Dharitri News

ରାୟଗଡା

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

ଶିଖାପାଲି,୧୮।୧ ମାଲକାନଗିରି ଜିଲା ଏମ୍‌ଭି-୧୯ ଗାଁରେ ଦୁଇବର୍ଷ ତଳେ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପକ୍ଷରୁ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ମୋଟର ଲାଗିଯିବା ପରେ ମଧ୍ୟ ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଏବେ ଚିନ୍ତା ବଢ଼ାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସରକାର ଗ୍ରାମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଦୁଇବର୍ଷ ତଳୁ ତାହା ଫେଲ୍‌ ମାରିଛି।

ଚିକିତ୍ସା ପାଇଁ ଅର୍ଥ ବାଧକ

ଚିକିତ୍ସା ପାଇଁ ଅର୍ଥ ବାଧକ

ଡାବୁଗାଁ,୧୮।୧(ଡି.ଏନ.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅଧୀନ ବାଣୁଆଗୁଡା ଗ୍ରାମର ବାସୁଦେବ ଗୌଡଙ୍କ ପୁଅ ଶଙ୍କର ନାୟକ(ଗୌଡ) ୨ ବର୍ଷ ହେଲା ପେଟ ରୋଗରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଶଙ୍କର ଚିକିତ୍ସିତ ହୋଇ ପାରୁ ନାହାନ୍ତି। ବାସୁଦେବ କୁଲି ମଜୁରୀ କରି ପରିବାର ଭରଣପୋଷଣ କରୁଥିବାରୁ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ।

ଜଙ୍ଗଲ ଛାଡି ଜନପଥରେ ଭାଲୁ,ହେଟାବାଘ

ମଇଦଲପୁର,୧୮।୧(ଡି.ଏନ.ଏ.) ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ସଦର ମହକୁମା ଠାରେ ଭାଲୁ ଓ ହେଟା ବାଘର ଆତଙ୍କ । ଜନସାଧାରଣ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବା ମୁସକିଲ ହୋଇ ପଡଛି। ଏବେ କିଛି ଦିନ ହେବ ସନ୍ଧ୍ୟାହେଲେ ୩ଟି ଭାଲୁ ଓ ୨ଟି ହେଟା ବାଘ ଜଙ୍ଗଲ ଆଡୁ ବାହାରି ଗାଁ ମୁହାଁ ହେଉଛନ୍ତିା ଏଥିଯୋଗୁ ପିଲାମାନେ ଟିୟୁସନ,ଗାଁ ଲୋକ ବଜାରରୁ ଘରକୁ ଯିବା ପାଇଁ ଭୟ କରୁଛନ୍ତି ।

ପୂରଣ ହୋଇନି ଧାନ ସଂଗ୍ରହ ଲକ୍ଷ୍ୟ

ରାୟଗଡା ଅଫିସ୍‌, ୧୮।୧ ରାଜ୍ୟ ବେସାମରିକ ଯୋଗାଣ ନିଗମ ପକ୍ଷରୁ ଗତ ନଭେମ୍ବର୨୯ ତାରିଖରୁ ରାୟଗଡ଼ା ଜିଲାରେ ୩୪ଟି ମଣ୍ଡିରେ ଖରିଫ୍‌ ଋତୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜିଲାର ମୋଟ ୧୧ଟି ବ୍ଲକ୍‌ରୁ ୧୦ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ମୋଟ ୬ଲକ୍ଷ ୬୮ହଜାର ୩୫୮.୪୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଆସନ୍ତା ଏପ୍ରିଲ୍‌ ୩୦ତାରିଖ ପର୍ଯ୍ୟନ୍ତ ଜିଲାର ଏହି ୩୪ଟି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ । ଏହି ମଣ୍ଡିଗୁଡିକରୁ ଧାନ ସଂଗ୍ରହ ନିମନ୍ତେ ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ୯୨ଜଣ ମିଲରଙ୍କୁ ଧାନ ଉଠାଇବା ନିମନ୍ତେ ନିୟୋଜିତ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି ।

ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ପୂର୍ତ୍ତ ବିଭାଗ କର୍ମଚାରୀ

ରାୟଗଡା ଅଫିସ, ୧୭।୧- ଗୋଟିଏ ଦିନ ତଳୁ ନିଖୋଜ ଥିବା ପୂର୍ତ୍ତ ବିଭାଗର ଜଣେ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବୁଧବାର ସକାଳେ ରାୟଗଡ଼ା ଷ୍ଟେଶନ ନିକଟରୁ ମିଳିଛି । ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତକ ଜଣକ ହେଲେ ରାୟଗଡ ସହରସ୍ଥିତ ପିଡବ୍ଲ୍ୟୁଡି କଲୋନୀର ବାସିନ୍ଦା ସତ୍ୟ ନାରାୟଣ ବିଶୋଇ (୫୭) ।

ଜୟପୁର ପୌରପାଳିକରେ ଜାଲ ଟିଡିଆର: ଠିକାଦାର ଗୀତାଞ୍ଜଳି ଗିରଫ

ଜୟପୁର,୧୭। ୧ (ନି .ପ୍ର.)- କୋରାପୁଟ ଜିଲା ଜୟପୁର ପୌରପାଳିକାରେ ଜାଲ ଟିଡିଆର ଦାଖଲ କରିଥିବା ମାମଲାରେ ଜଡିତ ଥିବା ଠିକାଦାର ଗୀତାଞ୍ଜଳି ନାୟକ (୪୦)ଙ୍କୁ ଟାଉନ ଥାନା ପୋଲିସ ପୁରୀ ଜିଲା ନିମାପଡା ଅଞ୍ଚଳରୁ ଗିରଫ କରିଛି ।

ନାଗାବଳୀରେ  ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ନାଗାବଳୀରେ ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୭।୧- ମଙ୍ଗଳବାର ନାଗାବଳୀ ନଦୀରେ ଆନ୍ଧ୍ରର ପାର୍ବତୀପୁରମ୍‌ ଅଞ୍ଚଳର ଗୋଟିଏ ପରିବାରର ତିନିଜଣ ବୁଡି ଯାଇଥିଲେ । ସେଥିରେ ମା’ ଜେ.ଶାନ୍ତି ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଛଅ ବର୍ଷର ଝିଅ ଜେ.ଇନ୍ଦୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ପୁଅ ଜେ. ଅଖିଳ ନିଖୋଜ ଥିଲେ । ବୁଧବାର ତାଙ୍କ ମୃତଦେହ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ରାୟଗଡା ଅଫିସ୍‌, ୧୬।୧- ରାୟଗଡା ସହରର ଚେକାଗୁଡା ନିକଟ ନାଗାବଳୀ ନଦୀରେ ମଙ୍ଗଳବାର ଗୋଟିଏ ପରିବାରର ମାଆ,ଝିଅ ଓ ପୁଅ ଭାସିଯାଇଛନ୍ତି । ଖବରପାଇ ରାୟଗଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମାଆ ଓ ଝିଅକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଝିଅ ଗୁରୁତର ଅଛି । ପୁଅର କୌଣସି ପତ୍ତା ମିଳି ନାହିଁ ।

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ମାଲକାନଗିରି/ମାଥିଲି,୧୬।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲା ମାଥିଲି ଥାନା ଲୁଲେର ଗ୍ରାମରେ ମଙ୍ଗଳବାର ମାଓବାଦୀମାନେ ରାସ୍ତାକାମରେ ନିୟୋଜିତ ରୋଲରକୁ ପୋଡ଼ି ଦେଇଛନ୍ତି। ସେଠାରୁ ଫେରିବାବେଳେ ପୋଲିସ ସହ ସାମ୍ନାସାମ୍ନି ହେବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ମାଲକାନଗିରି,୧୬।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ପ୍ରଥମେ ଚାଷୀଙ୍କ ପରେ ଏବେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ନାଁରେ ଆର୍ଥତ୍କ ଜାଲିଆତି ଅଭିଯୋଗ ହୋଇଛି। ଜିଲାର ପ୍ରାୟ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ କରାଇଦେଇ ପ୍ରାୟ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। କେତେକ ସ୍ବାର୍ଥନ୍ବେଷୀ ବ୍ୟାଙ୍କ କର୍ମଚାରୀ ଓ ଦଲାଲଙ୍କ ଭିତରେ ମଧୁଚନ୍ଦ୍ରିକା ଏଭଳି ଜାଲିଆତିକୁ ରୂପ ଦେଇଛି। ମାଲକାନଗିରି ସଦର ବ୍ଲକ ମାଉଲିଗୁଡ଼ାର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଅଭିଯୋଗ ଆଣିଛି।

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ଝରିଗାଁ,୧୬।୧(ସ୍ବ.ପ୍ର.)- ଝରିଗାଁ ସଦରଠାରେ ରାଜ୍ୟ ପୋଲିସ ହାଉସିଙ୍ଗ ବୋର୍ଡ ଦ୍ୱାରା ୨କୋଟି ୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିବା ନୂତନ ପୋଲିସ କାର୍ଯ୍ୟାଳୟ ଗୃହର ମଙ୍ଗଳବାର ଉଦ୍‌ଘାଟନ ହୋଇଛି।

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ପାପଡ଼ାହାଣ୍ଡି,୧୬।୧(ଡି.ଏନ.ଏ.)- ପାପଡ଼ାହାଣ୍ଡି ସଦରରେ ଏକ ୧୦୨ ଆମ୍ବୁଲାନ୍ସରୁ ମଦ ଚାଲାଣବେଳେ ଧରାପଡ଼ି ଡ୍ରାଇଭର ଗିରଫ। ଗିରଫ ଡ୍ରାଇଭର ଜଣଙ୍କ ହେଲେ ଟୁଟୁ ହରିଜନ।

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଡାବୁଗାଁ,୧୬।୧(ଡି.ଏନ.ଏ.)-ଜଣେ ଯୁବକ ନିଜ ଫେସବୁକରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେବା ଘଟଣାକୁ ନେଇ ମଙ୍ଗଳବାର ଡାବୁଗାଁ ବ୍ଲକ ସଦରଠାରେ ବନ୍ଦ ପାଳନ କରାଯାଇଛି।

୩ ଜିଲାପାଳଙ୍କ ବଦଳି

କୋରାପୁଟ,୧୬।୧(ସ୍ବ.ପ୍ର.)-କୋରାପୁଟ ଜିଲାପାଳ ଅନୁପମ ଶାହାଙ୍କ ମଙ୍ଗଳବାର ଗଜପତି ଜିଲାକୁ ବଦଳି ହୋଇଥିବାବେଳେ ମାଲକାନଗିରି ଜିଲାପାଳ କେ.ଚକ୍ରବର୍ତ୍ତିଙ୍କୁ କୋରାପୁଟ ଜିଲାକୁ ବଦଳି କରାଯାଇଛି।

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ନବରଙ୍ଗପୁର,୧୬।୧(ବି.ପ୍ର.)-ନବରଙ୍ଗପୁର ୨୬ନଂ ଜାତୀୟ ରାଜପଥ ଏସ୍‌ବିଆଇ ବଜାର ବ୍ରାଞ୍ଚ ସମ୍ମୁଖରେ ବସ୍‌ ଏବଂ ମୋଟର ସାଇକେଲ୍‌ ମଧ୍ୟରେ ଦୁର୍ଘଟଣା। ଏଥିରେ ମୋଟରସାଇକେଲ୍‌ ଆରୋହୀ ଗୁରୁତର ଥିବା ଜଣାପଡ଼ିଛି।

କୋଟିଆ ବିବାଦ: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍‌

କୋରାପୁଟ,୧୬।୧(ସ୍ବ.ପ୍ର.)-ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମ ପଞ୍ଚାୟତକୁ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ଏକ ଟିମ୍‌ ଗସ୍ତ କରିଛି।

ଆଧାର କାର୍ଡରେ ତ୍ରୁଟି: ଟଙ୍କା ଉଠାଇ ପାରୁନାହାନ୍ତି ଡଙ୍ଗରିଆ କନ୍ଧ

ଆଧାର କାର୍ଡରେ ତ୍ରୁଟି: ଟଙ୍କା ଉଠାଇ ପାରୁନାହାନ୍ତି ଡଙ୍ଗରିଆ କନ୍ଧ

କଲ୍ୟାଣସିଂହପୁର, ୧୬।୧(ଡି.ଏନ୍‌.ଏ)- ଆଧାରକାର୍ଡକୁ ବ୍ୟାଙ୍କ ପାସ୍‌ ବହି ଓ ଅନେକ କାର୍ଯ୍ୟରେ ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଆଧାରକାର୍ଡ଼ରେ ତ୍ରୁଟି ଯୋଗୁ ଡ଼ଙ୍ଗରିଆ କନ୍ଧମାନେ ବ୍ୟାଙ୍କରେ ଜମା କରିଥିବା ଟଙ୍କା ଉଠାଇ ପାରୁନାହାନ୍ତି ।

ଲମତାଗୁଡା ସରପଞ୍ଚ ଉପନିର୍ବାଚନ : ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା, ପ୍ରଚାର ଜୋରଦାର

ତେନ୍ତୁଳିଖୁଣ୍ଟି,୧୬।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ୧୯ ତାରିଖରେ ଅନୁଷ୍ଠିତ ହେବ। ବିମଳା ନାୟକଙ୍କ ଓ ବୃନ୍ଦାବତୀ ମୁଦୁଲି ନିର୍ବାଚନ ମଇଦାରେ ଅବତୀର୍ଣ୍ଣ ହୋଇଛନ୍ତି।

ପାଠପଢାରେ ବାଧକ ଟ୍ୟୁମର

ପାଠପଢାରେ ବାଧକ ଟ୍ୟୁମର

ପାପଡାହାଣ୍ଡି,୧୬।୧(ଡି.ଏନ.ଏ.)-ବାପା ଛାଡି ଆର ପାରିକୁ ଚାଲିଗଲେ। ଏହା ପରେ ମା’ ଛାଡି କୁଆଡେ ଚାଲିଗଲେ। ବୃଦ୍ଧ ଜେଜେବାପାଙ୍କ ଭରସାରେ ରହିଥିଲେ ଅର୍ଜୁନ। ପାଠ ପଢା ଆରମ୍ଭ କରିବା ବେଳକୁ ଅର୍ଜୁନଙ୍କୁ ମାଡି ବସିଛି ରୋଗ। ବେକ ନିକଟରେ ଏକ ଟ୍ୟୁମର ହୋଇଛି। ଯନ୍ତ୍ରଣା ଯୋଗୁ ପାଠ ପଢାରେ ଲାଗିଛି ଡୋରୀ।

କୋଟିଆ: ଗୋଟିଏ ଆଧାର ନମ୍ବରରେ ୨ ପରିଚୟପତ୍ର

କୋଟିଆ: ଗୋଟିଏ ଆଧାର ନମ୍ବରରେ ୨ ପରିଚୟପତ୍ର

ପଟ୍ଟାଙ୍ଗି,୧୫।୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା କୋଟିଆ ପଞ୍ଚାୟତ କୁ ନେଇ ବ୍ଲକ ଓ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି। ପ୍ରଶାସନିକ କର୍ମଚାରୀମାନେ କୋଟିଆକୁ ଗସ୍ତ କରି ହୋଇଥିବା ଉନ୍ନୟନମୂଳକ ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ବେଳେ ଉକ୍ତ ପଞ୍ଚାୟତକୁ ବିଭିନ୍ନ ରାଜନୈତିକ ଦଳଠାରୁ ଆରମ୍ଭ କରି ନାଗରିକ ମଞ୍ଚର କର୍ମକର୍ତ୍ତା ଗସ୍ତ କରି ଓଡିଶା ସରକାରଙ୍କ ଦ୍ୱାରା କେଉଁ କାର୍ଯ୍ୟ ସବୁ ହୋଇଛି, ଆନ୍ଧ୍ର ସରକାର ଦ୍ୱାରା କି କାର୍ଯ୍ୟ ହୋଇଛି ତାହାକୁ ନେଇ ନିଜ ନିଜ ସ୍ତରରେ ସମୀକ୍ଷା କରୁଛନ୍ତି।ଏହି ସମୟରେ ଅଧିକାଂଶ ପରିବାରରେ ଦୁଇ ଦୁଇଟି ଆଧାର ପରିଚୟ ପତ୍ର ଥିବା ଦେଖିବାକୁ ମିଳିଥିଲା । ଯାହାକି ଗୋଟିଏ ନମ୍ବରରେ ଦୁଇଟି ଲେଖାଏ ଆଧାର ପରିଚୟ ପତ୍ର ରହିଛି ।

 ଶିକୁଳିରେ ବନ୍ଧାପଡ଼ିଛି ଜୀବନ: ଅର୍ଥାଭାବ ଯୋଗୁ ହୋଇପାରୁନି ଚିକିତ୍ସା

ଶିକୁଳିରେ ବନ୍ଧାପଡ଼ିଛି ଜୀବନ: ଅର୍ଥାଭାବ ଯୋଗୁ ହୋଇପାରୁନି ଚିକିତ୍ସା

ମାଥିଲି(ଡି.ଏନ୍‌.ଏ.)/ଗୋବିନ୍ଦପାଲି,୧୫।୧ ରାଜୀବ ଖିଲ। ଏକଦା ଜଣେ ସଫଳ ଚାଷୀ ଥିଲେ। ତାଙ୍କ ହାତ ସ୍ପର୍ଶରେ ହସି ଉଠୁଥିଲା କ୍ଷେତ। ଚାଷରୁ ଯାହାକିଛି ଫସଲ ଅମଳ ହେଉଥିଲା ସେଥିରେ ଭଲ ଭାବେ ଚଳୁଥିଲା ପରିବାର। ମାତ୍ର କିଛିବର୍ଷ ହେଲା ଚିତ୍ର କିନ୍ତୁ ଓଲଟା। ସେତେବେଳେ ତାଙ୍କ ଉପରେ ପରିବାର ନିର୍ଭର କରୁଥିଲା। ବର୍ତ୍ତମାନ ସେ ପରିବାର ପାଇଁ ବୋଝ ପାଲଟିଛନ୍ତି। ଏକ ଘଟଣାକ୍ରମରେ ମାନସିକ ସ୍ଥିତି ହରାଇବା ପରଠୁ ଏହି ୨୭ ବର୍ଷୀୟ ଯୁବକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। ଶିକୁଳିରେ ବନ୍ଧା ହୋଇ ଯନ୍ତ୍ରଣାରେ ବିତୁଛି ଦିନ। ମାଲକାନଗିରି ଜିଲା ଗୋବିନ୍ଦପାଲି ସଦର ପଞ୍ଚାୟତର ଡାବୁଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ବେଦନାଦାୟକ ଦୃଶ୍ୟ।

ପ୍ଲେଟ୍‌ ପକାଇ ନଦୀ ପାର ହେଉଛନ୍ତି ଲୋକେ: ଧିମେଇଛି ପୋଲ ତିଆରି କାମ

ପ୍ଲେଟ୍‌ ପକାଇ ନଦୀ ପାର ହେଉଛନ୍ତି ଲୋକେ: ଧିମେଇଛି ପୋଲ ତିଆରି କାମ

ଶିଖାପାଲୀ,୧୫।୧ ମାଲକାନଗିରି ଜିଲା ଏମ୍‌ଭି-୨୦, ୨୧ ଏବଂ ପିଟାଗାଟା ଗଁା ବାଟରେ ପଡ଼େ ତମସା ନଦୀ । ଏହା ଉପରେ ପୋଲ ନିର୍ମାଣ କାର୍ଯ୍ୟ ଧିମେଇଥିବା ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୦ ପଞ୍ଚାୟତର ଲୋକେ ଏହା ଉପରେ ନିର୍ଭର କରନ୍ତି।

ଦାବୀ ପୂରଣ ନହଲେ ଅନଶନରେ ବସିବେ ଅବସର ପାପ୍ତ ଶିକ୍ଷକ

ନବରଙ୍ଗପୁର,୧୫।୧ (ବି.ପ୍ର.)- ସପ୍ତମ ବେତନ ସମସ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଲାଗୁ କରାଯାଇଛି । ତେବେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ବର୍ଦ୍ଧିତ ପେନସନ ମିଳି ନାହିଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ତଥା ସାମାଜିକ କର୍ମୀ ପୂର୍ଣ୍ଣ ଚନ୍ଦ୍ର ମହାଙ୍କୁଡ ଏକ ଦାବୀପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କୁ ମାଡ ଘଟଣା: ୪ ଛାତ୍ରଙ୍କୁ ମିଳିଲା ବେଲ୍‌

କୋରାପୁଟ,୧୫।୧(ସ୍ବ.ପ୍ର.)-କୋରାପୁଟ ସଦର ଥାନା ଅନ୍ତର୍ଗତ ମହାଦେଈପୁଟ ଆଶ୍ରମ ବିଦ୍ୟାଳୟରେ ପଢୁଥିବା ଜଣେ ପ୍ରଥମ ଶ୍ରେଣୀର ଛାତ୍ର ସୋମେଶ(୬)ଙ୍କୁ ସେହି ବିଦ୍ୟାଳୟର କିଛି ଛାତ୍ର ମାଡ ମାରିଥିଲେ। ଏହି ଘଟଣାରେ ସୋମେଶଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଏଥିରେ ଜଡିତ ଥିବା ୪ଜଣ ଛାତ୍ରଙ୍କୁ ରବିବାର ଜୁଭେନାଲ କୋର୍ଟରେ ହାଜର କରିଥିଲା।