ସମ୍ବଲପୁର

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ଗାନ୍ଧୀ ଜୟନ୍ତୀ ଅବସରରେ ଗଁ। ରାସ୍ତା ସଫେଇ କଲେ

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ଗାନ୍ଧୀ ଜୟନ୍ତୀ ଅବସରରେ ଗଁ। ରାସ୍ତା ସଫେଇ କଲେ

ରିଷିଡା, ୨।୧୦ (ଡି.ଏନ.ଏ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିକଟସ୍ଥ ତେରେସିଂହା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ମାନେ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ଗ୍ରାମର ରାସ୍ତା ସଫେଇ କରିଛନ୍ତି । ଗାନ୍ଧି ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟରେ ସ୍ବୟଂ ସହାୟିକ ଗୋଷ୍ଠୀର ସଦସ୍ୟା ମାନେ ସଫେଇ ରେ ଅଂଶ ଗ୍ରହଣ କରିଛନ୍ତି । ସ୍ବଛ ଗ୍ରାମ ଅଭିଯାନ ତରଫରୁ ବିଭିନ୍ନ ଗ୍ରାମରେ ସଫେଇ ଅଭିଯାନ ଚାଲିଛି ।

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ରିଷିଡା, ୨।୧୦ (ଡି.ଏନ.ଏ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଗାନ୍ଧୀ ଜୟନ୍ତୀ  ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିବାବେଳେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେହିପରି ଏହି ବ୍ଲକର ଘୁଂଟୁପଡା ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।

ଥାନାରେ ଭଙ୍ଗାରୁଜା, ପୋଲିସକୁ ଗାଲିଗୁଳଜ ମାମଲାରେ ୨୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷଙ୍କୁ ଘରୁ ଉଠାଇଲା ପୋଲିସ

ଥାନାରେ ଭଙ୍ଗାରୁଜା, ପୋଲିସକୁ ଗାଲିଗୁଳଜ ମାମଲାରେ ୨୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷଙ୍କୁ ଘରୁ ଉଠାଇଲା ପୋଲିସ

ପଦ୍ମପୁର, ୨।୧୦ (ଡି.ଏନ.ଏ)-ବରଗଡ଼ ଜିଲା ପଦ୍ମପୁରରେ ମଙ୍ଗଳବାର ପୋଲିସ ଚଢାଉ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଛାତ୍ର ନିଖୋଜ ଘଟଣା ନେଇ ଥାନାରେ ଭଙ୍ଗାରୁଜା, ପୋଲିସକୁ ଗାଲିଗୁଳଜ ମାମଲାରେ ୨୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷଙ୍କୁ ଘରୁ ଉଠାଇ ନେଇଛି ପୋଲିସ। ଅନ୍ୟ କେତେକ ଭୟରେ ଫେରାର୍‌ ହୋଇଯାଇଛନ୍ତି। ଗତ ୨୭ ତାରିଖ ପଦ୍ମପୁର ଥାନା ମୁରହାପାଲି ଗ୍ରାମର କିର୍ଲି ବାଗଙ୍କ ପୁତ୍ର ବାଳକୃଷ୍ଣ (୧୪) ନିଖୋଜ ହେବା ଘଟଣାରେ ଶନିବାର ଉକ୍ତ ଗ୍ରାମର ଶତାଧିକ 

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ସର୍ବଧର୍ମ ପ୍ରାର୍ଥନା ସଭା

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ସର୍ବଧର୍ମ ପ୍ରାର୍ଥନା ସଭା

ବରଗଡ଼ ଅଫିସ୍‌,୨।୧୦-
ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଏସପି ମୁକେଶ କୁମାର ଭାମୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଅତିଥିଭାବେ ଯୋଗଦେଇ ଗାନ୍ଧିଛକସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ଦୀପ ପ୍ରଜ୍ୱଳନ କରିଥିଲେ। ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ହିନ୍ଦୁଧର୍ମର ଗୁରୁ ପଣ୍ଡିତ ଦେବରାଜ ଦାଶ, ଶିଖ ଧର୍ମ ସମ୍ପ୍ରଦାୟର ଗୁରୁ ଜ୍ଞାନୀ ଗୁରୁମୁଖ ସିଂ, ଖ୍ରୀଷ୍ଟିୟାନ 

ସ୍ବଚ୍ଛ ଭାରତ ଅଭିଯାନ, ମୁଖ୍ୟ ଡାକ୍ତରଖାନାରେ ଝାଡ଼ୁ ମାରିଲେ ଜିଲାପାଳ

ସ୍ବଚ୍ଛ ଭାରତ ଅଭିଯାନ, ମୁଖ୍ୟ ଡାକ୍ତରଖାନାରେ ଝାଡ଼ୁ ମାରିଲେ ଜିଲାପାଳ

ବରଗଡ଼ ଅଫିସ୍‌,୨।୧୦-
ବରଗଡ଼ ଜିଲା ରେଡ଼କ୍ରସ ପକ୍ଷରୁ ମଙ୍ଗଳବାର ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଝାଡ଼ୁ ମାରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ସହିତ ଜିଲାପାଳ ଉପସ୍ଥିତ ଅନ୍ୟ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ସ୍ବଚ୍ଛତା ଉପରେ ଶପଥପାଠ କରାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀଛାତ୍ର ମଧ୍ୟ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ 

ସେକ୍ଟର-୨ ଦୁର୍ଗା ପୂଜା: ଏଥରର ଆକର୍ଷଣ ସ୍ବାମୀ ନାରାୟଣ ଅକ୍ଷରଧାମ ତୋରଣ

ସେକ୍ଟର-୨ ଦୁର୍ଗା ପୂଜା: ଏଥରର ଆକର୍ଷଣ ସ୍ବାମୀ ନାରାୟଣ ଅକ୍ଷରଧାମ ତୋରଣ

ରାଉରକେଲା ଅଫିସ,୨।୧୦-ଦୀର୍ଘ ୬୧ବର୍ଷରେ ପଦାର୍ପଣ କରିଥିବା ସେକ୍ଟର-୨ ଜୟଦେବ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ଶୋଭା ପାଇବ ନୂଆଦିଲ୍ଲୀର ସ୍ବାମୀ ନାରାୟଣ ଅକ୍ଷରଧାମ ତୋରଣ । ଏହାର ଉଚ୍ଚତା ୯୦ଫୁଟ ଥିବା ବେଳେ ଚଉଡା ରହିବ ୧୪୦ଫୁଟ। ଏଥିପାଇଁ ମୋଟ ୪ ଟ୍ରକ ବାଉଁଶ ବ୍ୟବହାର କରାଯିବ । ଏନେଇ କୋଲକତାରୁ ଆସିଥିବା ୩୦ କାରିଗର ଦିନରାତି କାମରେ ଲାଗିଛନ୍ତି। ରଙ୍ଗିନ ଆଲୋକମାଳାରେ ପୂଜା ମଣ୍ଡପ ଝଲସିବ। ସେକ୍ଟର ୨ ବସଷ୍ଟାଣ୍ଡ ପାଖ ରିଂ ରୋଡ 

ଛାତ୍ରସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଚଳଚଞ୍ଚଳ

ଛାତ୍ରସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଚଳଚଞ୍ଚଳ

ରାଉରକେଲା ଅଫିସ,୨।୧୦-ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୩ରେ ନାମାଙ୍କନପତ୍ର ଦାଖଲ ସହ ଯାଞ୍ଚ ଓ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିଭଳି ୧୦ତାରିଖରେ ମୁଁ କାହିଁକି ପ୍ରାର୍ଥୀ ହେଲି ସଭା ମାଧ୍ୟମରେ ଆଶାୟୀ ପ୍ରାର୍ଥୀ ନିଜ ପକ୍ଷ ରଖିବେ। ଆସନ୍ତା ୧୧ତାରିଖ ସକାଳ ୮ରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସେଦିନ ଭୋଟ ଗଣତି ସହ ଫଳାଫଳ ଘୋଷଣା 

ବୃଦ୍ଧାଙ୍କୁ ହତ୍ୟା ଉଦ୍ୟମ: ପରିବାରର ୪ ଗିରଫ

ବୃଦ୍ଧାଙ୍କୁ ହତ୍ୟା ଉଦ୍ୟମ: ପରିବାରର ୪ ଗିରଫ

ବଡ଼ଗାଁ, ୨।୧୦ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମର ଦୁଃଖି ବାରିକ (୬୩)ଙ୍କୁ ତାଙ୍କ ପଡୋଶୀ ରାମ ବାରିକ (୪୨), ତାଙ୍କ ସ୍ତ୍ରୀ ତୁଳସୀ (୩୮), ପୁଅ ଭରତ (୨୧) ଓ ନାବାଳିକା ଝିଅ ରବିବାର ସକାଳ ୭ଟାରେ ମାଡ ମାରିବା ସହିତ ଫାର୍ସାରେ ହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ପୋଲିସ ପରିବାର ସମସ୍ତ ୪ ସଦସ୍ୟଙ୍କୁ ଗିରଫ କରି ସୋମବାର ଦଫା ୪୫୦, ୩୦୭, ୩୪୧, ୪୨୬, ୩୪ ଆଇପିସିରେ କୋର୍ଟ ଚାଲାଣ କରିଛି। ନାବାଳିକାଙ୍କୁ ବ୍ରହ୍ମପୁର ଜୁଭେନାଲ ଗୃହକୁ ପଠାଇଛି।

ଡୁମ୍ବେରବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଡୁମ୍ବେରବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ସବ୍‌ଡେଗା, ୨।୧୦ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ସବଡେଗା ବ୍ଲକ ଡୁମ୍ବେରବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି ଓ ମଧ୍ୟାହ୍ନ ଭୋଜନ ସଚେତନତା ମେଳା କାର୍ଯ୍ୟକ୍ରମ ସ୍ଥାନୀୟ ହମିରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡୁମ୍ବେରବାହାଲ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରାଥମିକ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରୁ ମୋଟ ୮୪ ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ କନିଷ୍ଠ ଏବଂ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ 

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ଦିବ୍ୟାଙ୍ଗଙ୍କୁ ହ୍ବିଲ ଚେୟାର, ସାଇକେଲ ବଣ୍ଟନ

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ଦିବ୍ୟାଙ୍ଗଙ୍କୁ ହ୍ବିଲ ଚେୟାର, ସାଇକେଲ ବଣ୍ଟନ

ବଡ଼ଗାଁ, ୨।୧୦ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ଦିବ୍ୟାଙ୍ଗଙ୍କୁ ହ୍ବିଲ ଚେୟାର, ଟ୍ରାଇ ସାଇକେଲ ଏବଂ ଚେକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ସୁରେନ୍ଦ୍ର କୁମାର ମୀନା, ଏସ୍‌ପି ସୌମ୍ୟା ମିଶ୍ର, ସିଡିଏମଓ ଦିଲୀପ କୁମାର 

ବାଇକ୍‌ ଧକ୍କାରେ ୨ ମହିଳା ମୃତ

ବାଇକ୍‌ ଧକ୍କାରେ ୨ ମହିଳା ମୃତ

ସବ୍‌ଡେଗା, ୨।୧୦ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ତଲସରା ଥାନା ଅନ୍ତର୍ଗତ ୨୪ ନଂ. ରାଜ୍ୟ ରାଜପଥ ତୁମୁଲିଆ ଚଟେଣପଡା କଟାଣିଠାରେ ସୋମବାର ବାଇକ୍‌ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। 

କୋଶଳ ସମାଜ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ଧାରଣା

କୋଶଳ ସମାଜ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ଧାରଣା

ସୁନ୍ଦରଗଡ, ୨।୧୦ (ଡି.ଏନ୍‌.ଏ) - ବୃଦ୍ଧା, ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନଙ୍କ ଭତ୍ତା ୩୦୦ଟଙ୍କାରୁ ୧୫୦୦କୁ ବୃଦ୍ଧି,  ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବିକ୍ରୀ ଓ ପ୍ରଚଳନ ବନ୍ଦ ଦାବିରେ କୋଶଳ ସମାଜ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା। 

ବିଶ୍ୱ ବରିଷ୍ଠ ନାଗରିକ ଦିବସ: ଗୋଲାପଫୁଲ ଦେଇ ସୁଖଶାନ୍ତି କାମନା

ବିଶ୍ୱ ବରିଷ୍ଠ ନାଗରିକ ଦିବସ: ଗୋଲାପଫୁଲ ଦେଇ ସୁଖଶାନ୍ତି କାମନା

ସୁନ୍ଦରଗଡ଼,୨।୧୦ (ଡି.ଏନ୍‌.ଏ) -ସୋମବାର ଥିଲା ବିଶ୍ୱବରିଷ୍ଠ ନାଗରିକଦିବସ । ସୁନ୍ଦରଗଡ ବରିଷ୍ଠ ନାଗରିକ ସମିତି ପକ୍ଷରୁ ଏହି ଦିବସ ପାଳନ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ବରିଷ୍ଠ ନାଗରିକମାନଙ୍କୁ ଗୋଲାପ ଫୁଲ ଦେଇ ସେମାନଙ୍କର ସୁଖ, ଶାନ୍ତି କାମନା କରାଯାଇଛି।

ବର୍ଷା ଅଭାବରୁ ଚିନ୍ତାରେ ଚାଷୀ: କାମ କରୁନି ଉଠାଜଳସେଚନ ପ୍ରକଳ୍ପ

ବର୍ଷା ଅଭାବରୁ ଚିନ୍ତାରେ ଚାଷୀ: କାମ କରୁନି ଉଠାଜଳସେଚନ ପ୍ରକଳ୍ପ

ଝାରସୁଗୁଡ଼ା ଅଫିସ,୨।୧୦- ଜଳ ସେଚନ ସୁବିଧା ପାଇଁ ରାଜ୍ୟ ସରକାର ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରିଛନ୍ତି। ବର୍ଷାଭାବ ଜନିତ ମରୁଡ଼ି ପରିସ୍ଥିତିରୁ ଚାଷୀ ଓ ଚାଷକୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୮ ତାରିଖରେ ପାର୍ବତୀ ଗିରି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଲୋକାର୍ପଣ କରିଥିଲେ। 

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ବଢିଲା ଆନ୍ଦୋଳନ ଅବଧି, ୧୫ ଯାଏଁ ନ୍ୟାୟିକ, ରାଜସ୍ବ ଅଦାଲତ ବନ୍ଦ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ବଢିଲା ଆନ୍ଦୋଳନ ଅବଧି, ୧୫ ଯାଏଁ ନ୍ୟାୟିକ, ରାଜସ୍ବ ଅଦାଲତ ବନ୍ଦ

ଝାରସୁଗୁଡ଼ା ଅଫିସ,୨।୧୦- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ଝାରସୁଗୁଡ଼ା ବାର ଆସୋସିଏଶନ୍‌ ତରଫରୁ ଚାଲିଥିବା ଆନ୍ଦୋଳନର ଅବଧି ବୃଦ୍ଧି ହୋଇଛି। ଏହି ଆନ୍ଦୋଳନ ପୁନଶ୍ଚ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। 

ଦିନ ଦ୍ୱିପ୍ରହରେ ସଶସ୍ତ୍ର ଡକାୟତି: ୩ ଲକ୍ଷ ଟଙ୍କାର ସୁନା,ରୁପା ଗହଣା ଲୁଟ୍‌

ଦିନ ଦ୍ୱିପ୍ରହରେ ସଶସ୍ତ୍ର ଡକାୟତି: ୩ ଲକ୍ଷ ଟଙ୍କାର ସୁନା,ରୁପା ଗହଣା ଲୁଟ୍‌

ଝାରସୁଗୁଡ଼ା ଅଫିସ,୨।୧୦- ପୁଣି ଥରେ ସହରରେ ଘଟିଛି ଡକାୟତି। ପୂର୍ବଥର ଝାରସୁଗୁଡ଼ା ଜିଲା କିର୍ମିରା ବ୍ଲକର ଜଣେ ବ୍ୟବସାୟୀଙ୍କ ଘରେ ପଶି ସଶସ୍ତ୍ର ଡକାୟତି ହୋଇଥିଲା ା ଏଥର ଝାରସୁଗୁଡ଼ା ସହରର ଆଉ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି କରିଛନ୍ତି ଦୁର୍ବୃତ୍ତ। 

ବରିଷ୍ଠ ନାଗରିକ ଦିବସ ପାଳିତ

ବରିଷ୍ଠ ନାଗରିକ ଦିବସ ପାଳିତ

ସୋନପୁର,୧।୧୦(ନି.ପ୍ର.): ବିଶ୍ୱ ବରିଷ୍ଠ ନାଗରିକ ଦିବସ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା। ଦି ହାଉସ ଅଫ ଏଲଡର୍ସର ସମ୍ପାଦକ ଗୌରୀଶ୍ୟାମ ପଣ୍ଡା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ସୁବର୍ଣ୍ଣପୁରରେ ମିଳିତ ଅଭିଯୋଗ ଶୁଣାଣି

ସୁବର୍ଣ୍ଣପୁରରେ ମିଳିତ ଅଭିଯୋଗ ଶୁଣାଣି

ସୋନପୁର,୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲାପାଳଙ୍କ ପ୍ରକୋଷ୍ଠରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଜିଲାପାଳ ମଧୁସୂଦନ ମିଶ୍ର ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣି ତାର ସମାଧାନ କରିଥିଲେ। 

ଭୋପାଲରେ ନୂଆଁଖାଇ ଭେଟ୍‌ଘାଟ

ଭୋପାଲରେ ନୂଆଁଖାଇ ଭେଟ୍‌ଘାଟ

ସୁନ୍ଦରଗଡ଼, ୧।୧୦(ଡି.ଏନ୍‌.ଏ.) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଶେଷ ହୋଇଛି। ଏବେ ଗଁ।ଠୁ ସହର ସବୁଠି ଭେଟଘାଟ କାର୍ଯ୍ୟକ୍ରମ ଚାଲିଛି। ରାଜ୍ୟ ତଥା ରାଜ୍ୟ ବାହାରେ ଓ ଏପରିକି ବିଦେଶରେ ପଶ୍ଚିମ ଓଡ଼ିଶାର ଭାଇଭଉଣୀମାନେ ବେଶ୍‌ ଜାକଜକମରେ ଭେଟ୍‌ଘାଟ କାର୍ଯ୍ୟକ୍ରମ ଆୟୋଜନ କରି ଭାଇଚାରାରେ ବାନ୍ଧି ହୋଇଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶର ଭୋପାଲଠାରେ ଭେଟଘାଟ କାର୍ଯକ୍ରମ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ସମ୍ବଲପୁରୀ ପରିବାର ସାମାଜିକ ସାଂସ୍କୃତିକ ସମାଜ ଦ୍ୱାରା ରବିବାର ହୋଇଥିଲା ରଙ୍ଗାରଙ୍ଗ  ସମାରୋହ। ଭୋପାଲରେ ବସବାସ କରୁଥିବା ୫ଶହରୁ ଊର୍ଦ୍ଧ ପଶ୍ଚିମ ଓଡ଼ିଶାବାସୀ ଏଥିରେ ଯୋଗଦାନ କରିଥିଲେ।

ଫେଲ୍‌ ମାରିଲା ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ : ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଫେଲ୍‌ ମାରିଲା ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ : ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼ ଅଫିସ୍‌,୧।୧୦-
ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜାମୁଟପାଲିରେ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ଫେଲ୍‌ ମାରିଛି। ଚାଷୀଙ୍କ ଜମିକୁ ପାଣି ପହଞ୍ଚତ୍ ପାରୁନାହିଁ। ଫସଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଏହି ପ୍ରକଳ୍ପକୁ ନେଇ ଚାଷୀମାନେ ମନରେ ଯେଉଁ ଆଶା ବାନ୍ଧିଥିଲେ, ତାହା ଧୂଳିସାତ୍‌ ହୋଇଛି। ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳର ଚାଷୀମାନେ ସୋମବାର ବରଗଡ଼ ଜିଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ସ୍ବଚ୍ଛ ଓଡ଼ିଶା ପକ୍ଷରୁ ସ୍ବଚ୍ଛତା ଅଭିଯାନ

ସ୍ବଚ୍ଛ ଓଡ଼ିଶା ପକ୍ଷରୁ ସ୍ବଚ୍ଛତା ଅଭିଯାନ

ହେମଗିର,୧।୧୦-
ସ୍ବଚ୍ଛ ଓଡ଼ିଶା ପକ୍ଷରୁ ହେମଗିର ବ୍ଲକ୍‌ ଲୁଆବାହାଲଠାରେ ସ୍ବଚ୍ଛତା ହିଁ ସେବା ଅଭିଯାନର ଶୁଭାରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲା ପରିମଳ ମିଶନ ପକ୍ଷରୁ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଶେଷ ହେବ।

ରାଜ୍ୟସ୍ତରୀୟ ବିଜ୍ଞାନ ମେଳା : ବଡ଼ଗଁ।ର ରୂମ୍‌କି ପଣ୍ଡା ଦ୍ୱିତୀୟ

ରାଜ୍ୟସ୍ତରୀୟ ବିଜ୍ଞାନ ମେଳା : ବଡ଼ଗଁ।ର ରୂମ୍‌କି ପଣ୍ଡା ଦ୍ୱିତୀୟ

ବଡ଼ଗଁ।,୧।୧୦ (ଡି.ଏନ.ଏ.) 
ସୁନ୍ଦରଗଡ଼ ଜିଲା ବଡ଼ଗଁ। ସରକାରୀ ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ରୂମ୍‌କି ପଣ୍ଡା ଗତ ସପ୍ତାହ ଭୁବନେଶ୍ୱରରେ ଆୟୋଜିତ ସ୍କୁଲସ୍ତରୀୟ ବିଜ୍ଞାନ ମେଳାରେ ରାଜ୍ୟରେ ଦ୍ୱିତୀୟ ହୋଇଛନ୍ତି। ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଗାଇଡ଼୍‌ରେ ସେ ଶିଳ୍ପ ବିପ୍ଲବ ପାଇଁ ଆମେ ପ୍ରସ୍ତୁତ କି ଶୀର୍ଷକ ବିଷୟବସ୍ତୁ ଉପରେ ପ୍ରକଳ୍ପ ଓ ସେମିନାରରେ ତଥ୍ୟ ଉପସ୍ଥାପନ କରିଥିଲେ।

ଚାଷୀଙ୍କୁ ସର୍ବସ୍ବାନ୍ତ କଲାଣି ରୋଗପୋକ

ଚାଷୀଙ୍କୁ ସର୍ବସ୍ବାନ୍ତ କଲାଣି ରୋଗପୋକ

କୋଲାବିରା,୧।୧୦ (ଡି.ଏନ.ଏ.) 
ଅନିୟମିତ ଏବଂ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଝାରସୁଗୁଡ଼ା ଜିଲଶ କୋଲାବିରା ଅଞ୍ଚଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଚକଡା ପୋକ ଚାଷୀଙ୍କୁ ନାକେଦମ କରିଛି। ଶହଶହ ଏକର ଫସଲରେ ଏହି କୀଟ ମାଡ଼ିଯାଇଛି। ଧାନଫସଲ ନଷ୍ଟ ହେବାକୁ ବସିଲେଣି। ଏଭଳି ଦୟନୀୟ ପରିସ୍ଥିତିରେ କୃଷି ବିଭାଗ ହାତବାନ୍ଧି ବସି ରହିଥିବାରୁ ଅସନ୍ତୋଷ ଦିନକୁ ଦିନ ତେଜିବାରେ ଲାଗିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ ଉପଯୁକ୍ତ ସହାୟତା ମଧ୍ୟ ମିଳିପାରିନାହିଁ। ଅନିୟମିତ ବୃଷ୍ଟିପାତ ଯୋଗୁ ପାଗ ବଦଳିଯାଇଛି। ମାଟିଆ ଗୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ ଦେଖାଦେଇଛି।

ପହଞ୍ଚୁନି କେନାଲ ପାଣି, ମରୁଛି ଧାନ ଫସଲ

ପହଞ୍ଚୁନି କେନାଲ ପାଣି, ମରୁଛି ଧାନ ଫସଲ

ବରଗଡ଼ ଅଫିସ୍‌,୧।୧୦-
ଧାନ ଅମଳ ସମୟ ପାଖେଇ ଆସିଲାଣି। ମାତ୍ର ପାଣି ଅଭାବରୁ ଗର୍ଭଣୀ ଅବସ୍ଥାରେ ରହିଥିବା ଧାନ ଫସଲ ଉଜୁଡ଼ିବାରେ ଲାଗିଛି। ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ କୁତପାଲି ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଛି। ଜମିକୁ କେନାଲ ପାଣି ପହଞ୍ଚତ୍ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।