ରାୟଗଡା

ପରିବେଶ ସୁରକ୍ଷାରେ ବୃକ୍ଷର ରହିଛି ମହତ୍ୱ ଅବଦାନ

ପରିବେଶ ସୁରକ୍ଷାରେ ବୃକ୍ଷର ରହିଛି ମହତ୍ୱ ଅବଦାନ

ଚନ୍ଦାହାଣ୍ଡି,୧୩।୬(ଡି.ଏନ.ଏ)- ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦେଓବନ୍ଧ ବନଦୁର୍ଗା ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରଞ୍ଜନ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦୁପତ୍ର ବିଭାଗ ରେଞ୍ଜର ଜଗନ୍ନାଥ ଶତପଥି, ସମ୍ମାନୀତ ଅତିଥି କେନ୍ଦୁପତ୍ର ଫରେଷ୍ଟର ସଂଜିତ କୁମାର ଯୋଶୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ।

ବାଳିକା ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ

ବାଳିକା ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ

ଡାବୁଗାଁ,୧୩॥୭ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ଦ୍ୱାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଙ୍ଗଶିଉଳି, ନିମ୍ବ, ଚମ୍ପା, ଜାମୁକୋଳି , ପିଜୁଳି , ଆତ, ଦେବଦାରୁ, ଅମୃତଭଣ୍ଡା ଚାରା ରୋପଣ କରାଯାଇଥିଲା। ମୋଟ ୨୦୦ ବୃକ୍ଷ ରୋପଣ କରଯାଇଥିଲା ।

ବୁଥ ସ୍ତରୀୟ ଅଧିକାରୀଙ୍କ ବୈଠକ

ଡାବୁଗାଁ,୧୩।୭ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରି ୬ନଂ, ୭ନଂ ଓ ୮ନଂ ଫର୍ମ ପୂରଣ କରିବେ । ଅଧିକାରୀମାନେ ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ ବ୍ୟକ୍ତିର ନାମ ବାଦ ଦେବା, ଯେଉଁ ବ୍ୟକ୍ତି ଗ୍ରାମରୁ ଅନ୍ୟ ଗ୍ରାମକୁ ସ୍ଥାନାନ୍ତରଣ ହୋଇଛନ୍ତି ତାଙ୍କ ନାମ ତାଲିକାରୁ ବାଦ ଦେବା ଓ ଭୋଟର ତାଲିକାରେ ତ୍ରୁଟି ଥିଲେ ତାହା ସଂଶୋଧନ କରାଯିବା କାର୍ଯ୍ୟର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା ।

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା: ବାରଣ୍ଡାରେ ପିଲାଙ୍କୁ ଦିଆଯାଉଛି ପ୍ରାକ ଶିକ୍ଷା

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା: ବାରଣ୍ଡାରେ ପିଲାଙ୍କୁ ଦିଆଯାଉଛି ପ୍ରାକ ଶିକ୍ଷା

ନନ୍ଦାହାଣ୍ଡି,୧୩।୭(ଡି.ଏନ.ଏ.)-ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତସ୍ଥିତ ସିନ୍ଧିଗୁଡା- ତୁରୁଞ୍ଜିଆଗୁଡା ଅଙ୍ଗନଓ୍ବାଡି କେନ୍ଦ୍ର ଦୀର୍ଘ ୫ ବର୍ଷ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିପଦପୂର୍ଣ୍ଣ ଗୃହ ଯୋଗୁ ପ୍ରଶାସନ ଏହି କେନ୍ଦ୍ରରେ ତାଲା ପକାଇ ଦାୟିତ୍ୱ ସାରି ଦେଇଛନ୍ତି। ବର୍ତ୍ତମାନ ପିଲାମାନେ ବିପଦ ସଙ୍କୁଳ ଗୃହର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଫଳରେ କେତେବେଳେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ଏହି କେନ୍ଦ୍ରରୁ ମୋଟ ୫୩ ଜଣ ସେବା ପାଉଛନ୍ତି। ସେମାନଙ୍କ ମଧ୍ୟରେ ୨୬ ଜଣ ପ୍ରିସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ର, ୭ ମାସରୁ ୩ ବର୍ଷ ମଧ୍ୟରେ ୧୮ ଶିଶୁ , ୩ ଗର୍ଭବତୀ, ୬ ଜଣ ପ୍ରସୂତି ରହିଛନ୍ତି।

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା: ବାରଣ୍ଡାରେ ପିଲାଙ୍କୁ ଦିଆଯାଉଛି ପ୍ରାକ ଶିକ୍ଷା

ନନ୍ଦାହାଣ୍ଡି,୧୩।୭(ଡି.ଏନ.ଏ.)-ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତସ୍ଥିତ ସିନ୍ଧିଗୁଡା- ତୁରୁଞ୍ଜିଆଗୁଡା ଅଙ୍ଗନଓ୍ବାଡି କେନ୍ଦ୍ର ଦୀର୍ଘ ୫ ବର୍ଷ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିପଦପୂର୍ଣ୍ଣ ଗୃହ ଯୋଗୁ ପ୍ରଶାସନ ଏହି କେନ୍ଦ୍ରରେ ତାଲା ପକାଇ ଦାୟିତ୍ୱ ସାରି ଦେଇଛନ୍ତି। ବର୍ତ୍ତମାନ ପିଲାମାନେ ବିପଦ ସଙ୍କୁଳ ଗୃହର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଫଳରେ କେତେବେଳେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ଏହି କେନ୍ଦ୍ରରୁ ମୋଟ ୫୩ ଜଣ ସେବା ପାଉଛନ୍ତି। ସେମାନଙ୍କ ମଧ୍ୟରେ ୨୬ ଜଣ ପ୍ରିସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ର, ୭ ମାସରୁ ୩ ବର୍ଷ ମଧ୍ୟରେ ୧୮ ଶିଶୁ , ୩ ଗର୍ଭବତୀ, ୬ ଜଣ ପ୍ରସୂତି ରହିଛନ୍ତି।

୩୩ ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ

୩୩ ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ

ବାଲିମେଳା, ୧୩।୭(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ପାଇକନ୍‌ମାଲା ପଞ୍ଚାୟତ ସଦର ଗ୍ରାମରେ ୩୩ ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ବଣ୍ଟନ କରାଯାଇଛି। ପାଇକନ୍‌ମାଲା ଗ୍ରାମରେ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ଓଏମ୍‌ସି ଅଧିକାରୀ ସ୍ଥିତପ୍ରଜ୍ଞା ଦାଶ ଉପସ୍ଥିତ ରହି ହିତାଧିକାରୀଙ୍କୁ ଗ୍ୟାସ ପ୍ରଦାନ କରିଥିଲେ। ପଞ୍ଚାନନ ପାତ୍ର, ଓ୍ବାର୍ଡ ମେମ୍ବର ବିଭଳ ଖିଲ, ସରପଞ୍ଚ ଭାଗୀରଥି ମୁଦୁଲି, ନାଏବ ସରପଞ୍ଚ ମେନକା ଶିଶା, ଯୋଗାଣ ସହାୟକ ଗୋପୀନାଥ ପୂଜାରୀ ଓ ଆଶା କର୍ମୀ ପ୍ରଭାତି ମୁଦୁଲି ଉପସ୍ଥିତ ଥିଲେ।

୨୨ ଏକର ଇଡ୍‌କୋ ଜମି ଜବରଦଖଲ ଅଭିଯୋଗ

ପାରଳାଖେମୁଣ୍ଡି,୧୩।୭(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଥିବା ୨୨ ଏକର ଇଡ୍‌କୋ ଜମିକୁ ବେଆଇନ ଭାବେ ଜବରଦଖଲ କରାଯାଇଥିବା ସମତା କ୍ରାନ୍ତି ଦଳ ଅଭିଯୋଗ ଆଣିଛି । ଏହି ଜବରଦଖଲକୁ ଦଳ ପକ୍ଷରୁ ବିରୋଧ କରାଯାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

ଗ୍ରାମ ସ୍ବରୋଜଗାର ଅଭିଯାନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୩।୭(ସ୍ବ.ପ୍ର.)-କାନାରା ବ୍ୟାଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ପି.ଭି. ଭାରତୀ ଗଜପତି ଜିଲା ଗସ୍ତରେ ଆସି ଗ୍ରାମ ସ୍ବରୋଜଗାର ଅଭିଯାନ କାର୍ଯ୍ୟକ୍ରମରେ ଶତ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି। ଭାରତୀ ପ୍ରଥମେ ପାରଳାଖେମୁଣ୍ଡି ବ୍ଲକର ବାଘଶଳା ଗ୍ରାମସ୍ଥିତ ରାଧାକାନ୍ତ ମଠରେ ଆୟୋଜିତ ମେଗା କ୍ୟାମ୍ପରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ସମ୍ପର୍କରେ ବୁଝାଇ ଥିଲେ ।

ଘରଡିହ ପ୍ରଦାନ ଦାବିରେ ଧାରଣା

ଘରଡିହ ପ୍ରଦାନ ଦାବିରେ ଧାରଣା

ପାରଳାଖେମୁଣ୍ଡି,୧୩।୭(ସ୍ବ.ପ୍ର.)-ଗଜପତି ଜିଲାର ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଘର ଡିହ ପ୍ରଦାନ ଓ ଗ୍ରାମାଞ୍ଚଳରେ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ କରିବା ଦାବି ନେଇ ସିପିଆଇ ଏବଂ ଭାରତୀୟ କ୍ଷେତ ମଜଦୁର ୟୁନିଅନ ପକ୍ଷରୁ ମିଳିତ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏ ନେଇ ସିପିଆଇ ଜିଲା ସଭାପତି ଜନ୍ନା ସୁଭାଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ସହରର ଫାୟାର ଷ୍ଟେଶନ ଛକଠାରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ପ୍ରଶାସନ ବିରୋଧୀ ସ୍ଲୋଗାନ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଗଜପତି ଜିଲାବାସୀ ଓ ପାରଳାଖେମୁଣ୍ଡି ସହରର ବସ୍ତିବାସିନ୍ଦା ଗୃହହୀନ ଲୋକଙ୍କୁ ବାସଗୃହ ଯୋଗାଇବା ଦାବିରେ ଧାରଣା ଦେଇଥିଲେ।

ବାଲ-ମୁକୁନ୍ଦ ସଂସ୍କାର କେନ୍ଦ୍ର ଉଦ୍‌ଘାଟିତ

ପାରଳାଖେମୁଣ୍ଡି, ୧୩।ା୭(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ପୌରପରିଷଦ ଅଧୀନ ୧ନମ୍ବର ୱାର୍ଡସ୍ଥିତ କମ୍ୟୁନିଟି ହଲ ପରିସରରେ ବାଲ-ମୁକୁନ୍ଦ ସଂସ୍କାର କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି କେନ୍ଦ୍ରକୁ ଦେବୀ ମଠର ମହନ୍ତ ରାମାନନ୍ଦ ଦାସଜୀ ମହାରାଜ ଉଦ୍‌ଘାଟନ କରିଥିଲେ। ପ୍ରତ୍ୟହ ଅପରାହ୍ନ ୪:୩୦ ମିନିଟ୍‌ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଠାରେ ବାଲ-ମୁକୁନ୍ଦ କାର୍ଯ୍ୟକ୍ରମ ଚାଲିବ।

ହାଇମାଷ୍ଟ ଲାଇଟ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,୧୩।୭(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ୫ନମ୍ବର ୱାର୍ଡ ଅଧୀନ ପାଡାଲ ସାହି ଛକଠାରେ ଏକ ମିନି ହାଇମାଷ୍ଟ ଲାଇଟ ଉଦଘାଟନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ସୂରିୟା ରାଓ।ଏହି ଲାଇଟ ପାଇଁ ପୌର ପରିଷଦ ପକ୍ଷରୁ ୧ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଦୀର୍ଘଦିନ ହେଲା ଉକ୍ତ ଅଞ୍ଚଳରେ ଆଲୋକ ବ୍ୟବସ୍ଥା ପାଇଁ ଲୋକେ ଦାବି କରିଆସୁଥିଲେ।

ପୌର ପରିଷଦ କାର୍ଯ୍ୟାଳୟ:ଖତ ଖାଉଛି  ପୁରୁଣା ଗାଡ଼ି

ପୌର ପରିଷଦ କାର୍ଯ୍ୟାଳୟ:ଖତ ଖାଉଛି ପୁରୁଣା ଗାଡ଼ି

ରାୟଗଡା ଅଫିସ୍‌, ୧୩।୭- ରାୟଗଡା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଦୀର୍ଘବର୍ଷ ହେଲା ଲକ୍ଷାଧିକ ଟଙ୍କାର ବହୁ ପୁରୁଣା ଗାଡି, ଟ୍ୟାଙ୍କର, ଡଷ୍ଟବିନ୍‌, ଲାଇଟ୍‌ ଫିଟିଂ, ସାଇନ୍‌ବୋର୍ଡ, ଗ୍ରୀଲ୍‌ ଏପରି ବହୁ ପ୍ରକାର ଲୁହା ସାମଗ୍ରୀ ଖତ ଖାଉଛି । ପୌର ପରିଷଦ ଅଧୀନରେ ଥିବା ମୋଟ ୨୮ଟି ୱାର୍ଡ ସମେତ ସହରର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ନିମନ୍ତେ ବ୍ୟବହାର ହେଉଥିବା ପୁରୁଣା ଟ୍ୟାଙ୍କର, ଟ୍ରାକ୍ଟର ଟ୍ରଲି, ବିଭିନ୍ନ ଅଞ୍ଚଳରେ ପୂର୍ବରୁ ଆଲୋକୀକରଣ ହୋଇଥିବା ମରକ୍ୟୁର ଲାଇଟ୍‌, ଡଷ୍ଟବିନ୍‌, ଲୁହା ଗ୍ରୀଲ୍‌ ଗୁଡିକ ନଷ୍ଟ ହେବା ପରେ ସେଗୁଡିକ ପୌର ପରିଷଦ କାର୍ଯ୍ୟାଳୟର ପଛପଟେ ଜମା ହୋଇ ରହିଛି । ସେଗୁଡିକୁ ବିଭାଗ ପକ୍ଷରୁ ବିକ୍ରି ନିମନ୍ତେ ଟେଣ୍ଡର କରାଯାଉ ନ ଥିବା ଅଭିଯୋଗ ହୋଇଛି । ଜମା ହୋଇ ରହିଥିବା ବହୁ ସାମଗ୍ରୀ ଗାଏବ ହେଉଥିଲେ ମଧ୍ୟ ଏ ଦିଗରେ ପୌର ପରିଷଦର ଦୃଷ୍ଟି ପଡୁନାହିଁ ।

ଟିକିରିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଟିକିରିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଟିକିରି,୧୩।୭-ରାୟଗଡ଼ା ଜିଲା କାଶିପୁର ବ୍ଲକ ଟିକିରି ସଦର ଓ ଆଖପାଖ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦୀର୍ଘଦିନ ଧରି ଡ଼୍ରେନ ଓ ରାସ୍ତାଘାଟରେ କୁଢକୁଢ ଆବର୍ଜନା ଗଦା ହୋଇ ରହିଛି । ଅଳିଆ ଆବର୍ଜନାରେ ଡ଼୍ରେନଗୁଡ଼ିକ ପୋତି ହୋଇ ରହିଥିବାରୁ ବର୍ଷା ଜଳ ଠିକ୍‌ ଭାବେ ନିଷ୍କାସନ ହୋଇପାରୁନାହିଁ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମୋ ସ୍କୁଲ ଅଭିଯାନ ବୈଠକ

ମୋ ସ୍କୁଲ ଅଭିଯାନ ବୈଠକ

ଜେକେପୁର, ୧୩।୭(ଡି.ଏନ୍‌.ଏ)- ରାୟଗଡା ବ୍ଲକ୍‌ କୁମୁଟୁଲିପେଟା ଗ୍ରାମ ପଞ୍ଚାୟତ ସଦର ଠାରେ ଥିବା ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନଶିକ୍ଷକ ବିରେନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କର ମୋ ସ୍କୁଲ ଅଭିଯାନର ତାତ୍ପର୍ଯ୍ୟ ଓ ମହତ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି ବୈଠକରେ ୨୫ଜଣ ପୁରାତନ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଶିକ୍ଷାରମାନ ବୃଦ୍ଧି କିପରି ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ମୁଖ୍ୟରାସ୍ତାର ଗର୍ତ୍ତ ମରାମତି କଲେ  ଯବାନ

ମୁଖ୍ୟରାସ୍ତାର ଗର୍ତ୍ତ ମରାମତି କଲେ ଯବାନ

ମୁନିଗୁଡ଼ା,୧୩।୭(ଡି.ଏନ୍‌.ଏ.)- ରାୟଗଡା ଜିଲା ମୁନିଗୁଡ଼ା ତିନି କୋଶିଆ ଛକ ରେଳ ଫାଟକ ନିକଟସ୍ଥ ମୁଖ୍ୟରାସ୍ତାରେ କିଛିଦିନ ହେବ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଭାରିଯାନ ଓ ଛୋଟ ଯାନଗୁଡିକ ପାଇଁ ଯିବା ଆସିବାରେ ବହୁ ଅସୁବିଧା ଉପୁଜୁଥିବା ଦେଖାଯାଇଥିଲା। ଏ ନେଇ ସ୍ଥାନୀୟ ଲୋକେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ହେଲେ ସେ ଉକ୍ତ ରାସ୍ତାଟି ରେଳବାଇ ଅଧୀନରେ ଅଛି ସେମାନେ ଏହାର ମରାମତି କରିବା କଥା ବୋଲି ଯନ୍ତ୍ରୀ କହିଥିଲେ । ପରେ ବାରମ୍ବାର ରେଳ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ସୁଧା କେହି କର୍ଣ୍ଣପାତ କରୁ ନ ଥିଲେ । ତେଣୁ ବାଧ୍ୟ ହୋଇ ମୁନିଗୁଡାଠାରେ ଅବସ୍ଥାପିତ ୮ମ ବାଟାଲିୟନର ସିଆରପିଏଫ୍‌ ଯବାନମାନେ ଏହାକୁ ମରାମତି କରିଛନ୍ତି ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଚନ୍ଦ୍ରପୁର,୧୩।୭(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଚନ୍ଦ୍ରପୁର ଲ୍ୟାମ୍ପସ ତରଫରୁ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ପ୍ରଟିଙ୍ଗା ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ। ଏଥିରେ ସମବାୟର ଭୂମିକା, ଚାଷୀମାନଙ୍କ ରହିଥିବା ରିହାତି ସୁବିଧା, ଋଣ ପ୍ରଧାନ, ଫସଲ ବୀମା ପଞ୍ଜୀକରଣ, ଠିକ୍‌ସମୟରେ ଋଣ ପରିଶୋଧ କଲେ ସୁଧହାର କମ, ପଞ୍ଜୀକରଣ କରି ଧାନବିକ୍ରି, ସାର କ୍ରୟ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ରାସ୍ତାରେ ଭାସୁଛି ଡ୍ରେନ ପାଣି

ରାସ୍ତାରେ ଭାସୁଛି ଡ୍ରେନ ପାଣି

ମାଥିଲି, ୧୩।୭ (ଡି.ଏନ୍‌.ଏ.) - ଝିପି ଝିପି ବର୍ଷାରେ ବେହାଲ ସହର। ଡ୍ରେନ ଅଛି, ପାଣି ନିଷ୍କାସନରେ ଲାଗିଛି ସମସ୍ୟା। କିଛି ଦିନର ଲଗାଣ ବର୍ଷାରେ ସହରରୁ ଗାଁ ପର୍ଯ୍ୟନ୍ତ ଡ୍ରେନ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ଡ୍ରେନ ସଫା କରାଯାଉ ନ ଥିବାରୁ ଏବେ ଡ୍ରେନ ପାଣି ରାସ୍ତା ଉପରେ ମାଡି ଆସୁଛି। ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଗାନ୍ଧୀ ଛକ ଠାରୁ ଉପରସାହି ଯିବା ରାସ୍ତାରେ ଗୁରୁବାର ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ମାଓବାଦୀ ନେତା ରଣଦେବଙ୍କ ଚିଠି:ଆତ୍ମସମର୍ପଣକାରୀଙ୍କ ପରିବାରକୁ ନିର୍ଯ୍ୟାତନା ଦେଇନୁ

ମାଲକାନଗିରି, ୧୩।୭(ଡି.ଏନ୍‌.ଏ.) -ମାଓବାଦୀ ସଂଗଠନ କୌଣସି ନିରିହ ଜନତାଙ୍କ ଉପରେ ଅତ୍ୟାଚାର କରୁନାହିଁ। ଆତ୍ମସମର୍ପଣକାରୀ ମାଓବାଦୀମାନେ ଯେଉଁ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସି.ପି.ଆଇଏମ୍‌ କାଲିମେଳା ଆଞ୍ଚଳିକ କମିଟି ଗଣମାଧ୍ୟମକୁ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାରକୁ ସଙ୍ଗଠନର ଜମିରେ ହଳ କରିବାକୁ ବାରଣ କରାଯାଇ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। କେବଳ ଆତ୍ମସମର୍ପଣ କରିଥିବା ଋଷି ଓ ଶୁକଦେବଙ୍କ କଥାରେ ପଡ଼ି ଯେଉଁମାନେ ପୋଲିସ ସୂଚନାକାରୀ ଭାବେ କାର୍ଯ୍ୟ କରୁଥିଲେ, ସେମାନଙ୍କୁ ଓ ସେଭଳି କୁରୁବ ଗ୍ରାମର ୨ ଟି ପରିବାରକୁ ବାରଣ କରାଯାଇଥିଲା।

ବୋରିପୁଟ ପାହାଡ଼ରେ ମାଫିଆଙ୍କ ଆଖି:କୋଟିଏ ଟଙ୍କାର ପଥର ଲୁଟ୍‌ ପାଇଁ ମସୁଧା

ବୋରିଗୁମ୍ମା,୧୩।୭(ଡି.ଏନ୍‌.ଏ.):କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ବୋରିପୁଟ ପାହାଡ଼ରେ ପଥର ଅତଡ଼ା ଖସି ୨ ଜଣ ଜେସିବି ଅପରେଟରଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା। ଅଘଟଣର ୧୫ ଦିନ ପରେ ସେଇ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ପାରିଥିଲା। ଏଭଳି ଘଟିବା ପରେ ମଧ୍ୟ ପଥର ମାଫିଆଙ୍କ ଲୋଭ ଏହି କ୍ୱାରି ଉପରୁ ହଟିନାହିଁ। ପ୍ରଶାସନିକ କଟକଣାକୁ ଫୁ କରି ସେମାନେ ଏଠାରୁ କୋଟିଏ ଟଙ୍କାର ପଥର ଲୁଟିନେବାକୁ ମସୁଧା ଚଳାଇଛନ୍ତି।

ନାଳରେ ପଡି ଯୁବକ ମୃତ

ମାଥିଲି, ୧୨।୭ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ପାଙ୍ଗାମ ପଞ୍ଚାୟତ ଅଧୀନ ଶିରାଗୁଡା ଗ୍ରାମସ୍ଥିତ ଏକ ନାଳରେ ପଡିି ଜଣେ ଯୁବକଙ୍କ ଗୁରୁବାର ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ସହଦେବ ନାୟକ (୨୮)।

ମଧ୍ୟାହ୍ନଭୋଜନ ଅଣ୍ଡାରେ ପୋକ ବାହାରିବା ଘଟଣା: ତଦନ୍ତ କଲେ ୨ ଏବିଇଓ

ମଧ୍ୟାହ୍ନଭୋଜନ ଅଣ୍ଡାରେ ପୋକ ବାହାରିବା ଘଟଣା: ତଦନ୍ତ କଲେ ୨ ଏବିଇଓ

ଜୟପୁର,୧୨ା୭(ଡି.ଏନ୍‌.ଏ.): ଜୟପୁର ସହର ପୁରୁଣା ମାଛ ବଜାରସ୍ଥିତ କେନ୍ଦ୍ରିୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଅଣ୍ଡାରେ ପୋକ ବାହାରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ଦୁଇଜଣ ସହକାରୀ ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଳୟରେ ପହଞ୍ଚତ୍ ଘଟଣା ସମ୍ପର୍କରେ ତଦାରଖ କରିଛନ୍ତି।

ଗୋଟିଏ ଦିନ ପରେ ରଥଯାତ୍ରା: କାଦୁଅରେ ଭର୍ତ୍ତି  ବାଗଦେରି ବଡ଼ଦାଣ୍ଡ

ଗୋଟିଏ ଦିନ ପରେ ରଥଯାତ୍ରା: କାଦୁଅରେ ଭର୍ତ୍ତି ବାଗଦେରି ବଡ଼ଦାଣ୍ଡ

ଜୟପୁର,୧୨ା୭(ନି.ପ୍ର.): କୁନ୍ଦୁରା ବ୍ଲକ ବାଗଦେରୀ ବଡ଼ଦାଣ୍ଡ ମରାମତି ହୋଇନାହିଁ ା ଆଉ ଦିନକ ପରେ ରଥଯାତ୍ରା।ରଥ ନିର୍ମାଣ ଶେଷ ହେବାକୁ ଆସଲାଣି ା କିନ୍ତୁ ବାଗଦେରି ବଡ଼ଦାଣ୍ଡ ରାସ୍ତା ଖରାପ ଥିବାବେଳେ କାଦ ପଚପଚ। ଏନେଇ ଜଗନ୍ନାଥ ମନ୍ଦିର କମିଟି ଜୟପୁର ଦେବୋତ୍ତର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ବସ୍ତିବାସିନ୍ଦାଙ୍କୁ ଘରଡିହ ପ୍ରଦାନ ଦାବିରେ ଧାରଣା

ବସ୍ତିବାସିନ୍ଦାଙ୍କୁ ଘରଡିହ ପ୍ରଦାନ ଦାବିରେ ଧାରଣା

ପାରଳାଖେମୁଣ୍ଡି,୧୨।୭(ସ୍ବ.ପ୍ର.)-ଗଜପତି ଜିଲାର ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଘର ଡିହ ପ୍ରଦାନ ଓ ଗ୍ରାମାଞ୍ଚଳରେ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ କରିବା ଦାବି ନେଇ ସିପିଆଇ ଏବଂ ଭାରତୀୟ କ୍ଷେତ ମଜଦୁର ୟୁନିଅନ ପକ୍ଷରୁ ମିଳିତ ଭାବେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏ ନେଇ ସିପିଆଇ ଜିଲା ସଭାପତି ଜନ୍ନା ସୁଭାଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ବିଭିନ୍ନ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ପର୍ଯ୍ୟବେକ୍ଷକ

ବିଭିନ୍ନ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ପର୍ଯ୍ୟବେକ୍ଷକ

ଗୁଣପୁର,୧୨।୭(ଡିଏନ.ଏ): କେନ୍ଦ୍ର ସରକାରଙ୍କ ପରିବହନ ବିଭାଗ ଯଗ୍ମ ସଚିବ ତଥା ଗ୍ରାମ୍ୟ ସ୍ବରାଜ ଯୋଜନାର ରାୟଗଡା ଜିଲା ପର୍ଯ୍ୟବେକ୍ଷକ ସତ୍ୟବ୍ରତ ସାହୁ ଗୁଣପୁର ବ୍ଲକର ରେଗେଡା ଏବଂ ଡମ୍ବସରା ଅଞ୍ଚଳ ଗସ୍ତ କରିଥିଲେ। ଗ୍ରାମ୍ୟ ସ୍ବରାଜ ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କିପରି କାର୍ଯ୍ୟକାରୀ ହେଉଛି। ଲୋକମାନେ ଏହାର କିପରି ସୁଫଳ ପାଇଛନ୍ତି। ଏ ସମସ୍ତ ବିଷୟରେ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ।