ସମ୍ବଲପୁର

ବିଜୁ ଯୁବ ବାହିନୀ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ବିଜୁ ଯୁବ ବାହିନୀ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଜମନକିରା,୨୦। ୮(ଡି.ଏନ୍‌.ଏ.) 
ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ମାଲ ପଞ୍ଚାୟତ ବଞ୍ଜାରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିସରକୁ ବିଜୁ ଯୁବ ବାହିନୀ ପକ୍ଷରୁ ସଫେଇ କରାଯାଇଛି। ଏଥିରେ ବଡ଼ମାଲ ସରପଞ୍ଚ କୁନିମା ନାଏକ ଯୋଗ ଦେଇଥିଲେ। 

ବସ୍‌ରୁ ଓହ୍ଲାଇବାବେଳେ ଦୁର୍ଘଟଣା,  ବୃଦ୍ଧ ମୃତ

ବସ୍‌ରୁ ଓହ୍ଲାଇବାବେଳେ ଦୁର୍ଘଟଣା, ବୃଦ୍ଧ ମୃତ

ବରଗଡ଼ ଅଫିସ୍‌,୨୦।୮-
୬ ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ଅତାବିରା ଥାନା ସୁକୁଟାପାଲି ଛକଠାରେ ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରୁ ଓହ୍ଲାଉଥିବା ସମୟରେ ଜଣେ ବୃଦ୍ଧଙ୍କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଛି। ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ଜୀବନ ଯାଇଛି।

ଗଇଲୋ ଘାଟିରେ ଦୁର୍ଘଟଣା : ଓଲଟିଲା ୪୦୭ ଗାଡି, ଶିଶୁ ସମେତ ୧୨ ଆହତ

ଗଇଲୋ ଘାଟିରେ ଦୁର୍ଘଟଣା : ଓଲଟିଲା ୪୦୭ ଗାଡି, ଶିଶୁ ସମେତ ୧୨ ଆହତ

ଦେବଗଡ଼,୨୦।୮(ସ୍ବ.ପ୍ର.) 
ଶ୍ରାବଣ ମାସ ଶେଷ ସୋମବାର ଶୁଭ ସକାଳରେ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଗଇଲୋ ଘାଟି ରାସ୍ତାରେ ଘଟିଛି ଅଶୁଭ ଘଟଣା। ଏକ ୪୦୭ ଗାଡ଼ି (ନଂ.ଓଡି-୨୮-ଇ-୨୨୫୪) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ଜଣେ ଶିଶୁଙ୍କ ସମେତ ୧୨ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ତୁଳା ରାଉତ(୪୫), ଗୌରୀ ରାଉତ(୧୪), ପଦ୍ମିନୀ ଅଢା (୨୨),  ୪ ବର୍ଷର ଶିଶୁ ଲଭଲୀ ଅଢା, ଈଶ୍ୱରୀ ଦେହୁରୀ(୧୫), ବବିତା ମିଞ୍ଜ୍‌ ‌(୧୮), ନାଗେଶ୍ୱରୀ ଅଢା(୧୭), ରୀତା ଦେହୁରୀ(୧୪), ପ୍ରମିଳା ପ୍ରଧାନ(୬୦), ତରସିୟସ ବାଡା(୧୯), କାର୍ମିଲା ବାଡା(୧୫), ସୁନିତା କାଲୋ(୧୭)। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆହତ ଶିଶୁ ଲଭଲୀ, ତାଙ୍କ ମା ପଦ୍ମିନୀ, ନାଗେଶ୍ୱରୀ ଅଢା ଏବଂ ଈଶ୍ୱରୀ ଅଢାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ବରଗଡ଼ ଅଫିସ୍‌,୨୦।୮-
ବରଗଡ଼ ଜିଲାରେ ରବିବାର ହୋଇଥିବା ବଜ୍ରପାତ ୩ଜଣଙ୍କ ଜୀବନ ନେଇଛି । କ୍ଷେତରେ ଧାନପହ୍ଲା ରୋଉଥିବାବେଳେ ଅତାବିରା ବ୍ଲକ ଅନ୍ତର୍ଗତ ନିଲେଇପାଲି ଗ୍ରାମର ମହିଳା ଶ୍ରମିକ ମିନି ମିର୍ଦ୍ଧା ଓ ସୁବଳୟା ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଭଟଲି ବ୍ଲକ ଅନ୍ତର୍ଗତ ଚଢ଼େଇଗାଁ ଗ୍ରାମର ରାଜେଶ୍ୱର ପୋଢ଼ ଟିଭି ମରାମତି କରୁଥିବାବେଳେ ବଜ୍ରପାତ ହେବା ଯୋଗୁ ପ୍ରାଣ ହରାଇଛନ୍ତି।

ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ, ୧୦୮ ଆଳତୀ

ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ, ୧୦୮ ଆଳତୀ

ସରଣ୍ଡା,୨୦।୮(ଡି.ଏନ.ଏ.)
ଶ୍ରାବଣ ମାସ ଶେଷ ସୋମବାରରେ ଉତ୍ସବମୁଖର ହୋଇଛି ଶୈବପୀଠ। ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ବରଗଡ଼ ଜିଲାର ଅଷ୍ଟଶମ୍ଭୁ, ଅତାବିରା ବ୍ଳକ ସରଣ୍ଡାସ୍ଥିତ ଶ୍ରୀଶ୍ରୀ ବିଶ୍ୱେଶ୍ୱର ବାବା, ସୋର୍ଣ୍ଣାସ୍ଥିତ ସ୍ବପ୍ନେଶ୍ୱର ବାବା, ଭଟଲି ବ୍ଲକର ନୀଳକଣ୍ଠେଶ୍ୱର, ବରଗଡ଼ ବ୍ଲକ୍‌ ଗାଈସିମାର ବରାଡ଼ବାଳୁଙ୍କେଶ୍ୱର, ଦେଓଗଁାର ବାବା ବୈଦ୍ୟନାଥ ଓ ଅମ୍ବାଭୋନାର କେଦାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଛି। ଶେଷ ସୋମବାରରେ ଜଳାଭିଷେକର ପୂଣ୍ୟ ଲାଭ କରିବା ପାଇଁ ରବିବାର ରାତିରୁ ବୋଲବମ୍‌ ଭକ୍ତମାନେ କାନ୍ଧରେ ଅଧିବାସ ହୋଇଥିବା ଜଳପୂର୍ଣ୍ଣ କଳସୀ ଧରି ପଦଯାତ୍ରାରେ ପୀଠମାନଙ୍କରେ ପହଞ୍ଚତ୍ଥିଲେ। ପ୍ରତ୍ୟୁଷରୁ ଲମ୍ବା ଲାଇନରେ ଛିଡ଼ା ହୋଇ ଭଗବାନ ଶିବଙ୍କଠାରେ ଜଳ ଚଢ଼ାଇଥିଲେ।

ଭାଷା ସୁରକ୍ଷା ଲାଗି ସାଲିସ ନାଇଁହୁଏ

ଭାଷା ସୁରକ୍ଷା ଲାଗି ସାଲିସ ନାଇଁହୁଏ

ଟିଟିଲାଗଡ଼,୨୦।୮(ଡି.ଏନ୍‌.ଏ.)- କୋଶଲର ଭାଷା ସୁରକ୍ଷା ଲାଗି ଉଦିଅମ୍‌ କରିଆସୁଥିବାର କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ତର୍‌ଫୁ ମା’ର ଭାଷା ଆମର୍‌ ଭାଷା ବାବ୍‌ଦେ ବିଚାର ମଞ୍ଚ କାଯ୍‌କରମ୍‌ ଅନୁଷ୍‌ଠିତ୍‌ ହେଇଯାଇଛେ। ଇଥ୍‌ରେ ଜନାଶୁନା

ଇନ୍‌ଟାକ୍‌ ହେରିଟେଜ୍‌ କୁଇଜ୍‌:  ସାହିଲ, ଓମ୍‌  ପ୍ରକାଶ ରାଜ୍ୟସ୍ତରୀୟକୁ ମନୋନୀତ

ଇନ୍‌ଟାକ୍‌ ହେରିଟେଜ୍‌ କୁଇଜ୍‌: ସାହିଲ, ଓମ୍‌ ପ୍ରକାଶ ରାଜ୍ୟସ୍ତରୀୟକୁ ମନୋନୀତ

ସୋନପୁର,୨୦।୮(ନି.ପ୍ର.) ଐତିହ୍ୟର ସଂରକ୍ଷଣ ପ୍ରତି ସମର୍ପିତ ସର୍ବଭାରତୀୟ ଅନୁଷ୍ଠାନ ଇନ୍‌ଟାକ୍‌ ସୋନପୁର ଶଖା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଐତିହ୍ୟ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

ପକ୍ଷାଘାତରେ ପୀଡ଼ିତ୍‌ ଚୈତନ୍ୟ: ଚିକିସତ୍ାରେ ଟଁକା ବାଧକ୍‌

ପକ୍ଷାଘାତରେ ପୀଡ଼ିତ୍‌ ଚୈତନ୍ୟ: ଚିକିସତ୍ାରେ ଟଁକା ବାଧକ୍‌

ପଲମ,୨୦।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ସଦର ପଁନ୍‌ଚେତ୍‌ ଜଗନ୍ନାଥ ଗୁଡି ପଛ୍‌ଫାଲେ ଗୁଟେ ଝୁପ୍‌ଡି ଘର୍‌ କରି ବହୁତ୍‌ ବଛର୍‌ ହେଲା ରହି ଆସୁଛନ୍‌ ଚୈତନ୍ୟ ପୁଞ୍ଜିକଁର ପରିବାର। ତାକର ପରିବାର କହେଲେ ମାଏଝି କୌଶଲ୍ୟା ଆର୍‌ ୫ ଛୁଆପିଲା।

ଫଟା କୁରିଆରେ ବିତୁଛେ ଜୀବନ୍‌:ମାସିକ୍‌ ୩ଶହ ଟଁକାରେ ଚଲୁଛନ୍‌ ବୁଢ଼ୀବୁଢ଼ା

ଫଟା କୁରିଆରେ ବିତୁଛେ ଜୀବନ୍‌:ମାସିକ୍‌ ୩ଶହ ଟଁକାରେ ଚଲୁଛନ୍‌ ବୁଢ଼ୀବୁଢ଼ା

ଗୁଡଭେଲା,୨୦ା୮(ଡି.ଏନ.ଏ.): ଆଏଜ୍‌କାଲିର ମହଂଗା ଯୁଗେ ମୁନୁଷ୍‌କେ ବଁଚ୍‌ବାର ଲାଗି ହେଲେ କେତେ କାଣା କର୍‌ବାକେ ପଡ଼ୁଛେ। ମୁଡ୍‌ ରଖ୍‌ବାକେ ଘର୍‌, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ପାଏନ୍‌ କେତେ କଥା ଅଛେ। ହେଲେ ଆମର ସମାଜ୍‌ରେ ଏନ୍‌ତା ବି

ଶଯ୍ୟା ଅଭାବ : ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ

ଶଯ୍ୟା ଅଭାବ : ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ

ବଲାଙ୍ଗୀର ଅଫିସ,୨୦।୮ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଭାବେ ଉନ୍ନୀତ ହୋଇଛି। ଏପରି କି କଲେଜରେ ଚଳିତ ବର୍ଷ ନାମଲେଖା ଆରମ୍ଭ ହେବା ପରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମେଡିକାଲ କଲେଜ ଓ ହସ୍ପିଟାଲ ବଲାଙ୍ଗୀର ତଥା ଆଖପାଖ ଜିଲାରେ ନୂଆ ଆଶା ସଞ୍ଚାର କରିଛି। 

ସୁବର୍ଣ୍ଣପୁରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ସୁବର୍ଣ୍ଣପୁରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

 ସୋନପୁର,୧୯।୮(ନି.ପ୍ର.): ମୋମେଣ୍ଟ ଅନ ଲେନ୍‌ସ ସୁବର୍ଣ୍ଣପୁର ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଫଟୋଗ୍ରାଫରମାନଙ୍କ ଦ୍ୱାରା ପ୍ରତିଯୋଗିତା ଓ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। 

ସିନାପାଲିଠାରେ କୋଶଲ୍‌ ରାଏଜ୍‌ ବ୍ଲକ୍‌ ସମିତି ଗଠିତ

ସିନାପାଲିଠାରେ କୋଶଲ୍‌ ରାଏଜ୍‌ ବ୍ଲକ୍‌ ସମିତି ଗଠିତ

ସିନାପାଲ,୧୯।୮(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ପ୍ରେସ୍‌କ୍ଲବ୍‌ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ କୋଶଳ ରାଏଜ୍‌ ବ୍ଲକ୍‌ ସମିତି ସିନାପାଲି ଗଠନ କରାଯାଇଛି । ନିକାଶ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମିତିର ସଦସ୍ୟଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । 

ଗଡରାମୁଣ୍ଡା ଗାଁରେ ଆଇନ ସଚେତନତା ଶିବିର

ଗଡରାମୁଣ୍ଡା ଗାଁରେ ଆଇନ ସଚେତନତା ଶିବିର

ଖଡିଆଳ,୧୯।୮(ଡି.ଏନ.ଏ.)
ନୂଆପଡା ଜିଲା ଖଡିଆଳ ବ୍ଲକ ଗଡରାମୁଣ୍ଡା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତାଲୁକସ୍ତରୀୟ ଆଇନ ସଚେତନତା ସମିତି ପକ୍ଷରୁ ରବିବାର ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଡେଙ୍ଗୁ ଆଶଙ୍କା: ଧର୍ମଗଡ ଏନଏସିରେ ଟେମିଫସ୍‌ ସ୍ପ୍ରେ କାର୍ଯ୍ୟ ଆରମ୍ଭ

ଡେଙ୍ଗୁ ଆଶଙ୍କା: ଧର୍ମଗଡ ଏନଏସିରେ ଟେମିଫସ୍‌ ସ୍ପ୍ରେ କାର୍ଯ୍ୟ ଆରମ୍ଭ

ଧର୍ମଗଡ,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲଡୁଗାଁଠାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡେଙ୍ଗୁ ବତ୍ତମାନ ଲଡୁଗାଁ ସମେତ ଆଖପାଖ ଅଞ୍ଚଳକୁ ବ୍ୟାପୁଥିବା ବେଳେ ଧର୍ମଗଡ ସହରରେ ଏହାର ଆଶଙ୍କା ନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ଏନଏସିର ମିଳିତ ସହଯୋଗରେ ରବିବାରଠାରୁ ଡେଙ୍ଗୁ ମଶା କିଭଳି ଭାବରେ ଏନଏସି ରେ ପଶି ପାରିବ ନାହିଁ ସେ ଉପରେ  ତାର ପ୍ରତିକାର ସ୍ବରୂପ ଟେମିଫସ୍‌ ସ୍ପ୍ରେ ମରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଡ଼କାୟତି ମାମଲାରେ ଫେରାର୍‌ ଅଭିଯୁକ୍ତ ଗିରଫ

ଡ଼କାୟତି ମାମଲାରେ ଫେରାର୍‌ ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ, ୧୯।୮-ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ସୋରଡ଼ା ବଜାରରୁ ଶନିବାର ରାତିରେ ପୋଲିସ  ଡ଼କାୟତି ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାମ କାଜୁ ସିଂ। ତାଙ୍କ ଘର ସୋରଡ଼ା ଅଞ୍ଚଳରେ। ଗତ ୧୫ ଦିନ ତଳେ ଘଟିଥିବା ଏକ ଡ଼କାୟତି ମାମଲାରେ ସେ ସମ୍ପୃକ୍ତ ଥାଇ ଫେରାର୍‌ ହୋଇଯାଇଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। 

ସାହାଯ୍ୟ ପାଇଁ ଆସି ହତାଶ

ସାହାଯ୍ୟ ପାଇଁ ଆସି ହତାଶ

ସମ୍ବଲପୁର,୧୯।୮(ବ୍ୟୁରୋ)
ସମ୍ବଲପୁର ମହାନଗର ନିଗମ ସର୍ଲାକାନିର ବୃଦ୍ଧ ଦମ୍ପତି ଲାଲୁ ସୁନା ସ୍ତ୍ରୀ ରୁପସା । ଉଭୟଙ୍କ ବୟସ ପ୍ରାୟ ୭୦ ରୁ ଅଧିକ । ଆଶାବାଡି ସାହାରା। ଜଣେ ଜଣେକୁ ଧରିଲେ ଚାଲୁଛନ୍ତି। ତାହା ପୁଣି ବଡ କଷ୍ଟରେ ପାଦ ପଡୁଛି। ଏବେ ନା ଛି ରହିବା ପାଇଁ ଘର ନା ଖାଇବା ବ୍ୟବସ୍ଥା । ଘର ସଂସାରକୁ ପ୍ରାୟ ୫୦ ବର୍ଷ ବିତିଲାଣି। 

କୁନି କଣ୍ଠରେ ଗଙ୍ଗାଧର ସଙ୍ଗୀତ

କୁନି କଣ୍ଠରେ ଗଙ୍ଗାଧର ସଙ୍ଗୀତ

ସମ୍ବଲପୁର, ୧୯।୮ (ବ୍ୟୁରୋ)
ଶ୍ରାବଣ ପୂର୍ଣ୍ଣିମା ତିଥିରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସହରରେ ବିବିଧ କାର୍ଯ୍ୟକ୍ରମ ହେଉଛି । ଏହି କ୍ରମରେ ଶନିବାର ଓଡିଶା ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଗଙ୍ଗାଧର ସଂଗୀତ ଓ ଦେଶାତ୍ମବୋଧ ଗୀତ ପ୍ରତିଯୋଗିତା ହୋଇଥିଲା । ନବ ବିକଶିତ ଫୁଲ ଗନ୍ଧ, ନବ ସରସ କବିତା 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକ୍ତିକାନ୍ତ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରତିଶୃତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକ୍ତିକାନ୍ତ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରତିଶୃତି

ରାଉରକେଲା ଅଫିସ/ଭୁବନେଶ୍ୱର,୧୯।୮(ବ୍ୟୁରୋ)-ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶନିବାର ନବୀନ ନିବାସରେ ଭେଟିଛନ୍ତି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ଆଇଜିଏଚ୍‌କୁ ସୁପରସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ  ସେ ଦାବି କରିଛନ୍ତି। ମୁକ୍ତିକାନ୍ତଙ୍କ ସହ ସୁନ୍ଦରଗଡ଼ ଜିଲା ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। 

ହାତୀ ଉପଦ୍ରବ, ଫସଲ ନଷ୍ଟ

ହାତୀ ଉପଦ୍ରବ, ଫସଲ ନଷ୍ଟ

ଭବାନୀପାଟଣା,୧୯।୮(ଡି.ଏନ୍‌.ଏ.)
ପ୍ରବଳ ବର୍ଷାପରେ ବଣପାହାଡ ଘେରା ଥୁ.ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ବଣୁଆହାତୀଙ୍କ ଉପଦ୍ରବରେ ଗ୍ରାମବାସୀ ଅତିଷ୍ଟ ହେବା ସହ ଭୟଭିତ ହୋଇପଡିଛନ୍ତି । ବିଭିନ୍ନ ଅଞ୍ଚଳରେ ବହୁ ଚାଷୀଙ୍କ କଷ୍ଟ ଉପାର୍ଜିତ ଚାଷକୁ ହାତୀ ଦଳି ଚକଟି ନଷ୍ଟ କରି ଦେଇଛି। ଥୁଆମୁଳ ରାମପୁର ବ୍ଲକ୍‌ର ମତାଚୁଆଁରେ ହାତୀ ପଲ ପଶି ଗ୍ରାମର ଶୋଭା 

ପୋଲିସର ଦାଦାଗିରି,ଘରେ ପଶି ମହିଳାଙ୍କୁ ଗାଳିଗୁଲଜ: ହୋମଗାର୍ଡ଼ ଗିରଫ

ପୋଲିସର ଦାଦାଗିରି,ଘରେ ପଶି ମହିଳାଙ୍କୁ ଗାଳିଗୁଲଜ: ହୋମଗାର୍ଡ଼ ଗିରଫ

ଗାଇସିଲେଟ୍‌,୧୯।୮(ଡି.ଏନ.ଏ)
ବରଗଡ଼ ଜିଲା ଗାଇସିଲେଟ ଥାନାରେ କାର୍ଯ୍ୟରତ କନଷ୍ଟେବଳ ପୁରନ୍ଦର ସରାଫ ଏବଂ ହୋମଗାର୍ଡ଼ ଉତ୍ତମ ସୁନା ଅନ୍ୟ ୩ ଯୁବକଙ୍କୁ ସାଙ୍ଗରେ ନେଇ ଶୁକ୍ରବାର ଶରଧାପାଲି ଗ୍ରାମର ରାଜକୁମାର ସାହୁଙ୍କ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ ଓ ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି । 

ଅଗଷ୍ଟ ୧୫କୁ କଣ୍ଟ ପୁରିଲା:ସୁବର୍ଣ୍ଣପୁର ଓଡିଏଫ୍‌ ହେଲାନି

ଅଗଷ୍ଟ ୧୫କୁ କଣ୍ଟ ପୁରିଲା:ସୁବର୍ଣ୍ଣପୁର ଓଡିଏଫ୍‌ ହେଲାନି

ସୋନପୁର,୧୯।୮(ନି.ପ୍ର.)
ଅଗଷ୍ଟ ୧୫ ସୁଦ୍ଧା ସୁବର୍ଣ୍ଣପୁର ଜିଲା ଓଡିଏଫ ହେବ। ଜିଲା ପ୍ରଶାସନ ଏହି ଲକ୍ଷ୍ୟ ରଖିଥିଲା। ମାତ୍ର ତାହା ପୂରଣ ହୋଇ ପାରିନି। କଣ୍ଟ ପୁରିଥିଲେ ହେଁ ଜିଲା ବାହ୍ୟ ମଳମୁକ୍ତ(ଓଡିଏଫ) ହୋଇ ପାରିଲାନି। କୌଣସି ଗୋଟିଏ ବ୍ଲକ ବି ଓଡିଏଫ୍‌ ହୋଇନି। ପ୍ରାରମ୍ଭରେ ସୋନପୁର ଓ ବୀରମହାରାଜପୁର ବ୍ଲକକୁ ଓଡିଏଫ କରିବା ପରେ ଜୁଲାଇ ୩୧ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଜିଲାକୁ ଓଡିଏଫ ପାଇଁ ପ୍ରଶାସନର ଲକ୍ଷ୍ୟ ଥିଲା। 

ସ୍ତ୍ରୀକୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡ

ସ୍ତ୍ରୀକୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡ

ଧର୍ମଗଡ,୧୯।୮(ଡି.ଏନ.ଏ.)
ନିଜ ସ୍ତ୍ରୀକୁ କିରୋସିନି ଢାଳି ଜୀବନରେ ମାରି ଦେଇଥିବା ଘଟଣାର ବିଚାର କରି ଶନିବାର ଅପରାହ୍ନରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲା ଧର୍ମଗଡ ଅତିରିକ୍ତ ଜିଲା ଦୌରା ଜଜ ରାମକୃଷ୍ଣ ଚୌଧୁରୀ । ପ୍ରକାଶ ଯେ, ୨୦୧୫ଫେବୃୟାରୀ ୨୫ରେ କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଡମ୍ବରୁଧର ସୁନାନୀ ନିଜ ସ୍ତ୍ରୀ ସିନ୍ଧୁକାଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିଲେ। 

ଫଳକରେ ସୀମିତ ପ୍ରକଳ୍ପ:  ଭିତ୍ତିପ୍ରସ୍ତର ସ୍ଥାପନର ଦେଢ ବର୍ଷ ବିତିଲା

ଫଳକରେ ସୀମିତ ପ୍ରକଳ୍ପ: ଭିତ୍ତିପ୍ରସ୍ତର ସ୍ଥାପନର ଦେଢ ବର୍ଷ ବିତିଲା

ଜୁନାଗଡ,୧୯।୮(ଡି.ଏନ୍‌.ଏ.)
ଜୁନାଗଡ ବ୍ଲକ ଗୌଡସର୍ଗିଗୁଡା ନିକଟସ୍ଥ ପୁରୁଣା ଚିନିକଳଠାରେ ୨୦୧୬ ନଭେମ୍ବର ୧୬ତାରିଖରେ ନବୀନ ପଟ୍ଟନାୟକ  ୩ଟି ପ୍ରକଲ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହି ତନୋଟି ପ୍ରକଳ୍ପ ମଧ୍ୟରେ ୬ଟି ୮ ପାରା ବଏଲ ରାଇସ ମିଲ, ୨ଟି ୩ ମେଗାୱାଟ୍‌ କ୍ଷମତା ସଂମ୍ପର୍ଣ୍ଣ ବାୟୋମାସ୍‌ ପାୱାର ପ୍ରୋଜେକ୍ଟ  ଓ ସମନ୍ବିତ ଗ୍ରୀନ ବେସ୍‌ଡ ଡିଷ୍ଟଲାରୀ ପ୍ରକଳ୍ପ ଆଦି  ରହିଥିଲା। 

ସାର ବିକ୍ରିରେ ଅନିୟମିତତା: ୪୫ ରିଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସାର ବିକ୍ରିରେ ଅନିୟମିତତା: ୪୫ ରିଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବରଗଡ଼ ଅଫିସ,୧୯।୮
ବରଗଡ଼ ଜିଲାରେ ଖରିଫ ଚାଷ କାମ ଜୋର ଧରିଛି । ଏଥିପାଇଁ ରାସାୟନିକ ସାରର ଚାହିଦା ମଧ୍ୟ ବଢ଼ିଛି । ଏଭଳିସ୍ଥଳେ ସାରର କଳାବଜାର ପାଇଁ ବେପାରୀମାନେ ତତ୍ପର ହୋଇପଡିଛନ୍ତି । ସରକାରୀ ନିୟମକାନୁନକୁ ଉଲ୍ଲଂଘନ କରି କେତେକ ଲାଇସେନ୍ସପ୍ରାପ୍ତ ରିଟେଲର ସାର ବିକୁଥିବାବେଳେ ଆଉ କେତେକ ଅଣଲାଇସେନ୍ସପ୍ରାପ୍ତ ବେପାରୀ ଚଢ଼ାଦରରେ ଏହା ବିକ୍ରି କରୁଥିବା ଅଭିଯୋଗ ହେଉଛି ।