ରାୟଗଡା

ଶିଶୁ କଲ୍ୟାଣ ସମିତିରେ ନାବାଳିକା ହାଜର

ପାରଳାଖେମୁଣ୍ଡି, ୧୧।୭(ସ୍ବ.ପ୍ର.) ପାରଳାଖେମୁଣ୍ଡି ଥାନା ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ନାବାଳିକାଙ୍କୁ ମଙ୍ଗଳବାର ଶିଶୁ କଲ୍ୟାଣ ସମିତି କାର୍ଯ୍ୟାଲୟରେ ହାଜର କରାଯାଇଛି। ସିଦ୍ଧାମଡଙ୍ଗ ଅଞ୍ଚଳର ଏହି ନାବାଳିକା (୧୬) ଘରେ କାହାକୁ କିଛି ନ ଜଣାଇ କାକିନାଡାସ୍ଥିତ ତାଙ୍କ ବଡବାପାଙ୍କ ଘରକୁ ଚାଲିଯାଇଥିଲେ। ପରିବାର ଲୋକେ ଖୋଜି ନ ପାଇବାରୁ ଥାନାରେ ଖବର ଦେଇଥିଲେ।

ବ୍ୟାଙ୍କ, ଏଟିଏମ୍‌ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତ ବୈଠକ:ସୁରକ୍ଷା କର୍ମୀ, ସିସି ଟିଭି କ୍ୟାମେରା ଉପରେ ଗୁରୁତ୍ୱ

ବ୍ୟାଙ୍କ, ଏଟିଏମ୍‌ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତ ବୈଠକ:ସୁରକ୍ଷା କର୍ମୀ, ସିସି ଟିଭି କ୍ୟାମେରା ଉପରେ ଗୁରୁତ୍ୱ

ପାରଳାଖେମୁଣ୍ଡି,୧୧।୭(ସ୍ବ.ପ୍ର.) ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ବିଭିନ୍ନ ବ୍ୟାଙ୍କ ଶାଖାର କର୍ମକର୍ତ୍ତାମାନଙ୍କୁ ନେଇ ସ୍ଥାନୀୟ ଥାନା ପରିସରରେ ବ୍ୟାଙ୍କ ଏବଂ ଏଟିଏମ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତ ସମୀକ୍ଷା ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଦାସ ଅଧ୍ୟକ୍ଷତା କରି ବ୍ୟାଙ୍କ ଏବଂ ଏଟିଏମଗୁଡିକରେ କିପରି ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ ସେ ବିଷୟରେ ବୁଝାଇଥିଲେ। ସମସ୍ତ ବ୍ୟାଙ୍କରେ ବନ୍ଧୁକଧାରୀ ସୁରକ୍ଷା କର୍ମୀ ନିୟୋଜିତ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଏଟିଏମଗୁଡିକରେ ମଧ୍ୟ ସୁରକ୍ଷା କର୍ମୀ ଏବଂ ସିସି ଟିଭି କ୍ୟାମେରା ବ୍ୟବସ୍ଥା ଉଚ୍ଚମାନର ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଦିଶାରୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ପରିଣାମ:୭ ମାସ ହେଲା ଶଯ୍ୟାଶାୟୀ ରାମ ସିଂ

ଦିଶାରୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ପରିଣାମ:୭ ମାସ ହେଲା ଶଯ୍ୟାଶାୟୀ ରାମ ସିଂ

ବୈପାରୀଗୁଡ଼ା,୧୧।୭(ଡି.ଏନ୍‌.ଏ.) ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତ ତାଲୁର ଗ୍ରାମର ଆଦିବାସୀ ବାଳକ ରାମ ସିଂ ଦୁରୁଆ (୧୧)। ଦିଶାରିଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ତାଙ୍କ ଡାହାଣ ଗୋଡ଼ ଅସ୍ବାଭାବିକ ଭାବେ ବୃଦ୍ଧି ପାଇବା ସହ ଯନ୍ତ୍ରଣା ହେଉଛି। ଠିଆ ହେବାକୁ ସେ ଅକ୍ଷମ ହେଉଥିବା ବେଳେ ୭ ମାସ ହେବ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ପରିବାରର ଅର୍ଥାଭାବ କାରଣରୁ ଚିକିତ୍ସା ହୋଇପାରୁ ନାହିଁ।

ପିଡିଏସ୍‌ ଚାଉଳ ଚାଲାଣ ସନ୍ଦେହରେ ଟ୍ରକ୍‌ ଜବତ

ବୋରିଗୁମ୍ମା,୧୧।୭(ଡି.ଏନ୍‌.ଏ.) ବୋରିଗୁମ୍ମା ଉପଖଣ୍ଡ ପୋଲିସ ଅଧିକାରୀ ହରେକୃଷ୍ଣ ମାଝି ଏକ ଚାଉଳ ବୋଝେଇ ଟ୍ରକ୍‌କୁ ଜବତ କରି ଥାନାକୁ ଆଣିବା ପରେ ଏହାକୁ ଯୋଗାଣ ବିଭାଗକୁ ହସ୍ତାନ୍ତର କରିଛନ୍ତି। ୨୬ ନଂ ଜାତୀୟ ରାଜପଥ କାଳିଆଗୁଡ଼ା ନିକଟରେ କୋରାପୁଟର ଏକ ଟ୍ରକ୍‌ (ଓଡି୧୦ ଏଚ୍‌ ୦୬୦୩) ପିଡିଏସ୍‌ ଚାଉଳ ଚାଲାଣ କରୁଥିବା ସନ୍ଦେହରେ ଜବତ କରି ଥାନାରେ ଅଟକ ରଖିଥିଲେ। ବୋରିଗୁମ୍ମା ଯୋଗାଣ ବିଭାଗ ଅଧିକାରୀ ନୃସିଂହ ପଣ୍ଡାଙ୍କୁ ଖବର ଦିଆଯାଇ ତାଙ୍କୁ ହସ୍ତାନ୍ତର କରାଯାଇଥିଲା।

କେନ୍ଦ୍ରୀୟ ଯୋଜନାର ସ୍ଥିତି ଅନୁଧ୍ୟାନ କଲେ ୩ ଜଣିଆ ଦଳ

କେନ୍ଦ୍ରୀୟ ଯୋଜନାର ସ୍ଥିତି ଅନୁଧ୍ୟାନ କଲେ ୩ ଜଣିଆ ଦଳ

କୁନ୍ଦୁରା, ୧୧।୭(ଡି.ଏନ.ଏ.) ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତକାରୀ ୩ ଜଣିଆ ଦଳ କୁନ୍ଦୁରା ବ୍ଲକ ଗସ୍ତ କରିଥିଲେ । ଏହି ଦଳ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ପରେ ଏକ ବୈଠକରେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି । କୁନ୍ଦୁରା ବ୍ଲକ୍‌ର ଡଙ୍ଗରପାଉଁସୀ ପଞ୍ଚାୟତ କାର୍ଯ୍ୟାଳୟଠାରେ କେନ୍ଦ୍ରୀୟ ଅତିରିକ୍ତ ସଚିବ ମନମୋହନ ପିପିଲ, ଏସ୍‌କେ ପରିଡା ଏବଂ କୋରାପୁଟ ଆଇଟିଡିଏର ସେକ୍ସନ ଅଫିସର ବିଷ୍ଣୁବାବୁ ପହଞ୍ଚି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସ୍ଥିତି ଅନୁଧ୍ୟାନ କରିଥିଲେ ।

ସ୍ବଳ୍ପ ଦୃଷ୍ଟିଶକ୍ତି ବାଧିତ ଛାତ୍ରୀଛାତ୍ରଙ୍କୁ ଚଷମା ବଣ୍ଟନ

ସ୍ବଳ୍ପ ଦୃଷ୍ଟିଶକ୍ତି ବାଧିତ ଛାତ୍ରୀଛାତ୍ରଙ୍କୁ ଚଷମା ବଣ୍ଟନ

ନବରଙ୍ଗପୁର, ୧୧।୭(ବି.ପ୍ର) ସ୍ଥାନୀୟ ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟରେ ମାଗଣା ଚଷମା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ବିଧାୟକ ତଥା ଯୋଜନାବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ଯୋଗଦେଇ ୪୬ଜଣ ସ୍ବଳ୍ପ ଦୃଷ୍ଟିବାଧିତ ଛାତ୍ରୀଛାତ୍ରମାନଙ୍କୁ ମାଗଣାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଚଷମା ବଣ୍ଟନ କରିଥିଲେ। ସ୍ବଳ୍ପ ଦୃଷ୍ଟିଶକ୍ତି ବାଧିତ ପିଲା ଓ ସାଧାରଣ ପିଲା ମଧ୍ୟରେ ସମାନତା ଆଣିବା ହେଉଛି ବାଲଜ୍ୟୋତି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ ବୋଲି ବିିଇଓ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଛନ୍ତି ।

ପାରଳାଖେମୁଣ୍ଡି ଥାନା ପରିସରରେ ଚାରାରୋପଣ

ପାରଳାଖେମୁଣ୍ଡି ଥାନା ପରିସରରେ ଚାରାରୋପଣ

ପାରଳାଖେମୁଣ୍ଡି, ୧୧।୭(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ପରିସରରେ ପ୍ରଭା ଚାଇଲ୍ଡଲାଇନ ସହଯୋଗରେ ‘ଗ୍ରୀନ୍‌ ଗଜପତି/ପୋଷ୍ୟ ଗଜପତି’ ଅନୁଷ୍ଠାନ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଥାନାଧିକାରୀ ବାବୁଲି ନାୟକ। ଏହି ଅବସରରେ ସବ୍‌ଇନ୍ସପେକ୍ଟର ଜେ.ଏମ.ଦାସ, ଏଏସଆଇ ପି.କେ. ତାରିଣୀ, ଜଗଦୀଶ ପଣ୍ଡା, ପ୍ରଭା ଚାଇଲ୍ଡଲାଇନ ସଂଯୋଜକ ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କୋରାପୁଟ,୧୧।୭(ସ୍ବ.ପ୍ର.): କୋରାପୁଟ ସବଡିଭିଜନାଲ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ଓଏମପି ପଡିଆରେ ଉଦ୍‌ଘାଟିତ ହୋଇଛି । କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କୋରାପୁଟ ଜିଲା ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂ, କୋବ୍ରା ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ, ପୂର୍ବତନ ବିଧାୟକ ନିମାଇଁ ସରକାର, ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ, ମନୋଜ ଆଚାର୍ଯ୍ୟ, ବିଜେଡି ନେତା ଶିବ ପଟ୍ଟନାୟକ, ଗାଳ୍ପିକ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ନନ୍ଦପୁରର ଚର୍ଚ୍ଚିତ ଫେସବୁକ୍‌ ପ୍ରେମ: ୨ ଜଣଙ୍କୁ ବିବାହ ପରେ ତୃତୀୟଙ୍କ ସହ ଫେରାର ନବବିବାହିତା

ନନ୍ଦପୁର ୧୧।୭(ଡି.ଏନ୍‌.ଏ.) ପୁଣି ଚର୍ଚ୍ଚାରେ ନନ୍ଦପୁରର ଫେସବୁକରେ ପ୍ରେମ ଏବଂ ନାଟକୀୟ ଢଙ୍ଗରେ ବିବାହ। ପୂର୍ବରୁ ପ୍ରଥମ ସ୍ବାମୀଙ୍କ ଘରେ ଦୁଇ ଦିନ ରହିବା ପରେ ବାପ ଘର ଆସି ଫେସବୁକ୍‌ ପ୍ରେମିକଙ୍କୁ ବିବାହ କରିଥିଲେ ନବବିବାହିତା। ଫେସବୁକ୍‌ ପ୍ରେମିକ ପତିଙ୍କ ପାଖେ ୫ ଦିନ ରହିବା ପରେ ସେ ମଙ୍ଗଳବାର ପୁଣି ଜଣେ ଯୁବକଙ୍କ ସହ ବାଇକରେ ବସି ଫେରାର ହୋଇଯାଇଛନ୍ତି।

ପୌରସଂସ୍ଥାରେ ରାସ୍ତାକାମ ନ ହୋଇ ଉଠାଯାଇଛି ବିଲ୍‌

ଜୟପୁର,୧୧।୭(ନି.ପ୍ର./ଡି.ଏନ୍‌.ଏ.) ଜୟପୁର ପୌର ପରିଷଦରେ ଭୂତ ରାସ୍ତା ଓ ମିଥ୍ୟା ବିଲ ହୋଇଥିବା ନେଇ ନଗର ଉନ୍ନୟନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏଆଇସିସି ସଦସ୍ୟ ରବିନ୍ଦ୍ର ମହାପାତ୍ର ଦାବିପତ୍ର ଦେଇଛନ୍ତି । ପୌର ପରିଷଦର ଉନ୍ନତି ଯୋଜନାରେ ୮ ଏପ୍ରିଲରେ ପ୍ରସାଦରାଓ ପେଟା ଦ୍ୱିତୀୟ ଓ ତୃତୀୟ ଲାଇନକୁ ସଂଯୋଗୀକରଣ ରାସ୍ତା କାମ ୫ ଲକ୍ଷ ଟଙ୍କା ମୂଲ୍ୟରେ କରାଯାଇଥିବା ପରିଷଦ ଦର୍ଶାଉଛି । ଏହି କାର୍ଯ୍ୟ ୮ ମରେ ସମ୍ପୂର୍ଣ୍ଣ ହୋଇଥିବା ନେଇ ବିକ୍ରମ ନଗର ଦ୍ୱିତୀୟ ଲାଇନରେ ଗୋଟିଏ ଘରର ଘରକାନ୍ଥରେ ଏହି ସୂଚନା ଲେଖାଯାଇଛି ।

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି: ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି: ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋରାପୁଟ,୧୧।୭(ସ୍ବ.ପ୍ର.) କୋଟପାଡ ଥାନା କୁସୁମୀ ହାଟ ନିକଟରେ ଘଟିଥିବା ୨ ଜଣଙ୍କ ହତ୍ୟାକାଣ୍ଡର ତଦନ୍ତ ଓ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ତେଜିଛି। ଏହି ଦାବିରେ କୋଟପାଡ଼ ବ୍ଲକର ଶତାଧିକ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଦାବିପତ୍ର ଦେଇଛନ୍ତି। ଗତ ଜୁନ ୨୦ରେ କୋଟପାଡ଼ର କୁସୁମି ହାଟକୁ ଆସିଥିବା ମୁଣ୍ଡିପଦର ଗ୍ରାମର ପର୍ଶୁରାମ ମୁଦୁଲି ଓ ଭାନୁମତି ମୁଦୁଲି ଆଉ ଘରକୁ ଫେରିନଥିଲେ । ପରଦିନ ଗ୍ରାମଠୁ ୬ କିମି ଦୂରରେ ରେଲୱେ ଟ୍ରାକରେ ଉଭୟଙ୍କ ମୃତଦେହ ମିଳିଥିଲା। ମୃତଦେହର ବିଭିନ୍ନ ସ୍ଥାନରେ କଟା ଚିହ୍ନ ଦେଖିବାକୁ ମିଳିଥିଲା। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଗତ ୨୧ ତାରିଖରେ କୋଟପାଡ଼ ଜିଆରପି ଥାନାରେ ଏତଲା ହେବା ସହ କେସ୍‌ ନଂ ୧୧/୨୦୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା ।

ବିଲ୍ଟ ପେପର ମିଲ୍‌ରେ ଶ୍ରମିକ ଅଶାନ୍ତି: ଆମରଣ ଅନଶନରେ ବସିଲେ କର୍ମଚାରୀ

ବିଲ୍ଟ ପେପର ମିଲ୍‌ରେ ଶ୍ରମିକ ଅଶାନ୍ତି: ଆମରଣ ଅନଶନରେ ବସିଲେ କର୍ମଚାରୀ

ଜୟପୁର,୧୦।୭(ଡି.ଏନ୍‌.ଏ./ନି.ପ୍ର.) ଜୟପୁର ନିକଟସ୍ଥ ଗାଗନାପୁର ବିଲ୍ଟ ସେୱା କାଗଜକଳରେ ଶ୍ରମିକ ଅଶାନ୍ତି ସମାଧାନ ପରିବର୍ତ୍ତେ ତେଜିବାରେ ଲାଗିଛି। ପୂର୍ବରୁ ୫୫ ଦିନର ଶାନ୍ତିପୂର୍ଣ୍ଣ ଗଣଧାରଣା ଓ ରାଲି ଉପବାସ ପରେ ଏବେ ମଙ୍ଗଳବାରଠାରୁ ଆମରଣ ଅନଶନରେ ବସିଛନ୍ତି ୫ ଜଣ କର୍ମଚାରୀ। ସେମାନେ ହେଲେ ଜହର ଚୌଧୁରୀ, ଉଜ୍ଜିନ ନାୟକ, ସୁନୀଲ ପ୍ରହରାଜ, ତ୍ରିନାଥ ହନ୍ତାଳ, ପ୍ରଦୀପ ରାୟ ।

ଦାଦନ ଖଟିବାକୁ ଯାଇ ଦୁର୍ଘଟଣା: ଚନ୍ଦ୍ରଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଲା ପ୍ରଶାସନ

ପଦ୍ମଗିରି,୧୧।୭- ମାଲକାନଗିରି ଜିଲାରେ ଜଣେ ଆଦିବାସୀ ଯୁବକ ନିଜର ପରିବାର ପୋଷଣ ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି। ଏବେ ସେ ଘରେ ପଡିରହି ଜୀବନ ସହ ସଂଗ୍ରାମ କରୁଛି । ତାଙ୍କ ଚିକିତ୍ସା ପାଇଁଅର୍ଥ ବାଧକ ସାଜିଛି । ଏହି ଖବର ଧରିତ୍ରୀର ୬ ତାରିଖ ସଂସ୍କରଣରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ମାଲକାନଗିରି ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି। ସଂପୃକ୍ତ ଯୁବକ ଚନ୍ଦ୍ରମାଢିଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶଶିଭୂଷଣ ମହାପାତ୍ର ଚନ୍ଦ୍ରଙ୍କୁ ତାଙ୍କ ଗ୍ରାମରୁ ମାଲକାନଗିରି ଡାକ୍ତରଖାନାରୁ ଆଣି ୩ ଦିନ ଚିକିତ୍ସା କଲା ପରେ ବିଶାଖାପାଟଣା ସେଭେନ୍‌ ହିଲ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇଛନ୍ତି । ଚନ୍ଦ୍ରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମହାପାତ୍ର କହିଛନ୍ତି।

ଦୁର୍ଘଟଣାର କାରଣ ପାଲଟିଛନ୍ତି ବୁଲା ଗୋରୁ

ଦୁର୍ଘଟଣାର କାରଣ ପାଲଟିଛନ୍ତି ବୁଲା ଗୋରୁ

ବାଲିମେଳା,୧୧।୭(ଡି.ଏନ.ଏ.) ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସମସ୍ତ ରାସ୍ତା ଉପରେ ବୁଲା ଗୋରୁଙ୍କ ରାଜୁତି ଚାଲିଛି। ଯେଉଁଠି ଦେଖିବ ଦଳଦଳ ଗୋରୁଗାଈ ରାସ୍ତା ଅବରୋଧ କରିବା ପରି ରାସ୍ତା ଉପରେ ଶୋଇଥିବେ। ଏଥିପାଇଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି। ବାଲିମେଳା ଏନଏସି ପକ୍ଷରୁ ଏହି ବୁଲା ଗୋରୁଗାଈଙ୍କ ରକ୍ଷଣା ବେକ୍ଷଣ ନେଇ କୌଣସି ବ୍ୟବସ୍ଥା ନାହିଁ। ଗାଈ ମାଲିକମାନଙ୍କ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଗାଈମାଲିକମାନେ ଗାଈଠାରୁ କ୍ଷୀର ନେଇସାରିବା ପରେ ସେମାନଙ୍କୁ ରାସ୍ତା ଉପରକୁ ଛାଡି ଦେଉଥିବା ଅଭିଯୋଗ ହେଉଛି।

କଂଗ୍ରେସ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା:ପ୍ରଦୀପ ମାଝିଙ୍କୁ ବିରୋଧ

ମାଲକାନଗିରି, ୧୧।୭(ଡି.ଏନ.ଏ) ମାଲକାନଗିରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର କଂଗ୍ରେସ ଦଳ ପକ୍ଷରୁ ୫ ଦଫା ଦାବିନେଇ ଧାରଣା ଏବଂ ଅସ୍ଥାୟୀ ବିଦ୍ୟାଳୟରେ ପାଠପଢା ଚାଲିଥିଲାବେଳେ ଏହାକୁ ଖୋଲା ଖୋଲି ବିରୋଧ କରିଛନ୍ତି ଜିଲା କଂଗ୍ରେସ କମିଟିର ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା । ବୁରୁଦା କହିଛନ୍ତି ଯେ, ମାଝି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଛାତ୍ରୀଛାତ୍ରମାନେ ଜାତିଗତ ପ୍ରମାଣପତ୍ର ପାଇ ନ ଥିବା ଯୋଗୁ ପାଠପଢାରୁ ବଞ୍ଚତ୍ତ ହୋଇଥିବା ନେଇ ଯେଉଁ ଅଭିଯୋଗ ଉଠାଇଛନ୍ତି ତାହା ମିଥ୍ୟା। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶତକଡା ୮୦ ଭାଗ ଆଦିବାସୀ ମଧ୍ୟ ନୁହନ୍ତି ବୋଲି ବୁରୁଦା କହିଛନ୍ତି। ପ୍ରଦୀପ ଧାରଣା ସମ୍ପର୍କରେ ଜିଲାର ଅନ୍ୟ କଂଗ୍ରେସ ନେତାଙ୍କୁ ନ ଜଣାଇ ଉପେକ୍ଷା କରିଛନ୍ତି ।

ଡେଙ୍ଗୁ,ମ୍ୟାଲେରିଆ, ଡାଇରିଆ ନେଇ ସଚେତନତା କାର୍ଯ୍ୟକ୍ରମ

ଗୋବିନ୍ଦପାଲି ୧୧।୭-ମାଲକାନଗିରି ଜିଲା ମାଥିଲି ବ୍ଲକ ଉଦୁଲିଗୁଡା ପଞ୍ଚାୟତ ଅନ୍ତର୍ଗତ ପୂଜାରିଗୁଡା ଅଙ୍ଗନଓ୍ବାଡି କେନ୍ଦ୍ରରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ରୋଗ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାଙ୍ଗରାଜଗୁମା ସ୍ବାସ୍ଥ୍ୟଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ଜୟନ୍ତୀ ପ୍ରଧାନ, ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ପ୍ରହ୍ଲାଦ ଛାଟୋଇ ଅତିଥି ରୂପେ ଯୋଗ ଦେଇଥିଲେ।

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ ଶିବିର

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ ଶିବିର

ବାଲିମେଳା,୧୧।୭(ଡି.ଏନ.ଏ.) ରାଜ୍ୟ କ୍ରୀଡା ଛାତ୍ରାବାସ ପାଇଁ ବ୍ଲକସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରଇଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ କରୁଣାକର ମଲ୍ଲିକ ଶିବିରକୁ ଉଦ୍‌ଘାଟନ କରିଥିଲେ। କୋରକୋଣ୍ଡା ବ୍ଳକର ୧୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୧ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀ ଯୋଗ ଦେଇଥିଲେ।

୨୫ ଦଫା ଦାବି ରଖିଲା ସରପଞ୍ଚ ମହାସଂଘ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

୨୫ ଦଫା ଦାବି ରଖିଲା ସରପଞ୍ଚ ମହାସଂଘ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କୋରାପୁଟ,୧୦ା୭(ସ୍ବ.ପ୍ର.) : କୋରାପୁଟ ଜିଲା ସରପଞ୍ଚ ମହାସଂଘ ୨୫ ଦଫା ଦାବି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଦାବିପତ୍ର ଦେଇଛି। ମହାସଂଘ ସଭାପତି ଭଗବାନ ମୁଦୁଲିଙ୍କ ନେତୃତ୍ୱରେ ସ୍ଥାନୀୟ ଡିଆରଡିଏ ସଦଭାବନା ସଭାଗୃହରୁ ଏକ ଶୋଭାଯାତ୍ରା ବାହାରିଥିଲା। ଏଥିରେ ଜିଲାର ଶତାଧିକ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଭ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ।

 କୋରାପୁଟ ଜିଲାରେ ୩୭୫.୮୬ ମିମି ବର୍ଷା: ଲମତାପୁଟରେ ସର୍ବାଧିକ ୬୧ ମିମି

କୋରାପୁଟ ଜିଲାରେ ୩୭୫.୮୬ ମିମି ବର୍ଷା: ଲମତାପୁଟରେ ସର୍ବାଧିକ ୬୧ ମିମି

କୋରାପୁଟ,୧୦ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ମଙ୍ଗଳବାର ୩୭୫.୮୬ ମିଲିମିଟର ବର୍ଷା ହୋଇଥିବାବେଳ ଲମତାପୁଟ ବ୍ଲକରେ ସର୍ବାଧିକ ୬୧ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି ା

କୃଷକ ପରାମର୍ଶ କମିଟି ବୈଠକ

କୃଷକ ପରାମର୍ଶ କମିଟି ବୈଠକ

ଡାବୁଗାଁ, ୧୦।୭ (ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ବ୍ଲକ କୃଷକ ପରାମର୍ଶ କମିଟିର ଏକ ବୈଠକ ମଙ୍ଗଳବାର ଆତ୍ମା ସଭାପତି ରତ୍ନାକର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି, ପ୍ରାଣୀପାଳନ, ମତ୍ସ୍ୟ ଚାଷ, ଫଳ ଓ ପନିପରିବା ଚାଷ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏଥିରେ ଉନ୍ନତ ପ୍ରଣାଳୀରେ ଧାନ ଓ ମକା ଚାଷ, ଅଦିନିଆ ପନିପରିବା ଚାଷ, ବର୍ଷା ଦିନରେ ଗୃହ ପାଳିତ ପ୍ରାଣୀଙ୍କ ଯତ୍ନ, ରୋଗ ନିରାକରଣ, ମତ୍ସ୍ୟ ଚାଷ ପାଇଁ ଥିବା ସରକାରୀ ଯୋଜନା ଉପରେ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ।

ବ୍ଲକସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର

ବ୍ଲକସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର

ଡାବୁଗାଁ, ୧୦।୭ (ଡି.ଏନ୍‌.ଏ.)- ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ କ୍ରୀଡା ଛାତ୍ରାବାସ ନିମନ୍ତେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୌଡକୁଦ, ଭାରତ୍ତୋଳନ, ଫୁଟବଲ, ବାସ୍କେଟ ବଲ, ହକି, ପହଁରା, କବାଡି ଓ କୁସ୍ତି ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରଯାଇଥିଲା। ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ମୋଟ ୫୦ଛାତ୍ରୀଛାତ୍ର ଭାଗ ନେଇଥିଲେ। ଏଥିରୁ ୫ ଜଣ ଖେଳାଳି ଜିଲାସ୍ତରୀୟ ଚୟନ ଶିବିରକୁ ମନୋନିତ ହୋଇଛନ୍ତି।

ବ୍ରାହ୍ମଣ ସମାଜ ଗଠନ ନେଇ ବୈଠକ

କୁନ୍ଦୁରା, ୧୦।୭(ଡି.ଏନ୍‌.ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦରମହକୁମାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରରେ ବ୍ରାହ୍ମଣ ସମାଜରଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନାରାୟଣ ମନ୍ଦିର ପୂଜା କମିଟି ସଭାପତି ରାଧାନାଥ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜୟପୁର, ବୈପାରୀଗୁଡା, ବୋରିଗୁମ୍ମା, ଓ କଚନ୍ଦୁରା ବ୍ଲକ ବ୍ରାହ୍ମଣ ସମାଜ ସଦସ୍ୟମାନେ ଉପସ୍ଥିତ ଥିଲେ। କୁନ୍ଦୁରା ବ୍ଲକ ଅଧୀନରେ ଥିବା ଡଙ୍ଗରପାଉଁସୀ, ଗର୍ଲିଗୁଡା, କୁନ୍ଦୁରା, ଲିମା, ଦିଗାପୁର, ସାଗରଗୁଡା, ଉଦଲଗୁଡା, ଯୁଗପାତ୍ରପୁଟକୁ ନେଇ ସୋମବାର ଏକ ବୈଠକ କରାଯାଇଥିବା ଆଲୋଚନା ହୋଇଥିଲା। ବର୍ତ୍ତମାନ ସମୟରେ ବ୍ରାହ୍ମଣ ସମାଜ ଗଠନର ଆବଶ୍ୟତା ରହିଛି ବୋଲି ଆର୍ତ୍ତତ୍ରାଣ ତ୍ରିପାଠୀ କହିଥିଲେ।

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ  କଂଗ୍ରେସର ଧାରଣା: ଧାରଣାସ୍ଥଳରେ ପିଲାଙ୍କୁ ପାଠ ପଢାଇଲେ କଂଗ୍ରେସ କର୍ମୀ

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଂଗ୍ରେସର ଧାରଣା: ଧାରଣାସ୍ଥଳରେ ପିଲାଙ୍କୁ ପାଠ ପଢାଇଲେ କଂଗ୍ରେସ କର୍ମୀ

ମାଲକାନଗିରି, ୧୦।୭(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କଂଗ୍ରେସ ୫ ଦଫା ଦାବି ନେଇ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି। ଧାରଣାରତ କର୍ମୀମାନେ ସେଠାରେ ଏକ ଅସ୍ଥାୟୀ ବିଦ୍ୟାଳୟ ଖୋଲି ପିଲାମାନଙ୍କୁ ପାଠ ପଢାଯାଉଛନ୍ତି। ଜିଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଧାରଣାରେ ପୁର୍ବତନ ଏମ୍‌ପି ତଥା ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝି, ପଡୋଶୀ ଛତିଶଗଡ ସୁକୁମା ବିଧାୟକ ଲକ୍ଷ୍ମା କବାସୀ, ସମ୍ପାଦକ ରାମପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଚେୟାରମ୍ୟାନ ମାଲା ମାଢି, ଅନୁସୂଚିତ ଜାତି ଦଳୀୟ ଅଧ୍ୟକ୍ଷ ପର୍ଶୁରାମ ଭକ୍ତ, ଡି.ଶ୍ରୀନିବାସ ରାଓ, ପି.କେଶୁ ରାଓ, ପେଣ୍ଡ୍ରାପ୍ରସାଦ ପଣ୍ଡାଙ୍କ ସମତେ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଅଛନ୍ତି। ଜାତିଗତ ପ୍ରମାଣପତ୍ର ଦେବା, ମାଲକାନଗିରି ସହର ଏବଂ ଗ୍ରାମାଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ତୁରନ୍ତ ଘରଡିହ ପଟ୍ଟା, ଜିଲାରେ ବସବାସ କରୁଥିବା ବେଙ୍ଗଲୀ ସମ୍ପ୍ରଦାୟର ଲୋକମାନଙ୍କୁ ଜମି ପାସ୍‌ ବହି, ଚିତ୍ରକୋଣ୍ଡା ବିଛିନାଞ୍ଚଳର ସିଲେଇ ଶିକ୍ଷା ପାଇଁ ପ୍ରଶାସନ ତରଫରୁ ବାଙ୍ଗାଲୋର ପଠା ଯାଇଥିବା ଲକ୍ଷ୍ମୀ ମାଟାମଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର, କିସ୍‌୍‌ରେ ପାଠ ପଢିବାକୁ ଯାଇଥିବା ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କୁ ଖୋଜି ତାଙ୍କ ପରିବାରକୁ ହସ୍ତାନ୍ତର କରିବା ନେଇ କଂଗ୍ରେସ ପକ୍ଷରୁ ଦାବି ହୋଇଛି।

ସତୀଗୁଡା ଜଳଭଣ୍ଡାରରେ ଡଙ୍ଗା ବୁଡି  ଜଣେ ନିଖୋଜ

ସତୀଗୁଡା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ନିଖୋଜ

ମାଲକାନଗିରି, ୧୦।୭(ଡି.ଏନ୍‌.ଏ.)- ମାଲାକନଗିରି ଜିଲା ସତୀଗୁଡା ଜଲଭଣ୍ଡାରରେ ଏକ ଡଙ୍ଗାବୁଡି ଜଣେ ନିଖୋଜ ଅଛନ୍ତି। ସେ ହେଲେ ଚମ୍ପାଖାରୀ ଗ୍ରାମର ପୁରୁଷୋତମ ମାଝି। ମଙ୍ଗଳବାର ପୁରୁଷୋତ୍ତମ ଉକ୍ତ ଗାଁର ଅନ୍ୟ ଜଣେ ଯୁବକ ଟିଙ୍ଗାଙ୍କ ସହ ସତୀଗୁଡା ଜଲଭଣ୍ଡାରକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ପବନ ଏବଂ ବର୍ଷା ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ନିକଟରେ ଥିବା ଗ୍ରାମବାସୀ ଟିଙ୍ଗାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସେମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଖବର ପାଇ ମାଲକାନଗିରି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନ ଜାରି ରଖିଛି। କିନ୍ତୁ ଏଯାବତ୍‌ ପୁରୁଷୋତ୍ତମଙ୍କ ପତ୍ତା ମିଳିନାହିଁ।