ସମ୍ବଲପୁର

ପିକ୍‌ଅପ ଭ୍ୟାନରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ପିକ୍‌ଅପ ଭ୍ୟାନରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

କୁଆଁରମୁଣ୍ଡା, ୧୨।୪(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅନ୍ତର୍ଗତ ରାଏବୋଗା ଥାନା ଅଞ୍ଚଳର ସଲଙ୍ଗାବାହାଲ ଛକରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଏକ ପିକ୍‌ଅପ ଭ୍ୟାନ ନଂ. ଜେଏଚ୍‌ ୦୫ବିଜେ ୨୯୫୮ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହା ଝାଡଖଣ୍ଡ ରାଜ୍ୟକୁ ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ପରିମାଣ ଏକ କୁଇଣ୍ଟାଲ ୩ କି.ଗ୍ରା. ବୋଲି ରାଏବୋଗା ଥାନା ଅଧିକାରୀ ବିଜୟ ସିଂ ସୂଚନା ଦେଇଛନ୍ତି। ପିକ୍‌ଅପ ଭ୍ୟାନ ଚାଳକ ରଣଜିତ୍‌ ରାଏ(୨୮) ଓ ଅନ୍ୟ ଜଣେ ମନସା ସ୍ବାନ୍ସି(୨୬)ଙ୍କୁ ପୋଲିସ ବୁଧବାର ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଉଭୟଙ୍କ ଘର ଝାଡଖଣ୍ଡର ସିଂହଭୂମି ଜିଲା ବାରିଡିହି ଥାନା ଅନ୍ତର୍ଗତ ସିଦ୍ଧିଗୁଡ଼ା ଅଞ୍ଚଳରେ ବୋଲି ପୋଲିସ କହିଛି।

ବଳାତ୍କାରୀଙ୍କୁ  ୧୦ବର୍ଷ ସଶ୍ରମ କାରାଦଣ୍ଡ

ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ, ୧୨।୪ (ଡି.ଏନ୍‌.ଏ)- ସୁନ୍ଦରଗଡ ସ୍ବତନ୍ତ୍ର ଜଜ୍‌ (ପିସିଏସଓ) ଓ ଅତିରିକ୍ତ ଜିଲା ଦୌରାଜଜ୍‌ ଦୋଳଗୋବିନ୍ଦ ବାରିକ ବୁଧବାର ଏକ ବଳାତ୍କାର ମାମଲାର ବିଚାରକରି ଅଭିଯୁକ୍ତ ମାରିୟାନ୍ସ ଲାକ୍ରା (୫୮)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜଗାଙ୍ଗପୁର ଥାନା ଡିଙ୍ଗୁରପାନୀ ଗ୍ରାମର ଅଭିଯୋଗକାରିଣୀଙ୍କ ଏତଲାକ୍ରମେ ରାଜଗାଙ୍ଗପୁର ଥାନାରେ ଏକ ବଳାତ୍କାର ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ମାରିୟାନ ଲାକ୍ରା ଗତ ୧୧ା୬ା୨୦୧୫ରେ ତାଙ୍କ ପତ୍ନୀଙ୍କ ଅନୁପସ୍ଥିତିରେ ନିଜର ସାବତ ଝିଅ ଉପରେ ମଦ ଫିଙ୍ଗିଥିଲେ। ଏଥିରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ବ୍ୟକ୍ତିଜଣକ ଝିଅକୁ ଜୋରଜବରଦସ୍ତ ବଳାତ୍କାର କରିଥିଲେ।

ଫ୍ଲାଏ ଓଭର ତିଆରିରେ ଅସୁରକ୍ଷିତ୍‌ ଶ୍ରମିକ୍‌

ଫ୍ଲାଏ ଓଭର ତିଆରିରେ ଅସୁରକ୍ଷିତ୍‌ ଶ୍ରମିକ୍‌

ସମ୍ବଲପୁର,୧୧।୪ (ବ୍ୟୁରୋ)-ସମ୍ବଲପୁର ସହରକେ ସୁଁଦର କର୍‌ବାର ସଂଗେ ଟ୍ରାଫିକ୍‌ ସମସିଆରେ ସୁଧାର ଆନ୍‌ବାର ଲାଗି ଫ୍ଲାଇ ଓଭର ତିଆରି କାମ୍‌ ଚାଲିଛେ। ହେଲେ କାମ୍‌ ମୂଲ୍‌ ହେଲାଦିନୁ ଠିକା ସଂସ୍ଥା ବିବାଦ୍‌ ଭିତ୍‌ରେ ରହୁଛେ। ଇ ସମସିଆଟା ସମାଧାନ ହେବାର ଜାଗାରେ ସହରବାସୀକଁର ମୁଖିଆ ସମସିଆ ପାଲ୍‌ଟିଛେ।

କୋବି ଚାଷ କରି ଚାଷୀ ଫସିଲେ

କୋବି ଚାଷ କରି ଚାଷୀ ଫସିଲେ

ବରଗଡ଼ ଅଫିସ୍‌,୧୧।୪: ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡ଼ୁନାହିଁ ା ମରୁଡ଼ି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ କେତେବେଳେ ଫସଲ ଉଜୁଡ଼ି ଯାଉଛି ତ ଆଉକେବେ କାଳବୈଶାଖୀ, ଚକଡ଼ା ରୋଗପୋକ ପ୍ରଭାବରେ ଚାଷୀଙ୍କୁ ସର୍ବସ୍ବାନ୍ତ ହେବାକୁ ପଡ଼ୁଛି । ଏଭଳି ସ୍ଥିତିରେ ଚାଷୀ ଦୁର୍ବିସହ ଜୀବନ ଅତିବାହିତ କରୁଥିବାବେଳେ ବିଭିନ୍ନ ଘରୋଇ କମ୍ପାନୀଗୁଡ଼ିକ ମଧ୍ୟ ଚାଷୀଙ୍କୁ ଶୋଷଣ କରିଚାଲିଛନ୍ତି । ଗତ ଖରିଫ ଋତୁରେ ନକଲି ବିହନ ଯୋଗୁ ବରଗଡ଼ ବ୍ଲକ ଅନ୍ତର୍ଗତ ତୁରୁଙ୍ଗା ଅଞ୍ଚଳର ଚାଷୀଙ୍କ ଫସଲରେ ଧାନକେଣ୍ଡା ବାହାରି ନ ଥିଲା । ଅନୁରୂପ ଭାବେ ଏବେ ପରିବା ଚାଷୀ ବିହନ କମ୍ପାନୀ ଗୁଡ଼ିକରୁ ନକଲି ବିହନ କିଣି ଠକାମିରେ ପଡିଛନ୍ତି ।

ଦାଦନ ଶ୍ରମିକଙ୍କ ଦୁଃଖ : ମହାରାଷ୍ଟ୍ରରେ କଟୁଛି ୧୦ ଜଣଙ୍କ ବନ୍ଦୀ ଜୀବନ

ସିନାପାଲି ୧୧।୪ (ଡି.ଏନ.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ ଅଞ୍ଚଳରେ ଦାଦନ ଶ୍ରମିକମାନଙ୍କୁ ନିର୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି ।କିଛି ଦିନ ତଳେ ମହାରାଷ୍ଟ୍ରରେ ଅଟକ ଥିବା ସିନାପାଲି ବ୍ଲକ୍‌ କୋଟାମାଲ ଗ୍ରାମର ଦାଦନ ଶ୍ରମିକ ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଘରକୁ ଫେରିଥିଲେ । ସେହିପରି ଆନ୍ଧ୍ର ପ୍ରଦେଶରେ ଫୁଲଚି ଗ୍ରାମର ୧୧ ଜଣ ଦାଦନ ଶ୍ରମିକ ବନ୍ଧକ ଥିବା ଶ୍ରମ ବିଭାଗ ପାଖରେ ଅଭିଯୋଗ ହୋଇଥିଲା ।

୩ ବର୍ଷର ଶିଶୁକୁ ନୂଆ ଜୀବନ ଦେଲେ ମାନିନୀ

୩ ବର୍ଷର ଶିଶୁକୁ ନୂଆ ଜୀବନ ଦେଲେ ମାନିନୀ

ବରଗଡ଼ ଅଫିସ, ୧୧।୪: ସପ୍ତମ ଶ୍ରେଣୀ ଛାତ୍ରୀ ମାନିନୀ ବୁଡେକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ୩ ବର୍ଷର ଶିଶୁ ନୂଆ ଜୀବନ ପାଇଛନ୍ତି। ସେ ହେଲେ ଦୁଲମପୁର ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ୟଶ୍‌ ସାହୁ। ପ୍ରକାଶ ଯେ, ସ୍ଥାନୀୟ ଦୁଲମପୁର ୟୁଜିୟୁପି ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ମାନିନୀ। ମଙ୍ଗଳବାର ସ୍କୁଲ ଛୁଟି ହେବା ପରେ ପୂର୍ବାହ୍ନ ୧୧ଟାରେ ସେ ନିକଟସ୍ଥ ବନ୍ଧକୁ ଗାଧୋଇବାକୁ ଯାଇଥିଲେ।

ମୁଣ୍ଡରେ ଟ୍ୟୁମର, ପାକସ୍ଥଳୀରେ କ୍ୟାନ୍‌ସର: ସ୍ବାମୀଙ୍କ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ସ୍ତ୍ରୀ

ମୁଣ୍ଡରେ ଟ୍ୟୁମର, ପାକସ୍ଥଳୀରେ କ୍ୟାନ୍‌ସର: ସ୍ବାମୀଙ୍କ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ସ୍ତ୍ରୀ

ସମ୍ବଲପୁର,୧୧।୪(ବ୍ୟୁରୋ)- ମୁଣ୍ଡରେ ଟ୍ୟୁମର ଓ ପାକସ୍ଥଳୀରେ କ୍ୟାନସର। ଅସହ୍ୟ ହେଉଛି ଯନ୍ତ୍ରଣା। ଘରେ ଖାଇବାକୁ ନାହିଁ। ଔଷଧ ଖର୍ଚ୍ଚ ବହନ କରିବା ବି ଅସମ୍ଭବ। ଏହି ରୋଗରୁ ମୁକ୍ତି ମିଳିବାର କୌଣସି ଆଶା ଦିଶୁନାହିଁ। କେବଳ ସେ ବିଛଣାରେ ପଡ଼ି ଶେଷ ନିଃଶ୍ୱାସ ନେବାକୁ ସଂଗ୍ରାମ କରୁଛନ୍ତି। ଏପରି ଅବସ୍ଥାରେ

ଅଧାରେ ଅଟକିଛି ଶୀତଳ ପାନୀୟ ଜଳ ପ୍ରକଳ୍ପ

ଅଧାରେ ଅଟକିଛି ଶୀତଳ ପାନୀୟ ଜଳ ପ୍ରକଳ୍ପ

ଝାରସୁଗୁଡା ଅଫିସ,୧୦।୪: ଖରାଦିନେ ପାଣି ଟିକେ ପାଇଁ ଲୋକ ହନ୍ତସନ୍ତ ହୁଅନ୍ତି। ଝାରସୁଗୁଡ଼ା ଜିଲାରେ ଏହାର ଆବଶ୍ୟକତା ଆହୁରି ଅଧିକ। ଜିଲାସାରା ପାଣି ସମସ୍ୟା ଲାଗି ରହିଛି। ପ୍ରକଳ୍ପ ମାଳ ମାଳ କରାଯାଉଛି।

ରକ୍ତହୀନତା ନେଲା ୩ ସନ୍ତାନଙ୍କ ଜୀବନ: ଦମ୍ପତିଙ୍କୁ ଘାରିଛି ପୁଅ ଚିନ୍ତା

ରକ୍ତହୀନତା ନେଲା ୩ ସନ୍ତାନଙ୍କ ଜୀବନ: ଦମ୍ପତିଙ୍କୁ ଘାରିଛି ପୁଅ ଚିନ୍ତା

ବରଗଡ଼ ଅଫିସ୍‌,୧୦।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ମରେଇକେଲର ଦମ୍ପତି ମୁକ୍ତା ପାଇକ ଓ ସ୍ବାମୀ ମଧୁସୂଦନ । ନିଜ ସନ୍ତାନଙ୍କ ଚିକିତ୍ସା ପାଇଁ ଘରଦ୍ୱାର, ଜମିବାଡ଼ି ବିକି ବର୍ତ୍ତମାନ ବିଜେପୁର ଥାନା ଲୁହୁରାପାଲି ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଏହି ଦମ୍ପତିଙ୍କୁ ଦଇବ ସାହା ହେଉନାହିଁ।

ବୀମା ରାଶି ପ୍ରଦାନରେ ଅବହେଳା, ଚାଷୀ ଘେରିଲେ ବ୍ୟାଙ୍କ

ବୀମା ରାଶି ପ୍ରଦାନରେ ଅବହେଳା, ଚାଷୀ ଘେରିଲେ ବ୍ୟାଙ୍କ

ନୂଆପଡା ଅଫିସ,୧୦।୪: ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ ହାନି, ଅର୍ଥ ପୀଡ଼ା ଭଳି ଅଭାବନୀୟ ପରିସ୍ଥିତିରେ ନଇଁ ପଡ଼ିଥିବା ଚାଷୀଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ବାବଲମ୍ବୀ କରିବା ପାଇଁ ସରକାର କୃଷି ବୀମା ଯୋଜନା ପ୍ରଣୟନ କରିଛନ୍ତି।

ବନ୍ଦ ବେଳେ ହିଂସା: ଏସ୍‌ଏସ୍‌ କାଉନସିଲିଂ ଅଧାରୁ ବନ୍ଦ

ବନ୍ଦ ବେଳେ ହିଂସା: ଏସ୍‌ଏସ୍‌ କାଉନସିଲିଂ ଅଧାରୁ ବନ୍ଦ

ବରଗଡ଼ ଅଫିସ,୧୦।୪: ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଜାତି ଭିତ୍ତିକ ସଂରକ୍ଷଣ ବିରୋଧରେ ମଙ୍ଗଳବାର ଚାଲିଥିବା ଭାରତ ବନ୍ଦ ଡାକରାରେ ବରଗଡ଼ରେ ହିଂସା ଉପୁଜିଥିବା ଜଣାପଡିଛି। ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ ପିକେଟିଂ କରୁଥିବା କେତେକ ଆନ୍ଦୋଳନକାରୀ ବରଗଡ଼ ଡିପିଇପି ହଲରେ ଚାଲୁଥିବା ଶିକ୍ଷା ସହାୟକ (ଏସ୍‌ଏସ୍‌) କାଉନସେଲିଂ ସ୍ଥଳରେ ପହଞ୍ଚିଥିଲେ।

ସଂରକ୍ଷଣକୁ ବିରୋଧ କରି ଭାରତ ବନ୍ଦ

ସଂରକ୍ଷଣକୁ ବିରୋଧ କରି ଭାରତ ବନ୍ଦ

ନୂଆପଡା ଅଫିସ,୧୦।୪: ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧକରି ନୂଆପଡାରେ ମଙ୍ଗଳବାର ଭାରତ ବନ୍ଦ ପାଳନ କରାଯାଇଛି ା ଏହି କ୍ରମରେ ସକାଳ ୬ଟାରୁ ନୂଆପଡା ଏକତା ଛକରେ ୩୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।

ବରଗଡ଼ରେ ବନ୍ଦର ଆଂଶିକ ପ୍ରଭାବ

ବରଗଡ଼ରେ ବନ୍ଦର ଆଂଶିକ ପ୍ରଭାବ

ବରଗଡ଼ ଅଫିସ, ୧୦।୪: ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ କେତେକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ବରଗଡ଼ରେ ପରିଲକ୍ଷିତ ହୋଇଛି। ସକାଳୁ ସ୍ବତଃସ୍ଫୂର୍ତ୍ତଭାବେ କେତେକ ଦୋକାନ ବଜାର ବନ୍ଦ କରି ଦେଇଛନ୍ତି।

କେନ୍ଦୁପତ୍ର ବିକ୍ରିରେ ଅନ୍ତରାୟ କେନ୍ଦ୍ର

କେନ୍ଦୁପତ୍ର ବିକ୍ରିରେ ଅନ୍ତରାୟ କେନ୍ଦ୍ର

ସମ୍ବଲପୁର, ୯।୪ (ବ୍ୟୁରୋ): ଓଡ଼ିଶାରେ ଜଙ୍ଗଲ ତଳି ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀ ଲୋକଙ୍କ ପାଇଁ ପ୍ରକୃତିଦତ୍ତ ଜଙ୍ଗଲ ହିଁ ଏକ ବଡ ବରଦାନ। ଲାଖ, ମହୁ, ଝୁଣା, ସବାଇ ଘାସ, ବାଉଁଶ, ବେତ, ମହୁଲ, ବିଭିନ୍ନ ଫଳମୂଳ ଓ ଔଷଧୀୟ ବୃକ୍ଷରାଜି ଲୋକଙ୍କୁ ରୋଜଗାରର ମାଧ୍ୟମ ଦେଇଥାଏ। ଜଙ୍ଗଲ ପାଖ ଲୋକଙ୍କ ଅର୍ଥନୀତିର ବିକାଶରେ ଜଙ୍ଗଲ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିମଧ୍ୟରୁ ଅଧିକ ଭାଗ ଲୋକ କେନ୍ଦୁପତ୍ର ସଂଗ୍ରହ କରି ନିଜର ଜୀବନ ଜୀବିକା ନିର୍ବାହ କରନ୍ତି। ଏଥିରୁ ହିଁ ସେମାନଙ୍କ ଚୁଲି ଜଳୁଛି। ହେଲେ କେନ୍ଦୁପତ୍ରକୁ ଭରସା କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ପାଇଁ ଏବେ କିନ୍ତୁ ଏକ ପାଚେରି ଠିଆ ହୋଇଛି।

ଭାରି ପଡ଼ିଲା ପୋଲିସ ବଳ: ମାଓବାଦୀ କ୍ୟାମ୍ପ ଧ୍ୱଂସ

ଭାରି ପଡ଼ିଲା ପୋଲିସ ବଳ: ମାଓବାଦୀ କ୍ୟାମ୍ପ ଧ୍ୱଂସ

ନୂଆପଡା ଅଫିସ,୯।୪- ପୁଣି ଥରେ ମାଓବାଦୀଙ୍କୁ ମୁହଁତୋଡ଼ ଜବାବ୍‌। ଭାରି ପଡ଼ିଲା ପୋଲିସ ବଳ। ମାତ୍ର ୧୦ ମିନିଟ୍‌ର ଗୁଳିବିନିମୟରେ ଛତ୍ରଭଙ୍ଗ ଦେଲେ ମାଓବାଦୀ। ଧ୍ୱଂସ ହେଲା କ୍ୟାମ୍ପ୍‌।

କୃଷିବୀମା ଦାବିରେ ୟୁଜିବି ଘେରାଉ

କୃଷିବୀମା ଦାବିରେ ୟୁଜିବି ଘେରାଉ

ନୂଆପଡା ଅଫିସ, ୯।୪: ୨୦୧୬ ମସିହାର କୃଷିବୀମା ଯୋଗାଇ ଦେବା ଦାବିରେ ଭାଜପା ପକ୍ଷରୁ ସୋମବାର ବୁଦ୍ଧିକୋମନା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ(ୟୁଜିବି) ଘେରାଉ କରାଯାଇଛି।

ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ କର୍ମକର୍ତ୍ତାଙ୍କ ଉପବାସ

ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ କର୍ମକର୍ତ୍ତାଙ୍କ ଉପବାସ

ବରଗଡ଼ ଅଫିସ, ୯।୪ : ବରଗଡ଼ ଗାନ୍ଧୀ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବରଗଡ଼ ଜିଲା କଂଗ୍ରେସ କର୍ମକର୍ତ୍ତାମାନେ ସୋମବାର ଉପବାସରେ ବସିଛନ୍ତି। ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆହ୍ବାନ କ୍ରମେ ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ଉଦ୍ଦେଶ୍ୟ ନେଇ କଂଗ୍ରେସ ଏଭଳି କାର୍ଯ୍ୟକ୍ରମକୁ ଓହ୍ଲାଇଛି।

ପାଣି ପାଇଁ ମହିଳାଙ୍କ ପଦଯାତ୍ରା

ପାଣି ପାଇଁ ମହିଳାଙ୍କ ପଦଯାତ୍ରା

ବରଗଡ଼ ଅଫିସ, ୯।୪ : ବରଗଡ଼ ସହରକୁ ବିଶୁଦ୍ଧ ଜଳ ଯୋଗାଣ ଦାବି ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ସୋମବାର ସହରର ଶତାଧିକ ମହିଳା ଏକ ପଦଯାତ୍ରାରେ ବାହାରିଛନ୍ତି। ସହରକୁ ବିଶୁଦ୍ଧ ପାଣି ଯୋଗାଣ, ବନ୍ଧ, ଜଳାଶୟର ପୁନରୁଦ୍ଧାର, ବରଗାଁ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା, ଜିରା ନଦୀରେ ଜଳ ସଂରକ୍ଷଣ ପାଇଁ ଆନିକଟ୍‌ ବ୍ୟବସ୍ଥା ଆଦି ସେମାନଙ୍କ ଦାବି ରହିଛି।

ଦୁର୍ଘଟଣାରେ ମଧ୍ୟପ୍ରଦେଶର ନାବାଳିକା ମୃତ, ମୃତଦେହ ରଖି ୫୪ନଂ ରାଜ୍ୟ ରାଜପଥ ଅବରୋଧ

ଦୁର୍ଘଟଣାରେ ମଧ୍ୟପ୍ରଦେଶର ନାବାଳିକା ମୃତ, ମୃତଦେହ ରଖି ୫୪ନଂ ରାଜ୍ୟ ରାଜପଥ ଅବରୋଧ

ସରଣ୍ଡା,୮।୪(ଡି.ଏନ୍‌.ଏ.): ବରଗଡ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଖୁଣ୍ଟୁଲିପାଲି ଛକରେ ଶୁକ୍ରବାର ଏକ ୪୦୭ ଧକ୍କାରେ ମଧ୍ୟପ୍ରଦେଶର ବଣ୍ଡା ଥାନା ଅନ୍ତର୍ଗତ ଧୁର୍‌ରାମ ଗ୍ରାମର ଜନୈକ ନାବାଳିକା ଗଙ୍ଗା ଏହେରବାଦ୍‌ଙ୍କ ମୃତ୍ୟୁ ଘଟିଥିଲା। ବୁର୍ଲାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ରବିବାର ଫେରିବା ପରେ ଗ୍ରାମବାସୀଙ୍କ ସହ ମୃତ ଗଙ୍ଗାଙ୍କ ପରିବାରଲୋକେ ଖୁଣ୍ଟୁଲିପାଲି ଛକରେ ରାସ୍ତାରୋକୋ କରିଥିବା ଜଣାପଡିଛି।

ଯୁବତୀଙ୍କୁ ବଳାତ୍କାର, ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଗିରଫ

ଯୁବତୀଙ୍କୁ ବଳାତ୍କାର, ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଗିରଫ

ଭବାନୀପାଟଣା,୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ଜନୈକ ଯୁବତୀଙ୍କୁ ବଳାତ୍କାର ଏବଂ ଉକ୍ତ ସମୟର ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବାଇକ୍‌ ଏବଂ ମୋବାଇଲ ଫୋନ୍‌କୁ ପୋଲିସ ଜବତ କରିଛି।

ପାଟଦର୍ହା ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳିବିନିମୟ

ପାଟଦର୍ହା ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳିବିନିମୟ

ନୂଆପଡ଼ା ଅଫିସ/ବୋଡେନ, ୮।୪- ନୂଆପଡ଼ା ଜିଲା ବୋଡେନ ଥାନାଞ୍ଚଳ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଶନିବାର ସନ୍ଧ୍ୟାରେ ମାଓବାଦୀ, ପୋଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ସିଆରପିଏଫ, ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟର ଫୋର୍ସ) ଯବାନଙ୍କ କୋମ୍ବିଂ ଅପରେଶନ ସମୟରେ ମାଓବାଦୀଙ୍କ ହଠାତ୍‌ ଗୁଳିବର୍ଷଣରେ ଯବାନମାନେ ଗୁଳିରେ ଜବାବ୍‌ ଦେଇଛନ୍ତି। ନୂଆପଡା ଏସ୍‌ପି ସ୍ମିତ ପରମାର ସଦଳବଳ ଜଙ୍ଗଲକୁ ଯାଇଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଗୁଳିବିନିମୟ ଜାରି ରହିଥିବାବେଳେ ଏକ ବଡ଼ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିବା ସୂଚନା ମିଳିଛି। କ୍ୟାମ୍ପରୁ ବିପୁଳ ମାଓବାଦୀଙ୍କ ସାମଗ୍ରୀ ଜବତ କରାଯାଇଛି। ତେବେ ରବିବାର ସକାଳ ସୁଦ୍ଧା ସବିଶେଷ ତଥ୍ୟ ମିଳିନାହିଁ।

ଯୁବତୀଙ୍କୁ ବଳାତ୍କାରର ଭିଡିଓ ଭାଇରାଲ ଘଟଣା: ପୀଡ଼ିତାଙ୍କୁ  ଭେଟିଲେ ବିଜେଡି ମହିଳା ମୋର୍ଚ୍ଚା ଟିମ୍‌

ଯୁବତୀଙ୍କୁ ବଳାତ୍କାରର ଭିଡିଓ ଭାଇରାଲ ଘଟଣା: ପୀଡ଼ିତାଙ୍କୁ ଭେଟିଲେ ବିଜେଡି ମହିଳା ମୋର୍ଚ୍ଚା ଟିମ୍‌

ଜୁନାଗଡ,୮।୪(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଜନୈକା ଯୁବତୀଙ୍କୁ ବଳାତ୍କାର କରିବା ପରେ ତାଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡିତା ଜଣକ ଶୁକ୍ରବାର ଜୁନାଗଡ ଥାନାରେ ଏତଲା ଦେଇଥିଲେ। ଶନିବାର ଅପରାହ୍ନରେ ପୀଡିତାଙ୍କୁ ଭେଟିବା ପାଇଁ ବିଜେଡି ମହିଳା ମୋର୍ଚ୍ଚା ଟିମ୍‌ ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସେମାନେ ପୀଡିତାଙ୍କ ମା’ଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ତେବେ ପୀଡିତା ଥାନାରେ ଥିବାରୁ ତାଙ୍କ ମା’କୁ ଧରି ମହିଳା ମୋର୍ଚ୍ଚା ଟିମ୍‌ର ସଦସ୍ୟାମାନେ ଜୁନାଗଡ ଥାନାକୁ ଆସି ପୀଡିତାଙ୍କୁ ଭେଟିଥିଲେ। ଏହା ସହ ମହିଳା ମୋର୍ଚ୍ଚା ଟିମ୍‌ର ସଦସ୍ୟାମାନେ ଜୁନାଗଡ ଆଇଆଇସି ରାଜେନ୍ଦ୍ର କୁମାର ଦେହୁରୀଙ୍କ ସହ କଥାହୋଇ ଅଭିଯୁକ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ। ଏହି ଟିମ୍‌ରେ ଜିଲା ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ କଲ୍ୟାଣୀ ନାଏକ, ଏନଏସି ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ କନ୍ଦପାନ, ବ୍ଲକ ସଭାନେତ୍ରୀ ମନିଷା ସାହୁ, ଜୁନାଗଡ ଏନଏସି ସଭାନେତ୍ରୀ ମନୋରମା ମହାଲିକ ପ୍ରମୁଖ ସାମିଲ ଥିଲେ।

ଲୁଙ୍ଗା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ: କ୍ୟାମ୍ପ ଧ୍ୱଂସ, ବିପୁଳ ପରିମାଣର ସାମଗ୍ରୀ ଜବତ

ଲୁଙ୍ଗା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ: କ୍ୟାମ୍ପ ଧ୍ୱଂସ, ବିପୁଳ ପରିମାଣର ସାମଗ୍ରୀ ଜବତ

ସୁନ୍ଦରଗଡ଼/ବଣାଇଁ, ୮।୪(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଜଙ୍ଗଲରେ ରବିବାର ଭୋରରୁ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି। ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ ହେବା ସହ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି। ଗୁଳି ବିନିମୟରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ରହିଛନ୍ତି। ସେମାନେ ଫେରିବା ପରେ ସବିଶେଷ ତଥ୍ୟ ମିଳିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଇଞ୍ଜିନ୍‌ ଧକ୍କାରେ ୧୦ କି.ମି. ଗଡ଼ିଲା ଏକ୍ସପ୍ରେସ ଟ୍ରେନ ବଗି

ଇଞ୍ଜିନ୍‌ ଧକ୍କାରେ ୧୦ କି.ମି. ଗଡ଼ିଲା ଏକ୍ସପ୍ରେସ ଟ୍ରେନ ବଗି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୭। ୪(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ ରେଳ ଜଙ୍କସନ୍‌ ଠାରେ ଶନିବାର ରାତିରେ ଏକ ବଡଧରଣର ଅଘଟଣ ଘଟିଛି । ଇଞ୍ଜିନ ପରିବର୍ତ୍ତନ ବେଳେ ଅହମ୍ମଦାବାଦ୍‌-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ୨୧ ବଗି ମୂଳ ଇଞ୍ଜିନ ଧକ୍କାରେ ଅଲଗା ହୋଇ ପ୍ରାୟ ୧୦କିଲୋମିଟର ଦୂରକୁ ଗଡ଼ିଯାଇଥିଲା । ଏଭଳି ଏକ ଅପ୍ରତ୍ୟାଶିତ ଘଟଣାରେ ଉକ୍ତ ଟ୍ରେନ୍‌ରେ ଥିବା ସହସ୍ରାଧିକ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ତେବେ ସେହି ଟ୍ରାକ୍‌ରେ ସେତେବେଳେ ଅନ୍ୟ କୌଣସି ଟ୍ରେନ୍‌ ଆସୁ ନ ଥିବାରୁ ଏକ ବଡଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି ।