ରାୟଗଡା

ପରୀର ସୁରକ୍ଷା ନେଇ ଗଣଦୌଡ଼

ପରୀର ସୁରକ୍ଷା ନେଇ ଗଣଦୌଡ଼

ମାଲକାନଗିରି,୭।୬(ଡି.ଏନ.ଏ)- ମାଲକାନଗିରି ଜିଲା ସଦର ମହକୁମାଠାରେ ଗୁରୁବାର ପୂର୍ବାହ୍ନରେ ପରୀର ସୁରକ୍ଷା ନେଇ ଏକ ସଚେତନତରା ଗଣଦୌଡ଼ କାର୍ଯ୍ୟକ୍ରମ ଜିଲା ପୋଲିସ ତରଫରୁ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀ ଯୋଗଦେଇ ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଆଇ.ଟି.ଆଇ, ଘଡ଼େଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ, କ୍ରୀଡ଼ା ଛାତ୍ରାବାସର ଛାତ୍ରୀଛାତ୍ର ବିଭିନ୍ନ ଅନୁଷ୍ଠାନର ଯୁବପୀଢ଼ି ଏବଂ ପୋଲିସ କର୍ମଚାରୀମାନେ ସକାଳ ୬ଟାରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ଏକତ୍ରିତ ହୋଇଥିଲେ। ଏହି ଗଣଦୌଡ଼ ବସଷ୍ଟାଣ୍ଡରୁ ଆରମ୍ଭ ହୋଇ ମୁଖ୍ୟରାସ୍ତା ଦେଇ ଡି.ଏନ.କେ ଖେଳପଡ଼ିଆ ଠାରେ ପହଞ୍ଚତ୍ଥିଲା।

ୟୁନିୟନ ବ୍ୟାଙ୍କ ପୂର୍ବତନ ଶାଖା ପରିଚାଳକଙ୍କ ବିରୋଧରେ ଅର୍ଥ ଆମତ୍ସାତ ଅଭିଯୋଗ

କୋରାପୁଟ,୭।୬(ସ୍ବ.ପ୍ର)-କୋରାପୁଟସ୍ଥିତ ୟୁନିୟନ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଜାଲିଆତି କରି ୨ କୋଟି ୫ ଲକ୍ଷ ୫୦ ହଜାର ଟଙ୍କା ଆମତ୍ସାତ କରିଥିବା ଅଭିଯୋଗ ହୋଇଛି । ଏନେଇ ୟୁନିୟନ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ସୁଶାନ୍ତ କୁମାର ମିଶ୍ର ଗତ ବୁଧବାର ରାତିରେ କୋରାପୁଟ ଟାଉନ ଥାନାରେ ଏତଲା ଦେଇଛନ୍ତି । ଏନେଇ ପୋଲିସ ଏକ ମାମଲା( ନଂ ୧୩୦/୧୮) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ୨୦୧୬-୧୭ ବର୍ଷରେ ସ୍ଥାନୀୟ ୟୁନିୟନ ବ୍ୟାଙ୍କରେ ଶାଖା ପରିଚାଳକ ଭାବେ କାଯର୍‌ୟ କରୁଥିବା ଅମିତା ପ୍ରିୟଦର୍ଶନୀ ପାତ୍ର ଏହି ଟଙ୍କା ଜାଲିଆତି କରି ହଡପ କରିଥିବା ଜଣାପଡିଛି ।

ପ୍ରସୂତିଙ୍କୁ ଅଭିଶାପ ପାହାଡ଼ ରାସ୍ତା

ପ୍ରସୂତିଙ୍କୁ ଅଭିଶାପ ପାହାଡ଼ ରାସ୍ତା

ଜୟପୁର,୭।୬(ଡି.ଏନ୍‌.ଏ.): ଗାଁର ନାଁ ରାଣୀଗଡ଼। କିନ୍ତୁ ଏ ଗାଁର ମହିଳାମାନେ ଗର୍ଭବତୀ ହେଲେ ସୁରକ୍ଷିତ ପ୍ରସବ ପାଇଁ ପୁରୁଷଙ୍କ ମୁଣ୍ଡରେ ଚିନ୍ତା ଦକ ପଶେ। ଖଟିଆରେ ପ୍ରସୂତିଙ୍କୁ ବୋହି ଛୋଟ ଛୋଟ ୩ଟି ପାହାଡ଼ ଡେଇଁ ବିସିଂହପୁରରେ ପହଞ୍ଚତ୍ବାକୁ ପଡ଼େ। ସେଠାରେ ଗାଡ଼ିକରି ଯାଇହୁଏ ବୋରିଗୁମ୍ମା ଡାକ୍ତରଖାନା। ଦୀର୍ଘ କେତେ ଘଣ୍ଟାର ଏଇ ଦହଗଞ୍ଜ ଭିତରେ ପ୍ରସୂତିର ଅବସ୍ଥା କେତେବେଳେ ଆହୁରି ଗୁରୁତର ହୋଇପଡ଼େ, ପୁଣି କେତେବେଳେ ଜୀବନ ଚାଲିଯାଏ। ପାହାଡ଼ ଉପରେ ଥିବା ରାଣୀଗଡ଼ ସମେତ ଆଉ ୪/୫ଟି ଗାଁର ଗର୍ଭବତୀ ମହିଳାଙ୍କ ପାଇଁ ଅଭିଶାପ ପାଲଟିଛି ଏହି ପାହାଡ଼ି ରାସ୍ତା।

ଆଧାର ନାହିଁ ବୋଲି ସୁବିଧା ମିଳୁନି: ୧୫ ଥର ଫଟୋ ଉଠାଇ ନୟାନ୍ତ ହୋଇଗଲେଣି ତୁଳା

ଆଧାର ନାହିଁ ବୋଲି ସୁବିଧା ମିଳୁନି: ୧୫ ଥର ଫଟୋ ଉଠାଇ ନୟାନ୍ତ ହୋଇଗଲେଣି ତୁଳା

ଦଶମନ୍ତପୁର,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ଘାସିସାହିରେ ତୁଳା ସାଗରଙ୍କ ଦୁଇ ପୁଅ ଓ ଦୁଇ ଝିଅ। ସ୍ବାମୀ ରାମଚନ୍ଦ୍ରଙ୍କ ଦେହାନ୍ତ ହେବା ପରେ ସେ ଏବେ ଅସହାୟ ହୋଇପଡ଼ିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳିନଥିଲା। ଏବେ ପରିବାର ମଙ୍ଗଳ ଯୋଜନା କିମ୍ବା ବିଧବା ଭତ୍ତା କୌଣସି ପ୍ରକାଶ ସୁବିଧା ମିଳୁନାହିଁ। ଏସବୁ ପାଇଁ ସେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ସ୍ବାମୀଙ୍କ ମୃତ୍ୟୁ ପରେ ସେ ଏଥିପାଇଁ ଆବେଦନ କରି ନିରାଶ ହୋଇଛନ୍ତି। ଆଧାର କାର୍ଡ଼ରେ ତ୍ରୁଟି ଥିବାରୁ ସରକାରୀ ଯୋଜନାରୁ ସେ ବଞ୍ଚତ୍ତ ହୋଇଥିବା କହିଛନ୍ତି

ସରିଲା ବୁରାଦାଲା ପୋଲାମ୍ମାଙ୍କ ଗ୍ରାମଦେବୀ ପର୍ବ

ସରିଲା ବୁରାଦାଲା ପୋଲାମ୍ମାଙ୍କ ଗ୍ରାମଦେବୀ ପର୍ବ

ରାୟଗଡା ଅଫିସ୍‌, ୭।୬- ମା’ ବୁରାଦାଲା ପୋଲାମ୍ମାଙ୍କୁ ପୂଜାକଲେ ପରିବାରର ମଙ୍ଗଳ ହେବା ସହିତ ଅଞ୍ଚଳରେ ଭଲ ଚାଷ ହୁଏ ଏବଂ ଅଞ୍ଚଳବାସୀ ସୁସ୍ଥ ରହିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ବିଶ୍ବାସ କ୍ରମରେ ଗତ ୨୮ରୁ ଆରମ୍ଭ ହୋଇଥିବା ଗ୍ରାମଦେବୀ ପର୍ବ ବୁଧବାର ଶେଷ ହୋଇଛି। ବୁରୁଦାଲା ପୋଲ୍ଲାମା’ଙ୍କ ସମେତ ମା’ ମଝିଘରିଆଣୀ, ନୋକାଲାମ୍ମା, ବାଙ୍କାରାମ୍ମା, ଅଗ୍ନିଗାଙ୍ଗାମ୍ମା, ଉଗ୍ରତାରାମ୍ମା, ମୂର୍ତ୍ତିଆଲାମ୍ମା, ମାରିଆମ୍ମା ଆଦି ୭ଭଉଣୀଙ୍କ ମନ୍ଦିରରୁ ଘଟ ଅଣାଯାଇ ରାୟଗଡା ସହରର ମୁଖ୍ୟରାସ୍ତା ପାର୍ଶ୍ୱସ୍ଥ ଅସ୍ଥାୟୀ ମଣ୍ଡପରେ ନଅ ଦିନ ଧରି ପୂଜା କରାଯାଉଥିଲା। ମା’ଙ୍କ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପରେ ରାୟଗଡା ସମେତ ଏହାର ଆଖପାଖ ଅଞ୍ଚଳ ଓ ପଡୋଶୀ ଆନ୍ଧ୍ରର ଶ୍ରଦ୍ଧାଳୁମାନେ ଭିଡ ଜମାଇ ଥିଲେ। ଭକ୍ତମାନେ କଳସ ମୁଣ୍ଡାଇ ଓ ଦୀପ ଜାଳି ଅସ୍ଥାୟୀ ମଣ୍ଡପ ନିକଟରେ ପହଞ୍ଚତ୍ଥିଲେ ।

ପରିବେଶ ଦିବସ ପାଇଁ ସଚେତନତା ଶୋଭାଯାତ୍ରା

ପରିବେଶ ଦିବସ ପାଇଁ ସଚେତନତା ଶୋଭାଯାତ୍ରା

କୋରାପୁଟ/ସେମିଳିଗୁଡ଼ା,୭।୬(ସ୍ବ.ପ୍ର.) କୋରାପୁଟ ଜିଲାର ସେମିଳିଗୁଡ଼ା ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି । ଏହି ଅବସରରେ ସ୍ଥାନୀୟ ରେଞ୍ଜ କାର୍ଯ୍ୟାଳୟଠାରୁ ଏକ ସଚେତନତା ଶୋଭାଯାତ୍ରାକୁ ସେମିଳିଗୁଡା ରେଞ୍ଜର ହେମନ୍ତ କୁମାର ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଲୋକଙ୍କୁ ପ୍ଲାଷ୍ଟିକ ସାମଗ୍ରୀକୁ ବର୍ଜନ କରିବା ସହ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ବ୍ୟାପକ ଭାବେ ଚାରାରୋପଣ କରିବା ନେଇ ଲୋକଙ୍କୁ ସଚେତନ କରାଇଥିଲେ ।

ସମ୍ମାନିତ ହେଲେ ସିନେ ସମୀକ୍ଷକ

ସମ୍ମାନିତ ହେଲେ ସିନେ ସମୀକ୍ଷକ

ଗୁଣପୁର,୭।୬(ଡି.ଏନ୍‌.ଏ)- ଗୁଣପୁରର ବିଶିଷ୍ଟ ସିନେ ସମୀକ୍ଷକ ଗୌରି ଶଙ୍କର ପଣ୍ଡାଙ୍କୁ ‘ରୂପ ନଗର, ମାୟା ନଗରୀ’ ଶ୍ରେଷ୍ଠ ସିନେ ସମୀକ୍ଷକ ଭାବେ ପରସ୍କୃତ କରାଯାଇଛି। ଓଡିଆ ଚଳଚ୍ଚିତ୍ର ସମୀକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମେ ୨୭ରେ କଟକ ଶହୀଦ ଭବନରେ ଅନୁଷ୍ଠିତ ରୂପ ନଗର, ମାୟା ନଗରୀର ୧୧ତମ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ସିନେ ସମୀକ୍ଷକ ଭାବେ ଗୌରି ଶଙ୍କରଙ୍କୁ ସମ୍ମାନିତ କରାଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ସାହୁ ଏବଂ ‘ରୂପ ନଗର, ମାୟା ନଗରୀର ସଂପାଦକ ବିକ୍ରମ କେଶରୀ ରାୟ ପ୍ରମୁଖ ଉପସ୍ଥିତ ରହି ଗୌରି ଶଙ୍କରଙ୍କୁ ସମ୍ମାନିତ କରିଥିଲେ।

ପାନୀୟ ଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ପାନୀୟ ଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଟିକିରି,୭।୬ - ରାୟଗଡ଼ା ଜିଲା କାଶିପୁର ବ୍ଲକ ସଭାଗୃହଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଡ଼ିଓ ସୁନୀଲ କୁମାର ଖରା, ବ୍ଲକ ଉପାଧ୍ୟକ୍ଷ ଶଙ୍କର୍ଷଣ ନାୟକ, ବିଇଓ ଜଗଦୀଶ ଚନ୍ଦ୍ର ସିଂ କୃଷି ବିଭାଗର ସଙ୍ଗିତା ନାଏକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ଲକରେ ସ୍ବାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି।

ସଚେତନ କଲା ‘ପରୀ’ ରଥ

କଲ୍ୟାଣସିଂହପୁର,୭।୬(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ସ୍ଥାନୀୟ ରଥ ପଡିଆରେ ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ, କିଶୋରୀ ନିର୍ଯାତନା ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ପୋଲିସ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। କାଳୀ ସୁନ୍ଦରୀ ମନ୍ଦିର ଛକରୁ ପରୀ ରଥ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରି ରଥ ପଡିଆରେ ପହଞ୍ଚି ଥିଲା। ଶୋଭାଯାତ୍ରାରେ ପୋଲିସ, ପ୍ରଶାସନିକ ଅଧିକାରୀ, ରାଜନେତା ଓ ଜନ ସାଧାରଣ ଯୋଗଦେଇ ଥିଲେ। ଶିଶୁ ନିର୍ଯାତନା କିପରି ରୋକାଯାଇ ପାରିବ ସେ ବିଷୟରେ ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା।

ପଥର ବ୍ଲାଷ୍ଟିଂ ଯୋଗୁ କାନ୍ଥରେ ଫାଟ

ପଥର ବ୍ଲାଷ୍ଟିଂ ଯୋଗୁ କାନ୍ଥରେ ଫାଟ

ଟିକିରି, ୭ା୬- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡୁଡୁ କାବାୟଲ ପଞ୍ଚାୟତ ତୋଟାଗୁଡା ଛକ ଏବଂ ଦୁଡୁକା ବାହାଲ ଗ୍ରାମର କିଛି ଲୋକଙ୍କ କାନ୍ଥରେ ଫାଟ ଦେଖାଦେଇଛି। ତୋଟାଗୁଡା ନିକଟରେ ପଥର କ୍ୱାରି ଥିବାବେଳେ ରେଲଓ୍ବେ ପକ୍ଷରୁ ପଥର ଫଟାଇବା ପାଇଁ ବିସ୍ପୋରକ ବ୍ୟବହାର କରାଯାଉଛି।

ପାଣି ସମସ୍ୟା ଘେରରେ ଡଙ୍ଗାସିଲ ପଞ୍ଚାୟତ

ଟିକିରି,୭ା୫- ରାୟଗଡ଼ା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ସଦରସ୍ଥିତ ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିଛି। ଫଳରେ ଲୋକେ ପାନୀୟ ଜଳ ପାଇବା ପାଇଁ ବିଭିନ୍ନଅସୁବିଧା ଭୋଗୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଡଙ୍ଗାସିଲଠାରେ ସ୍ବଜଳ ଧାରା ଯୋଜନାରେ ଆଜକୁ ପ୍ରାୟ ପାଞ୍ଚବର୍ଷ ହେଲା ପାନୀୟ ଏକ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି।

ଷ୍ଟାମ୍ପ ପେପର, କୋର୍ଟ ଫି ଷ୍ଟାମ୍ପ ଅଭାବ

ବରଙ୍ଗପୁର, ୭ା୬ (ବି.ପ୍ର.)- ନବରଙ୍ଗପୁର ସହରରେ କମ ମୂଲ୍ୟର କୋର୍ଟ ଫି ଷ୍ଟାମ୍ପ ଓ ନନ୍‌ଜୁଡିସିଆଲ ଷ୍ଟାମ୍ପ ପେପରର ଘୋର ଅଭାବ ଦେଖା ଦେଇଛି ା ତେଣୁ କୋର୍ଟ କଚେରୀ ଓ ବିଭିନ୍ନ ଅଫିସ କାର୍ଯ୍ୟ ଗୁଡିକରେ ଓକିଲ, ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ଅଦାଲତରେ ୪ଶହରୁ ଅଧିକ ପିଟିସନ ଦାଖଲ ହେଉଛି

କୋରାପୁଟ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା:୭୦% ସରିଛି, ଆରମ୍ଭ ହୋଇନାହିଁ ଅବଶିଷ୍ଟ

କୋରାପୁଟ,୭ା୬(ସ୍ବ.ପ୍ର.) କୋରାପୁଟ ଜିଲାବାସୀଙ୍କୁ ଗୃହ ଯୋଗାଇବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡିଆ ଯୋଜନା ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଏଥିରେ ଧାର୍ଯ୍ୟ ଲକ୍ଷ୍ୟ ଶତ ପ୍ରତିଶତ ପୂରଣ ହୋଇପାରୁ ନାହିଁ। ୨୦୧୭-୧୮ ବର୍ଷରେ ଆସିଥିବା ଲକ୍ଷ୍ୟ ଭିତରୁ ୭୦ ପ୍ରତିଶତ ଆବାସ ଗୃହ

ବିଜୁଳି ଆଲୁଅ ଏଠି ସାତ ସପନ: ଅନ୍ଧାରରେ ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତ ୩ଗାଁ

ବିଜୁଳି ଆଲୁଅ ଏଠି ସାତ ସପନ: ଅନ୍ଧାରରେ ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତ ୩ଗାଁ

ଚନ୍ଦ୍ରପୁର, ୭ ।୬(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତର ୩ ଗାଁ ବର୍ତ୍ତମାନ ସୁଦ୍ଧା ଅନ୍ଧାର। ଏବେ ମଧ୍ୟ ଝାଡବନ୍ଧ, ମାଣ୍ଡିଆ ପଟ୍ଟାଳ, ବୁରୀଗୁଡା ଗାଁ ଲୋକଙ୍କ ପାଖରେ ଅପହଞ୍ଚ ବିଦ୍ୟୁତ ସେବା। ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମ ପାଇଁ ବିଜୁଳି ଆଲୁଅ ସ୍ବପ୍ନ ବୋଲି କହିଛନ୍ତି ଝାଡବନ୍ଧ ଗାଁର ପ୍ରଦୀପ ବଳିଆର ସିଂ, ପ୍ରକାଶ ବଳିଆର ସିଂ

ମା’ ମୁତ୍ୟାଲାମ୍ମାଙ୍କ  ଘଟଯାତ୍ରା ଶେଷ

ମା’ ମୁତ୍ୟାଲାମ୍ମାଙ୍କ ଘଟଯାତ୍ରା ଶେଷ

କଲ୍ୟାଣସିଂହପୁର, ୬ା୬(ଡି.ଏନ୍‌.ଏ.)- ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ଗ୍ରାମରେ ନଅ ଦିନ ଧରି ଚାଲିଥିବା ମା’ ମୁତ୍ୟାଲାମ୍ମାଙ୍କର ଘଟଯାତ୍ରା ବୁଧବାର ଶଷ ହୋଇଛି । ପୂଜକ ମା’ଙ୍କ ଖଣ୍ଡା ପୂଜା କରିବା ପରେ ମା’ଙ୍କ ପାଦକୁ ଗାଁକୁ ଆଣିଥାନ୍ତି। ତା’ ପରେ ଦିନଠାରୁ ଆରମ୍ଭ ହୋଇଥାଏ ଘଟଯାତ୍ରା।

ଗୁଣପୁରରେ ପରୀ ଏକ୍ସପ୍ରେସକୁ  ସ୍ବାଗତ

ଗୁଣପୁରରେ ପରୀ ଏକ୍ସପ୍ରେସକୁ ସ୍ବାଗତ

ଗୁଣପୁର, ୬ା୬(ଡି.ଏନ.ଏ)-ଶିଶୁ ଯୌନ ନିର୍ଯାତନା ଉପରେ ରୋକ ଲଗାଇବାକୁ ହେଲେ ଲୋକେ ସଚେତନ ହେବା ଆବଶ୍ୟକ। ଲୋକଙ୍କୁ ସଚେତନ କରାଇବାକୁ ବାହାରିଥିବା ପରୀ ଏକ୍ସପ୍ରେସକୁ ଗୁଣପୁରରେ ବୁଧବାର ଜୋରଦାର ସ୍ବାଗତ କରାଯାଇଛି। ୱୋର ହାଉସ ଗୋଦାମଠାରେ ସହରର ମାନ୍ୟଗନ୍ୟ ବ୍ୟକ୍ତି, ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଏହାର ସ୍ବାଗତ କରିଥିଲେ।

କାଶୀନଗର ପଞ୍ଚାୟତ ସମିତି ବୈଠକ : ଆଲୋଚନା ପୂର୍ବରୁ ବନ୍ଦ

କାଶୀନଗର ପଞ୍ଚାୟତ ସମିତି ବୈଠକ : ଆଲୋଚନା ପୂର୍ବରୁ ବନ୍ଦ

କାଶୀନଗର, ୬।୬ (ଡି.ଏନ.ଏ): ଗଜପତି ଜିଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବୁଧବାର ପଞ୍ଚାୟତ ସମିତି ବୈଠକ ଆରମ୍ଭରୁ ହିଁ ବନ୍ଦ ହୋଇଯାଇଛି। ବିଭିନ୍ନ ବିଭାଗର ଅଧିକାରୀମାନେ ଅନୁପସ୍ଥିତ ରହିବା ଓ ଏହା ପ୍ରତିବାଦରେ କେତେଜଣ ଲୋକପ୍ରତିନିଧି ହଟ୍ଟଗୋଳ କରି ବୈଠକ ବର୍ଜନ କରିଥିଲେ। ଫଳରେ ବୈଠକ ହୋଇପାରିନାହିଁ।

ଆଇନଜୀବୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

ନବରଙ୍ଗପୁର, ୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଆଇନଜୀବୀ ସଂଘ ପକ୍ଷରୁ ସହର ତଥା ଜିଲାର ଜନସାଧାରଣ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଆଇନଜୀବୀ ମାନେ ଜିଲାପାଳ ଡଃ. ଅଜିତ କୁମାର ମିଶ୍ରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଜିଲାରେ ଦୀର୍ଘ ଦିନରୁ ରହିଥିବା ବିପର୍ଯ୍ୟସ୍ତ ବିଦ୍ୟୁତ ସେବାର ଏକ ବିହିତ ପ୍ରତିକାର ପାଇଁ ଜଣାଇଛନ୍ତି।

ଜିଲା ମୂଳ ନିବାସୀ ଅନୁସୂଚିତ ଜାତି ପକ୍ଷରୁ ଶୋଭାଯାତ୍ରା

ଜିଲା ମୂଳ ନିବାସୀ ଅନୁସୂଚିତ ଜାତି ପକ୍ଷରୁ ଶୋଭାଯାତ୍ରା

ନବରଙ୍ଗପୁର,୬।୬( ବି.ପ୍ର.) : ନବରଙ୍ଗପୁର ଜିଲା ମୂଳ ନିବାସୀ ଅନୁସୂଚିତ ଜାତି ପକ୍ଷରୁ ୯ଟି ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ପରିକ୍ଷିତ ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଏନେଇ ଜିଲାର ସମସ୍ତ ବ୍ଲକର ସଂଘ ଓ କର୍ମକର୍ତ୍ତା ଓ ପରିବାର ଲୋକ ଏକତ୍ରିତ ହୋଇ ନବରଙ୍ଗପୁର ଚାମୁରିଆଗୁଡା ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶୋଭାଯାତ୍ରା ପହଞ୍ଚିଥିଲା।

ବିହନ ବିଶୋଧନ ଅଭିଯାନ ବୈଠକ

ବିହନ ବିଶୋଧନ ଅଭିଯାନ ବୈଠକ

କୋଲନରା, ୬।୬(ଡି.ଏନ୍‌.ଏ): ରାୟଗଡା ଜିଲା କୋଲନରା ବ୍ଲକ୍‌ କୃଷି କାର୍ଯ୍ୟାଳୟଠାରେ ବିହନ ବିଶୋଧନ ଅଭିଯାନ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୋଲନରା, ରେଖାପଦର, ଭୋଇମଡା, ସୁରୀ ଓ ଥେରୁବାଲିଠାରେ ୮ତାରିଖ ପର୍ଯ୍ୟନ୍ତ ଚାଲିବ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ୨୦୧୮ ତରଫରୁ ବିହନ ବିଶୋଧନ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇ ପଦକ୍ଷେପ ମାନ ନିଆଯାଇଛି। ଏହି ବୈଠକରେ ୫୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ।

ବଜ୍ରପାତରେ ଆହତଙ୍କୁ ଗୋବରରେ ପୋତିଲେ ଗ୍ରାମବାସୀ

ବଜ୍ରପାତରେ ଆହତଙ୍କୁ ଗୋବରରେ ପୋତିଲେ ଗ୍ରାମବାସୀ

କାଶିପୁର,୬।୬(ଡ଼ି.ଏନ.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଞ୍ଜାଙ୍ଗମଣ୍ଡି ଗାଁରେ ମଙ୍ଗଳବାର ଦୁଇ ଜଣ ବଜ୍ରପାତରେ ଆହତ ହୋଇଛନ୍ତି। ସେମାନେ ହେଲେ ଶଙ୍କର ରାଓ ବିଷୋଇ ଏବଂ ବିଶ୍ୱନାଥ ମାଝି। ତାଙ୍କୁ ଗ୍ରାମବାସୀ ହସପିଟାଲ ନ ନେଇ ଗାଁରେ ଦେଶୀ ଚିକିତ୍ସା କରିଥିଲେ। ପ୍ରଥମେ ଅଚେତ ଶଙ୍କର ଓ ବିଶ୍ୱନାଥଙ୍କ ଦେହରେ ଗୋବର ଓ ମାଟି ବୋଳି ପାଣି ଢାଳିଥିଲେ। ତା ପରେ ଗୋବର ଓ ମାଟି ମିଶା ଚକଟାରେ ଦୁହିଁଙ୍କୁ ମୁହଁ ଯାଏ ପୋତି ଦେଇଥିଲେ।

ପୂର୍ବତନ ବିଧାୟକଙ୍କ ପୁଅ କଂଗ୍ରେସରେ ସାମିଲ

ପୂର୍ବତନ ବିଧାୟକଙ୍କ ପୁଅ କଂଗ୍ରେସରେ ସାମିଲ

ଟିକିରି,୬।୬: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ବିଭୀଷଣ ମାଝିଙ୍କ ପୁଅ ଅରବିନ୍ଦ ମାଝି ଗତ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ରାୟଗଡ଼ା ଜିଲା କାଶିପୁର ବ୍ଲକ ଡ଼ୁକାବାହାଲ ପଞ୍ଚାୟତଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ବୈଠକରେ ଯୋଗ ଦେଇ ସାମିଲ ହୋଇଥିଲେ। ତାଙ୍କ ସହ କାଳିଆପଡ଼ା ଗାଁ ଠାକୁରାଣୀ ଯୁବକ ସଂଘର ୧୦୦ ଜଣ କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିସହ ଥୁଟିବର, ଡ଼ୁଡ଼ୁକାବାହାଲ, ଗୋରଖପୁର ଅଞ୍ଚଳର ବହୁ କର୍ମୀ ମଧ୍ୟ ସାମିଲ ହୋଇଥିବା ବ୍ଲକ କଂଗ୍ରେସ ସଭାପତି ମକରନ୍ଦ ମୁଦୁଲି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାଦୁଚରଣ ମାଝି, ମୋହନ ମାଝି ପ୍ରମୁଖ ଉପସ୍ଥିତ ଅଛନ୍ତି।

ଭୋଇସାହିରେ ଠାକୁରାଣୀ ଯାତ୍ରା

ଭୋଇସାହିରେ ଠାକୁରାଣୀ ଯାତ୍ରା

ପାରଳାଖେମୁଣ୍ଡି, ୬।୬(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର କଲେଜ ଛକ ନିକଟସ୍ଥ ଭୋଇ ସାହିରେ ଠାକୁରାଣୀ ଯାତ୍ରା ପାଳିତ ହୋଇଛି। ସକାଳେ ଶତାଧିକ ମହିଳା ଏକ କଳସ ଶୋଭାଯାତ୍ରାରେ ମହେନ୍ଦ୍ରତନୟା ନଦୀ ତଟରୁ ପାଣି ଆଣି ମା’ ନିଳାମ୍ମା ଠାକୁରାଣୀଙ୍କ ଜଳାଭିଷେକ କରିଥିଲେ। ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବାଦ୍ୟ ସଙ୍ଗୀତ ତାଳେତାଳେ ଠାକୁରାଣୀଙ୍କୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ସନ୍ଧ୍ୟାରେ ପୁଣି ଠାକୁରାଣୀଙ୍କୁ ସହର ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମକୁ ଦୁର୍ଗା ତାମରା, ଲୁଲୁ ମହିହାତୀ, ସନ୍ତୋଷ କୁମାର ସାହୁ, ମନୋଜ ମହିହାତୀ, ଅଶୋକ ତାମରା ପ୍ରମୁଖ ପରିଚାଳନା କରିଥିଲେ।

ଦଶମନ୍ତପୁର ବ୍ଲକ:  ୧୮୧ ପ୍ରକଳ୍ପ ପାଇଁ ୨କୋଟି ୯୫ଲକ୍ଷ ଅନୁଦାନ ଘୋଷଣା

ଦଶମନ୍ତପୁର ବ୍ଲକ: ୧୮୧ ପ୍ରକଳ୍ପ ପାଇଁ ୨କୋଟି ୯୫ଲକ୍ଷ ଅନୁଦାନ ଘୋଷଣା

ଦଶମନ୍ତପୁର,୬।୬(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଭାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶମନ୍ତପୁର ବ୍ଲକ ୧୬ଟି ପଞ୍ଚାୟତର ୧୮୧ଟି ପ୍ରକଳ୍ପ ପାଇଁ ୨କୋଟି ୯୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ସଭାସ୍ଥଳରେ ଖୋଲାଯାଇଥିବା ପଶୁ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ ଷ୍ଟଲଗୁଡିକୁ ଅତିଥିମାନେ ବୁଲି ଦେଖିଥିଲେ।