ରାୟଗଡା

ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, ୨୧।୨ (ସ୍ବ.ପ୍ର.) :ପୋଡ଼ିଯାଇ ଗୁରୁତର ଅବସ୍ଥାରେ ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ଅଚିହ୍ନା ମହିଳାଙ୍କର ମୃତ୍ୟୁ ଘଟିଛି। ପାରଳାଖେମୁଣ୍ଡି ଥାନା ସୂଚନା ଅନୁଯାୟୀ, ଏହି ମହିଳା ଜଣକ ମାନସିକ ବିକୃତ ହୋଇଥିବାବେଳେ କୌଣସି କାରଣରୁ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା।

ସମସ୍ୟାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

କୋରକୋଣ୍ଡା, ୨୧।୨ (ଡି.ଏନ୍‌.ଏ.)-ମାଲାକନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୧୦୪ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଚାଲୁଛି। ୧୯୭୨ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ବିଦ୍ୟାଳୟରେ ୮୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ୮ଟି ଶ୍ରେଣୀ ପାଇଁ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି।

ମାଲକାନଗିରି ବଡ଼ଯାତ୍ରା ଆରମ୍ଭ

ମାଲକାନଗିରି ବଡ଼ଯାତ୍ରା ଆରମ୍ଭ

ମାଲକାନଗିରି,୨୧।୨ (ଡି.ଏନ୍‌.ଏ.)  ମାଲକାନଗିରି ଜିଲାର ପ୍ରସିଦ୍ଧ ବଡ ଯାତ୍ରା   ଆରମ୍ଭ ହୋଇଛି। ପ୍ରତି ୨ବର୍ଷରେ ଥରେ ମାସେ ବ୍ୟାପୀ ହେଉଥିବା ଏହି ଯାତ୍ରା ପାଇଁ ମଧ୍ୟରାତ୍ରିରେ  ସଦର ମହକୁମାସ୍ଥିତ  ମାଉଲି ମାଁ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ  ପୂଜାରୀ ଦଳଙ୍କ ସହ ଦେବଦେବୀଙ୍କ ବିଭିନ୍ନ ସାମଗ୍ରୀ ଧରି ମାନ୍ୟମକୋଣ୍ଡା ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ଦରିଗୁଡା ଗ୍ରାମରେ ପହଞ୍ଚତ୍ କୃସୁବାଡା ଗ୍ରାମ ଦେଇ କାଚଲବାଡାରେ ପହଞ୍ଚତ୍ଥିଲେ ।

ମାଲକାନଗିରିରେ ଥମୁନି ଜନନୀ ଯନ୍ତ୍ରଣା: ପୁଣି ଭାରରେ ବୁହା ହେଲେ ଗର୍ଭବତୀ, ରାସ୍ତାରେ ପ୍ରସବ

ମାଲକାନଗିରିରେ ଥମୁନି ଜନନୀ ଯନ୍ତ୍ରଣା: ପୁଣି ଭାରରେ ବୁହା ହେଲେ ଗର୍ଭବତୀ, ରାସ୍ତାରେ ପ୍ରସବ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ରାସ୍ତା ଓ ଟେଲିଫୋନ ସୁବିଧା ନ ଥିବା କାରଣରୁ ପୂର୍ବରୁ ଗର୍ଭବତୀ ମହିଳା ଓ ରୋଗୀଙ୍କୁ  ଖଟିଆରେ ଅଥବା ଭାରରେ ବୁହା ହେବା ଘଟଣା ସାମ୍ନାକୁ ଆସିିଛି। ଏହି କ୍ରମରେ ଗୁରୁବାର ପୁଣି ଜଣେ ଗର୍ଭବତୀଙ୍କୁ ଭାରରେ  ବୋହି ଡାକ୍ତରଖାନା ନେଉଥିବା ସମୟରେ ସେ ରାସ୍ତାରେ ପ୍ରସବ କରିଥିବା ସୂଚନା ମିଳିଛି।

ପାଇଖାନା ଟାଙ୍କିରୁ ଦିବ୍ୟାଙ୍ଗ ନାବାଳିକାଙ୍କ ମୃତଦେହ ଉଦ୍ଧାର

ପାଇଖାନା ଟାଙ୍କିରୁ ଦିବ୍ୟାଙ୍ଗ ନାବାଳିକାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.)-  ମାଲକାନଗିରି ପୌର ପରିଷଦ ଅଧୀନସ୍ଥ ଏମ.ଭି-୦୨ ଗ୍ରାମ ନିକଟସ୍ଥ ପୁଣ୍ଡୁରୀଗୁଡ଼ା ଗ୍ରାମ  ନିର୍ମାଣାଧିନ ଗୋଷ୍ଠୀ ପାଇଖାନା ଟାଙ୍କିରୁ ଗୁରୁବାର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗ୍ରାମର ଲକ୍ଷ୍ମୀଧର ଜାନିଙ୍କ ଝିଅ ସସ୍ମିତା ଜାନି(୬)।

ଓଡ଼ିଶା ବନ୍ଦ ଡାକରା: ମୁନିଗୁଡାରେ ସଫଳ

ଓଡ଼ିଶା ବନ୍ଦ ଡାକରା: ମୁନିଗୁଡାରେ ସଫଳ

ମୁନିଗୁଡା, ୨୧।୨(ଡି.ଏନ.ଏ.):  ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନଶନ ଦାବିରେ ଗୁରୁବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାବେଳେ ତାହାର ପ୍ରଭାବ ରାୟଗଡା ଜିଲା ମୁନିଗୁଡାରେ ଦେଖିବାକୁ ମିଳିଛି।

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟ ଶିଳାନ୍ୟାସ

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟ ଶିଳାନ୍ୟାସ

ରାୟଗଡା ଅଫିସ୍‌, ୧୯।୨-  ରାୟଗଡାଠାରେ ୯୧କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଶିଳାନ୍ୟାସ  କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲାବାସୀ ଇନ୍ଧନ ଗ୍ୟାସ ପାଇଁ ଖୋର୍ଦ୍ଧା, ବିଶାଖାପାଟଣା ଓ ରାୟପୁର ଉପରେ ନିର୍ଭର କରି ଆସୁଥିଲେ । ତେବେ ଅବିଭକ୍ତ କୋରାପୁଟ ଜିଲା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୯ଟି ଜିଲାକୁ ରନ୍ଧନ ଗ୍ୟାସ ସିଲିଣ୍ଡର ରାୟଗଡାରୁ ଯୋଗାଣ ହେବ। ଏହି ପ୍ଲାଣ୍ଟ  ଅଞ୍ଚଳର ବିକାଶରେ  ସହାୟକ ହେବ। ଆସନ୍ତା ୨୦୨୦ ସେପ୍ଟେମ୍ବର   ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି  କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। 

ପୋଖରୀରେ ବୁଡି ୨ ବାଳକ ମୃତ

ପୋଖରୀରେ ବୁଡି ୨ ବାଳକ ମୃତ

ରାୟଗଡା ଅଫିସ୍‌, ୧୯।୨- ରାୟଗଡା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମାଟିକଣା ଗ୍ରାମରେ ପୋଖରୀରେ ବୁଡି ୨ ଜଣ ବାଳକଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ତୃତୀୟ ଶ୍ରେଣୀର ଛାତ୍ର ଆରେସୁ ହିମିରିକା(୭) ଓ ସୁନୀଲ ହିମିରିକା(୭)। 

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୧୯।୨(ବି.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଛନ୍ତି। ନାବାଳିକା ଜଣକ ଗତ ବର୍ଷ ଦଶମ ପାସ୍‌ କରିଥିବା ବେଳେ ବର୍ତ୍ତମାନ ଲୋକଲଜ୍ଜାରେ ଅଧିକ ପାଠ ପଢି ପାରୁ ନାହାନ୍ତି।

ଡୁଡ଼ିଝୋଲା ଗ୍ରାମ୍ୟ ସଡ଼କ କାମ: ୫ ବଦଳରେ ହେଉଛି ୪ କି.ମି. ରାସ୍ତା

ଡୁଡ଼ିଝୋଲା ଗ୍ରାମ୍ୟ ସଡ଼କ କାମ: ୫ ବଦଳରେ ହେଉଛି ୪ କି.ମି. ରାସ୍ତା

ଦଶମନ୍ତପୁର,୧୯।୨(ଡି.ଏନ୍‌.ଏ.): ଦୀର୍ଘ ବର୍ଷର ଅପେକ୍ଷା ପରେ ୫ ଖଣ୍ଡ ଗ୍ରାମବାସୀଙ୍କ ପାଇଁ   ପକ୍କା ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଲା। କାମ ଆଦେଶ ମଞ୍ଜୁର ହୋଇ ଠିକା ସଂସ୍ଥା କାମ ଜାରି ରଖିଛି। ଆଉ ଅଳ୍ପ କାମ ବାକି ଅଛି। କିନ୍ତୁ କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ସରକାର ଦୀର୍ଘ ଦିନର ଦାବି ପୂରଣ କରି ପକ୍କାରାସ୍ତା ନିର୍ମାଣ କରିବା ପାଇଁ  ବ୍ୟବସ୍ଥା କରିଛନ୍ତି। କିନ୍ତୁ ଠିକାସଂସ୍ଥାର ମନମୁଖୀକାର୍ଯ୍ୟ ଯୋଗୁ ରାସ୍ତା ନିମ୍ନମାନର ହେବା ସହିତ ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା କରାଯାଉଛି। କାମଧନ୍ଦା ନ ପାଇ ସ୍ଥାନୀୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି।

ଦୁଇବର୍ଷ ହେଲା ଅଧାରେ ଅଟକିଛି ଅଙ୍ଗନଓ୍ବାଡ଼ି କାମ

ଦୁଇବର୍ଷ ହେଲା ଅଧାରେ ଅଟକିଛି ଅଙ୍ଗନଓ୍ବାଡ଼ି କାମ

ଦଶମନ୍ତପୁର,୧୯।୨(ଡି.ଏନ.ଏ.): ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ପତନ ନିର୍ମିତ ହୋଇ ଦୁଇବର୍ଷ ହେଲା ପଡ଼ିରହିଛ।କାମର ଉପଯୁକ୍ତ ପ୍ରାପ୍ୟ ମିଳୁ ନ ଥିବାରୁ ବାକି କାମ କରୁ ନ ଥିବା ଠିକାଦାର କହିଛନ୍ତି। ଅନ୍ୟପଟେ ପିଲାମାନେ ଗଁାଠାରୁ ଦୂରକୁ ଯାଇ ପାଠପଢୁଛନ୍ତି। କାମର ବିଲ୍‌ ପରିମାଣ କନିଷ୍ଠଯନ୍ତ୍ରୀ ଦେଉ ନ ଥିବା ଅଭିଯୋଗ କରି ଠିକାଦାର ବାକି କାମ ବନ୍ଦ ରଖିଛନ୍ତି। ଦଶମନ୍ତପୁର ବ୍ଳକ୍‌ ଗିର୍ଲିଗୁମ୍ମା ପଞ୍ଚାୟତ ଉପର ରତାବନ୍ଧ ଗ୍ରାମରେ ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। 

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ବୈପାରୀଗୁଡ଼ା,୧୯।୨(ଡି.ଏନ୍‌.ଏ.): ଶ୍ରେଣୀଗୃହ ନିର୍ମାଣ ପାଇଁ ଟଙ୍କା ଉଠାଇ କାମ ଅଧାରେ ପକାଇ ରଖିଛନ୍ତି କାର୍ଯ୍ୟାଦେଶ ପାଇଥିବା ଟେକ୍‌ନିକାଲ କନସଲଟାଣ୍ଟ। କନ୍ଧ ଆଦିବାସୀ ଅଧ୍ୟୁଷିତ ଇଲାକରେ ଥିବା ଏହି ବିଦ୍ୟାଳୟରେ ଏବେ କୋଠରି ଅଭାବରୁ ଅଷ୍ଟମ ଶ୍ରେଣୀରେ ନାମଲେଖା ବନ୍ଦ ହୋଇଛି। ବୈପାରୀଗୁଡ଼ା ବ୍ଲକ ଦୋରାଗୁଡା ପଞ୍ଚାୟତ ନିଶନାପାଖନା ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଚିତ୍ର।

ଲକ୍ଷ୍ୟ ପୂରଣ କରିପାରୁନି ଚେକ୍‌ଡ୍ୟାମ୍‌

ଲକ୍ଷ୍ୟ ପୂରଣ କରିପାରୁନି ଚେକ୍‌ଡ୍ୟାମ୍‌

ଜୟପୁର,୧୯।୨(ଡି.ଏନ୍‌.ଏ.): ବିଭିନ୍ନ ଛୋଟ ନଦୀ ଏବଂ ନାଳରେ ବହିଯାଉଥିବା ପାଣିକୁ ଅଟକାଇବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଚେକ୍‌ଡ୍ୟାମ୍‌ (ଆଡ଼ିବନ୍ଧ) କରାଯାଉଛି। ଜୟପୁର ବ୍ଲକ ରଣ୍ଡାପାଲୀ ପଞ୍ଚାୟତ ଟାଙ୍କୁଗୁଡ଼ା ରାସ୍ତା ବାମୁଣଦେଈ ଛକ ନିକଟରେ ସୀତାଗାଡ଼ରା ନାଳରେ ୨୦୧୪-୧୫ରେ ୩୩ ଲକ୍ଷ ୮୮ ହଜାର ଟଙ୍କାର ଚେକଡ୍ୟାମ୍‌ ନିର୍ମାଣ କରିଥିଲା କ୍ଷୁଦ୍ର ଜଳସେଚନ ବିଭାଗ। କିନ୍ତୁ ଚେକ୍‌ଡ୍ୟାମ୍‌ର ଗେଟ୍‌ ଦେଇ ପାଣି ନିଷ୍କାସିତ ହେଉଥିବା ବେଳେ ଉପରମୁଣ୍ଡରେ ଆବଶ୍ୟକ ଅନୁସାରେ ପାଣି ଅଟକି ରହିପାରୁ ନାହିଁ। 

ଧାରଣାରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ

ଧାରଣାରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ

ପାରଳାଖେମୁଣ୍ଡି, ୧୯।୨(ସ୍ବ.ପ୍ର.): ବିଭିନ୍ନ ଦାବିରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ ସଦସ୍ୟମାନେ ପାରଳାଖେମୁଣ୍ଡି ବିଏସ୍‌ଏନ୍‌ଏଲ୍‌ ଅଫିସ ଆଗରେ ସୋମବାରଠାରୁ  ଧାରଣାରେ ବସିଛନ୍ତି। ଏହି ଧାରଣା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। 

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ରାୟଗଡା ଅଫିସ୍‌, ୧୯।୨- ଅବିଭକ୍ତ କୋରାପୁଟ ଜିଲାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ  ବୁଲିବାକୁ ଆସିଥାନ୍ତି ା  ଏଥିସହ ଅଞ୍ଚଳର ଭାଷା, ସଂସ୍କୃତି, ପରମ୍ପରା ଏବଂ ଜଙ୍ଗଲ ଖଣିଜ ସମ୍ପଦ ସମ୍ବନ୍ଧରେ ଜ୍ଞାନ ଆହରଣ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥାନ୍ତି ା 

୩୪ ପ୍ୟାକେଟ ଚାଉଳ ଜବତ: ୨ଗିରଫ

ନବରଙ୍ଗପୁର,୧୮।୨(ଡି.ଏନ.ଏ.)-ଚାଉଳ ଚୋରୀ ଘଟଣାରେ ନବରଙ୍ଗପୁର ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମେଦିରି ସାହିର ଫିରୋଜ ଖାନ ଓ ଲୋହରା ସାହିର ବିକାଶ ହରିଜନ। ସେମାନଙ୍କ ଘରୁ ୩୪ ପ୍ୟାକେଟ  ଚାଉଳ ବସ୍ତା ପୋଲିସ ଜବତ କରିଛି। ଏନେଇ  ଥାନାରେ ନଂ. ୩୨/୧୯ ଏକ ମାମଲା ପୋଲିସ ରୁଜୁ କରିଛ।

ମହିଳା ମୋର୍ଚ୍ଚା ପଞ୍ଚାୟତ କମିଟି ଗଢ଼ିବ ବିଜେଡି

ମହିଳା ମୋର୍ଚ୍ଚା ପଞ୍ଚାୟତ କମିଟି ଗଢ଼ିବ ବିଜେଡି

କୋରାପୁଟ,୧୮ା୨(ସ୍ବ.ପ୍ର.): କୋରାପୁଟ ଜିଲାରେ ବିଜେଡି ଦଳକୁ ଅଧିକ ମଜଭୁତ୍‌ କରିବା ସହ ମହିଳାଙ୍କୁ ଅଧିକ କ୍ଷମତା ଦେବା ପାଇଁ ସୋମବାର ସ୍ଥାନୀୟ ଅତିଥି ଭବନରେ ପ୍ରସ୍ତୁତି ବୈଠକ ହୋଇଛି। ଜିଲା ବିଜେଡି ସଭାପତି ତଥା ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନୂତନ ଦାୟିତ୍ୱ ପାଇଥିବା ସୁଚିତ୍ରା ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବା ଏମ୍‌. ମାଙ୍ଗମାଙ୍କୁ ମୋର୍ଚ୍ଚାର ରାଜ୍ୟ ଉପସଭାପତି କରାଯିବା ପରେ ତାଙ୍କ ସ୍ଥାନରେ ସୁଚିତ୍ରାଙ୍କୁ ଏହି ଦାୟିତ୍ୱ ମିଳିଛି। ସେହିପରି ବୈଠକରେ ବିଜୁ ମହିଳା ମୋର୍ଚ୍ଚାର ପଞ୍ଚାୟତସ୍ତରୀୟ କମିଟି ଗଠନ କରାଯିବା ପାଇଁ ଆଲୋଚନା ହୋଇଥିଲା।

ଜଙ୍ଗଲରୁ ମିଳିଲା ଭାଲୁର ମୃତଦେହ

ଜୟପୁର,୧୮ା୨(ନି.ପ୍ର.): ଜୟପୁର ବନାଞ୍ଚଳ ଧଉଡ଼ାପଦର-ନୂଆକେରେଙ୍ଗା ମଧ୍ୟରେ ଥିବା ଜଙ୍ଗଲରେ ଏକ ଭାଲୁର ମୃତ୍ୟୁ ହୋଇଛି। ପୂତିଗନ୍ଧମୟ ଅବସ୍ଥାରେ ଭାଲୁର ମୃତଦେହ ପଡ଼ିଥିବା ବେଳେ ତାହା ଉପରେ କିଛି ଶୁଖିଲା ଡାଳ ଘୋଡ଼ାଇ ଦିଆଯାଇଛି। ପରିପାର୍ଶ୍ୱିକ ସ୍ଥିତିରୁ ଭାଲୁକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ପୋଲିସ କାର୍ଯ୍ୟଧାରାରେ ପ୍ରଶ୍ନଚିହ୍ନ ଲଗାଇଛି ୩ ଘଟଣା: ଆସ୍ଥା ବଦଳରେ ଏବେ ଅବିଶ୍ୱାସ

ପୋଲିସ କାର୍ଯ୍ୟଧାରାରେ ପ୍ରଶ୍ନଚିହ୍ନ ଲଗାଇଛି ୩ ଘଟଣା: ଆସ୍ଥା ବଦଳରେ ଏବେ ଅବିଶ୍ୱାସ

ଜୟପୁର,୧୮।୨(ନି.ପ୍ର.): ଅପରାଧୀମୁକ୍ତ ସହର, ଟ୍ରାଫିକ ସଚେତନତା ସହ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ରଖିବା ପାଇଁ ରାଜ୍ୟ ପୋଲିସ ବହୁ ଯୋଜନା କରୁଛନ୍ତି । କିନ୍ତୁ କୋରାପୁଟ ଜିଲାରେ ବିଗତ ଦିନରେ ରଞ୍ଜିତ ବାଘଙ୍କ ଭଳି ଅପରାଧୀଙ୍କୁ ଧରିବା ସହ ଗଞ୍ଜେଇ ଚାଲାଣରେ ଚଢ଼ାଉ ସହ ଗିରଫଦାରୀ, ଡକାୟତି ଯୋଜନା ପଣ୍ଡ କରିବା ଭଳି କାର୍ଯ୍ୟ ପାଇଁ ପ୍ରଶଂସା ସାଉଣ୍ଟିଥିଲା ପୋଲିସ। କିନ୍ତୁ ଗତ ଦେଢ଼ମାସରେ ପୋଲିସର କାର୍ଯ୍ୟକଳାପ ଚିତ୍ର ଅଲଗା। ଏହି ସମୟ ଭିତରେ ମୁଖ୍ୟତଃ ୩ଟି ଘଟଣା ପୋଲିସକୁ ଜନତାଙ୍କ କାଠଗଡ଼ାରେ ଛିଡ଼ା କରିଛି। 

ରାୟଗଡ଼ାରେ ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ

ରାୟଗଡ଼ାରେ ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ

ରାୟଗଡା ଅଫିସ୍‌, ୧୮।୨: ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେଶନ ଲିଃ ପକ୍ଷରୁ ରାୟଗଡା  ଷ୍ଟେଶନ୍‌ଠାରୁ ୫କି.ମି ଦୂରରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବ । ୨୧ ଏକର ଜମିରେ ୯୧ କୋଟି ଟଙ୍କା ବ୍ୟୟରେ ଏହା  ନିର୍ମାଣ କରାଯିବ। ଆସନ୍ତା ୧୯ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିବେ । ୨୦୨୦ ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି।

କାମରେ ଲାଗୁନି ଭେଣ୍ଡିଂଜୋନ୍‌

କାମରେ ଲାଗୁନି ଭେଣ୍ଡିଂଜୋନ୍‌

ରାୟଗଡା ଅଫିସ୍‌, ୧୮।୨: ରାୟଗଡା ଜିଲା ସଦର ମହକୁମାଠାରେ ଲକ୍ଷାଧିକ ଟଙ୍କାରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛି । ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ବ୍ୟବସାୟୀମାନେ ଭେଣ୍ଡିଂ ଜୋନକୁ  ନ ଯାଇ ରାସ୍ତା ପାର୍ଶ୍ୱରେ ବ୍ୟବସାୟ ଚଳାଉଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି । ବହୁ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । କିନ୍ତୁ ପୌର ସଂସ୍ଥା ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଜଣାଯାଇଛି ।

ସର୍ବଭାରତୀୟ ବାଣିଜ୍ୟ ସଂଗଠନର ବନ୍ଦ ଡାକରା: ମୁନିଗୁଡ଼ାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଇକ୍‌ ରାଲି

ସର୍ବଭାରତୀୟ ବାଣିଜ୍ୟ ସଂଗଠନର ବନ୍ଦ ଡାକରା: ମୁନିଗୁଡ଼ାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଇକ୍‌ ରାଲି

ମୁନିଗୁଡ଼ା,୧୮।୨(ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ମୁନିଗୁଡା, ୧୮।୨(ଡି.ଏନ.ଏ.): ରାୟଗଡା ଜିଲା ମୁନିଗୁଡାରେ ମୁନିଗୁଡା ବିକାଶ ପରିଷଦ ଓ ବ୍ୟବସାୟୀ ସଙ୍ଘ ତରଫରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସୋମବାର ମୁନିଗୁଡ଼ାରେ ଦୋକାନ ବଜାର ବନ୍ଦ କରିବା ସହ ଶତାଧିକ ମୁସଲିମ ଭାଇମାନଙ୍କ ସହ ଜନସାଧରଣ ଏଂ ଯୁବଗୋଷ୍ଠୀମାନେ ବାଇକ ରାଲି କରିଥିଲେ।

କିଲିମାଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ନନ୍ଦପୁରର କୁଶ

କିଲିମାଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ନନ୍ଦପୁରର କୁଶ

ନନ୍ଦପୁର,୧୮।୨(ଡି.ଏନ.ଏ)-ଆଫ୍ରିକା ମହାଦେଶ ତାଞ୍ଜାନିଆର  ସର୍ବୋଚ୍ଚ ଗିରିଶୃଙ୍ଗ କିଲିମାଞ୍ଜାରୋରେ ଭାରତର ଜାତୀୟ ପତାକା ଉଡ଼ାଇ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି କୋରାପୁଟ ଜିଲାର କୁଶ ଆର୍ଲାବ।