ସମ୍ବଲପୁର

ପର୍ଯ୍ୟଟନ କ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରକୁ ଭଲରାସ୍ତା ନାହିଁ

ପର୍ଯ୍ୟଟନ କ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରକୁ ଭଲରାସ୍ତା ନାହିଁ

ଉଲୁଣ୍ଡା, ୧୭।୬(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାକୁ ୧୫ବର୍ଷ ପୁରିଛି। ହେଲେ ଅଦ୍ୟାବଧି ସମ୍ପୃକ୍ତ କ୍ଷେତ୍ରର ଆନୁସଙ୍ଗିକ ବିକାଶ ହୋଇପାରିନାହିଁ। ରାଜ୍ୟ ସରକାରଙ୍କଠାରୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାର ୧୫ବର୍ଷ ବିତିଯାଇଥିଲେ ବି ଗମନାଗମନ ପାଇଁ ଭଲ ରାସ୍ତାଟିଏ ନାହିଁ।

ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଥଇଥାନ ହୋଇପାରୁନାହିଁ

ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଥଇଥାନ ହୋଇପାରୁନାହିଁ

ନୂଆପଡା ଅଫିସ,୧୭ା୬- ନୂଆପଡା ଜିଲା ତିଖାଲିଠାରେ ସରକାର ଜଳ ସେଚନ ନାଁରେ କୋଟି କୋଟି ଟଙ୍କା ବ୍ୟୟରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଛନ୍ତି । କାମ ଶତପ୍ରତିଶତ ଶେଷ ହୋଇଥିଲେ ହେଁ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବାରେ ପ୍ରଶାସନ ଫେଲ ମାରୁଛି ।

ମହାନଦୀ ପରେ ବର୍ତ୍ତମାନ ସୀମା ବିବାଦ

ମହାନଦୀ ପରେ ବର୍ତ୍ତମାନ ସୀମା ବିବାଦ

ନୂଆପଡା ଅଫିସ/ସିନାପାଲି,୧୭।୬(ଡି.ଏନ.ଏ.)- ମହାନଦୀ ଜଳକୁ ନେଇ ଓଡିଶା ଏବଂ ଛତିଶଗଡ ସରକାରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଘନଉ ଥିବାବେଳେ ବର୍ତ୍ତମାନ ଆଉ ଏକ ସୀମା ବିବାଦ ଲୋକଲୋଚନକୁ ଆସିଛି ।

ଚିଚୈଗୁଡା ପଞ୍ଚାୟତର ବିକାଶ ନେଇ ଆଲୋଚନା

ଚିଚୈଗୁଡା ପଞ୍ଚାୟତର ବିକାଶ ନେଇ ଆଲୋଚନା

ଜୁନାଗଡ,୧୭।୬(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ରବିବାର ମଧ୍ୟାହ୍ନରେ ଚିଚୈଗୁଡା ପଞ୍ଚାୟତର ବିକାଶ ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିଚୈଗୁଡା ପଞ୍ଚାୟତର ଚିଚୈଗୁଡା ସମେତ ନୂଆଗୁଡା, ଯମୁନାବାହାଲ ଗ୍ରାମବାସୀ ଯୋଗଦେଇଥିଲେ।

ନିଜେ ବଞ୍ଚତ୍ବା ସହ ଅନ୍ୟଙ୍କୁ ବଞ୍ଚତ୍ବାର ରାହା ଦେଖାଇଛନ୍ତି ବଳଦେବ

ନିଜେ ବଞ୍ଚତ୍ବା ସହ ଅନ୍ୟଙ୍କୁ ବଞ୍ଚତ୍ବାର ରାହା ଦେଖାଇଛନ୍ତି ବଳଦେବ

କର୍ଲାମୁଣ୍ଡା,୧୭।୬(ଡି.ଏନ.ଏ.)- ନଁା ବଳଦେବ ଭୋଇ। ବୟସ (୩୫), ଶିକ୍ଷାଗତ ଯୋଗ୍ୟତା ନବମ ପାଶ୍‌। ଜୀବନ ଯୁଦ୍ଧରେ ହାରି ନ ଯାଇନାହାନ୍ତି ସେ । ଦିନ ରାତି ଉଦ୍ୟମ କରି ନିଜେ ବଞ୍ଚତ୍ବା ସହ ଅନ୍ୟକୁ ବଞ୍ଚତ୍ବାର ରାହା ଦେଖାଇଛନ୍ତି ବଳଦେବ ।

ଅମାନବିକତା: ଶ୍ରମିକଙ୍କ ମୃତଦେହ ନଦୀକୁ ଫିଙ୍ଗି ଚାଲିଗଲେ ସହଯୋଗୀ, ୪ ଅଟକ

ଅମାନବିକତା: ଶ୍ରମିକଙ୍କ ମୃତଦେହ ନଦୀକୁ ଫିଙ୍ଗି ଚାଲିଗଲେ ସହଯୋଗୀ, ୪ ଅଟକ

ଝାରସୁଗଡ଼ା ଅଫିସ,୧୭।୬: ଝାରସୁଗୁଡ଼ା ଜିଲା ବନହରପାଲ୍ଲୀସ୍ଥିତ ଓପିଜିସିର ଏକ ଠିକା ସଂସ୍ଥାରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ରବିବାର ଆଲୋଡନ ସୃଷ୍ଟି ହୋଇଛି।

ଦେହ ବ୍ୟବସାୟ ସନ୍ଦେହ:୨ ବଙ୍ଗୀୟ ଯୁବତୀ ଉଦ୍ଧାର

ଦେହ ବ୍ୟବସାୟ ସନ୍ଦେହ:୨ ବଙ୍ଗୀୟ ଯୁବତୀ ଉଦ୍ଧାର

ଝାରସୁଗୁଡ଼ା ଅଫିସ,୧୭।୬: ଝାରସୁଗୁଡ଼ା ବିଜୁନଗରସ୍ଥିତ ଏକ ହୋଟେଲରୁ ରବିବାର ପୋଲିସ ୨ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ୨ ପ୍ରେମୀଯୁଗଳ ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡିଛି। ପୋଲିସ ସେମାନଙ୍କଠାରୁ ପ୍ରମାଣପତ୍ର ଜବତ କରି ଯାଞ୍ଚ କରୁଛି।

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ପଡ଼ିଆବାହାଲ,୧୭।୬(ଡି.ଏନ.ଏ.)-ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ବାହାମ ଗ୍ରାମରେ ରବିବାର ସକାଳ ସାଢେ ୫ଟାରେ ହାତୀ ଆକ୍ରମଣରେ ଉକ୍ତ ଗ୍ରାମର ବିରଞ୍ଚି ନାରାୟଣ ପଣ୍ଡା(୬୮) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବିରଞ୍ଚି ଗାଁ ନିକଟ ଆମ୍ବତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେହି ଆମ୍ବ ତୋଟାକୁ ରାତିରେ ଆସିଥିବା ଦୁଇଟି ହାତୀ ରହିଥିଲେ।

ଶୀତଳ ଷଷ୍ଠୀ ପାଇଁ କଡ଼ା ସୁରକ୍ଷା: ପ୍ରମୁଖ ଛକରେ ସିସିଟିଭି କେମେରା

ଶୀତଳ ଷଷ୍ଠୀ ପାଇଁ କଡ଼ା ସୁରକ୍ଷା: ପ୍ରମୁଖ ଛକରେ ସିସିଟିଭି କେମେରା

ସମ୍ବଲପୁର,୧୭।୬(ବ୍ୟୁରୋ) ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଅନ୍ୟ ଜିଲାରୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ ହୋଇଛି। ପ୍ରମୁଖ ଛକଗୁଡ଼ିକରେ ସିସିଟିଭି ଲଗାଯାଇଛି।

ହନୁମାନ ନିଉତା ସମ୍ପନ୍ନ: ଆଜି ମଧ୍ୟରାତ୍ରିରେ ଶିବ ବିବାହ: ବରାତିରେ ବାହାରିବେ ମହାଦେବ

ହନୁମାନ ନିଉତା ସମ୍ପନ୍ନ: ଆଜି ମଧ୍ୟରାତ୍ରିରେ ଶିବ ବିବାହ: ବରାତିରେ ବାହାରିବେ ମହାଦେବ

ସମ୍ବଲପୁର, ୧୭।୬ (ବ୍ୟୁରୋ)- ଜଗତଜନନୀ ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ବିବାହ ଉତ୍ସବ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ଚୂଡାନ୍ତ ହୋଇଛ। ରବିବାର ମଧ୍ୟ ରାତ୍ରିରେ ଶିବ ଭକ୍ତଙ୍କ କାନ୍ଧରେ ବରାତିରେ ବାହାରିବେ। ଏହାପରେ ଦେବଦମ୍ପତ୍ତିଙ୍କ ବିବାହ ହେବ।

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲା ପରିଷଦ ଅଧ୍ୟକ୍ଷା: କାମ ନ କଲେ କାର୍ଯ୍ୟାନୁଷ୍ଠାନ ହେବ

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲା ପରିଷଦ ଅଧ୍ୟକ୍ଷା: କାମ ନ କଲେ କାର୍ଯ୍ୟାନୁଷ୍ଠାନ ହେବ

ନୂଆପଡା ଅଫିସ/ଖଡିଆଳ,୧୭।୬(ଡି.ଏନ.ଏ.)- ନୂଆପଡା ଜିଲା ଖଡିଆଳ ବ୍ଲକରେ ଉନ୍ନୟନ କାମ ଧୀମେଇ ଯାଇଛି । ବିଭିନ୍ନ ସରକାରୀ ଉନ୍ନୟନ ଯୋଜନା କାର୍ଯ୍ୟକାରୀରେ ଅହେତୁକ ବିଳମ୍ବ ହେଉଥିବା ଚିନ୍ତାର ବିଷୟ ହୋଇଛି । ଏଠାରେ ଲୋକଙ୍କୁ ମୌଳିକ ସୁବିଧା ମିଳିବାରେ ଅବହେଳା ହେଉଥିବା ନେଇ ବିଭିନ୍ନ ସମୟରେ ଜନ ଆନ୍ଦୋଳନ ଦେଖାଦେଉଛି ।

କୋକସରା ବ୍ଲକରେ ମିଳୁନାହିଁ ଉପଯୁକ୍ତ ଧାନ ବିହନ:ଚାଷୀ ହତାଶ

କୋକସରା ବ୍ଲକରେ ମିଳୁନାହିଁ ଉପଯୁକ୍ତ ଧାନ ବିହନ:ଚାଷୀ ହତାଶ

କୋକସରା,୧୭।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକରେ ଉପଯୁକ୍ତ ଧାନ ବିହନ ମିଳୁନାହିଁ। ଏହାକୁ ନେଇ ଚାଷୀମାନେ ନିରାଶ ହୋଇ ବିହନ ଖୋଜୁଥିବା ଦେଖିବାକୁ ମିଳିଛି। ଏ ନେଇ ଚାଷୀମାନେ କୃଷି ବିଭାଗ ଅଧିକାରୀଙ୍କୁ ଜଣାଇ ଥିଲେ ବି କୌଣସି ବ୍ୟବସ୍ଥା କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଯାନ୍ତ୍ରିକ ତ୍ରୁଟି, ୨ ମାସ ହେଲା ସୋଲାର ଜଳ ପ୍ରକଳ୍ପ ବନ୍ଦ

ଯାନ୍ତ୍ରିକ ତ୍ରୁଟି, ୨ ମାସ ହେଲା ସୋଲାର ଜଳ ପ୍ରକଳ୍ପ ବନ୍ଦ

ଜୁନାଗଡ,୧୭।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମୁଣ୍ଡରାଗୁଡା ପଞ୍ଚାୟତ ଖସିଗୁଡା ମାଉସୀ ମନ୍ଦିର ପଡାଠାରେ ନିର୍ମାଣ କରାଯାଇଥିବା ସୋଲାର ଜଳ ପ୍ରକଳ୍ପ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗତ ୨ ମାସ ହେଲା ବନ୍ଦ ପଡିଛି। ଫଳରେ ସ୍ଥାନୀୟ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହୋଇଛନ୍ତି।

ବାଇକକୁ ଧକ୍କା ଦେଲା ଅଜଣା ଗାଡି: ଜଣେ ମୃତ, ଜଣେ ଗୁରତର

ବାଇକକୁ ଧକ୍କା ଦେଲା ଅଜଣା ଗାଡି: ଜଣେ ମୃତ, ଜଣେ ଗୁରତର

ରେଢ଼ାଖୋଲ,୧୭।୬(ଡି.ଏନ.ଏ.) ୫୫ ନଂ ଜାତୀୟ ରାଜପଥର ଅନୁଗୋଳ ଜିଲା କିଶୋରନଗର ଥାନା ବାମୁର ନିକଟସ୍ଥ ବରଘାପାଲି ନିକଟରେ ଶନିବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏକ ଅଜଣା ଗାଡି ଗୋଟିଏ ବାଇକକୁ ଧକ୍କା ଦେଇଛି। ଫଳରେ ବାଇକରେ ଥିବା ୨ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି।

ସିନେ ତାରକା ମନୋଜ ମିଶ୍ରଙ୍କ ପିତୃ ବିୟୋଗ

ସିନେ ତାରକା ମନୋଜ ମିଶ୍ରଙ୍କ ପିତୃ ବିୟୋଗ

ସମ୍ବଲପୁର, ୧୭।୬ (ବ୍ୟୁରୋ) ଖ୍ୟାତନାମା ଫୁଟବଲ ଖେଳାଳୀ ତଥା ସିନେ ତାରକା ମନୋଜ ମିଶ୍ରଙ୍କ ପିତା ବାସୁଦେବ ମିଶ୍ରଙ୍କ ଶନିବାର ହୃଦଘାତରେ ଗୋବିନ୍ଦତୋଲା ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ସରକାରୀ ଧାନ ବିହନ ମିଳୁନି: କୃଷି କାର୍ଯ୍ୟାଳୟ, ବିହନ ସମବାୟ ସମିତିକୁ ଦୌଡ଼ି ଚାଷୀ ହତାଶ

ସରକାରୀ ଧାନ ବିହନ ମିଳୁନି: କୃଷି କାର୍ଯ୍ୟାଳୟ, ବିହନ ସମବାୟ ସମିତିକୁ ଦୌଡ଼ି ଚାଷୀ ହତାଶ

ରେଢ଼ାଖୋଲ,୧୭।୬(ଡି.ଏନ.ଏ.) ଚଳିତ ଖରିଫ ରୁତୁରେ ଆଗୁଆ ମୌସୁମୀ ବର୍ଷାର ସୂଚନା ଚାଷୀମାନଙ୍କ ମନରେ ଉତ୍ସାହ ଆଣିଛି। ପାଣିପାଗ ବିଶେଷଜ୍ଞ ଓ ଜ୍ୟୋତିଷୀ ଶାସ୍ତ୍ର ମତରେ ଚଳିତବର୍ଷ ଭଲ ଫସଲ ହେବାର ପୁର୍ବାନୁମାନ କରାଯାଇଛି। ଚାଷୀମାନେ ନିଜ ନିଜର ଜମି ପ୍ରସ୍ତୁତ କରି ଧାନ ବୁଣିବା ଆରମ୍ଭ କରିଛନ୍ତି। ରଜ ସଂକ୍ରାନ୍ତି ପରେ ଧାନ ବୁଣା କାର୍ଯ୍ୟ ଜୋର୍‌ଦାର୍‌ ଚାଲିବ।

ଅପହୃତା ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ମାନେଶ୍ୱର,୧୭।୬(ଡି.ଏନ.ଏ) ସମ୍ବଲପୁର ଜିଲା ସଦର ଥାନା ଅଞ୍ଚଳରୁ ୨ମାସ ତଳେ ଜଣେ ନାବାଳିକାଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଟାଉନଥାନା ମୁଦିପଡ଼ାର ପିଣ୍ଟୁ ସାହୁ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଓସିଏଲ ଟ୍ରାନ୍ସପୋର୍ଟିଂକୁ ନେଇ ବିବାଦ ଘଟଣା: ଟ୍ରକ ମାଲିକ ସଂଘ ସଭାପତି, ସମ୍ପାଦକ ଗିରଫ

ରାଜଗାଙ୍ଗପୁର, ୧୭।୬ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ସହରରେ ଥିବା ଓସିଏଲ ସିମେଣ୍ଟ କାରଖାନାର ଟ୍ରାନ୍ସପୋର୍ଟିଂ ବିବାଦକୁ ନେଇ ଟ୍ରକ ମାଲିକ ସଂଘ, କିଛି ଟ୍ରାନ୍ସପୋଟର ଏବଂ ଓସିଏଲ ପ୍ରଶାସନ ମଧ୍ୟରେ ଗତ ୧୦ ତାରିଖରୁ ବିବାଦ ଆରମ୍ଭ ହୋଇଯାଇଛି।

ବାଲେଶ୍ୱର ଜିଲାରୁ ନିଖୋଜ ମାନସିକ ଭିନ୍ନକ୍ଷମ ଯୁବକ ସୁନ୍ଦରଗଡ଼ରୁ ଉଦ୍ଧାର

ବାଲେଶ୍ୱର ଜିଲାରୁ ନିଖୋଜ ମାନସିକ ଭିନ୍ନକ୍ଷମ ଯୁବକ ସୁନ୍ଦରଗଡ଼ରୁ ଉଦ୍ଧାର

କୁତ୍ରା, ୧୭।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୁତ୍ରା ପୋଲିସ ବାଲେଶ୍ୱର ଜିଲାରୁ ନିଖୋଜ ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ଶନିବାର ନିଜ ଗାଁକୁ ପଠାଇଦିଆଯାଇଛି। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧିନ ଗୋବରଘଟା ଲକ୍ଷ୍ମଣପୁରର ରବି ମୁର୍ମୁ (୨୦) ନାମକ ଏହି ମାନସିକ ଭିନ୍ନକ୍ଷମ ଯୁବକ ଦୀର୍ଘ ଦିନ ଧରି ନିଖୋଜ ଥିଲେ।

ସାପ୍ତାହିକ ବଜାରରେ ଜଣେ ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ

ସାପ୍ତାହିକ ବଜାରରେ ଜଣେ ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ

ଲହୁଣୀପଡା, ୧୭।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ସାପ୍ତାହିକ ଶନିବାର ବଜାରରେ ଜଣେ ବ୍ୟକ୍ତିର ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ଘଟିଛି ନା ଅଂଶୁଘାତ ଜନିତ ତାହା ଜଣାପଡିନାହିଁ।

ଆରଏସ୍‌ପି ପକ୍ଷରୁ ମେଘ ମହ୍ଲାର: କଳାକାରଙ୍କ ଆକର୍ଷଣୀୟ ନୃତ୍ୟରେ  ଦର୍ଶକ ବିମୋହିତ

ଆରଏସ୍‌ପି ପକ୍ଷରୁ ମେଘ ମହ୍ଲାର: କଳାକାରଙ୍କ ଆକର୍ଷଣୀୟ ନୃତ୍ୟରେ ଦର୍ଶକ ବିମୋହିତ

ରାଉରକେଲା ଅଫିସ, ୧୭।୬-ରଜ ଉପଲକ୍ଷେ ଆରଏସ୍‌ପି ପକ୍ଷରୁ ସିଭିକ ସେଣ୍ଟରଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମେଘ ମହ୍ଲାର ଆୟୋଜନ କରାଯାଇଥିଲା। ଏହାକୁ ଆରଏସ୍‌ପି କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ପ୍ରେମ ବିବାହ ପରେ ନବବଧୂଙ୍କୁ ହତ୍ୟା : ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଶଙ୍କରା/ସବ୍‌ଡ଼େଗା, ୧୭।୬ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଜମୁନା ଗ୍ରାମ ପଞ୍ଚାୟତ ମାୟାବାହାଳ ଘନପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ୪ବର୍ଷ ପୂର୍ବେ ପ୍ରେମ, ତାପରେ ବିଚ୍ଛେଦ। ପରେ ବିବାହ, ଶେଷରେ ହତ୍ୟା।

ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଥାନାରେ ଅଟକ

ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଥାନାରେ ଅଟକ

ଲେଫ୍ରିପଡା, ୧୭।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସର୍ଗିପାଲି ଫାଣ୍ଡି ଅନ୍ତର୍ଗତ ଢ଼େଲସରା ରାଜସ୍ବ ଗ୍ରାମର ଉଚ୍ଛାନଦୀ କୂଳ ଜଗତପଡାରେ ଜନୈକା ନାବାଳିକା ଗର୍ଭବତୀ ହୋଇଛନ୍ତି। ଏନେଇ ଫାଣ୍ଡିରେ ଅଭିଯୋଗ ହେଲା ପରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି।

ମୌଳିକ ସୁବିଧାରୁ ବଞ୍ଚିତ ତର୍କରା କଲୋନୀବାସୀ: ରାସ୍ତା, ଡ୍ରେନେଜ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ମୌଳିକ ସୁବିଧାରୁ ବଞ୍ଚିତ ତର୍କରା କଲୋନୀବାସୀ: ରାସ୍ତା, ଡ୍ରେନେଜ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ରାଉରକେଲା ଅଫିସ, ୧୭।୬-ସହରର ଦକ୍ଷିଣ ପାର୍ଶ୍ୱରେ ଆରଏସ୍‌ପି କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ତର୍କରା କଲୋନୀ ଅବସ୍ଥା ଏବେ ଜରାଜୀର୍ଣ୍ଣ। ଏଠାକାର ବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଶୁଦ୍ଧ ପାନୀୟ ଜଳ କଲୋନୀ ବାସିନ୍ଦାଙ୍କ ପାଇଁ ଏବେ ସାତ ସପନ ପାଲଟିଛି।