ରାୟଗଡା

 ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଗୋଷାଣି/ପାରଳାଖେମୁଣ୍ଡି, ୨୮ା୨(ଡି.ଏନ.ଏ/ସ୍ବ.ପ୍ର.): ଗଜପତି ଜିଲା ଗୋଷାଣି ବ୍ଲକର କଇଠଳା ନିକଟରେ ଗୁରୁବାର ଏକ ଘରୋଇ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମ ହରିଜନ ସାହିର ସ୍ବର୍ଗତ ଏମ୍‌. ଗୁରୁସୂରୀଙ୍କ ପୁଅ ଏମ୍‌. ଲିଙ୍ଗାରାଓ (୨୯)। ଗାରାବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାଳିଆ ସମାବେଶ ପରେ ଲୋକଙ୍କୁ ନେଇ ବସ୍‌ଟି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଗୁଣି ଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ଘଟଣା:୯ ଗିରଫ

ଗୁଣି ଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ଘଟଣା:୯ ଗିରଫ

ଗୁଣପୁର,୨୮।୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଉକୁମ୍ବା ପଞ୍ଚାୟତ ଉକୁମ୍ବାଗୁଡ଼ା ଗାଁରେ ଗତ ୨୩ ତାରିଖରେ ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ  ହତ୍ୟା କରାଯାଇଥିଲା। ଏହି ଘଟଣାରେ ଗୁଣପୁର ପୋଲିସ ଗୁରୁବାର ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ ଶବର ଓ ତାଙ୍କ ଭାଇ ବାବୁଲା ଶବର, ଶଙ୍କର ଶବର ଓ ତାଙ୍କ ଭାଇ ବୁଲୁ ଶବର, ରବି ଶବର, କମଳ ଲୋଚନ ମାଣ୍ଡାଙ୍ଗି,  ମାଳତି ଶବର, ପୁନ୍ୟା ଶବର, ଫୁଲ ଶବର। ରାୟଗଡ଼ା ଡ଼ିପିଓ ଅଫିସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସପି ଶ୍ରବଣ ବିବେକ ଏମ ଏହି ସୂଚନା ଦେଇଛନ୍ତି।

୨ ମାସ ହେଲା :ଆଦିବାସୀ ହଷ୍ଟେଲକୁ ପାଣି ବନ୍ଦ

୨ ମାସ ହେଲା :ଆଦିବାସୀ ହଷ୍ଟେଲକୁ ପାଣି ବନ୍ଦ

କୋଲାବନଗର,୨୮।୨(ଡି.ଏନ୍‌.ଏ.) କୋରାପୁଟ ସଦର ବ୍ଲକ ଅନ୍ତର୍ଗତ କୋଲାବନଗର ସ୍ଥିତ ୧୦୦ ଶଯ୍ୟାବିଶିଷ୍ଟ ଅନୁସୂଚିତ ଜାତି ଓ ଜନଜାତି ଝିଅମାନଙ୍କ ପାଇଁ ୨ମହଲା ବିଶିଷ୍ଟ ହଷ୍ଟେଲ ୨୦୧୪ରୁ କାର୍ଯ୍ୟକାରୀ ହେଉଛି। ଏହି ହଷ୍ଟେଲରେ ବର୍ତ୍ତମାନ ୭୦ ଜଣ ଅନୁସୂଚିତ ଜାତି ଓ ଜନଜାତି ଝିଅ ରହି ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟରେ ପାଠ ପଢୁଛନ୍ତି। 

୮ ମାସ ହେଲା ଅନ୍ଧାରରେ ପାତ୍ରବାଗ୍ରୀ ଗାଁ

୮ ମାସ ହେଲା ଅନ୍ଧାରରେ ପାତ୍ରବାଗ୍ରୀ ଗାଁ

ଦଶମନ୍ତପୁର,୨୮।୨(ଡି.ଏନ୍‌.ଏ.) ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ପଞ୍ଚାୟତ ପାତ୍ରବାଗ୍ରୀ ଗାଁଲୋକେ ୮ ମାସ ହେଲା ଅନ୍ଧାରରେ ଦିନ କାଟୁଛନ୍ତି। ଗାଁରେ ୩୫ ପରିବାର ରୁହନ୍ତି। ୮ ମାସ ତଳେ ସ୍ଥାନୀୟ ଟ୍ରାନ୍ସଫର୍ମର ପୋଡ଼ିଯାଇଥିଲା। ସେବେଠାରୁ ଗାଁ ଅନ୍ଧାରରେ ଥିଲେ ମଧ୍ୟ ଲୋକଙ୍କ ପାଖକୁ ବିଦ୍ୟୁତ ବିଲ୍‌ ଆସୁଛି। 

ଇଟାଭାଟିରେ ୧୩ ଦାଦନ ଶ୍ରମିକ ବନ୍ଧକ

ନବରଙ୍ଗପୁର,୨୮।୨(ବି.ପ୍ର)- ନବରଙ୍ଗପୁର ଜିଲା ସଦର ବ୍ଲକ ଭାଟିଗାଁର ୧୩ ଜଣ ଦାଦନ ଶ୍ରମିକ ତେଲେଙ୍ଗନା ରାଜ୍ୟର ଏକ ଇଟାଭାଟିରେ ବନ୍ଧକ ଥିବା ନବରଙ୍ଗପୁର ଥାନାରେ  ଅଭିଯୋଗ ହୋଇଛି। ୩ ମାସ ତଳେ  ଭାଟିଗାଁର ୧୩ ଜଣଙ୍କ ଶ୍ରମିକଙ୍କୁ ମାସିକ ୧୦ ହଜାର ଟଙ୍କା ଦରମା, ଖାଇବାକୁ ଦିଆଯିବ ବୋଲି ୨ ଜଣ ଦଲାଲ କହି ତେଲଙ୍ଗାନା ନେଇଥିଲେ। 

ଓଡିଶା କୃଷକ ସଭାର ପଦଯାତ୍ରା

ଓଡିଶା କୃଷକ ସଭାର ପଦଯାତ୍ରା

ଡାବୁଗାଁ ,୨୮।୨ (ଡି.ଏନ.ଏ.)- ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ନୂଆଗୁଡା ଗ୍ରାମର ସନୁ ମାଝୀ ଛକଠାରେ ଓଡିଶା କୃଷକ ସଭା ନବରଙ୍ଗପୁର ଜିଲା କମିଟି ତରଫରୁ ପଦଯାତ୍ରା ବୁଧବାର ଆରମ୍ଭ ହୋଇଛି ।  ଏଥିରେ ଜଙ୍ଗଲ ଅଧିକାର ଆଇନର ଠିକ କାର୍ଯ୍ୟକରି ଓ ୯ ଟି ଦାବୀ ପୂରଣ,ମାନବିକତା ବିହୀନ ଆଦିବାସୀ ବିରୋଧୀ ସୁପ୍ରିମକୋର୍ଟ ରାୟକୁ ବାତିଲ ନିମନ୍ତେ ଏକ ପଦଯାତ୍ରା କରାଯାଇଛି । 

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି :  ପ୍ରଶାସନର ଦ୍ୱାରସ୍ଥ ହେଲେ କୁମୁଳସିଂବାସୀ

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି : ପ୍ରଶାସନର ଦ୍ୱାରସ୍ଥ ହେଲେ କୁମୁଳସିଂବାସୀ

ପାରଳାଖେମୁଣ୍ଡି, ୨୮।୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ ବ୍ଲକର କୁମୁଳସିଂ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଏକ ନିର୍ବିବାଦୀୟ ଜାଗାରେ ନିର୍ମାଣ ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ନେଇ ସେମାନେ  ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଯେଉଁଠି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି ତାହା ବିବାଦୀୟ ଜାଗା। 

ମାଣ୍ଡିଆ ମଣ୍ଡିରୁ ସୁଫଳ ପାଇଲେନି ଚାଷୀ

ଚିତ୍ରକୋଣ୍ଡା,୨୮।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅଞ୍ଚଳରେ ମାଣ୍ଡିଆ ସଂଗ୍ରହରେ ସମସ୍ୟା ସୃଷ୍ଟି ହୋଇଛି। ୧୮ଟି ପଞ୍ଚାୟତ ମଧ୍ୟରୁ ଦୋରାଗୁଡା, ବଡପଦର, ପପୁଲୁର,ଚିତ୍ରକୋଣ୍ଡା ଓ ବଡପଡାଠାରେ ସରକାରଙ୍କ ପକ୍ଷରୁ ମାଣ୍ଡିଆ ମଣ୍ଡି ଖୋଲା କରାଯାଇଛି।

ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ମାଲକାନଗିରି,୨୮।୨(ଡି.ଏନ.ଏ.)- ମାଲକାନଗିରି ଅତିରିକ୍ତ ଜିଲା ଜଜ୍‌ ପ୍ରଜ୍ଞା ନଳିନୀ ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। 

ସଡକ ଦୁର୍ଘଟଣାରେ ଜଣେ ମୃତ

ସଡକ ଦୁର୍ଘଟଣାରେ ଜଣେ ମୃତ

ପାଣ୍ଡ୍ରିପାଣି, ୨୮।୨: ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଭେଜାଗୁଡା ଗ୍ରାମପଞ୍ଚାୟତର କୋତାମେଟ ଗ୍ରାମରେ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। 

ମହିଳାଙ୍କ ନେତୃତ୍ୱ ଓଡ଼ିଶାକୁ ନୂଆ ବାଟ ଦେଖାଇଛି

ମହିଳାଙ୍କ ନେତୃତ୍ୱ ଓଡ଼ିଶାକୁ ନୂଆ ବାଟ ଦେଖାଇଛି

ରାୟଗଡ଼ା ଅଫିସ୍‌,୨୮।୨(ଡି.ଏନ୍‌.ଏ.):ମହିଳାଙ୍କ ନେତୃତ୍ୱ ଓଡ଼ିଶାକୁ ଏକ ନୂଆ ବାଟ ଦେଖାଇପାରିଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପାଇଁ  ୩୩% ସ୍ଥାନ ସଂରକ୍ଷଣ  କରିବାକୁ କେନ୍ଦ୍ର ପାଖରେ ଆମେ ଦାବି ରଖିଛୁ।

ଗୁଣି ଗାରେଡ଼ି ସନ୍ଦେହରେ ବଢିଚାଲିଛି ହତ୍ୟାକାଣ୍ଡ: ସଚେତନତା ସତ୍ତ୍ୱେ ହଟୁନି ଅନ୍ଧବିଶ୍ୱାସ

ଗୁଣି ଗାରେଡ଼ି ସନ୍ଦେହରେ ବଢିଚାଲିଛି ହତ୍ୟାକାଣ୍ଡ: ସଚେତନତା ସତ୍ତ୍ୱେ ହଟୁନି ଅନ୍ଧବିଶ୍ୱାସ

ଗୁଣପୁର,୨୮।୨(ଡି.ଏନ.ଏ)-ରାୟଗଡ଼ା ଜିଲାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। କିଛିମାସ କିମ୍ବା ବର୍ଷ ଅନ୍ତରାଳରେ ଗୁଣିଗାରେଡି ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଚାଲିଛି।

ଗୁଣି ଗାରେଡି ସନ୍ଦେହରେ  ୩ ଜଣଙ୍କୁ ହତ୍ୟା ଘଟଣା: ମୃତଦେହର ପତ୍ତା ପାଉନି ପୋଲିସ

ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା: ମୃତଦେହର ପତ୍ତା ପାଉନି ପୋଲିସ

ଗୁଣପୁର,୨୭।୨(ଡି.ଏନ୍‌.ଏ.)-ରାୟଗଡା ଜିଲା ରାମନାଗୁଡା ବ୍ଲକ ଉକୁମ୍ବା ପଞ୍ଚାୟତ ଉକୁମ୍ବାଗୁଡ଼ା ଗାଁରେ  ୨୩ ତାରିଖରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ଦମ୍ପତିଙ୍କ ସମେତ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା। ଏ ନେଇ ମୃତ ଗୋପାଳଙ୍କ ଝିଅ ସବିତା ଗୁଣପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।  ବୁଧବାର ଅତିରିକ୍ତ ଏସ୍‌ପି ଭି.ଆର.ରାଓଙ୍କ ସମେତ ଏସଡିପିଓ ରାଜ କିଶୋର ଦାସ ଉକୁମ୍ବାଗୁଡା ଯାଇ ତଦନ୍ତ କରିଛନ୍ତି। ଗଁା ଦାଣ୍ଡରେ ଥିବା ବାବୁ ଦେବତାଙ୍କ    ଆଖପାଖ ଅଞ୍ଚଳ ବୁଲି ଦେଖିଥିଲେ। ହତ୍ୟାପରେ  ମୃତଦେହ ଗୁଡିକୁ କ’ଣ କରାଯାଇଛି ତାହାର ତଦନ୍ତ ପୋଲିସ ଚାଲୁ ରଖିଛି। ହେଲେ ଏଯାଏଁ  କୌଣସି ସୁରାକ  ପୋଲିସର ହସ୍ତଗତ ହୋଇନାହିଁ।

କୋର୍ଟରେ ନିର୍ଦ୍ଧାରଣ ହେଉଛି ଶିରିଝୋଲି ସରପଞ୍ଚ ଭାଗ୍ୟ

କୋର୍ଟରେ ନିର୍ଦ୍ଧାରଣ ହେଉଛି ଶିରିଝୋଲି ସରପଞ୍ଚ ଭାଗ୍ୟ

ଗୁଣପୁର,୨୭।୨(ଡି. ଏନ.ଏ): ଗତ ଦୁଇଟି ପଞ୍ଚାୟତ ନିର୍ବାଚନକୁ ସମୀକ୍ଷା କରାଗଲେ ରାୟଗଡ଼ା ଜିଲାଗୁଣପୁର ବ୍ଲକ ଶିରିଝୋଲି ପଞ୍ଚାୟତ ପଦ ବିବାଦୀୟ ହୋଇପଡିଛି। ଦୁଇ ଦୁଇ ଥର ପଞ୍ଚାୟତ ନିର୍ବାଚନ ମାମଲା ଯାଇ କୋର୍ଟରେ ପହଁଞ୍ଚିଛି । ଶେଷରେ କୋର୍ଟଙ୍କ ନିଷ୍ପତ୍ତି ଶିରିଝୋଲି ସରପଞ୍ଚ ପଦ ଭାଗ୍ୟ ନିର୍ଦ୍ଧାରଣ କରିଛି। 

ଫେସ୍‌ବୁକ୍‌ ପ୍ରେମ ପରେ ଲୁଟିଲେ ଯୁବକ

ଫେସ୍‌ବୁକ୍‌ ପ୍ରେମ ପରେ ଲୁଟିଲେ ଯୁବକ

ପାରଳାଖେମୁଣ୍ଡି, ୨୭।୨(ସ୍ବ.ପ୍ର.): ପ୍ରଥମେ ମିଥ୍ୟା ପରିଚୟ ଦେଇ ଫେସ୍‌ବୁକ୍‌ ଜରିଆରେ ପ୍ରେମ ଜାଲରେ ଯୁବତୀଙ୍କୁ ଫସାଇଲେ। ତା’ପରେ ମନ୍ଦିରରେ ବିବାହ କଲେ। ଶେଷରେ ପ୍ରେମିକାଙ୍କ ଲାପ୍‌ଟପ୍‌, ଟଙ୍କା, ସୁନା ଲୁଟି ଫେରାର ହୋଇଗଲେ ପ୍ରେମିକ। ଏଭଳି ଘଟଣା ଘଟିଛି ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ। ଏ ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। 

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

ଜୟପୁର/ଭୁବନେଶ୍ୱର, ୨୭।୨(ଡି.ଏନ୍‌.ଏ./ବ୍ୟୁରୋ): କୋରାପୁଟ ଜିଲା ଜୟପୁର ଏୟାରଷ୍ଟ୍ରିପଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିମାନ ଜରୁରିକାଳୀନ ଅବତରଣ କରିଛି। ଏଠାରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ରାୟଗଡ଼ା ଜିଲା ଗସ୍ତ କରିବେ ।

ସୁରକ୍ଷାକର୍ମୀଙ୍କୁ ମାଡ଼ ଘଟଣା: ହାଲ୍‌ର ୨ ଅଧିକାରୀଙ୍କ ନାଁରେ ଏତଲା

ସୁରକ୍ଷାକର୍ମୀଙ୍କୁ ମାଡ଼ ଘଟଣା: ହାଲ୍‌ର ୨ ଅଧିକାରୀଙ୍କ ନାଁରେ ଏତଲା

କୋରାପୁଟ,୨୬ା୨(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ର ସୁରକ୍ଷାକର୍ମୀଙ୍କୁ କାରଣ ନଥାଇ କମ୍ପାନିର ୨ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣାର ୬ ଦିନ ପରେ ମଙ୍ଗଳବାର  ଡିଏସ୍‌ସି ପକ୍ଷରୁ ସୁନାବେଡ଼ା ଥାନାରେ ୨ ଅଧିକାରୀଙ୍କ ବିରୋଧରେ ଏତଲା ଦିଆଯାଇଛି। ଏହାସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ।

ଜନଜାତି ସମାବେଶ: ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥାହେଲେ ପରଜା ଝିଅ

ଜନଜାତି ସମାବେଶ: ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥାହେଲେ ପରଜା ଝିଅ

କୋରାପୁଟ,୨୬ା୨(ସ୍ବ.ପ୍ର.): କୋରାପୁଟ ଜନଜାତି ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ପକ୍ଷରୁ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ମଙ୍ଗଳବାର ଜିଲାସ୍ତରୀୟ ଜନଜାତି ସମାବେଶ ଅନୁଷ୍ଠିତ ହୋଇଛି। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କମଳୁ ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଦଶମନ୍ତପୁର ବ୍ଲକ ପରଜା ଜନଜାତିର କମଳା ଜାନି ଓ ଅନ୍ୟ ପ୍ରତିନିଧିଙ୍କ ସହ ଭାବ ବିନିମୟ  କରିଛନ୍ତି। 

ମାଟ୍ରିକ ପରୀକ୍ଷା ଦେବାକୁ ୨୭ କିମି ଯାଉଛନ୍ତି ପରୀକ୍ଷାର୍ଥୀ

ମାଟ୍ରିକ ପରୀକ୍ଷା ଦେବାକୁ ୨୭ କିମି ଯାଉଛନ୍ତି ପରୀକ୍ଷାର୍ଥୀ


ଝରିଗାଁ,୨୬।୨(ସ୍ବ.ପ୍ର)-ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ସ୍କୁଲ ଠାରୁ ୫ କି.ମି ବ୍ୟବଧାନ ମଧ୍ୟରେ କରାଯିବା ନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଶିକ୍ଷା ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ବାସ୍ତବରେ ବୋର୍ଡର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରିକି ସ୍କୁଲ ଠାରୁ ୨୭ କି.ମି ଦୂରରୁ ଆସି ଛାତ୍ରୀଛାତ୍ରମାନେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୯ ବର୍ଷ ହେଲା ଏପରି ସମସ୍ୟା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ।

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ନୂଆ ବସ୍‌ଷ୍ଟାଣ୍ଡ

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ନୂଆ ବସ୍‌ଷ୍ଟାଣ୍ଡ

ପାରଳାଖେମୁଣ୍ଡି, ୨୬।୨(ସ୍ବ.ପ୍ର.)

ପାରଳାଖେମୁଣ୍ଡି ନୂତନ ବସ୍‌ଷ୍ଟାଣ୍ଡ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେବା ମାତ୍ରକେ ପୌରପରିଷଦ  ଯାତ୍ରୀ ବିଶ୍ରାମାଗାର ଛାତ ଉପରେ  ଅସାମାଜିକ ବ୍ୟକ୍ତିମାନେ ମଦ ପିଉଥିବା ନେଇ ଅଭିଯୋଗ ହୋଇଛି। ରାତ୍ରି ପର୍ଯ୍ୟନ୍ତ ସେଠାରେ ଏଭଳି ଆଡ୍ଡା ଜମୁଥାଏ। ଏହି ବସ୍‌ଷ୍ଟାଣ୍ଡରୁ ବିଶେଷକରି ରାତିରେ ହିଁ  ଭୁବନେଶ୍ୱର, କଟକ, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, ଭବାନୀପାଟଣା,  ବିଶାଖାପାଟଣା, ଶ୍ରୀକାକୁଲମ ଆଦି ସ୍ଥାନକୁ ବସ୍‌ ବାହାରିଥାଏ। 

 ପିଏମ୍‌ଆର୍‌ଓ୍ବାଇରେ ଠିକାସଂସ୍ଥା ନାଁରେ ଅଭିଯୋଗ:ନିମ୍ନମାନର କାମ, ଫଳକରେ ତଥ୍ୟ ନାହିଁ

ପିଏମ୍‌ଆର୍‌ଓ୍ବାଇରେ ଠିକାସଂସ୍ଥା ନାଁରେ ଅଭିଯୋଗ:ନିମ୍ନମାନର କାମ, ଫଳକରେ ତଥ୍ୟ ନାହିଁ

ଜୟପୁର,୨୬।୨(ଡି.ଏନ୍‌.ଏ.)

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ କୋରାପୁଟ ଜିଲା ପାଇଁ ୧ ହଜାର କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ ବିଭିନ୍ନ ପ୍ୟାକେଜ୍‌ରେ କାମ ହାତେଇ ନେଇଛି ରାଜ୍ୟ ବାହାରର ଘରୋଇ କମ୍ପାନୀ ଏନ୍‌ବିସିସି। କିନ୍ତୁ କମ୍ପାନି ନିମ୍ନାମନର କାର୍ଯ୍ୟ କରୁଥିବା ବେଳେ ସୂଚନା ଫଳକରେ ନିର୍ମାଣ ପ୍ରକଳ୍ପର ତଥ୍ୟ ଉଲ୍ଲେଖ କରୁନାହିଁ। ଜିଲାର ଅଧିକାଂଶ ବ୍ଲକ୍‌ରେ ଏଭଳି ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ସଦର ୨୬ ନମ୍ବର ଜାତୀୟ ରାଜପଥରୁ କେବିଡି ପଞ୍ଚାୟତର ବିଭିନ୍ନ ଗ୍ରାମ ଦେଇ ଗଡ଼ପଦର ପଞ୍ଚାୟତ ତାଡ଼ପାଣିକୁ ସଂଯୋଗ ପାଇଁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି।

ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା

ଗୁଣପୁର, ୨୬।୨ (ଡି.ଏନ୍‌.ଏ): ରାୟଗଡା ଜିଲା ରାମନଗୁଡ଼ା ବ୍ଲକ ଉକୁମ୍ବା ପଞ୍ଚାୟତ ଉକୁମ୍ବାଗୁଡ଼ା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଗାଁର ଅନ୍ୟ ଏକ ବୃଦ୍ଧାଙ୍କୁ ହତ୍ୟା  କରାଯାଇଛି।

ବାସି ଭୋଜି ଖାଇ ୩୦ ଅସୁସ୍ଥ: ଅସୁସ୍ଥଙ୍କ ମଧ୍ୟରୁ ୮ ଗୁରୁତର

ବାସି ଭୋଜି ଖାଇ ୩୦ ଅସୁସ୍ଥ: ଅସୁସ୍ଥଙ୍କ ମଧ୍ୟରୁ ୮ ଗୁରୁତର

କୋରାପୁଟ/ଦଶମନ୍ତପୁର,୨୫ା୨(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ଗ୍ରାମରେ ଆୟୋଜିତ ଏକ ବିବାହ ଭୋଜିର ବାସି ଖାଦ୍ୟ ଖାଇ ୩୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

କୋରାପୁଟ ପାଇଲା ଜାତୀୟ ଜଳ ପୁରସ୍କାର:କେନ୍ଦ୍ରମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣକଲେ ଜଳ ବିଭାଜିକା ମିଶନ ପିଡି

କୋରାପୁଟ ପାଇଲା ଜାତୀୟ ଜଳ ପୁରସ୍କାର:କେନ୍ଦ୍ରମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣକଲେ ଜଳ ବିଭାଜିକା ମିଶନ ପିଡି

କୋରାପୁଟ,୨୫ା୨(ସ୍ବ.ପ୍ର.): ଭୂତଳ ଜଳସ୍ତର ବୃଦ୍ଧି ଓ ନୂତନ ଜଳ ଉତ୍ସ ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋମବାର କୋରାପୁଟ ଜିଲାକୁ ମିଳିଛି ‘ଜାତୀୟ ଜଳ ପୁରସ୍କାର ୨୦୧୮’। ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସମ୍ବିଧାନ କ୍ଲବର ମାଭଲଙ୍କାର ଅଡିଟୋରିୟମ୍‌ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଜିଲାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।