ରାୟଗଡା

ବିଶୁଦ୍ଧ ପାନୀୟଜଳ ନା ଜହର

କୋଟପାଡ,୧୧ା୯(ଡି.ଏନ୍‌.ଏ.)-କୋରାପୁଟ ଜିଲା କୋଟପାଡ ସହରରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ୧କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିନିଯୋଗ କରିଥିଲେ ସୁଦ୍ଧା ସହରବାସୀ ଏହା ପାଇବାରୁ ବଞ୍ଚିତ ହେଉଛନ୍ତି। 

ଅସୁରକ୍ଷିତ ଅବସ୍ଥାରେ ୩୦୨ ଛାତ୍ରୀଛାତ୍ର

ଅସୁରକ୍ଷିତ ଅବସ୍ଥାରେ ୩୦୨ ଛାତ୍ରୀଛାତ୍ର

ଚନ୍ଦ୍ରପୁର,୧୧ା୯ (ଡି.ଏନ୍‌.ଏ.)ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡା ପଞ୍ଚାୟତରେ ରହିଛି ଡ଼ାଙ୍ଗସୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୧୦୦   ଛାତ୍ରୀ ଆସି ଏଠାରେ ପାଠ ପଢ଼ୁଛନ୍ତି ା

ମାଓବାଦୀ ଗଡ଼ରେ ରାସ୍ତା ମରଣଯନ୍ତା

ମାଓବାଦୀ ଗଡ଼ରେ ରାସ୍ତା ମରଣଯନ୍ତା

ବୈପାରୀଗୁଡ଼ା,୧୧ା୯(ଡି.ଏନ୍‌.ଏ.)ଦୁର୍ଗମ ଇଲାକାରେ ରାସ୍ତାଘାଟର ବିକାଶ ପାଇଁ ସରକାର ଜୋର୍‌ ଦେଉଛନ୍ତି। ବହୁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ନିମ୍ନମାନର ରାସ୍ତା କାମ କରି ଠିକାଦାର-ଯନ୍ତ୍ରୀ ମାଲମାଲ ହେଉଛନ୍ତି। ସାଧାରଣ ଲୋକ କିନ୍ତୁ ଯେଉଁ ସମସ୍ୟାରେ ଥିଲେ, ଏବେ ମଧ୍ୟ ସେହି ସମସ୍ୟା ଭିତରେ ପେଶୀ ହେଉଛନ୍ତି। ଏହା ହେଉଛି ବୈପାରୀଗୁଡ଼ା ବ୍ଲକ ଅଧୀନ ମାଓବାଦୀ ପ୍ରଭାବିତ ଅଞ୍ଚଳର ଚିତ୍ର। 

ଲୋକଙ୍କ ସମର୍ଥନ: ଶାନ୍ତିପୂର୍ଣ୍ଣ ବନ୍ଦ ପାଳିଲା କଂଗ୍ରେସ

ଲୋକଙ୍କ ସମର୍ଥନ: ଶାନ୍ତିପୂର୍ଣ୍ଣ ବନ୍ଦ ପାଳିଲା କଂଗ୍ରେସ

ନବରଙ୍ଗପୁର,୧୦।୯(ବି.ପ୍ର.)-  ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଡକାଯାଇଥିବା ବନ୍ଦ ନବରଙ୍ଗପୁର ଜିଲାରେ ସଫଳ ହୋଇଛି। ଜିଲାର ୧୦ ବ୍ଲକରେ ଦଳୀୟ କର୍ମୀ ସକାଳ ୬ରୁ  ଛକ ରାସ୍ତା ଗୁଡିକ ଅବରୋଧ କରି କେନ୍ଦ୍ର ସରକାରଙ୍କ ମନମୁଖି କାର୍ଯ୍ୟ ସହ ନିୟମିତ ବ୍ୟବଧାନରେ ତୈଳଦର ବୃଦ୍ଧିକୁ ତୀବ୍ର ବିରୋଧ କରିଥିଲେ। 

ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

କାଶୀନଗର,୧୦।(ଡି.ଏନ୍‌.ଏ.): ତୈଳଦର ବୃଦ୍ଧି ପ୍ରତିବାଦରେ କାଶୀନଗର ବ୍ଲକ୍‌ ହାଡୁବାଙ୍ଗୀସ୍ଥିତ ପେଟ୍ରୋଲ୍‌ ପମ୍ପ ସମ୍ମୁଖରେ ବିଜେଡି ପକ୍ଷରୁ ଦୁଇ ଘଣ୍ଟିଆ ଧାରଣା ଦିଆଯାଇଥିଲା। ବିଜେଡି ବ୍ଲକ୍‌ ଅଧ୍ୟକ୍ଷ ଚିତ୍ରୀ ସିମାଦ୍ରୀ, ହାଡୁବାଙ୍ଗୀ 

ବାଲ୍‌ମୁକୁନ୍ଦ କେନ୍ଦ୍ର ପକ୍ଷରୁ ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମ

ବାଲ୍‌ମୁକୁନ୍ଦ କେନ୍ଦ୍ର ପକ୍ଷରୁ ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୦।୯(ସ୍ବ.ପ୍ର.)-ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ରାଜଗୁରୁ ସାହିର ପରିଚ୍ଛାମଠ ପରିସରସ୍ଥ ବାଲ୍‌ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଏକ ବୃକ୍ଷ ବନ୍ଧୁ ଶିବିର ଅନୁଷ୍ଠିତ ହୋଇଯାଇଛି ।

ନୌପଡ଼ା-ଗୁଣୁପୁର ରେଳ ପଥରେ ୧୦ ଦିନ ଚାଲିବନି ଟ୍ରେନ୍‌

ନୌପଡ଼ା-ଗୁଣୁପୁର ରେଳ ପଥରେ ୧୦ ଦିନ ଚାଲିବନି ଟ୍ରେନ୍‌

ପାରଳାଖେମୁଣ୍ଡି,୧୦।୯ (ସ୍ବ.ପ୍ର.) - ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଦେଇ ଯାଉଥିବା ନୌପଡା-ଗୁଣୁପୁର ରେଳ ପଥରେ ୧୦ ଦିନ ଧରି ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି । ବିଶାଖାପାଟଣା ନିକଟସ୍ଥ କୋତାଭାଲାସା  ରେଳ ଜଙ୍କଶନଠାରେ ସିଗ୍ନାଲ ମରାମତି କାର୍ଯ୍ୟ ଯୋଗୁଁ ପାରଳାଖେମୁଣ୍ଡି ମଧ୍ୟ ଦେଇଯାଉଥିବା ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‌ ଆସନ୍ତା ୧୧ ରୁ ୧୯ ପର୍ଯ୍ୟନ୍ତ ୯ ଦିନ ଧରି ବନ୍ଦ ରହିବ ।

ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୦।୯(ସ୍ବ.ପ୍ର.)-ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି  ସହର ଉପକଣ୍ଠସ୍ଥ ବି.ସୀତାପୁର ଗ୍ରାମଠାରେ ଜିଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ ଏକ ଡ଼େଙ୍ଗୁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି ।

ବାମପନ୍ଥୀଙ୍କ ମଶାଲ ଶୋଭାଯାତ୍ରା

ବାମପନ୍ଥୀଙ୍କ ମଶାଲ ଶୋଭାଯାତ୍ରା

ପାରଳାଖେମୁଣ୍ଡି, ୧୦।୯ (ସ୍ବ.ପ୍ର.) - ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ନୂତନ ବସ୍‌ଷ୍ଟାଣ୍ଡ ସମ୍ମୁଖରୁ ମିଳିତ ବାମପନ୍ଥୀଦଳ ତଥା ସିପିଆଇ, ଆପିଆଇ(ଏମ୍‌ଏଲ୍‌), ସିପିଆ(ଏମ୍‌) ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଉତ୍କଳ ସମ୍ମିଳନୀ ଜିଲା ଶାଖାର ବୈଠକ

ଉତ୍କଳ ସମ୍ମିଳନୀ ଜିଲା ଶାଖାର ବୈଠକ

ପାରଳାଖେମୁଣ୍ଡି,୧୦।୯-(ସ୍ବ.ପ୍ର.) - ପାରଳାଖେମୁଣ୍ଡି  ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହଠାରେ ରାଜ୍ୟ ଉତ୍କଳ ସମ୍ମିଳନୀ ଗଜପତି ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଶିକ୍ଷାବିତ୍‌ ଗୌରଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଗଜପତି ଜିଲାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା ।

ରାୟଗଡରେ ବନ୍ଦ

ରାୟଗଡରେ ବନ୍ଦ

ଗଜପତି(ରାୟଗଡ),୧୦ା୯-
ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ହୋଇଥିବା ବନ୍ଦ ଡାକରା ଗଜପତି ଜିଲା ରାୟଗଡରେ ସଫଳ ହୋଇଛି। ଏଠାରେ ଏହା ପ୍ରଭାବରେ ଗାଡି ଚଳାଚଳ ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।

ଜନ ସୂଚନା ଆଇନରେ ତଥ୍ୟ ମିଳୁନି

ଜନ ସୂଚନା ଆଇନରେ ତଥ୍ୟ ମିଳୁନି

ମାଥିଲି, ୧୦।୯ (ଡି.ଏନ.ଏ)-  ଜନସୂଚନା ଆଇନରେ  ତଥ୍ୟ ମିଳୁନି। ଅପିଲ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁ ଆବେଦନକାରୀଙ୍କୁ ତଥ୍ୟ ମିଳୁନାହିଁ । ରବିବାର ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଜଣେ ଆବେଦନକାରୀ ଏପରି ଅଭିଯୋଗ ଆଣିଛନ୍ତି । ଜିଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡାସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ଏପରି ଦେଖିବାକୁ ମିଳିଛି। 

ଖୋଖୋରେ ବଣ୍ଡା ଯୁବକ ଅଜୟଙ୍କୁ  ସ୍ବର୍ଣ୍ଣପଦକ

ଖୋଖୋରେ ବଣ୍ଡା ଯୁବକ ଅଜୟଙ୍କୁ ସ୍ବର୍ଣ୍ଣପଦକ

ମାଲକାନଗିରି, ୧୦।୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାର ଜଣେ ଆଦିବାସୀ ଆଦିମ ବଣ୍ଡା ଯୁବକ ଖୋଖୋ ଖେଳରେ ସ୍ବର୍ଣ୍ଣପଦକ ପାଇ ଦେଶ, ରାଜ୍ୟ ଏବଂ ମାଲକାନଗିରି ଜିଲା ପାଇଁ ଗୌରବ ଆଣିଛନ୍ତି।  କୋରିଆପାରି ଇଂଲଣ୍ଡରେ ଅନୁଷ୍ଠିତ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସେ ଏହି ସଫଳତା ପାଇଛନ୍ତି। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ବଣ୍ଡାଘାଟିର ଏହି ଯୁବକ ହେଉଛନ୍ତି  ଅଜୟ କୁମାର ମାନ୍ଦ୍ରା।  

ଏବେ ବି ରହିଛି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭୟ:  ମୁକାବିଲା ପାଇଁ ଗ୍ରାମବାସୀ ସୁଧାରିଲେ ଗ୍ରାମ ପରିବେଶ

ଏବେ ବି ରହିଛି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭୟ: ମୁକାବିଲା ପାଇଁ ଗ୍ରାମବାସୀ ସୁଧାରିଲେ ଗ୍ରାମ ପରିବେଶ

ମାଲକାନଗିରି, ୧୦।୯ (ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଗତ ୨୦୧୬ରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗରେ ଏକ ମାସ ମଧ୍ୟରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କୋମଳମତି ଶିଶୁଙ୍କ ଜୀବନ ଯାଇଥିଲା। ସେ ସମୟରେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବା ସହ ରୋଗର କାରଣ ଜାଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟର ବିଶେଷଜ୍ଞମାନେ ମାଲକାନଗିରି ଜିଲା ଗସ୍ତ କରି ତର୍ଜମା କରିଥିଲେ । 

ପୋଲିସ- ଆଇନଜୀବୀ ବିବାଦ: ସାମିଲ ହେବ ଆଇଜୀବୀ ସଂଘ

ପୋଲିସ- ଆଇନଜୀବୀ ବିବାଦ: ସାମିଲ ହେବ ଆଇଜୀବୀ ସଂଘ

ମାଲକାନଗିରି, ୧୦।୯ (ଡି.ଏନ୍‌.ଏ.)-ପୋଲିସ- ଆଇନଜୀବୀ ବିବାଦ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବା ଲାଗି ଶନିବାର କଟକରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ହୋଇଛି। 

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାସ୍ତାରୋକୋ

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାସ୍ତାରୋକୋ

ମାଥିଲି, ୧୦।୯ (ଡି.ଏନ.ଏ): ତୈଳଦର ବୃଦ୍ଧିକୁ ପ୍ରତିବାଦ କରି କଂଗ୍ରେସ ତରଫରୁ ୯ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ସାମିଲ ହୋଇ ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ସୋମବାର ବ୍ଲକ କଂଗ୍ରେସ ତରଫରୁ ବନ୍ଦ ପାଳନ କରାଯାଇଛି। ସଦର ଗାନ୍ଧିଛକଠାରେ ରାସ୍ତା ଅବରୋଧ କରି ୯ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଥିଲା।

ଦୁର୍ଗମ ଗାଁରେ ଅନୁଦାନ ରାଶି ବାଣ୍ଟିଲେ ବିଧାୟକ

ଦୁର୍ଗମ ଗାଁରେ ଅନୁଦାନ ରାଶି ବାଣ୍ଟିଲେ ବିଧାୟକ

ମାଥିଲି, ୧୦।୯ (ଡି.ଏନ୍‌.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକର ଦୁର୍ଗମ ଗାଁକୁ ରବିବାର ଚିତ୍ରକୋଣ୍ତା ବିଧାୟକ ଡମ୍ବରୁ ଶିଶା ଗସ୍ତ କରି ଗାଁର ହୁଣ୍ତି ଓ କ୍ଲବ ଗୃହ ପାଇଁ ଅନୁଦାନ ରାଶି ବଣ୍ଟନ କରିଛନ୍ତି।

ଧରିତ୍ରୀ ପ୍ରଭାବ: ମରାମତି ହେଲା ମାଢିମୁଣ୍ତା ବ୍ରିଜ ରାସ୍ତା

ଧରିତ୍ରୀ ପ୍ରଭାବ: ମରାମତି ହେଲା ମାଢିମୁଣ୍ତା ବ୍ରିଜ ରାସ୍ତା

ମାଥିଲି,୧୦।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓବାଦୀ ପ୍ରବଣ ଦୁର୍ଗମ ମାଢିମୁଣ୍ତା ବ୍ରିଜ ରାସ୍ତା ମରାମତି କରାଯାଇଛି। ବର୍ଷାରେ ବ୍ରିଜ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବାରୁ କୈଣସି ଭାରି ଯାନ ଚଳାଚଳ କରିପାରୁନଥିଲା।

ତୈଳଦର ବୃଦ୍ଧି: ପ୍ରତିବାଦ ଜଣାଇଲା ବିଜେଡି

ତୈଳଦର ବୃଦ୍ଧି: ପ୍ରତିବାଦ ଜଣାଇଲା ବିଜେଡି

ଜୟପୁର,୯ା୯(ଡି.ଏନ୍‌.ଏ./ନି.ପ୍ର.): କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଏବଂ ଜାଳେଣି ଗ୍ୟାସ ଦରର ଅହେତୁକ ବୃଦ୍ଧିର ପ୍ରତିବାଦ ଜଣାଇଛି ବିଜେଡି। ରବିବାର ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ନେତୃତ୍ୱରେ ବିଜେଡି ଯୁବ ଓ ଛାତ୍ର ସଂଗଠନ ସ୍ଥାନୀୟ ରଥପଡ଼ିଆରୁ ସାଇକେଲ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚତ୍ଥିଲା।

ମାଓବାଦୀ ଗଡ଼ରେ ରାସ୍ତା ମରଣଯନ୍ତା

ମାଓବାଦୀ ଗଡ଼ରେ ରାସ୍ତା ମରଣଯନ୍ତା

ବୈପାରୀଗୁଡ଼ା,୯ା୯(ଡି.ଏନ୍‌.ଏ.): ଦୁର୍ଗମ ଇଲାକାରେ ରାସ୍ତାଘାଟର ବିକାଶ ପାଇଁ ସରକାର ଜୋର୍‌ ଦେଉଛନ୍ତି। ବହୁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ନିମ୍ନମାନର ରାସ୍ତା କାମ କରି ଠିକାଦାର-ଯନ୍ତ୍ରୀ ମାଲମାଲ ହେଉଛନ୍ତି। ସାଧାରଣ ଲୋକ କିନ୍ତୁ ଯେଉଁ ସମସ୍ୟାରେ ଥିଲେ, ଏବେ ମଧ୍ୟ ସେହି ସମସ୍ୟା ଭିତରେ ପେଶୀ ହେଉଛନ୍ତି। ଏହା ହେଉଛି ବୈପାରୀଗୁଡ଼ା ବ୍ଲକ ଅଧୀନ ମାଓବାଦୀ ପ୍ରଭାବିତ ଅଞ୍ଚଳର ଚିତ୍ର। 

ପୋଲ ରାସ୍ତା ମରାମତି କଲେ ଗ୍ରାମବାସୀ

ପୋଲ ରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର, ୯ା୯(ଡି.ଏନ୍‌.ଏ.): ବ୍ଲକ୍‌ ସଦର ସ୍ଥିତ ମାଣ୍ଡିଗୁଡ଼ା ଗ୍ରାମରେ ପୋଲ ରାସ୍ତା ବର୍ଷାରେ ଧୋଇହେବା ସହ ଖାଲଖମା ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଏହି ଅବସ୍ଥା ସୃଷ୍ଟି ହୋଇଥିଲେ ମଧ୍ୟ ମରାମତି କରାଯାଉ ନଥିବାରୁ ଗ୍ରାମବାସୀ ନିଜେ ଏହାର ସମାଧାନ କରିଛନ୍ତି। ମହିଳା, ପୁରୁଷ ଏବଂ ଯୁୁବତୀଯୁବକ ରାସ୍ତା ମରାମତି କରିଛନ୍ତି। ନିର୍ବାଚନ ହେଲେ ଜନପ୍ରତିନିଧିମାନେ ଗ୍ରାମକୁ ଆସି ଅନେକ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପାସୋରି ଯାଉଛନ୍ତି। ଲୋକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। 

ମେଦନା- ପୂଜାରୀଗୁଡା ରାସ୍ତା ପାଲଟିଛି ମରଣଯନ୍ତା

ମେଦନା- ପୂଜାରୀଗୁଡା ରାସ୍ତା ପାଲଟିଛି ମରଣଯନ୍ତା

ଡାବୁଗାଁ,୯।୯(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧୀନ  ମେଦନା-ପୂଜାରୀଗୁଡା ଆରଡି ରାସ୍ତା ଶୋଚନୀୟ ହୋଇପଡିଛି । ଏହି ରାସ୍ତାରେ ଅଧିକାଂଶ ସ୍ଥାନରେ ୨/୩ ଫୁଟର ଖାଲରେ ପରିପୂର୍ଣ୍ଣ ହୋଇଛି ।   ମେଦନା ରୁ ପୂଜାରୀଗୁଡା ଗ୍ରାମ ଦେଇ  କେଲିଆ ଶୈବପୀଠକୁ ଏହି ରାସ୍ତା ସଂଯୋଗ କରୁଛି । ବହୁ ଦିନ ହେଲା ଏହି ରାସ୍ତା ମରାମତି ହୋଇନାହିଁ  ।

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ନବରଙ୍ଗପୁର,୯ା୯(ବି.ପ୍ର.)- ଅନ୍ତର୍ଜାତୀୟ ମାନବାଧିକାରୀ ସମିତି ନବରଙ୍ଗପୁର ଶାଖା ପକ୍ଷରୁ ସ୍ଥାନୀୟ ଆଇନଜୀବୀ ସଂଘ ବୈଠକ ଗୃହରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଜିଲା ଜଜ୍‌ ରାଜେନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ରେଜିଷ୍ଟ୍ରାର ମନରଂଜନ ଦାଶ,  ସମିତିର ଜିଲାଖାଉଟି ସୁରକ୍ଷା ଅଧିକାରୀ ଜଗନ୍ନାଥ ମହାପାତ୍ର, ଜିଲା ଆଇନଜୀବୀ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଓକିଲ ଅମିତାଭ ଦାଶ ଓ ସମିତିର ରାଜ୍ୟ ସଭାପତି ସସ୍ମିତା ଦାଶ ପ୍ରମୂଖ ମଞ୍ଚାସୀନ ଥିଲେ। 

ସ୍ବାଧୀନତା ସଂଗ୍ରାମୀ ଡଃ. ସଦାଶିବ ତ୍ରିପାଠୀଙ୍କ ଅବଦାନ ଅତୁଳନୀୟ

ସ୍ବାଧୀନତା ସଂଗ୍ରାମୀ ଡଃ. ସଦାଶିବ ତ୍ରିପାଠୀଙ୍କ ଅବଦାନ ଅତୁଳନୀୟ

ନବରଙ୍ଗପୁର,୯।୯(ବି.ପ୍ର.)-ନବରଙ୍ଗପୁର ପୌର ପ୍ରଶାସନ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଡଃ. ସଦାଶିବ ତ୍ରିପାଠୀଙ୍କ ୩୮ ତମ ଶ୍ରାଦ୍ଧ ଦିବସ ରବିବାର ପାଳିତ ହୋଇଯାଇଛ। ଜିଲାପାଳ ଡଃ. ଅଜିତ କୁମାର ମିଶ୍ର ଓ ସ୍ବର୍ଗତ ତ୍ରିପାଠୀଙ୍କ ଦାୟାଦମାନେ ଯୋଗ ଦେଇ ସଦାଶିବ ତ୍ରିପାଠୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏନେଇ ପାର୍କ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତ୍ରିପାଠୀଙ୍କ ସ୍ମୃତି ଚାରଣ କରିବା ସହ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓ ସ୍ବାଧିନତା ସଂଗ୍ରାମ ସମୟରେ ରହିଥିବା ବିଭିନ୍ନ ଭୂମିକା ଉପରେ ଜିଲାପାଳ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟବକ୍ତା