ରାୟଗଡା

ମହିଳାଙ୍କ ମୃତ୍ୟୁ ଘଟଣା, ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ଲୋକେ

ରାୟଗଡ଼ା ଅଫିସ୍‌,୯।୨- ରାୟଗଡ଼ା ଜିଲା ବପୁଜୀ ନଗରଠାରେ ରହୁଥିବା ପ୍ରିୟଙ୍କା ନାଗଙ୍କ ଗୁରୁବାର ମୃତ୍ୟୁ ଘଟିଛି । ଏ ନେଇ ପରିବାର ଲୋକେ ଚାନ୍ଦିଲି ଥାନାରେ ଏହା ଏକ ଯୌତୁକ ନିର୍ଯାତନା ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି।

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା ଅଫିସ୍‌,୯।୨- ରାୟଗଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀରୁ ଶୁକ୍ରବାର ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରାୟଗଡ଼ା ପୋଲିସ୍‌।

ପ୍ରକଳ୍ପ ନିର୍ମାଣରେ ବାଧକ ଜମି ଅଧିଗ୍ରହଣ

ଜୟପୁର, ୯।୨(ଡି.ଏନ୍‌.ଏ.)-କୋରାପୁଟ ଜିଲାର ବହୁ ପ୍ରତୀକ୍ଷିତ ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ ୧୫୦ କୋଟି ଓ ମାଲକାନଗିରି-ଜୟପୁର ପାଇଁ ୯୫ କୋଟି ଟଙ୍କା ମଞ୍ଜୁର ହୋଇଛି।

ମାନବିକତା ଦେଖାଇଲେ ଯବାନ: ଗର୍ଭବର୍ତୀଙ୍କୁ ପେଟ୍ରୋଲିଂ ବୋଟରେ ପାରି କରାଇଲେ ଡ୍ୟାମ

ମାନବିକତା ଦେଖାଇଲେ ଯବାନ: ଗର୍ଭବର୍ତୀଙ୍କୁ ପେଟ୍ରୋଲିଂ ବୋଟରେ ପାରି କରାଇଲେ ଡ୍ୟାମ

କୋରୁକୋଣ୍ଡା,୮।୨- ମାଲାକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳରେ ଜଣେ ଗର୍ଭବତୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳ ତାଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ବିଏସ୍‌ଏଫ୍‌ ଯବାନ।

ଚଳନ୍ତା କାରରେ ନିଆଁ

ଚଳନ୍ତା କାରରେ ନିଆଁ

ବିଷମକଟକ, ୮।୨(ଡି.ଏନ୍‌.ଏ.)- ରାୟଗଡା ଜିଲା ବିଷମକଟକ ଥାନା ଗୋତିଗୁଡା ଅଞ୍ଚଳରେ ଗୁରୁବାର ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଗାଡିଟି ସମ୍ପୁର୍ଣ୍ଣ ପୋଡିଯାଇଛି।

ଉତ୍କଳିକା ପ୍ରଦର୍ଶନୀ: ସ୍ବଦେଶୀ ସାମଗ୍ରୀକୁ ମିଳୁଛି ପ୍ରୋତ୍ସାହନ

ଉତ୍କଳିକା ପ୍ରଦର୍ଶନୀ: ସ୍ବଦେଶୀ ସାମଗ୍ରୀକୁ ମିଳୁଛି ପ୍ରୋତ୍ସାହନ

କୋରାପୁଟ/ଦାମନଯୋଡ଼ି,୮ା୨(ସ୍ବ.ପ୍ର.) ଆଧୁନିକତାର ମାନିଆ ଭିତରେ ସ୍ବଦେଶୀ ସାମଗ୍ରୀ ଏକ ପ୍ରକାର ହଜିଯିବାକୁ ବସିଛି। କିନ୍ତୁ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ‘ଉତ୍କଳିକା’ ମାଧ୍ୟମରେ ସ୍ବଦେଶୀ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଓଡିଶାର ୧୦ ହଜାର ପରିବାରକୁ ସ୍ବାବଲମ୍ବୀ କରାଇବାରେ ସହାୟକ ହୋଇପାରିଛନ୍ତି।

ବିସ୍ଥାପିତ ପରିବାର ପାଖରେ ବିକାଶ ଅପହଞ୍ଚ

ବିସ୍ଥାପିତ ପରିବାର ପାଖରେ ବିକାଶ ଅପହଞ୍ଚ

କୋଲାବନଗର, ୮ା୨(ଡି.ଏନ୍‌.ଏ.) ୩୩ ବର୍ଷ ତଳେ ଯେତେବେଳେ କୋଲାବ ନଦୀବନ୍ଧ ଯୋଜନା ହେଲା, ଏଥିରେ ଭିତରଛେଣ୍ଡା ଗ୍ରାମର ୩୧ ପରିବାର ବିସ୍ଥାପିତ ହେଲେ। ସେମାନଙ୍କ ମଧ୍ୟରୁ ୧୬ଟି ପରିବାରକୁ ଥଇଥାନ କଲା ପ୍ରଶାସନ। ଅନ୍ୟ ୧୫ଟି ପରିବାର ଭିଟାମାଟି ଛାଡ଼ି ଯିବାକୁ ରାଜି ହେଲେ ନାହିଁ। ପିଲାଛୁଆ ଧରି ସେମାନେ ନଦୀବନ୍ଧ ତଟ ଦେଶରେ ପଡ଼ି ରହିଲେ । ଏହି ତିନି ଦଶନ୍ଧି ଭିତରେ ସେମାନଙ୍କ ପରିବାର ଜଞ୍ଜାଳ ବଢିଛି ସତ; କିନ୍ତୁ ବିକାଶର ସ୍ରୋତରୁ ସେମାନେ ଦୂରେଇ ଯାଇଛନ୍ତି। ଜୀବନ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସବୁଥିରେ ସମସ୍ୟା ସେମାନଙ୍କୁ ବାନ୍ଧି ରଖିଛି। ଜଳବନ୍ଦୀ ଜୀବନ କାଟୁଛନ୍ତି ଏହି ବିସ୍ଥାପିତ ପରିବାର।

ରାୟଗଡା ଜିଲାରେ ୧୭୧୧ ଶିଶୁ ପୁଷ୍ଟିହୀନତାର ଶିକାର

ରାୟଗଡା ଜିଲାରେ ୧୭୧୧ ଶିଶୁ ପୁଷ୍ଟିହୀନତାର ଶିକାର

ରାୟଗଡା ଅଫିସ୍‌, ୮ା୨ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଜିଲାରେ ୧୯୪୭ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଏହା ମାଧ୍ୟମରେ ୫ବର୍ଷ ବୟସର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଜିଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା କିଛିମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ଡିସେମ୍ବର ୨୦୧୭ ସୁଦ୍ଧା ଜିଲାର ୧୧ଟି ବ୍ଲକ୍‌ରେ ମୋଟ ୧୭୧୧ଜଣ ଶିଶୁ ପୃଷ୍ଟିହୀନତାର ଶିକାର ହୋଇଥିବା ଜିଲା ଆଇସିଡିଏସ୍‌ ବିଭାଗ ପକ୍ଷରୁ ଜଣାପଡିଛି। ଆଇସିଡିଏସ୍‌ ବିଭାଗ ଦ୍ୱାରା ପରିଚାଳିତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ପୁଷ୍ଟିସାରଯୁକ୍ତ କି ନୁହେଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଷ୍ଟିହୀନତାର ଶିକାର ହେଉଥିବା ସମସ୍ତ ଶିଶୁଙ୍କ ବୟସ କମ୍‌ ହୋଇଥିବାରୁ ଏହାର ନିରାକରଣ ପାଇଁ ଜିଲା ପ୍ରଶାସନ ଓ ଦାୟିତ୍ୱରେ ଥିବା ବିଭାଗ ପକ୍ଷରୁ କରାଯାଉଥିବା ସରକାରଙ୍କ ସମସ୍ତ ଯୋଜନା ଓ ଉଦ୍ୟମ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଜିଲା ପ୍ରଶାସନ ଓ ଜିଲା ଆଇସିଡିଏସ୍‌ ବିଭାଗ ପକ୍ଷରୁ ଆଦିବାସୀ ବହୁଳ ଏହି ଜିଲାର ଅପପୁଷ୍ଟି ସମ୍ପର୍କରେ କୌଣସି ଜନସଚେତନତା କାର୍ଯ୍ୟକ୍ରମ କରାଯାଉ ନ ଥିବା ଅଭିଯୋଗ ହେଉଛି ।

ଦାଦନ ଖଟିବାକୁ ଯାଉଥିବା ୧୬ ପିଲା ଉଦ୍ଧାର

ମାଲକାନଗିରି/କାଲିମେଳା,୭।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ବୁଧବାର ୧୬ ଜଣ ନାବାଳିକା ନାବାଳକଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୧୪ ଜଣ ନାବାଳିକା ଥିଲା ବେଳେ ୨ ଜଣ ନାବାଳକ ଅଛନ୍ତି।

ତୃତୀୟ ଦିନରେ ଏନ୍‌ଏଚ୍‌ଆରସି ତଦନ୍ତ: ଡାକ୍ତର, ପରିବାର, ଫୋରେନ୍ସିକ ଟିମ୍‌ ବୟାନ ରେକର୍ଡ଼

ତୃତୀୟ ଦିନରେ ଏନ୍‌ଏଚ୍‌ଆରସି ତଦନ୍ତ: ଡାକ୍ତର, ପରିବାର, ଫୋରେନ୍ସିକ ଟିମ୍‌ ବୟାନ ରେକର୍ଡ଼

କୋରାପୁଟ,୭।୨(ସ୍ବ.ପ୍ର./ଡି.ଏନ୍‌.ଏ.)- ବୁଧବାର ତୃତୀୟ ଦିନରେ ଏନଏଚଆରସି ଦଳ ପୀଡ଼ିତାଙ୍କୁ ଗଣ ବଳାତ୍କାର ଓ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରି ରଖିଛି।

କୋଠା ଠିଆ ହୋଇ ୨ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହେଉନି ଏସ୍‌ଡିପିଓ କାର୍ଯ୍ୟାଳୟ

କୋଠା ଠିଆ ହୋଇ ୨ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହେଉନି ଏସ୍‌ଡିପିଓ କାର୍ଯ୍ୟାଳୟ

ଜୟପୁର,୭।୨(ନି.ପ୍ର.)- ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ନୂତନ ଭାବେ ଠିଆ ହୋଇଥିବା କୋଠା କାର୍ଯ୍ୟକ୍ଷମ ହେଉନାହିଁ। ୨ ବର୍ଷ ତଳେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୋଠାଟି ଏବେ ବ୍ୟବହାର ନ ହୋଇ ଭୁତକୋଠିରେ ପରିଣତ ହେବାକୁ ବସିଛି। ଜିଲା ପୋଲିସ ପ୍ରଶାସନ କିନ୍ତୁ ଏଥିପ୍ରତି ଗୁରୁତ୍ୱ ନଦେବା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବେଆଇନ କୋଠା ଭାଙ୍ଗିଲା ପ୍ରଶାସନ

ବେଆଇନ କୋଠା ଭାଙ୍ଗିଲା ପ୍ରଶାସନ

ପାରଳାଖେମୁଣ୍ଡି, ୭। ୨(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ କେତେକ ବ୍ୟକ୍ତି ସରକାରୀ ଜାଗା ଅକ୍ତିଆର କରି ବେଆଇନ ଭାବେ କୋଠା ନିର୍ମାଣ କରି ବ୍ୟବସାୟ ଚଳାଇଛନ୍ତି।

ଚାଇଲ୍ଡ ଲାଇନ ଦ୍ୱାରା ନାବାଳକ ଉଦ୍ଧାର

ପାରଳାଖେମୁଣ୍ଡି, ୭।୨(ସ୍ବ.ପ୍ର.)-ଗଜପତି ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଜଣେ ୧୧ବର୍ଷର ନାବାଳକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ଘର ଗଜପତି ଜିଲା ରାୟଗଡା ଅନ୍ତର୍ଗତ ସୌରା ସୁନାପୁର ଗ୍ରାମରେ। ସେ ଭୁଲବଶତଃ ବସ୍‌ରେ ଚଢି ପାରଳାଖେମୁଣ୍ଡି ଚାଲିଆସିଥିଲେ ।

ପ୍ରେମ ପରେ ପ୍ରତାରଣା: ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ପ୍ରେମ ପରେ ପ୍ରତାରଣା: ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି, ୭।୨(ସ୍ବ.ପ୍ର.)-ପ୍ରଥମେ ପ୍ରେମ, ପରେ ପ୍ରତାରଣା। ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବଳାତ୍କାର କରିବା ଅଭିଯୋଗରେ ଗଜପତି ଜିଲା ରାୟଗଡ ଥାନା ଅଧୀନ ସୋରଡା ଗ୍ରାମର ରାଜୁ ଗୌଡ(୨୦)ଙ୍କୁ ପୋଲିସ ଗିରଫ କରିଛି।

ନବରତ୍ନ ଅଳଙ୍କାର ଦୋକାନରେ ଚଢାଉ, ସନ୍ଦେହରେ ଆୟକର ବିଭାଗ କର୍ମଚାରୀଙ୍କ କାର୍ଯ୍ୟକଳାପ

ନବରତ୍ନ ଅଳଙ୍କାର ଦୋକାନରେ ଚଢାଉ, ସନ୍ଦେହରେ ଆୟକର ବିଭାଗ କର୍ମଚାରୀଙ୍କ କାର୍ଯ୍ୟକଳାପ

ସେମିଳିଗୁଡ଼ା,୭।୨(ସ୍ବ.ପ୍ର.)- ସେମିଳିଗୁଡ଼ା ମ୍ୟୁନିସିପାଲିଟିର ୨୯ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନବରତ୍ନ ଜୁଏଲାରୀ ନାମକ ଏକ ଗହଣା ଦୋକାନରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି।

ଆରମ୍ଭ ହେଲା ଝଞ୍ଜାବତୀ ନୂତନ ପୋଲ ନିର୍ମାଣ

ଆରମ୍ଭ ହେଲା ଝଞ୍ଜାବତୀ ନୂତନ ପୋଲ ନିର୍ମାଣ

ରାୟଗଡା ଅଫିସ୍‌, ୭।୨- ରାୟଗଡା ସହରରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ତଥା ରାୟଗଡା ସହରର ପ୍ରସିଦ୍ଧ ମା’ ମଝିଘରିଆଣୀ ମନ୍ଦିର ନିକଟ ଝଞ୍ଜାବତୀ ନଦୀ ଉପରେ ଥିବା ପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।

ପୁଷ୍ଟ ହେଉଛନ୍ତି କର୍ମଚାରୀ, ଅପପୁଷ୍ଟିରେ ଶିଶୁ

ପୁଷ୍ଟ ହେଉଛନ୍ତି କର୍ମଚାରୀ, ଅପପୁଷ୍ଟିରେ ଶିଶୁ

ଜୟପୁର,୭।୨(ନି.ପ୍ର.)- କୋରାପୁଟ ଜିଲାରେ କାର୍ଯ୍ୟକାରୀ ହେଉଛି ସମନ୍ବିତ ଶିଶୁ ବିକାଶ ଯୋଜନା। କିନ୍ତୁ ବିଡ଼ମ୍ବନା ହେଉଛି, ଏହି ଯୋଜନାରେ ପିସି କାରବାର କରି କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀ ପୁଷ୍ଟ ହେଉଥିବା ବେଳେ ଜିଲାର ଶତାଧିକ ଶିଶୁ ଅପପୁଷ୍ଟିରେ ଆକ୍ରାନ୍ତ ହୋଇଛନ୍ତି।

ପୃଥକ୍‌ସ୍ଥାନରୁ ୪୪୧ କେଜି ଗଞ୍ଜେଇ ଜବତ: ବାହାର ରାଜ୍ୟର ୪ ମହିଳାଙ୍କ ସମେତ ୭ ଗିରଫ

ପୃଥକ୍‌ସ୍ଥାନରୁ ୪୪୧ କେଜି ଗଞ୍ଜେଇ ଜବତ: ବାହାର ରାଜ୍ୟର ୪ ମହିଳାଙ୍କ ସମେତ ୭ ଗିରଫ

ମାଲକାନଗିରି, ୬।୨(ଡି.ଏନ୍‌.ଏ./ସ୍ବ.ପ୍ର.)- ଦିନକୁ ଦିନ ମାଲକାନଗିରି ଜିଲାରେ ଗଞ୍ଜେଇ କାରବାର ବଢିବାରେ ଲାଗିଛି। ଏଥିରେ ବାହାର ରାଜ୍ୟର ମହିଳାଙ୍କ ସମ୍ପୃକ୍ତି ଘଟଣାକୁ ବେଶି ଗୁରୁତର କରୁଛି। ପୋଲିସ ଓ ଅବକାରୀ ବିଭାଗ ଜିଲାର ପୃଥକ ସ୍ଥାନରେ ଚଢାଉ କରି ବିପୁଳ ଗଞ୍ଜେଇ ଜବତ କରିଛି। ଚିତ୍ରକୋଣ୍ଡା ଅଞ୍ଚଳରୁ ୪୧କେଜି ଓ ପଦ୍ମଗିରି ଅଞ୍ଚଳରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ଗିରଫ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ ମହିଳା ଅଛନ୍ତି। ସେମାନେ ବାହାର ରାଜ୍ୟର ବୋଲି ଜଣାପଡିଛି।

ବସ୍‌ ଧକ୍କାରେ ଶିଶୁକନ୍ୟା ମୃତ

ବସ୍‌ ଧକ୍କାରେ ଶିଶୁକନ୍ୟା ମୃତ

ମାଲକାନଗିରି, ୬।୨(ସ୍ବ.ପ୍ର.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଛକ ନିକଟରେ ଏକ ବସ୍‌ ଦୁର୍ଘଟଣାରେ ଜଣେ ଦେଢବର୍ଷର ଶିଶୁର ମୃତ୍ୟୁ ଘଟିଛି।

ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦାସୀନତା ର ଫାଇଦା ଉଠାଉଛି ଆନ୍ଧ୍ର ରାଜ୍ୟ ସରକାର

ପଟ୍ଟାଙ୍ଗି,୬।୨(ଡି.ଏନ.ଏ) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ବାରମ୍ବାର ଅନୁପ୍ରବେଶ କରିଚାଲିଛି ଆନ୍ଧ୍ର। ଗ୍ରାମପୁଞ୍ଜର ୨୮ ମଧ୍ୟରୁ ୨୧ଟି ବିବାଦୀୟ ଗ୍ରାମରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଗତ ୨୦ ଦିନ ଧରି ଫଟୋଉଠା କାର୍ଯ୍ୟକ୍ରମ ଜାରି ରଖିଛି। ଏହି ଖବର ପାଇବା ପରେ ଆନ୍ଧ୍ର ଅଧିକାରୀମାନେ ଉପରସେମ୍ବିରେ ତରବରିୟା ଭାବେ ପହଞ୍ଚତ୍ ହିତାଧିକାରୀଙ୍କ ଆଧାର ପରିଚୟ ପତ୍ରରେ ଥିବା ଓଡିଆ ନାମକୁ ପରିବର୍ତ୍ତନ କରି ତେଲୁଗୁରେ ପଞ୍ଜୀକୃତ କରୁଥିବା ଜଣାପଡ଼ିଛି।

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି ମହଙ୍ଗା ପଡ଼ିଲା:ଉପଲଡ଼ା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଗିରଫ

ପାରଳାଖେମୁଣ୍ଡି, ୬।୨(ସ୍ବ.ପ୍ର.)- ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିବା ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସର ଖୋଳତାଡ ପରେ ସତ ଜଣାପଡ଼ିବାରୁ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଛି। ସେ ହେଲେ ଗଜପତି ଜିଲା ଗୋଷାଣୀ ବ୍ଲକ ଅଧୀନ ଉପଲଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲାବଣ୍ୟ କୁମାରୀ ପାଢୀ(୪୧)। ତାଙ୍କ ଘର ପାରଳାଖେମୁଣ୍ଡି ସହରସ୍ଥ ସଞ୍ଜୟ ଗାନ୍ଧି କଲୋନୀରେ। ମଙ୍ଗଳବାର ଏଠାରେ ପୋଲିସ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର ଏହି ସୂଚନା ଦେଇଛନ୍ତି।

ପୀଡ଼ିତାଙ୍କ ପରିବାର, ସହପାଠୀ, ଶିକ୍ଷକଙ୍କ ବୟାନ ରେକର୍ଡ଼ କଲା ଏନ୍‌ଏଚ୍‌ଆର୍‌ସି ଟିମ୍‌

ପୀଡ଼ିତାଙ୍କ ପରିବାର, ସହପାଠୀ, ଶିକ୍ଷକଙ୍କ ବୟାନ ରେକର୍ଡ଼ କଲା ଏନ୍‌ଏଚ୍‌ଆର୍‌ସି ଟିମ୍‌

କୁନ୍ଦୁଲି ଗଣବଳାତ୍କାର ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ କୋରାପୁଟ ଗସ୍ତରେ ଆସିଥିବା ଏନ୍‌ଏଚ୍‌ଆର୍‌ସି ଟିମ୍‌ ଦ୍ୱିତୀୟ ଦିନରେ ପୀଡ଼ିତାଙ୍କ ଗାଁ ପରିଦର୍ଶନ କରିଛି। ଡିଏସ୍‌ପି ରବି ସିଂହଙ୍କ ନେତୃତ୍ୱରେ ଜାତୀୟ ମାନବାଧିକାର କମିଶନର ୫ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ପୂର୍ବାହ୍ନରେ ପୀଡ଼ିତାଙ୍କ ଗାଁ ମୂଷାଗୁଡା ସମେତ ଗଣ ବଳାତ୍କାର ହୋଇଥିବା ସ୍ଥାନ, ସୋରିଷପଦର ସ୍ଥିତ ଆଶ୍ରମ ବିଦ୍ୟାଳୟ ଯାଇ ଘଟଣା ସଂପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି।

ବ୍ୟବସାୟୀଙ୍କଠାରୁ ୭.୨୫ ଲକ୍ଷ ଟଙ୍କା ଲୁଟ୍‌

ବ୍ୟବସାୟୀଙ୍କଠାରୁ ୭.୨୫ ଲକ୍ଷ ଟଙ୍କା ଲୁଟ୍‌

ରାୟଗଡା ଅଫିସ୍‌, ୬।୨- ରାୟଗଡ଼ା ସହରର ମଝିଘରିଆଣୀ ମନ୍ଦିର ରାସ୍ତାରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ କପା ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ସେ ରାୟଗଡ଼ା ଥାନାରେ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ବିଦେଶୀ ମଦ ଦୋକାନକୁ ବିରୋଧ କରି  ଆନ୍ଦୋଳନ

ବିଦେଶୀ ମଦ ଦୋକାନକୁ ବିରୋଧ କରି ଆନ୍ଦୋଳନ

ମାଥିଲି,୬।୨(ଡି.ଏନ.ଏ) - ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନକୁ ବିରୋଧ କରି ମଙ୍ଗଳବାର ମହିଳାମାନେ ଅନ୍ଦୋଳନ କରିଛନ୍ତି । ଅଞ୍ଚଳର ଶତାଧିକ ମହିଳା ଓ ଗୋବିନ୍ଦପାଲିସ୍ଥିତ ସପ୍ତଧାରା ଫାଉଣ୍ତେଶନ ତରଫରୁ ଏହି ଅନ୍ଦୋଳନ ହୋଇଥିଲା ।