ସମ୍ବଲପୁର

ଡୁଢ଼ୁଙ୍ଗନାଳ ପୋଲ ବିପଦସଙ୍କୁଳ:ଅଣଓସାରିଆ ଯୋଗୁ ଘଟୁଛି ଦୁର୍ଘଟଣା

ଡୁଢ଼ୁଙ୍ଗନାଳ ପୋଲ ବିପଦସଙ୍କୁଳ:ଅଣଓସାରିଆ ଯୋଗୁ ଘଟୁଛି ଦୁର୍ଘଟଣା

ବାଲିଶଙ୍କରା, ୨୪।୬(ଡି.ଏନ.ଏ)-ସୁନ୍ଦରଗଡ ଜିଲାର ସୀମାନ୍ତବର୍ତ୍ତି ଅଞ୍ଚଳ ବାଲିଶଙ୍କରା ବ୍ଲକର ଡ଼ୁଢୁଙ୍ଗନାଳ ପୋଲ ଅଣଓସାରିଆ ଯୋଗୁ ଘଟୁଛି ଦୁର୍ଘଟଣା। ବର୍ଷକରେ ଅନେକ ଥର ଦୁର୍ଘଟଣା ଘଟିଛି। ସେଥିରେ ୪ଜଣଙ୍କ ମୃତ୍ୟୁ ଘଟିଛି। କେତେକ ଆହତ ମଧ୍ୟ ହୋଇଛନ୍ତି। ପୋଲକୁ ଓସାରିଆ କରିବା ଲାଗି ଦାବି ହେଉଥିଲେ ମଧ୍ୟ ପ୍ରଶାସନ, ସରକାର ନୀରବ ରହୁଛନ୍ତି।

ସୀମାନ୍ତ ଅଞ୍ଚଳରେ  ହିଂସାତ୍ମକ କାର୍ଯ୍ୟକଳାପକୁ ରୋକାଯିବ: କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନୂଆପଡା ଗସ୍ତ

ସୀମାନ୍ତ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପକୁ ରୋକାଯିବ: କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନୂଆପଡା ଗସ୍ତ

ନୂଆପଡା ଅଫିସ, ୨୩ା୬ -ଓଡ଼ିଶା-ଛତିଶଗଡ ସୀମାନ୍ତ ଅଞ୍ଚଳଗୁଡ଼ିକରେ ଦିନକୁ ଦିନ ବିଭିନ୍ନ ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଓଡ଼ିଶା ପୋଲିସ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛି।

ଭୂମିହୀନଙ୍କୁ ଚିହ୍ନଟ କରି ଘରଡିହ ପଟ୍ଟା ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ବିତ :ଡ୍ରୋନ୍‌ କ୍ୟାମେରା ସାହାର୍ଯ୍ୟରେ ସର୍ଭେ ଆରମ୍ଭ

ଭୂମିହୀନଙ୍କୁ ଚିହ୍ନଟ କରି ଘରଡିହ ପଟ୍ଟା ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ବିତ :ଡ୍ରୋନ୍‌ କ୍ୟାମେରା ସାହାର୍ଯ୍ୟରେ ସର୍ଭେ ଆରମ୍ଭ

ଖଡିଆଳ, ୨୩ା୬ (ଡି.ଏନ.ଏ)- ସହରାଞ୍ଚଳରେ ବସବାସ କରି ଆସୁଥିବା ଭୂମିହୀନମାନଙ୍କୁ ସରକାର ଘରଡିହ ପଟ୍ଟା ବଣ୍ଟନ କରିବେ। ଏନେଇ ପ୍ରଶାସନିକ ସ୍ତରରେ ବଣ୍ଟନ କରିବା ପାଇଁ ଭୂମିହୀନମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରିରହିଥିବା ବେଳେ ଚିହ୍ନଟ ପ୍ରକ୍ରିୟା ତୁରାନ୍ବିତ କରିବା ପାଇଁ ନୂଆପଡା ଜିଲାରେ ଖଡିଆଳ ଏନଏସିରେ ଶନିବାର ଡ୍ରୋନ କ୍ୟାମେରା ସାହାର୍ଯ୍ୟରେ ସର୍ଭେ କାମ ଆରମ୍ଭ ହୋଇଛି।

ସରକାରୀ ଜମିରୁ ବେଆଇନ୍‌ ମାଟି ଚାଲାଣ

ସରକାରୀ ଜମିରୁ ବେଆଇନ୍‌ ମାଟି ଚାଲାଣ

ଝାରସୁଗୁଡ଼ା ଅଫିସ,୨୩ା୬-ସରକାରୀ ଜମିରୁ ମାଟି ଚୋରି କରାଯାଇଛି। ଏହି ଅଭିଯୋଗରେ ବେହେରାମାଲସ୍ଥିତ ଏକ ନାମୀ ହୋଟେଲ ମାଲିକ ଅଶୋକ ଯାଦବଙ୍କ ନାଁରେ ତହସିଲ ଅଫିସରେ ଏକ ମାମଲା ରୁଜୁ କରାଯାଇଛି। ପ୍ରଶାସନର ବିନାନୁମତିରେ ସରକାରୀ ଜମିରୁ ମାଟି ନେବା ଯୋଗୁ ଏହି ମାମଲା ରୁଜୁ ହୋଇଛି।

ଉତ୍ତାଳି ବ୍ରିଜ୍‌ ଆପ୍ରୋଚ ରୋଡ୍‌ ଦବିଲା

ଉତ୍ତାଳି ବ୍ରିଜ୍‌ ଆପ୍ରୋଚ ରୋଡ୍‌ ଦବିଲା

ବିଜେପୁର, ୨୩।୬ (ଡି.ଏନ.ଏ) ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଉତ୍ତାଳି ନଦୀରେ ନିର୍ମିତ ବ୍ରିଜ୍‌କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ବ୍ରିଜ୍‌ ନିର୍ମାଣ ହେବାର ତିନି ମାସ ନ ବିତୁଣୁ ଏହାର ଆପ୍ରୋଚ୍‌ ରୋଡ୍‌ ଦବିଯାଇଛି । ଫଳରେ ଏହାର ସ୍ଥାୟିତ୍ୱ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି ।

ମହିଳାଙ୍କୁ ଗଣବଳାତ୍କାର ଉଦ୍ୟମ, ଜଣେ ଅଟକ

ମହିଳାଙ୍କୁ ଗଣବଳାତ୍କାର ଉଦ୍ୟମ, ଜଣେ ଅଟକ

ବରଗଡ଼ ଅଫିସ୍‌,୨୩।୬- ବରଗଡ଼ ଟାଉନ ଥିନା ଅଧୀନ କଟାପାଲି ଗ୍ରାମ ନିକଟ ଏକ ଫାର୍ମ ହାଉସରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଗଣବଳାତ୍କାର ଉଦ୍ୟମ ହୋଇଥିଲା। ପୋଲିସ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍‌ ହୋଇଯାଇଛନ୍ତି ।

ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର, ୨୩।୬ (ବ୍ୟୁରୋ)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅଧୀନ ଗୁଣ୍ଡେରପୁର ଛକଠାରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରାଫିକ ସଚେତନତା ଶିବିର ସଂଯୋଜକ ପଦ୍ମଲୋଚନ ଭୋସାଗରଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା। ଗାଡି ଚାଳକମାନଙ୍କୁ ଲିଫଲେଟ୍‌ ପ୍ରଦାନ କରି ସଚେତନ କରାଯାଇଥିଲା।

ଚାଷୀ ଆନ୍ଦୋଳନ ତୀବ୍ରତର ହେବ

ଭବାନୀପାଟଣା,୨୩।୬(ଡି.ଏନ.ଏ.)- କଳାହାଣ୍ଡି ଜିଲାର କୃଷକଙ୍କ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସମସ୍ୟାରେ ସୁଧାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ଶୋଷଣ କରାଯାଉଛି। ସମସ୍ୟାର ସମାଧାନ କରିବାକୁ ହେଲେ କଂଗ୍ରେସ ସଙ୍ଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାକୁ ପଡିବ ଏବଂ ଚାଷୀ ଆନ୍ଦୋଳନକୁ ତୀବ୍ରତର କରିବାକୁ ପଡିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜସ୍ବମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ଅପହୃତା ଛାତ୍ରୀ ୩ମାସ ପରେ ଉଦ୍ଧାର

ବୀରମହାରାଜପୁର, ୨୩।୬(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ତଥା ବହଲପଦର ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ଜନୈକା ସ୍କୁଲ ଛାତ୍ରୀ(୧୬)ଙ୍କୁ ଅପହରଣର ୩ମାସ ପରେ ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହେବାପରେ ଅପହୃତା ନାବାଳିକାଙ୍କୁ ପରିବାର ନେବାପାଇଁ ମନା କରିଦେବାରୁ ବୀରମହାରାଜପୁରସ୍ଥିତ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ଅପହରଣ ମାମଲାରେ ସମ୍ପୃକ୍ତ ଦଶରଥ ଗର୍ଡିଆ(୨୨) ନାମକ ଯୁବକଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ସୁବାସ ରାଜହଂସ ଫେରାର ହୋଇଥିବା ବେଳେ ତାଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି ବୋଲି ଏସଡିପିଓ ଧିରଜ କୁମାର ଚୌପଦାର କହିଛନ୍ତି।

କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ

କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ

କୋଲାବିରା,୨୩।୬(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖା ଦେଇଛି। ଗୁରୁବାର ରାତିରୁ ଏକ ଦନ୍ତା ହାତୀ ବେଉଁରା ଜଙ୍ଗଲରୁ ଚାଲିଆସି ଜଙ୍ଗଲ ତଳି ର୍ଗାରେ ଆତଙ୍କ ଚଳାଇଛି। ଶୁକ୍ରବାର ରାତିରେ ପଟ୍ଟାପଡା ଗ୍ରାମକୁ ପଶି ଏହି ହାତୀ ଋକ୍ମଣ ଦେହେରିଆଙ୍କ ଘର ଭାଙ୍ଗିଦେବା ସହ ପନିପରିବା ବଗିଚା ନଟେ କରିଛି।

ବାଟ୍‌ ଭୁଲିଯାଇଛେ ସରକାରୀ ଯୋଜ୍‌ନା: ଅଁଧେନ୍‌ ଜୀବନ୍‌ ବିତଉଛନ୍‌ ମାଙ୍ଗନୀ

ଲଡୁଗାଁ,୨୩।୬(ଡି.ଏନ.ଏ.)- ସରକାର ଲୁକ୍‌କର ଲାଗି ଛୁଆ ଜନମ୍‌ ହେଲା ଆଗ୍‌ରୁ ମୁନୁଷ୍‌ ମର୍‌ବାର ତକ୍‌ ଭିନେ ଭିନେ ଯୋଜ୍‌ନାରେ ସାହାଯ୍‌ ଯୁଗେଇ ଦେଉଛନ୍‌। ହେଲେ ସେ ସବୁ ବହୁତ୍‌ ଜାଗାରେ ପର୍‌କୁତ୍‌ ହିତାଧିକାରୀକଁର ପାସେ ନାଇଁ ପୁହୁଁଚୁଥିବାର ନଜରକେ ଆସୁଛେ। ଏନ୍‌ତା ଗୁଟେ ଘଟ୍‌ନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ପଡ଼ପୋଡ଼ାଗୁଡ଼ା ପଁନ୍‌ଚେତ୍‌ରେ। ଜନାଯାଇଛେ ଯେ, ଦାବ୍ରିଗୁଡା ଗାଁର ୮୨ ବଛର୍‌ ବଏସ୍‌କିଆ ମହିଲା ମାଙ୍ଗନୀ ବଓ୍ବୋ। ଜୀବନ୍‌ର ଶେଷ ପାଉଚେ ଗୋଡ଼ ଦେଇଥିଲାବେଲେ ପୁଓ ପଞ୍ଚୁ ମାଝି (୨୫) ମାନ୍‌ସିକ୍‌ ରୁଗୀ। ବହୁତ୍‌ ବଛର୍‌ ତଲୁ ଆପ୍‌ନେ ରାଜନକଁର ମୁର୍‌ତୁ ହେଇଯାଇଛେ।

ପାଇପ୍‌ରେ ଆସୁଛି ମଇଲା ପାଣି: ପମ୍ପ ହାଉସରେ ତାଲା ପକାଇଲେ ପଡ଼ାବାସୀ

ପାଇପ୍‌ରେ ଆସୁଛି ମଇଲା ପାଣି: ପମ୍ପ ହାଉସରେ ତାଲା ପକାଇଲେ ପଡ଼ାବାସୀ

ବରଗଡ଼ ଅଫିସ୍‌,୨୩।୬- ଜୀରାନଦୀରୁ ଜନସ୍ବାସ୍ଥ୍ୟ ବିଭାଗ(ପିଏଚଡ଼ି) ପକ୍ଷରୁ ବରଗଡ଼ ସହରକୁ ଦୂଷିତ ପାଣି ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶନିବାର ସ୍ଥାନୀୟ ପମ୍ପ ହାଉସରେ ୱାର୍ଡ଼ ନଂ- ୨ ପିଏଚଡ଼ି ପଡ଼ାର ଲୋକେ ତାଲା ପକାଇ ଦେଇଛନ୍ତି। ପ୍ରକାଶ ଯେ, ଜୀରାନଦୀରୁ ପାଇପ୍‌ ଯୋଗେ ବରଗଡ଼ ସହରର ବିଭିନ୍ନ ପଡ଼ାକୁ ପାନୀୟଜଳ ଯୋଗାଇ ଦିଆଯାଉଛି।

ବିନା ସୂଚନା ଫଳକରେ ଚାଲିଛି ପ୍ରକଳ୍ପ କାମ

ବିନା ସୂଚନା ଫଳକରେ ଚାଲିଛି ପ୍ରକଳ୍ପ କାମ

ଜହ୍ନାପଙ୍କ,୨୩।୬(ଡି.ଏନ.ଏ)- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଧୀନ ଜଗତୀ ନିକଟସ୍ଥ ମହାନଦୀ କୂଳରେ ଚାଲିଥିବା ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କାମ ଚାଲିଥିବା ବେଳେ ଏଠାରେ ସୂଚନା ଫଳକ ଲଗାଯାଇ ନାହିଁ । ସରକାର ଉନ୍ନୟନମୂଳକ କାର୍ଯ୍ୟ ହେବା ପୂର୍ବରୁ ବାଧ୍ୟତାମୂଳକ ଭାବେ ସୂଚନା ଫଳକ ଲଗାଇବା କଡାକଡି ନିର୍ଦ୍ଦେଶ ରହିଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀ ସରକାରୀ ନିୟମକୁ ଉଲ୍ଲଂଘନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜହ୍ନାପଙ୍କରେ ବିରଳ ପକ୍ଷୀ

ଜହ୍ନାପଙ୍କରେ ବିରଳ ପକ୍ଷୀ

ଜହ୍ନାପଙ୍କ,୨୩।୬ (ଡି.ଏନ.ଏ)- ବୌଦ୍ଧ ବ୍ଲକ ଅଧୀନ ଜହ୍ନାପଙ୍କ ଗ୍ରାମରେ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏକ ବିରଳ ପକ୍ଷୀ ଦେଖିବାକୁ ମିଳିଥିଲା। ପକ୍ଷୀଟିକୁ ଲୋକେ ବିରଳ ପେଚା ବୋଲି କହୁଥିଲେ । ପକ୍ଷୀଟି ଦେଖିବା ପାଇଁ ଆଖାପାଖ ଅଞ୍ଚଳର ଲୋକଙ୍କ ଭିଡ ଜମିଥିଲା। ପକ୍ଷୀଟି ଗ୍ରାମର କଇରା ପ୍ରଧାନଙ୍କ ଖଳା ପାଖରେ ଥିବା ଏକ ଶଗଡ ଗାଡିରେ ବସିଥିବା ଦେଖିବାକୁ ମିଳିଥିଲା।

ହନୁମାନ ଜୟନ୍ତୀ ସମନ୍ବୟ ସମିତିର ବିକ୍ଷୋଭ

ହନୁମାନ ଜୟନ୍ତୀ ସମନ୍ବୟ ସମିତିର ବିକ୍ଷୋଭ

ସମ୍ବଲପୁର, ୨୩।୬ (ବ୍ୟୁରୋ)- ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଅସାମାଜିକଙ୍କ ଆତଙ୍କ ବୃଦ୍ଧି ପାଉଛି । ବେଆଇନ ଅସ୍ତ୍ର ମହଜୁଦ ରହିଛି । ନିୟମିତ ଭାବେ ଗୋ ହତ୍ୟା ଓ ଗୋ ମାଂସ ଚାଲାଣ ହେଉଛି। ଏଥିରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଓ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଜଡିତ। ତେଣୁ ଜିଲା ପ୍ରଶାସନ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାକୁ ହନୁମାନ ଜୟନ୍ତୀ ସମନ୍ବୟ ସମିତି ଦାବି କରିଛି ।

ପ୍ରଧାନମନ୍ତ୍ରୀଙ୍କ ସହ ଚାଷୀଙ୍କ ବାର୍ତ୍ତାଳାପର ସିଧାପ୍ରସାରଣ

ସୁନ୍ଦରଗଡ଼ ୨୩।୬ (ଡି.ଏନ.ଏ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ରାଜ୍ୟର ଚାଷୀମାନଙ୍କ ବାର୍ତ୍ତାଳାପର ସିଧାପ୍ରସାରଣ କାର୍ଯ୍ୟକ୍ରମ କିରେଇ କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲାର ବିଭିନ୍ନ ବ୍ଲକ ଟାଙ୍ଗରିପାଲି, ବଡଗାଁ, ସବଡେଗା, ବାଲିଶଙ୍କରା, ଲେଫ୍ରିପଡା, ସଦର ବ୍ଲକ ଚାଷୀ ଯୋଗଦେଇଥିଲେ। ବାସୁଦେବ ସାହୁ ଉପନିର୍ଦ୍ଦେଶକ ସୁରେନ୍ଦ୍ର କୁମାର କାଲୋ, ଜିଲା ମତ୍ସ୍ୟ ସମ୍ପଦ ଅଧିକାରୀ ରଥ ଲିଡବ୍ୟାଙ୍କ ମ୍ୟାନେଜର ଅବସରପ୍ରାପ୍ତ ପଶୁସମ୍ପଦ ଅଧିକାରୀ ଏବଂ ସମାଜସେବୀ ଡ. ଜଗବନ୍ଧୁ ଭୋଇ, ଜିଲା ପରିଷଦର ସଭ୍ୟ ଶୁକଲାଲ ମୁଣ୍ଡା କୃଷି ବିଜ୍ଞାନର ମୁଖ୍ୟ ଡ. ଲକ୍ଷ୍ମୀପ୍ରିୟା ପ୍ରଧାନ, କୃଷି ବିଜ୍ଞାନ ଓ ଅଞ୍ଚଳଳିକ କୃଷି ଗବେଷଣା ଉପକେନ୍ଦ୍ରର ମୁଖ୍ୟ ଡ. ସାଜୀଦ ବିଶ୍ୱାସୀ ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ସିଧାପ୍ରସାରଣ ପରେ ବିଭିନ୍ନ କୃଷି ବିଭାଗ ମୁଖ୍ୟ ଓ ଚାଷୀମାନଙ୍କର ମଧ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ କରାଯାଇଥିଲା ।

ସବୁଜ ମହାନଦୀ ମିଶନ ସଚେତନତା କାର୍ଯ୍ୟକ୍ରମ

ଲେଫ୍ରିପଡା, ୨୩।୬ (ଡି.ଏନ.ଏ)- ମହାନଦୀ ଓ ରାଜ୍ୟର ଅନ୍ୟାନ୍ୟ ନଦୀ ସମୂହର ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜଙ୍ଗଲ ଜମି, ସରକାରୀ ଜମି ଓ ବ୍ୟକ୍ତିଗତ ଜମିରେ ବହୁଳ ଭାବରେ ବୃକ୍ଷ ରୋପଣ କରାଯାଇ ନଦୀଗୁଡ଼ିକରେ ପ୍ରଚୁର ପରିମାଣର ଜଳ ଉପଲବ୍ଧ କରାଇବା ଓ ନଦୀର ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ ସବୁଜ ବଳୟ ସୃଷ୍ଟି କରିବାର ମହତ ଉଦ୍ଦେଶ୍ୟ ନେଇ ଓଡ଼ିିଶା ସରକାରଙ୍କ ଦ୍ୱାରା ସବୁଜ ମହାନଦୀ ମିଶନ ଆରମ୍ଭ କରାଯାଇଛି। ସୁନ୍ଦରଗଡ଼ ବନଖଣ୍ଡର ଇବ ନଦୀ ଖଣ୍ଡିରେ ଥିବା ୮୦ଟି ଗ୍ରାମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇ ବିପୁଳ ପରିମାଣରେ ବୃକ୍ଷରୋପଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମୁଣ୍ଡବିହିନ ମୃତହେଦ ଉଦ୍ଧାର ଘଟଣା: ୪ଦିନ ହେଲା ପୋଲିସ ହାତ ଖାଲି

ଲାଞ୍ଜିଗଡ,୨୩।୬(ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଯୋଡାବନ୍ଧ ନିକଟ କାଜୁବଗିଚାରୁ ଗତ ୨୦ତାରିଖରେ ଏକ ମୁଣ୍ଡବିହିନ ମୃତଦେହ ଲାଞ୍ଜିଗଡ଼ ପୋଲିସ ଉଦ୍ଧାର କରିଥିଲା। ଘଟଣାର ୪ ଦିନ ବିତିଯାଇଥିବା ବେଳେ ପୋଲିସ ହାତ ଖାଲି ପଡିଛି। ପୋଲିସ ଏକ ମାମଲା ରୁଜୁ କରି ଚୁପହୋଇ ବସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଲାଞ୍ଜିଗଡ଼ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳଙ୍କୁ ପଚାରିବାରୁ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଖବୁ ଶୀର୍ଘ ଘଟଣାର ପର୍ଦ୍ଧାଫାଶ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

ଜବରଦଖଲରେ ଜଗନ୍ନାଥଙ୍କ ଶହଶହ ଏକର ଜମି: ଅତିରିକ୍ତ ଜିଲାପାଳ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଜବରଦଖଲରେ ଜଗନ୍ନାଥଙ୍କ ଶହଶହ ଏକର ଜମି: ଅତିରିକ୍ତ ଜିଲାପାଳ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସୁନ୍ଦରଗଡ଼, ୨୩।୬ (ଡି.ଏନ୍‌.ଏ)-ସୁନ୍ଦରଗଡରେ ଜଗନ୍ନାଥଙ୍କ ନାମରେ ଥିବା ଶହଶହ ଏକର ଜମି ଦଲାଲଙ୍କ କବଜାରେ ରହିଛି। ଏହା ମଧ୍ୟରୁ ଅନେକ ଜମି ଚଞ୍ଚକତା କରି ହଡପ କରାଯାଇଛି। ଏହି ଜମି ଦୁର୍ନୀତିରେ ରାଜସ୍ବ ବିଭାଗର କେତେକ ଅସାଧୁ କର୍ମଚାରୀ ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି। ଏ ଦିଗରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ଉଦାସୀନତା ମନୋଭାବ ବିରୋଧରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହିନ୍ଦୁ ଜାଗରଣ ମଞ୍ଚ ନେତୃତ୍ୱରେ ସ୍ଥାନୀୟ ଶତାଧିକ ଯୁବକ ଅତିରିକ୍ତ ଜିଲାପାଳ ଓ ସଦର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

୨୬ରେ ବଲାଙ୍ଗୀରରେ ହେବ ରାଜବନ୍ଦୀ ସମ୍ମିଳନୀ

ବଲାଙ୍ଗୀର ଅଫିସ, ୨୩।୬- ୧୯୭୫ ଜୁନ ୨୬ରେ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା। ଏଥିରେ ଲୋକଙ୍କ ଏବଂ ଗଣମାଧ୍ୟମଗୁଡିକର ଗଣତାନ୍ତ୍ରିକ ଅଧିକାରମାନ ଉଚ୍ଛେଦ କରାଯାଇଥିଲା। ସାରା ଦେଶ ଯେମିତି ଏକ ବନ୍ଦୀଶାଳାରେ ପରିଣତ ହୋଇଥିଲା। ଏହା ବିରୋଧରେ ଜନ ଆନ୍ଦୋଳନ ଯୋଗୁ ଗଣତନ୍ତ୍ର ପୁନଃ ପ୍ରତିଷ୍ଠିତ ହୋଇଥିଲା। ୧୯୭୫-୭୭ର ଜରୁରୀ ପରିସ୍ଥିତିରେ ଯେଉଁମାନେ ଆନ୍ଦୋଳନ କରି କାରାବରଣ କରିଥିଲେ ସେମାନେ ପ୍ରତିବର୍ଷ ଜୁନ ୨୬ ତାରିଖକୁ କଳାଦିବସ ଭାବେ ପାଳନ କରି ଆସୁଛନ୍ତି।

ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୮ ଲକ୍ଷ ଟଙ୍କା ଲୁଟ୍‌: ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ଥିବା ସନ୍ଦେହ

ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୮ ଲକ୍ଷ ଟଙ୍କା ଲୁଟ୍‌: ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ଥିବା ସନ୍ଦେହ

ବରଗଡ଼ ଅଫିସ,୨୩।୬- ବରଗଡ଼ ସହରର ରୋଟାରି ପବ୍ଲିକ ସ୍କୁଲ ପଛପଟେ ଥିବା ଏକ ଘରୋଇ ଅର୍ଥ ଲାଗାଣକାରୀ ସଂସ୍ଥା ‘ଭାରତ ଫାଇନାନ୍ସ ଇନ୍‌କ୍ରୁଜନ ଲିମିଟେଡ୍‌’ରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ ହୋଇଛି। ଲୁଟେରାମାନେ ସଂସ୍ଥା ଭିତରେ ପଶି ଲକରରେ ଥିବା ୧୮ଲକ୍ଷ ୪୦ ହଜାର ୪୧୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଏହାର ଖୋଳତାଡ ଆରମ୍ଭ କରିଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଅନୁସନ୍ଧାନ ଚଳାଇଛି। ବର୍ତ୍ତମାନ ସୁଦ୍ଧା ପୋଲିସକୁ ସଫଳତା ମିଳିପାରି ନ ଥିବା ବେଳେ ଏଥିରେ କିଛି ବ୍ୟାଙ୍କ କର୍ମଚାରୀଙ୍କ ଭୂମିକାକୁ ନେଇ ନାନା ସନ୍ଦେହ ଉପୁଜିଛି। ଫଳରେ ପୋଲିସ ୩ଜଣ କର୍ମଚାରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ପ୍ରଧାନମନ୍ତ୍ରୀଙ୍କୁ ପୂର୍ବତନ ବିଧାୟକଙ୍କ ଚିଠି: ବେଦବ୍ୟାସକୁ ଭାରତୀୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଅ

ରାଉରକେଲା ଅଫିସ,୨୩।୬- ସୁନ୍ଦରଗଡ଼ ଜିଲାର ପବିତ୍ର ବ୍ୟାସକ୍ଷେତ୍ର ଓ ଶୈବପୀଠ ବେଦବ୍ୟାସକୁ ଭାରତୀୟ ସାଂସ୍କୃତିକ ପର୍ଯ୍ୟଟନ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଉରକେଲା ବିଧାୟକ ପ୍ରଭାତ ମହାପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଶଙ୍ଖ, କୋଏଲ ଓ ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ବେଦବ୍ୟାସ ପୀଠ କାହିଁ କେଉଁ କାଳରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଆସିଛି। ଏଠାରେ ଋଷି ବ୍ୟାସଦେବ ବେଦ ରଚନା କରିଥିବା କିମ୍ବଦନ୍ତୀ ରହିଛି। ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଏହି ପ୍ରସିଦ୍ଧ କ୍ଷେତ୍ରକୁ ଆଜିପର୍ଯ୍ୟନ୍ତ ଭାରତୀୟ ପର୍ଯ୍ୟଟନ ବିଭାଗ ନଜର ନ ଦେବା ଦୁଃଖର ବିଷୟ ବୋଲି ମହାପାତ୍ର କହିଛନ୍ତି।

ଶୁଖାସୋଢ଼ା ବିଜୁଗାଁ ସେତୁ କାମ ନିମ୍ନମାନର

ଶୁଖାସୋଢ଼ା ବିଜୁଗାଁ ସେତୁ କାମ ନିମ୍ନମାନର

ଲଖନପୁର,୨୩।୬(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ୧୯ଖଣ୍ଡ ମୌଜା ଛତିଶଗଡ଼ ସୀମାନ୍ତ ଶୁଖାସୋଢ଼ା ଗ୍ରାମଠାରେ ନିର୍ମାଣାଧୀନ ବିଜୁ ଗାଁ ସେତୁ କାମ ନିମ୍ନମାନର ହେଥିବା ଅଭିଯୋଗ ହୋଇଛି। ବର୍ଷାଋତୁରେ ଏହି ଅଞ୍ଚଳରେ ମହାନଦୀର ପଛୁଆପାଣି ପ୍ରବେଶ କରିଥାଏ। ଫଳରେ ୧୯ଖଣ୍ଡ ମୌଜାରୁ ସୀମାନ୍ତ ଛତିଶଗଡ଼ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ବର୍ଷା ୪ମାସ ଉଭୟ ପଟର ଗ୍ରାମବାସୀ ଅଧକିଲୋମିଟର ରାସ୍ତା ପରିବର୍ତ୍ତେ ୬୦କିଲୋମିଟର ଦୂର ବୁଲି ଯାତାୟାତ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ବିଜୁ ଗାଁ ସେତୁ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ୩କୋଟି ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ସେତୁ ନିର୍ମାଣ ଚାଲିଛି। ଏହି ସେତୁ ୭ଟି ସ୍ପାନ୍‌ ବିଶିଷ୍ଟ ୧୦ମିଟର ଲମ୍ବ ରହିଛି। ନିର୍ମାଣ କାମ ଗତ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହୋଇଛି। ୨୦୧୯ ଜାନୁୟାରୀ ୯ ସୁଦ୍ଧା ନିର୍ମାଣ ସାରିବାକୁ ନିର୍ଦ୍ଦେଶ ରହିଛି।

ସୋସିଆଲ ମିଡିଆରେ ନବ-କିଶୋରଙ୍କ ସମର୍ଥକ ମୁହାଁମୁହିଁ

ଝାରସୁଗୁଡ଼ା ଅଫିସ,୨୩।୬- ଝାରସୁଗୁଡ଼ା ଜିଲାର ପ୍ରତିକଥାରେ ବିଜେଡି-କଂଗ୍ରେସ ମୁହାଁମୁହିଁ ହେବାର ଦେଖିବାକୁ ମିଳୁଛି। ହସ୍ପିଟାଲ ପ୍ରସଙ୍ଗ ହେଉ କି ବସ୍‌ଷ୍ଟାଣ୍ଡ କିମ୍ବା ବର୍ତ୍ତମାନର ବେଦାନ୍ତ ପାଚେରି ନିର୍ମାଣ ପ୍ରସଙ୍ଗ, ପ୍ରତ୍ୟେକ କଥାରେ ବିଜେଡି-କଂଗ୍ରେସ ମଧ୍ୟରେ ବିବାଦ ଦେଖାଦେବା ସ୍ବାଭାବିକ ହୋଇଯାଇଛି। ବିଜେଡି ଅର୍ଥାତ ପୂର୍ବତନ ବିଧାୟକ କିଶୋର କୁମାର ମହାନ୍ତି ଏବଂ କଂଗ୍ରେସ ଅର୍ଥାତ ବର୍ତ୍ତମାନର ବିଧାୟକ ନବ କିଶୋର ଦାସ। ଏହି ବିବାଦ କୌଣସି ନୂଆ ନୂହେଁ। ବର୍ତ୍ତମାନ କିନ୍ତୁ ଏହି ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ସ୍ଥିତିରେ।