ରାୟଗଡା

ତଳମୁଣ୍ଡ ଧାନଜମିକୁ ପହଞ୍ଚୁନି କେନାଲ ପାଣି: ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

ଜୟପୁର,୨୭।୧୦(ଡି.ଏନ୍‌.ଏ.)ଧାନଚାଷ ପାଇଁ ଆବଶ୍ୟକ ବର୍ଷା ନଥିବା ଯୋଗଁୁ ଚାଷୀମାନେ କେନାଲ ପାଣି ଉପରେ ନିର୍ଭର କରନ୍ତି। ବିଡ଼ମ୍ବନା ହେଉଛି, କେନାଲରେ ପାଣି ଆସୁଛି, କିନ୍ତୁ ତଳମୁଣ୍ଡକୁ ପହଞ୍ଚୁନାହିଁ। 

୨୦ ପରିବାର ଚଳାଉଛି କୋଟାଛକ ବରଗଛ

ବୈପାରୀଗୁଡ଼ା,୨୭।୧୦(ଡି.ଏନ୍‌.ଏ.)କଥାରେ ଅଛି ବରଗଛଟିଏ ଲଗାଇଲେ କୋଟି ପୁଣ୍ୟ ମିଳେ । ଏହି ଉକ୍ତିର  ଏକ ବାସ୍ତବ ରୂପ ହେଉଛି ବୈପାରୀଗୁଡ଼ା-ଜୟପୁର ରାସ୍ତାର କୋଟାଛକ ନାମରେ ପରିଚିତ ଏକ ତିନି କୋଣିଆ ଛକରେ ଥିବା ବିଶାଳ ବରଗଛ । 

ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ

ରାୟଗଡ଼ା ଅଫିସ୍‌, ୨୬। ୧୦- ରାୟଗଡ଼ା ଜିଲା ରାୟଗଡ଼ା ବ୍ଲକ୍‌ ବାଇସିଂ ପଞ୍ଚାୟତ ଅନ୍ତର୍ଗତ କୁସୁକୁ ଗ୍ରାମ ନିକଟସ୍ଥ  ପୋଖରୀରେ  ଦୁଇ ଜଣ ନାବାଳକ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।  ମୃତକମାନେ  ହେଲେ ବିଟୁ ନିମାକାଙ୍କ ପୁଅ ପଚୁ ନିମାକା(୧୧) ଓ ସୁବି ନିମାକାଙ୍କ ପୁଅ ନିବେନୁ ନିମାକା(୧୦) । 

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣି

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣି

କାଶୀନଗର/ପାରଳାଖେମୁଣ୍ଡି, ୨୬।୧୦(ଡି.ଏନ.ଏ./ସ୍ବ.ପ୍ର.) -ପେନସନ କରାଇ ଦେବାକୁ କହି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର ଗଜପତି ଜିଲା କାଶୀନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ସୁରେନ୍ଦ୍ର ନାଥ ମହାଙ୍କୁଡ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। 

ପୋଟେରୁ ନଦୀ କନ୍ୟାଶ୍ରମ ସେତୁର ପୁନଃ ନିର୍ମାଣ ହେବ

ପୋଟେରୁ ନଦୀ କନ୍ୟାଶ୍ରମ ସେତୁର ପୁନଃ ନିର୍ମାଣ ହେବ

ମାଲକାନଗିରି,୨୬।୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲା କାଲିମେଳାଠାରୁ ପଡ଼ିିଆ ବ୍ଲକ୍‌କୁ ସଂଯୋଗ କରୁଥିବା କନ୍ୟାଶ୍ରମ ନିକଟସ୍ଥ ପୋଟେରୁ ନଦୀର ପୁରୁଣା ସେତୁ ପୁନଃ ନିର୍ମାଣ କରାଯିବ । ଏହି ସେତୁ ପାଇଁ ରାଜ୍ୟ ସରକାର ୮ କୋଟି ଟଙ୍କା ଅର୍ଥ ବରାଦ କରିଛନ୍ତି। 

କେନାଲ ମରାମତି ଦାବିରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଘେରିଲେ ଚାଷୀ

କେନାଲ ମରାମତି ଦାବିରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଘେରିଲେ ଚାଷୀ

ଜୟପୁର,୨୬।୧୦(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁର ବ୍ଲକ ବାରିଣିପୁଟ ଗ୍ରାମପଞ୍ଚାୟତର ବରେଇଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଡ୍ୟାମ ଓ କେନାଲ ମରାମତି କରିବାକୁ ଦାବି ହୋଇଛି। ସେହିପରି ଚାଷ ଜମିକୁ ପାଣି ଆବଶ୍ୟକ ହେଉଥିବାବେଳେ କେନାଲ ଭାଙ୍ଗି ଯାଇଥିବା ଯୋଗଁୁ ପାଣି ପହଞ୍ଚି ପାରୁନାହିଁ ।

ଖମ୍ବଆଳୁ , ପିତଳକନ୍ଦା ଦେଉଛି ଜୀବିକା

ଖମ୍ବଆଳୁ , ପିତଳକନ୍ଦା ଦେଉଛି ଜୀବିକା

ରାମନାଗୁଡ଼ା,୨୬।୧୦(ଡି.ଏନ.ଏ)- ରାୟଗଡ଼ା ଜିଲା ମୁକୁନ୍ଦପୁର ଗୁରୁବାର ହାଟରେ ଖମ୍ବଆଳୁ ଏବଂ ପିତଳକନ୍ଦା ବିକ୍ରିବଟା ହେଉଛି। ଆଦିବାସୀ ମହିଳାମାନେ  ନିଜ ନିଜର ଡ଼ଙ୍ଗର ଏବଂ ବାଡ଼ରୁ ଖମ୍ବଆଳୁ ଓ ପିତଳକନ୍ଦା ସହିତ ବିଭିନ୍ନ ପ୍ରକାର ପନିପରିବା ଆଣି ଏହି ହାଟରେ ବିକ୍ରି କରୁଛନ୍ତି। ସେମାନଙ୍କଠାରୁ ସୁଲଭ ମୂଲ୍ୟରେ ଖାଉଟିମାନେ ମନପସନ୍ଦର ପରିବା କ୍ରୟ କରୁଛନ୍ତି।

ଶହୀଦ ମାଟି ପାଇଁ ୧୦୦ କୋଟି ଅଭିଯାନରେ ସାମିଲ ହେଲେ ଗ୍ରାମବାସୀ

ଶହୀଦ ମାଟି ପାଇଁ ୧୦୦ କୋଟି ଅଭିଯାନରେ ସାମିଲ ହେଲେ ଗ୍ରାମବାସୀ

ମାଥିଲି,୨୬।୧୦(ଡି.ଏନ.ଏ): ସୋସିଆଲ ମିଡିଆରେ ଶହୀଦ ମାଟି ପାଇଁ ୧୦୦ କୋଟି ଅଭିଯାନର ଆଭାସ ସତ ହୋଇଛି। କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ପଞ୍ଚାୟତର ଉନ୍ନୟନ ପାଇଁ ସ୍ବର ଉଠାଇ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଗ୍ରାମବାସୀ। ଏ ନେଇ ସେମାନେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। 

ଆଦିବାସୀ ଶିକ୍ଷାର ଉନ୍ନତି ପାଇଁ ଭାଷା ଶିକ୍ଷକ ନିଯୁକ୍ତି ଦାବି ଜୋର ଧରିଲା: ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ମାଲକାନଗିରି,୨୬।୧୦ (ଡି.ଏନ୍‌.ଏ.)-  ମାଲକାନଗିରି ଜିଲାରେ କୋୟା, ବଣ୍ଡା, ଦିଦାଇ, ସାନ୍ତଳ, ପରଜା, ଭୁମିଆ ଭଳି ଆଦିମ ଜନଜାତି ବସବାସ କରନ୍ତି। ଏହି ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଭାଷା ଶିକ୍ଷକ ନିଯୁକ୍ତି ଲାଗି ଆଦିବାସୀ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ  ବିଧାୟକ ମାନସ ମାଡକାମିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ବିଧାୟକ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଏକ ଚିଠି ଲେଖିଛନ୍ତି। 

ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ: ୨୬୩୪ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ

ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ: ୨୬୩୪ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ

ରାୟଗଡ (ଗଜପତି), ୨୬ା୧୦(ଡି.ଏନ.ଏ.) -  ତିତ୍‌ଲି ବାତ୍ୟା ପ୍ରଭାବରେ ଗଜପତି ଜିଲା ରାୟଗଡ ବ୍ଲକରେ ବହୁ ଧନଜୀବନ ନଷ୍ଟ ହେବା ସହ ଅନେକ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। 

ସ୍ବତନ୍ତ୍ର ଉନ୍ନୟନ କାଉନସିଲ ବୈଠକ: ଜିଲାରେ ଗଢ଼ାଯିବ ୨୪୦ ସାଂସ୍କୃତିକ କ୍ଲବ୍‌

ସ୍ବତନ୍ତ୍ର ଉନ୍ନୟନ କାଉନସିଲ ବୈଠକ: ଜିଲାରେ ଗଢ଼ାଯିବ ୨୪୦ ସାଂସ୍କୃତିକ କ୍ଲବ୍‌

କୋରାପୁଟ,୨୫।୧୦(ସ୍ବ.ପ୍ର.): କୋରାପୁଟ ଜିଲା ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ କାଉନସିଲର ଏକ ଜରୁରୀ ବୈଠକ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଡିଆରଡିଏ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଜିଲାର ୨୪୦ଟି ପଞ୍ଚାୟତରେ ୧୨ କୋଟି ଟଙ୍କା ବ୍ୟୟରେ ସାଂସ୍କୃତିକ କ୍ଲବ ଗଠନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ୧୦ଟି ହାଟର ଉନ୍ନତି ପାଇଁ ଏପରିକି ୨ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। 

ପାରିବାରିକ କଳହରୁ ଆତ୍ମହତ୍ୟା

ପାରିବାରିକ କଳହରୁ ଆତ୍ମହତ୍ୟା

ପାଣ୍ଡ୍ରିପାଣି,୨୫।୧୦-ମାଲକାନଗିରି ବ୍ଲକ  ବୀରଲକ୍ଷ୍ମଣପୁର  ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ର କରି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଡମ୍ବରୁ ଖିଲ  (୨୭)। ସେ ଆନ୍ଧ୍ରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କିଛି ଦିନ ତଳେ ଗାଁ କୁ ଆସିଥିବା ଗ୍ରାମବାସୀ କହିଛନ୍ତି। 

ସୂଚନା ଫଳକରେ ନାହିଁ ସବିଶେଷ ତଥ୍ୟ

ସୂଚନା ଫଳକରେ ନାହିଁ ସବିଶେଷ ତଥ୍ୟ

ପାରଳାଖେମୁଣ୍ଡି, ୨୫।୧୦(ସ୍ବ.ପ୍ର.)- ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ପଞ୍ଚାୟତ ଅଧୀନ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟରାସ୍ତାଠାରୁ ଏସ୍‌.ଲାଉପୁର ପର୍ଯ୍ୟନ୍ତ ନିର୍ମିତ ରାସ୍ତା ପାର୍ଶ୍ୱରେ ଲାଗିଥିବା ସୂଚନାଫଳକରେ ସମସ୍ତ ସୂଚନା ନାହିଁ। ଫଳକରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ, ଠିକାଦାର ଓ ଯନ୍ତ୍ରୀଙ୍କ ନାମ ଏବଂ ରାସ୍ତା ସଂକ୍ରାନ୍ତ ତଥ୍ୟ ଉଲ୍ଲେଖ ହୋଇନାହିଁ ।

ଧୋକାଦେଲା ବର୍ଷା: ଚନ୍ଦାହାଣ୍ଡିରେ ମରୁଡି ପରିସ୍ଥିତି

ଧୋକାଦେଲା ବର୍ଷା: ଚନ୍ଦାହାଣ୍ଡିରେ ମରୁଡି ପରିସ୍ଥିତି

ଚନ୍ଦାହାଣ୍ଡି, ୨୫।୧୦(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଏକ ମରୁଡି ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଚାଷ ପାଇଁ ଜଳସେଚନର କୌଣସି ଆଖିଦୃଶିଆ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇନାହିଁ । ଫୁଲଝରୀ କ୍ଷୁଦ୍ରଜଳସେଚନ ଡ୍ୟାମ ଏବଂ  ବ୍ଲକରେ ଥିବା ଛୋଟ ନଦୀମାନଙ୍କରେ କରାଯାଇଥିବା ଛୋଟ ଛୋଟ ଚେକଡ୍ୟାମରୁ ଅଳ୍ପ କିଛି ଗ୍ରାମର ଚାଷୀ ଉପକୃତ ହେଉଛନ୍ତି ।

ଜଙ୍ଗଲ ଜମି ପଟ୍ଟା ଦାବିରେ  ଶୋଭାଯାତ୍ରା

ଜଙ୍ଗଲ ଜମି ପଟ୍ଟା ଦାବିରେ ଶୋଭାଯାତ୍ରା

ମାଲକାନଗିରି,୨୫।୧୦(ଡି.ଏନ.ଏ.)-  ମାଲକାନଗିରି ଜିଲାରେ ବିଭିନ୍ନ ଅଞ୍ଚଳରେ ରହୁଥିବା ଆଦିବାସୀ ଏବଂ ବନବାସୀମାନେ   ସେମାନଙ୍କୁ  ପାରମ୍ପରିକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବି କରି  ବିଭିନ୍ନ ସ୍ଥାନରେ  ଶୋଭାଯାତ୍ରା ଏବଂ ବିକ୍ଷୋଭ  ପ୍ରଦର୍ଶନ କରିଛନ୍ତି।  

ଲାଲ ଗଡରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ଲାଲ ଗଡରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ମାଥିଲି, ୨୫।୧୦ (ଡି.ଏନ.ଏ.): ଲାଲ ଗଡରେ ମାଓବାଦୀଙ୍କୁ ବିରୋଧ କରି ଲାଗିଛି ପୋଷ୍ଟର। ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତକୁ ଲାଗି ରହିଥିବା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ମହୁପଦରଠାରୁ କମାରପାଲି ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଉଭୟ ପାଶର୍‌ବ ଗଛରେ ଗୁରୁବାର ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି।

ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଘଟଣା : ଉଦ୍ଧାର କଲା ସ୍ବତନ୍ତ୍ର ଟିମ୍‌, ସନ୍ଧ୍ୟାରେ ଜିଲାପାଳଙ୍କ ସହ ସାକ୍ଷାତ

ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଘଟଣା : ଉଦ୍ଧାର କଲା ସ୍ବତନ୍ତ୍ର ଟିମ୍‌, ସନ୍ଧ୍ୟାରେ ଜିଲାପାଳଙ୍କ ସହ ସାକ୍ଷାତ

ରାୟଗଡା ଅଫିସ୍‌, ୨୫ା୧୦- ରାଜସ୍ଥାନରେ ୧ ଲକ୍ଷ ଟଙ୍କାରେ ଦଲାଲ୍‌ଙ୍କ ଦ୍ୱାରା ବିକ୍ରି ହୋଇଥିବା ରାୟଗଡ଼ା ଜିଲା ଚାନ୍ଦିଲି ଥାନା ତଥା କୋଲନରା ବ୍ଲକ୍‌ ଅନ୍ତର୍ଗତ ଝିଞ୍ଜିଲିବାଡ଼ି ଗ୍ରାମର ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଦଲାଲ୍‌ ଦାଦନ ଖଟାଇବାକୁ ନେଇ ଉକ୍ତ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି କରିଦେଇଥିବା ଅଭିଯୋଗ ପରେ ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ୍‌ , ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ୍‌ ସହାୟତାରେ ଯୁବତୀଙ୍କୁ ରାଜସ୍ଥାନରୁ ଉଦ୍ଧାର କରାଯାଇଛି। 

ତିତ୍‌ଲି ଉଜାଡ଼ିଦେଲା ପର୍ଯ୍ୟଟନସ୍ଥଳୀ:  ‘ଗଣ୍ଡାହାତୀ’ ଏବେ ଶ୍ରୀହୀନ

ତିତ୍‌ଲି ଉଜାଡ଼ିଦେଲା ପର୍ଯ୍ୟଟନସ୍ଥଳୀ: ‘ଗଣ୍ଡାହାତୀ’ ଏବେ ଶ୍ରୀହୀନ

ପାରଳାଖେମୁଣ୍ଡି, ୨୫ା୧୦(ସ୍ବ.ପ୍ର.)- ତିତ୍‌ଲି ବାତ୍ୟାରେ ଗଜପତି ଜିଲା ରାୟଗଡ ବ୍ଲକର ‘ଗଣ୍ଡାହାତୀ’ ପର୍ଯ୍ୟଟନସ୍ଥଳୀ ଉଜୁଡ଼ି ଯାଇଛି। ଏଠାରେ ଥିବା ଅନେକ ଗଛ ଭାଙ୍ଗିପଡ଼ିଥିବା ବେଳେ ଆମୋଦ ପ୍ରମୋଦ ଲାଗି ଉଦ୍ଦିଷ୍ଟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି।

ଟିପର ଓଲଟି ଚାଳକ ମୃତ

ଟିପର ଓଲଟି ଚାଳକ ମୃତ

କୋଲାବନଗର, ୨୪।୧୦ (ଡି.ଏନ୍‌.ଏ.)- କୋରାପୁଟ ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୬  ଜୟପୁର ଘାଟି ପାର୍ଶ୍ୱସ୍ଥ ଶିବ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟିପର ଭାରସାମ୍ୟ ହରାଇ ଡ଼ାହାଣ ପାର୍ଶ୍ୱ ରାସ୍ତାକଡ଼କୁ ଓଲଟି ପଡ଼ିବା ଦ୍ୱାରା ଚାଳକଙ୍କ ମୃତ୍ୟୁ ହୋଇଛି।

ପ୍ରକାଶଙ୍କ ଗୁଜୁରାଣ ଛଡ଼ାଇନେଇଛି ଗୋଡ଼

ପ୍ରକାଶଙ୍କ ଗୁଜୁରାଣ ଛଡ଼ାଇନେଇଛି ଗୋଡ଼

କୋଲାବନଗର,୨୪।୧୦(ଡି.ଏନ୍‌.ଏ.): ସରକାର ଭିନ୍ନକ୍ଷମଙ୍କୁ ନାନା ପ୍ରକାର ସହାୟତା ଦେଇ ଅନୁକମ୍ପା ଦେଖାଇ ଚାଲିଛନ୍ତି। କିନ୍ତୁ ଭାଗ୍ୟଚକ୍ରରେ ନିଜ ଗୋଡ଼ ହରାଇ ଭିନ୍ନକ୍ଷମ ସାଜିଥିବା ପ୍ରକାଶ ସରକାରଙ୍କ ସହାୟତା ରାଶି ବଦଳରେ ନିଜେ ରୋଜଗାର କରିବା ଲାଗି ପ୍ରଶାସନକୁ ସାମାନ୍ୟ କିଛି ଭିତ୍ତିଭୂମି ଯୋଗାଇବା ଲାଗି ନିବେଦନ କରିଛନ୍ତି। ଗୋଡ଼ ଯିବା ପରେ ତା’ ସହ ତାଙ୍କର ଗୁଜୁରାଣ ଯାଇଛି। ସ୍ବାସ୍ଥ୍ୟ ବି ଭାଙ୍ଗିପଡ଼ିଛି। କିନ୍ତୁ ତଥାପି ସଳଖି ଛିଡ଼ା ହେବାର ସାହସ ରଖିଛନ୍ତି ପ୍ରକାଶ। ଏଥିପାଇଁ ସରକାର ହାତ ବଢ଼ାଇବାକୁ ସେ ଆଶା ବାନ୍ଧିଛନ୍ତି।

ଜମି ବିବାଦରୁ ପଥରରେ ଛେଚି ହତ୍ୟା

ଜମି ବିବାଦରୁ ପଥରରେ ଛେଚି ହତ୍ୟା

ନବରଙ୍ଗପୁର,୨୪।୧୦(ବି.ପ୍ର.): ନବରଙ୍ଗପୁର ଥାନା ଅଧୀନ ନିସନାହାଣ୍ଡି ଗାଁରେ ଜମି ବିବାଦକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। 

ବିଜେଡିରେ ମିଶିଲେ ନାଚିକା ଲିଙ୍ଗାଙ୍କ ସ୍ତ୍ରୀଙ୍କ ସମେତ ଶତାଧିକ ଗ୍ରାମବାସୀ

ବିଜେଡିରେ ମିଶିଲେ ନାଚିକା ଲିଙ୍ଗାଙ୍କ ସ୍ତ୍ରୀଙ୍କ ସମେତ ଶତାଧିକ ଗ୍ରାମବାସୀ

କୋରାପୁଟ,୨୪।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକର ଶତାଧିକ ଜନତା ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କ ସ୍ତ୍ରୀ ଟିକାଇଙ୍କ ନେତୃତ୍ୱରେ ସେମାନେ ଦଳରେ ଯୋଗ ଦେଇଛନ୍ତି। 

ଶିରି ହରାଇଲାଣି ୨ ଶତାବ୍ଦୀର ନୀଳକଣ୍ଠ ସାଗର

ଶିରି ହରାଇଲାଣି ୨ ଶତାବ୍ଦୀର ନୀଳକଣ୍ଠ ସାଗର

ଜୟପୁର,୨୪।୧୦(ନି.ପ୍ର.): ପ୍ରାକୃତିକ ବିଭବରେ ଭରପୁର ଜୟପୁର ଓଡ଼ିଶାର ସବୁଜିମା ସହର ଭାବେ ପରିଚିତ। ଏହି ସହରର ଜଳବାୟୁକୁ ନିୟନ୍ତ୍ରଣ କରିଥାନ୍ତି ଜଗନ୍ନାଥ ସାଗର ଓ ନୀଳକଣ୍ଠ ସାଗର। ସଂସ୍କୃତିର ବାର୍ତ୍ତାବହ ସାଜିଥିବା ଏହି ସାଗର କିନ୍ତୁ ଏବେ ଅବହେଳିତ ଓ ଜରାଜୀର୍ଣ୍ଣ। 

ଗୋଟିଏ କୋଠରିରେ ଚାଲିଛି ହଷ୍ଟେଲ, ସ୍କୁଲ

ଗୋଟିଏ କୋଠରିରେ ଚାଲିଛି ହଷ୍ଟେଲ, ସ୍କୁଲ

ରାଇଘର,୨୪।୧୦(ଡି.ଏନ.ଏ.): କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଶ୍ରେଣୀ ଗୃହର ଅଭାବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ଶିକ୍ଷାକ୍ଷେତ୍ରରେ କିଭଳି ଅଗ୍ରଗତି କରିବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟର ତଦାରଖ ଅଭାବରୁ ଯୋଜନା ଫଳପ୍ରଦ ହୋଇପାରୁ ନାହିଁ।