ରାୟଗଡା

୧୮ରୁ ନୂତନ କୋଠାରେ କାର୍ଯ୍ୟକ୍ଷମ ହେବ ସ୍ବାସ୍ଥ୍ୟକେନ୍ଦ୍ର

୧୮ରୁ ନୂତନ କୋଠାରେ କାର୍ଯ୍ୟକ୍ଷମ ହେବ ସ୍ବାସ୍ଥ୍ୟକେନ୍ଦ୍ର

ଚନ୍ଦାହାଣ୍ଡି, ୧୬।୨(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ହଳଦୀଠାରେ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ମଡେଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆସନ୍ତା ୧୮ ତାରିଖଠାରୁ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ.ବିଜୟଲକ୍ଷ୍ମୀ ପ୍ରଧାନ ଶନିବାର ସୂଚନା ଦେଇଛନ୍ତି।

ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନ ଗଲା

ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନ ଗଲା

ଜୟପୁର, ୧୬ା୨(ନି.ପ୍ର)-କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ବାନାଭାଟି ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଛର୍ତଲା ଗ୍ରାମର କପିଳାଶ ଜାନୀ (୩୦)।  ସେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ କପିଳାଶ ଗୁରୁତର ହୋଇପଡ଼ିଥିଲେ।  ତାଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଯାଇଛି।

ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୨ ଗୁରୁତର

ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୨ ଗୁରୁତର

କୋରାପୁଟ,୧୬ା୨(ସ୍ବ.ପ୍ର):କୋରାପୁଟ ସହର ଉପକଣ୍ଠ ଗୋପନଗରଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ବିବାହ ଭୋଜିକୁ ଯିବାବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ: ୬ ଗୁରୁତର

ବିବାହ ଭୋଜିକୁ ଯିବାବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ: ୬ ଗୁରୁତର

କୋରାପୁଟ,୧୬ଗ।୨(ସ୍ବ.ପ୍ର):କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତ ଅଧୀନ କିତବା ଗ୍ରାମର ଏକ ପରିବାର ଶନିବାର ବିବାହ ଭୋଜି ଖାଇବାକୁ ଅଟୋ ଯୋଗେ ଯିବାବେଳେ ଦୁର୍ଘଟଣା ଘଟିଛି। ଫଳରେ ସମସ୍ତ ୬ ସଦସ୍ୟ ଗୁରୁତର ହୋଇଛନ୍ତି।ସେମାନେ ହେଲେପଦଲାମ(୩୯), ଲଳିତା ଡାଲିଆ(୩୦), ଅନନ୍ତ ଖରା(୩୫) ଫୁଲମତି ଖରା(୩୨), ବଲୁ ଖରା(୩୭), ସୁଭଦ୍ରା ଖରା(୩୨)।

କାଶୀନଗରରେ ଖୋଲିଲା ଗ୍ରାମ ନ୍ୟାୟାଳୟ

କାଶୀନଗରରେ ଖୋଲିଲା ଗ୍ରାମ ନ୍ୟାୟାଳୟ

କାଶୀନଗର, ୧୬ା୨(ଡି.ଏନ.ଏ.):ଗଜପତି ଜିଲା କାଶୀନଗରଠାରେ ଶନିବାର ଗ୍ରାମ ନ୍ୟାୟାଳୟ ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟର ଏକ ପ୍ରକୋଷ୍ଠରେ ଅସ୍ଥାୟୀ ଭାବେ ଏହି କୋର୍ଟ ଖୋଲାଯାଇଛି। ଜିଲା ଜଜ୍‌ ବିଶ୍ୱଜିତ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି। ପ୍ରତ୍ୟେକ ଗ୍ରାମରେ ଆଇନ ବ୍ୟବସ୍ଥା ପହଞ୍ଚାଇବା ଓ ଜନସାଧାରଣଙ୍କୁ ସଚେତନ କରିବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଆଇନ ବିଭାଗର ଲକ୍ଷ୍ୟ ବୋଲି ଜିଲା ଜଜ୍‌ କହିଥିଲେ। ମୁଖ୍ୟ ଅତିଥି ଭାବେ ଜିଲାପାଳ ଅନୁପମ ଶାହା ଯୋଗଦେଇ କହିଥିଲେ ଯେ, ଏହି ନ୍ୟାୟାଳୟ ପ୍ରତିଷ୍ଠା ଦ୍ୱାରା କାଶୀନଗରବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ସେହିପରି ନ୍ୟାୟାଳୟ ଲାଗି ଆବଶ୍ୟକ ଜମି ଓ ଭିତ୍ତିଭୂମି ଯୋଗାଇ ଦିଆଯିବ ।

ବାଘବେଡାରେ ଟ୍ରାକ୍ଟର ଓଲଟି ୨୦ ଶ୍ରମିକ ଆହତ

ବାଘବେଡାରେ ଟ୍ରାକ୍ଟର ଓଲଟି ୨୦ ଶ୍ରମିକ ଆହତ

ତେନ୍ତୁଳିଖୁଣ୍ଟିି, ୧୬ା୨(ଡି.ଏନ.ଏ.):କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ବାଘବେଡାଠାରେ ଶନିବାର ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ଖାଇରେ ଓଲଟି ପଡ଼ିବାରୁ ୨୦ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁହିଁଙ୍କୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

୨ମାସ ହେଲା ସରୁନି ଫାଟକ ନିର୍ମାଣ: ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ପଶିପାରୁନି ଆମ୍ବୁଲାନ୍ସ

୨ମାସ ହେଲା ସରୁନି ଫାଟକ ନିର୍ମାଣ: ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ପଶିପାରୁନି ଆମ୍ବୁଲାନ୍ସ

ଗୁମ୍ମା, ୧୬।୨(ଡି.ଏନ୍‌.ଏ.)- ଗଜପତି ଜିଲା ଗୁମ୍ମା ବ୍ଲକ ସଦରସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ଭଗ୍ନ ଅବସ୍ଥାରେ ଥିଲା। ଦୁଇମାସ ତଳେ ଏହାର କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ୍‌ ସରିବାର ନାଁ ନେଉନି। ମୁଖ୍ୟ ଫାଟକ ଆଗରେ କାଠ ବନ୍ଧା ହୋଇଥିବାରୁ ଗେଟ୍‌ଟି ବନ୍ଦ ହୋଇରହୁଛି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। 

ଯାତ୍ରୀ ବିଶ୍ରାମାଗାର ପାଲଟିଛି ଦୋକାନ

ଯାତ୍ରୀ ବିଶ୍ରାମାଗାର ପାଲଟିଛି ଦୋକାନ

ପାରଳାଖେମୁଣ୍ଡି, ୧୬।୨(ସ୍ବ.ପ୍ର.): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଢାମୁଣୀଗାଁ ଛକ ରାସ୍ତା ପାର୍ଶ୍ୱସ୍ଥ ଏକ ବିଶ୍ରାମାଗାର ଏବେ ଦୋକାନ ଗୃହ ପାଲଟିଛି। ବିଶ୍ରାମାଗାରରେ ଜନୈକ ବ୍ୟବସାୟୀ ଦୋକାନ ଖୋଲି ବିଭିନ୍ନ ଆସବାବପତ୍ର ଯଥା ଫ୍ରିଜ୍‌, ପାଣି ପାଉଚ, ବିସ୍କୁଟ ପ୍ୟାକେଟ ଇତ୍ୟାଦି ରଖିଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ବିଶ୍ରାମାଗାର ପାର୍ଶ୍ୱରେ ଠିଆ ହୋଇ ବସ୍‌ ଓ ଅନ୍ୟ ଗାଡ଼ିକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଖରା ଓ ବର୍ଷାବେଳେ ସେମାନଙ୍କୁ ହଇରାଣ ହେବାକୁ ପଡୁଛି। 

ରାସ୍ତାରେ ପଡ଼ିରହିଛି ହ୍ୟୁମ୍‌ ପାଇପ

ରାସ୍ତାରେ ପଡ଼ିରହିଛି ହ୍ୟୁମ୍‌ ପାଇପ

ପାରଳାଖେମୁଣ୍ଡି, ୧୬ା୨(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ରାଜନଅର ସମ୍ମୁଖ ରାସ୍ତା ଉପରେ ଦୀର୍ଘଦିନ ହେଲା ୬ଟି ହ୍ୟୁମ୍‌ ପାଇପ ପଡ଼ିରହିଛି ା ଏହି ପାଇପଗୁଡିକ ଡ୍ରେନ୍‌ ନିର୍ମାଣରେ ବ୍ୟବହାର କରାଯିବା ପାଇଁ ଆସିଥିଲା। ମାତ୍ର ଏପର୍ଯ୍ୟନ୍ତ ସେଗୁଡ଼ିକ କାମରେ ଲାଗିପାରିନାହିଁ।

ନିଆଁ ପୋଇଁବା ବେଳେ ଜଳିଗଲା ଦେହ

ନିଆଁ ପୋଇଁବା ବେଳେ ଜଳିଗଲା ଦେହ

ଦଶମନ୍ତପୁର,୧୫।୨(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ପେଡିସିଲ ଗ୍ରାମରେ ଜଣେ ୫ ବର୍ଷୀୟ ଶିଶୁ ନିଆଁ ପୋଉଁଥିବା ବେଳେ ପୋଡ଼ିହୋଇଯାଇଛନ୍ତି। ସେ ହେଲେ ସେନାପତି ମୁଦୁଲିଙ୍କ ସାନଝିଅ ସସ୍ମିତା। ସାଙ୍ଗମାନଙ୍କ ସହ ଘରବାରିରେ ନିଆଁ ପୋଉଁଥିବା ବେଳେ ସସ୍ମିତା ଘୋଡ଼ାଇ ହୋଇଥିବା ତଉଲିଆରେ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ଦୁର୍ଘଟଣାରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗିଲା

ପାପଡ଼ାହାଣ୍ଡି,୧୫।୨(ଡି.ଏନ.ଏ.)-ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ଜଟାବାଲ ପଞ୍ଚାୟତ ସଦର ମହକୁମାରେ ଶୁକ୍ରବାର ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଗୁରୁତର କମଳଲୋଚନ ହରିଜନ(୬୦)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଚନ୍ଦାହାଣ୍ଡି ବ୍ଲକ୍‌ରେ କୁଆପଥର ବର୍ଷା

ଚନ୍ଦାହାଣ୍ଡି ବ୍ଲକ୍‌ରେ କୁଆପଥର ବର୍ଷା

ଚନ୍ଦାହାଣ୍ଡି,୧୫।୨(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ର ବିଭିନ୍ନ ସ୍ଥାନରେ  ଅପରାହ୍ନରେ କୁଆପଥର ବର୍ଷା ହୋଇଛି। ସକାଳୁ ପାଗ ନିର୍ମଳ ଥିଲେ ମଧ୍ୟ ମଧ୍ୟାହ୍ନ ପରେ ଆକାଶ ମେଘାଚ୍ଛନ୍ନ ହୋଇ କୁଆପଥର ସହ ବର୍ଷା ହୋଇଥିଲା।

 ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି : ୨୮ ଯାଏ  କୋର୍ଟବର୍ଜନ ଜାରି

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି : ୨୮ ଯାଏ କୋର୍ଟବର୍ଜନ ଜାରି

ଜୟପୁର,୧୫।୨(ନି.ପ୍ର.)-ଜୟପୁର ଜିଲା ଓକିଲ  ସଂଘ କାର୍ଯ୍ୟାଳୟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଓକିଲଙ୍କ କୋର୍ଟବର୍ଜନ ଆନ୍ଦୋଳନ ଆସନ୍ତା ୨୮ ତାରିଖ ଯାଏ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି । 

କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଭିଡ଼

କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଭିଡ଼

ଜୟପୁର,୧୫।୨(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁରସ୍ଥିତ କଂଗ୍ରେସ ଭବନରେ ଶୁକ୍ରବାର କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିିନିଂ କମିଟି ସମ୍ମୁଖରେ ଆଶାୟୀଙ୍କ ଲମ୍ବାଧାଡ଼ି  ା କୋରାପୁଟ ଲୋକ ନିର୍ବାଚନ ମଣ୍ଡଳୀ ଏବଂ ରାୟଗଡ଼ା ଜିଲାର ୩ ଏବଂ କୋରାପୁଟ ଜିଲାର ୪ଟି ସମୁଦାୟ ୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ନେଇ ଏହି ସ୍କ୍ରିନିଂ କମିଟି ଆଶାୟୀ ପ୍ରାର୍ଥୀ, ଜିଲା, ଜୋନ ଏବଂ ବ୍ଲକ୍‌ ସଭାପତିଙ୍କ ମତାମତ ଗ୍ରହଣ କରିଛନ୍ତି। 

ବିଡ଼ି ଶ୍ରମିକଙ୍କ ପ୍ରାପ୍ୟ ଦେଇ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବିଡ଼ି ଶ୍ରମିକଙ୍କ ପ୍ରାପ୍ୟ ଦେଇ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ମାଲକାନଗିରି, ୧୫।୨ ( ଡି.ଏନ.ଏ.)- ମାଲକାନଗିରି ଜିଲା ପରିଷଦ ସଭାଗୃହରେ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ଦଶରଥ ପଡ଼ିଆମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ମାନସ ମାଡ଼କାମି, ଜିଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ, ଡି.ଆର.ଡି.ଏର ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ଉପ ଜିଲାପାଳ ରାମେଶ୍ୱର ପ୍ରଧାନ, ଡି.ଆର.ଡି.ଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର ଯୋଗଦେଇ  ଜିଲାର ବିଡ଼ି ଶ୍ରମିକ ଓ କେନ୍ଦୁପତ୍ର ତୋଳାଳୀଙ୍କୁ ଯେଉଁ ବ୍ୟବସାୟୀ ପ୍ରାପ୍ୟ ଅର୍ଥ ପୈଠ କରିନାହାନ୍ତିି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। 

ଜାନିଗୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ : ୫ ଶ୍ରେଣୀକୁ ୧୬ ପିଲା , ଜଣେ ଶିକ୍ଷକ

ଜାନିଗୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ : ୫ ଶ୍ରେଣୀକୁ ୧୬ ପିଲା , ଜଣେ ଶିକ୍ଷକ

ଦଶମନ୍ତପୁର,୧୫ା୨(ଡି.ଏନ୍‌.ଏ.)- ସ୍କୁଲକୁ ୫୪ ବର୍ଷ ପୂରିଲାଣି।  ସ୍ଥାପନା ବର୍ଷକୁ ଦେଖିଲେ ପ୍ରାପ୍ତ ବୟସରେ ପହଞ୍ଚିଛି ସ୍କୁଲ। କିନ୍ତୁ ଏବେ ଏଠାରେ ପ୍ରଥମରୁ ପଞ୍ଚମ ଯାଏ ମାତ୍ର ୧୬ଜଣ ପିଲା ନାମ ଲେଖାଇଛନ୍ତି। 

ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ: ଜାଳିଲେ ଯାତ୍ରୀବାହୀ ବସ୍‌, କାର୍‌ ସହ ହାଇଓ୍ବା

ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ: ଜାଳିଲେ ଯାତ୍ରୀବାହୀ ବସ୍‌, କାର୍‌ ସହ ହାଇଓ୍ବା

ମାଲକାନଗିରି,୧୪।୨(ଡି.ଏନ.ଏ.)-ମାଲକାନଗିରି  ଜିଲା ସୀମାନ୍ତବର୍ତ୍ତୀ ପଡିଆଠାରୁ ୭ କିମି ଦୂର ଜଗଦଲପୁର-ହାଇଦ୍ରାବାଦ ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ଲାଲବାହିନୀ ଲଙ୍କାକାଣ୍ଡ ସୃଷ୍ଟି କରିଛି। ମାଓବାଦୀମାନେ ଯାତ୍ରୀବାହୀ ବସ୍‌, କାର ସହ ଏକ  ହାଇଓ୍ବା ମେଶିନ ପୋଡିଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। 

ନିଆଁଲାଗି  ୩୦ ଏକର ଆଖୁ ଫସଲ ନଷ୍ଟ

ନିଆଁଲାଗି ୩୦ ଏକର ଆଖୁ ଫସଲ ନଷ୍ଟ

ନବରଙ୍ଗପୁର,୧୪।୨(ବି.ପ୍ର.)- ନବରଙ୍ଗପୁର ଜିଲା କୋଷାଗୁମୁଡା  ବ୍ଲକ   ପଣ୍ଡୁଗୁଡା ପଞ୍ଚାୟତ ଅଧିନ ବାଦେପୁର ଗାଁ  ନିକଟରେ ଥିବା  ଆଖୁ କିଆରିରେ ଗୁରୁବାର ନିଅଁାଲାଗି ୩୦ ଏକର  ଫସଲ ଜଳିଯାଇଛି । ଖବର ପାଇ କୋଷାଗୁମୁଡା ବ୍ଲକ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆଖୁ ଅମଳ ସମୟରେ ପତ୍ର ଗୁଡିକ ଶୁଖା ପଡିଥିବା ଓ ଖୋଲା ଅଞ୍ଚଳ ହୋଇଥିବାରୁ ତୀବ୍ର ଗତିରେ ଏକରରୁ ଏକରକୁୁ ନିଆଁ  ବ୍ୟାପି ଯାଇଥିଲା। ତେବେ କିପରି ଆଖୁ ଫସଲରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ। 

କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

କୋଟପାଡ଼,୧୪ା୨(ଡି.ଏନ୍‌.ଏ.)- କୋରାପୁଟ ଜିଲା କୋଟପାଡ଼ ଉପକାରାଗାରରୁ ଗୁରୁବାର ଜଣେ କଏଦୀ ଚମ୍ପଟ ମାରିଛନ୍ତି। ଫେରାର୍‌ ଥିବା କଏଦୀ ନବରଙ୍ଗପୁର ଜିଲା କତେଙ୍ଗା ଅଞ୍ଚଳର ମୋତିସିଂହ ଚାଲାଣ(୫୭)। ସେ ନିଜ ପୁଅ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଉକ୍ତ ଉପକାରଗାରରେ ୧୦ ବର୍ଷ ସଜା କାଟୁଛନ୍ତି। ୨୧ା୯ା୨୦୨୨ରେ ତାଙ୍କର ଜେଲଦଣ୍ଡ ଶେଷ ହେବ।  

ଇଟା ବୋଝେଇ ଟ୍ରାକ୍ଟର ଓଲଟିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଇଟା ବୋଝେଇ ଟ୍ରାକ୍ଟର ଓଲଟିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

କାଶୀନଗର, ୧୪।୨(ଡି.ଏନ୍‌.ଏ.)-କାଶୀନଗର ବ୍ଲକ ଖାରଡ଼ା ପଞ୍ଚାୟତ ଅଧୀନ ଡି.କତୁରୁ ଗ୍ରାମରେ ବୁଧବାର ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ୬ଜଣ ଶ୍ରମିକ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ଶିବ୍ରା ନାଇକାଙ୍କ ମୃତ୍ୟୁ ହୋଇଯାଇଛି।

କେବିକେ କମିଶନରଙ୍କ ବିଭିନ୍ନ ପ୍ରକଳ୍ପ ତଦାରଖ

କେବିକେ କମିଶନରଙ୍କ ବିଭିନ୍ନ ପ୍ରକଳ୍ପ ତଦାରଖ

ମୁନିଗୁଡ଼ା, ୧୪।୨(ଡି.ଏନ୍‌.ଏ.)-କେବିକେ କମିଶନର ଏସ୍‌ପି ଠାକୁର ରାୟଗଡ଼ା ଜିଲା ମୁନିୁଗଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା କରିଥିଲେ। 

ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର, ୬ ଶ୍ରମିକ ଆହତ

ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର, ୬ ଶ୍ରମିକ ଆହତ

କାଶୀନଗର, ୧୪।୨(ଡି.ଏନ.ଏ.):ଗଜପତି ଜିଲା କାଶୀନଗର ବ୍ଲକ ଖାରଡା ପଞ୍ଚାୟତ ଅନ୍ତର୍ଗତ ଡି. କତୁରୁ ଗ୍ରାମ ନିକଟରେ  ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ୬ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।  

ପୋଡ଼ିଯାଇ ଯୁବତୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, ୧୪।୨(ସ୍ବ.ପ୍ର.):ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ଝାମୀ ଗ୍ରାମର ଜଣେ ଯୁବତୀ ନିଆଁରେ ପୋଡ଼ିହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ତାଙ୍କ ନାମ ପି. ରଜନୀ(୨୭)। 

ନିମ୍ନମାନର କାମ ଯୋଗୁ ରାସ୍ତାରେ ଗାତ

ନିମ୍ନମାନର କାମ ଯୋଗୁ ରାସ୍ତାରେ ଗାତ

ଟିକିରି, ୧୪।୨ (ଡି.ଏନ୍‌.ଏ.)-ରାୟଗଡ଼ା ଜିଲା କାଶିପୁର ବ୍ଲକ ଟିକିରି  ମୁଖ୍ୟ ରାସ୍ତାରେ ଏକ କଲଭର୍ଟ ଦବି ଯିବାରୁ ରାସ୍ତା ମଝିରେ ଗଭୀର ଗାତ ସୃଷ୍ଟି ହୋଇଛି। ଗତ କିଛି ମାସ  ତଳେ ଏହି ରାସ୍ତା ନବୀକରଣ କରାଯାଇଥିଲା।