଲା ଅଫିସ,୨୦।୯-ସ୍ବାଭିମାନ ଭୁବନେଶ୍ୱର ପ୍ରଯୋଜନାରେ ରାଉରକେଲା ଏନଆଇଟି ଓ ଶ୍ରଦ୍ଧା ସହଯୋଗରେ ସ୍ଥାନୀୟ ସିନେଟ ହଲ (ଏନଆଇଟି) ଠାରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ୩ ଦିନିଆ ନେତୃତ୍ୱ ଓ ସଶକ୍ତିକରଣ ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। 

ଚାକିରି ଆଶାୟୀ ୭୦ ମୌଜା ବିସ୍ଥାପିତ :ଏଡିଏମ୍‌ଙ୍କ ଭେଟ ନ ପାଇ ଫେରିଗଲେ

ଚାକିରି ଆଶାୟୀ ୭୦ ମୌଜା ବିସ୍ଥାପିତ :ଏଡିଏମ୍‌ଙ୍କ ଭେଟ ନ ପାଇ ଫେରିଗଲେ

ରାଉରକେଲା ଅଫିସ,୨୦।୯-ତାରିଖ ପରେ ବଦଳୁଛି ତାରିଖ। ତଥାପି ୭୦ ମୌଜା ବିସ୍ଥାପିତ ଚାକିରି ଆଶାୟୀଙ୍କୁ ସମୟ ଦେଇ ପାରୁ ନାହଁ।ନ୍ତି ରାଉରକେଲା ଅତିରିକ୍ତ ଜିଲାପାଳ ମନୀଷା ବାନାର୍ଜୀ। ଯେଉଁଦିନ ଏମାନଙ୍କୁ ଭେଟିବାକୁ ସମୟ ଦେଉଛନ୍ତି ବାନାର୍ଜୀ ସେଦିନ କିଛି 

କଳାକୃତୀର ଅପୂର୍ବ ଦୃଶ୍ୟ:     ୫୦ ଲକ୍ଷ ବ୍ୟୟରେ ବିମାନବନ୍ଦର  ସୌନ୍ଦର୍ଯ୍ୟକରଣ

କଳାକୃତୀର ଅପୂର୍ବ ଦୃଶ୍ୟ: ୫୦ ଲକ୍ଷ ବ୍ୟୟରେ ବିମାନବନ୍ଦର ସୌନ୍ଦର୍ଯ୍ୟକରଣ

ଝାରସୁଗୁଡା ଅଫିସ,୨୦।୯- କଳା ଓ ସଂସ୍କୃତିର ରାଜ୍ୟ ଓଡ଼ିଶା। ଏହି ରାଜ୍ୟର କୋଣ ଅନୁକୋଣରେ ଭିନ୍ନ ଭିନ୍ନ କଳା ଓ ସଂସ୍କୃତି ଦୃଶ୍ୟମାନ ହୁଏ। ଓଡ଼ିଶାର ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ଭାଗ ଯାଏଁ ସ୍ବତନ୍ତ୍ର ଏବଂ ଭିନ୍ନ ଭିନ୍ନ ପରମ୍ପରାକୁ ନେଇ ସମୃଦ୍ଧ।

କୋଲାବିରା ବନାଞ୍ଚଳରେ ଅସୁସ୍ଥ ହାତୀର ଜୀବନ ଗଲା

କୋଲାବିରା ବନାଞ୍ଚଳରେ ଅସୁସ୍ଥ ହାତୀର ଜୀବନ ଗଲା

କୋଲାବିରା,୨୦।୯ (ଡି.ଏନ.ଏ.)  -ଝାରସୁଗୁଡା ଜିଲା କୋଲାବିରା ବନାଞ୍ଚଳରେ ଅସୁସ୍ଥ ଅବସ୍ଥାରେ ତିନି ଦିନ ପଡିରହିଥିବା ହାତୀର ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳକୁ ଡିଏଫ୍‌ଓ ସୁଶାନ୍ତ କୁମାର, ଏସିଏଫ୍‌ ସରୋଜ ପଣ୍ଡା, ପ୍ରାଣୀ ଚିକିତ୍ସାଧିକାରୀ ସାଲିନୀ ସେଠୀ ପହଞ୍ଚି

ମଧୁସୂଦନପାଲ୍ଲୀ ବିସ୍ଫୋରଣ ଘଟଣା: ଥଇଥାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ମଧୁସୂଦନପାଲ୍ଲୀ ବିସ୍ଫୋରଣ ଘଟଣା: ଥଇଥାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ରାଉରକେଲା ଅଫିସ,୧୯।୯-ବିସ୍ଫୋରଣ ଜନିତ ପ୍ରଭାବିତ ପରିବାର ମଧୁସୂଦନପାଲୀ ତେଲୁଗୁପଡା ବାସିନ୍ଦା ଥଇଥାନ ଓ କ୍ଷତିପୂରଣ ଦାବିରେ ବୁଧବାର ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

କଂଗ୍ରେସର କର୍ମୀ ସମ୍ମିଳନୀ, ନୂଆଁଖାଇ ଭେଟ୍‌ଘାଟ୍‌

କଂଗ୍ରେସର କର୍ମୀ ସମ୍ମିଳନୀ, ନୂଆଁଖାଇ ଭେଟ୍‌ଘାଟ୍‌

ଜୁନାଗଡ,୧୯।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ସଂସ୍କୃତ ଭବନଠାରେ ବୁଧବାର କଂଗ୍ରେସ କର୍ମୀ ସମ୍ମିଳନୀ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଜଣଙ୍କର ମୃତ୍ୟୁ

ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଜଣଙ୍କର ମୃତ୍ୟୁ

ବିଜେପୁର,୧୯।୯(ଡି.ଏନ.ଏ)-ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲାଇପଦର ଛକ ବୁଲାଣୀରେ ବୁଧବାର ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତାଳପଦର ପଞ୍ଚାୟତ ଝାଲପାଲିର ଅଶ୍ୱିନୀ ସାହୁ (୪୨) ଓ ତୁଳସୀ ସାହୁ (୪୮) । ଅଶ୍ୱିନୀ ଓ ତୁଳସୀ କୌଣସି କାମରେ ସିଜି ୦୪ ଡିକେ- ୧୦୮୧ ନମ୍ବର ବିଶିଷ୍ଟ ଏକ ବାଇକରେ ଘରୁ ବରଗଡକୁ ଯାଉଥିଲେ ।

ଭୁକ୍ତାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୮୧ ୟୁନିଟ ରକ୍ତ ସଂଗୃହୀତ

ଭୁକ୍ତାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୮୧ ୟୁନିଟ ରକ୍ତ ସଂଗୃହୀତ

ଅମ୍ବାଭୋନା, ୧୯।୯ (ଡି.ଏନ.ଏ)- ବରଗଡ଼ ଜିଲା ଅମ୍ବାଭୋନା ଭୁକ୍ତା ନେତାଜୀ କ୍ଲବ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବରଗଡ ଏମ୍‌ପି ଡ. ପ୍ରଭାସ ସିଂ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । 

ଭେଡ଼େନରେ କଂଗ୍ରେସର ଯୁବ ଆକ୍ରୋଶ ଶୋଭାଯାତ୍ରା

ଭେଡ଼େନରେ କଂଗ୍ରେସର ଯୁବ ଆକ୍ରୋଶ ଶୋଭାଯାତ୍ରା

ଭେଡ଼େନ,୧୯।୯(ଡ଼ି.ଏନ.ଏ.)-ବରଗଡ଼ ଭେଡନରେ ଯୁବ କଂଗ୍ରେସ ତରଫରୁ ଉଭୟ କେନ୍ଦ୍ର  ଓ ରାଜ୍ୟ ସରକାରଙ୍କ ଅପାରଗତା, ଦରଦାମ ବୃଦ୍ଧି, ଦୁର୍ନୀତି, ଭ୍ରଷ୍ଟାଚାର, ବେରୋଜଗାରୀ, ପ୍ରତିଶ୍ରୁତିର ଖିତ୍ଲାପି ଆଦି ପ୍ରତିବାଦରେ ବୁଧବାର କଂଗ୍ରେସର ଜନ ଆକ୍ରୋଶ ରାଲି ଅନୁଷ୍ଠିତ ହୋଇଛି । ସ୍ବାଧୀନ କୁମାର ରଥଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଭେଡ଼େନ ସପ୍ତାହିକ ବଜାର ପ୍ରାଙ୍ଗଣରୁ ବାହାରି ଭେଡ଼େନ ବସ୍ତି ପରିକ୍ରମା କରିଥିଲା। ବସଷ୍ଟାଣ୍ଡ ଠାରେ ପ୍ରଧାନମନ୍ତ୍ରୀ ଏବଂ ମୁଖୁମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ପରେ ଏହି ଶୋଭାଯାତ୍ରା ଭେଡ଼େନ ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇଥିଲା। 

ବଗଡାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ବଗଡାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ,୧୯।୯(ଡି.ଏନ.ଏ.)-ବଲାଙ୍ଗୀର ଜିଲା, ଦେଓଗାଁ ବ୍ଲକ ୧୩ ନଂ ଜୋନ ବଗଡା ଖେଳପଡିଆରେ ବୁଧବାର ଅପରାହ୍ନରେ ଭାଜପା ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କୁ ସୋହେଲାରେ ଶ୍ରଦ୍ଧାଞ୍ଜଳି

ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କୁ ସୋହେଲାରେ ଶ୍ରଦ୍ଧାଞ୍ଜଳି

ସୋହେଲା,୧୯।୯(ଡିଏନଏ)-ବରଗଡର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଚିତାଭସ୍ମକୁ ବୁଧବାର ପଶ୍ଚିମ ଓଡିଶାର ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥରେ ବିସର୍ଜନ କରାଯାଇଛି ।