ରାୟଗଡା

ଆମ ପୋଲିସ ସମିତି ବୈଠକ: ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ

ଆମ ପୋଲିସ ସମିତି ବୈଠକ: ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ

 ପାରଳାଖେମୁଣ୍ଡି, ୩୦।୯ (ସ୍ବ.ପ୍ର.) : ପାରଳାଖେମୁଣ୍ଡି ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ଉପଖଣ୍ଡୀୟ ପୋଲିସ ଅଧିକାରୀ ଠାକୁର ପ୍ରସାଦ ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସହ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ।   ସେମାନେ କିପରି ସୁରକ୍ଷିତ ରହିପାରିବେ, ସେ ବିଷୟରେ ଆଲୋଚନା କରାଯାଇଥିଲା। 

ଏନ୍‌ଏସି ପ୍ରଶାସକ ହେଲେ ରଜନୀକାନ୍ତ

କାଶୀନଗର, ୩୦।୯(ଡି.ଏନ୍‌.ଏ.)-ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ୫ବର୍ଷ ପୂର୍ତ୍ତି ହୋଇଯାଇଥିବା ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳଗୁଡିକୁ ଭଙ୍ଗ କରିବା ସହ ନୂତନ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଇଛି। କାଶୀନଗର ଏନ୍‌ଏସି ପ୍ରଶାସକଭାବେ ପାରଳାଖେମୁଣ୍ଡି ଉପଜିଲାପାଳ ରଜନୀକାନ୍ତ ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଛି। ଏନ୍‌ଏସିରେ ହୋଇପାରି ନ ଥିବା ବହୁ ବଳକା କାର୍ଯ୍ୟ ଉପଜିଲାପାଳଙ୍କ ସମୟରେ ସମ୍ପନ୍ନ ହୋଇପାରିବ ବୋଲି  ବୁଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି।   

ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ଡାବୁଗାଁ,୩୦।୯(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନ୍ତୁ ଜାନୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅତିଥିମାନେ ଅଭିଭାବକ ମାନଙ୍କୁ ଛାତ୍ରୀମାନଙ୍କ ଅଧିକାର ବିଷୟରେ ସଚେତନ କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ସମ୍ମାନିତ ଅତିଥି ମଣ୍ଡଳ ଶିକ୍ଷା ନିରିକ୍ଷକ ଗୋବିନ୍ଦ ଚନ୍ଦ୍ର ସେଠୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଡାବୁଗାଁ ବିଧାୟକ ପ୍ରତିନିଧି ଜି. ସାଇ ରାଜୁ ପ୍ରମୁଖ ମଞ୍ଚାସୀନ ଥିଲେ ।

 ଖୁସି ତାଲିମ କାର୍ଯ୍ୟକ୍ରମ

ଖୁସି ତାଲିମ କାର୍ଯ୍ୟକ୍ରମ

କୋଲନରା,୩୦।୯(ଡି.ଏନ୍‌.ଏ.): ରାୟଗଡା ଜିଲା କୋଲନରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ  ଖୁସି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।  ପ୍ରତି ପର୍ଯ୍ୟାୟରେ ୪୦ ଜଣ ଲେଖାଏଁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ତାଲିମ ଦିଆଯାଇଛି।

ଅଭିଭାବକ ପ୍ରମାଣପତ୍ର ବିତରଣ କାର୍ଯ୍ୟକ୍ରମ

ଅଭିଭାବକ ପ୍ରମାଣପତ୍ର ବିତରଣ କାର୍ଯ୍ୟକ୍ରମ

ରାୟଗଡା ଅଫିସ୍‌, ୩୦।୯
ରାୟଗଡା ଜିଲା ସଦର ପଞ୍ଚାୟତ ସମିତି କାର୍ଯ୍ୟାୟଳ ପରିସରରେ  ଅଭିଭାବକ ପ୍ରମାଣପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲାପାଳ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଇଥିଲେ। ସେହିପରି ରାଜ୍ୟରେ ପ୍ରଥମ ଭାବେ ରାୟଗଡ଼ା ଜିଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଜିଲାର ମାନସିକ ଅନଗ୍ରସର, ରୋଗୀଙ୍କର ଯତ୍ନ ତଥା ସେମାନଙ୍କର ଭରଣପୋଷଣ ନେବାରେ ଅସୁବିଧା ଭୋଗୁଥିବା ଅଭିଭାବକମାନେ ସମ୍ପୃକ୍ତ ବିଭାଗ ପାଖରେ ଆବେଦନ କରିଥିଲେ। 

ଚିଠ୍‌ଫଣ୍ଡ ଜମାକାରୀଙ୍କ  ବୈଠକ

ଚିଠ୍‌ଫଣ୍ଡ ଜମାକାରୀଙ୍କ ବୈଠକ

ମାଲକାନଗିରି, ୩୦।୯(ଡି.ଏନ.ଏ.)-
ମାଲକାନଗିରି ଜିଲା ସଦର ବ୍ଳକ  ଏମ.ଭି-୪୩ ଗ୍ରାମ  କାଳିମନ୍ଦିର ପ୍ରାଙ୍ଗଣରେ   କ୍ଷତିଗ୍ରସ୍ତ ଚିଠ୍‌ଫଣ୍ଡ ଜମାକାରୀଙ୍କ  ଏକ  ବୈଠକ  ଅନୁଷ୍ଠିତ ହୋଇଛି । ଏଥିରେ  ଏମ.ଭି-୪୩ ଗ୍ରାମ ସହ ଆଖପାଖ ୧୦ଟି ଗ୍ରାମର ଜମାକାରୀ ଯୋଗ ଦେଇଥିଲେ।

ସହରକୁ ସ୍ବଚ୍ଛ, ନିର୍ମଳ ରଖିବାକୁ ଶପଥ

ସହରକୁ ସ୍ବଚ୍ଛ, ନିର୍ମଳ ରଖିବାକୁ ଶପଥ


ଚିତ୍ରକୋଣ୍ଡା/ପଡିଆ,୩୦।୯- ଚିତ୍ରକୋଣ୍ଡା ୧୦୮ ବାଟାଲିୟନ ବିଏସଏଫ କ୍ୟାମ୍ପ ପକ୍ଷରୁ ଚିତ୍ରକୋଣ୍ଡା ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୟୁଥ କ୍ଲବ, ରାଷ୍ଟ୍ରୀୟ ସୟଂ ସେବକ ସଂଘ ଓ ବିଜୁ ଯୁବବାହିନୀର ମିଳିତ ଆନୁକୂଲ୍ୟରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର ମିନି ଷ୍ଟାଡିୟମ ପରିସର, ଚିତ୍ରକୋଣ୍ଡା ହାଟ, ବସଷ୍ଟାଣ୍ଡ, ବ୍ଲକ ପରିସର, ମେଡିକାଲ ପରିସରକୁ  ସଫେଇ କରାଯାଇଥିଲା।

ଜଳାତଙ୍କ ସଂକ୍ରାନ୍ତ ସଚେତନତା

ଜଳାତଙ୍କ ସଂକ୍ରାନ୍ତ ସଚେତନତା


ପାରଳାଖେମୁଣ୍ଡି, ୩୦।୯(ସ୍ବ.ପ୍ର.):
ଗଜପତି ଜିଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ପ୍ରାଣୀ ଚିକିତ୍ସାଳୟ ପରିସରରେ ଶନିବାର ବିଶ୍ୱ ଜଳାତଙ୍କ ସଚେତନତା ଦିବସ ପାଳିତ ହୋଇଯାଇଛି ।  ଏଥିରେ ଜଳାତଙ୍କ ରୋଗର ଲକ୍ଷଣ ଓ ନିରାକରଣ ନେଇ ଆଲୋଚନା କରାଯାଇଥିଲା। ଏହି ରୋଗ ପ୍ରାଣୀମାନଙ୍କଠାରେ ଦେଖାଯାଇଥିବାବେଳେ ଏହାଦ୍ୱାରା ସେମାନଙ୍କ ଶରୀର କିପରି ପ୍ରଭାବିତ ହୋଇଥାଏ ସେ ବିଷୟରେ କୁହାଯାଇଥିଲା । 

ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳିଲା ଭାଜପା

ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳିଲା ଭାଜପା

ଉମରକୋଟ, ୩୦।୯(ଡି.ଏନ.ଏ)
ସେପ୍ଟେମ୍ବର ୨୯କୁ ଭାଜପା ସାରା ଦେଶରେ ସର୍ଜିକାଲ ଷ୍ଟ୍ରାଇକକୁ ଏକ ଐତିହାସିକ ଦିବସ ରୂପେ ପାଳନ କରୁଥିବାବେଳେ ଉମରକୋଟ ଭାଜପା କାର୍ଯ୍ୟାଳୟଠାରେ ନବରଙ୍ଗପୁର ଜିଲା ତରଫରୁ ଏହା ପାଳନ କରାଯାଇଥିଲା। ମୁଖ୍ୟଅତିଥି ଭାବେ  ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେରା ଯୋଗଦେଇ ଥିଲେ। ଏହି ଅବସରରେ  ପୂର୍ବତନ ସୈନିକ ଦୁର୍ଗାପ୍ରସାଦ ମହାନ୍ତି, ହରିଶ ଚନ୍ଦ୍ର ଗଣ୍ଡ ଏବଂ ପ୍ରକାଶ ଚନ୍ଦ୍ର ଗୌଡ, ଲୋଚନ ସ୍ବାଇଂ ଏବଂ ଚନ୍ଦନ କୁମାର ସରକାରଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। 

ଆଶା ସ୍ବାସ୍ଥ୍ୟ ସହାୟତା ବିତରଣ କାର୍ଯ୍ୟକ୍ରମ

ଆଶା ସ୍ବାସ୍ଥ୍ୟ ସହାୟତା ବିତରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୩୦।୯(ସ୍ବ.ପ୍ର.)
ଗଜପତି ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଆନ୍ଧ୍ରବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଶା ସ୍ବାସ୍ଥ୍ୟ ସହାୟତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।  ଏଥିରେ ଆଶାକର୍ମୀମାନଙ୍କୁ ସେମାନଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ସମ୍ମାନିତ କରାଯିବା ସହ ଉତ୍ସାହିତ କରାଯାଇଥିଲା  ।

 ସାମ୍ପ୍ରଦାୟିକତା ବିରୋଧୀ ଦିବସ ପାଳିତ

ସାମ୍ପ୍ରଦାୟିକତା ବିରୋଧୀ ଦିବସ ପାଳିତ

ପାରଳାଖେମୁଣ୍ଡି, ୩୦।୯(ସ୍ବ.ପ୍ର.)
ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ ପକ୍ଷରୁ ଶହୀଦ ଭଗତ ସିଂଙ୍କ ୧୧୧ତମ ଜନ୍ମ ଦିବସକୁ ସାମ୍ପ୍ରଦାୟିକତା ବିରୋଧୀ ଦିବସ ଭାବେ ପାଳନ କରାଯାଇଛି ।  ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶହୀଦ ଭଗତସିଂଙ୍କ ସ୍ମୃତି ଚାରଣ କରାଯିବା ସହ ଦେଶ ପାଇଁ ତାଙ୍କର ଉତ୍ସର୍ଗ ତଥା ସେ କିପରି ଇଂରେଜଙ୍କୁ ଉଚିତ ଜବାବ ଦେଇଥିଲେ ସେ ବିଷୟରେ ଆଲୋକପାତ କରାଯାଇଥିଲା। 

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ

ଗୋଷାଣି, ୩୦।୯(ଡି.ଏନ.ଏ)
ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତର ଢାମୁଣି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କେରାଣ୍ଡି ସରପଞ୍ଚ ରେଗିଡି ରାଣୀ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିବପାରିବ ବୋଲି କହିଥିଲେ।

ନିଆଁମଡା ଯାତ୍ରା ପାଇଁ ରାମଗିରି ଉତ୍ସବମୁଖର

ନିଆଁମଡା ଯାତ୍ରା ପାଇଁ ରାମଗିରି ଉତ୍ସବମୁଖର

ପାରଳାଖେମୁଣ୍ଡି/ରାମଗିରି,୩୦।୯(ସ୍ବ.ପ୍ର./ଡି.ଏନ୍‌.ଏ.): ଗଜପତି ଜିଲା ରାମଗିରିରେ ଅକ୍ଟୋବର ୧ତାରିଖଠାରୁ ମା’ କୁରେଇଶୁଣୀ ଠାକୁରାଣୀଙ୍କ ନିଆଁମଡା ଯାତ୍ରା ଆରମ୍ଭ ହେବାକୁଯାଉଛି। ଏଥିପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଏହି ଯାତ୍ରା ୧୨ଦିନ ଧରି ଚାଲିବ। ଏଠାରେ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡା ଜିଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରଦ୍ଧାଳୁଙ୍କ ଭିଡ ହେବ। ରବିବାର ମନ୍ଦିର ପରିସରରେ ନୂଆଖାଇ ପର୍ବ ପାଳନ ହେବା ପରେ ଶ୍ରଦ୍ଧାଳୁମାନେ କମଳା, ବତେଇ, ନାରଙ୍ଗ, କନ୍ଦମୂଳ ଓ ବନଜାତ ଜିନିଷଗୁଡିକ ବ୍ୟବହାର କରିପାରିବେ ବୋଲି ଏଠାରେ ପୌରାଣିକ ମତ ରହିଛି। 

ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ

ନନ୍ଦପୁର,୩୦।୯(ଡି.ଏନ୍‌.ଏ.): ନନ୍ଦପୁର ଥାନା ପକ୍ଷରୁ ଶନିବାର ଆମ ପୋଲିସ ସମିତି ମାସିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏସ୍‌ଡିପିଓ ତପନ ମହାନନ୍ଦ, ଆଇଆଇସି ଚନ୍ଦ୍ରଶେଖର ଶବର, ଜଳନ୍ଧର ସେଠୀ, ଏସ୍‌ଆଇ ବିଘ୍ନରାଜ ଭତ୍ରା, ଏଏସ୍‌ଆଇ ଜେ.କେ. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଏହି ବୈଠକରେ ଉପସ୍ଥିତ ସଭ୍ୟମାନେ ବୁଧବାର ସାପ୍ତାହିକ ହାଟରେ ଟ୍ରାଫିକ ନିୟନ୍ତ୍ରଣ ଦଶହରା ସମୟରେ ଜୁଆଖେଳ ଉପରେ ଅଙ୍କୁଶ ଲଗାଇବା, କଲେଜ ଛାତ୍ରମାନେ ବିନା ହେଲମେଟ୍‌ରେ ବାଇକ ଚଳାଇବା ଉପରେ ପଦକ୍ଷେପ, ନନ୍ଦପୁରଠାରୁ ପାଲିବା ରାସ୍ତା ମରାମତି କରିବା, ସାତସିମିଳି ଗ୍ରାମଛକରେ ସ୍ପିଡ୍‌ ବ୍ରେକର ନିର୍ମାଣ ପାଇଁ ପଦକ୍ଷେପ, ନନ୍ଦପୁର ବସ୍‌ଷ୍ଟାଣ୍ଡରେ ଅଧା ନିର୍ମାଣ ଗତିରୋଧକୁ ସମ୍ପୂର୍ଣ୍ଣ କରିବା, ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରିବା ସହ ଜରୁରୀ ନହେଲେ ଅନ୍ୟ ଡାକ୍ତରଖାନାକୁ ରୋଗୀଙ୍କୁ ସ୍ଥାନାନ୍ତର ନ କରିବା ଉପରେ ପଦକ୍ଷେପ ନେବା ପାଇଁ ମତ ପ୍ରକାଶ କରିଥିଲେ। ଏହି ବୈଠକରେ ସଭ୍ୟ ଜଗନ୍ନାଥ ପାଙ୍ଗି, ଗୋପାଳକୃଷ୍ଣ ବେବର୍ତ୍ତା, ଦିବାକର ହିଆଲ, କମୁ ପାଙ୍ଗି, ଟଙ୍କଧର ଖରା, ତୁଷାରକାନ୍ତ ମହାନ୍ତି, ଗଣେଶ ପାଙ୍ଗି ଉପସ୍ଥିତ ଥିଲେ।

୩୦୦ ନିର୍ମାଣ ଶ୍ରମିକଙ୍କୁ ମିଳିଲା ସାଇକେଲ

୩୦୦ ନିର୍ମାଣ ଶ୍ରମିକଙ୍କୁ ମିଳିଲା ସାଇକେଲ

ଲମତାପୁଟ,୩୦।୯(ଡି.ଏନ୍‌.ଏ.)
ଲମତାପୁଟ ବ୍ଲକ କାର୍ଯ୍ୟାଳୟରେ ଶନିବାର ରାଜ୍ୟ ସରକାରଙ୍କ ଦ୍ୱାରା ତିନିଶହ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ସହ ଅନ୍ୟ ଉପକରଣ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ଏମ୍‌ପି ଝିନ୍ନ ହିକ୍‌କା ଯୋଗଦେଇ ଶ୍ରମିକଙ୍କୁ ଉପକରଣ ବିତରଣ କରିଥିଲେ। ନିର୍ମାଣ ଶ୍ରମିକଙ୍କ ପାଇଁ ସାଇକେଲ, ହେଲମେଟ, ଶାବଳ, ପିକାଶି, ବେଲଚା, ଜୋତା, ଗାମଲା, ବଣ୍ଟନ କରାଯାଇଛି। 

୮ ଲକ୍ଷର ପ୍ରକଳ୍ପ ପାଇଁ ଭୂମିପୂଜା କଲେ ଏମ୍‌ପି

୮ ଲକ୍ଷର ପ୍ରକଳ୍ପ ପାଇଁ ଭୂମିପୂଜା କଲେ ଏମ୍‌ପି

ଦଶମନ୍ତପୁର,୩୦।୯(ଡି.ଏନ୍‌.ଏ.)
ଦଶମନ୍ତପୁର ବ୍ଲକ ଅଧୀନସ୍ଥ ପାଇକ ଫୁଲବେଡ଼ା, ଏ. ମାଲକାନଗିରି ଏବଂ ନନ୍ଦିଗାଁ ପଞ୍ଚାୟତ ସଦର ମହକୁମାରେ  ବିଜେଡିର ବୁଥ୍‌ସ୍ତରୀୟ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କୋରାପୁଟ ଏମ୍‌ପି ଝିନ୍ନ ହିକ୍‌କା ଏବଂ କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡିର କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ପ୍ରଥମେ ଏମ୍‌ପି ହିକ୍‌କା ପାଇକ ଫୁଲବେଡ଼ା ପଞ୍ଚାୟତରେ ବୁଥ୍‌ସ୍ତରୀୟ କର୍ମଶାଳାରେ ଯୋଗଦେଇ ଫୁଲବେଡ଼ା ଗାଁ ଓ ମଇନାମାଳ ଗ୍ରାମର ନିଶାଣିମୁଣ୍ଡ ଗୃହ ନିର୍ମାଣ ପାଇଁ ଉନ୍ନୟନ ଆଦିବାସୀ ବିକାଶ ପକ୍ଷରୁ ୮ ଲକ୍ଷ ଟଙ୍କା ବ୍ୟୟବରାଦରେ ହେବାକୁ ଥିବା ପ୍ରକଳ୍ପର ଭୂମିପୂଜା କରିଛନ୍ତି। 

କୋରାପୁଟ ପୌର ପରିଷଦ ଶେଷ କାଉନସିଲ ବୈଠକ

କୋରାପୁଟ ପୌର ପରିଷଦ ଶେଷ କାଉନସିଲ ବୈଠକ

କୋରାପୁଟ,୩୦।୯(ସ୍ବ.ପ୍ର.)

କୋରାପୁଟ ପୌର ପରିଷଦର  ଶେଷ ବୈଠକ ଅନୁଷ୍ଠିତ ହୋଇଛି ।  କୋରାପୁଟ ମ୍ୟୁନିସପାଲିଟିର ଅଧ୍ୟକ୍ଷ ଭଗବାନ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ସମସ୍ତ କାଉନସିଲରମାନଙ୍କ ସହଯୋଗରେ ପରିଷଦର କାର୍ଯ୍ୟ ସୁରୁଖୁରରେ ଶେଷ କରାଯାଇଥିବାରୁ ସମସ୍ତଙ୍କୁ ସାଧୁବାଦ ଦେଇଥିଲେ ।  ଏହି ବୈଠକରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଯୋଗଦେଇ ପୌରପରିଷଦର କାଉନସିଲରମାନଙ୍କ ପ୍ରତିନିଧିତ୍ୱର ସମୟ ସରିଥିବାବେଳେ ବର୍ତ୍ତମାନ ନେତୃତ୍ୱ ପାଳି ଆରମ୍ଭ ହେବ ବୋଲି ବୈଠକରେ ସୂଚାଇଥିଲେ ।

ବ୍ଲକସ୍ତରୀୟ କ୍ରୀଡ଼ା ମହୋତ୍ସବ

ବ୍ଲକସ୍ତରୀୟ କ୍ରୀଡ଼ା ମହୋତ୍ସବ

ପାପଡାହାଣ୍ଡି,୩୦।୯(ଡି.ଏନ୍‌.ଏ.)-
ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ମିନି ଷ୍ଟାଡିୟମ୍‌ରେ ବ୍ଲକସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିନରେ ଜୁନିୟର ବର୍ଗରେ ୧୦୦ ଛାତ୍ରୀଛାତ୍ର ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ବ୍ଲକ ଅଧ୍ୟକ୍ଷା ସେବତୀ ସାନ୍ତା,ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ବିଇଓ ଭାବଗ୍ରାହୀ ପଣ୍ଡା, ହାଇସ୍କୁଲ ପ୍ରଧାନଶିକ୍ଷକ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଯୋଗଦେଇଥିଲେ 

ଡ୍ୟାନ୍ସ ପ୍ରତିଯୋଗିତା

ଡ୍ୟାନ୍ସ ପ୍ରତିଯୋଗିତା

ଚନ୍ଦାହାଣ୍ଡି,୩୦।୯ (ଡି.ଏନ.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମରେ ଯୁବସମାଜ ପକ୍ଷରୂୁ ଏକ ଆନ୍ତଃରାଜ୍ୟ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଏବଂ ଛତିଶଗଡ ରାଜ୍ୟର ମୋଟ ୨୨ଟି ଦଳ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ପ୍ରଥମ ଲଡୁଗାଁ ଦଳ, ଦ୍ୱିତୀୟ ଧର୍ମଗଡ ଏବଂ ତୃତୀୟ ଯୁଗ୍ମ ଭାବେ ଜୟପାଟଣା ଏବଂ ଭବାନୀପାଟଣା ଦଳକୁ ପୁରସ୍କୃତ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ପଛୁଆବର୍ଗ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଯୋଗ ଦେଇ ବିଜୟୀ କଳାକାରମାନଙ୍କୁ  ପୁରସ୍କୃାର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। 

ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ:ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବାର ମାଧ୍ୟମ

ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ:ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବାର ମାଧ୍ୟମ

ଚନ୍ଦାହାଣ୍ଡି, ୩୦।୯(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା କଲେଜ ପରିସରରେ ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ , ପଛୁଆବର୍ଗ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଜିଲା ପ୍ରତିନିଧି ପ୍ରମୋଦ ପାଢୀ, ବିଡିଓ ପ୍ରଫୁଲ୍ଲ ଚନ୍ଦ୍ର କହଁର, ଏମପି ପ୍ରତିନିଧି ପ୍ରଶାନ୍ତ ପାରୀ, ଜିଲା ପରିଷଦ ସଭ୍ୟ ସନିନ୍ଦ୍ର ଶୋରୀ, ଜିଲା ଯୁବ ବିଜେଡି ଉପସଭାପତି ପ୍ରକାଶ ମାଝି, ଏବିଇଓ ପୁରୁଷୋତ୍ତମ ପାରୀ, ଡାକ୍ତର ବସନ୍ତ କୁମାର ଷଡଙ୍ଗୀ, ମନ୍ତ୍ରୀ ପ୍ରତିନିଧି ରୁଷୁ ବାଘ, ସମାଜସେବୀ ଗୌରହରି ନାୟକ, ସାରାଣୀ ନାୟକ, ମଧୁସୂଦନ ନାଗେଶ, ଝୁମୁକି ସାହୁ, ହର ପୂଜାରୀ, ପଛୁଆବର୍ଗ ଜିଲା ସଭାପତି କାର୍ତ୍ତିକ ବାଘ, ଅଧ୍ୟକ୍ଷ ଦ୍ୱାରିକାନାଥ ବାଘ, ଯୁବ ସଭାପତି ତ୍ରିନାଥ ଦାଶ, ବଳରାମ ପଟ୍ଟନାୟକ, ବିଜୁ ଯୁବ ବାହିନୀ ବ୍ଲକ ସଭାପତି ରତ୍ନାକର ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମାଜମଙ୍ଗଳ ଅଧିକାରୀ ତୁଷାର ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ। 

ମୋ ସ୍କୁଲ ଅଭିଯାନ

ମୋ ସ୍କୁଲ ଅଭିଯାନ


ଡାବୁଗାଁ, ୩୦।୯ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ଭୁତପୂର୍ବ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଭିଭାବକ ମନୁ ସିଂ ସଭାପତିତ୍ୱ କରିଥିଲେ।  ଗାନ୍ଧୀ ଜୟନ୍ତୀରେ ବହୁଳ ସଂଖ୍ୟାରେ ପୂର୍ବତନ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉପସ୍ଥିତ ରହିବାକୁ ଏମ. ଭଗବତ ସୁବୁଦ୍ଧି ପ୍ରସ୍ତାବ ଦେଇଥିଲେ । ୧୯୧୯ମସିହାର ବିଦ୍ୟାଳୟ ୧୦୦ ବର୍ଷ ଚାଲିଛି ତେଣୁ ଉତ୍ସବ ପାଳନ ପାଇଁ ଅକ୍ଟୋବର ମାସରେ ଏକ ଦିନ ଧାର୍ଯ୍ୟ କରିବା ପାଇଁ ସମସ୍ତ ପୁରୁଣା ଛାତ୍ରୀଛାତ୍ର ଉପସ୍ଥିତ ରହିବା ପାଇଁ ସେ ଅନୁରୋଧ କରିଥିଲେ । ପ୍ରଥମ ଦିନରେ ୩୫୦୨ ଟଙ୍କା ପାଣ୍ଠି ସଂଗ୍ରହ ହୋଇଥିଲା ।

କେନ୍ଦୁପତ୍ର ତୋଳାଳି ପ୍ରାପ୍ୟ ପାଇବାରୁ ବଞ୍ଚିତ

କେନ୍ଦୁପତ୍ର ତୋଳାଳି ପ୍ରାପ୍ୟ ପାଇବାରୁ ବଞ୍ଚିତ

ନବରଙ୍ଗପୁର/ଝରିଗାଁ,୩୦।୯(ବି.ପ୍ର./ସ୍ବ.ପ୍ର.)-ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧିନ ହାତିବାଡି, ମାଙ୍ଗମନ୍ଦଲି ଗାଁର କେନ୍ଦୁପତ୍ର ତୋଳାଳିମାନେ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ  ଅଭିଯୋଗ କରିଛନ୍ତି । ୨୦୧୮ ମେ ମାସରେ ଉକ୍ତ ଦୁଇ ଗାଁର ୩୦ କେନ୍ଦୁପତ୍ର ତୋଳାଳି ଶ୍ରମିକମାନେ ୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କେନ୍ଦୁପତ୍ର ତୋଳି  ଫଡିରେ ଦେଇଛନ୍ତି । 

ପାପାଡ଼ାହାଣ୍ଡିରେ ଗ୍ୟାସ ଲିକ୍‌ରୁ ଘରପୋଡ଼ି

ପାପାଡ଼ାହାଣ୍ଡିରେ ଗ୍ୟାସ ଲିକ୍‌ରୁ ଘରପୋଡ଼ି

ପାପାଡ଼ାହାଣ୍ଡି ,୩୦।୯,(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଡକରାଗୁଡ଼ା ଗ୍ରାମରେ ରବିବାର ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଧନସିଙ୍ଗ ଭତ୍ରାଙ୍କ ଘର ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ଜଣାପଡ଼ିଛି। 

ମାଥିଲିରେ ବିଜେଡିର ମହିଳା ସମାବେଶ

ମାଥିଲି ,୩୦।୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଲକ୍ଷ୍ମଣ ନାୟକ ଭବନଠାରେ ବିଜେଡିର ମହିଳା ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି ।