ସମ୍ବଲପୁର

ଆଧାର ଛଡ଼ାଇ ନେଇଛି ଆହାର

ଆଧାର ଛଡ଼ାଇ ନେଇଛି ଆହାର

ରାଉରକେଲା ଅଫିସ,୧୮।୫- ରୋଗରେ ହାତପାପୁଲି ଦୁଇଟି ସଂକ୍ରମିତ ହେବା ସହ ଆଖି ଦୁଇଟି ବି ପ୍ରଭାବିତ ହେଲା। ଏଣୁ ମୋତେ ଆଧାରକାର୍ଡ ମିଳି ପାରୁନି। ଆଖି ଓ ପାପୁଲିର ଫଟୋ କୁଆଡ଼େ ଠିକ ଭାବେ ଉଠିପାରୁନି। ଏଣୁ ମୁଁ କାର୍ଡ ପାଇବାକୁ ଯୋଗ୍ୟ ହୋଇପାରୁନି। ସରକାର ପର୍ଡି କାର୍ଡ ଖଣ୍ଡେ ଦେଇଥିଲେ। ସେଥିରେ

ଲୋକେ ପିଉଛନ୍ତି ଦୂଷିତ ପାଣି, କାର୍ଯ୍ୟକ୍ରମ ହେଉନି ଜଳଯୋଗାଣ ପ୍ରକଳ୍ପ

ଲୋକେ ପିଉଛନ୍ତି ଦୂଷିତ ପାଣି, କାର୍ଯ୍ୟକ୍ରମ ହେଉନି ଜଳଯୋଗାଣ ପ୍ରକଳ୍ପ

ଅମରପାଲି, ୧୮।୫(ଡି.ଏନ.ଏ.)ସକାଳ ହେଲେ ପାଣି ଚିନ୍ତା। ପାଣି ପାଇଁ ମହିଳା, ପୁରୁଷ ଏବଂ ପିଲାଛୁଆ ସମସ୍ତେ ଗରାବାଲଟି ଧରି ଧାଡି ବାନ୍ଧି ଯାଉଛନ୍ତି ୧କି.ମି.ଦୂରରେ ଥିବା ଯୋରକୁ । ଦୂଷିତ ତଥା ଅପରିଷ୍କାର ହେଲେ ମଧ୍ୟ ଲୋକେ ବାଧ୍ୟ ହେଉଛନ୍ତି ଏହି ପାଣି ବ୍ୟବହାର କରିବାକୁ। ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଦୁର୍ଜନତୈଲା ଗ୍ରାମ ପଞ୍ଚାୟତର ମସିଣାପାଲି ଓ ମାଖନଖାଇ ଗ୍ରାମରେ। ଗୋଟିଏ ଲେଖାଏଁ ୱାର୍ଡ ବିଶିଷ୍ଟ ଉକ୍ତ ଦୁଇ ଗ୍ରାମର ଲୋକସଂଖ୍ୟା ପ୍ରାୟ ୫ଶହ ହେବ।

ନିର୍ମିତ ହେବ ୮ବୃହତ ଜଳସେଚନ ପ୍ରକଳ୍ପ

ନିର୍ମିତ ହେବ ୮ବୃହତ ଜଳସେଚନ ପ୍ରକଳ୍ପ

ସୋନପୁର,୧୮।୫(ନି.ପ୍ର.):ନଦୀ ନାଳ ପରିବେଷ୍ଟିତ ସୁବର୍ଣ୍ଣପୁର ଜିଲାର ଜଳସେଚନ ବ୍ୟବସ୍ଥା ସୁଦୃଢ ହେବ। ମହାନଦୀ ଓ ତେଲନଦୀ ବେସିନରେ ପୁଣି ୮ଟି ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ୩୫୬କୋଟି ୪୨ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ହେବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅଣଜଳସେଚିତ ବୀରମହାରାଜପୁର, ଉଲୁଣ୍ଡା ଓ ସୋନପୁର ବ୍ଲକର ୧୧, ୮୭୦ହେକ୍ଟର ଜମି ଖରିଫରେ ଜଳସେଚିତ ହୋଇପାରିବ। ସରକାର ନଦୀରେ ବ୍ୟାରେଜ୍‌ ନିର୍ମାଣ କଲେ ରବିଋତୁରେ ମଧ୍ୟ ଚାଷ ଜମି ଜଳସେଚିତ ହେବ। ସରକାରଙ୍କ ମଞ୍ଜୁରୀ ପରେ ବୃହତ ଉଠା ଜଳସେଚନ ବିଭାଗ ଭୁବନେଶ୍ୱରର ମୁଖ୍ୟଯନ୍ତ୍ରୀ ଏ ନେଇ ଟେଣ୍ଡର ଆହ୍ବାନ କରିଛନ୍ତି। ଆସନ୍ତା ଜୁନ୍‌ ୪ତାରିଖ ଟେଣ୍ଡର ପକାଇବାର ଶେଷ ଦିନ ଧାର୍ଯ୍ୟ ହୋଇଛି। ଇପିସି ଟର୍ଣ୍ଣ କି ବ୍ୟବସ୍ଥାରେ କାମ ହେବ। ବିଦ୍ୟୁତ୍‌ ସଂଯୋଗ ସହିତ ଠିକା ପାଇଥିବା ସଂସ୍ଥା ୫ ବର୍ଷ ପାଇଁ ବିଦ୍ୟୁତ୍‌ ଦେୟ ପ୍ରଦାନ କରିବ। ଏପରିକି ପ୍ରକଳ୍ପର ମରାମତି ଓ ପରିଚାଳନା କରିବ ବୋଲି ବ୍ୟବସ୍ଥା ରହିଛି। ଟେଣ୍ଡର ଆହ୍ବାନ ପରେ ଜିଲାର ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

ବିଡିଓଙ୍କୁ ଫେରାଦ ହେଲେ ୧୦ୱାର୍ଡ ସଭ୍ୟାସଭ୍ୟ

ବିଡିଓଙ୍କୁ ଫେରାଦ ହେଲେ ୧୦ୱାର୍ଡ ସଭ୍ୟାସଭ୍ୟ

ସୋନପୁର,୧୭।୫(ନି.ପ୍ର.):ସୋନପୁର ବ୍ଲକ ବଲାଡି ପଞ୍ଚାୟତର ସରପଞ୍ଚ ଓ ଇଓଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୱାର୍ଡ ସଭ୍ୟାସଭ୍ୟ। ନାଏବ ସରପଞ୍ଚ ସରୋଜ ମହାକୁରଙ୍କ ନେତୃତ୍ୱରେ ମୋଟ ୧୧ୱାର୍ଡରୁ ୧୦ଜଣ ସଭ୍ୟ ଗୁରୁବାର ବିଡିଓଙ୍କ ନିକଟରେ ଫେରାଦ୍‌ ହୋଇଛନ୍ତି। ପଞ୍ଚାୟତର ମାସିକ ବୈଠକ ନିୟମିତ ବସୁ ନ ଥିବା, ପ୍ରସ୍ତାବ ଗୃହୀତ ହେଲେ ମଧ୍ୟ ତାହା ସଭା ବହିରେ ଉଲ୍ଲେଖ କରା ଯାଉ ନ ଥିବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଉଥିବା ସେମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ନିରଞ୍ଜନ ନାଏକ ଅଭିଯୋଗ ଗ୍ରହଣ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଅଭିଯୋଗର ଅନୁଧ୍ୟାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ନାଏବ ସରପଞ୍ଚ ମହାକୁରଙ୍କ ସମେତ ୱାର୍ଡ ସଭ୍ୟା ସୌଦାମିନୀ ଆଡାଯୁଆଡି, ସୁବାସିନୀ ବାଘ, କିଆଫୁଲ କର୍ଣ୍ଣ, ପ୍ରେମାନନ୍ଦ ମହାକୁର, ବ୍ୟାସଦେବ ନାଏକ, ସୁକାନ୍ତି ମହାନନ୍ଦ, ମାମା ଦୀପ, ଗୋପାଳ ଖଣ୍ଡଗିରି ଓ ସୁରେନ୍ଦ୍ର ବରିହା ପ୍ରମୁଖ ଅଭିଯୋଗ ନେଇ ଆସିଥିଲେ। ଏ ସମ୍ପର୍କରେ ପଞ୍ଚାୟତର ଇଓ ତୁଷୋମନ୍ତ ଧରୁଆ କୁହନ୍ତି ଅଭିଯୋଗ ମିଥ୍ୟା। ନିୟମିତ ପଞ୍ଚାୟତ ବୈଠକ ବସୁଛି, ଆଜି ବି ଅନୁଷ୍ଠିତ ହୋଇଥିଲା। ପିଡିଏସ ବଣ୍ଟନ ଦାୟିତ୍ୱ ୱାର୍ଡ ସଭ୍ୟମାନେ ନେବାକୁ ଚାହୁଁଥିବା ଇଓ ଧରୁଆ କହିଥିଲେ।

୧.୫୨କୁଇଣ୍ଟାଲ ଗଞ୍ଜେଇ, ପିକ୍‌ଅପ ଭ୍ୟାନ ଜବତ,୨ଗିରଫ

୧.୫୨କୁଇଣ୍ଟାଲ ଗଞ୍ଜେଇ, ପିକ୍‌ଅପ ଭ୍ୟାନ ଜବତ,୨ଗିରଫ

ସୋନପୁର,୧୭।୫(ନି.ପ୍ର.)-ସୋନପୁର ଟାଉନ ପୋଲିସ କୁଞ୍ଜ ଛକଠାରେ ଚଢାଉ କରି ଗଞ୍ଜେଇ ଚୋରାଚାଲାଣ କରୁଥିବା ନମ୍ବର ବିହୀନ ଏକ ନୂଆ ବୋଲେରୋ ପିକ୍‌ଅପ ଭ୍ୟାନକୁ ଜବତ କରିଛି। ଯାଞ୍ଚ ସମୟରେ ଭ୍ୟାନରୁ ଜରି ବ୍ୟାଗ୍‌ରେ ଥିବା ୧କୁଇଣ୍ଟାଲ ୫୨କିଲୋ ଗଞ୍ଜେଇ ମିଳିଛି।

ବିଡିଓଙ୍କଠାରେ ଫେରାଦ ହେଲେ ୧୦ ୱାର୍ଡ ସଭ୍ୟାସଭ୍ୟ

ବିଡିଓଙ୍କଠାରେ ଫେରାଦ ହେଲେ ୧୦ ୱାର୍ଡ ସଭ୍ୟାସଭ୍ୟ

ସୋନପୁର,୧୭।୫(ନି.ପ୍ର.) ସୋନପୁର ବ୍ଲକ ବଲାଡି ପଞ୍ଚାୟତର ସରପଞ୍ଚ ଓ ଇଓଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୱାର୍ଡ ସଭ୍ୟାସଭ୍ୟ। ନାଏବ ସରପଞ୍ଚ ସରୋଜ ମହାକୁରଙ୍କ ନେତୃତ୍ୱରେ ମୋଟ ୧୧ୱାର୍ଡରୁ ୧୦ଜଣ ସଭ୍ୟ ଗୁରୁବାର ବିଡିଓଙ୍କ ନିକଟରେ ଫେରାଦ୍‌ ହୋଇଛନ୍ତି।

ଆଧାର ଛଡ଼ାଇ ନେଇଛି ଦାନା, ଝିଅ ଜ୍ୱାଇଁଙ୍କ ଆଶ୍ରାରେ କଟୁଛି ଦିନ

ଆଧାର ଛଡ଼ାଇ ନେଇଛି ଦାନା, ଝିଅ ଜ୍ୱାଇଁଙ୍କ ଆଶ୍ରାରେ କଟୁଛି ଦିନ

ରାଉରକେଲା ଅଫିସ,୧୭।୫- ରୋଗରେ ହାତ ପାପୁଲି ଦୁଇଟି ସଂକ୍ରମିତ ହେବା ସହ ଆଖି ଦୁଇଟି ବି ପ୍ରଭାବିତ ହେଲା। ଏଣୁ ମୋତେ ଆଧାର କାର୍ଡ ମିଳି ପାରୁନି। ଆଖି ଓ ପାପୁଲିର ଫଟୋ କୁଆଡ଼େ ଠିକ୍‌ ଭାବେ ଉଠି ପାରୁନି।

ଡା. ବନମାଳୀ ସାହୁଙ୍କ ପରଲୋକ

ଡା. ବନମାଳୀ ସାହୁଙ୍କ ପରଲୋକ

ବରଗଡ଼ ଅଫିସ୍‌,୧୭ ।୫: ବରଗଡ଼ର ସ୍ବନାମଧନ୍ୟ ଡା. ବନମାଳୀ ସାହୁଙ୍କ ବୁଧବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବମ୍ବେ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।

ଏଟିଏମରୁ ଟଙ୍କା ବାହାରୁନି, ଜିଲାପାଳଙ୍କୁ ଫେରାଦ ହେଲା ଆପ୍‌

ଏଟିଏମରୁ ଟଙ୍କା ବାହାରୁନି, ଜିଲାପାଳଙ୍କୁ ଫେରାଦ ହେଲା ଆପ୍‌

ବରଗଡ଼ ଅଫିସ୍‌,୧୭।୫: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପରେ ଦେଖାଯାଇଥିବା ସମସ୍ୟା ଏବେ ମଧ୍ୟ ଲାଗି ରହିଛି । ବର୍ତ୍ତମାନ ଏଟିଏମ ଗୁଡ଼ିକରେ ନଗଦ ଟଙ୍କା ନ ବାହାରିବା ଲୋକଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇଛି ।

ନକଲି ମୋବିଲ କାରଖାନା ଠାବ,୪ ଅଭିଯୁକ୍ତ ଗିରଫ

ନକଲି ମୋବିଲ କାରଖାନା ଠାବ,୪ ଅଭିଯୁକ୍ତ ଗିରଫ

ସମ୍ବଲପୁଋ,୧୭।୫(ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ସୁନାପାଲି ଅଞ୍ଚଳରେ ଗୁରୁବାର ପୋଲିସ ଚଢାଉ କରି ଏକ ନକଲି ମୋବିଲ କାରଖାନା ଠାବ କରିଛି । ପ୍ରାୟ ଏକ ବର୍ଷ ହେବ ଏହି କାରଖାନା ଚାଲିଥିଲା ।

ଦକ୍ଷିଣ ମୁଖ୍ୟ କେନାଲ ମରାମତି ଦାବି ନେଇ ବିଶାଳ ଚାଷୀ ସମାବେଶ

ଦକ୍ଷିଣ ମୁଖ୍ୟ କେନାଲ ମରାମତି ଦାବି ନେଇ ବିଶାଳ ଚାଷୀ ସମାବେଶ

ଜୁନାଗଡ,୧୭।୫(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟକେନାଲ ମରାମତୀ ଦାବି ସହ ୫ ଦଫା ଦାବି ନେଇ ଜୁନାଗଡଠାରେ ଆସନ୍ତା ଏକ ବିଶାଳ ଚାଷୀ ସମାବେଶ ସ୍ଥାନୀୟ ବ୍ଲକ ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।

ବଲାଙ୍ଗୀରରେ ମାଓବାଦୀ ଅପରେସନ୍‌ ନେଇ ଡିଜିଙ୍କ ସମୀକ୍ଷା: ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ବାନ

ବଲାଙ୍ଗୀରରେ ମାଓବାଦୀ ଅପରେସନ୍‌ ନେଇ ଡିଜିଙ୍କ ସମୀକ୍ଷା: ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ବାନ

ବଲାଙ୍ଗୀର ଅଫିସ,୧୭।୫: ଓଡିଶା ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ବଲାଙ୍ଗୀର ଗସ୍ତରେ ଆସି ଗତ ୧୨ ତାରିଖ ରାତିରେ ଜିଲାରେ ସଂଘଠିତ ହୋଇଥିବା ମାଓବାଦୀ ଅପରେସନ୍‌ର ସମୀକ୍ଷା କରିଥିଲେ ।

କଲମପୁରରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ

କଲମପୁରରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ

କଲମପୁର,୧୭।୫(ଡି.ଏନ୍‌.ଏ.) : ସମାଜରେ ଲୋକମାନଙ୍କ ମଧ୍ୟରେ ଖୁସି ଓ ଶାନ୍ତିର ବାର୍ତ୍ତା ବିତରଣ କରିବା ପାଇଁ ଶିକ୍ଷାବିତ, ସାମାଜିକକର୍ମୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୨୦୧୩ ମେ ୧୭ ତାରିଖ ଆର୍ଟ ଅଫ ଗିଭିଂ ପ୍ରତିଷ୍ଠା କରା ଯାଇଥିଲା ।

ପାଇଖାନା ଟାଙ୍କିରେ ପଶି ୨ଯୁବକ ମୃତ, ଜଣେ ଗୁରୁତର

ପାଇଖାନା ଟାଙ୍କିରେ ପଶି ୨ଯୁବକ ମୃତ, ଜଣେ ଗୁରୁତର

ନୂଆପଡା ଅଫିସ,୧୭।୫- ବରଗଡ଼ ଜିଲା ମାଣ୍ଡୋସିଲ ଗଁ।ରେ ଗୁରୁବାର ଏକ ନିର୍ମାଣାଧିନ ପାଇଖାନା ଟାଙ୍କି ଭିତରକୁ ପଶି ଅଣନିଃଶ୍ୱାସୀ ହୋଇ ୨ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି ।

ଜନଗହଳି ରାସ୍ତାରେ ହଠାତ୍‌ ଖସିପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ ଟ୍ରାକ୍ଟର ଡ୍ରାଇଭର

ଜନଗହଳି ରାସ୍ତାରେ ହଠାତ୍‌ ଖସିପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ ଟ୍ରାକ୍ଟର ଡ୍ରାଇଭର

ଦେବଗଡ଼,୧୭।୫(ସ୍ବ.ପ୍ର.): ଦେବଗଡ଼ ସହରର ପାର୍କ ରାସ୍ତାରୁ ଟ୍ୟାକ୍ସି ଷ୍ଟାଣ୍ଡକୁ ଯିବା ରାସ୍ତାରେ ଗୁରୁବାର ଏକ ବିଦ୍ୟୁତ୍‌ ଖୁଣ୍ଟ ହଠାତ୍‌ ଭାଙ୍ଗି ପଡିଥିଲା। ଠିକ୍‌ ସେହି ସମୟରେ ଉକ୍ତ ରାସ୍ତା ଦେଇ ଏକ ଟ୍ରାକ୍ଟର ଯାଉଥିଲେ ହେଁ ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପାଟଣାଗଡ଼ରୁ ଭାଜପାର ମହିଳା ସୁରକ୍ଷା ଯାତ୍ରା ଆରମ୍ଭ

ପାଟଣାଗଡ଼ରୁ ଭାଜପାର ମହିଳା ସୁରକ୍ଷା ଯାତ୍ରା ଆରମ୍ଭ

ପାଟଣାଗଡ଼,୧୭।୫(ଡି.ଏନ.ଏ.) : ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଗୁରୁବାର ସକାଳ ୧୦ଟା ସମୟରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ସୁରକ୍ଷା ଯାତ୍ରାର ଶୁଭାରମ୍ଭ ହୋଇଛି।

କଂଗ୍ରେସ, ଖବରଦାତା ସଂଘକୁ ଅମଲା ସଂଘର ଦାବିପତ୍ର

ନୂଆପଡା ଅଫିସ,୧୭ ।୫:ଭିନ୍ନ ଭିନ୍ନ ୪ଦଫା ଦାବି ନେଇ ଜିଲା ରାଜସ୍ବ ଅମଲା ସଂଘ ପକ୍ଷରୁ ଗତ ୧ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାବେଳେ ଏହାକୁ ବିଭିନ୍ନ ସଂଗଠନ, ସଂଘ ଏବଂ ରାଜନୈତିକ ଦଳର ସମର୍ଥନର ସୂଅ ଛୁଟୁଛି।

କିରାଣୀଙ୍କ ଆନ୍ଦୋଳନ ୧୭ ଦିନରେ: ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

କିରାଣୀଙ୍କ ଆନ୍ଦୋଳନ ୧୭ ଦିନରେ: ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

ଲାଞ୍ଜିଗଡ଼,୧୭ା୫(ଡି.ଏନ୍‌.ଏ.)- ୪ ଦଫା ଦାବି ନେଇ ରାଜ୍ୟ ଅମଲା ସଂଘର ଡାକରାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜ୍ୟ ତଥା ଜିଲା ଓ ବ୍ଲକର ବିଭିନ୍ନ ଅମଲା ସଂଘ।

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୭।୫(ବ୍ୟୁରୋ): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ଭୋଇପାଲି ଗ୍ରାମ ବନ୍ଧ ନିକଟରେ ଥିବା ମହୁଲ ଗଛରୁ ଗୁରୁବାର ଏକ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

୮ ବଛର୍‌ରେ ଝନ୍‌କର ମୁର୍‌ତୁ, ୨୮୬ ଆକ୍‌ରଁ।ତ୍‌

୮ ବଛର୍‌ରେ ଝନ୍‌କର ମୁର୍‌ତୁ, ୨୮୬ ଆକ୍‌ରଁ।ତ୍‌

ଝାରସୁଗୁଡା ଅଫିସ,୧୭।୫: ଝାର୍‌ସୁଗୁଡା ଜିଲାରେ ଡେଙ୍ଗୁର ଥିତି ଠିକ୍‌ ଅଛେ, ଚିନ୍‌ତା କର୍‌ବାର କରନ୍‌ ନାଇଁ। ମ୍ୟାଲେରିଆ ହିସାବେ ଡେଙ୍ଗୁ ରୁଗୀ ସଂଖ୍ୟା କମ୍‌। ହେଲେ ବି ଆମ୍‌କୁ ସବୁବେଲେ ସଚେତନ୍‌ ରହେବାର ସଂଗେ ପରିସ୍‌ଥିତିର ମୁକାବିଲା ଲାଗି ସଜାଗ୍‌ ରହେବାର କଥା ବଲି ଜାତୀୟ ଡେଙ୍ଗୁ ଦିବସରେ ଆୟୋଜିତ୍‌ ସଭାରେ କୁନୁଅଁ।ମାନେ କହିଥିଲେ।

ଅସରାଏ ବର୍ଷାରେ ଗଞ୍ଜୁ ମାର୍କେଟ ଅବସ୍ଥା ବେହାଲ

ଅସରାଏ ବର୍ଷାରେ ଗଞ୍ଜୁ ମାର୍କେଟ ଅବସ୍ଥା ବେହାଲ

ରାଉରକେଲା ଅଫିସ,୧୭।୫: ଅସରାଏ ବର୍ଷାରେ ଫର୍ଟିଲାଇଜର ଟାଉନଶିପ ଅନ୍ତର୍ଗତ ଗଞ୍ଜୁ ମାର୍କେଟ ଅବସ୍ଥା ବେହାଲ ହୋଇପଡ଼ୁଛି। ରାସ୍ତା ଉପରେ ଆଣ୍ଠୁଏ ପାଣି ଲହଡ଼ି ମାରୁଛି। ନିଷ୍କାସନ ବାଟ ନାହିଁ।

୪ ଚୋରା କୋଇଲା ବୋଝେଇ ଟ୍ରକ ଜବତ

୪ ଚୋରା କୋଇଲା ବୋଝେଇ ଟ୍ରକ ଜବତ

ରାଉରକେଲା ଅଫିସ,୧୭।୫: ବ୍ରାହ୍ମରୀତରଙ୍ଗ ଥାନା ପୋଲିସ ବୁଧବାର ୪ଟି ଚୋରା କୋଇଲା ଟ୍ରକ ଜବତ କରିଛି। ଏହି ଚୋରା କୋଇଲା ରାକେଟର ଚେର ତାରଳଚେରରୁ ରାଉରକେଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି।

ପଟ୍ଟା ପାଇବେ ସିଭିଲ ଟାଉନ୍‌ଶିପ, କୋଏଲ ନଗର ବାସିନ୍ଦା

ପଟ୍ଟା ପାଇବେ ସିଭିଲ ଟାଉନ୍‌ଶିପ, କୋଏଲ ନଗର ବାସିନ୍ଦା

ରାଉରକେଲା ଅଫିସ,୧୭।୫: ସିଭିଲ ଟାଉନ୍‌ଶିପ ଓ କୋଏଲ ନଗର ଅଞ୍ଚଳରେ ରହୁଥିବା ଲୋକମାନେ ଦୀର୍ଘ ୩୦ ବର୍ଷ ହେବ ଲିଜ୍‌ ସୂତ୍ରରେ ଘର ନେଇଛନ୍ତି। ହେଲେ ସେମାନଙ୍କୁ ପଟ୍ଟା ମିଳିନାହିଁ।

ଉଚ୍ଛେଦକୁ ୧୧ ବର୍ଷ ବିତିଲା:ଥଇଥାନ ହେଲେନି ୨୬୫ ବ୍ୟବସାୟୀ

ଉଚ୍ଛେଦକୁ ୧୧ ବର୍ଷ ବିତିଲା:ଥଇଥାନ ହେଲେନି ୨୬୫ ବ୍ୟବସାୟୀ

ରାଉରକେଲା ଅଫିସ/ବେଦବ୍ୟାସ, (ଡି.ଏନ୍‌.ଏ.)୧୭।୫: କାହା ଦାନା ଉଜୁଡ଼ିବନି। ଉଚ୍ଛେଦର ୬ ମାସ ମଧ୍ୟରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ୧୧ବର୍ଷ ପରେ ବି ଆମ ଗୁହାରି କେହି ଶୁଣିଲେନି।