ରାୟଗଡା

ଏସ୍‌ପି, ସିଡିଏମ୍‌ଓଙ୍କୁ ଭେଟିଲା ଆଇନଜୀବୀ ସଂଘ ପ୍ରତିନିଧି ଦଳ: ଆଇନ ଶୃଙ୍ଖଳା, ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଧାର ଦାବି

ଏସ୍‌ପି, ସିଡିଏମ୍‌ଓଙ୍କୁ ଭେଟିଲା ଆଇନଜୀବୀ ସଂଘ ପ୍ରତିନିଧି ଦଳ: ଆଇନ ଶୃଙ୍ଖଳା, ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଧାର ଦାବି

ନବରଙ୍ଗପୁର,୨୨।୨(ବି.ପ୍ର.)-ଜିଲାରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ସ୍ବାସ୍ଥ୍ୟ ଓ ଆଇନ ଶୃଙ୍ଖଳା ସମସ୍ୟାରେ ସୁଧାର ଆଣିବା ପାଇଁ ନବରଙ୍ଗପୁର ଆଇନଜୀବୀ  ସଂଘର ଏକ ପ୍ରତିନିଧି ଦଳ ଶୁକ୍ରବାର ସିଡିଏମ୍‌ଓ ବିଜୟଲକ୍ଷ୍ମୀ ଗୁରୁ ଓ ଏସ୍‌ପି ନୀତିନ ଡୁଗୁଡୁଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।

କଳା, ସାଂସ୍କୃତିକ ସଂଘ ପକ୍ଷରୁ  ସଚେତନତା କାର୍ଯ୍ୟକ୍ରମର ସଫଳ ପ୍ରଦର୍ଶନ: ନବରଙ୍ଗପୁର ଜିଲା ପାଇଲା ଶ୍ରେଷ୍ଠ ପୁରସ୍କାର

କଳା, ସାଂସ୍କୃତିକ ସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମର ସଫଳ ପ୍ରଦର୍ଶନ: ନବରଙ୍ଗପୁର ଜିଲା ପାଇଲା ଶ୍ରେଷ୍ଠ ପୁରସ୍କାର

ନବରଙ୍ଗପୁର,୨୨।୨(ବି.ପ୍ର): ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲା ଓ ବ୍ଲକ କଳାକାର ସଂଘ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଫଳ ପ୍ରଦର୍ଶନ କରାଯାଇଥିଲା। କଳାକାରଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମର ଉତ୍ତମ ପ୍ରଦର୍ଶନ ଲାଗି ନବରଙ୍ଗପୁର ଜିଲାକୁ ଶ୍ରେଷ୍ଠ  ପୁରସ୍କାର ମିଳିଛ। ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ନବମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବର   ଗୁରୁବାର ସନ୍ଧ୍ୟାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ରଙ୍କୁ ପୁରସ୍କାର ଓ  ମାନପତ୍ର ପ୍ରଦାନ କରିଛନ୍ତ। 

 ବିଜେଡିର ତେଲୁଗୁ ସମାବେଶକୁ କଂଗ୍ରେସର ସମାଲୋଚନା

ବିଜେଡିର ତେଲୁଗୁ ସମାବେଶକୁ କଂଗ୍ରେସର ସମାଲୋଚନା

ନବରଙ୍ଗପୁର,୨୨।୨(ବି.ପ୍ର.): ବିଜେଡି ପକ୍ଷରୁ କରାଯାଇଥିବା ତେଲୁଗୁ ସାମ୍ମୁଖ୍ୟ ସମାବେଶକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା  ସମ୍ମିଳନୀରେ   ଜିଲା ସଭାପତି ମୁନା ତ୍ର୍ରିିପାଠୀ କହିଥିଲେ ଯେ, ସମଗ୍ର ଦେଶରେ ଶହୀଦ ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଚାଲିଛି। ଏଭଳି ସ୍ଥଳେ  ପ୍ରଧାନମନ୍ତ୍ରୀ ଓ ବିରୋଧିଦଳ ନେତାମାନେ ସେମାନଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିବା ବେଳେ  ଏଠାରେ ବିଜେଡି  ତେଲୁଗୁ ସାମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରି  ନାଚଗୀତରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି । ଏହା  ଦୁଃଖର ବିଷୟ ଓ ନିନ୍ଦନୀୟ ବୋଲି କହିଛନ୍ତି। 

ଚାଷୀକୁ ଚିନ୍ତା: ପନିପରିବାର ଅଭାବୀ ବିକ୍ରି

ବୈପାରୀଗୁଡ଼ା,୨୨।୨(ଡି.ଏନ୍‌.ଏ.): ରାଜ୍ୟ ସରକାର କାଳିଆ ଯୋଜନା କରି ବାହା ବାହା ନେଉଥିବା ବେଳେ ଚାଷୀଙ୍କ ମୌଳିକ ସମସ୍ୟାର ସମାଧାନ ପ୍ରତି ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଉପତ୍ାଦିତ ସାମଗ୍ରୀର ବଜାର ଓ ସଂରକ୍ଷଣର ଅଭାବ କାରଣରୁ ଚାଷୀ ପ୍ରାପ୍ୟ ମୂଲ୍ୟ ପାଇପାରୁ ନାହାନ୍ତି। 

ମୁନିଗୁଡ଼ାରେ ୪ ପରୀକ୍ଷା କେନ୍ଦ୍ରରେ ୧୦୯୬ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା

ମୁନିଗୁଡ଼ାରେ ୪ ପରୀକ୍ଷା କେନ୍ଦ୍ରରେ ୧୦୯୬ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା

ମୁନିଗୁଡ଼ା, ୨୨।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଶିକ୍ଷା ସର୍କଲରେ ମୁନିଗୁଡ଼ା ନୋଡ଼ାଲ ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, କୁମୁଡ଼ାବାଲି ହାଇସ୍କୁଲ ଓ ଅମ୍ବାଦଳା ହାଇସ୍କୁଲ ଆଦି ୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦୯୬ ପରୀକ୍ଷାର୍ଥୀ ପରୀକ୍ଷା ହେଇଛନ୍ତି।

ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର:ବଦଳୁଛି ତହସିଲଦାରଙ୍କ ଚେୟାର ସ୍ଥାନ

ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର:ବଦଳୁଛି ତହସିଲଦାରଙ୍କ ଚେୟାର ସ୍ଥାନ

ଡାବୁଗାଁ,୨୨।୨ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ତହସିଲ କାର୍ଯ୍ୟାଳୟ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସୁଛି ।  ଜିଲପାଳ ଏହି ଘଟଣା ଜାଣିବା ପରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି)କୁ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । 

କୋରାପୁଟକୁ ଜାତୀୟ ଜଳ ପୁରସ୍କାର

କୋରାପୁଟ,୨୧।୨(ସ୍ବ.ପ୍ର.)  କୋରାପୁଟ ଜିଲା ପାଇବ ଜାତୀୟ ଜଳ ପୁରସ୍କାର ୨୦୧୮। କେନ୍ଦ୍ରୀୟ ଜଳ ସଂପଦ ବିଭାଗ ଓ ଜାତୀୟ ଜଳ କମିଶନରଙ୍କ ପକ୍ଷରୁ ଏନେଇ ଏକ ପତ୍ର ବୁଧବାର କୋରାପୁଟ ଜିଲାପାଳଙ୍କ ନିକଟରେ ପହଞ୍ଚତ୍ଛି। ଜିଲା ଜଳ ବିଭାଜିକା ମିଶନ, କୃଷି ବିଭାଗ ସମେତ ବିଭିନ୍ନ ବିଭାଗର ମିଳିତ ସହଯୋଗରେ କୋରାପୁଟ ଜିଲାରେ ଜଳ ସଂରକ୍ଷଣ ଓ ଏହି ଜଳର ସଠିକ୍‌ ବିନିଯୋଗ କରାଯାଇ ଡଙ୍ଗର ଜମିକୁ ଶସ୍ୟଶ୍ୟାମଳା କରାଯିବା ସହ ଜଳସ୍ତର ବୃଦ୍ଧି କରାଯାଇପାରିଛି।

କାମରେ ଲାଗୁନି ପ୍ରଦୂଷଣ ପରୀକ୍ଷଣ ମେଶିନ

ପାରଳାଖେମୁଣ୍ଡି ୨୧।୨(ସ୍ବ.ପ୍ର.): ଯାନବାହନ ପ୍ରଦୂଷଣ ପରୀକ୍ଷା ପାଇଁ ମେଶିନ ଅଛି, କିନ୍ତୁ କାମରେ ଲାଗୁନାହିଁ। ଦୀର୍ଘଦିନ ହେଲା ମେଶିନଟି ଅଚଳ ଅବସ୍ଥାରେ ପଡ଼ିରହିଛି। ମେଶିନ ମରାମତି ଲାଗି ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିଛନ୍ତି। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ। 

ରେଳଧାରଣାରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ଟିକିରି,୨୧।୨ (ଡି.ଏନ୍‌.ଏ.)- ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ଥାନା ଅଧୀନ  ମୁସୁରି ପଦର ଗ୍ରାମ ନିକଟସ୍ଥ  ରେଳଧାରଣାରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।  ଯୁବତୀଙ୍କ ମୃତଦେହ ପଡ଼ିଥିବା କେତେକ ଲୋକ ଦେଖି  ଟିକିରି ପୋଲିସକୁ ଖବର ଦେଇଥିଲେ।

  ଉନ୍ମୋଚନ ହୋଇପାରିନି ପଦ୍ମଶ୍ରୀ ସତ୍ୟନାରାୟଣଙ୍କ ପ୍ରତିମୂର୍ତ୍ତି

ଉନ୍ମୋଚନ ହୋଇପାରିନି ପଦ୍ମଶ୍ରୀ ସତ୍ୟନାରାୟଣଙ୍କ ପ୍ରତିମୂର୍ତ୍ତି

ପାରଳାଖେମୁଣ୍ଡି, ୨୧।୨(ସ୍ବ.ପ୍ର.):ଗଜପତି ଜିଲାର ବିଶିଷ୍ଟ ଗବେଷକ ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ପାରଳାଖେମୁଣ୍ଡି ସହରର କୋର୍ଟ ଛକଠାରେ ସ୍ଥାପନ ହୋଇ ଦୀର୍ଘଦିନ ବିତିଗଲାଣି।ମାତ୍ର ଏପର୍ଯ୍ୟନ୍ତ ଏହା ଉନ୍ମୋଚନ ହେଇପାରୁନାହିଁ। ପ୍ରତିମୂର୍ତ୍ତିକୁ ପାଲ ବନ୍ଧାଯାଇ ରଖାଯାଇଛି। ଏ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ନବରଙ୍ଗପୁର ଏସ୍‌ପିଙ୍କ ମାନବିକତା : ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ

ଡାବୁଗାଁ,୨୧।୨ (ଡ.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ - ଉମରକୋଟ ରାସ୍ତା ଧାମନାଗୁଡା ଛକ ନିକଟରେ   ଜଣେ ବ୍ୟକ୍ତି ଆହତ ଅବସ୍ଥାରେ ପଡିଥିଲେ। ସେହି ସମୟରେ ନବରଙ୍ଗପୁର ଏସପି  କେ. ନୀତିନ ଡୁଗୁଡୁ ଉମରକୋଟ ଆଡୁ ନବରଙ୍ଗପୁର ଫେରୁଥିଲେ। 

ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, ୨୧।୨ (ସ୍ବ.ପ୍ର.) :ପୋଡ଼ିଯାଇ ଗୁରୁତର ଅବସ୍ଥାରେ ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ଅଚିହ୍ନା ମହିଳାଙ୍କର ମୃତ୍ୟୁ ଘଟିଛି। ପାରଳାଖେମୁଣ୍ଡି ଥାନା ସୂଚନା ଅନୁଯାୟୀ, ଏହି ମହିଳା ଜଣକ ମାନସିକ ବିକୃତ ହୋଇଥିବାବେଳେ କୌଣସି କାରଣରୁ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା।

ସମସ୍ୟାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

କୋରକୋଣ୍ଡା, ୨୧।୨ (ଡି.ଏନ୍‌.ଏ.)-ମାଲାକନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୧୦୪ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଚାଲୁଛି। ୧୯୭୨ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ବିଦ୍ୟାଳୟରେ ୮୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ୮ଟି ଶ୍ରେଣୀ ପାଇଁ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି।

ମାଲକାନଗିରି ବଡ଼ଯାତ୍ରା ଆରମ୍ଭ

ମାଲକାନଗିରି ବଡ଼ଯାତ୍ରା ଆରମ୍ଭ

ମାଲକାନଗିରି,୨୧।୨ (ଡି.ଏନ୍‌.ଏ.)  ମାଲକାନଗିରି ଜିଲାର ପ୍ରସିଦ୍ଧ ବଡ ଯାତ୍ରା   ଆରମ୍ଭ ହୋଇଛି। ପ୍ରତି ୨ବର୍ଷରେ ଥରେ ମାସେ ବ୍ୟାପୀ ହେଉଥିବା ଏହି ଯାତ୍ରା ପାଇଁ ମଧ୍ୟରାତ୍ରିରେ  ସଦର ମହକୁମାସ୍ଥିତ  ମାଉଲି ମାଁ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ  ପୂଜାରୀ ଦଳଙ୍କ ସହ ଦେବଦେବୀଙ୍କ ବିଭିନ୍ନ ସାମଗ୍ରୀ ଧରି ମାନ୍ୟମକୋଣ୍ଡା ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ଦରିଗୁଡା ଗ୍ରାମରେ ପହଞ୍ଚତ୍ କୃସୁବାଡା ଗ୍ରାମ ଦେଇ କାଚଲବାଡାରେ ପହଞ୍ଚତ୍ଥିଲେ ।

ମାଲକାନଗିରିରେ ଥମୁନି ଜନନୀ ଯନ୍ତ୍ରଣା: ପୁଣି ଭାରରେ ବୁହା ହେଲେ ଗର୍ଭବତୀ, ରାସ୍ତାରେ ପ୍ରସବ

ମାଲକାନଗିରିରେ ଥମୁନି ଜନନୀ ଯନ୍ତ୍ରଣା: ପୁଣି ଭାରରେ ବୁହା ହେଲେ ଗର୍ଭବତୀ, ରାସ୍ତାରେ ପ୍ରସବ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ରାସ୍ତା ଓ ଟେଲିଫୋନ ସୁବିଧା ନ ଥିବା କାରଣରୁ ପୂର୍ବରୁ ଗର୍ଭବତୀ ମହିଳା ଓ ରୋଗୀଙ୍କୁ  ଖଟିଆରେ ଅଥବା ଭାରରେ ବୁହା ହେବା ଘଟଣା ସାମ୍ନାକୁ ଆସିିଛି। ଏହି କ୍ରମରେ ଗୁରୁବାର ପୁଣି ଜଣେ ଗର୍ଭବତୀଙ୍କୁ ଭାରରେ  ବୋହି ଡାକ୍ତରଖାନା ନେଉଥିବା ସମୟରେ ସେ ରାସ୍ତାରେ ପ୍ରସବ କରିଥିବା ସୂଚନା ମିଳିଛି।

ପାଇଖାନା ଟାଙ୍କିରୁ ଦିବ୍ୟାଙ୍ଗ ନାବାଳିକାଙ୍କ ମୃତଦେହ ଉଦ୍ଧାର

ପାଇଖାନା ଟାଙ୍କିରୁ ଦିବ୍ୟାଙ୍ଗ ନାବାଳିକାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.)-  ମାଲକାନଗିରି ପୌର ପରିଷଦ ଅଧୀନସ୍ଥ ଏମ.ଭି-୦୨ ଗ୍ରାମ ନିକଟସ୍ଥ ପୁଣ୍ଡୁରୀଗୁଡ଼ା ଗ୍ରାମ  ନିର୍ମାଣାଧିନ ଗୋଷ୍ଠୀ ପାଇଖାନା ଟାଙ୍କିରୁ ଗୁରୁବାର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗ୍ରାମର ଲକ୍ଷ୍ମୀଧର ଜାନିଙ୍କ ଝିଅ ସସ୍ମିତା ଜାନି(୬)।

ଓଡ଼ିଶା ବନ୍ଦ ଡାକରା: ମୁନିଗୁଡାରେ ସଫଳ

ଓଡ଼ିଶା ବନ୍ଦ ଡାକରା: ମୁନିଗୁଡାରେ ସଫଳ

ମୁନିଗୁଡା, ୨୧।୨(ଡି.ଏନ.ଏ.):  ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନଶନ ଦାବିରେ ଗୁରୁବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାବେଳେ ତାହାର ପ୍ରଭାବ ରାୟଗଡା ଜିଲା ମୁନିଗୁଡାରେ ଦେଖିବାକୁ ମିଳିଛି।

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟ ଶିଳାନ୍ୟାସ

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟ ଶିଳାନ୍ୟାସ

ରାୟଗଡା ଅଫିସ୍‌, ୧୯।୨-  ରାୟଗଡାଠାରେ ୯୧କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଶିଳାନ୍ୟାସ  କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲାବାସୀ ଇନ୍ଧନ ଗ୍ୟାସ ପାଇଁ ଖୋର୍ଦ୍ଧା, ବିଶାଖାପାଟଣା ଓ ରାୟପୁର ଉପରେ ନିର୍ଭର କରି ଆସୁଥିଲେ । ତେବେ ଅବିଭକ୍ତ କୋରାପୁଟ ଜିଲା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୯ଟି ଜିଲାକୁ ରନ୍ଧନ ଗ୍ୟାସ ସିଲିଣ୍ଡର ରାୟଗଡାରୁ ଯୋଗାଣ ହେବ। ଏହି ପ୍ଲାଣ୍ଟ  ଅଞ୍ଚଳର ବିକାଶରେ  ସହାୟକ ହେବ। ଆସନ୍ତା ୨୦୨୦ ସେପ୍ଟେମ୍ବର   ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି  କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। 

ପୋଖରୀରେ ବୁଡି ୨ ବାଳକ ମୃତ

ପୋଖରୀରେ ବୁଡି ୨ ବାଳକ ମୃତ

ରାୟଗଡା ଅଫିସ୍‌, ୧୯।୨- ରାୟଗଡା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମାଟିକଣା ଗ୍ରାମରେ ପୋଖରୀରେ ବୁଡି ୨ ଜଣ ବାଳକଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ତୃତୀୟ ଶ୍ରେଣୀର ଛାତ୍ର ଆରେସୁ ହିମିରିକା(୭) ଓ ସୁନୀଲ ହିମିରିକା(୭)। 

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୧୯।୨(ବି.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଛନ୍ତି। ନାବାଳିକା ଜଣକ ଗତ ବର୍ଷ ଦଶମ ପାସ୍‌ କରିଥିବା ବେଳେ ବର୍ତ୍ତମାନ ଲୋକଲଜ୍ଜାରେ ଅଧିକ ପାଠ ପଢି ପାରୁ ନାହାନ୍ତି।

ଡୁଡ଼ିଝୋଲା ଗ୍ରାମ୍ୟ ସଡ଼କ କାମ: ୫ ବଦଳରେ ହେଉଛି ୪ କି.ମି. ରାସ୍ତା

ଡୁଡ଼ିଝୋଲା ଗ୍ରାମ୍ୟ ସଡ଼କ କାମ: ୫ ବଦଳରେ ହେଉଛି ୪ କି.ମି. ରାସ୍ତା

ଦଶମନ୍ତପୁର,୧୯।୨(ଡି.ଏନ୍‌.ଏ.): ଦୀର୍ଘ ବର୍ଷର ଅପେକ୍ଷା ପରେ ୫ ଖଣ୍ଡ ଗ୍ରାମବାସୀଙ୍କ ପାଇଁ   ପକ୍କା ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଲା। କାମ ଆଦେଶ ମଞ୍ଜୁର ହୋଇ ଠିକା ସଂସ୍ଥା କାମ ଜାରି ରଖିଛି। ଆଉ ଅଳ୍ପ କାମ ବାକି ଅଛି। କିନ୍ତୁ କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ସରକାର ଦୀର୍ଘ ଦିନର ଦାବି ପୂରଣ କରି ପକ୍କାରାସ୍ତା ନିର୍ମାଣ କରିବା ପାଇଁ  ବ୍ୟବସ୍ଥା କରିଛନ୍ତି। କିନ୍ତୁ ଠିକାସଂସ୍ଥାର ମନମୁଖୀକାର୍ଯ୍ୟ ଯୋଗୁ ରାସ୍ତା ନିମ୍ନମାନର ହେବା ସହିତ ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା କରାଯାଉଛି। କାମଧନ୍ଦା ନ ପାଇ ସ୍ଥାନୀୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି।

ଦୁଇବର୍ଷ ହେଲା ଅଧାରେ ଅଟକିଛି ଅଙ୍ଗନଓ୍ବାଡ଼ି କାମ

ଦୁଇବର୍ଷ ହେଲା ଅଧାରେ ଅଟକିଛି ଅଙ୍ଗନଓ୍ବାଡ଼ି କାମ

ଦଶମନ୍ତପୁର,୧୯।୨(ଡି.ଏନ.ଏ.): ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ପତନ ନିର୍ମିତ ହୋଇ ଦୁଇବର୍ଷ ହେଲା ପଡ଼ିରହିଛ।କାମର ଉପଯୁକ୍ତ ପ୍ରାପ୍ୟ ମିଳୁ ନ ଥିବାରୁ ବାକି କାମ କରୁ ନ ଥିବା ଠିକାଦାର କହିଛନ୍ତି। ଅନ୍ୟପଟେ ପିଲାମାନେ ଗଁାଠାରୁ ଦୂରକୁ ଯାଇ ପାଠପଢୁଛନ୍ତି। କାମର ବିଲ୍‌ ପରିମାଣ କନିଷ୍ଠଯନ୍ତ୍ରୀ ଦେଉ ନ ଥିବା ଅଭିଯୋଗ କରି ଠିକାଦାର ବାକି କାମ ବନ୍ଦ ରଖିଛନ୍ତି। ଦଶମନ୍ତପୁର ବ୍ଳକ୍‌ ଗିର୍ଲିଗୁମ୍ମା ପଞ୍ଚାୟତ ଉପର ରତାବନ୍ଧ ଗ୍ରାମରେ ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। 

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ବୈପାରୀଗୁଡ଼ା,୧୯।୨(ଡି.ଏନ୍‌.ଏ.): ଶ୍ରେଣୀଗୃହ ନିର୍ମାଣ ପାଇଁ ଟଙ୍କା ଉଠାଇ କାମ ଅଧାରେ ପକାଇ ରଖିଛନ୍ତି କାର୍ଯ୍ୟାଦେଶ ପାଇଥିବା ଟେକ୍‌ନିକାଲ କନସଲଟାଣ୍ଟ। କନ୍ଧ ଆଦିବାସୀ ଅଧ୍ୟୁଷିତ ଇଲାକରେ ଥିବା ଏହି ବିଦ୍ୟାଳୟରେ ଏବେ କୋଠରି ଅଭାବରୁ ଅଷ୍ଟମ ଶ୍ରେଣୀରେ ନାମଲେଖା ବନ୍ଦ ହୋଇଛି। ବୈପାରୀଗୁଡ଼ା ବ୍ଲକ ଦୋରାଗୁଡା ପଞ୍ଚାୟତ ନିଶନାପାଖନା ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଚିତ୍ର।

ଲକ୍ଷ୍ୟ ପୂରଣ କରିପାରୁନି ଚେକ୍‌ଡ୍ୟାମ୍‌

ଲକ୍ଷ୍ୟ ପୂରଣ କରିପାରୁନି ଚେକ୍‌ଡ୍ୟାମ୍‌

ଜୟପୁର,୧୯।୨(ଡି.ଏନ୍‌.ଏ.): ବିଭିନ୍ନ ଛୋଟ ନଦୀ ଏବଂ ନାଳରେ ବହିଯାଉଥିବା ପାଣିକୁ ଅଟକାଇବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଚେକ୍‌ଡ୍ୟାମ୍‌ (ଆଡ଼ିବନ୍ଧ) କରାଯାଉଛି। ଜୟପୁର ବ୍ଲକ ରଣ୍ଡାପାଲୀ ପଞ୍ଚାୟତ ଟାଙ୍କୁଗୁଡ଼ା ରାସ୍ତା ବାମୁଣଦେଈ ଛକ ନିକଟରେ ସୀତାଗାଡ଼ରା ନାଳରେ ୨୦୧୪-୧୫ରେ ୩୩ ଲକ୍ଷ ୮୮ ହଜାର ଟଙ୍କାର ଚେକଡ୍ୟାମ୍‌ ନିର୍ମାଣ କରିଥିଲା କ୍ଷୁଦ୍ର ଜଳସେଚନ ବିଭାଗ। କିନ୍ତୁ ଚେକ୍‌ଡ୍ୟାମ୍‌ର ଗେଟ୍‌ ଦେଇ ପାଣି ନିଷ୍କାସିତ ହେଉଥିବା ବେଳେ ଉପରମୁଣ୍ଡରେ ଆବଶ୍ୟକ ଅନୁସାରେ ପାଣି ଅଟକି ରହିପାରୁ ନାହିଁ।