ରାୟଗଡା

ମୋଟର ସାଇକେଲ-ଟ୍ରାକ୍ଟର ମୁହାଁମୁହିଁ : ମା’ ମୃତ, ପୁଅ ଗୁରୁତର

ମୋଟର ସାଇକେଲ-ଟ୍ରାକ୍ଟର ମୁହାଁମୁହିଁ : ମା’ ମୃତ, ପୁଅ ଗୁରୁତର

ପଡିଆ,୧୩ା୩ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଡିଆ ବ୍ଲକ ସିମିଳିବାଞ୍ଛା ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇ ମାଆଙ୍କ ମୃତ୍ୟୁ ଘଟିଛି। 

ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ଥ: ୧୬ ଗୁରୁତର

ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ଥ: ୧୬ ଗୁରୁତର

ନବରଙ୍ଗପୁର,୧୩।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି-ଝରିଗାଁ ରାସ୍ତା ଧାଙ୍ଗଡାମାଲ ନିକଟରେ ଏକ ବରଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ଥ ହୋଇଛି।

ମାଲକାନଗିରି ଡଙ୍ଗସ୍କାଲ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ:  ୧୦ ଛେଳିମେଣ୍ଢା ମୃତ, ଦୁଇ ଗୁରୁତର

ମାଲକାନଗିରି ଡଙ୍ଗସ୍କାଲ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ: ୧୦ ଛେଳିମେଣ୍ଢା ମୃତ, ଦୁଇ ଗୁରୁତର

ମାଲକାନଗିରି,୧୩।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ବ୍ଲକ ସିଆଡିମାଳ  ପଞ୍ଚାୟତ ଡଙ୍ଗସ୍କାଲ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଅପରାହ୍ନରେ ଅଜଣା ଜନ୍ତୁ ଆକ୍ରମଣରେ ୭ଟି ଛେଳି ଓ ୩ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ମେଣ୍ଢା ଓ ଗୋଟିଏ ଛେଳି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ଟିକେଟ ପାଇଁ ଆଶାୟୀଙ୍କ କସରତ

ମାଲକାନଗିରି,୧୩।୩ (ଡି.ଏନ୍‌.ଏ.)- ସୋମବାର ନିର୍ବାଚନ ନେଇ  ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମାଲକାନଗିରି ଜିଲାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ କେଉଁମାନେ ଟିକେଟ ପାଇବେ ସେଥିପାଇଁ ପ୍ରତ୍ୟେକ ଦଳର ପ୍ରାର୍ଥୀ ସମର୍ଥକମାନେ ଘନ ଘନ ବୈଠକ କରି କସରତ ଆରମ୍ଭ କରିଦେଇଛନ୍ତି।  

୪୪୨ କେଜି ଗଞ୍ଜେଇ, ଟ୍ରକ୍‌ ଜବତ: ୩ ଅଭିଯୁକ୍ତ ଗିରଫ

୪୪୨ କେଜି ଗଞ୍ଜେଇ, ଟ୍ରକ୍‌ ଜବତ: ୩ ଅଭିଯୁକ୍ତ ଗିରଫ

ବୈପାରୀଗୁଡ଼ା,୧୨ା୩(ଡି.ଏନ୍‌.ଏ.): ବୈପାରୀଗୁଡ଼ା ପୋଲିସ୍‌ ମଙ୍ଗଳବାର ଏକ ଗଞ୍ଜେଇ ବୋଝେଇ ଟ୍ରକ (ଆର୍‌ଜେ ୧୧ ଜିଏ ୭୩୫୪)ରୁ ୪ କୁଇଣ୍ଟାଲ ୪୨ କେଜି ଗଞ୍ଜେଇ ଜବତ କରିଛି।

ଦୁର୍ଘଟଣାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଅଞ୍ଚଳବାସୀଙ୍କ ରାସ୍ତାରୋକୋ

ଦୁର୍ଘଟଣାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଅଞ୍ଚଳବାସୀଙ୍କ ରାସ୍ତାରୋକୋ

ପାରଳାଖେମୁଣ୍ଡି, ୧୨।୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଗଜପତି ଷ୍ଟାଡିୟମ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। 

ତିନି ବର୍ଷ ହେଲା ସର୍ଗୀଗୁଡ଼ା ଜଳ ପ୍ରକଳ୍ପ ଅଚଳ

ଟିକିରି,୧୨।୩(ଡ଼ି.ଏନ.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ ସର୍ଗୀଗୁଡ଼ା ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପ  ୩ ବର୍ଷ ହେଲା ଅଚଳ ହୋଇ ପଡ଼ିଛ। ଫଳରେ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହେବା ସହ ନାନା ହଇରାଣ ହେଉଛନ୍ତିି ।  ଦୁଡ଼ୁକା ବାହାଲ ପଞ୍ଚାୟତ ଅନ୍ତର୍ଗତ ସର୍ଗୀଗୁଡ଼ା ଗ୍ରାମରେ ପ୍ରାୟ ୬୦ ପରିବାର ରହୁଛନ୍ତି । ଆଦିବାସୀ ବହୁଳ ଏହି ଗ୍ରାମରେ ପାନୀୟ ଜଳର ସୁବିଧା ନିମନ୍ତେ  ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ନିର୍ମାଣର ୨ ମାସ ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ପିଇବା ପାଣି  ଯୋଗାଇ ଦିଆଯାଇଥିଲା। ପରେ ପାଣି ମୋଟର ଅଚଳ ହୋଇଯାଇଥିଲା। ଫଳରେ ଲୋକେ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତ। 

ଆବର୍ଜନା ହଟାଇଲା ପ୍ରଶାସନ

ଆବର୍ଜନା ହଟାଇଲା ପ୍ରଶାସନ

ଜେକେପୁର, ୧୨।୩(ଡି.ଏନ୍‌.ଏ): ରାୟଗଡ଼ା ଜିଲା ପ୍ରଶାସନ ରାସ୍ତାକଡରେ ପଡି ରହିଥିବା ଆବର୍ଜନା ସଫେଇ କରାଇଛି। ରାସ୍ତାକଡ଼ରେ ଅଳିଆ ପଡିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ପରେ ପ୍ରଶାସନ ଏ ପଦକ୍ଷେପ ନେଇଛି।

ରାୟଗଡାର ବିଦୁଲତା ରାଜ୍ୟସ୍ତରରେ ସମ୍ମାନିତ

ରାୟଗଡାର ବିଦୁଲତା ରାଜ୍ୟସ୍ତରରେ ସମ୍ମାନିତ

ଚନ୍ଦ୍ରପୁର,୧୨।୩(ଡି.ଏନ୍‌.ଏ.): ସମାଜରୁ କୁସଂସ୍କାର ଦୂର ଓ ସଚେତନତା ବାର୍ତ୍ତା ବାଣ୍ଟୁଥିବା ବିଦୁଲତା ହୁଇକାଙ୍କୁ  ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଛି। ସେ ବର୍ତ୍ତମାନ ରାୟଗଡ଼ା ଜିଲା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଦିବାସୀ ମଞ୍ଚର ଆବାହିକା ଭାବେ କାର୍ଯ୍ୟରତ। ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ମୁଖ୍ୟ ଅତିଥି, ଓଲିଉଡ୍‌ ଅଭିନେତା  ମିହିର ଦାସ  ସମ୍ମାନିତ ଅତିଥିଭାବେ ଯୋଗଦେଇ ତାଙ୍କୁ ସମ୍ମାନିତ କରିଛନ୍ତି।

କୋରାପୁଟରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର:୧୧୪୧ ବୁଥ୍‌ରେ ହେବ ମତଦାନ

କୋରାପୁଟରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର:୧୧୪୧ ବୁଥ୍‌ରେ ହେବ ମତଦାନ

କୋରାପୁଟ,୧୧ା୩(ସ୍ବ.ପ୍ର): ଏପ୍ରିଲ ୧୧ ତାରିଖରେ କୋରାପୁଟ ଜିଲାରେ  ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଜିଲାର  ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ, ପଟ୍ଟାଙ୍ଗି ଆଦି ୫  ବିଧାସଭା ଆସନ ନିମନ୍ତେ ୧୧୪୧ ଟି ବୁଥରେ ମୋଟ ୯୪ ଲକ୍ଷ ୮ ହଜାର ୬୬୨ ଜଣ ଭୋଟର  ମତଦାନ ସାବ୍ୟସ୍ତ କରିବେ। ଏଥିନିମନ୍ତେ ଆସନ୍ତା ୧୮ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ ହେବ। ୨୫ ତାରିଖ ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିନ ଧାଯର୍‌ୟ କରାଯାଇଛ। ୨୬ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ୨୮ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଲାଗି  ଧାଯର୍‌ୟ କରାଯାଇଛି। ସେହିପରି ମେ  ୨୩ରେ ଭୋଟ ଗଣତି କରାଯିବ।  ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ  ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି । 

ଜୟପୁର ପୌରସଂସ୍ଥା:୧୦ ବର୍ଷରେ ୧୧ କାର୍ଯ୍ୟନିର୍ବାହୀ ଅଧିକାରୀ

ଜୟପୁର ପୌରସଂସ୍ଥା:୧୦ ବର୍ଷରେ ୧୧ କାର୍ଯ୍ୟନିର୍ବାହୀ ଅଧିକାରୀ

ଜୟପୁର,୧୨।୩(ଡି.ଏନ.ଏ ): କୋରାପୁଟ ଜିଲା ଜୟପୁର ପୌରସଂସ୍ଥାରେ  ୧୦ ବର୍ଷ ମଧ୍ୟରେ ୧୧ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି।  ଏଠାରେ କାର୍ଯ୍ୟରତ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ଆଚାର୍ଯ୍ୟଙ୍କୁ ଅନୁଗୋଳ ଜିଲାକୁ ବଦଳି ହୋଇଯାଇଛି । ଫଳରେ ପୁଣି ଏହି ପଦବୀ ଖାଲିପଡିଛି ା ଏହିପରି ମୁରବିବିହୀନ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ବୃଦ୍ଧି ପାଉଛି । ସେହିପରି ସହରର ସଫେଇ ଓ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ପୌରସଂସ୍ଥାର ମୁଖ୍ୟକାର୍ଯ୍ୟ ହୋଇଥିବା ବେଳେ ଏଥିରେ ବାଧା ସୃଷ୍ଟି ହେବା  ଆଶଙ୍କା ରହିଛି । ଏନେଇ  ସାଧାରଣରେ ଅସନ୍ତୋଷ ଦେଖାଦେଇଛି । 

ମାଲକାନଗିରିରେ ଠିକାଦାରଙ୍କ ଭାଇଙ୍କୁ ହତ୍ୟା; ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, କଡ଼ା ସୁରକ୍ଷା ମଧ୍ୟରେ ହେବ ନିର୍ବାଚନ

ମାଲକାନଗିରିରେ ଠିକାଦାରଙ୍କ ଭାଇଙ୍କୁ ହତ୍ୟା; ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, କଡ଼ା ସୁରକ୍ଷା ମଧ୍ୟରେ ହେବ ନିର୍ବାଚନ

ମାଲକାନଗିରି,୧୨।୩(ଡି.ଏନ୍‌.ଏ.): ଆଗକୁ ନିର୍ବାଚନ। ଏହାକୁ ନେଇ ରାଜ୍ୟର ସମ୍ବେଦନଶୀଳ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି। ବିଶେଷକରି ମାଲକାନଗିରି ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀର ୫୪୦ଟି ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ହେବ ବୋଲି ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ମନିଷ ଅଗ୍ରଓ୍ବାଲ ମଙ୍ଗଳବାର ପ୍ରକାଶ କରିଛନ୍ତି।

ଶୋଷ ମେଣ୍ଟାଉଛି ଚୁଆ ପାଣି

ଶୋଷ ମେଣ୍ଟାଉଛି ଚୁଆ ପାଣି

ରାୟଗଡ଼ା ଅଫିସ, ୧୨।୩-ଖରାଦିନ ଆରମ୍ଭରୁ ହିଁ ଉତ୍କଟ ହେଲାଣି ଜଳକଷ୍ଟ। ଏହାକୁ ନେଇ ରାୟଗଡ଼ା ଜିଲା ବାଇସିଂ ପଞ୍ଚାୟତର ଜରାବାଡି ଗ୍ରାମବାସୀ ଏବେ ଚିନ୍ତାରେ। ଜିଲା ସଦର ମହକୁମାରୁ ମାତ୍ର ୮କିମି ଦୂରରେ ଥିବା ଏହି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଦୂଷିତ ଚୁଆ। ଫଳରେ ଲୋକେ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଉଛନ୍ତି। ଗାଁ ପାଇଁ ଏହି ସମସ୍ୟା ପୁରୁଣା, କିନ୍ତୁ ଏଯାଏଁ ଏହାର ସମାଧାନ ହୋଇପାରୁନି। 

ଅର୍ଥାଭାବ ସାଜିଛି ଚିକିତ୍ସାରେ ପ୍ରତିବନ୍ଧକ:  କଅଁଳା ପିଲାକୁ ଚେଙ୍କ ଦେଲେ ପରିବାର ଲୋକେ

ଅର୍ଥାଭାବ ସାଜିଛି ଚିକିତ୍ସାରେ ପ୍ରତିବନ୍ଧକ: କଅଁଳା ପିଲାକୁ ଚେଙ୍କ ଦେଲେ ପରିବାର ଲୋକେ

ମାଲକାନଗିରି,୧୧ା୩(ସ୍ବ.ପ୍ର.)-ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲି ପଞ୍ଚାୟତର ଅନ୍ଧାରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଅର୍ଥ ଅଭାବରୁ  ପିଲାର ଚିକିତ୍ସା କରି ନ ପାରି ପରିବାର ଲୋକେ  ଚେଙ୍କ ଦେଇ ଚିକିତ୍ସା କରିଛନ୍ତି। ଗ୍ରାମର ମଦନ ପଡାଲ ଓ ଭାନୁ ପଡାଲଙ୍କ ପରିବାରରେ ଏହା ଦେଖିବାକୁ ମିଳିଛି।

ମାତିଲେ ମାଓବାଦୀ: ଜଣକୁ ହତ୍ୟା କଲେ, ପୋଡିଲେ ଗାଡି

ମାତିଲେ ମାଓବାଦୀ: ଜଣକୁ ହତ୍ୟା କଲେ, ପୋଡିଲେ ଗାଡି

ମାଲକାନଗିରି,୧୧ା୩ (ଡି.ଏନ୍‌.ଏ./ସ୍ବ.ପ୍ର.)- ଦୀର୍ଘଦିନର ନୀରବତା ପରେ ସୋମବାର  ମାଓବାଦୀମାନେ ରାସ୍ତା କାମରେ ନିୟୋଜିତ ୨ଟି ଗାଡି ପୋଡି ଦେଇଛନ୍ତି।  ଜଣେ ଠିକାଦାରଙ୍କ ଭାଇଙ୍କୁ ହତ୍ୟା କରିଛନ୍ତି। ଖବରରୁ ଜଣାପଡିଛି ମାଲକାନଗିରି ଜିଲା ମାଥିଲି ଥାନା ଟେମୁରୁପାଲି ଗ୍ରାମ ନିକଟରେ ଜଣେ ଠିକାଦାର ରାସ୍ତା କାମ ନେଇଥିଲେ। ସେ ଏଥିପାଇଁ ଗୋଟିଏ ଟ୍ରକ ଓ ଟ୍ରାକ୍ଟର ବ୍ୟବହାର କରୁଥିଲେ। ସୋମବାର ସନ୍ଧ୍ୟାରେ ୧୦/୧୫ ଜଣ ମାଓବାଦୀ ଆସି ଏହି ଟ୍ରକ ଓ ଟ୍ରାକ୍ଟରରେ ନିଆଁ ଲଗାଇ ପୋଡିଦେଇଥିଲେ। 

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ବୃଦ୍ଧ ଗିରଫ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ବୃଦ୍ଧ ଗିରଫ

ପାରଳାଖେମୁଣ୍ଡି,୧୧ା୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ପୌରାଞ୍ଚଳରେ ଜଣେ ୭ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। 

୨୦୪ କେଜି ଗଞ୍ଜେଇ ଜବତ: ୩ ଗିରଫ

୨୦୪ କେଜି ଗଞ୍ଜେଇ ଜବତ: ୩ ଗିରଫ

ମାଲକାନଗିରି ,୧୧ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓର୍କେଲ ଥାନା ପୋଲିସ ରବିବାର ରାତିରେ ବାଲିମେଳା ଛକରେ ପାଟ୍ରୋଲିଂ ବେଳେ ଏକ ମିନି ଭ୍‌ୟାନରୁ ୨୦୪ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି।

ନକଲି ନୋଟ କାରବାର: ୩ ଅଭିଯୁକ୍ତ ଗିରଫ

ନକଲି ନୋଟ କାରବାର: ୩ ଅଭିଯୁକ୍ତ ଗିରଫ

ମାଲକାନଗିରି, ୧୧ା୩(ଡି.ଏନ୍‌.ଏ.): ନକଲି ନୋଟ ଛପାଇବା ଓ କାରବାର କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୋଲିସ। 

ନବରଙ୍ଗପୁର, ଡାବୁଗାଁ ବିଧାନସଭା ପ୍ରାର୍ଥୀ ପାଇଁ ଭାଜପାର ଗୁପ୍ତ ମତଦାନ

ନବରଙ୍ଗପୁର, ଡାବୁଗାଁ ବିଧାନସଭା ପ୍ରାର୍ଥୀ ପାଇଁ ଭାଜପାର ଗୁପ୍ତ ମତଦାନ

ନବରଙ୍ଗପୁର,୧୧।୩(ବି.ପ୍ର): ନବରଙ୍ଗପୁର ଶ୍ରୀ କଲ୍ୟାଣ ମଣ୍ଡପଠାରେ ଭାଜପା ପକ୍ଷରୁ ନବରଙ୍ଗପୁର, ଡାବୁଗାଁ ଓ କୋଟପାଡ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଚୟନ ପାଇଁ ଗୁପ୍ତ ମତଦାନ କରାଯାଇଛି। ଦଳର କର୍ମକର୍ତ୍ତାମାନେ ଗୁପ୍ତ ବାଲାଟ ମାଧ୍ୟମରେ ସେମାନଙ୍କ ପସନ୍ଦର ପ୍ରାର୍ଥୀ ଚୟନ କରି ମତଦାନ ଦେଇଥିଲେ। ପ୍ରତିନିର୍ବାଚନ ମଣ୍ଡଳୀ ପାଇଁ ୩ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମ ସୁପାରିସ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଏମପି  ଅନନ୍ତ ନାୟକ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ତାଙ୍କର ମନୋନୀତ ପ୍ରାର୍ଥୀ ଚୟନ କରି ଗୁପ୍ତ ଭୋଟ ଦେବାକୁ କହିଥିଲେ। ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସହ ପ୍ରଭାରୀ ସୁମନ୍ତ ପ୍ରଧାନ ଯୋଗ ଦେଇଥିଲେ।

ମହିଳା ଦିବସରେ ସମ୍ମାନିତ ହେଲେ କମଳା

ମହିଳା ଦିବସରେ ସମ୍ମାନିତ ହେଲେ କମଳା

କୋରାପୁଟ,୧୧।୩(ସ୍ବ.ପ୍ର.): ସୁନାବେଡ଼ା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପଦ୍ମଶ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଓ ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ଆଇସିସି ପକ୍ଷରୁ ଆୟୋଜିତ୍‌ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କମଳା କହିଥିଲେ, ଦେଶର ପ୍ରଗତି ପାଇଁ ପୁରୁଷଙ୍କ ଭଳି ମହିଳାଙ୍କ ସମାନ ଭାଗିଦାରୀ ହେବା ଜରୁରୀ।

 ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇଚ୍ଛା ଜଣାଇଲେ ସେମିଳିଗୁଡ଼ାର ସୁନାମ: ‘ମୋତେ ପଟ୍ଟାଙ୍ଗୀରୁ ପ୍ରାର୍ଥୀ କରନ୍ତୁ’

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇଚ୍ଛା ଜଣାଇଲେ ସେମିଳିଗୁଡ଼ାର ସୁନାମ: ‘ମୋତେ ପଟ୍ଟାଙ୍ଗୀରୁ ପ୍ରାର୍ଥୀ କରନ୍ତୁ’

ସେମିଳିଗୁଡ଼ା,୧୧।୩(ସ୍ବ.ପ୍ର.): ସେମିଳିଗୁଡ଼ା ବ୍ଲକ ଦୁଆରୀ ପଞ୍ଚାୟତ ଫୁଲବନ୍ଧ ଗ୍ରାମର ସୁନାମ ହନ୍ତାଳ ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଆବେଦନ ପତ୍ର ଦେଇଛନ୍ତି। ଆଦିବାସୀ ଓ ଦଳିତଙ୍କ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସାମିଲ ରହିଛନ୍ତି। 

ନିର୍ମାଣ ଶ୍ରମିକଙ୍କୁ ନିମ୍ନମାନର ସାଇକେଲ, ଷ୍ଟୁଲ କିଟ ବଣ୍ଟନ

ନିର୍ମାଣ ଶ୍ରମିକଙ୍କୁ ନିମ୍ନମାନର ସାଇକେଲ, ଷ୍ଟୁଲ କିଟ ବଣ୍ଟନ

ଚନ୍ଦାହାଣ୍ଡି, ୧୧।୩(ଡି.ଏନ.ଏ.)-ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି। 

ଜେଲରୁ ଫେରାର କଏଦୀ ଧରାପଡ଼ିଲେ

ମାଲକାନଗିରି,୧୦ା୩ (ଡି.ଏନ୍‌.ଏ.)- ମାଲକାନଗିରି ଉପ କାରାଗାରରୁ ଗ ୫ ତାରିଖରେ ଫେରାର ହୋଇଯାଇଥିବା କଏଦୀ  ଅଜିତ କୁମାର ଡାକୁଆ ଧରାପଡିଛନ୍ତି। ଶନିବାର ରାତିରେ ଓଏଏସ୍‌ପି ଏବଂ ଜେଲ କର୍ମଚାରୀମାନେ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି।  

ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ: ନୃଶଂସତା ଟପିଗଲେ ହତ୍ୟାକାରୀ ପୁଅ

ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ: ନୃଶଂସତା ଟପିଗଲେ ହତ୍ୟାକାରୀ ପୁଅ

ଜୟପୁର,୧୦ା୩(ନି.ପ୍ର./ଡି.ଏନ୍‌.ଏ.): ଜୟପୁର ସହର ସ୍ଥିତ ଜୟନଗର ଡବଲ ମର୍ଡର ଘଟଣାର ଗୋଟିଏ ଦିନ ଭିତରେ ଏହାର ପର୍ଦ୍ଦାଫାର୍ସ କରିଛି ଟାଉନ ଥାନା ପୋଲିସ୍‌। ସମ୍ପତ୍ତି ପାଇଁ ଜନ୍ମକଲା ପୁଅ ହିଁ ବୃଦ୍ଧ ମା’ବାପାଙ୍କୁ ହତ୍ୟା କରିବା ବେଳେ ନୃଶଂସତାର ସବୁ ସୀମା ଟପିଯାଇଛନ୍ତି। ମା’ବାପାଙ୍କୁ ଲୁହା ପାଇପ୍‌ରେ ପିଟିବା ପରେ ଡ୍ରିଲିଂ ମେଶିନ୍‌ରେ ସେମାନଙ୍କ ମୁଣ୍ଡକୁ ବୀଭତ୍ସ ଭାବେ କ୍ଷତାକ୍ତ କରି ଘରୁ ଟଙ୍କା, ସୁନା ଲୁଟିନେଇଛନ୍ତି। ପୋଲିସ ଅଭିଯୁକ୍ତ ପୁଅ ଲତିଫଙ୍କୁ ଗିରଫ କରିଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯିବ। ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜୟପୁର ଏସ୍‌ଡିପିଓ ସାଗରିକା ନାଥ ଏହି ସୂଚନା ଦେଇଛନ୍ତି।