ରାୟଗଡା

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା: ଦମ୍ପତିଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌

ଜୟପୁର,୧୯।୩(ଡି.ଏନ୍‌.ଏ./ନି.ପ୍ର.) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସରକାରୀ ଚାକିରିଆ ଥିବା ସ୍ବାମୀ-ସ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରି ସୋମବାର ଦଣ୍ଡ ଶୁଣାଇଛନ୍ତି ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ସ୍ବାମୀ ହେଲେ ସହକାରୀ ଯନ୍ତ୍ରୀ ଓ ସ୍ତ୍ରୀ ଆଇସିଡିଏସ୍‌ ସୁପରଭାଇଜର। ଉଭୟଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାର୍ଏ ଜୋରିମାନା ଶୁଣାଇଛନ୍ତି ଜଜ୍‌ ବାସୁଦେବ ପଣ୍ଡା। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଲେଖାଏଁ ଜେଲଦଣ୍ଡ ନିର୍ଦ୍ଦେଶ ରହିଛି।

ଅଜଣା ବ୍ୟକ୍ତିଙ୍କ  ମୃତଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୯।୩- ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ଜଣେ ଅଜଣା ବ୍ୟକ୍ତି (୬୮)ଙ୍କ ମୃତ୍ୟୁ ଘଟିଛି। ଡାକ୍ତରଙ୍କ ପକ୍ଷରୁ ରାୟଗଡା ଥାନାକୁ ଏ ସମ୍ପର୍କରେ ସୂଚନା ଦେବାପରେ ପୋଲିସ ପହଞ୍ଚତ୍ ମୃତ ଶରୀର ଜବତ କରିଛି। ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ତାଙ୍କ ପରିଚୟ ମିଳିନାହିଁ।

ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

କୋରାପୁଟ,୧୯।୩(ସ୍ବ.ପ୍ର): କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋରାପୁଟ ବ୍ଲକ ମାଛରା ଗ୍ରାମର ଡମ୍ବୁ ମୁଦୁଲି (୩୫)। ରବିବାର କୋଲାବ ଜଳଭଣ୍ଡାରରେ ମାଛ ଧରୁଥିବାବେଳେ ବୁଡ଼ିଯାଇ ନିଖୋଜ ହୋଇଥିଲେ ଡମ୍ବୁ।

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆମ୍ବାଦୋଳା, ୧୯।୩(ଡି.ଏନ୍‌.ଏ) ଆମ୍ବାଦୋଳା ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମପଞ୍ଚାୟତ ପୁରୁଣାପାଣି ଗ୍ରାମ ନିକଟବର୍ତ୍ତୀ ଝରିଝୋଲା ଜଙ୍ଗଲର ଏକ ଗଛରୁ ସୋମବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଅଟୋଚାଳକ ବୁଟି ସୁନାଙ୍କ ଦ୍ୱିତୀୟ ସ୍ତ୍ରୀ ହେମଲତା ସୁନା(୨୧)।

ଦୁର୍ଘଟଣାରେ ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ

କୋଡିଙ୍ଗା,୧୯।୩(ଡି.ଏନ.ଏ)-ନବରଙ୍ଗପୁର ଜିଲା କୋଡିଙ୍ଗା ଥାନା ଅଧୀନ ବଡଗୁମୁଡା ଗ୍ରାମ ନିକଟରେ ରବିବାର ରାତିରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ତାରାଗାଁ ପଞ୍ଚାୟତ ଚିକଲପଦର ଗ୍ରାମର ଜଗନ୍ନାଥ ଭତ୍ରା।

ନିର୍ମାଣାଧୀନ ମଦ କାରଖାନାକୁ ବିରୋଧ:ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

ନିର୍ମାଣାଧୀନ ମଦ କାରଖାନାକୁ ବିରୋଧ:ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

ପାରଳାଖେମୁଣ୍ଡି,୧୯।୩(ସ୍ବ.ପ୍ର.)- ଗଜପତି ଜିଲା ଗୋଷାଣି ବ୍ଲକ ଗୋଷାଣି ପଞ୍ଚାୟତର ନିଳାପୁର ଗ୍ରାମ ନିକଟରେ ଏକ ନିର୍ମାଣାଧୀନ ଦେଶୀମଦ କାରଖାନାକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ। ଏ ନେଇ ସେମାନେ ସୋମବାର ପାରଳାଖେମୁଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାକୁ ପ୍ରାୟ ୫ଘଣ୍ଟା ଧରି ଅବରୋଧ କରିଥିଲେ।

ଆଦିବାସୀଙ୍କ ଦାନାପାଣି ଲୁଟୁଛନ୍ତି ଆନ୍ଧ୍ର ବ୍ୟବସାୟୀ:ସଙ୍କଟରେ ଫୁଲଝାଡୁ ବେପାରୀ

ଆଦିବାସୀଙ୍କ ଦାନାପାଣି ଲୁଟୁଛନ୍ତି ଆନ୍ଧ୍ର ବ୍ୟବସାୟୀ:ସଙ୍କଟରେ ଫୁଲଝାଡୁ ବେପାରୀ

ରାୟଗଡା ଅଫିସ୍‌, ୧୯।୩ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଆଦିବାସୀମାନେ ଜୀବୀକା ନିର୍ବାହ କରୁଥିବା ବେଳେ ଏହା ଉପରେ ସର୍ବଦା ଦଲାଲଙ୍କ ଲୋଲୁପ ଦୃଷ୍ଟି ରହି ଆସିଛି ।୨୦୦୧ରୁ ୬୦ଟି ବନଜାତ ଦ୍ରବ୍ୟ ଉପରୁ ସରକାରୀ କଟକଣା ହଟାଯାଇ ପଞ୍ଚାୟତଗୁଡିକୁ ଦାୟିତ୍ୱ ଦିଆଯାଇଛି । ହେଲେ ଏହାର ଫାଇଦା ପାଖ ରାଜ୍ୟ ଆନ୍ଧ୍ରପ୍ରଦେଶର ବ୍ୟବସାୟୀମାନେ ନେଉଛନ୍ତି । ଏବେ ଏମାନଙ୍କର ନଜର ରାୟଗଡା ଜିଲାର ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରି ତିଆରି କରୁଥିବା ଫୁଡଝାଡୁ ଉପରେ ପଡିଛି। ସ୍ଥାନୀୟ ଦଲାଲମାନଙ୍କ ସହାୟତାରେ ଆଦିବାସୀମାନଙ୍କଠାରୁ ସ୍ବଳ୍ପ ମୂଲ୍ୟରେ ଝାଡୁ କିଣି ବାହାର ରାଜ୍ୟରେ ଚଢ଼ା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି । ଅନ୍ୟପକ୍ଷରେ ବଜାର ସୁବିଧାର ଅଭାବ ଓ ଅଭାବି ବିକ୍ରି ଯୋଗୁ ଏହି ବ୍ୟବସାୟ ପ୍ରତି ସଙ୍କଟ ଦେଖାଦେଇଛି ।

ଦୃଢ଼ ମନୋବଳ ପଞ୍ଚାୟତବାସୀଙ୍କୁ କରିଛି ସ୍ବାବଲମ୍ବୀ

ଦୃଢ଼ ମନୋବଳ ପଞ୍ଚାୟତବାସୀଙ୍କୁ କରିଛି ସ୍ବାବଲମ୍ବୀ

ନବରଙ୍ଗପୁର, ୧୯।୩(ବି.ପ୍ର.)- ନବରଙ୍ଗପୁର ସଦର ବ୍ଲକ ଭତ୍ରା ସିଉନୀ ପଞ୍ଚାୟତରେ ୩ଟି ରାଜସ୍ବ ଗାଁ ଭତରା ସିଉନୀ, ଭତ୍ରା ଓ ଶିରିଶି ରହିଛି । ପଡା ଗାଁ ଭାବେ କରିକିଟିଗୁଡା, କୁର୍ଲୁଗୁଡା ଓ ବଡଗାଁ ରହିଛି । ଏସବୁ ଗାଁକୁ ନେଇ ୧୨ଟି ୱାର୍ଡ ଗଠନ ହୋଇଛି । ଚାଷ, ଗୋପାଳନ ପଞ୍ଚାୟବାସୀଙ୍କୁ ଦେଇଛି ଜୀବିକା। ଏହାଦ୍ୱାରା ସେମାନେ ହୋଇପାରିଛନ୍ତି ସ୍ବାବଲମ୍ବୀ। କେତେ ଜଣ ସଫଳ ଚାଷୀ ଭାବେ ବେଶ ପରିଚିତ ହୋଇପାରିଛନ୍ତି।

ଚଇତି ମହକ: ଆମ୍ବ ପର୍ବ ପାଇଁ ହେଲାଣି ପ୍ରସ୍ତୁତି

ଚଇତି ମହକ: ଆମ୍ବ ପର୍ବ ପାଇଁ ହେଲାଣି ପ୍ରସ୍ତୁତି

ପୂର୍ବପୁରୁଷଙ୍କ ନୀତି ନିୟମକୁ ବଜାୟ ରଖି ଆଦିବାସୀ ସମ୍ପ୍ରଦାୟର ଲୋକେ ବାର ମାସରେ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି । ପର୍ବର ପାଳନ ସ୍ବତନ୍ତ୍ର ମାସକୁ ନେଇ କରାଯାଏ । ଭୋଜିଭାତର ଆସର, ସଲପ, ପେଣ୍ତମ, ସୁରାମ ସହିତ ନାଚଗୀତର ଆସର ଜମେ । ଆଦିବାସୀ ଭାଷାରେ ପ୍ରଚଳିତ ମାଘଯାତ୍ରା, ପୁଷ ପରବ, ଆମାସ, ନୂଆଖାଇ ଆଦି ପର୍ବ ମଧ୍ୟରୁ ଚଇତି ହେଉଛି ଆଦିବାସୀ ସମ୍ପ୍ରଦାୟରେ ସବୁଠାରୁ ବଡ ପର୍ବ । ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆଦିବାସୀମାନେ ଏହି ପର୍ବ ଖୁବ ଆନନ୍ଦରେ ପାଳନ କରନ୍ତି॥ ଏହାକୁ ଆମ୍ବ ପର୍ବ ବୋଲି ମଧ୍ୟ କୁହାଯାଇଥାଏ।

ବାପା ଗିରଫ ପରେ ମାଷ୍ଟର ମାଇଣ୍ଡ ପୁଅକୁ ଟ୍ରାକ କରୁଛି ପୋଲିସ

ସେମିଳିଗୁଡ଼ା,୧୯।୩(ସ୍ବ.ପ୍ର.) ସୁନାବେଡ଼ା ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଧମକ ଦେଇ ଆରମ୍ଭ ହୋଇଥିଲା ବ୍ଲାକମେଲିଂ। ଯୁବତୀଙ୍କ ପରିବାରକୁ ଏହି ଧମକ ଦେଇ ବ୍ଲାକମେଲର ଯୁବକ ଜଣକ ପ୍ରାୟ ୭୦ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଏଭଳି ସଙ୍ଗୀନ ଘଟଣା ପୋଲିସ ପାଖରେ ପହଞ୍ଚତ୍ଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କ ବାପାଙ୍କୁ ଗିରଫ କରିଛି। ଏଯାବତ୍‌ ମାଷ୍ଟର ମାଇଣ୍ଡ ଯୁବକ ଫେରାର ରହିଛନ୍ତି। ଅଭିଯୁକ୍ତ ଯୁବକ ପୂର୍ବରୁ ମଧ୍ୟ ଠକେଇ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିବା ଜଣାପଡ଼ିଛି।

ପାଣି ପାଇଁ ଡହଳବିକଳ ଡଙ୍ଗରିଅ

ବିଷମକଟକ, ୧୯।୩(ଡ଼ି.ଏନ.ଏ) ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲୀ ପଞ୍ଚାୟତରେ ରହିଛି କାଡ୍ରାଗୁମ୍ମା ଗ୍ରାମ। ଏହି ଗ୍ରାମରେ ବସବାସ କରୁଥିବା ଡଙ୍ଗରିଆଙ୍କ ପାଇଁ ଏବେ କାଳ ସାଜିଛି ପାନୀୟ ଜଳ । ବର୍ଷତମାମ ଝରଣା ପାଣି ଉପରେ ନିର୍ଭର କରି ଚଳି ଆସୁଛନ୍ତି ଏହି ଡ଼ଙ୍ଗରିଆମାନେ । ଏବେ ଟୋପାଏ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି। ଉକ୍ତ ଗାଁରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି । ସେମାନଙ୍କ ପାଇଁ ପାନୀୟ ଜଳ ସାତସପନ ପାଲଟିଯାଇଛି ।

ମାଆ ବାପାଙ୍କୁ ନିର୍ଯାତନା ଦେବା ଘଟଣା:ପୁଅବୋହୂଙ୍କୁ ନୋଟିସ ଜାରି କଲା ପ୍ରଶାସନ

ମାଆ ବାପାଙ୍କୁ ନିର୍ଯାତନା ଦେବା ଘଟଣା:ପୁଅବୋହୂଙ୍କୁ ନୋଟିସ ଜାରି କଲା ପ୍ରଶାସନ

ମାଲକାନଗିରି,୧୯।୩(ଡି.ଏନ୍‌.ଏ) ବରିଷ୍ଠ ନାଗରିକମାନଙ୍କୁ ପରିବାରର ପୁଅ ବୋହୁମାନେ ଅବହେଳା କଲେ, ନିର୍ଯାତନା ଦେଲେ ୨୦୦୭ରେ ପ୍ରଣିତ ବରିଷ୍ଠ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଆଇନ ଅନୁଯାୟୀ ମାମଲା ରୁଜୁ କରି ଉଭୟ ଅର୍ଥ ଏବଂ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏଥିସହ ପିତାମାତାଙ୍କ ଭରଣ ପୋଷଣ ଦାୟିତ୍ୱ ପୁତ୍ର ପୁତ୍ର ବଧୂମାନେ ବହନ କରିବେ।

ସରକାରୀ ହସ୍‌ପିଟାଲରେ ଘରୋଇ ସ୍ବାସ୍ଥ୍ୟସେବା

ସରକାରୀ ହସ୍‌ପିଟାଲରେ ଘରୋଇ ସ୍ବାସ୍ଥ୍ୟସେବା

ଜୟପୁର,୧୮।୩: ରାଜ୍ୟର ୧୯ଟି ଚିକିତ୍ସାଳୟରେ ପିପିପି ମୋଡ୍‌ରେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଚିକିତ୍ସାଳୟଗୁଡ଼ିକର ଅଧା କିମ୍ବା ଏକ ତୃତୀୟାଂଶ ଘରୋଇ କମ୍ପାନିକୁ ହସ୍ତାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଫୋର୍ଡେବଲ ହେଲଥ କେୟାର ପ୍ରୋଜେକ୍ଟ ଅଧୀନରେ ସୁପର ସ୍ପେଶାଲ୍ଟି ହସ୍‌ପିଟାଲର ସୁବିଧା ଦେବା ପାଇଁ ସରକାର ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସରକାରୀ ହସ୍‌ପିଟାଲରେ ଘରୋଇ ସ୍ବାସ୍ଥ୍ୟସେବା: ତେଜୁଛି ବିରୋଧ

ଜୟପୁର,୧୮।୩(ନି.ପ୍ର.) ରାଜ୍ୟର ୧୯ଟି ଚିକିତ୍ସାଳୟରେ ପିପିପି ମୋଡ୍‌ରେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଚିକିତ୍ସାଳୟଗୁଡ଼ିକର ଅଧା କିମ୍ବା ଏକ ତୃତୀୟାଂଶ ଘରୋଇ କମ୍ପାନିକୁ ହସ୍ତାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଫୋର୍ଡେବଲ ହେଲଥ କେୟାର ପ୍ରୋଜେକ୍ଟ ଅଧୀନରେ ସୁପର ସ୍ପେଶାଲ୍ଟି ହସ୍‌ପିଟାଲର ସୁବିଧା ଦେବା ପାଇଁ ସରକାର ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ଏଥିରେ ସାଧାରଣ ରୋଗୀ ଅଧିକ ଖର୍ଚ୍ଚାନ୍ତ ଓ ଶୋଷଣର ଶିକାର ହେବା ଆଶଙ୍କା କରାଯାଉଛି। ଏହି କାରଣରୁ ରାଜ୍ୟ ସରକାରଙ୍କ ଏଭଳି ପ୍ରକ୍ରିୟାକୁ କୋରାପୁଟ ଓ ମାଲକାନଗିରି ଜିଲାରେ ବିରୋଧ କରାଯାଉଛି।

ଝିଅଘର ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ପ୍ରତିଶୋଧ:ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ

ବୈପାରୀଗୁଡ଼ା,୧୮।୩(ଡି.ଏନ୍‌.ଏ.) ବର୍ଷକ ତଳେ ଝିଅ ଘରକୁ ପ୍ରଥମେ ବିବାହ ପ୍ରସ୍ତାବ ପଠାଇଥିଲେ ପୁଅଘର। ଝିଅଘର କିନ୍ତୁ ଏହାକୁ ପ୍ରତାଖ୍ୟାନ କରିବାରୁ ଏଥିରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ବିବାହ ଆଶାୟୀ ପୁଅ। ସେ ଯୁବତୀ ଜଣଙ୍କୁ ବଳପୂର୍ବକ ଅପହରଣ କରିନେଇଥିଲେ। ଏଥିରେ ତାଙ୍କ ପରିବାର ସହାୟତା କରିଥିଲେ। ଘରକୁ ନେଇ ପ୍ରାୟ ଏକ ମାସ ଧରି ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ପରେ ଏବେ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି। ଏଭଳି ଅଭିଯୋଗ ନେଇ ପୀଡ଼ିତା ଯୁବତୀ ଜଣକ ବୈପାରୀଗୁଡା ଥାନାରେ ରବିବାର ଏତଲା ଦେଇଛନ୍ତି।

ଡିଜିଟାଲ ଡିସପେନସାରୀ ଶୁଭାରମ୍ଭ: ସୁଚାରୁ ଭାବେ କାମ କରିଥିବାରୁ ଆଶାକର୍ମୀ ସମ୍ମାନିତ

ଡିଜିଟାଲ ଡିସପେନସାରୀ ଶୁଭାରମ୍ଭ: ସୁଚାରୁ ଭାବେ କାମ କରିଥିବାରୁ ଆଶାକର୍ମୀ ସମ୍ମାନିତ

ଉମରକୋଟ,୧୮।୩(ଡି.ଏନ.ଏ)-ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ କାର୍ଯ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ୩୦ ଶର୍ଯ୍ୟା ବିଶିଷ୍ଟ ମାତୃ, ଶିଶୁ ଯନତ୍କେନ୍ଦ୍ର ଓ ପୁଷ୍ଠିସାଧନ କେନ୍ଦ୍ର ସମ୍ପ୍ରସାରଣ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସାନମସିଗାଁ ଠାରେ ଔଷଧ ଭଣ୍ଡାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ବଡମସିଗାଁ ସହ ଜିଲାର ୯ଟି ସ୍ଥାନରେ ଡିଜିଟାଲ ଡିସପେନସାରୀ ଉଦଘାଟନ କରିଥିଲେ।

ଗୋ- ଚାଲାଣ ଟ୍ରକ ଜବତ

ଡାବୁଗାଁ,୧୮।୩ (ଡି.ଏନ.ଏ.)-ନବରଙ୍ଗପୁର ଜିଲା ଡାବୁଗାଁ ଗ୍ରାମବାସୀ ଏକ ଗୋ - ଚାଲାଣ ଟ୍ରକକୁ ରବିବାର ରାତିରେ ଜବତ କରି ଥାନାରେ ଜିମା ଦେଇଛନ୍ତି । ଡାବୁଗାଁ - ନବରଙ୍ଗପୁର ୩୯ ନଂ ରାଜ୍ୟ ରାଜପଥରେ ଥିବା ଡାବୁଗାଁ ଅଙ୍ଗିନଦୀ ଠାରେ ଏକ ଟ୍ରକ (ନଂ ଏପି୧୦ଭି-୨୧୨୧)ରେ ୨୪ ଟି ମଇଁଷି ଯାଉଥିବା ବେଳେ କିଛି ଯୁବକ ଗାଡିକୁ ଅଟକାଇଥିଲେ ।

ଏସ୍‌ଏଲ୍‌ଏନ୍‌ଏମ୍‌ କଲେଜ ଓ ହସ୍‌ପିଟାଲ: ଅସ୍ଥିରତା ସୃଷ୍ଟି କରୁଛି ଦ୍ୱୈତ ପରିଚାଳନା

ଏସ୍‌ଏଲ୍‌ଏନ୍‌ଏମ୍‌ କଲେଜ ଓ ହସ୍‌ପିଟାଲ: ଅସ୍ଥିରତା ସୃଷ୍ଟି କରୁଛି ଦ୍ୱୈତ ପରିଚାଳନା

କୋରାପୁଟ,୧୮।୩(ଡି.ଏନ୍‌.ଏ.): କୋରାପୁଟ ସଦର ଡାକ୍ତରଖାନାକୁ ଉନ୍ନୀତ କରାଯାଇ ଏହାକୁ ଶହୀଦ ଲକ୍ଷ୍ନଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କରାଯାଇଛି। କଲେଜରେ ୧୦୦ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ଡାକ୍ତରୀ ଶିକ୍ଷା ନେଉଛନ୍ତି। ପ୍ରଫେସର, ସହାୟକ ଓ ସହକାରୀ ପ୍ରଫେସର, ଏସଆର ଓ ଜିଆର ସହ ଜିଲା ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡାକ୍ତର ଏଠାରେ ରହି ରୋଗୀ ସେବା କରୁଛନ୍ତି। ରାଜ୍ୟ ସରକାର ଏହାର ସୁପରିଚାଳନା ପାଇଁ ସଦର ଡାକ୍ତରଖାନାର ଜଣେ ଅଧୀକ୍ଷକଙ୍କୁ ନିଯୁକ୍ତ କରିଥିବା ବେଳେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ମଧ୍ୟ ଜଣେ ଅଧିକ୍ଷକ ରଖିଛନ୍ତି। କିନ୍ତୁ ଦୁଇ ଅଧୀକ୍ଷକଙ୍କ ଭିତରେ ଏହି ଦ୍ୱୈତ ପରିଚାଳନା ବ୍ୟବସ୍ଥା ଯୋଗୁ ଅବହେଳା ଓ ଅସ୍ଥିରତା ସୃଷ୍ଟି ହେଉଛି ବୋଲି ଏବେ ଅଭିଯୋଗ ଉଠୁଛି।

ଶୁଣ୍ଢିପୁଟ ସେବାଶ୍ରମରେ ପାଣି, ପାଚେରି, ଆଲୁଅ ଅଭାବ

ଶୁଣ୍ଢିପୁଟ ସେବାଶ୍ରମରେ ପାଣି, ପାଚେରି, ଆଲୁଅ ଅଭାବ

ସେମିଳିଗୁଡ଼ା,୧୮।୩(ସ୍ବ.ପ୍ର.): ଆଦିବାସୀ ଅଧ୍ୟୁଷିତ ଜିଲାରେ ସରକାର ଯେଉଁଠି ପ୍ରାଥମିକ ଶିକ୍ଷା ପାଇଁ ସବୁ ପ୍ରକାର ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଉଛନ୍ତି ବୋଲି କହୁଛନ୍ତି, ସେହିଠାରେ ନାନା ସମସ୍ୟା ଭିତରେ ସ୍କୁଲ ଶଢୁଥିବା ଚିତ୍ର ସାମ୍ନାକୁ ଆସୁଛି। ଅବ୍ୟବସ୍ଥା ଭିତରେ ଚାଲିଥିବା ସେହିଭଳି ଏକ ବିଦ୍ୟାଳୟ ହେଉଛି ଶୁଣ୍ଢିପୁଟ ସେବାଶ୍ରମ।

ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ପ୍ରେମିକାଙ୍କ ବାପାଙ୍କୁ ଧମକ, ୭୦ଲକ୍ଷ ଲୁଟ

ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ପ୍ରେମିକାଙ୍କ ବାପାଙ୍କୁ ଧମକ, ୭୦ଲକ୍ଷ ଲୁଟ

ସେମିଳିଗୁଡା, ୧୮।୩(ସ୍ବ.ପ୍ର): ପ୍ରଥମେ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ କୌଶଳକ୍ରମେ ଶାରୀରିକ ସମ୍ପର୍କ ସ୍ଥାପନ। ତା’ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲେ ଜଣେ ଯୁବକ। କେବଳ ଏତିକି ନୁହେଁ, ଉକ୍ତ ଭିଡିଓକୁ ଦେଖାଇ ଯୁବତୀଙ୍କ ବାପାଙ୍କୁ ଧମକ ଦେଇ ୭୦ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ସମ୍ପୃକ୍ତ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ସୁନାବେଢ଼ାରେ।

୫ କି.ମି ଭାରରେ ଆସିଲେ ରୋଗୀ

କଲ୍ୟାଣସିଂହପୁର, ୧୭ା୩(ଡି.ଏନ୍‌.ଏ): ରାସ୍ତା ନ ଥିବାରୁ ନିୟମଗିରି ଅଞ୍ଚଳର ରୋଗୀ ଓ ଗର୍ଭବତୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ମହିଳାଙ୍କୁ ପାହାଡ ଉପରୁ ଭାର କରି ୫ କି.ମି ତଳକୁ ଓହ୍ଲାଇ ଆଣିଛନ୍ତି। ଏହା ଦେଖିବାକୁ ମିଳିଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ସୁନାଖଣ୍ଡି ପଞ୍ଚାୟତ ଉପରମୁସୁଡି ଗାଁରେ।

ଆର୍‌ଡବ୍ଳ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାୟଗଡା ଅଫିସ୍‌, ୧୭ା୩- ରାୟଗଡାରେ କାର୍ଯ୍ୟରତ ପାଇପ୍‌ ଜଳ କର୍ମଚାରୀ ସଂଘର ସମ୍ପାଦକ ମନୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ରାୟଗଡା ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଭାଗରେ ଖାଲିଥିବା ମୂଳ ପଦବୀରେ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ବିଭାଗ ଦ୍ୱୟରେ ଥିବା ୱାର୍କ ଚାର୍ଜ କର୍ମଚାରୀମାନଙ୍କୁ ସେମାନଙ୍କ ନିଜସ୍ବ ପଦବୀରେ ନିୟମିତ କରାଯାଉ, ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ଠିକା ଓ ଏସ୍‌ଇଏମ୍‌ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷିତ ଦୈନିକ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।

ଗୋଷ୍ଠୀ କନ୍ଦଳ ଘଟଣା: ୨୧ ଜଣଙ୍କ ନାଁରେ ମାମଲା

କାଶୀପୁର,୧୭ା୩(ଡି.ଏନ୍‌.ଏ): ରାୟଗଡା ଜିଲା କାଶୀପୁର ବ୍ଲକ୍‌ ବନ୍ଧମାଣ୍ଡିରେ ଆଦିବାସୀ ଓ ଝୋଡିଆ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ କନ୍ଦଳ ଘଟଣାରେ କାଶୀପୁର ଥାନାରେ ୨୧ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ ସିପୁ ମାଝି, ବୃନ୍ଦାବନ ବିଷୋଇ, ରାମା ରାଓ ବିଷୋଇ, ଘାସିରାମ ମାଝି, ମନ ମାଝି, ରୂୁପା ମାଝି, ଦୁଖୁନା ମାଝି, ବାସୁ ମାଝି, ଧୋବା ମାଝି, ଶୁକ୍ରୁ ମାଝି, କଣ୍ଟିଲ ମାଝି, ସିଲାରାମ ମାଝି, ବୃଷ ମାଝି, ମଣି ମାଝି, ନିଳକଣ୍ଠ ମାଝି, ଲକ୍ଷ୍ମୀଧର ମାଝି, ଲେଲି ନାଏକ, ଚୈତନ୍ୟ ମାଝି , ତ୍ରିନାଥ ଝୋଡିଆ, ଅଭିରାମ ଝୋଡିଆ, ଶିର ଝୋଡିଆ ।

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ପୂର୍ବତନ ମହିଳା ସରପଞ୍ଚ ଗିରଫ

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ପୂର୍ବତନ ମହିଳା ସରପଞ୍ଚ ଗିରଫ

ରାୟଗଡ (ଗଜପତି), ୧୭ା୩(ଡି.ଏନ.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଡିଓଙ୍କ ସମ୍ମୁଖରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣେ ପୂର୍ବତନ ସରପଞ୍ଚ ଗାଳି ଓ ଧମକ ଦେବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ନେଇ ରାୟଗଡ ଥାନାରେ ୩୨୩, ୩୩୨, ୩୪୨, ୨୯୪, ୩୦୭, ୫୦୬ ଆଦି ଦଫାରେ କେସ୍‌ ନଂ. ୧୫/୧୭ ରୁଜୁ ହୋଇଥିବା ବେଳେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଲାଇଲାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନମଣି କାର୍ଜୀ (୪୨)। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି।