ରାୟଗଡା

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କୋରାପୁଟ, ୨।୪(ଡି.ଏନ.ଏ):କୋରାପୁଟ-ସୁନାବେଡା ୨୬ ନଂ ଜାତୀୟ ରାଜପଥର ଡୁମୁରିପୁଟ ଛକରେ କୌଣସି ଅଜଣା ଗାଡ଼ି ଧକ୍କାରେ ଗତ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସେ ହେଲେ ପଟ୍ଟାଙ୍ଗି ଥାନା ଟେମା ଗ୍ରାମର ଚୈତନ୍ୟ ପାଢୀ (୨୫) ।

ଗଛରେ ପିଟିଲା ବାଇକ, ୨ ମୃତ

ଗଛରେ ପିଟିଲା ବାଇକ, ୨ ମୃତ

ନବରଙ୍ଗପୁର ଜିଲା ଡାବୁଗାଁ ଥାନା ସିଂସାରୀ ଫାଣ୍ଡି ଅଧୀନ ନୂଆଗୁଡା ଛକ ନିକଟରେ ଏକ ଗଛରେ ଭାରସାମ୍ୟ ହରାଇ ବାଇକ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସଦର ଭତ୍ରା ଓ ଧରମ ଭତ୍ରା। କୁମ୍ଭାରଗୁଡା ଗ୍ରାମର ସୁକଚନ୍ଦ ଭତ୍ରାଙ୍କ ଭାଇ ସଦର ଭତ୍ରା (୨୦) ଏବଂ ସୁକଚନ୍ଦଙ୍କ ପୁଅ ଧରମ ଭତ୍ରା (୯)

ଖରା ପାଇଁ ଲୋଡ଼ା ପଡ଼ିଲାଣି ମାଟିହାଣ୍ଡି

ଖରା ପାଇଁ ଲୋଡ଼ା ପଡ଼ିଲାଣି ମାଟିହାଣ୍ଡି

ଜୟପୁର,୨।୪(ଡି.ଏନ୍‌.ଏ.) ଅତ୍ୟାଧୁନିକ ସଭ୍ୟତାରେ ଧାତୁତିଆରି ଘରୋଇ ଉପକରଣର ଚାହିଦା ଯୋଗୁ ମାଟି ତିଆରି ସାମଗ୍ରୀ ବିକ୍ରି କ୍ରମଶଃ ହ୍ରାସ ପାଉଛି। ଏଥିରେ କୁମ୍ଭକାର ପରିବାରର ପେଟପାଟଣା ମଧ୍ୟ ପ୍ରଭାବିତ ହେଉଛି। କିନ୍ତୁ ଖରାଦିନ ଆସିଗଲେ କୁମ୍ଭାର କାରିଗର ଟିକେ ଆଶ୍ୱସ୍ତ ହୁଏ। କାରଣ ଖରାରେ ଥଣ୍ଡାଜଳ ଟିକେ ରଖିବା ପାଇଁ ଲୋଡ଼ାପଡ଼େ ମାଟିହାଣ୍ଡି। ବିଜ୍ଞାନ ପ୍ରଦତ୍ତ ରେଫ୍ରିଜରେଟର ଆମକୁ ଥଣ୍ଡାପାଣି ସିନା ଦେଉଛି; କିନ୍ତୁ ତାହା ସ୍ବାସ୍ଥ୍ୟ ଉପଯୋଗୀ ନୁହେଁ ବୋଲି ସହରର ଶିକ୍ଷିତ ବର୍ଗ ଅନୁଭବ କରିଗଲେଣି। ସେଥିଲାଗି କେବଳ ଗାଁଲୋକେ ନୁହେଁ, ସହର ବାସିନ୍ଦା ମଧ୍ୟ ମାଟିହାଣ୍ଡିର ପାଣି ପିଇବା ପାଇଁ ଇଚ୍ଛା ପ୍ରକାଶ କଲେଣି। ରେଫ୍ରିଜରେଟର ଓ ଫିଲ୍ଟରକୁ ଦୃଷ୍ଟିରେ ରଖି ମାଟିରେ ଟ୍ୟାପ୍‌ ଥିବା ଫିଲ୍ଟର ମଧ୍ୟ ତିଆରି କରାଯାଇ ବିକ୍ରି ହେଉଛି। ଏହାର ମଧ୍ୟ ଚାହିଦା ଭଲ। ଜୟପୁରଠାରୁ ୬ କିଲୋମିଟର ଦୂର କୁମ୍ଭାରପୁଟରେ ବସବାସ କରୁଛନ୍ତି କୁମ୍ଭକାର ପରିବାର। ଖରାଦିନରେ ପ୍ରତ୍ୟେକ ମଙ୍ଗଳବାର ଏହି ସମ୍ପ୍ରଦାୟର ମହିଳାମାନେ ଟୋକରି ମୁଣ୍ଡେଇ ଏବଂ ପୁରୁଷମାନେ ଭାରରେ ମାଟି ହାଣ୍ଡି, ମାଠିଆ, ଘୋଡଣି ବିକ୍ରି କରିବା ଲାଗି ଚାଲିଚାଲି ସହରକୁ ଆସନ୍ତି। ସହରର ସାହି ସାହି ବୁଲି ମାଟିହାଣ୍ଡି ବିକନ୍ତି।

ବେହେରାଗୁଡ଼ା ଗାଁ:ଭୋର ହେଲେ ମହିଳାଙ୍କୁ ପଡ଼େ ପାଣି ଚିନ୍ତା

ବେହେରାଗୁଡ଼ା ଗାଁ:ଭୋର ହେଲେ ମହିଳାଙ୍କୁ ପଡ଼େ ପାଣି ଚିନ୍ତା

ସେମିଳିଗୁଡ଼ା,୨।୪(ସ୍ବ.ପ୍ର.) ଭୋର୍‌ ହେଲେ ବିଛଣା ଛାଡ଼ିବା ପରେ ଘରର ମହିଳାମାନେ ପ୍ରଥମେ ପାଣିକଥା ଚିନ୍ତା କରନ୍ତି। କେଉଁଠି ଆସିବ ରୋଷେଇକାମ ଓ ପିଇବା ପାଇଁ ଟୋପାଏ ପାଣି। ଗାଁରେ ଥିବା ନନ୍ଦକୂଅ ଭୁଶୁଡ଼ିଗଲାଣି। ନଳକୂପ ବି ଅଚଳ। ଏଭଳି ପରିସ୍ଥିତିରେ ଗାଁଠାରୁ ଦୂରକୁ ବିଲମାଳରେ ଥିବା ଏକ ଚୁଆର ଗୋଳିପାଣି ହିଁ ସେମାନଙ୍କ ଭରସା। ଏହି ପାଣି ପିଇ ରୋଗ ହେଉଛି ବୋଲି ଅଳ୍ପ ବହୁତ ଧାରଣା ଥାଇ ମଧ୍ୟ ଏଠିକାର ଲୋକେ ଏହା ପିଇବାକୁ ବାଧ୍ୟ ହୋଇଛନ୍ତି। ଏ ହେଉଛି ସେମିଳିଗୁଡ଼ା ବ୍ଲକ ପାଖଜଲା ଗ୍ରାମପଞ୍ଚାୟତରେ ଥିବା ବେହେରାଗୁଡ଼ା ଗାଁର ଚିତ୍ର। ଗାଁରେ ୨୦୦ ପରିବାର। ଲୋକ ସଂଖ୍ୟା ୧୬୦୦। ସେମାନଙ୍କ ମଧ୍ୟରେ ରହିଛନ୍ତି ଆଦିବାସୀ, ଦଳିତ ସମ୍ପ୍ରଦାୟର ଲୋକ। ଦୀର୍ଘଦିନ ଧରି ଏହି ଗାଁରେ ପାଣି ସମସ୍ୟା ଲାଗି ରହିଛି।

ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଆଦିବାସୀ, ଦଳିତଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଆଦିବାସୀ, ଦଳିତଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ

ମାଥିଲି,୨।୪(ଡି.ଏନ୍‌.ଏ.): ଦେଶର ଆଦିବାସୀ, ଦଳିତଙ୍କ ସାମ୍ବିଧାନିକ ଅଧିକାର ଆଇନକୁ ସଂଶୋଧନ କରି ନୂତନ ଆଇନ ପ୍ରଣୟନ କରାଯାଇଛି। ଉକ୍ତ ଆଇନକୁ ପୁନର୍ବାର ସଂଶୋଧନ କରିବା ଏବଂ ଆଦିବାସୀ ଓ ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ସଦର ମହକୁମାରେ ସୋମବାର ୧୨ ଘଣ୍ଟିଆ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ ଜଣାଇଛନ୍ତି ଆଦିବାସୀ ଓ ଦଳିତବର୍ଗର ନେତା।

ସୀମାନ୍ତରେ ପ୍ରଲୋଭନର ଜାଲ ପକାଇଛି ଆନ୍ଧ୍ର: ଅବିଭକ୍ତ କୋରାପୁଟର ୩୫୦ ଗାଁରେ ଅନୁପ୍ରବେଶ

ଜୟପୁର,୧।୪ (ନି.ପ୍ର.) ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକୁ ଅକ୍ତିଆର କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଚଳାଇଆସୁଛି ଆନ୍ଧ୍ରପ୍ରଦେଶ। ସୀମାନ୍ତ ଅଧିବାସୀଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରାଯାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ। ସେଠାକାର ଲୋକଙ୍କୁ ଆଧାର କାର୍ଡ଼, ରାଶନ କାର୍ଡ଼, ଭତ୍ତା ସହ ଅନ୍ୟ ଘରୋଇ ଉପକରଣ ବାଣ୍ଟି ଚାଲିଛି ଆନ୍ଧ୍ର। ସେଠାକାର ଗାଁରେ ରାସ୍ତା ତିଆରି କରୁଛି ଆନ୍ଧ୍ର। ଓଡ଼ିଶା ସରକାର ପ୍ରତିଷ୍ଠା କରିଥିବା ବିଦ୍ୟାଳୟରେ ତେଲୁଗୁ ଶିକ୍ଷକ ଦେଉଛି ଆନ୍ଧ୍ର। ସୀମାନ୍ତର ଅନେକ ଆଦିବାସୀ ପଡ଼ାକୁ ଏବେ ଆନ୍ଧ୍ର ପୋଲିସ ଓ ରାଜସ୍ବ ଅଧିକାରୀଙ୍କ ନିଜ କବ୍‌ଜାକୁ ନେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲାର ୩୫୦ଟି ଗ୍ରାମକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରିଚାଲିଛି।

ଆର୍ଥକ ବର୍ଷ ସରିଲା:୩୬୬ ବିଜୁ ପକ୍କାଘର ମଧ୍ୟରୁ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇନି

ଜୟପୁର,୧।୪(ନି.ପ୍ର.) କୋରାପୁଟ ଜିଲାର ଉନ୍ନତି ଲାଗି ବିଭିନ୍ନ ଯୋଜନା କରାଯାଇ ବ୍ୟୟ ଅଟକଳ କରାଯାଉଛି। କିନ୍ତୁ ଏହାକୁ କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ବିଭାଗୀୟ ସରକାରୀ କଳର ଉଦାସୀନତା ତଥା ହେୟଜ୍ଞାନ ମନୋଭାବ ଯୋଗୁଁ ତାହା ଫଳପ୍ରସୂ ହୋଇପାରି ନାହିଁ। ଚଳିତ ୨୦୧୭-୧୮ ଆର୍ଥିକ ବର୍ଷରେ ୧୪ ବ୍ଲକ ପାଇଁ ୩୬୬ ପକ୍କା ଘର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୨୨୮ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ବାବଦ ଅର୍ଥ ମଞ୍ଜୁର କରାଯାଇଛି।

ଟ୍ରକ୍‌ ଚାପାରେ ୨ ବାଇକ୍‌ ଆରୋହୀ ମୃତ

ଟ୍ରକ୍‌ ଚାପାରେ ୨ ବାଇକ୍‌ ଆରୋହୀ ମୃତ

ମାଥିଲି/ଗୋବିନ୍ଦପାଲି,୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ଅଧୀନ ଫରେଷ୍ଟ ଚେକ୍‌ଗେଟ୍‌ଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚାପାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ।

ସରକାରୀ କର୍ମଚାରୀ ବାସଗୃହ ଉଦ୍‌ଘାଟିତ

ସରକାରୀ କର୍ମଚାରୀ ବାସଗୃହ ଉଦ୍‌ଘାଟିତ

ମାଥିଲି,୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡ଼ା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରବିବାର ସରକାରୀ କର୍ମଚାରୀ ବାସଗୃହ ଉଦ୍‌ଘାଟିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଆନ୍ତଃରାଜ୍ୟ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଆନ୍ତଃରାଜ୍ୟ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ମାଥିଲି,୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ହାଟପଦାସାହିସ୍ଥିତ ଖେଳପଡ଼ିଆଠାରେ ରବିବାର ଆନ୍ତଃରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ୧୫ ଦିନ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟର ପ୍ରଥମ ଦିନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଅନ୍ଧବିଶ୍ବାସର କରୁଣ ପରିଣତି: ପ୍ରାଣ ହରାଇଲେ ୯ ମାସର ଶିଶୁକନ୍ୟା

ଅନ୍ଧବିଶ୍ବାସର କରୁଣ ପରିଣତି: ପ୍ରାଣ ହରାଇଲେ ୯ ମାସର ଶିଶୁକନ୍ୟା

ମାଥିଲି , ୩୧।୩ (ଡି.ଏନ.ଏ): ଅନ୍ଧବିଶ୍ବାସରେ ଛନ୍ଦି ହୋଇ ଏକ ଆଦିବାସୀ ଦମ୍ପତିଙ୍କ କୋଳ ଶୂନ୍ୟ ହୋଇଯାଇଛି। ମାଲକାନଗିରି ଜିଲା ମାଥିଲି ବ୍ଲକ ଉଦୁଲିବେଡା ପଞ୍ଚାୟତ ପୂଜାରୀଗୁଡା ଗ୍ରାମରେ ଅନ୍ଧବିଶ୍ବାସର ଏପରି କରୁଣ ପରିଣତି ଦେଖିବାକୁ ମିଳିଛି । ଏହି ଗ୍ରାମର ଆଦିବାସୀ ଦମ୍ପତି ଗୁରୁ ଓଡି ଓ ତାଙ୍କ ସ୍ତ୍ରୀ ସୁନାମଣୀ ଓଡିଙ୍କ ୯ ମାସର ଶିଶୁ କନ୍ୟା ଚିନି ଓଡି ଦିଶାରୀଙ୍କ ଦେଶୀ ଚିକିତ୍ସାରେ ପ୍ରାଣ ହରାଇଛନ୍ତି ।

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

କାଶୀନଗର, ୩୧।୩(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ବ୍ଲକର ଅଲଡାଠାରେ ଶନିବାର ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସିଥିବା ୨ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଦେବଦଳା ଗ୍ରାମର ଜୟରାମ ଚିନ୍ତାଡା।

ଦୁର୍ଘଟଣା ପରେ ଜଳିଗଲା ପିକ୍‌ଅପ୍‌ ଭ୍ୟାନ

ଦୁର୍ଘଟଣା ପରେ ଜଳିଗଲା ପିକ୍‌ଅପ୍‌ ଭ୍ୟାନ

ରାୟଗଡ (ଗଜପତି), ୩୧।୩(ସ୍ବ.ପ୍ର.): ଗଜପତି ଜିଲା ରାୟଗଡ ଥାନା ଅଧୀନ ମାର୍ଲବା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ମହିନ୍ଦ୍ରା ମାକ୍ସ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଣାଗ୍ରସ୍ତ ହୋଇ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି।

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି,୩୧।୩ (ଡି.ଏନ.ଏ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଲାଗୁଡା ଗ୍ରାମର ଜିତୁ ଗୋପାଳଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି।

ଅସ୍ତ୍ରୋପଚାର ପାଇଁ ୨ ହଜାର ଟଙ୍କା ଲାଞ୍ଚ ଅଭିଯୋଗ

ଅସ୍ତ୍ରୋପଚାର ପାଇଁ ୨ ହଜାର ଟଙ୍କା ଲାଞ୍ଚ ଅଭିଯୋଗ

ନବରଙ୍ଗପୁର,୩୧।୩(ବି.ପ୍ର.): ରୋଗୀ ସେବା ପାଇଁ ବ୍ୟାପକ ଅନୁଦାନ ସରକାର ଯୋଗାଉଛନ୍ତି । ଏପରିକି ନିରାମୟ ଯୋଜନାରେ ମଧ୍ୟ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯାଉଛି। ପ୍ରସବ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଔଷଧ ସହ ଏକ କିଟ ମଧ୍ୟ ପ୍ରଦାନ କରାଯାଉଛି । କିନ୍ତୁ ସରକାରଙ୍କ ମାଗଣା ସ୍ବାସ୍ଥ୍ୟସେବା ବାଟବଣା ହେଉଛି। ଜଣେ ଗର୍ଭବତୀଙ୍କ ପ୍ରସବ ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ପଡିବାରୁ ୨ ହଜାର ଟଙ୍କା ଜଣେ ନର୍ସ ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଘଟିଛି ।

କୋରାପୁଟ ସହରରେ କାଳବୈଶାଖୀ: ବିଦ୍ୟୁତ ସେବା ବ୍ୟାହତ

କୋରାପୁଟ,୩୧।୩(ସ୍ବ.ପ୍ର.): କୋରାପୁଟ ସହରରେ ଶନିବାର କାଳବୈଶାଖି ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଅପରାହ୍ନ ୪ଟାରୁ ପ୍ରବଳ ପବନ ସହ ଘଡଘଡି ବର୍ଷା ରାତି ୮ଟା ୩୦ ଯାଏ ଲାଗି ରହିଥିବାବେଳେ ସହରର ବିଦ୍ୟୁତ ସେବା ଏକପ୍ରକାର ଠପ ହୋଇଯାଇଛି ।

ବର୍ଷବର୍ଷ ଧରି ହେଉନି ବିଲ୍‌: ମଜୁରି ପାଉନାହାନ୍ତି ଶ୍ରମିକ

ବର୍ଷବର୍ଷ ଧରି ହେଉନି ବିଲ୍‌: ମଜୁରି ପାଉନାହାନ୍ତି ଶ୍ରମିକ

ପଟ୍ଟାଙ୍ଗି,୩୧।୩(ଡି.ଏନ୍‌.ଏ.): ପଟ୍ଟାଙ୍ଗି ବ୍ଲକ ୧୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟାତି ପାଙ୍ଗିଙ୍କ ନେତୃତ୍ୱରେ ବିଡିଓ କରୁଣାକର ପ୍ରଧାନଙ୍କୁ ଭେଟି ବିଭିନ୍ନ ଦାବି ଜଣାଇଛନ୍ତି। ଉନ୍ନୟନ କାର୍ଯ୍ୟରେ ଶ୍ରମିକଙ୍କୁ ଠିକ ସମୟରେ ମଜୁରି ମିଳୁନଥିବାରୁ ପଞ୍ଚାୟତ ସ୍ତରର ନିର୍ବାଚିତ ପ୍ରତିନିଧିଙ୍କୁ ଅପଦସ୍ତ ହେବାକୁ ପଡୁଛି। ଶ୍ରମିକମାନେ ନିର୍ମାଣ କାମରେ ସାମିଲ ହେବାକୁ ଆଗ୍ରହ ଦେଖାଉନାହାନ୍ତି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ କିଣିବା ଲାଗି ଭେଣ୍ଡରଙ୍କୁ ମଧ୍ୟ ଠିକ ସମୟରେ ବିଲ ଦିଆଯାଉ ନାହିଁ। ଜିଜିଓ୍ବାଇ ଓ ବିଜୁ କେବିକେ ଯୋଜନାରେ ୫୧ଟି ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି।

ଝାଡ଼ାବାନ୍ତିରେ ଜଣେ ମୃତ

ସେମିଳିଗୁଡ଼ା,୩୦ା୩ (ସ୍ବ.ପ୍ର.): ସେମିଳିଗୁଡ଼ା ବ୍ଲକ ସୋରିଷପଦର ପଞ୍ଚାୟତ ଡେକାପାର ଗ୍ରାମର କମୁଟି ହନ୍ତାଳ (୫୦) ୨ ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲା ପରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି।

ଟେଣ୍ଡର ବାତିଲର ତଦନ୍ତ କରୁ ସିବିଆଇ : ଦାବି ଜଣାଇଲା ଠିକାଦାର ସଂଘ

ଜୟପୁର,୩୧।୩ (ଡି.ଏନ୍‌.ଏ.): ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାରମ୍ବାର ଟେଣ୍ଡର ବାତିଲତ ତଦନ୍ତ ସିବିଆଇ କରିବା ପାଇଁ ମିଳିତ ଠିକାଦାର ସଂଘ ଦାବି କରିଛି। ଏନେଇ ବିଭାଗୀୟ ପ୍ରମୁଖ ସଚିବଙ୍କୁ ସ୍ମାରକପତ୍ର ପଠାଇଛି ସଂଘ।

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ ବୃତ୍ତି

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ ବୃତ୍ତି

ପାରଳାଖେମୁଣ୍ଡି, ୩୧।୩(ସ୍ବ.ପ୍ର.): ଗଜପତି ଜିଲା ଗୋଷାଣୀ ବ୍ଲକର ଗାରାବନ୍ଧ ମେଡିକାଲ ସାହିରେ ବସବାସ କରୁଥିବା ୩ଟି ପରିବାର ପୁରାତନ ବାଦ୍ୟଯନ୍ତ୍ର ମୃଦଙ୍ଗ, ତବଲା, ଢୋଲକି ଇତ୍ୟାଦି ମରାମତି କରି ଜୀବନଯାପନ କରନ୍ତି । ପୁରାତନ ବାଦ୍ୟଯନ୍ତ୍ର ସଜାଡିବାରେ ଏହି ପରିବାରଗୁଡିକ ଜିଲାରେ ବେଶ ଜଣାଶୁଣା । ସଂସ୍କୃତି ଓ କଳା ପାଇଁ ଗଜପତି ଜିଲା ବେଶ ପ୍ରସିଦ୍ଧି ହାସଲ କରିଥିଲେ ମଧ୍ୟ ପୁରାତନ ଲୋକକଳା କୀର୍ତ୍ତନ, ପାଲା, ଦାସକାଠିଆ, ସଂକୀର୍ତ୍ତନ ଇତ୍ୟାଦି ଦିନକୁ ଦିନ ହଜିଯିବାକୁ ବସିଥିବା ବେଳେ ଏହି ପୁରାତନ ବାଦ୍ୟଯନ୍ତ୍ରର ଚାହିଦା ମଧ୍ୟ କମିବାକୁ ବସିଲାଣି । ଫଳରେ ପରିବାର ପ୍ରତିପୋଷଣ ପାଇଁ ପରିବାରଗୁଡିକ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ହେବାକୁ ପଡୁଛି । ସେହିପରି ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ସେମାନଙ୍କ କୌଳିକ ବୃତ୍ତି ସଙ୍କଟ ଘେରକୁ ଠେଲି ହୋଇଯାଉଛି।

ସ୍ବାବଲମ୍ବୀ କରିଛି ଟେରାକୋଟା

ସ୍ବାବଲମ୍ବୀ କରିଛି ଟେରାକୋଟା

ନବରଙ୍ଗପୁର, ୩୧।୩(ବି.ପ୍ର.): ନବରଙ୍ଗପୁର ଜିଲା ତଣ୍ଡାଗୁଡା ଗ୍ରାମର ଟେରାକୋଟା ସାମଗ୍ରୀର ଆଦର ଏବେ ସବୁଠି। କେବଳ ଜିଲା କି ରାଜ୍ୟରେ ନୁହେଁ ପଡୋଶୀ ଛତିଶଗଡରେ ବି ଏହାର ଚାହିଦା ବଢିବାରେ ଲାଗିଛି। ଏଠାକାର କାରିଗରମାନେ ମାଟିରେ ନାନା ସାମଗ୍ରୀ ଗଢି ତାକୁ ବିକି ସ୍ବାବଲମ୍ବୀ ହୋଇପାରିଛନ୍ତି। ସେମାନଙ୍କ ଆର୍ଥିକ ବିକାଶ ମଧ୍ୟ ଘଟିଛି। ନାବାର୍ଡ ସହାୟତାରେ ଏସବୁ ସମ୍ଭବ ହୋଇପାରିଥିବା ବେଳେ କାରିଗରମାନଙ୍କ ମନରେ ନୂଆ ଆଶା ଓ ଦମ୍ଭ ସଞ୍ଚାର ହେବା ସହ ମୁହଁରେ ହସ ଫୁଟିଛି।

ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ: ଖଣି ଉତ୍ତୋଳନ ବାଧାପ୍ରାପ୍ତ

କୋରାପୁଟ,୩୧।୩(ଡି.ଏନ୍‌.ଏ.): ଦାମନଯୋଡି ସ୍ଥିତ ନାଲକୋରେ କାର୍ଯ୍ୟରତ ଭିତର ଭେଜାପୁଟ ଓ ଭାଲୁଗୁଡା ଗ୍ରାମର ଠିକା ଶ୍ରମିକମାନେ ୨ଟି ପ୍ରମୁଖ ଦାବି ନେଇ ମାଥାଲପୁଟ-ନାଲକୋ ମାଇନ୍ସ ରାସ୍ତା ଅବରୋଧ କରିଛନ୍ତି। ଫଳରେ ମାଇନ୍ସ ଉତ୍ତୋଳନ ବାଧାପ୍ରାପ୍ତ ହୋଇଛି ।

ଚଇତି ପରବରେ ଫୁଲ ପିନ୍ଧାଣୀ ପ୍ରଥା

ଚଇତି ପରବରେ ଫୁଲ ପିନ୍ଧାଣୀ ପ୍ରଥା

ମାଥିଲି, ୩୧।୩ (ଡି.ଏନ୍‌.ଏ.): ଚଇତି ପରବ ଅବସରରେ ମାଥିଲି ବ୍ଲକ ନାୟକଗୁଡା ହାଟପଦାରେ ଶନିବାର ଫୁଲ ପିନ୍ଧାଣୀ ପ୍ରଥା ଅନୁଷ୍ଠିତ ହୋଇଛି। ପ୍ରଥମେ ହାଟପଦାରେ ମହାଭେଟ ଯାତ୍ରା ସହ ପାରମ୍ପରିକ ରୀତିନୀତି ଅନୁସାରେ ପୁରୁଷ ଓ ମହିଳା ସମ୍ମାନ ଆକାରରେ ପରସ୍ପରକୁ ଜୁହାର ଭେଟ ହୋଇଥିଲେ। ପରବ ଅବସରରେ ରଖି ବୟସ୍କ ଲୋକଙ୍କୁ ସମ୍ମାନିତ କରାଯାଇଥିଲା। ମହିଳାମାନେ ଉପସ୍ଥିତ ବୟୋଜ୍ୟେଷ୍ଠ ଲୋକଙ୍କୁ ଫୁଲ ପିନ୍ଧାଇଥିଲେ। ଏହାସହିତ ଉଚ୍ଚ ପଦ ପଦବୀରେ ରହିଥିବା ଲୋକଙ୍କୁ ମଧ୍ୟ ଫୁଲ ପିନ୍ଧାଇ ସମ୍ମାନ ସହ ଜୁହାର ଜଣାଇଥିଲେ।

‘ଜ୍ଞାନ ଅର୍ଜନ, ଶୃଙ୍ଖଳା ମନୋଭାବ ରଖିଲେ ସଫଳତାର ଶୀର୍ଷରେ ପହଞ୍ଚିହେବ’

‘ଜ୍ଞାନ ଅର୍ଜନ, ଶୃଙ୍ଖଳା ମନୋଭାବ ରଖିଲେ ସଫଳତାର ଶୀର୍ଷରେ ପହଞ୍ଚିହେବ’

ମାଥିଲି, ୩୧।୩ (ଡି.ଏନ୍‌.ଏ): ଛାତ୍ର ଜୀବନରେ ସଫଳତାର ଚାବିକାଠି ହେଉଛି ଲକ୍ଷ୍ୟ। ଗୋଟିଏ ଲକ୍ଷ୍ୟ ରଖି ଆଗକୁ ବଢ଼ିଲେ ଜଣେ ବ୍ୟକ୍ତି ସଫଳ ହୋଇଥାଏ। ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡାସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ତଥା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତ ରଖିଥିଲେ।